Manas Swai murder - The Sakala

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ଯା ମାମଲା: ସତ ଉକାଳିଲା ରାଜ ଓରଫ୍ ରଞ୍ଜନ‌, କ୍ରାଇମବ୍ରାଞ୍ଚ ଆଗରେ ହତ୍ଯାକାଣ୍ଡର ପୂରା କାହାଣୀ ବଖାଣିଲା
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଧୀରେଧୀରେ ପରଦା ଉଠୁଛି। ଆଜି ରିମାଣ୍ଡର ତୃତୀୟ ଦିନରେ ପହଞ୍ଚିଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଚାଲିଛି ଘନଘନ ଜେରା । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କ୍ରାଇମବ୍ରାଞ୍ଚ ଆଗରେ ସତ ବଖାଣିଛି ରଞ୍ଜନ। ମାନସକୁ  ଅପହରଣ କରିଥିବା ସ୍ବୀକାର କରିଛି ରଞ୍ଜନ। ପ୍ରଥମେ ମାସକୁ ଚାନ୍ଦବାଲି ପଳାସପୁରରୁ ଆପହରଣ କରାଯାଇଥିଲା। ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ କାରରେ ଅପହରଣ ହୋଇଥିଲା। ସାଙ୍ଗରେ ଥିଲେ ଝୁନା ଭୋଇ, ଭାଗ୍ଯଧର ନାୟକ ଓ ନୀଲୁ ଓରଫ ବିବେକ। ଅପହରଣ କରି ପ୍ରଥମେ ଭୁବନେଶ୍ବର ଦୟାଲ ଆଶ୍ରମ ଆଣିଥିଲେ। ଆଶ୍ରମରେ ମାନସକୁ ପ୍ରବଳ ମାଡ ମାରିଥିଲେ ନିରଞ୍ଜନ ବି ମାଡମାରିଥିବା ରଞ୍ଜନ କ୍ରାଇମବ୍ରାଞ୍ଚକୁ କହିଛି। ପ୍ରବଳ ମାଡରେ ମାନସର ମୃତ୍ଯୁ ଘଟିଥିଲା। ପରେ ମାନସର ମୃତଦେହକୁ ଶର୍ମିଷ୍ଠାଙ୍କ କାରରେ ନେଇଥିଲେ ନୟାଗଡ଼।ରଣପୁର ଥାନ ଅଞ୍ଚଳରେ ମାନସର ମୃତଦେହକୁ ପୋତି ଦେଇଥିଲେ। ମୃତଦେହକୁ ପୋତିବାରେ ବ୍ଯବହୃତ ଫାଉଡା ଓ ଗଇନ୍ତି ମଧ୍ଯ ଜବତ କରିଛି କ୍ରାଇମବ୍ରାଞ୍ଚ ।  ମୃତଦେହକୁ ପୋତି ଫେରିବା ବେଳେ ମାନସଙ୍କ ଜିନିଷପତ୍ର ପୋଡିଥିଲେ। ଚଣ୍ଡିଖୋଲଠାରୁ ୨କିମି ଦୂରରେ ମାନସର ବିଭିନ୍ନ ସାମଗ୍ରୀ ପୋଡାଯାଇଥିଲା। ମୋବାଇଲ ଇଅର ଫୋନ, ଚପଲ ଓ ମୃତଦେଦ ଭରିଥିବା ଅଖା ବସ୍ତା ପୋଡିଥିଲେ। ରଞ୍ଜନର ସୂଚନା ମୁତବାକ ତଦନ୍ତକାରୀ ଟିମ  ଆଜି ପୋଡ଼ା ସ୍ଥାନକୁ ଯାଇଥିଲେ। ସେଠାରୁ ଦରପୋଡ଼ା ଇଅରଫୋନ୍‌ , ଚପଳ, ଅଖା ବସ୍ତା ଓ ଶାଢୀ ମଧ୍ଯ ଜବତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମାନସଙ୍କୁ ଅପହରଣ ସମୟରେ ଉକ୍ତ ଗାଁରେ ଏକ ବାହାଘର ଚାଲିଥିଲା । ଯାହର ଫାଇଦା ଉଠାଇ ମାନସଙ୍କୁ ମାଡମାରିବା ସହ ଅପହରଣ କରିଥିଲେ ଅଭିଯୁକ୍ତମାନେ ।

ଚାନ୍ଦବାଲି ପୁଲିସକୁ ଆଉ ଏକ ସଫଳତା, ଗିରଫ ହେଲା ମାଷ୍ଟର ମାଇଣ୍ଡ ଶର୍ମିଷ୍ଠାର ଭାଇ ପରମେଶ୍ୱର
ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୁଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ଚାନ୍ଦବାଲି ପୁଲିସ। ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୁଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର ।

ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୁଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୁଲିସ ।ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାର କରାଇ ଦେଇଥିବା ପୁଲିସକୁ ସୁରାକ୍ ମିଳିଛି । ଆନ୍ଧ୍ର ବିଜୟୱାଡାରେ ଥାଇ ଶର୍ମିଷ୍ଠାଙ୍କୁ ଲୁଚିବାରେ ସେ ସହାୟତା କରୁଥିଲେ । ଏହାସହ ତାଙ୍କ ଆକଉଂଟକୁ ଟଙ୍କା ଟ୍ରାନ୍ସଫର କରି ପ୍ରୋତ୍ସାହନ କରିଥିଲେ ବୋଲି ବିଜୟୱାଡାରୁ ଓଡିଶା ପୁଲିସ ଜାଣିବାକୁ ପାଇଛି ।ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ମୋବାଇଲକୁ ଟ୍ରାକ କରି ପୋଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇବାକୁ ଉଦ୍ୟମ କରୁଛି । ତେବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ଅତି ସର୍ନ୍ତପଣରେ ମୋବାଇଲ ବ୍ୟବହାର କରୁଥିବା ପୁଲିସ ଅନୁମାନ କରୁଛି ।

ମାନସ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ଭଦ୍ରକ ଏସ୍‌ପି ୪ଟି ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ରାଉରକେଲା, ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଦିଲ୍ଲୀ ଓ କୋଲକାତା ଯାଇଥିଲା। ତେବେ ରାଉରକେଲାରୁ ପୁଲିସ୍‌ ଖାଲି ହାତରେ ଫେରିଥିବା ବେଳେ ବିଜୟୱାଡ଼ାରୁ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରକୁ ଉଠାଇ ଆଣିଛି। ହେଲେ ଏହି ଜଘନ୍ୟ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ କିଛି ପତ୍ତା ପାଉନି ପୁଲିସ । କେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି ।