ipl fight 2022 - The Sakala
୨୦୧୪ ଆଇପିଏଲ୍‍ ନିଲାମୀରେ ଅଲୋଡ଼ା : ୨୦୨୨ରେ ଚାମ୍ପିଅନ ଅଧିନାୟକ
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣରେ ଏଥର ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‍ ହୋଇଛି। ଚଳିତ ସିଜନରେ ପଦାର୍ପଣ କରିଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବାଜିମାତ୍‍ କରିନେଇଛି। ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସି ନିଜର ବଳିଷ୍ଠ ନେତୃତ୍ୱ ବଳରେ ଗୁଜରାଟକୁ ପଦାର୍ପଣରେ ଆଇପିଏଲ୍‍ ଚାମ୍ପିଅନ୍‍ କରାଇ ହାର୍ଦ୍ଦିକ ଖବରର ଶିରୋନାମାରେ ରହିଛନ୍ତି। ଭାରତୀୟ କ୍ରିକେଟ୍‍ ତାରକା ହେବା ପୂର୍ବରୁ ପାଣ୍ଡ୍ୟା ବରୋଦାର ଜଣେ ସାଧାରଣ ବାଳକ ଥିଲେ। ଘରୋଇ କ୍ରିକେଟ୍‍ରେ ମଧ୍ୟ ଜଣେ ଅଜଣା ଚେହେରା ଥିଲେ।
ଏପରିକି ୨୦୧୪ ଆଇପିଏଲ୍‍ ଖେଳାଳି ନିଲାମୀରେ ତାଙ୍କ ମୂଳଦର ୧୦ ଲକ୍ଷ ଟଙ୍କା ରହିଥିଲେ ମଧ୍ୟ ତାଙ୍କୁ କୌଣସି ଫ୍ରାଞ୍ଚାଇଜ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତେବେ ଏହାର ଗୋଟିଏ ବର୍ଷ ପରେ ପାଣ୍ଡ୍ୟାଙ୍କ ଭାଗ୍ୟ ଫିଟିଥିଲା। ୨୦୧୫ ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୂଳଦର ୧୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା। ଏହାପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ପାଣ୍ଡ୍ୟା ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ୱ କରି ୧୫୩ ଷ୍ଟ୍ରାଇକ ରେଟ୍‍ରେ ୧୪୭୬ ରନ୍‍ ସଂଗ୍ରହ କରିଥିଲେ। ସେହିଭଳି ଏହି ସମୟ ମଧ୍ୟରେ ସେ ଆଇପିଏଲ୍‍ରେ ୪୨ ୱିକେଟ୍‍ ମଧ୍ୟ ଅକ୍ତିଆର କରିସାରିଥିଲେ। ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇକୁ ଆଇପିଏଲ୍‍ ଚାମ୍ପିଅନ୍‍ କରାଇବାରେ ତାଙ୍କର ଅବଦାନ ମଧ୍ୟ ଅତୁଳନୀୟ ରହିଥିଲା।
ପଦାର୍ପଣରେ ବାଜିମାତ: ଟାଇଟନ୍ସକୁ ଟାଇଟଲ୍‍, ଛକା ମାରି ଜିତାଇଲେ ଗିଲ୍‍
ଅହମ୍ମଦାବାଦ୍‍, ୨୯।୫ (ଏଜେନ୍ସି): ପଦାର୍ପଣ ଆଇପିଏଲ୍‍ ସିଜନରେ ଗୁଜରାଟ ଟାଇଟନ୍ସ ଟାଇଟଲ୍‍ ଜିତିବାରେ ସଫଳ ହୋଇଛି। ରବିବାର ରାତିରେ ଖେଳାଯାଇଥିବା ଗ୍ରାଣ୍ଡ ଫାଇନାଲ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଟାଇଟନ୍ସ ୭ ୱିକେଟ୍‍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ଲୋ-ସ୍କୋରିଂ ମ୍ୟାଚରେ ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୧୩୧ ରନର ଲକ୍ଷ୍ୟକୁ ପଶ୍ଚାତଧାବନ କରି ଗୁଜରାଟ ୧୮.୧ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଜୀବନଦାନ ପାଇଥିବା ଓପନର୍‍ ଶୁବମନ ଗିଲ୍‍ ସର୍ବାଧିକ ୪୫* ରନ କରିଥିଲେ। ୧୯ତମ ଓଭରର ପ୍ରଥମ ବଲ୍‍କୁ ଛକା ମାରି ଗିଲ୍‍ ଦଳକୁ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪, ଡେଭିଡ୍‍ ମିଲର ୩୨*, ମାଥ୍ୟୁ ୱେଡ୍‍ ୮ ଓ ରିଦ୍ଧିମାନ ଶାହ ୫ ରନ କରି ଆଉଟ୍‍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଏକମାତ୍ର ବୋଲର ଭାବେ ଟ୍ରେଣ୍ଟ ବୋଲ୍ଟ (୪-୧-୧୪-୧) ପ୍ରଭାବୀ ବୋଲିଂ କରିଥିଲେ। ପାଣ୍ଡ୍ୟା ୩ ୱିକେଟ୍‍ ସହ ୩୪ ରନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅପରପକ୍ଷରେ ୨୦୦୮ ପରେ ପ୍ରଥମଥର ଫାଇନାଲ ଖେଳିଥିବା ରାଜସ୍ଥାନର ଦ୍ୱିତୀୟଥର ଟାଇଟଲ ଜିତିବା ସ୍ୱପ୍ନ ଅଧୁରା ହୋଇଛି।
ବିଶ୍ୱର ସର୍ବବୃହତ୍‍ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମ୍‍ରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍‍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଘରୋଇ ଦଳର ବୋଲିଂ ଆଗରେ ତାଙ୍କର ନିଷ୍ପତ୍ତି ଫେଲ ମାରିଥିଲା। ଜୋଶ ବଟ୍ଟଲର ବଡ଼ ସ୍କୋର କରିବା ପୂର୍ବରୁ ପାଭିଲିଅନ୍‍ ଫେରିଯାଇଥିଲେ। ଟୁର୍ଣ୍ଣାମେଣ୍ଟର ଟପ୍‍ ସ୍କୋରର ବଟ୍ଟଲର ପ୍ରଥମ ୱିକେଟ ପାର୍ଟନରଶିପ୍‍ରେ ଯୁବ ଖେଳାଳି ଯଶସ୍ୱୀ ଜୟସ୍ୱାଲ (୧୬ବଲ୍‍ରେ ୨୨ରନ୍‍)ଙ୍କ ସହ ୩୧ ଓ ଦ୍ୱିତୀୟ ୱିକେଟରେ ସାମସନଙ୍କ ସହ ୨୯ ରନ୍‍ ଉଠାଇଥିଲେ। ବଟ୍ଟଲର କିନ୍ତୁ ତାଙ୍କ ସ୍ୱାଭାବିକ ଖେଳ ପ୍ରଦର୍ଶନ କରିବା ପୂର୍ବରୁ ୧୩ତମ ଓଭରର ପ୍ରଥମ ବଲ୍‍ରେ ଆଉଟ ହୋଇଯାଇଥିଲେ। ସେ ୩୫ ବଲ୍‍ରୁ ୫ ଚୌକା ସହ ୩୯ ରନ୍‍ କରି ବିଦାୟ ନେବା ସହ ରାଜସ୍ଥାନର ବଡ଼ ସ୍କୋର କରିବା ଆଶା ମଧ୍ୟ ଧୂଳିସାତ ହୋଇଯାଇଥିଲା। ସିମରନ ହେଟମାୟର (୧୧), ରବିଚନ୍ଦ୍ରନ ଅଶ୍ୱିନ (୬), ରିଆନ ପରାଗ (୧୫ ରନ) ନିରାଶ କରିଥିଲେ। ଏମାନଙ୍କ ସାମୁହିକ ବ୍ୟାଟିଂ ବିଫଳତା ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୦ ରନ୍‍ କରିବାକୁ ସମର୍ଥ ହୋଇଥିଲା। ଏହା ସର୍ବନିମ୍ନ ଫାଇନାଲ ସ୍କୋରରୁ ମାତ୍ର ଗୋଟିଏ ରନ୍‍ ଅଧିକ ରହିଥିଲା। ବୋଲିଂରେ ଗୁଜରାଟ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ସର୍ବାଧିକ ୩ଟି ୱିକେଟ୍‍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇ କିଶୋର ୨ ଏବଂ ୟଶ୍‍ ଦୟାଲ୍‍ ଓ ମହମ୍ମଦ ସାମି ଗୋଟିଏ ଲେଖାଏ ୱିକେଟ୍‍ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ରାଜସ୍ଥାନ ରୟାଲ୍ସ: ୧୩୦/୯, ୨୦ ଓଭର (ବଟ୍ଟଲର- ୩୯, ଜୟସ୍ୱାଲ-୨୨, ସାମସନ-୧୪, ରିଆନ ପରାଗ-୧୫, ହାର୍ଦ୍ଦିକ ପାଣ୍ଡ୍ୟା-୩/୧୭, ସାଇ କିଶୋର-୨/୨୦)।
ଗୁଜରାଟ ଟାଇଟାନ୍ସ: ୧୩୩/୩, ୧୮.୧ ଓଭର (ପାଣ୍ଡ୍ୟା- ୩୪, ଶୁବମନ- ୪୫*, ମିଲର- ୩୨*, ଟ୍ରେଣ୍ଟ ବୋଲ୍ଟ- ୧/୧୪, ୟୁଜବେନ୍ଦ୍ର ଚହଲ- ୧/୨୦)।
ପୁରସ୍କାର ରାଶି
ଚାମ୍ପିଅନ୍‍: ଗୁଜରାଟ- ୨୦ କୋଟି ଟଙ୍କା
ରନର୍ସଅପ: ରାଜସ୍ଥାନ- ୧୨.୫ କୋଟି
ତୃତୀୟ ସ୍ଥାନ: ବାଙ୍ଗାଲୋର- ୭ କୋଟି
ଚତୁର୍ଥ ସ୍ଥାନ: ଲକ୍ଷ୍ନୌ- ୬.୫ କୋଟି
ଅରେଞ୍ଜ କ୍ୟାପ୍‍ (ସର୍ବାଧିକ ରନ): ଜୋଶ୍‍ ବଟଲର୍‍- ୧୦ ଲକ୍ଷ
ପର୍ପଲ କ୍ୟାପ୍‍ (ସର୍ବାଧିକ ୱିକେଟ୍‍): ୟୁଜବେନ୍ଦ୍ର ଚହଲ- ୧୦ ଲକ୍ଷ
ସର୍ବାଧିକ ଛକା/ ଚୌକା/ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟର: ବଟଲର୍‍- ୩୦ ଲକ୍ଷ
IPL 2022 ଫାଇନାଲ୍: ଗୁଜରାଟକୁ ୧୩୧ ରନର ଟାର୍ଗେଟ ଦେଲା ରାଜସ୍ଥାନ
ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ପ୍ରଥମେ ବ୍ଯାଟିଂ କରି ୧୩୦ରନ କରିଛି। ଆଜିର ଏହି ମାହାମୁକାବ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସ କୁ ୧୩୧ ରନର ଆବଶ୍ଯକତା ରହିଛି।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସସ୍ବୀ ଜୟସ୍ବାଲ ୧୬ ବଲରେ ୨୨ରନ କରି ଆଉଟ ହୋଇଥିଲେ। ସେହିପରି ଜୋସ୍ ବଟଲର ୩୫ ବଲରେ ୩୯ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ସଞ୍ଜୁ ସାମସନ୍ ଫାଇନାଲ ମ୍ଯାଚରେ ମଧ୍ଯ ନିରାଶ କରିଛନ୍ତି। ୧୧ ବଲରେ ୧୪ ରନ କରି ସଞ୍ଜୁ ସାମସନ୍ ଆଉଟ ହୋଇଥିଲେ। ଦେବଦତ୍ତ ପଡ଼ିକଲ୍ ୧୦ ବଲରେ ୨ ଓ ସିମରନ୍ ‌ହେଟମେୟର ୧୨ ବଲରେ ୧୧ ରନ କରି ଆଉଟ ହେଇଥିଲେ। ରବିଚନ୍ଦ୍ରନ୍ ଅଶ୍ବିନ ୯ ବଲରେ ୬ରନ କରି ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟ ଓ ରିୟାନ ପରାଗ ପାରିର ଶେଷ ଭାଗକୁ ସମ୍ଭାଳିଥିଲେ। ଟ୍ରେଣ୍ଟ ବୋଲ୍ଟ ୭ ବଲରେ ୧୧ ରନ କରି ଆଉଟ ହୋଇଥିଲେ। ଓବେଦ ମ୍ୟାକୟ ୫ ବଲରେ ୮ରନ କରି ରନ ଆଉଟ ହୋଇଥିଲେ।  ରିୟାନ ପରାଗ ୧୫ ବଲରେ ୧୫ ରନ କରି ଆଉଟ ହୋଇଥିଲେ।
ଗୁଜରାଟ ଟାଇଟନ୍ସ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩ଟି ୱେକଟ ନେଇଥିଲେ। ରବି ସାଇକିଶୋର ୨ଟି ୱିକେଟ ନେଇଥିବା ବେଳେ ୟଶ୍ ଦୟାଲ, ମହମ୍ମଦ ସାମି ଓ ରସିଦ ଖାନ୍ ଗୋଟିଏ ଲେଖାଏଁ ୱେକଟ ନେଇଥିଲେ।
ଆଜି ଆଇପିଏଲ୍‌ ଫାଇନାଲ ମୁକାବିଲା: ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ
ଅହମ୍ମଦାବାଦ୍‍: ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାମୁକାବିଲା । ଦୀର୍ଘ ୬୪ ଦିନର ଲଢ଼େଇ ଏବଂ ୭୦ ଲିଗ୍‍ ଓ ୩ଟି ପ୍ଲେ-ଅଫ୍‍ ମ୍ୟାଚ୍‍ ପରେ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣ ଚୂଡ଼ାନ୍ତ ପର୍ଯ୍ୟାୟରେ ଉପନୀତ ହୋଇଛି। ନବାଗତ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଟ୍ରଫି ପାଇଁ ଫାଇନାଲ ଲଢ଼େଇ ଅନୁଷ୍ଠିତ ହେବ। ନବନିର୍ମିତ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଗ୍ରାଣ୍ଡ ଫାଇନାଲ ମ୍ୟାଚ୍‍ ରାତି ୮ଟାରୁ ଆରମ୍ଭ ହେବ।
ଚଳିତ ଆଇପିଏଲ୍‍ରେ ଲିଗ୍‍ ପର୍ଯ୍ୟାୟର ଦୁଇ ଶ୍ରେଷ୍ଠ ଦଳ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଫାଇନାଲ ଖେଳାଯିବ। ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍‍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍‍ ପର୍ଯ୍ୟାୟରେ ୧୪ ମ୍ୟାଚ୍‍ରୁ ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଟେବଲ୍‍ ଟପ୍ପର ରହିଥିଲା। ସେହିଭଳି ସଞ୍ଜୁ ସାମସନ୍‍ଙ୍କ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଲିଗ୍‍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାପରେ ପ୍ଲେ-ଅଫ୍‍ ପର୍ଯ୍ୟାୟର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ୭ ୱିକେଟ୍‍ରେ ରାଜସ୍ଥାନକୁ ମାତ୍‍ ଦେଇ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଅପରପକ୍ଷରେ ରାଜସ୍ଥାନ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୭ ୱିକେଟ୍‍ରେ ପରାସ୍ତ କରି ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଲାଗି ଟାଇଟଲ୍‍ ଲଢ଼େଇକୁ ଅବତୀର୍ଣ୍ଣ ହୋଇଛି।
ପାଣ୍ଡ୍ୟା, ସାମି ଆଗରେ
ଚଳିତ ଆଇପିଏଲ୍‍ରେ ଗୁଜରାଟ ଶ୍ରେଷ୍ଠ ସନ୍ତୁଳିତ ଦଳ ଭାବେ ବିବେଚିତ ହେଉଛି। ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଗୁଜରାଟ ବେଶ୍‍ ସନ୍ତୁଳିତ। ବ୍ୟାଟିଂରେ ଅଧିନାୟକ ପାଣ୍ଡ୍ୟାଙ୍କ ସମେତ ଡେଭିଡ୍‍ ମିଲର, ଶୁବମାନ ଗିଲ୍‍ ଚମତ୍କାର ଫର୍ମରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‍ ସଂଗ୍ରହକାରୀ ବ୍ୟାଟର୍‍ ତାଲିକାରେ ପାଣ୍ଡ୍ୟା (୪୫୩ ରନ), ମିଲର (୪୪୯) ଓ ଗିଲ୍‍ (୪୩୮) ଟପ୍‍-୧୦ରେ ରହିଛନ୍ତି। ସେହିଭଳି ମହମ୍ମଦ ସାମି, ରଶିଦ୍‍ ଖାନ ଗୁଜରାଟ ପାଇଁ ସଫଳ ବୋଲର ରହିଛନ୍ତି। ସାମି ଓ ରଶିଦ ବର୍ତ୍ତମାନ ସୁଦ୍ଧା ଯଥାକ୍ରମେ ୧୯ ଓ ୧୮ଟି ୱିକେଟ୍‍ ନେଇସାରିଛନ୍ତି।
ବଟ୍‍ଲର ସର୍ବାଧିକ ରନ୍‍ ସଂଗ୍ରହକାରୀ
