Cameraman Manas Swain Murder Case - The Sakala

କ୍ୟାମେରମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ: ଭଦ୍ରକ ଉପକାରାଗାରରେ ୨ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚର ଜେରା
ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ଟିମ ଆଜି ପୁଣି ଥରେ ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚି ୨ ଅଭିଯୁକ୍ତକୁ ଜେରା କରୁଛନ୍ତି । ମାନସ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସମେତ ୭ ଜଣ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ତେବେ ପୂର୍ବରୁ ଦୁଇ ଦୁଇ ଥର କ୍ରାଇମ ବ୍ରାଞ୍ଚ ଟିମ ଶର୍ମିଷ୍ଠା କୁ ରିମାଣ୍ଡ ର ନେଇଥିଲେ ମଧ୍ୟ ମେମୋରୀ ଚିଫ ଏ ପର୍ଯ୍ୟନ୍ତ ମିଳିପାରିନାହିଁ।  ତେବେ ଚାନ୍ଦବାଲି ପୁଲିସ ପ୍ରଥମେ ୩ ଜଣକୁ ଗିରଫ କରିଥିଲେ ମଧ୍ୟ କୌଣସି ପଚାର ଉଚରା କରି ନ ଥିଲେ କି କ୍ରାଇମବ୍ରାଞ୍ଚ ଜେରା କରିନାହିଁ। ତେବେ ଗତ ୧୩ ତାରିଖରେ ଚାନ୍ଦବାଲି JMFC କୋର୍ଟ ରେ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେରା କରିବା ପାଇଁ ଆବେଦନ କରିଥିଲେ କ୍ରାଇମବ୍ରାଞ୍ଚ ଟିମ । କୋର୍ଟ ୧୬ ତାରିଖ ଅର୍ଥାତ ଆଜି ସେହି ଦୁଇ ଜଣକୁ ଜେରା କରିବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ୩ ଜଣିଆ କ୍ରାଇମବ୍ରାଞ୍ଚ ଡ଼ିଏସପି କଳ୍ପନା ସାହୁ, ଶରତ କୁମାର ସାହୁ ଓ ନରେନ୍ଦ୍ର ବେହେରା ଭଦ୍ରକ ସ୍ୱତନ୍ତ୍ର ଉପକାରଗାରରେ ପହଞ୍ଚିଛନ୍ତି। ଏହି ୨ଜଣ ଅପହରଣ ଠାରୁ ନିର୍ଯାତନା ଓ ପରେ ମୃତ ଦେହକୁ ପୋତି ବା ପର୍ଯ୍ୟନ୍ତ ହାତ ଅଛି କି ନାହିଁ ଅଧିକ ପଚରା ଉଚୁରା କରିଛି ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଆସିଲା ନୂଆ ତଥ୍ଯ, ହତ୍ୟାରେ ବ୍ୟବହୃତ ବାଉଁଶ ଓ କାଠ ଫାଳିଆ ଜବତ କଲା କ୍ରାଇମବ୍ରାଞ୍ଚ
କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚକୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ। ହତ୍ୟା ବେଳେ ବ୍ୟବହୃତ ୩ଟି ବାଉଁଶ ଫାଳିଆ ଓ ୧ କାଠ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ। ଜବତ ବାଉଁଶ ଫାଳିଆକୁ ପରୀକ୍ଷା ପାଇଁ ଏସସିବି ମେଡିକାଲ ଫରେନ୍ସିକ ବିଭାଗକୁ କ୍ରାଇମବ୍ରାଞ୍ଚ ପଠାଇଥିବା ଜଣାପଡ଼ିଛି । କେୟାର ଟେକରର ସୂଚନା ଅନୁସାରେ ଏଗୁଡ଼ିକୁ ଜବତ କରିଛି କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଫିଙ୍ଗିଥିବା କ୍ରାଇମବ୍ରାଞ୍ଚକୁ କହିଛି। ତେବେ ରିମାଣ୍ଡରେ ଥିବା ଝୁନା ଭୋଇ ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠା ଖୋଲିଲେ ‘ମେମୋରୀ ଚିପ୍‍’ର ଗୁମର
ଭୁବନେଶ୍ୱର/ନୟାଗଡ଼: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‍ବ୍ରାଞ୍ଚ ଆଗରେ ‘ମେମୋରୀ ଚିପ୍‍’ର ରହସ୍ୟ ଖୋଲିଛନ୍ତି ଶର୍ମିଷ୍ଠା ରାଉତ। ପୁରା ହତ୍ୟାକାଣ୍ଡର ନକ୍ସା ସେ ପ୍ରସ୍ତୁତ କରିଥିଲେ ଓ ନିରଞ୍ଜନ ସେଠୀ ନିର୍ଦ୍ଦେଶକ ଭାବରେ ଏହାକୁ ଚୂଡ଼ାନ୍ତ ରୂପ ଦେଇଥିଲେ। ଏହି ହତ୍ୟାକାଣ୍ଡ ଘଟଣାରେ ଝୁନା, ରଞ୍ଜନ ଓ ଅନ୍ୟମାନେ ଥିଲେ ସହ କଳାକାର। ଗିରଫ ହେବା ପରେ ଶର୍ମିଷ୍ଠା ଓ ଝୁନାଙ୍କୁ ମୁହାଁମୁହିଁ ଜେରା କରିବା ବେଳେ ଶର୍ମିିଷ୍ଠା ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ‘ମୋମେରୀ ଚିପ୍‍’ରେ ନିରଞ୍ଜନଙ୍କର କିଛି ଆପତ୍ତିଜନକ ଭିଡ଼ିଓ ଥିବା ସେ କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଥିବା ଜଣାପଡ଼ିଛି।

୩ ଦିନିଆ ରିମାଣ୍ଡରେ ଥିବା ଶର୍ମିଷ୍ଠାଙ୍କଠାରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି କ୍ରାଇମବ୍ରାଞ୍ଚ। ମେମୋରି ଚିପରେ ନିରଞ୍ଜନଙ୍କ ଭିଡିଓ ଥିବା ସେ ସ୍ୱୀକାର କରିଥିଲେ ହେଁ ଭିଡ଼ିଓ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି କହି ନାହାନ୍ତି। ଫଳରେ ମେମୋରୀ ଚିପ୍‍ରେ କିଛି ଆପତ୍ତିଜନକ ଘଟଣାର ରେକର୍ଡ଼ିଂ ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରିଛି। ଆଗକୁ ରିମାଣ୍ଡ ଅବଧି ୨ଦିନ ଥିବା ବେଳେ କ୍ରାଇମବ୍ରାଞ୍ଚ ସତ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି। ମେମୋରୀ ଚିପର ମୂଳ ଖୋଜି ଖୋଜି ନାକେଦମ କ୍ରାଇମବ୍ରାଞ୍ଚକୁ ଏହାର ସୁରାକ ମିଳିନାହିଁ। ଯେଉଁଥିପାଇଁ ଜଣେ ଯୁବକକୁ ହତ୍ୟା କରାଯାଇଛି ସେହି ଚିପ୍‍ ରେ କି ଦୃଶ୍ୟ ରହିଛି ତାହା ଏବେ ବି କ୍ରାଇମବ୍ରାଞ୍ଚ ପାଇଁ ଅବୋଧ୍ୟ ରହିଛି। ୩ ଦିନିଆ ରିମାଣ୍ଡ ଅବଧି ଭିତରେ ଶର୍ମିଷ୍ଠା ରାଉତ ଓ ଝୁନା ତଦନ୍ତକାରୀ ଅଧିକାରୀଙ୍କୁ ଭୁଆଁ ବୁଲାଇଥିଲେ। ଏବେ ପୁଣି ୩ଦିନିଆ ରିମାଣ୍ଡରେ ଆଣି ଶର୍ମିଷ୍ଠା ଏବଂ ଝୁନାଙ୍କୁ ମୁହାଁମୁହିଁ ମାରାଥନ୍‍ ଜେରା କରାଯାଇଛି। ଗୋଟିଏ ଟେବୁଲରେ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଭୋଇଙ୍କୁ ବସାଇ ମୁହାଁମୁହଁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ। ପୂର୍ବରୁ ମିଛ କହୁଥିବା ଶର୍ମିଷ୍ଠାଙ୍କଠାରୁ ଶେଷରେ ସତ ଉଗାଳିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। କିନ୍ତୁ ଶର୍ମିଷ୍ଠା ମଝିରେ ମଝିରେ ଓଲଟାପାଲଟା କଥା କହୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏହି ମେମୋରୀ ଚିଫ୍‍ରେ କଣ ଥିଲା, ସେ ବିଷୟରେ ଶର୍ମିଷ୍ଠା ଏବଂ ଝୁନାଙ୍କୁ ମଙ୍ଗଳବାର ଜେରା କରାଯିବ।

ଅନ୍ୟପଟରେ ସମ୍ପୂର୍ଣ୍ଣ ଅଫିସରୁ ଜବତ କମ୍ପ୍ୟୁଟରରୁ କିଛି ତଥ୍ୟ ମିଳିଛି। କ୍ରାଇମ୍‍ବ୍ରାଞ୍ଚ ସମସ୍ତଙ୍କୁ ଗିରଫ କରିବା ପୂର୍ବରୁ ଉକ୍ତ କମ୍ପ୍ୟୁଟରରୁ ୬୨ଟି ଫାଇଲ୍‍କୁ ନଷ୍ଟ କରାଯାଇଛି। ତେଣୁ କମ୍ପ୍ୟୁଟରକୁ ଜବତ କରାଯିବା ପରେ ଡିଲିଟ୍‍ କରାଯାଇଥିବା ଫାଇଲ୍‍କୁ ପୁନଃ ଫେରାଇ(ରିକ୍‍ଭରୀ) କରାଯାଇଛି। ସେହିପରି ଜବତ ଡାଏରୀ ସମ୍ପର୍କରେ ମଧ୍ୟ ତଥ୍ୟ ଦେଇଛନ୍ତି ଶର୍ମିଷ୍ଠା। ନିରଞ୍ଜନ ଉକ୍ତ ଡାଏରୀରେ ତାଙ୍କ ପାଇଁ ପ୍ରେମ କବିତା ଲେଖୁଥିଲେ ଓ ଏହାକୁ ପଢ଼ିବା ପାଇଁ ଶର୍ମିଷ୍ଠାକୁ ଦେଇଥିଲେ ନିରଞ୍ଜନ। ହେଲେ ମାନସ ହତ୍ୟା ପରେ ଉକ୍ତ ଡାଏରୀ ତାଙ୍କ ଘରେ ରହିଯାଇଥିଲା। ଏହି ଡାଏରୀରେ ମଧ୍ୟ ଫିଲ୍ମ ସୁଟିଂର ସ୍କ୍ରିପ୍ଟ ଲେଖାଯାଇଛି। ତେଣୁ କେଉଁ ପ୍ରକାର ପିଲ୍ମ ସୁଟିଂ ପାଇଁ ସ୍କ୍ରିପ୍ଟ ଲେଖାଯାଇଥିଲା, ତାହାର ଖୋଳତାଡ଼ କରୁଛି କ୍ରାଇମ୍‍ବ୍ରାଞ୍ଚ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଜବତ ହୋଇଥିବା ଇଅର ଫୋନ୍‍, ଚପଲକୁ ଚିହ୍ନଟ କରିବା ପାଇଁ ମାନସଙ୍କ ଘର ଗୋଡ଼ିପୋଖରୀରେ ଅପରାହ୍ନରେ ପହଞ୍ଚିଥିଲା। କ୍ରାଇମ୍‍ବ୍ରାଞ୍ଚର ୫ଜଣିଆ ଟିମ୍‍ ମାନଙ୍କ ପରିବାରକୁ ଭେଟିଥିଲେ। ମାନସଙ୍କ ମା’ ଜୟନ୍ତୀ, ସ୍ତ୍ରୀ ଜମୁନା ଓ ଭାଇ ରାକେଶ ସ୍ୱାଇଁ ଏହାକୁ ମାନସଙ୍କର ବୋଲି ଚିହ୍ନଟ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ମାନସଙ୍କ ମା’। ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନେ ସମ୍ପୃକ୍ତ ରହିଥିବାରୁ ନିରପେକ୍ଷ ତଦନ୍ତ ହେଉନି। ତେଣୁ ତାଙ୍କ ପୁଅର ନ୍ୟାୟ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ତାଙ୍କ ମା’ କହିଛନ୍ତି।

କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲା: ମୃତ୍ଯୁ ପୂର୍ବରୁ ଲେଖିଥିଲେ ୩ ପୃଷ୍ଠାର ନିର୍ଯାତନା ଓ କୋହଭରା ଚିଠି
ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ନୂଆ ମୋଡ ନେଇଛି। ଲେଡି କେୟାରଟେକରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ହତ୍ଯା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି। ଏହି ଚିଠିରେ ତାଙ୍କୁ ଦିଆଯାଉଥିବା ନିର୍ଯାତନା ଓ କୋହଭରା କଥା ଲେଖିଥିଲେ। ସେ ଚିଠିକୁ ଲେଡି କେୟାର ଟେକର ପାଇଥିବା କହିଛନ୍ତି। ବନ୍ଦଘରର ନିର୍ଯାତନା ଚିଠିରେ ଲେଖିଥିଲେ ମାନସ। ପାପୀଙ୍କ ହାତରେ ମୃତଦେହ ନ ଦେବାକୁ ଲେଖିଥିଲେ। ଘରଲୋକଙ୍କୁ ମୃତଦେହ ଦେବା ନେଇ ଚିଠିରେ ଉଲ୍ଲେଖ ଥିବା କଥା କହିଛନ୍ତି ଲେଡି କେୟାର ଟେକର। ହତ୍ଯା ପୂର୍ବରୁ ଲେଖା ପାଇଥିଲେ ଦୟାଲ ଆଶ୍ରମର କେୟାରଟେକର। କେୟାରଟେକର ଝାଡୁ ବେଳେ ଏହି ଚିଠି ପାଇଥିଲେ। ଚିଠି ପାଇବା ପରେ ଶର୍ମିଷ୍ଠାଙ୍କୁ ଉକ୍ତ ଚିଠିକୁ କେୟାର ଟେକର ଦେଇଥିଲେ।

ତେବେ କୁଆଡେ ଗଲା ମାନସଙ୍କ ହତ ଲେଖା ଚିଠି। ମାନସଙ୍କ ଶେଷ ଚିଠି ଆଧାରରେ ହେବ ଖୋଳତାଡ ବୋଲି ଜଣାପଡ଼ିଛି।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ
କଟକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ଚାନ୍ଦବାଲି ଥାନାରେ ମାନସ ସ୍ବାଇଁଙ୍କ ନିଖୋଜ ନେଇ ଫେବ୍ରୁଆରି ୧୪ ରେ ହୋଇଥିଲା ଅଭିଯୋଗ ।

କ୍ୟାମେରାମାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ବିତିଲାଣି ଏକ ମାସରୁ ଅଧିକ ଦିନ । ଦିନ ଗଡ଼଼ିବା ସହ କ୍ୟାମେରାମ୍ୟାନ୍‍ ମାନସ ସ୍ୱାଇଁ ହତ୍ୟା ଘଟଣା ରହସ୍ୟମୟ ହେବାକୁ ଲାଗିଛି। ପ୍ରତିଦିନ ଏହି କାହାଣୀରେ ଜଣଙ୍କ ପରେ ଜଣଙ୍କ ନାମ ଯୋଡ଼ି ହୋଇ ଯାଉଛି। ଏବେ ଯାଏଁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣା ପରେ ଶର୍ମିଷ୍ଠା ରାଜଧାନୀ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବାରୁ ତାଙ୍କୁ ଗିରଫ ପାଇଁ ୩ଟି ଟିମ୍‍ ଗଠନ କରାଯାଇଛି। ଦୁଇଟି ଟିମ୍‍ ରାଜଧାନୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରୁଥିବା ବେଳେ ଅନ୍ୟ ଏକ ଟିମ୍‍ ରାଜ୍ୟ ବାହାରେ ଚଢଉ କରୁଛନ୍ତି। ଖୁବ୍‍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଚାନ୍ଦବାଲି ପୁଲିସ କହିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ। ଏବେ ଶର୍ମିଷ୍ଠା ରାଉତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ହେଲେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ।