chief justice of india - The Sakala

ମୋ ଅଧିକାର ସହ ଖେଳ ନାହିଁ, କାହିଁକି ରାଗିକରି ଏପରି କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ମଙ୍ଗଳବାର ସକାଳେ ସୁପ୍ରିମକୋର୍ଟରେ ଏପରି କିଛି ଘଟିଥିଲା ଯେଉଁଥିରେ ରାଗିଯାଇଥିଲେ। ରାଗି ଯିବା ପରେ ଜଣେ ଓକିଲଙ୍କୁ ଭର୍ତ୍ସନା କରିବା ସହ ଅସନ୍ତୋଷ ବ୍ୟକ୍ତ କରି ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ଓକିଲଙ୍କୁ କହିଥିଲେ ଯେ ‘ମୋର ଅଧିକାର ସହ ଖେଳ ନାହିଁ’। ତେବେ କଣ ପାଇଁ ରାଗିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ? କାହିଁକି ଓକିଲଙ୍କୁ ଭର୍ତ୍ସନା କଲେ?

ତେମେ ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସୁପ୍ରିମକୋର୍ଟରେ ପାଖାପାଖି ୧୦୦ ମାମଲାର ଣୁଣାଣି କରନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ବେଞ୍ଚ ଏହି କାମ କରୁଥିବା ବେଳେ ଜଣେ ଓକିଲ ନିଜ ମାମଲାର ଶୀଘ୍ର ଶୁଣାଣି ପାଇଁ କହିଥିଲେ। ଏହାପରେ ପ୍ରଧାନ ବିଚାରପତିଙ୍କ କହିଥିଲେ କି ତାଙ୍କ ମାମଲାଟି ଏପ୍ରିଲ ୧୭ ତାରିଖର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇସାରିଛି। ଥରେ ମନା କରିବା ପରେ ମଧ୍ୟ ଯେତେବେଳେ ସେହି ଓକିଲ ଜଣଙ୍କ ରାଜି ହୋଇନଥିଲେ, ଏହାକୁ ନେଇ ପ୍ରଧାନ ବିଚାରପତି ରାଗିଯାଇଥିଲେ।

The counsel had asked CJI DY Chandrachud if he could mention the matter before a different bench.

CJI DY Chandrachud: Do not play these tricks with me. You can’t mention it here and then elsewhere for an earlier date.#SupremeCourt #SupremeCourtOfIndia

— Live Law (@LiveLawIndia) April 11, 2023

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡଙ୍କ ବେଞ୍ଚରେ ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଅନ୍ତର୍ଭୁକ୍ତ ଥିଲେ। ଏହି ବେଞ୍ଚ ମାମଲା ଶୁଣାଣି କରିବା ସମୟରେ ଉକ୍ତ ଓକିଲ ନିଜ ମାମଲାର ତ୍ବରିତ ଶୁଣାଣି ପାଇଁ କହିଥିଲେ।ତେବେ ପ୍ରଧାନ ବିଚାରପତି ଏହି ମାମଲା ଏପ୍ରିଲ୍ ୧୭ରେ ଶୁଣାଣି କରିବାକୁ ପୂର୍ବରୁ ହିଁ ତାଲିକାଭୁକ୍ତ କରିସାରିଥିଲେ । ତଥାପି ଓକିଲ ଶୀଘ୍ର ତାରିଖ ଦେବାକୁ ଦାବି କରିଥିଲେ । ପ୍ରଧାନ ବିଚାରପତି ତାଙ୍କୁ ମନା କରିଥିଲେ ମଧ୍ୟ ଓକିଲ ଜଣକ ରାଜି ହୋଇନଥିଲେ ।ପ୍ରଧାନ ବିଚାରପତି ଓକିଲଙ୍କୁ କହିଥିଲେ, ଆମେ ୧୭ ଏପ୍ରିଲ୍ ତାରିଖ ଦେଉଛୁ । ୧୭ ତାରିଖ ଦିନ ଏହାର ଶୁଣାଣି ହେବ  ଆଗୁଆ ଡେଟ୍ ପାଇଁ ଏହାକୁ ଅନ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରନ୍ତୁ ନାହିଁ ।

ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ତାଙ୍କୁ ବୁଝାଇବା ପରେ ମଧ୍ୟ ସେ ରାଜି ହୋଇ ନଥିଲେ। ଓକିଲ ଜଣଙ୍କ କହିଥିଲେ ମୋତେ କ୍ଷମା କରନ୍ତୁ, ଆପଣ ଯଦି ଆଜି ଶୁଣାଣି କରିବେ ନାହିଁ ତେବେ ମତେ ଅନୁମତି ଦିଅନ୍ତି। ମୁଁ ଏହି ମାମଲାକୁ ଅନ୍ୟ କୌଣସି ବେଞ୍ଚ ଆଗରେ ଉପସ୍ଥାପନ କରିବି। ଯାହା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ରାଗିଯାଇଥିଲେ।

ଓକିଲଙ୍କୁ ଭର୍ତ୍ସନା କରି ପ୍ରଧାନ ବିଚାରପତି କହିଥିଲେ ଯେ ତୁମେ ମଧ୍ୟ ମୋତେ କ୍ଷମା କର, କିନ୍ତୁ ମୋର ଅଧିକାର ସହ ଖେଳ ନାହିଁ। ମୋ ସହିତ କୌଣସି ଖେଳ ଖେଳନ୍ତୁ ନାହିଁ । ଆପଣଙ୍କୁ ଏକ ନିଦ୍ଧିଷ୍ଟ ତାରିଖ ଦିଆଯାଇ ସାରିଛି। ଏହି ମାମଲକୁ ଆଉ କୌଣସି ବେଞ୍ଚକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ।

ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ, ନଭେମ୍ବର ୯ରେ ନେବେ ଦାୟିତ୍ଵ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ। ଆଜି ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଏହି ପଦରେ ତାଙ୍କୁ ନିଯୁକ୍ତ ଦେଇଛନ୍ତି। ବିଚାରପତି ଚନ୍ଦ୍ରଚୂଡ ନଭେମ୍ବର ୯ରେ ନିଜର ପଦଭାର ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ୟୁୟୁ ଲଳିତ ଗତ ମଙ୍ଗଳବାର ନିଜର ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଥିଲେ।ଜଷ୍ଟିସ ଚନ୍ଦ୍ରଚୂଡ଼ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ସେ ଆଗାମୀ ଦୁଇ ବର୍ଷ ପାଇଁ ପ୍ରଧାନ ବିଚାରପତି ଦାୟିତ୍ବରେ ରହିବେ । ୨୦୨୪ ନଭେମ୍ବର ୧୦ରେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ କାର୍ଯ୍ୟରୁ ଅବସର ନେବେ।

In exercise of the power conferred by the Constitution of India, Hon'ble President appoints Dr. Justice DY Chandrachud, Judge, Supreme Court as the Chief Justice of India with effect from 9th November, 22.

— Kiren Rijiju (@KirenRijiju) October 17, 2022

ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ୧୯୫୯ ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ଏଲଏଲବି କରିବା ପରେ ହାଭାର୍ଡ ବିଶ୍ଵ ବିଦ୍ୟାଳୟରୁ ଏଲଏଲଏମ ଏବଂ ନ୍ୟାୟିକ ବିଜ୍ଞାନରେ ଡକ୍ଟରେଟ୍(ଏସଜେଡି) କରିଛନ୍ତି। ସେ ଅନେକ ଆଇନ ବିଦ୍ୟାଳୟ, ସଂସ୍ଥା ଏବଂ ବିଶ୍ଵ ବିଦ୍ୟାଳୟରେ ଶିକ୍ଷାଦାନ ଦେଇ ସାରିଛନ୍ତି। ସେ ଭାରତର ଅନେକ ନ୍ୟାୟାଳୟରେ ଆଇନଜୀବୀ ଭାବେ କାମ କରିଛନ୍ତି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ପଶ୍ଚିମବଙ୍ଗ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରିଛନ୍ତି।

୧୯୯୮ରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ବରିଷ୍ଠ ଆଇନଜୀବୀ(ସିନିୟର ଆଡଭୋକେଟ୍) ଭାବେ ନାମିତ ହୋଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାମ କରିଛନ୍ତି। ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଏବଂ ୨୦୧୩ ଅକ୍ଟୋବରରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି
ପୁରୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି. ରମନ୍ନା ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶନିବାର ସକାଳେ ପ୍ରଧାନ ବିଚାରପତି ସିଂହଦ୍ବାରରେ ପହଞ୍ଚିବା ପରେ ସେଠାରେ ୫-ଟି ସଚିବ ଭି. କେ. ପାଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି ଡ. କନଓ୍ବର ବିଶାଲ ସିଂ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ପାରମ୍ପରିକ ମଠା ପରିଧାନ କରିଥିବା ପ୍ରଧାନ ବିଚାରପତି ବାଇଶି ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରାୟ ୪୫ ମିନିଟ ସେ ଶ୍ରୀମନ୍ଦିରରେ ବିତାଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ବୁଲି ଦେଖିଥିଲେ।

ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ତା ରଜତ ପ୍ରତିହାରୀ ବିଭିନ୍ନ ମନ୍ଦିର ସମ୍ପର୍କରେ ବୁଝାଇ କହିଥିଲେ। ପ୍ରଧାନ ବିଚାରପତି ଶ୍ରୀମନ୍ଦିର ବିଭିନ୍ନ ଦ୍ବାରର ରୂପା ଛାଉଣୀ କାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ। ଏହାଛଡା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ ହେରିଡେଜ କରିଡର କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ପ୍ରଶାସକ ତାଙ୍କୁ ଅବଗତ କରାଇଥିଲେ। ପ୍ରଧାନ ବିଚାରପତିଙ୍କ ସହିତ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲିଧର, ପୁରୀ ଜିଲ୍ଲା ଜଜ୍, ଏଏସ୍ଆଇର ଅଧିକ୍ଷକ ଅରୁଣ କୁମାର ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍.ଭି ରମନା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଏନ୍.ଭି ରମନା । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର ମାରିଛନ୍ତି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଗାଜେଟ ପ୍ରକାଶ ପାଇଛି। ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା। ଜଷ୍ଟିସ୍ ରମନାଙ୍କୁ ୪୮ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଏପ୍ରିଲ ୨୩ରେ ଅବସର ନେବେ ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସ. ଏ. ବୋବଡେ।

ସୂଚନା ଅନୁଯାୟୀ, ୨୦୦୦ ମସିହାରେ ଜଷ୍ଟିସ ରମନା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭବାରେ ନିଯୁକ୍ତି ପାଇଥିଲେ । ୨୦୧୩ରେ ସେ ଆନ୍ଧ୍ର ହାଇକୋର୍ଟରେ ଦୁଇ ମାସ କାର୍ଯ୍ଯକାରୀ ମୁଖ୍ୟ ବିଚାରପତି ଥିଲେ । ୨୦୧୩ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଜଷ୍ଟିସ ରମନା । ୨୦୧୪ ଫେବ୍ରୁଆରୀ ୧୭ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା।

ଦୁଷ୍କର୍ମକାରୀକୁ ବିବାହ କରିବାକୁ କେବେ ଦେଇନୁ ପ୍ରସ୍ତାବ, ଭୁଲ ରିପୋଟିଂ ହୋଇଛି : ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ
ନୂଆଦିଲ୍ଲୀ : ବଳାତ୍କାର ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କହିଥିବା ବିବାଦ ଉପରେ ପ୍ରଧାନ ବିଚାରପତି ଏସ୍ ବୋବଡେ ନିଜର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ ହୋଇଥିବା ବଳାତ୍କାର ମାମଲାର ଶୁଣାଣି ସମୟରେ ତାଙ୍କର ମନ୍ତବ୍ୟର ଭୁଲ ରିପୋର୍ଟିଂ କରାଯାଇଛି। ପ୍ରଧାନ ବିଚାରପତି କହିଛନ୍ତି ଯେ ଅଦାଲତ ଓ ଏକ ସଂସ୍ଥା ଭାବେ ଆମେ ସର୍ବଦା ମହିଳାଙ୍କ ସମ୍ମାନ କରିଆସିଛୁ

ମିଡିଆ ଏହି ମାମଲାରେ କୋର୍ଟଙ୍କ ଟିପ୍ପଣୀକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଲା । ଏହା କାରଣରୁ ବିବାଦ ସୃଷ୍ଟି ହେବା ସହିତ ଅଦାଲତର ଛବି ଖରାପ ହୋଇଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଆମେ ସେହି ଶୁଣାଣିରେ ମଧ୍ୟ କୌଣସି ପରାମର୍ଶ ଦେଇନାହୁଁ । ଆମେ କେବଳ ଅଭିଯୁକ୍ତକୁ ପ୍ରଶ୍ନ କରିଥିଲୁ ଯେ କଣ ତୁମେ ପିଡୀତାକୁ ବିବାହ କରିବ ? ଏହି ମାମଲାରେ ସମ୍ପୂର୍ଣ୍ଣ ରୂପେ ଭୁଲ ରିପୋର୍ଟିଂ କରାଯାଇଛି ।

ପ୍ରଧାନ ବିଚାରପତି କହିଛନ୍ତି ଗୋଟିଏ ସଂସ୍ଥା ଓ ଅଦାଲତ ରୂପେ ଆମର ସର୍ବଦା ନାରୀତ୍ବ ପ୍ରତି ସର୍ବୋଚ୍ଚ ସମ୍ମାନ ରହିଛି ।ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଶୁଣାଣି ସମୟରେ ଅଭିଯୁକ୍ତକୁ ଆଶ୍ଚର୍ଯ୍ୟ କରିବା ଭଳି ପ୍ରଶ୍ନ ପଚାରିଥିଲେ ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହାରାଷ୍ଟ୍ରର ଜଣେ ସରକାରୀ କର୍ମଚାରୀ । ସୁପ୍ରିମକୋର୍ଟ ତାଙ୍କୁ ପଚାରିଥିଲେ ଯେ କଣ ସେ ପୀଡିତାଙ୍କୁ ବିବାହ କରିବେ?

ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ, ଏକ ୧୪ ବର୍ଷ ବୟସ୍କା ବଳାତ୍କାର ପୀଡିତା ଗର୍ଭବତୀର ୨୬ ସପ୍ତାହର ଗର୍ଭସ୍ଥ ଶିଶୁକୁ ଗର୍ଭପାତ କରାଯିବା ଏକ ମାମଲାର ଶୁଣାଣି କରୁଥିଲେ। ଏହି ବେଞ୍ଚରେ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମସୁବ୍ରହ୍ମଣନ୍ ମଧ୍ୟ ସାମିଲ ହୋଇଥିଲେ। ଏହି ସମୟରେ ଏହି ପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନ ବିଚାରପତି।  ସୂଚନାଯୋଗ୍ୟଯେ, ସିପିଆଇ (ଏମ) ନେତା ବୃନ୍ଦା କାରାତ ମଧ୍ୟ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ପ୍ରଧାନ ବିଚାରପତିଙ୍କୁ ଦାବି କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ମାମଲାର ପ୍ରସଙ୍ଗରେ ସେ ଅଭିଯୋଗକାରୀଙ୍କୁ ବିବାହ କରିବେ କି? ବୋଲି ଆବେଦନକାରୀକୁ ଏପରି ପଚାରିଥିଲେ। କାରଣ ଅଭିଯୁକ୍ତ ପ୍ରତିଶ୍ରୁତି ଦେଇଥିଲା ଯେ ସେ ୧୮ ବର୍ଷ ବୟସ ପରେ ନାବାଳିକାକୁ ବିବାହ କରିବ ବୋଲି। ଏହି ସମୟ ମଧ୍ୟରେ ବେଞ୍ଚ କହିଛନ୍ତି ଯେ ଆମେ କୌଣସି ପ୍ରକାର ଚାପ ସୃଷ୍ଟି କରି ନଥିଲୁ।

ସୂଚନାଯୋଗ୍ୟଯେ, ପୂର୍ବରୁ ଏକ ବଳାତ୍କାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ତିନି ଜଣିଆ ବେଞ୍ଚ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ ସେ ପୀଡିତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି କି? ଏହି ମାମଲା ସାମ୍ନାକୁ ଆସିବା ପରେ ବହୁ ମହିଳା ଅଧିକାର ସଂଗଠନ, ବୁଦ୍ଧିଜୀବୀ, ଲେଖକ ଏବଂ ବିଶିଷ୍ଟ ନାଗରିକମାନେ ଚିଠି ଲେଖି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।