Manas Swain Murder Case - The Sakala

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା ଖୋଲିଲେ ‘ମେମୋରୀ ଚିପ୍‍’ର ଗୁମର
ଭୁବନେଶ୍ୱର/ନୟାଗଡ଼: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‍ବ୍ରାଞ୍ଚ ଆଗରେ ‘ମେମୋରୀ ଚିପ୍‍’ର ରହସ୍ୟ ଖୋଲିଛନ୍ତି ଶର୍ମିଷ୍ଠା ରାଉତ। ପୁରା ହତ୍ୟାକାଣ୍ଡର ନକ୍ସା ସେ ପ୍ରସ୍ତୁତ କରିଥିଲେ ଓ ନିରଞ୍ଜନ ସେଠୀ ନିର୍ଦ୍ଦେଶକ ଭାବରେ ଏହାକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ଝୁନା, ରଞ୍ଜନ ଓ ଅନ୍ୟମାନେ ଥିଲେ ସହ କଳାକାର। ଗିରଫ ହେବା ପରେ ଶର୍ମିଷ୍ଠା ଓ ଝୁନାଙ୍କୁ ମୁହାଁମୁହିଁ ଜେରା କରିବା ବେଳେ ଶର୍ମିିଷ୍ଠା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ‘ମୋମେରୀ ଚିପ୍‍’ରେ ନିରଞ୍ଜନଙ୍କର କିଛି ଆପତ୍ତିଜନକ ଭିଡ଼ିଓ ଥିବା ସେ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଥିବା ଜଣାପଡ଼ିଛି।

୩ ଦିନିଆ ରିମାଣ୍ଡରେ ଥିବା ଶର୍ମିଷ୍ଠାଙ୍କଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି କ୍ରାଇମବ୍ରାଞ୍ଚ। ମେମୋରି ଚିପରେ ନିରଞ୍ଜନଙ୍କ ଭିଡିଓ ଥିବା ସେ ସ୍ୱୀକାର କରିଥିଲେ ହେଁ ଭିଡ଼ିଓ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି କହି ନାହାନ୍ତି। ଫଳରେ ମେମୋରୀ ଚିପ୍‍ରେ କିଛି ଆପତ୍ତିଜନକ ଘଟଣାର ରେକର୍ଡ଼ିଂ ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରିଛି। ଆଗକୁ ରିମାଣ୍ଡ ଅବଧି ୨ଦିନ ଥିବା ବେଳେ କ୍ରାଇମବ୍ରାଞ୍ଚ ସତ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି। ମେମୋରୀ ଚିପର ମୂଳ ଖୋଜି ଖୋଜି ନାକେଦମ କ୍ରାଇମବ୍ରାଞ୍ଚକୁ ଏହାର ସୁରାକ ମିଳିନାହିଁ। ଯେଉଁଥିପାଇଁ ଜଣେ ଯୁବକକୁ ହତ୍ୟା କରାଯାଇଛି ସେହି ଚିପ୍‍ ରେ କି ଦୃଶ୍ୟ ରହିଛି ତାହା ଏବେ ବି କ୍ରାଇମବ୍ରାଞ୍ଚ ପାଇଁ ଅବୋଧ୍ୟ ରହିଛି। ୩ ଦିନିଆ ରିମାଣ୍ଡ ଅବଧି ଭିତରେ ଶର୍ମିଷ୍ଠା ରାଉତ ଓ ଝୁନା ତଦନ୍ତକାରୀ ଅଧିକାରୀଙ୍କୁ ଭୁଆଁ ବୁଲାଇଥିଲେ। ଏବେ ପୁଣି ୩ଦିନିଆ ରିମାଣ୍ଡରେ ଆଣି ଶର୍ମିଷ୍ଠା ଏବଂ ଝୁନାଙ୍କୁ ମୁହାଁମୁହିଁ ମାରାଥନ୍‍ ଜେରା କରାଯାଇଛି। ଗୋଟିଏ ଟେବୁଲରେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଭୋଇଙ୍କୁ ବସାଇ ମୁହାଁମୁହଁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ। ପୂର୍ବରୁ ମିଛ କହୁଥିବା ଶର୍ମିଷ୍ଠାଙ୍କଠାରୁ ଶେଷରେ ସତ ଉଗାଳିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। କିନ୍ତୁ ଶର୍ମିଷ୍ଠା ମଝିରେ ମଝିରେ ଓଲଟାପାଲଟା କଥା କହୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏହି ମେମୋରୀ ଚିଫ୍‍ରେ କଣ ଥିଲା, ସେ ବିଷୟରେ ଶର୍ମିଷ୍ଠା ଏବଂ ଝୁନାଙ୍କୁ ମଙ୍ଗଳବାର ଜେରା କରାଯିବ।

ଅନ୍ୟପଟରେ ସମ୍ପୂର୍ଣ୍ଣ ଅଫିସରୁ ଜବତ କମ୍ପ୍ୟୁଟରରୁ କିଛି ତଥ୍ୟ ମିଳିଛି। କ୍ରାଇମ୍‍ବ୍ରାଞ୍ଚ ସମସ୍ତଙ୍କୁ ଗିରଫ କରିବା ପୂର୍ବରୁ ଉକ୍ତ କମ୍ପ୍ୟୁଟରରୁ ୬୨ଟି ଫାଇଲ୍‍କୁ ନଷ୍ଟ କରାଯାଇଛି। ତେଣୁ କମ୍ପ୍ୟୁଟରକୁ ଜବତ କରାଯିବା ପରେ ଡିଲିଟ୍‍ କରାଯାଇଥିବା ଫାଇଲ୍‍କୁ ପୁନଃ ଫେରାଇ(ରିକ୍‍ଭରୀ) କରାଯାଇଛି। ସେହିପରି ଜବତ ଡାଏରୀ ସମ୍ପର୍କରେ ମଧ୍ୟ ତଥ୍ୟ ଦେଇଛନ୍ତି ଶର୍ମିଷ୍ଠା। ନିରଞ୍ଜନ ଉକ୍ତ ଡାଏରୀରେ ତାଙ୍କ ପାଇଁ ପ୍ରେମ କବିତା ଲେଖୁଥିଲେ ଓ ଏହାକୁ ପଢ଼ିବା ପାଇଁ ଶର୍ମିଷ୍ଠାକୁ ଦେଇଥିଲେ ନିରଞ୍ଜନ। ହେଲେ ମାନସ ହତ୍ୟା ପରେ ଉକ୍ତ ଡାଏରୀ ତାଙ୍କ ଘରେ ରହିଯାଇଥିଲା। ଏହି ଡାଏରୀରେ ମଧ୍ୟ ଫିଲ୍ମ ସୁଟିଂର ସ୍କ୍ରିପ୍ଟ ଲେଖାଯାଇଛି। ତେଣୁ କେଉଁ ପ୍ରକାର ପିଲ୍ମ ସୁଟିଂ ପାଇଁ ସ୍କ୍ରିପ୍ଟ ଲେଖାଯାଇଥିଲା, ତାହାର ଖୋଳତାଡ଼ କରୁଛି କ୍ରାଇମ୍‍ବ୍ରାଞ୍ଚ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଜବତ ହୋଇଥିବା ଇଅର ଫୋନ୍‍, ଚପଲକୁ ଚିହ୍ନଟ କରିବା ପାଇଁ ମାନସଙ୍କ ଘର ଗୋଡ଼ିପୋଖରୀରେ ଅପରାହ୍ନରେ ପହଞ୍ଚିଥିଲା। କ୍ରାଇମ୍‍ବ୍ରାଞ୍ଚର ୫ଜଣିଆ ଟିମ୍‍ ମାନଙ୍କ ପରିବାରକୁ ଭେଟିଥିଲେ। ମାନସଙ୍କ ମା’ ଜୟନ୍ତୀ, ସ୍ତ୍ରୀ ଜମୁନା ଓ ଭାଇ ରାକେଶ ସ୍ୱାଇଁ ଏହାକୁ ମାନସଙ୍କର ବୋଲି ଚିହ୍ନଟ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ମା’। ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନେ ସମ୍ପୃକ୍ତ ରହିଥିବାରୁ ନିରପେକ୍ଷ ତଦନ୍ତ ହେଉନି। ତେଣୁ ତାଙ୍କ ପୁଅର ନ୍ୟାୟ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ତାଙ୍କ ମା’ କହିଛନ୍ତି।

ମାନସ ସ୍ବାଇଁ ହତ୍ୟା ମାମଲା : ଖୋଲିବ ମେମୋରି ଚିପ୍‌ ରହସ୍ୟ, ସତ ଜାଣିବାକୁ ଆସନ୍ତାକାଲି ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିପାରେ କ୍ରାଇମବ୍ରାଞ୍ଚ
ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଆଉ ତିନି ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ଆଜି ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ। ଶର୍ମିଷ୍ଠାଙ୍କ ସହିତ ଅନ୍ୟତମ ଅଭିଯୁକ୍ତ ଝୁନା ଭୋଇଙ୍କୁ ମଧ୍ୟ ପୁଣି ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମ୍‌ବ୍ରାଞ୍ଚ। ଚାନ୍ଦବାଲି ଜେଏମଏଫସି କୋର୍ଟ ଉଭୟଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି । ସେହିଭଳି ଏହି ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଜେଲ ପଠାଇଛନ୍ତି କୋର୍ଟ ।

ମାନସ ମୃତ୍ୟୁ ମାମଲାରେ ଖୋଳତାଡ ପାଇଁ ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ଶର୍ମିଷ୍ଠା ଓ ଝୁନାଙ୍କ ରିମାଣ୍ଡ ଆବେଦନକୁ ଅନୁମତି ଦେଇଛନ୍ତି ।ରିମାଣ୍ଡରେ ଆଣି କ୍ରାଇମବ୍ରଞ୍ଚ ଅନେକ ଦିଗକୁ ନେଇ ପଚରାଉଚରା କରିବ । ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ । ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଂଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ

ଅନ୍ୟପଟେ ଯେଉଁଥି ପାଇଁ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟିଲା ସେହି ମେମୋରି ଚିପ୍‌ କୁଆଡେ ଗଲା ତାହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକ ତନାଘନା କରୁଛି। କ୍ୟାମେରାମ୍ୟାନ ମାନସ ସ୍ବାଇଁକୁ ହତ୍ୟା କରିଥିବା ନେଇ ଅଭିଯୁକ୍ତମାନେ ଜେରା ସୟମରେ ମାନିଥିବା ବେଳେ ମେମୋରି ଚିପ୍‌ କୁଆଡେ ଗଲା ତାହା କହୁନାହାନ୍ତି। କ୍ରାଇମବ୍ରାଞ୍ଚ ଜେରା ସମୟରେ ମେମୋରି ଚିପ୍‌ ନେଇ ଜାଣିବାକୁ ଚାହିଁଥିଲେ ମଧ୍ୟ ମୁହଁ ଖୋଲିନାହିଁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଏଣୁ ପୁଲିସ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନାଙ୍କ ପଲିଗ୍ରାଫ ଟେଷ୍ଟ କରିପାରେ । ଆସନ୍ତାକାଲି ଉଭୟଙ୍କ ପଲିଗ୍ରାଫ୍‌ ଟେଷ୍ଟ ହୋଇପାରେ।ମେମୋରି ଚିପ୍‌ ସମ୍ପର୍କରେ ଜାଣିବାକୁ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ କରିବ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସ୍ୱୀକାର କଲେ ନିରଞ୍ଜନ, କ୍ରାଇମବ୍ରାଞ୍ଚ ଆଗରେ ବଖାଣିଲେ ସବୁ ଘଟଣା
ଭୁବନେଶ୍ବର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ସାରା ଚର୍ଚ୍ଚା ଲାଗିରହିଛି। କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଥିବା ବେଳେ ଆଜି ରିମାଣ୍ଡର ପଞ୍ଚମ ତଥା ଶେଷ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍‌ ଅଫିସର ନିରଞ୍ଜନ ସେଠୀ ଆଜି ରିମାଣ୍ଡର ଶେଷ ଦିନରେ ସତ ମାନିଥିବା କ୍ରାଇମ୍‌ବ୍ରାଞ୍ଚ କହିଛି ।

କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍‌ ଆଜି ଉଭୟ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସିନ୍‌ ରିକ୍ରିଏଟ୍‌ କରାଯାଇଥିଲା। ଏହି ସମୟରେ ଅଭିଯୁକ୍ତ ଶର୍ମିଷ୍ଠା ଓ ନିରଞ୍ଜନ ହତ୍ୟାର ଡେମୋ ଦେଖାଇଥିଲେ। ଜେରା ବେଳେ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ସତ ମାନିଛନ୍ତି ନିରଞ୍ଜନ । ସମ୍ପୂର୍ଣ୍ଣ ଅଫିସକୁ ବି ରିତିମତ ଯାଉଥିବା ସେ ମାନିଛନ୍ତି । ଫେବୃଆରୀ ୭ ତାରିଖ ସନ୍ଧ୍ୟାରେ ସମ୍ପୂର୍ଣ୍ଣା ଅଫିସ୍‌କୁ ନିରଞ୍ଜନ ଆସିଥିଲେ । ସେହି ସମୟରେ ଶର୍ମିଷ୍ଠା, ଝୁନା ଏବଂ ଝୁନାର ସ୍ୱାମୀ ରାଜ୍ ସେଠାରେ ଥିଲେ । ଶର୍ମିଷ୍ଠାଙ୍କ ଉାଉଜ ଏବଂ ଜଣେ କମ୍ପମ୍ୟୁଟର ଅପରେଟର ମଧ୍ୟ ସେଠାରେ ଥିଲେ । ଦୟାଲ୍‌ ଆଶ୍ରମରୁ ମାନସଙ୍କୁ ସମ୍ପୂର୍ଣ୍ଣା ଅଫିସ୍‌କୁ ଆଣାଯାଇଥିଲା । ସେଠାରେ ନିରଞ୍ଜନ ମଧ୍ୟ ମାନସକୁ ପିଟିଥିବା କ୍ରାଇମ୍‌ବ୍ରାଞ୍ଚ ଆଗରେ ସ୍ୱିକାର କରିଛନ୍ତି । ରାତି ୧୦ଟା ବେଳକୁ ନିରଞ୍ଜନ ସମ୍ପୂର୍ଣ୍ଣା ଅଫିସ୍‌ରୁ ଚାଲି ଯାଇଥିବା କ୍ରାଇମ୍‌ବ୍ରାଞ୍ଚ କହିଛି ।

କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟ ଅନୁଯାୟୀ, ଏହି ହତ୍ୟାକାଣ୍ଡ ଘଟଣାରେ ନିରଞ୍ଜନ ସେଠୀ ଅନେକ କଥା ସ୍ୱୀକାର କରି ସାରିଛନ୍ତି।କ୍ରାଇମବ୍ରାଞ୍ଚକୁ ନିରଞ୍ଜନ ଦେଇଥିବା ସୂଚନା ଅନୁଯାୟୀ, ଫେବ୍ରୁଆରୀ ୮ ତାରିଖରେ ଶର୍ମିଷ୍ଠା ତାଙ୍କୁ ତାଙ୍କ ପ୍ରଶାନ୍ତି ବିହାର ସ୍ଥିତ ଘରେ ଆସି ସାକ୍ଷାତ କରିଥିଲେ। ସେତେବେଳେ ନିରଞ୍ଜନ ତାଙ୍କୁ ୧୦ ହଜାର ଟଙ୍କା ଦେବା ସହିତ ଏକ ଗାଡ଼ି ବ୍ୟବସ୍ଥା କରି ଦେଇଥିଲେ। ସେହି ଗାଡ଼ିରେ ଶର୍ମିଷ୍ଠା ଓ ଝୁନା ପ୍ରଥମେ ଯାଜପୁରର କାଳିଆପାଣି ସ୍ଥିତ ତାଙ୍କ ଶାଶୁ ଘରକୁ ପଳାଇ ଯାଇଥିଲେ।

ଅନ୍ୟପଟେ ଆଜି ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ସଂପୂର୍ଣ୍ଣ କାର୍ଯ୍ୟାଳୟକୁ ନେଇ ହତ୍ୟାର ଡେମୋ ଦେଖିଥିଲା କ୍ରାଇମବ୍ରାଞ୍ଚ। କ୍ରାଇମ୍‌ ରିକ୍ରିଏସନ୍‌ ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିଲେ। କ୍ରାଇମ୍‌ ସିନ ରିକ୍ରିଏସନ ପରେ ନିରଞ୍ଜନଙ୍କୁ କଟକସ୍ଥିତ କ୍ରାଇମ୍‌ବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ଅପରପକ୍ଷେ ଶର୍ମିଷ୍ଠାଙ୍କୁ ତାଙ୍କର ଫ୍ଲାଟକୁ ନିଆଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର କର୍ମଚାରୀମାନେ ତାଲାଭାଙ୍ଗି ଶର୍ମିଷ୍ଠାଙ୍କକାର୍ଯ୍ୟାଳୟକୁ ପ୍ରବେଶ କରିଥିଲେ। ମାନସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ସମସ୍ତେ ତରବର ହୋଇ ପଳାୟନ କରିଥିଲେ। ଫଳରେ କାର୍ଯ୍ୟାଳୟ ଭିତରେ ଶର୍ମିଷ୍ଠାଙ୍କର ମୋବାଇଲ ରହିଯାଇଥିଲା। କ୍ରାଇମ୍‌ବ୍ରାଞ୍ଚ ଆଜି ଶର୍ମିଷ୍ଠାଙ୍କୁ ଫ୍ଲାଟ ଭିତରେ ଅନେକ କଥା ପଚାରିଛି।ମାନସ ସ୍ବାଇଁଙ୍କୁ କେମିତି ଅପହରଣ କରାଗଲା? କେମିତି ହତ୍ୟା କରାଗଲା ଓ କେମିତି ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋତି ଦିଆଗଲା? ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଟିମ୍ ଆଗରେ ବର୍ଣ୍ଣନା କରିବା ସହ ନିଜର ଦୋଷ ସ୍ବୀକାର କରିଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ।

ସେପଟେ ଆଜି ରିମାଣ୍ଡ ଅବଧି ସରିଥିବା ବେଳେ ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ହତ୍ୟା ଘଟଣାକୁ ନେଇ ଆଜି ପୂରା ତଥ୍ୟ ଜାଣିବାକୁ ଚେଷ୍ଟା କରିଛି । ଅନ୍ୟପଟେ ଏବେ ସୁଦ୍ଧା ହତ୍ୟା ପଛର କାରଣ କଣ ଏବଂ ଯେଉଁ ମେମୋରି ଚିପ୍ ଆଦାୟ ପାଇଁ ହତ୍ୟା କରା ଯାଇଥିବା ପ୍ରଥମରୁ ଚର୍ଚ୍ଚା ହେଉଛି ତାହା ଉପରୁ ମଧ୍ୟ ଏଯାଏଁ କ୍ରାଇମବ୍ରାଞ୍ଚ ପକ୍ଷରୁ କିଛି କୁହାଯାଇ ନାହିଁ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମବ୍ରାଞ୍ଚ
କଟକ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜୋରଦାର ଚାଲିଛି। ଆଜି ରିମାଣ୍ଡର ୪ର୍ଥ ଦିନରେ ପହଞ୍ଚିଛି।  ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ସମେତ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା ଚାଲିଛି । ତିନି ଦିନର ମାରାଥନ୍ ଜେରାରେ କ୍ରାଇମବ୍ରାଞ୍ଚ ବହୁ ତଥ୍ୟ ମିଳିଛି। ଆଜି ସକାଳୁ ସକାଳୁ ଶର୍ମିଷ୍ଠାଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ଧରି କ୍ରାଇମ ସିନ୍ ରିକ୍ରିଏସନ କରିବାକୁ ତଦନ୍ତକାରୀ ଟିମ୍ ତାଙ୍କୁ ଗାଡ଼ିରେ ବସାଇ ନେଇଛି। ୩ଟି ସ୍ଥାନକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯିବ।

ସୂଚନା ଅନୁଯାୟୀ, କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ଶର୍ମିଷ୍ଠାଙ୍କୁ ନେଇ ପ୍ରଥମେ ଚାନ୍ଦବାଲିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । କାରଣ ପ୍ରଥମେ  ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଳାଶପୁରରୁ ମାନସଙ୍କୁ ଶର୍ମିଷ୍ଠା ଓ ସହଯୋଗୀ ଅପହରଣ କରିଥିଲେ। ପରେ ଭୁବନେଶ୍ୱରରେ ଦୟାଲ ଆଶ୍ରମରେ ହତ୍ୟା କରିଥିଲେ । ନୟାଗଡ଼ ଜିଲ୍ଲା ରଣପୁରର ବଧିପାଟଣା ଜଙ୍ଗଲରେ ପୋତିଥିଲେ ମୃତଦେହ । ପରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଫିଙ୍ଗିଥିଲେ ହତ୍ୟାରେ ବ୍ୟବହୃତ ସାମଗ୍ରୀ । ମାନସଙ୍କ ଇୟର ଫୋନ୍, ଚପଲ, ଅଖା ଆଦି ପୋଡିଥିଲେ ।

ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ କ୍ରାଇମବ୍ରାଞ୍ଚ ଆଗରେ ସତମାନିଛି । ପୁରା କ୍ରାଇମସିନ୍ କ୍ରାଇମବ୍ରାଞ୍ଚ ଆଗରେ ବଖାଣିଛି । ଏହାପରେ ଚଣ୍ଡିଖୋଳ ପାଖରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା ସାଇଣ୍ଟିଫିକ୍ ଟିମ୍ । ରିମାଣ୍ଡରେ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ତଥ୍ୟ ବାହାର କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଏହି ଘଟଣାରେ ଏଯାଏ ୮ ଜଣଙ୍କୁ ଗିରଫ କରାଯାଇଛି ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଆଜି ରିମାଣ୍ଡର ତୃତୀୟ ଦିନ, ନୂଆ ସୁରାକ ପାଇଁ ଅଭିଯୁକ୍ତଙ୍କୁ ସ୍ପଟ୍‌କୁ ନେଉଛି କ୍ରାଇମବ୍ରାଞ୍ଚ
ଭୁବନେଶ୍ବର: ମାନସ ହତ୍ୟାକାଣ୍ଡରେ ରିମାଣ୍ଡରେ ଥିବା ଶର୍ମିଷ୍ଠାକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡର ତୃତୀୟ ଦିନରେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଏକାସଙ୍ଗେ ବସାଇ ଗୋଟି ଗୋଟି ସତ ଉଗାରିବ ପୁଲିସ । ଏହି ମାମଲାର ତଦନ୍ତ ପାଇଁ ୪ ଟିମ୍ ଗଠନ ହୋଇଥିବା ବେଳେ କେବଳ ଶର୍ମିଷ୍ଠାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଟିମ୍ ଗଠନ ହୋଇଛି । ମେମୋରି ଚିପକୁ ଅଧିକ ଫୋକସ କରିଛି କ୍ରାଇମବ୍ରାଞ୍ଚ ।

ଆଜି ଦୁଇଟି ଗାଡ଼ିରେ ଅଭିଯୁକ୍ତଙ୍କୁ  କ୍ରାଇମବ୍ରାଞ୍ଚକୁ କୌଣସି ଏକ ନୂଆ ସୁରାକ ପାଇଁ ସ୍ପଟ୍‌କୁ ନେଉଥିବା ଜଣାପଡ଼ିଛି। ତେବେ ୪ ଜଣଙ୍କୁ କୁଆଡ଼େ ନିଆଯାଉଛି ସେ ନେଇ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ ।  ଆଜି କ୍ରାଇମ ସିନ୍ ରିକ୍ରିଏସନ୍ ହେବନି । ଆସନ୍ତାକାଲି ହେବ  କ୍ରାଇମ ସିନ୍ ରିକ୍ରିଏସନ୍ ହେବ ବୋଲି ମୁଖ୍ୟାଳୟରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସ୍ପେଶାଲ ଇଣ୍ଟରଗେସନ ରୁମରେ ଜେରା ପରେ ଅଭିଯୁକ୍ତମାନଙ୍କ ହାବଭାବ କେମିତି ରହୁଛି, ଇଣ୍ଟରଗେସନ ରୁମ୍ ବାହାରୁ ନଜର ରଖୁଛି ଟିମ । ୪ ଅଭିଯୁକ୍ତଙ୍କୁ କ୍ରସ ଇଣ୍ଟରୋଗେସନ କରୁଛି ଟିମ୍ । ହତ୍ୟା ପୂର୍ବରୁ ସାଧା କାଗଜରେ ମାନସଙ୍କ ହତ୍ୟାକାରୀ ନେଇଥିଲେ ଦସ୍ତଖତ । ଫେବୃୟାରୀ ୭ ତାରିଖରେ ଅପହରଣ କରି ହତ୍ୟା କରିବା ପରେ ଖସିବା ପାଇଁ କରିଥିଲେ ରଣନୀତି । ମାନସଠାରୁ ଚିପ୍ ନେଇ ମାନସଙ୍କୁ ଛାଡି ଦେଇଛି ବୋଲି ଅଣ୍ଡରଟେକିଂ ଲେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । କିନ୍ତୁ ଅଣ୍ଡରଟେକିଂ ମାନସ ଲେଖିନଥିଲେ । ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ଯାଞ୍ଚରେ ଧରା ପଡ଼ିବା ଭୟରେ ଦୁଇ ଜଣଙ୍କ ଇଙ୍ଗିତରେ ଝୁନା ଭୋଇ ଲେଖିଥିଲେ ଅଣ୍ଡରଟେକିଂ । ସାଧା କାଗଜରେ ଜୋର ଜବରଦସ୍ତ ମାନସଙ୍କ ଦସ୍ତଖତ ନେଇ ଅଣ୍ଡଟେକିଂ ଲେଖିଥିଲେ ଝୁନା । ଜେରା ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଏଭଳି ସାଂଘାତିକ ସତ । ଅଣ୍ଡରଟେକିଂରେ କାହାର ଲେଖା ରହିଛି ଏଥିପାଇଁ ଫରେନସିକ ଯାଞ୍ଚ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଏ ନେଇ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କ ଦସ୍ତଖତ ନେଇଛି ପୁଲିସ ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଚାଲିଛି ଜେରା, ପୁଲିସକୁ ଚକମା ଦେବାକୁ ନୂଆ ସିମ କିଣିଥିଲେ ଶର୍ମିଷ୍ଠା
ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଧୀରେଧୀରେ ପରଦା ଉଠୁଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଚାଲିଛି ଜେରା । କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଜେରା ନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପୁଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ ଶର୍ମିଷ୍ଠା। ତଦନ୍ତ ସମୟରେ ଭୁବନେଶ୍ୱର ଛାଡି ପଳାଇଥିଲେ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ। ପୋଲିସକୁ ଚକମା ଦେବାକୁ ନିଜ ମୋବାଇଲ ସିମ୍ କାର୍ଡ ମଧ୍ୟ ବଦଳାଉଥିଲେ। ପୁଲିସ ଗିରଫ ଭୟରେ ନିଜ ମୋବାଇଲକୁ ଭୁବନେଶ୍ୱରସ୍ଥିତ ଫ୍ଲାଟରେ ଛାଡି ଦେଇଥିଲେ ଶର୍ମିଷ୍ଠା। ସମ୍ପର୍କୀୟଙ୍କ ସହ କଥା ହେବାକୁ ନୂଆ ସିମ୍ କିଣିଥିଲେ। ଆଗରପଡାରୁ ଗୋଟିଏ ନୂଆ ସିମ୍ ଏବଂ କୋଲକାତାରୁ ଦୁଇଟି ନୂଆ ସିମ୍ କିଣିଥିଲେ ଶର୍ମିଷ୍ଠା।

୭ ମାର୍ଚ୍ଚରେ ଶର୍ମିଷ୍ଠା ଯାଜପୁର କାଳିଆପାଣିସ୍ଥିତ ନିଜ ଶାଶୁଙ୍କ ଘରକୁ ଯାଇଥିଲେ । ସ୍ୱାମୀଙ୍କ ସହ ସମ୍ପର୍କ ସୁଧାରିବା ଉଦ୍ଦେଶ୍ୟରେ ଏକ ପୂଜା କରିବାକୁ ଆସିଥିବା କହି ଶାଶୁ ସହ ୩ ଦିନ ରହିଥିଲା ଶର୍ମିଷ୍ଠା । ସାଥିରେ ଥିଲା ଝୁନା । ମାର୍ଚ୍ଚ ୧୦ ତାରିଖ ଭୋର ସାଢେ ୫ଟାରେ ଶାଶୁଙ୍କୁ ସାଙ୍ଗରେ ନେଇ ପୁଲିପୁସି ଗାଁରୁ ଭଦ୍ରକ ଜିଲ୍ଲାର ଆଗରପଡା ଅଭିମୁଖେ ବାହାରି ଥିଲା ଶର୍ମିଷ୍ଠା । ଏହା ପରେ ଭଦ୍ରକ ଜିଲ୍ଲାର ପୁରୁଷଣ୍ଢ ଗାଁରେ ପହଞ୍ଚିଥିଲା ଶର୍ମିଷ୍ଠା । ସେଠାରେ ନିଜ ନଣନ୍ଦଙ୍କ ଘରେ ଶାଶୁ ଓଝୁନାଙ୍କ ସହ ୩ ଦିନ ରହିଥିଲା ।