ରାଜସ୍ଥାନ ରୟାଲ୍ସ ପାଇଁ ଜୋଶ୍‍ ବଟ୍‍ଲର ଚମତ୍କାର ଫର୍ମରେ ରହିଛନ୍ତି। ବଟ୍‍ଲର ଏକାକୀ ରାଜସ୍ଥାନକୁ ଫାଇନାଲରେ ପ୍ରବେଶ କରାଇଥିବା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଚଳିତ ସିଜନରେ ୧୬ ଇନିଂସରୁ ସେ ୪ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହ ୫୮.୮୬ ଆଭରେଜରେ ୮୨୪ ରନ୍‍ ସଂଗ୍ରହ କରିଛନ୍ତି। ବୋଲିଂ ଉପରେ ନଜର ପକାଇଲେ ୟୁଜବେନ୍ଦ୍ର ଚହଲ ଓ ପ୍ରସିଦ୍ଧ କ୍ରିଷ୍ଣା ରାଜସ୍ଥାନ ପାଇଁ ସଫଳ ସାବ୍ୟସ୍ତ ହୋଇଛନ୍ତି। ଚହଲ ୨୬ଟି ଓ ପ୍ରସିଦ୍ଧ ୧୮ଟି ୱିକେଟ୍‍ ହାସଲ କରିଛନ୍ତି।
ଗୁଜରାଟ-୨, ରାଜସ୍ଥାନ-୦
ରେକର୍ଡ ଉପରେ ନଜର ପକାଇଲେ ରାଜସ୍ଥାନ ବିପକ୍ଷରେ ଗୁଜରାଟର ପଲା ଭାରି ରହିଛି। ନବାଗତ ଗୁଜରାଟ ଚଳିତ ସିଜନରେ ରାଜସ୍ଥାନ ବିପକ୍ଷରେ ୨ଟି ମ୍ୟାଚ୍‍ ଖେଳି ଉଭୟରେ ବାଜିମାତ୍‍ କରିନେଇଛି। ଲିଗ୍‍ ପର୍ଯ୍ୟାୟ ୨୪ତମ ମ୍ୟାଚରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ। ଏଥିରେ ଗୁଜରାଟ ୩୭ ରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ପାଣ୍ଡ୍ୟା ୫୨ ବଲରେ ୮୭ ରନ କରିଥିଲେ। ସେହିଭଳି ପ୍ରଥମ କ୍ୱାଲିଫାୟରରେ ପୁଣିଥରେ ଗୁଜରାଟ ଓ ରାଜସ୍ଥାନ ସାମ୍ନାସାମ୍ନି ହୋଇଥିଲେ। ଏଥର ମଧ୍ୟ ପୁଣି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବାଜିମାତ୍‍ କରି ଫାଇନାଲରେ ପ୍ରବେଶ କରିଥିଲା। ତେବେ ଫାଇନାଲରେ ରାଜସ୍ଥାନ ଏହି ୨ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
ଅହମ୍ମଦାବାଦ୍‌ରେ ବଟଲର୍‌ ଶୋ : ୧୪ ବର୍ଷ ପରେ ଫାଇନାଲ ଖେଳିବ ରାଜସ୍ଥାନ ରୟାଲ୍ସ
ଅହମ୍ମଦାବାଦ୍‍ : ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ମ୍ୟାଚ୍ ଖେଳିବ ରାଜସ୍ଥାନ ରୟାଲ୍ସ। ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକଟେରେ ହରାଇ ଫାଇନାଲରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ। ଚଳିତ ସିଜନରେ ଚମତ୍କାର ଫର୍ମରେ ରହିଥିବା ଜୋଶ୍‍ ବଟଲର୍‍ ମଧ୍ୟ ଆଜିର ବିସ୍ଫୋରକ ଶତକ ସହ ରାଜସ୍ଥାନ ରୟାଲ୍ସକୁ ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ପ୍ରବେଶ କରାଇବାରେ ମୁଖ୍ୟ ଭୁମିକା ଗ୍ରହଣ କରିଛନ୍ତି।  ଜୋଶ୍‍ ବଟଲର୍‍ ମାତ୍ର ୬୦ ବଲ୍‌ ଖେଳି ୧୦ ଚୌକା ଓ ୬ ଛକା ବଳରେ ୧୦୬ ରନ୍‌ ସଂଗ୍ରହ କରିଛନ୍ତି।
ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ କ୍ୱାଲିଫାୟରରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।ଏଲିମିନେଟର୍‍ ମ୍ୟାଚରେ ଦମଦାର ପଦର୍ଶନ କରି ୨୦୭ ରନ୍‌ କରିଥିବା ବାଙ୍ଗାଲୋର କ୍ୱାଲିଫାୟର ମ୍ୟାଚରେ ମଧ୍ୟ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ ରାଜସ୍ଥାନ ବୋଲରଙ୍କ ସଠିକ ଲାଇନ୍‌ଲେନ୍ଥ ବୋଲିଂ କାରଣରୁ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ଗତ ମ୍ୟାଚର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଥିଲେ। ଯାହାଫଳରେ ଫାଇନାଲ୍ ଯିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଥିଲା।
ଚଳିତ ଆଇପିଏଲରେ ଫୁଲ୍‌ ଫର୍ମରେ ଥିବା ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୧୫୮ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ୧୮.୧ ବଲ୍‌ରେ ହାସଲ କରିନେଇଥିଲା। ଜୋଶ୍‍ ବଟଲରଙ୍କ ବିସ୍ଫୋରକ ୧୦୬ ରନର ଶତକୀୟ ଇନିଂସ ବଳରେ ରାଜସ୍ଥାନ ୧୮.୧ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଚଳିତ ଆଇପିଏଲରେ ବଟଲରଙ୍କ ଏହା ଚତୁର୍ଥ ଶତକ। ତେବେ ଆଜିର ମ୍ୟାଚରେ ଜୋଶ୍‍ ବଟଲରଙ୍କ ବ୍ୟତିତ ଯଶସ୍ଵୀ ଜୟସଓ୍ଵାଲ ୨୧, ସଞ୍ଜୁ ସାମସନ୍‍ ୨୩, ଦେବିଦତ୍ତ ପାଡିକଲ୍‌ ୯ ଏବଂ ହେଲମାୟର ୨ ରନ୍‌ କରିଥିଲେ।
ତେବେ ଆଜିର ମ୍ୟାଚ ବିଜୟ ସହ ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଫାଇନାଲ ମ୍ୟାଚ୍ ଖେଳିବ । ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପୂର୍ବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ଖେଳିଥିଲା ​​। ଆଇପିଏଲ୍ ୨୦୦୮ରେ ରାଜସ୍ଥାନ, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିଥିଲା ​​। ଏହି ମ୍ୟାଚରେ ରାଜସ୍ଥାନ ଶେଷ ବଲରେ ଜିତିଥିଲା। ଆଇପିଏଲ୍ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିଜନରେ ରାଜସ୍ଥାନ ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିଥିଲା ​​।
ନିଲାମୀରେ ରହିଥିଲେ ଅଲୋଡ଼ା, ବଦଳ ଖେଳାଳି ଭାବେ ଆସି ବନିଗଲେ ହିରୋ
ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଯୁବ ବ୍ୟାଟର ରଜତ ପଟିଦାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ବନିଯାଇଛନ୍ତି। ବୁଧବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୫୪ଟି ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୭ ଛକା ସହ ଅପରାଜିତ ୧୧୨ ରନର ଶତକୀୟ ପାଳି ଖେଳି ବାଙ୍ଗାଲୋରକୁ ଜିତାଇବା ସହ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ବିବେଚିତ ହୋଇଥିଲେ। ଫଳରେ ସେ ଆଇପିଏଲ୍‍ର ନୂଆ ଆବିଷ୍କାର ଭାବେ ଉଭା ହୋଇଛନ୍ତି। ତାଙ୍କର ଏହି ମ୍ୟାଚ୍‍ ବିଜୟୀ ନିର୍ଣ୍ଣାୟକ ଇନିଂସକୁ ଏକାଧିକ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ଅବଶ୍ୟ ସେ ଏହି ଇନିଂସରେ ୩ଟି ଜୀବନଦାନ ପାଇଥିଲେ। ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମାଥ୍ୟୁ ହେଡେନ ତାଙ୍କ ଖେଳିବାର ଶୈଳୀକୁ ଆକର୍ଷଣୀୟ ବୋଲି କହିଛନ୍ତି। ଉଭୟ ଅନ୍‍ ଓ ଅଫ୍‍ ସାଇଡରେ ସେ ବଡ଼ ଶଟ୍‍ ଖେଳିବାରେ ସକ୍ଷମ ବୋଲି ସେ କୁହନ୍ତି।
ଅନ୍ୟପଟେ ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ମଧ୍ୟ  ରାଜସ୍ଥାନ ରୟାଲ୍ସ  ବିପକ୍ଷରେ ସେ ଉନ୍ନତ ପଦର୍ଶନ କରିଛନ୍ତି। ରାଜସ୍ଥାନ ରୟାଲ୍ସର ବୋଲରଙ୍କ ମାପଚୁପ ବୋଲିଂ ଆଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅନ୍ୟ ଖେଳାଳିମାନେ ରନ୍‌ କରିବାରେ ସକ୍ଷମ ନହୋଇ ୱିକେଟ ଦେଇ ଯାଉଥିବା ସମୟରେ ରଜତ ପଟିଦାର ସଠିକ ଭାବେ ରାଜସ୍ଥାନ ବୋଲରଙ୍କୁ ମୁକାବିଲା କରିଛନ୍ତି। ୪୨ଟି ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଓ ୩ ଛକା ସହାୟତାରେ ସେ ୫୮ ରନ୍‌ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି।
ନିଲାମୀରେ ରହିଥିଲେ ଅଲୋଡ଼ା
ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୯୩ ଜୁନ୍‍ ୧ରେ ଜନ୍ମିତ ଏହି ୨୮ ବର୍ଷୀୟ କ୍ରିକେଟର ମାତ୍ର ୮ ବର୍ଷରୁ ବ୍ୟାଟ ଧରିବା ଆରମ୍ଭ କରିଥିଲେ। ପିଲାଟି ବେଳୁ କ୍ରିକେଟ ପ୍ରତି ରଜତଙ୍କର ସମର୍ପଣ ଭାବ ରହିଥିଲା ବୋଲି ତାଙ୍କ ପରିବାର ଲୋକେ କୁହନ୍ତି। ଗତ ଖେଳାଳି ନିଲାମରେ ସେ ଅଲୋଡା ରହିଥିଲେ। ଚଳିତ ଆଇପିଏଲରେ ସେ ଜଣେ ବଦଳ ଖେଳାଳି ଭାବେ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ ମଧ୍ୟ ୧୦ ବର୍ଷ ଆଇପିଏଲ ଖେଳିବା ଭଳି ବ୍ୟାଟିଂ କରିଥିଲେ ବୋଲି ପୂର୍ବତନ ଭାରତୀୟ କୋଚ୍‍ ରବି ଶାସ୍ତ୍ରୀ କହିଛନ୍ତି। ୱିକେଟକିପର ବ୍ୟାଟର ଲୁଭନିଥ ସିସୋଡିଆ ଇଞ୍ଜୁରି କାରଣରୁ ବାଦ୍‍ ପଡ଼ିବା ପରେ ରଜତଙ୍କୁ ଦଳରେ ନିଆଯାଇଥିଲା। କିଏ ବୋଲିଂ କରୁଛି, ସ୍ପିନ୍‍ କିମ୍ବା ପେସ ଓ କେତେ ବେଗର ବୋଲିଂ ହେଉଛି ତାହାକୁ ଭୃକ୍ଷେପ ନ କରି ରଜଦ ଏକ ନିର୍ଭୀକ ଇନିଂସ ଖେଳିଛନ୍ତି ଓ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଶାସ୍ତ୍ରୀ କହିଛନ୍ତି। ଡାହାଣହାତୀ ବ୍ୟାଟିଂ କରୁଥିବା ରଜତ ଅଫ୍‍ ସ୍ପିନ ବୋଲିଂ କରିବାର କ୍ଷମତା ମଧ୍ୟ ରଖନ୍ତି।
ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ବିପକ୍ଷ ଏଲିମିନେଟରରେ ରଜତଙ୍କ ଏହି ଇନିଂସ ଆଇପିଏଲର ଶ୍ରେଷ୍ଠ ଶତକ ବୋଲି ବାଙ୍ଗାଲୋର ଅଧିନାୟକ ଫାଫ୍‍ ଡୁପ୍ଲେସିସ କହିଛନ୍ତି। ୨୦୧୫ରୁ ମଧ୍ୟପ୍ରଦେଶ ପାଇଁ ସେ କ୍ରିକେଟ ଖେଳି ଆସୁଛନ୍ତି। ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‍ ଖେଳି ସେ ୪୦.୪୩ ରନ ହାରରେ ୭ ଶତକ ଓ ୧୪ ଅର୍ଦ୍ଧଶତକ ସହ ୨୫୮୮ ରନ ସଂଗ୍ରହ କରିଛନ୍ତି। ସେହିପରି ସେ ୪୩ଟି ଲିଷ୍ଟ ଏ ମ୍ୟାଚ୍‍ ଖେଳି ୫୧.୦୦ ହାରରେ ୪ ଶତକ ଓ ୧୦ ଅର୍ଦ୍ଧଶତକ ସହ ୨୧୯୩ ରନ ସଂଗ୍ରହ କରିଛନ୍ତି। ୩୮ଟି ଟି-୨୦ ମ୍ୟାଚ୍‍ ଖେଳି ସେ ୩୪.୪୨ ହାରରେ ୧୧୩୬ ରନ ସଂଗ୍ରହ କରିଛନ୍ତି। ଏଥିରେ ୧ ଶତକ ଓ ୮ ଅର୍ଦ୍ଧଶତକ ସାମିଲ ରହିଛି। ରଜତ ପରିବାରର ଥିବା ବ୍ୟବସାୟ ସମ୍ଭାଳିବାକୁ ପିତା ମନୋହର ପଟିଦାର ଚାହୁଁଥିଲେ। କିନ୍ତୁ କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା କାରଣରୁ ସେ ଆଜି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ବୋଲି ପିତା କହିଛନ୍ତି। କ୍ରିକେଟ ନେଇ ବ୍ୟସ୍ତତା କାରଣରୁ ସେ ମାତ୍ର ଦ୍ୱାଦଶ ଶ୍ରେଶୀ ପର୍ଯନ୍ତ ପଢ଼଼ିବାକୁ ସକ୍ଷମ ହୋଇଥିଲେ। ବିରାଟ କୋହଲି, ଫାଫ୍‍ ଡୁପ୍ଲେସି, ଗ୍ଲେନ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକଙ୍କ ଭଳି ତାରକାଙ୍କ ସହ ଡ୍ରେସିଂ ରୁମ ସେୟାର କରିବା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧୀ ବୋଲି ରଜତ କୁହନ୍ତି। ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥିବାରୁ ସେ ଅଗାମୀ ଦିନରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିବେ ବୋଲି ଆଶା କରାଯାଉଛି।
ଆଇପିଏଲ୍‍ ଲାଗି ବିବାହ ସ୍ଥଗିତ ରଖିଥିଲେ ପଟିଦାର
ଚଳିତ ଆଇପିଏଲ୍‍ରେ ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍ ବିପକ୍ଷ ଏଲିମିନେଟର୍‍ ମ୍ୟାଚରେ ଶତକ ହାସଲ କରି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଯୁବ ବ୍ୟାଟର୍‍ ରଜତ ପଟିଦାର ଖବରର ଶିରୋନାମାରେ ରହିଛନ୍ତି। ରଜତ ଏହି ମ୍ୟାଚରେ ୫୪ ବଲରୁ ୧୧୨ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ବାଙ୍ଗାଲୋର ୧୪ ରନରେ ବିଜୟୀ ହୋଇ ଦ୍ୱିତୀୟ କ୍ୱାଲିଫାୟରରେ ପ୍ରବେଶ କରିପାରିଛି।
୨୮ ବର୍ଷୀୟ ରଜତ ବେଶ୍‍ ଭାଗ୍ୟଶାଳୀ ଖେଳାଳି ରହିଛନ୍ତି। ଗତ ଫେବୃଆରୀରେ ହୋଇଥିବା ମେଗା ଖେଳାଳି ନିଲାମୀରେ ତାଙ୍କୁ କୌଣସି ଦଳ କ୍ରୟ କରି ନ ଥିଲେ। କିନ୍ତୁ ଚଳିତ ଆଇପିଏଲ୍‍ ମଝିରେ ବାଙ୍ଗାଲୋରର ଲୁଭନିଥ ସିସୋଦିଆ ଆଘାତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‍ ପଡ଼ିଥିଲେ। ଫଳରେ ବାଙ୍ଗାଲୋର ସିସୋଦିଆଙ୍କ ବଦଳ ଖେଳାଳି ଭାବେ ରଜତଙ୍କୁ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ଏପ୍ରିଲ ୩ରେ ଦଳରେ ସାମିଲ କରିଥିଲା। ଏହାର ଭରପୂର ଫାଇଦା ଉଠାଇ ରଜତ ଏଲିମିନେଟର୍‍ରେ ଶତକ ଅର୍ଜନ କରି ଦଳରେ ନିଜ ସ୍ଥାନ ସୁଦୃଢ଼ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ୯ରେ ରଜତଙ୍କ ବାହାଘର ରତଲାମ ନାମ୍ନୀ ଜଣେ ଯୁବତୀଙ୍କ ସହ ଠିକ୍‍ ହୋଇଥିଲା। କିନ୍ତୁ ଅଚାନକ ତାଙ୍କୁ ବାଙ୍ଗାଲୋର ଦଳରେ ସୁଯୋଗ ମିଳିବାରୁ ବାହାଘରକୁ ସ୍ଥଗିତ ରଖାଯାଇଥିଲା ବୋଲି ରଜତଙ୍କ ପିତା ମନୋହର କହିଛନ୍ତି। ଏବେ ଜୁଲାଇରେ ରଜତଙ୍କ ବାହାଘର ହେବ ବୋଲି ଜଣାପଡ଼ିଛି। ରଜତ ଏଥିପୂର୍ବରୁ ଆଇପିଏଲ୍‍ ୨୦୨୧ ସଂସ୍କରଣରେ ବାଙ୍ଗାଲୋର ଦଳରୁ ପ୍ରତିନିଧିତ୍ୱ କରି ୪ ମ୍ୟାଚରୁ ୭୧ ରନ ସଂଗ୍ରହ କରିଥିଲେ। କିନ୍ତୁ ଗତ ମେଗା ଖେଳାଳି ନିଲାମୀରେ ବାଙ୍ଗାଲୋର ତାଙ୍କୁ ରିଟେନ୍‍ କରି ନ ଥିଲା। ପ୍ରକାଶଯୋଗ୍ୟ, ଘରୋଇ କ୍ରିକେଟ୍‍ରେ ରଜତ ମଧ୍ୟପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଚଳିତ ରଣଜୀ ଟ୍ରଫିରେ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଜୁନ୍‍ ୬’ରେ ପଞ୍ଜାବ ଓ ମଧ୍ୟପ୍ରଦେଶ ମଧ୍ୟରେ କ୍ୱାର୍ଟର ଫାଇନାଲ ଖେଳାଯିବ।
ଆଇପିଏଲ୍‍ କ୍ୱାଲିଫାୟର-୨: ଫାଇନାଲ ଟିକେଟ ପାଇଁ ରାଜସ୍ଥାନକୁ ୧୫୮ ରନ୍‌ର ଟାର୍ଗେଟ
ଅହମ୍ମଦାବାଦ୍‍: ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍‌ ବିଜେତା ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଏହି ଦ୍ୱିତୀୟ କ୍ୱାଲିଫାୟରରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏଲିମିନେଟର୍‍ ମ୍ୟାଚରେ ଦମଦାର ପଦର୍ଶନ କରି ୨୦୭ ରନ୍‌ କରିଥିବା ବାଙ୍ଗାଲୋର କ୍ୱାଲିଫାୟର ମ୍ୟାଚରେ ମଧ୍ୟ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ ରାଜସ୍ଥାନ ବୋଲରଙ୍କ ସଠିକ ଲାଇନ୍‌ଲେନ୍ଥ ବୋଲିଂ କାରଣରୁ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୫୭ ରନ କରିଛି। ଯାହାଫଳରେ ଫାଇନାଲ୍ ଯିବା ପାଇଁ ରାଜସ୍ଥାନ ସମ୍ମୁଖରେ ୧୫୮ ରନର ବିଜୟ ଲକ୍ଷ୍ୟ ରହିଛି।
ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମୁକାବିଲା ହୋଇଥିବାରୁ ଦୁଇ ଦଳ ବିଜୟ ଆଶାରେ ରହିଛନ୍ତି। ତେବେ ଗତ ମ୍ୟାଚର ଶତକ କରିବା ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟର ହିରୋ ରଜତ ପାଟିଦାରଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର ଆଜିର ମ୍ୟାଚରେ ବଡ ସ୍କୋର କରି ପାରି ନାହାନ୍ତି। ପାଟିଦାର ୫୮ ରନ କରିଛନ୍ତି। ରାଜସ୍ଥାନ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨୨ ରନ ଦେଇ ୩ ଏବଂ ଓବେଡ ମାକକୟ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁ ରନ ଗତି ଉପରେ ଅଙ୍କୁଶ ଲଗାଇଛନ୍ତି।
ଅନ୍ୟପଟେ ଫର୍ମରେ ଥିବା ରାଜସ୍ଥାନ ଏହି ମ୍ୟାଚ ଜିତିବା ପାଇଁ ପ୍ରୟାସ କରିବ ନିଶ୍ଚିତ। ଚଳିତ ଆଇପିଏଲ୍‍ରେ ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ଅନ୍ୟତମ ସନ୍ତୁଳିତ ଦଳ ଭାବେ ବିବେଚିତ କରାଯାଉଛି। ଲିଗ୍‍ ପର୍ଯ୍ୟାୟରେ ରାଜସ୍ଥାନ ୧୪ ମ୍ୟାଚରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବଲ୍‍ର ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ୭ ୱିକେଟ୍‍ରେ ଗୁଜରାଟ ନିକଟରୁ ହାରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା। ଏହି ମ୍ୟାଚରେ ଜୋଶ୍‍ ବଟ୍‍ଲର (୮୯ ରନ) ଓ ସାମସନ୍‍ (୪୭)ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ବଳରେ ୬ ୱିକେଟ୍‍ରେ ୧୮୮ ରନ କରିଥିଲା।
ଚଳିତ ସିଜନରେ ଜୋଶ୍‍ ବଟଲର୍‍ ଚମତ୍କାର ଫର୍ମରେ ରହିଛନ୍ତି। ବଟଲର୍‍ ୧୫ ମ୍ୟାଚ୍‍ ଖେଳି ୫୧.୨୮ ଆଭରେଜରେ ୭୧୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ପ୍ଲେ-ଅଫ୍‍ରେ ପ୍ରବେଶ କରାଇବାରେ ବଟଲର୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବଟଲର୍‍ଙ୍କ ପଛକୁ ସଞ୍ଜୁ ସାମସନ (୪୨୧ ରନ) ରାଜସ୍ଥାନ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‍ ସଂଗ୍ରହକାରୀ ଖେଳାଳି ରହିଛନ୍ତି। ସେହିଭଳି ବୋଲିଂରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୬ ୱିକେଟ୍‍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣଙ୍କ ନାମରେ ୧୫ ୱିକେଟ୍‍ ରହିଛି।
ଅନ୍ୟପଟେ ଯଦି ରାଜସ୍ଥାନ ରୟାଲ୍ସ ଆଜି ମ୍ୟାଚ୍ ଜିତେ, ତେବେ ସେମାନେ ୧୪ ବର୍ଷ ପରେ ଫାଇନାଲ ମ୍ୟାଚ୍ ଖେଳିବେ । ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପୂର୍ବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ଖେଳିଥିଲା ​​। ଆଇପିଏଲ୍ ୨୦୦୮ରେ ରାଜସ୍ଥାନ, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିଥିଲା ​​। ଏହି ମ୍ୟାଚରେ ରାଜସ୍ଥାନ ଶେଷ ବଲରେ ଜିତିଥିଲା। ଆଇପିଏଲ୍ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିଜନରେ ରାଜସ୍ଥାନ ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିଥିଲା ​​।
ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହାସଲ କରିବ ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେଣୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ରାଜସ୍ଥାନ ଓ ବାଙ୍ଗାଲୋର ପାଇଁ ସେମିଫାଇନାଲ ସଦୃଶ ହୋଇଛି। ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ। ତେବେ ଏହି ମ୍ୟାଚ୍‌ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରୁଛି ବାଙ୍ଗାଲୋର। ରାଜସ୍ଥାନର ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ସମାନ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଛି।
ବାଙ୍ଗାଲୋର ବିଜୟରେ ରଜତ ଷ୍ଟାର୍‍
ବୁଧବାର ଖେଳାଯାଇଥିବା ଏଲିମିନେଟର୍‍ ମ୍ୟାଚରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ୧୪ ରନରେ ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ରଜତ ପଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ୱିକେଟ୍‍ ହରାଇ ୨୦୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୬ ୱିକେଟ୍‍ରେ ୧୯୩ ରନ କରିବାକୁ ସମର୍ଥ ହୋଇଥିଲା। ରାହୁଲ ୭୯ ରନର ଅଧିନାୟକତ୍ୱ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ୧୪ ରନରେ ବିଜୟ ସହ ବାଙ୍ଗାଲୋର କ୍ୱାଲିଫାୟର-୨କୁ ପ୍ରବେଶ କରିଛି। ଫଳରେ ସେମିଫାଇନାଲ ସଦୃଶ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ ପୂର୍ବରୁ ବାଙ୍ଗାଲୋରର ମନୋବଳ ଦୃଢ଼ ରହିଛି। ବିଶେଷ କରି ଯୁବ ବ୍ୟାଟର୍‍ ରଜତ ପଟିଦାରଙ୍କ ଶତକ ବାଙ୍ଗାଲୋର ଟିମ୍‍ ମ୍ୟାନେଜମେଣ୍ଟ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଲିଗ୍‍ ପର୍ଯ୍ୟାୟରେ ବାଙ୍ଗାଲୋର ୧୪ ମ୍ୟାଚ୍‍ ଖେଳି ୮ ବିଜୟ ଓ ୬ ପରାଜୟ ସହ ୧୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିବା ସହ ପ୍ଲେ-ଅଫ୍‍’ରେ ପ୍ରବେଶ କରିଥିଲା
ଡୁ ପ୍ଲେସିସ ସର୍ବାଧିକ ସ୍କୋରର
ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍‍ ଡୁ ପ୍ଲେସିସ୍‍ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍‍ ରହିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଭେଟେରାନ ବ୍ୟାଟର୍‍ ୧୫ ମ୍ୟାଚ୍‍ ଖେଳି ୪୪୩ ରନ୍‍ ସଂଗ୍ରହ କରିଛନ୍ତି। ତାଲିକାରେ କୋହଲି ୨ୟ ସ୍ଥାନରେ ରହିଛନ୍ତି। ୧୫ ମ୍ୟାଚ ଖେଳିଥିବା କୋହଲିଙ୍କ ନାମରେ ୩୩୪ ରନ ଲିପିବଦ୍ଧ ରହିଛି। ସେହିଭଳି ସ୍ପିନର ୱାନିନ୍ଦୁ ହାସରଙ୍ଗା ବାଙ୍ଗାଲୋରର ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୫ ୱିକେଟ୍‍ ଅକ୍ତିଆର କରିଛନ୍ତି। ଦୁଇ ଦ୍ରୁତ ବୋଲର ହର୍ଶଲ ପଟେଲ ଓ ଜୋଶ୍‍ ହାଜେଲଉଡ୍‍ଙ୍କ ନାମରେ ଯଥାକ୍ରମେ ୧୯ ଓ ୧୮ ୱିକେଟ୍‍ ଲିପିବଦ୍ଧ ରହିଛି। ତେଣୁ ଏହି ୩ ବୋଲର ରାଜସ୍ଥାନ ବ୍ୟାଟର୍‍ଙ୍କୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ରାଜସ୍ଥାନ ପାଇଁ ଆଉ ଏକ ସୁଯୋଗ
ଚଳିତ ଆଇପିଏଲ୍‍ରେ ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ଅନ୍ୟତମ ସନ୍ତୁଳିତ ଦଳ ଭାବେ ବିବେଚିତ କରାଯାଉଛି। ଲିଗ୍‍ ପର୍ଯ୍ୟାୟରେ ରାଜସ୍ଥାନ ୧୪ ମ୍ୟାଚରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବଲ୍‍ର ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ୭ ୱିକେଟ୍‍ରେ ଗୁଜରାଟ ନିକଟରୁ ହାରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା। ଏହି ମ୍ୟାଚରେ ଜୋଶ୍‍ ବଟ୍‍ଲର (୮୯ ରନ) ଓ ସାମସନ୍‍ (୪୭)ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ବଳରେ ୬ ୱିକେଟ୍‍ରେ ୧୮୮ ରନ କରିଥିଲା। କିନ୍ତୁ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୦ ଓ ଡେଭିଡ୍‍ ମିଲର୍‍ଙ୍କ ୬୮ ରନର ଅପରାଜିତ ଇନିଂସ ବଳରେ ୩ ୱିକେଟ୍‍ ହରାଇ ସହଜ ବିଜୟ ଲାଭ କରିଥିଲା।
ବଟ୍‍ଲର୍‍ଙ୍କ ଉପରେ ଭରସା
ଚଳିତ ସିଜନରେ ଜୋଶ୍‍ ବଟଲର୍‍ ଚମତ୍କାର ଫର୍ମରେ ରହିଛନ୍ତି। ବଟଲର୍‍ ୧୫ ମ୍ୟାଚ୍‍ ଖେଳି ୫୧.୨୮ ଆଭରେଜରେ ୭୧୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ପ୍ଲେ-ଅଫ୍‍ରେ ପ୍ରବେଶ କରାଇବାରେ ବଟଲର୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବଟଲର୍‍ଙ୍କ ପଛକୁ ସଞ୍ଜୁ ସାମସନ (୪୨୧ ରନ) ରାଜସ୍ଥାନ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‍ ସଂଗ୍ରହକାରୀ ଖେଳାଳି ରହିଛନ୍ତି। ସେହିଭଳି ବୋଲିଂରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୬ ୱିକେଟ୍‍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣଙ୍କ ନାମରେ ୧୫ ୱିକେଟ୍‍ ରହିଛି।
ଆଇପିଏଲ୍‍ କ୍ୱାଲିଫାୟର-୨: ଆଜି ରାଜସ୍ଥାନ-ବାଙ୍ଗାଲୋର ଲଢ଼େଇ
ଅହମ୍ମଦାବାଦ୍‍:  ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ଶୁକ୍ରବାର ଖେଳାଯିବ। ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହାସଲ କରିବ ରବିବାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ତେଣୁ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‍ ରାଜସ୍ଥାନ ଓ ବାଙ୍ଗାଲୋର ପାଇଁ ସେମିଫାଇନାଲ ସଦୃଶ ହୋଇଛି।
ବାଙ୍ଗାଲୋର ବିଜୟରେ ରଜତ ଷ୍ଟାର୍‍
ବୁଧବାର ଖେଳାଯାଇଥିବା ଏଲିମିନେଟର୍‍ ମ୍ୟାଚରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ୧୪ ରନରେ ଲକ୍ଷ୍ନୌ ସୁପର୍‍ ଜ୍ୟାଣ୍ଟସ୍‍କୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ରଜତ ପଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ୱିକେଟ୍‍ ହରାଇ ୨୦୭ ରନ କରିଥିଲା। ଜବାବରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ୬ ୱିକେଟ୍‍ରେ ୧୯୩ ରନ କରିବାକୁ ସମର୍ଥ ହୋଇଥିଲା। ରାହୁଲ ୭୯ ରନର ଅଧିନାୟକତ୍ୱ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ୧୪ ରନରେ ବିଜୟ ସହ ବାଙ୍ଗାଲୋର କ୍ୱାଲିଫାୟର-୨କୁ ପ୍ରବେଶ କରିଛି। ଫଳରେ ସେମିଫାଇନାଲ ସଦୃଶ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‍ ପୂର୍ବରୁ ବାଙ୍ଗାଲୋରର ମନୋବଳ ଦୃଢ଼ ରହିଛି। ବିଶେଷ କରି ଯୁବ ବ୍ୟାଟର୍‍ ରଜତ ପଟିଦାରଙ୍କ ଶତକ ବାଙ୍ଗାଲୋର ଟିମ୍‍ ମ୍ୟାନେଜମେଣ୍ଟ ପାଇଁ ଆଶ୍ୱସ୍ତି ଆଣିଦେଇଛି। ଲିଗ୍‍ ପର୍ଯ୍ୟାୟରେ ବାଙ୍ଗାଲୋର ୧୪ ମ୍ୟାଚ୍‍ ଖେଳି ୮ ବିଜୟ ଓ ୬ ପରାଜୟ ସହ ୧୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିବା ସହ ପ୍ଲେ-ଅଫ୍‍’ରେ ପ୍ରବେଶ କରିଥିଲା।
ଡୁ ପ୍ଲେସିସ ସର୍ବାଧିକ ସ୍କୋରର
ବାଙ୍ଗାଲୋର ପାଇଁ ଅଧିନାୟକ ଫାଫ୍‍ ଡୁ ପ୍ଲେସିସ୍‍ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର୍‍ ରହିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଭେଟେରାନ ବ୍ୟାଟର୍‍ ୧୫ ମ୍ୟାଚ୍‍ ଖେଳି ୪୪୩ ରନ୍‍ ସଂଗ୍ରହ କରିଛନ୍ତି। ତାଲିକାରେ କୋହଲି ୨ୟ ସ୍ଥାନରେ ରହିଛନ୍ତି। ୧୫ ମ୍ୟାଚ ଖେଳିଥିବା କୋହଲିଙ୍କ ନାମରେ ୩୩୪ ରନ ଲିପିବଦ୍ଧ ରହିଛି। ସେହିଭଳି ସ୍ପିନର ୱାନିନ୍ଦୁ ହାସରଙ୍ଗା ବାଙ୍ଗାଲୋରର ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୫ ୱିକେଟ୍‍ ଅକ୍ତିଆର କରିଛନ୍ତି। ଦୁଇ ଦ୍ରୁତ ବୋଲର ହର୍ଶଲ ପଟେଲ ଓ ଜୋଶ୍‍ ହାଜେଲଉଡ୍‍ଙ୍କ ନାମରେ ଯଥାକ୍ରମେ ୧୯ ଓ ୧୮ ୱିକେଟ୍‍ ଲିପିବଦ୍ଧ ରହିଛି। ତେଣୁ ଏହି ୩ ବୋଲର ରାଜସ୍ଥାନ ବ୍ୟାଟର୍‍ଙ୍କୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ରାଜସ୍ଥାନ ପାଇଁ ଆଉ ଏକ ସୁଯୋଗ
ଚଳିତ ଆଇପିଏଲ୍‍ରେ ସଞ୍ଜୁ ସାମସନ୍‍ଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସକୁ ଅନ୍ୟତମ ସନ୍ତୁଳିତ ଦଳ ଭାବେ ବିବେଚିତ କରାଯାଉଛି। ଲିଗ୍‍ ପର୍ଯ୍ୟାୟରେ ରାଜସ୍ଥାନ ୧୪ ମ୍ୟାଚରୁ ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଟେବଲ୍‍ର ଦ୍ୱିତୀୟ ସ୍ଥାନରେ ରହିଥିଲା। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ୭ ୱିକେଟ୍‍ରେ ଗୁଜରାଟ ନିକଟରୁ ହାରି ସିଧାସଳଖ ଫାଇନାଲରେ ପ୍ରବେଶ କରିବାରୁ ବଞ୍ଚିତ ରହିଥିଲା। ଏହି ମ୍ୟାଚରେ ଜୋଶ୍‍ ବଟ୍‍ଲର (୮୯ ରନ) ଓ ସାମସନ୍‍ (୪୭)ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ବଳରେ ୬ ୱିକେଟ୍‍ରେ ୧୮୮ ରନ କରିଥିଲା। କିନ୍ତୁ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୦ ଓ ଡେଭିଡ୍‍ ମିଲର୍‍ଙ୍କ ୬୮ ରନର ଅପରାଜିତ ଇନିଂସ ବଳରେ ୩ ୱିକେଟ୍‍ ହରାଇ ସହଜ ବିଜୟ ଲାଭ କରିଥିଲା।
ବଟ୍‍ଲର୍‍ଙ୍କ ଉପରେ ଭରସା
ଚଳିତ ସିଜନରେ ଜୋଶ୍‍ ବଟଲର୍‍ ଚମତ୍କାର ଫର୍ମରେ ରହିଛନ୍ତି। ବଟଲର୍‍ ୧୫ ମ୍ୟାଚ୍‍ ଖେଳି ୫୧.୨୮ ଆଭରେଜରେ ୭୧୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ରହିଛି। ରାଜସ୍ଥାନକୁ ପ୍ଲେ-ଅଫ୍‍ରେ ପ୍ରବେଶ କରାଇବାରେ ବଟଲର୍‍ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବଟଲର୍‍ଙ୍କ ପଛକୁ ସଞ୍ଜୁ ସାମସନ (୪୨୧ ରନ) ରାଜସ୍ଥାନ ପାଇଁ ଦ୍ୱିତୀୟ ସର୍ବାଧିକ ରନ୍‍ ସଂଗ୍ରହକାରୀ ଖେଳାଳି ରହିଛନ୍ତି। ସେହିଭଳି ବୋଲିଂରେ ୟୁଜବେନ୍ଦ୍ର ଚହଲ ରାଜସ୍ଥାନ ପାଇଁ ସବୁଠାରୁ ସଫଳ ବୋଲର ରହିଛନ୍ତି। ସେ ୨୬ ୱିକେଟ୍‍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣଙ୍କ ନାମରେ ୧୫ ୱିକେଟ୍‍ ରହିଛି।
ଆଇପିଏଲ ୨୦୨୨ ଏଲିମିନେଟର : ଲକ୍ଷ୍ନୌ ବିପକ୍ଷରେ ରଜତ ପାଟିଦାରଙ୍କ ରନ୍‌ ବର୍ଷା, ବାଙ୍ଗଲୋରର ବିଶାଳ ସ୍କୋର୍‌
କୋଲକାତା : ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ବିଜୟ ପାଇଁ ୨୦୮ ରନ୍‌ର ଟାର୍ଗେଟ ଦେଇଛି। କୋଲକାତାର ଇଡେନ୍‌ ଗାର୍ଡେନରେ ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲୋକେସ୍‌ ରାହୁଲଙ୍କ ସୁପର୍‌ ଜିଆଣ୍ଟସ୍‌ । ଯାହା ଫଳରେ ପ୍ରଥମେ ବ୍ୟାଟିଂ ପଡିଆକୁ ଓହ୍ଲାଇଥିଲା ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ବର୍ଷା ବାଧାପ୍ରାସ୍ତ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ରନ୍‌ର ବର୍ଷା କରିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ବ୍ୟାଟର ରଜତ ପାଟିଦାର। ରଜତଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭର ଖେଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ୪ ୱିକେଟ ବିନିମୟରେ ୨୦୭ ରନ୍‌ର ବିଶାଳ ସ୍କୋର କରିଛି। ଯାହା ଫଳରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଦ୍ବିତୀୟ କ୍ୱାଲିଫାୟର ଖେଳିବାକୁ ହେଲେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ୨୦୮ ରନ୍‌ କରିବାକୁ ପଡିବ।
ଆଜିର ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୪ ରନ ସ୍କୋରରେ ଅଧିନାୟକ ଡୁ ପ୍ଲେସିସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରଜତ ପାଟିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ। କୋହଲି ୨୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମହିପାଲ ଲୋମରୋର ୧୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନରେ ୪ ଓ୍ଵିକେଟ୍ ହରାଇବା ପରେ କ୍ରିଜରେ ଜମି ରହିଥିବା ରତଜ ପାଟିଦାର ଏବଂ ଦିନେଶ କାର୍ତ୍ତିକ ଦଳର ଇନିଂସକୁ ଆଗକୁ ବଢାଇଥିଲେ।
ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ପାଟିଦାର ମାତ୍ର ୫୪ ବଲରୁ ୧୧୨ର ଅପରାଜିତ ଧୂଆଁଧାର ଶତକୀୟ ଇନିଂସ ଖେଳିଥିଲେ। ପାଟିଦାର ତାଙ୍କ ଇନିଂସରେ ୭ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ସେହିପରି କାର୍ତ୍ତିକ ୫ଟି ଚୌକା ଓ ୧ ଛକା ମାରିଛନ୍ତି।
ରାଜସ୍ଥାନକୁ ହରାଇ ଆଇପିଏଲ ଫାଇନାଲକୁ ଏଣ୍ଟ୍ରି ମାରିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ
କୋଲକାତା :ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ନବାଗତ ଗୁଜରାଟ ଟାଇଟାନ୍ସ। କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା  ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି ଗୁଜରାଟ ଟାଇଟନ୍ସ। ଡେଭିଡ୍ ମିଲରଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ(୬୮) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ ଇନିଂସ(୪୦) ଦମରେ ଗୁଜରାଟ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ଏହି ବିଜୟ ହାସଲ କରିଛି।
ଆଜିର ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରର ଖେଳ ଖେଳି ୪ ୱିକେଟ ବିନିମୟରେ ୧୮୮ ରନ୍‌ ସଂଗ୍ରହ କରିଥିଲା।ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦମଦାର ବ୍ୟାଟିଂ କରିଥିଲେ  ନିର୍ଭରଯୋଗ୍ୟ ବ୍ୟାଟର ଜସ ବଟଲର। ସେ ମାତ୍ର ୫୬ ବଲ ଖେଳି ୮୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଅଧିନାୟକ ସଞ୍ଜୁ ସାମସନ ୪୭ ରନ କରିଥିଲେ । ସେହିପରି ଦେବୀଦତ୍ତ ପଡ଼ିକଲ୍ଲ ୨୮ ରନ କରିଥିଲେ । ତେବେ ସିମରନ ହେଟମେୟର ଓ ରିୟାନ ପରାଗ ମାତ୍ର ୪ ରନ ଲେଖାଏଁ କରିଥିଲେ । ଗୁଜୁରାଟ ପକ୍ଷରୁ ମହମ୍ମଦ ସମି, ସାଇ କିଶୋର, ହାର୍ଦିକ ପାଣ୍ଡ୍ୟା ଓ ୟଶ ଦୟାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହାପରେ ଦ୍ବିତୀୟ ଇନିଂସରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଆଇପିଏଲ ୨୦୨୨ର ନବାଗତ ଟିମ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ। ବ୍ୟାଟିଂ କରିବାକୁ ଆସିବା ପରେ ପ୍ରଥମ ଓଭର ଦିତ୍ବୀୟ ବଲରେ ବିନା କୌଣସି ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। ରିଦ୍ଧିମାନ ଶାହା ବୋଲ୍ଟଙ୍କ ଶିକାର ହୋଇଥିଲେ । ଏହାପରେ କିନ୍ତୁ ଭଲ ବ୍ୟାଟିଂ କରିଥିଲା ଗୁଜରାଟ୍‌। ଶୁଭମାନ ଗିଲ୍ ଏବଂ ମାଥ୍ୟୁ ଓ୍ଵେଦ ପ୍ରତ୍ୟେକ ୩୫ ରନ ଲେଖାଏଁ କରିଥିଲେ । ଏଥିସହ  ଗୁଜରାଟ ଡେଭିଡ୍ ମିଲରଙ୍କ ଅପରାଜିତ ୬୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୪୦ ରନ ବଳରେ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ନିଜର ପଦାର୍ପଣ ସିଜିନରେ ଗୁଜରାଟ ଫାଇନାଲ୍‌ରେ ପହଞ୍ଚି ଥିବା ବେଳେ ରାଜସ୍ଥାନ ନିକଟରେ ଆଉ ଏକ ସୁଯୋଗ ରହିଛି। ଏଲିମିନେଟରର ବିଜେତା ଦଳ ସହ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ ରାଜସ୍ଥାନ ରୟାଲ୍ସ। ଉକ୍ତ ମ୍ୟାଚର ବିଜେତା ଦଳ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ।ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଏଲିମିନେଟର ମ୍ୟାଚରେ ବାଙ୍ଗାଲୋରକୁ ଭେଟିବ ଲକ୍ଷ୍ନୌ । ଏହି ମ୍ୟାଚ ମଧ୍ୟ କୋଲକାତାରେ ଖେଳାଯିବ । ଆସନ୍ତା ୨୭ ତାରିଖ ଦିନ ୨ୟ କ୍ବାଲିଫାୟର ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।
ଆଇପିଏଲ ୨୦୨୨ କ୍ୱାଲିଫାୟର-୧ : ଗୁଜରାଟ୍‌କୁ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ
କୋଲକାତା : ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରର ଖେଳ ଖେଳି ୪ ୱିକେଟ ବିନିମୟରେ ୧୮୮ ରନ୍‌ ସଂଗ୍ରହ କରିଛି।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ପୁଣି ଦମଦାର ବ୍ୟାଟିଂ କରିଛନ୍ତି ନିର୍ଭରଯୋଗ୍ୟ ବ୍ୟାଟର ଜସ ବଟଲର। ସେ ମାତ୍ର ୫୬ ବଲ ଖେଳି ୮୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଅଧିନାୟକ ସଞ୍ଜୁ ସାମସନ ୪୭ ରନ କରିଥିଲେ । ସେହିପରି ଦେବୀଦତ୍ତ ପଡ଼ିକଲ୍ଲ ୨୮ ରନ କରିଥିଲେ । ତେବେ ସିମରନ ହେଟମେୟର ଓ ରିୟାନ ପରାଗ ମାତ୍ର ୪ ରନ ଲେଖାଏଁ କରିଥିଲେ । ଗୁଜୁରାଟ ପକ୍ଷରୁ ମହମ୍ମଦ ସମି, ସାଇ କିଶୋର, ହାର୍ଦିକ ପାଣ୍ଡ୍ୟା ଓ ୟଶ ଦୟାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।