ମାର୍ଚ୍ଚ ୧୩ ତାରିଖରେ ମଧ୍ୟାହ୍ନ ୨ଟା ୩୦ରେ ଶର୍ମିଷ୍ଠା ଓ ଝୁନା ଏକ ଅଟୋ ଯୋଗେ କୁପାରି ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରୁ ବସ ଯୋଗେ ବାଲେଶ୍ୱରରେ ପହଞ୍ଚିଥିଲେ । ପୋଲିସ ଗିରଫଦାରୀ ଏଡ଼ାଇବା ଲାଗି ଶର୍ମିଷ୍ଠା ଓ ଝୁନା ବାଲେଶ୍ୱରରୁ ଟ୍ରେନ ଯୋଗେ କୋଲକାତା ଯାଇଥିଲେ । ହାୱାଡା ଷ୍ଟେସନରେ ପହଞ୍ଚିବା ପରେ ଶର୍ମିଷ୍ଠା ଓ ଝୁନା ପଶ୍ଚିମବଙ୍ଗର ନଦିଆ ଜିଲ୍ଲା କଲ୍ୟାଣୀକୁ ଚାଲି ଯାଇଥିଲେ । ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିବା ପରେ ଚାଲି ଆସିଥିଲେ ମାୟାପୁରୀ । ମାୟାପୁରୀରେ ଅସୀମା ଦାଶ ନାମ୍ନୀ ଜଣେ ମହିଳାଙ୍କ ଘରେ କିଛି ଦିନ ରହିଥିଲେ । ଗୋଟିଏ ଜାଗାରେ ରହିଲେ ପୋଲିସ କାଳେ ଜାଣି ଦେବ, ସେଥିପାଇଁ ଶର୍ମିଷ୍ଠା ତାର ସ୍ଥାନ ପରିବର୍ତ୍ତନ କରି ଜଲପାଇ ଗୁଡି ଚାଲି ଯାଇଥିଲେ । ସେଠାରେ ମଧ୍ୟ ଝୁନା ସହ କିଛି ଦିନ ରହିବା ପରେ ପୁଣି କୋଲକାତା ଫେରିଥିଲା । କୋଲକାତା ପେରିବା ବେଳେ ଶର୍ମିଷ୍ଠାଙ୍କ ପାଖରେ ଟଙ୍କା ସରି ଯାଇଥିଲା । ସେଠାରେ ରହିବା ପାଇଁ କିଛି ଆଶ୍ରୟ ନଥିଲା । ଫଳରେ ବାଧ୍ୟ ହୋଇ ବସ ଯୋଗେ ଓଡିଶା ଫେରୁଥିଲା । ହେଲେ ଭଦ୍ରକ ନଳଙ୍ଗା ଠାରେ ଶର୍ମିଷ୍ଠା ଓ ଝୁନାକୁ ଗିରଫ କରିଥିଲା ଭଦ୍ରକ ଓ କ୍ରାଇମବ୍ରାଞ୍ଚ । ଗତ କାଲି ମଧ୍ୟାହ୍ନରୁ ଭୋର ୪ଟା ଯାଏଁ କ୍ରାଇବ୍ରାଞ୍ଚ ମୁଖ୍ୟାଳୟରେ ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନର ଜେରା ଚାଲିଥିବା ବେଳେ ଶର୍ମିଷ୍ଠା କେମିତି ଫେରାର ହେଲା ଓ କେଉଁ କୋଉଁଠି ରହିଲା ତାର ସମ୍ପୂର୍ଣ୍ଣ ବିବରଣୀ ରଖିଥିଲା କ୍ରାଇମବ୍ରାଞ୍ଚ ଆଗରେ ।

ଶର୍ମିଷ୍ଠା ଧରା ପଡିବା ପରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କ ସହ ସମୁଦାୟ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ୨୯ ତାରିଖରୁ ପଚରା ଉଚରା ଆରମ୍ଭ କରିଛି । ଶର୍ମିଷ୍ଠା ମାଲିକାନାରେ ଥିବା ସମ୍ପୂର୍ଣ୍ଣ ଡିଜିଟାଲରେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କୁ ଏକ ମେମୋରୀ ଚିପ ପାଇଁ ଶର୍ମିଷ୍ଠା ଓ ତାର ସହଯୋଗୀ ମାନେ ହତ୍ୟାକରି ପୋତି ଦେଇଥିବା ଅଭିଯୋଗରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏବେ ସମସ୍ତଙ୍କ ନଜରରେ ରହିଛି ସେ ମେମୋରୀ ଚିପ କଣ ରହିଛି । ଯେଉଁଥି ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା ।

କେଉଁଠି ଲୁଚିଥିଲେ ମାନସ ସ୍ବାଇଁ ହତ୍ଯାକାଣ୍ଡର ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା
ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଏବଂ ଭଦ୍ରକ ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ଭଦ୍ରକର ନାଳଙ୍ଗ ଅଞ୍ଚଳରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯାଇଛି । ତେବେ ଏତେ ଦିନ ଧରି କିପରି ପୁଲିସକୁ ଚକମା ଦେଇ ଆସୁଥିଲେ କେଉଁଠି ଥିଲେ ଶର୍ମିଷ୍ଠା ସେ ନେଇ ପୁଲିସ ଆଗରେ ମାନିଛି ଶର୍ମିଷ୍ଠା।

ସୂଚନା ଅନୁଯାୟୀ, ଦିର୍ଘ ଦିନଧରି ପୁଲିସ ଆଖିରେ ଧୁଳି ଦେଇ ରାଜ୍ୟ ବାହାରେ ଲୁଚି ରହିଥିଲା ଶର୍ମିଷ୍ଠା । କୋଲକାତା ଓ ଗୌହାଟୀରେ ଶରଣ ନେଇଥିଲା ଶର୍ମିଷ୍ଠା ଓ ଝୁନା । ବସରେ କୋଲକାତାରୁ ଭୁବନେଶ୍ୱର ଫେରିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଅନେକ ଦିନ ଧରି କୋଲକାତା ରେଳ ଷ୍ଟେସନରେ ରହିଥିବା କହିଛନ୍ତି ଶର୍ମିଷ୍ଠା ।

ଏମାନଙ୍କ ମଧ୍ୟରୁ ଶର୍ମିଷ୍ଠା ଓ ଝୁନାଙ୍କ ସହ ପୂର୍ବରୁ ଗିରଫ ଅନ୍ୟ ୫ ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ୨୦୨୨ ଫେବ୍ରୁଆରୀ ୭ତାରିଖରେ କ୍ୟାମେରାମ୍ୟାନ୍ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ପିଟି ପିଟି ହତ୍ୟା କରାଯାଇଥିଲା ! ପ୍ରମାଣ ନଷ୍ଟ କରିବା ପାଇଁ ରଣପୁର ନିକଟରେ ମୃତଦେହକୁ ସେମାନେ ପୋତିଥିଲେ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ । ବିଜୟଓ୍ବାଡ଼ାରୁ ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତକୁ ଗିରଫ କରାଯାଇଛି । ରଞ୍ଜନ ନାୟକ, ଗାଡ଼ି ଡ୍ରାଇଭର ଓ ୨ ସୁପାରି କିଲରଙ୍କୁ ବି ଗିରଫ କରାଯାଇଛି । ଗତ ୨୩ ତାରିଖରେ ଡିଜିପି କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଖବର ମୁତାବକ,  ଅଭିଯୁକ୍ତମାନଙ୍କ ବିରୋଧରେ ୩୬୩ (ଅପହରଣ), ୩୬୪ (ହତ୍ୟା ଉଦ୍ଦେଶ୍ୟରେ ଅପହରଣ), ୩୦୨ (ହତ୍ୟା), ୪୬୫ (ଜାଲିଆତି), ୪୭୧ (ଜାଲ୍‌ ଦଲିଲ୍‌ ବ୍ୟବହାର), ୨୦୧(ପ୍ରମାଣ ନଷ୍ଟ) ଭଳି ଦଫା ଲଗାଯାଇଛି।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: ଦୟାଲ ଆଶ୍ରମ ସିଲ୍‌ କଲା କ୍ରାଇମ୍‌ବ୍ରାଞ୍ଚ ଟିମ୍‌
ଭୁବନେଶ୍ୱର: କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ରବିବାର ଦୟାଲ ଆଶ୍ରମକୁ ସିଲ୍‌ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଏଥିସହିତ ଆଶ୍ରମର ଘର ଭିତରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମ୍‌ବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି ।

ସୂଚନା ଅନଯାୟୀ,  ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ପାଖକୁ ଯାଇଛି । ଏହି ତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏକ ଟିମ୍‌ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ଯନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରିଛି ତଦନ୍ତକାରୀ ଟିମ୍ । ମାନସ ମୃତଦେହକୁ କାର୍ ପର୍ୟ୍ୟନ୍ତ କେମିତି ନେଇଥିଲେ ସମସ୍ତ ଦିଗକୁ କ୍ରାଇମ୍‌ବ୍ରାଞ୍ଚ ତନତନ କରୁ ଯାଞ୍ଚ କରୁଛି।  ତେବେ ଏହି ଯାଞ୍ଚ ସମୟରେ କ୍ରାଇମ୍‌ବ୍ରାଞ୍ଚ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିବା ଜଣାପଡ଼ିଛି ।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ
କଟକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ଫେବ୍ରୁଆରି ୧୪ ରେ ହୋଇଥିଲା ଅଭିଯୋଗ ।

କ୍ୟାମେରାମାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ବିତିଲାଣି ଏକ ମାସରୁ ଅଧିକ ଦିନ । ଦିନ ଗଡ଼଼ିବା ସହ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ଘଟଣା ରହସ୍ୟମୟ ହେବାକୁ ଲାଗିଛି। ପ୍ରତିଦିନ ଏହି କାହାଣୀରେ ଜଣଙ୍କ ପରେ ଜଣଙ୍କ ନାମ ଯୋଡ଼ି ହୋଇ ଯାଉଛି। ଏବେ ଯାଏଁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣା ପରେ ଶର୍ମିଷ୍ଠା ରାଜଧାନୀ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବାରୁ ତାଙ୍କୁ ଗିରଫ ପାଇଁ ୩ଟି ଟିମ୍‍ ଗଠନ କରାଯାଇଛି। ଦୁଇଟି ଟିମ୍‍ ରାଜଧାନୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରୁଥିବା ବେଳେ ଅନ୍ୟ ଏକ ଟିମ୍‍ ରାଜ୍ୟ ବାହାରେ ଚଢଉ କରୁଛନ୍ତି। ଖୁବ୍‍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଚାନ୍ଦବାଲି ପୁଲିସ କହିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ। ଏବେ ଶର୍ମିଷ୍ଠା ରାଉତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ।