Cyclone Asani - The Sakala
ଶକ୍ତିହରାଇଲା ବାତ୍ୟା ‘ଆସାନି’ : ଆସନ୍ତାକାଲି ସକାଳ ସୁଦ୍ଧା ନେବ ଅବପାତର ରୂପ
ଭୁବନେଶ୍ବର : ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଅସାନି’ ଗତ ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଧିରେ ଧିରେ ଦୁର୍ବଳ ହୋଇଛି। ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି। ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୦୦ କିମି ଦୂରରେ କେନ୍ଦ୍ରୀଭୂତ । ପୁରୀଠାରୁ ଦକ୍ଷିଣ-ପଶ୍ଚିମରେ ୫୦୦ କିମି ଦୂରରେ କେନ୍ଦ୍ରୀଭୂତ । ମଛଲିପଟ୍ଟନମଠାରୁ ୪୦ କିଲୋମିଟର ଓ କାକିନାଡାଠାରୁ ୧୪୦ କିଲୋମିଟର ଦୂରରେ ରହିଛି ।
ଗତ ୬ ଘଂଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି ।ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ନର୍ସାପୁର, ୟନମ୍, କାକିନାଡ. ଟୁନି ଓ ବିଶାଖାପାଟନମ୍ ଉପକୂଳ ଦେଇ ପୁଣି ସମୁଦ୍ରରେ ଗତି କରିବ ।କାକିନାଡାଠାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଏହା ଅବପାତର ରୂପ ନେଇସାରିଥିବ ।ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିବ ।ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ବାତ୍ୟା ଦୁର୍ବଳ ହୋଇ କାଲି ଅବପାତର ରୂପ ନେବା ସମ୍ଭାବନା । ହେଲେ ଏହାର ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ମାଲକାନଗିରି, କୋରାପୁଟ,ରାୟଗଡା, ଗଞ୍ଜାମ,ନବରଙ୍ଗପୁର, ଗଜପତି ,କେଉଁଝର, ମୟୁରଭଞ୍ଜଓ ପୁରୀରେ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ୧୨ ତାରିଖ ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ ଆସନ୍ତା କିଛି ଘଣ୍ଟା ରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଳା ଗୁଡିକରେ ୪୦ ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିପାରେ।ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି ।
ବାତ୍ୟା ‘ଅସାନି’ ପ୍ରଭାବ : ୩ ଦିନ ଧରି ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ
ଭୁବନେଶ୍ବର : ଆଜିଠୁ ଦୁର୍ବଳ ହେବ ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନି’ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ବର୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦କିମି ରହିଛି। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ୪୯୦  କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା ଅସାନି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହ ଆଜି ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି।ଓଡିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତ ରେ ପରିଣତ ହୋଇସାରିଥିବ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ।
ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ। ଅସାନି ପ୍ରଭାବରେ ଆଜିଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ଆରମ୍ଭ ହୋଇଯିବ । ଆଜି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ଦିନ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟକୁ ପବନର ମଧ୍ୟ ଡର ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ।
ବାତ୍ୟା ଯୋଗୁଁ ଆସନ୍ତା ୧୨ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବ। ବିଶେଷ କରି ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହି ଅଞ୍ଚଳକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହା ବ୍ୟତୀତ ୧୩ ତାରିଖ ଯାଏ ଓଡ଼ିଶା ଉପକୂଳର ସମୁଦ୍ର ମଧ୍ୟରେ ଆଖପାଖକୁ ନ ଯିବା ପାଇଁ କୁହାଯାଇଛି।୧୩ ତାରିଖରେ ବିଶେଷ ବର୍ଷା ନାହିଁ । ଉତର ଉପକୂଳର ଅଳ୍ପ କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ବାତ୍ୟା ଯୋଗୁଁ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।। ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ, ଧାମରା ଓ ପାରାଦୀପ ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।
ବାତ୍ୟାକୁ ନେଇ ଏସଆରସିଙ୍କ ବଡ଼ ସୂଚନା : ୧୦ ରୁ ୧୨ ତାରିଖ ଯାଏଁ ଏହି ସବୁଜିଲ୍ଲାରେ ହେବ ପ୍ରବଳ ବର୍ଷା
ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟି ଯାଇଛି। ଆଉ କିଛି ଘଣ୍ଟା ପରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେବ ଏହା ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ହଜାରେ କିଲୋମିଟର ଓ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୯୨୦ କିଲୋମିଟର ଦୂରରେ ରହିଛି ।
ଏହାରି ମଧ୍ୟରେ ବାତ୍ୟାକୁ ନେଇ  ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀ କରି ତାଜା ଅପଡେଟ୍‌ ଦେଇଛନ୍ତି। ଏସଆରସି କହିଛନ୍ତି ସବୁ ମଡେଲର ଆକଳନ ଅନୁସାରେ ବାତ୍ୟା ‘ଆସାନୀ ଆନ୍ଧ୍ର କିମ୍ବା ଓଡିଶା କୁ ଛୁଇଁବ ନାହିଁ। ପୁରୀ ଠାରୁ ୯୦ ରୁ ୧୦୦ କିମି ଦୂରରେ ଏହା ସବୁଦ୍ର ମଧ୍ୟରେ ସମାନ୍ତରାଳରେ ଉତ୍ତର ବଙ୍ଗୋପସାଗର ଆଡ଼େ ମୁହାଁଇଯିବ। ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଓଡିଶାରେ ବିଶେଷ କ୍ଷତି ଘଟାଇବ ନାହିଁ।
ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ସୁଦ୍ଧା ୫୬ ଟି ବୋଟ ସମୁଦ୍ର ଭିତରେ ଥିଲା। ସବୁ କୂଳକୁ ଆସିଯାଇଛନ୍ତି। ଚିଲିକାରେ ୧୦୦୦ ବୋଟ ଚାଲେ। ୨୫୦ ଟି ଭିତରେ ଥିଲା। ସବୁ କୁଳକୁ ଆସିଛନ୍ତି। କାଲିଠୁ ଚିଲିକା ଡଙ୍ଗା ଚଳାଚଳ ଉପରେ ରୋକ ଲାଗିବ। ଆଇଏମଡିର ଆକଳନ ଅନୁସାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। କିନ୍ତୁ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ହେବ ନାହିଁ। କିଛି ସହରାଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ଦେଖାଦେଇପାରେ। ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମୁନିସପାଲ କମିଶନରଙ୍କୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
କୌଣସି ଜୁରୁରୀସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଓଡ୍ରାଫ ଟିମ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଦୁଇଟି ଟିମ୍, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଏବଂ ସାତପଡ଼ାରେ ଗୋଟିଏ ଲେଖାଏଁ ଟିମ୍, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ରେ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ ମୁତୟନ କରାଯାଇଛି। ବାଲେଶ୍ବର ରେ ଗୋଟିଏ ଏନଡିଆରଏଫ ଟିମ୍ ରହିବେ।କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ପରିସ୍ଥିତି ଦେଖି ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏନଡିଆରଏଫ ପାଇଁ ଅତିରିକ୍ତ ଗାଡି ଆବଶ୍ୟକ ପଡିପାରେ। ତେଣୁ ଗାଡିକୁ ପ୍ରସ୍ତୁତ ରଖାଯାଇଛି। ୧୧ ତାରିଖ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ରୁ ପୁରୀ ମଧ୍ୟରେ ଅତିକ୍ରମ କରିବା ବେଳେ ଉପକୂଳ ଓଡିଶାରେ ସାମାନ୍ୟ ପବନ ବହିପାରେ। ବାତ୍ୟା ଓ ବିପଦ ସବୁ ଅଞ୍ଚଳରେ ସମ୍ବେଦନଶୀଳ ଅଲଗା ଅଲଗା ରହିଛି।
ଅନ୍ୟପେଟ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିବା ସହ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ । ଏହା ସହ ୪ଟି ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ।
ଭୁବନେଶ୍ବର: ବାତ୍ୟାର ରୂପ ନେଲା ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟ ଗଭୀର ଅବପାତ । ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ବାତ୍ୟା ଆସନୀ। ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୬ କିମି ବେଗରେ ଗତି କରୁଛି ଘୂର୍ଣ୍ଣିଝଡ । ପୁରୀ ଠାରୁ ୧୦୨୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବ ରେ କେନ୍ଦ୍ରୀଭୂତ ହେଉଛି । ବିଶାଖାପାଟଣାଠାରୁ ୯୭୦ କିମି ଦକ୍ଷିଣ ପୂର୍ବ ଦିଗରେ ରହିଛି । ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ରିକର୍ଭ କରିବା ପରେ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ସେତେବେଳକୁ ଉପକୂଳରୁ ଦେଢ଼ ଶହରୁ ୨୦୦ କିଲୋମିଟର ଦୂରରେ ଥିବ ବାତ୍ୟାର କେନ୍ଦ୍ର ସ୍ଥଳ । ସ୍ଥଳଭାଗ ନଛୁଇଁ ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇପାରେ ବାତ୍ୟା ।
ଏହାର ପ୍ରଭାବରେ ୧୦ ତାରିଖରୁ ଓଡିଶା ଉପକୂଳ ରେ ଆରମ୍ଭ ହେବ ବର୍ଷା । ଗଞ୍ଜାମ, ଗଜପତି ଏବଂ ପୁରୀରେ ପ୍ରବଳ ବର୍ଷିବ । ୧୧ ତାରିଖରେ ବଢିବ ବର୍ଷାର ପରିମାଣ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ରେ ପ୍ରବଳ ବର୍ଷା ସମ୍ଭାବନା । ଉପକୂଳ ଉପକୂଳ ଦେଇ ସମାନ୍ତରାଳ ଭାବେ ଗତିକରିବ ବାତ୍ୟା । ଆନ୍ଧ୍ର ଏବଂ ଓଡିଶା ଉପକୂଳ ଦେଇ କରିବ ଅତିକ୍ରମ । ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସମ୍ଭାବ୍ଯ ବାତ୍ଯା ମୁକାବିଲା: ଆଗୁଆ ପଦକ୍ଷେପ ନେବା ସହ ପ୍ରସ୍ତୁତ ଅଛନ୍ତି ରାଜ୍ୟସରକାର
ଭୁବନେଶ୍ୱର: ସମ୍ଭାବ୍ଯ ବାତ୍ଯା ମୁକାବିଲା ପାଇଁ ରାଜ୍ଯସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନନ୍ତି। ବାତ୍ୟା ମୁକାବିଲା ପାଇଁ ୧୮ ଜିଲ୍ଲାପାଳ ସଜାଗ ଅଛନ୍ତି । କାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ଆହୁରି ସ୍ପଷ୍ଟ ହେବ। କେଉଁଠି ଉପକୂଳ ଛୁଇଁବ ବାତ୍ୟା ଏଯାଏ ସ୍ପଷ୍ଟ ହୋଇନାହିଁ । ଚିତ୍ର ସ୍ପଷ୍ଟ ହେବାପରେ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ ନିୟୋଜିତ ହେବେ। ୧୭ଟି NDRF, ୨୦ଟି ODRAF ଟିମ୍ ଓ ୧୭୫ଟି ଫାୟାର ଟିମ୍ ପ୍ରସ୍ତୁତ ହୋଇ ଅଛନ୍ତି।
ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ମେ ୮ ତାରିଖ ସନ୍ଧ୍ୟାରେ ବାତ୍ୟାର ରୂପ ନେଇପାରେ ଅବପତ। ତେଣୁ ୮ ରୁ ୧୦ ତାରିଖ ପର୍ଯ୍ଯନ୍ତ ସମୁଦ୍ର ଅଶାନ୍ତ ରହିବ। ମେ ୧୦ ଯାଏଁ ଉତ୍ତର – ପଶ୍ଚିମ ଦିଗରେ ଗତି କରିବ ଅବପାତ। କେଉଁଠି ଉପକୂଳ ଛୁଇଁବ ବାତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। ୧୦ ତାରିଖ ବେଳକୁ ଉପକୂଳ ଠାରୁ ୨୫୦ କିଲୋମିଟର ଦୂରରେ ଥିବ ବାତ୍ୟା। ଏହି ସମୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜବୀମାନଙ୍କୁ ମେ ୮ ତାରିଖ ସକାଳ ସୁଦ୍ଧା ସମୁଦ୍ରରୁ କୂଳକୁ ଫେରିଆସିବାକୁ  ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି, ମୁକାବିଲା ପାଇଁ ୱାରରୁମ୍ ପ୍ରସ୍ତୁତ
ଭୁବନେଶ୍ବର : ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବ। ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପରେ ୧୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ବିଭିନ୍ନ ମଡେଲ ପକ୍ଷରୁ ଆକଳନ କରାଯାଉଛି । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହୋଇସାରିଲାଣି ଶକ୍ତି ବିଭାଗ ।
ସମ୍ଭାବ୍ୟ ବାତ୍ୟାର ମୁକାବିଲାକୁ ନେଇ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ,ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେ ବି ପ୍ରସ୍ତୁତ। ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ବାତ୍ୟାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିବା ଏବଂ ତାର ଛିଡି ବିଦ୍ୟୁତ୍ ସଂଚାଳନ ବନ୍ଦ ହୋଇଯାଇଥିବା ଅଞ୍ଚଳ ଗୁଡିକରେ କିପରି ଅତି ଶୀଘ୍ର ମରାମତି ହୋଇ ବିଦ୍ୟୁତ୍ ଯୋଗାଇ ଦିଆଯିବ ସେନେଇ ଶକ୍ତି ବିଭାଗ ପ୍ରସ୍ତୁତ ହୋଇସାରିଛି ବୋଲି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।
ଠିକ୍ ସେହିପରି ଶକ୍ତି ବିଭାଗ ସଚିବ ନିକୁଞ୍ଜ ଧଳ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓପିଟି ସିଲ୍ ଓ ଅନ୍ୟ ଡିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ମନିଟର ମେକାନିଜମ ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ପରିମାଣର ମ୍ୟାଟେରିଆଲ ଅଛି। କର୍ମଚାରୀଙ୍କୁ ପଠାଇବା ପାଇ ବ୍ୟବସ୍ଥା କରାଯାଇଛି। ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ସଂଯୋଗ ଦିଆଯାଇଥିଲା। ଚଳିତ ଥର ଯଦି ସେପରି ସ୍ଥିତି ଆସେ ଅଧିକ ଶୀଘ୍ର କରିବାକୁ ବ୍ୟବସ୍ଥା ହୋଇଛି। ସେନେଇ ବିଭାଗ ପ୍ରସ୍ତୁତି ହୋଇଛି। ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ୟୁନିଟକୁ କିପରି ଶକ୍ତି ସଂଯୋଗ ନ କଟିବ ସେ ନେଇ ବ୍ୟବସ୍ଥା ହୋଇଛି। ଯଦି ସମସ୍ୟା ଉପୁଜେ ପ୍ରାଥମିକତା ଭିତ୍ତିରେ କିପରି ସେଠାକୁ ସଂଯୋଗ ଦିଆଯିବ ଓ କିପରି ଯଥାଶୀଘ୍ର ସଂଯୋଗ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି।
ବାତ୍ୟାକୁ ନେଇ ଆସିଲା ବଡ଼ ଖବର : ୮ରେ ବାତ୍ୟା, ୧୦ରେ ଆନ୍ଧ୍ର-ଓଡ଼ିଶା ଉପକୂଳ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ
ଭୁବନେଶ୍ବର : ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବା ଆଶଙ୍କା ରହିଛି । ଏହି ଅବପାତ ରବିବାର ବାତ୍ୟାର ରୂପ ନେଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତରଆନ୍ଧ୍ର ଓ ଓଡ଼ିଶା ଉପକୂଳ ୧୦ ତାରିଖରେ ଛୁଇଁବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।
ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ଆଖପାଖ ଜଳରାଶି ଉପରେ ସଂଘଠିତ ଘୂର୍ଣ୍ଣିବଳୟ ଆଗାମୀ ୪୮ ଘଣ୍ଟା ମଧ୍ୟରେ ତୀବ୍ର ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜିବୀଙ୍କୁ ସମୁଦ୍ର ଭିତରକୁ ନଯିବ ପାଇଁ ପରାମର୍ଶ ଦିଆଯାଇଛି । ସମୁଦ୍ର ଉପରି ଭାଗ ୨୬ ଦଶମିକ ୫ ଡିଗ୍ରୀ ସେଲସିୟସ ଉତତ୍ପି ହେଲେ ବାତ୍ୟା ଅନୁକୂଳ ହୋଇଥାଏ । ଏଥର ମଧ୍ୟ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ଅଛି। ଏଣୁ ବାତ୍ୟା ଆସିବା ଏକ ପ୍ରକାର ନିଶ୍ଚିତ ହୋଇଛି। ତେବେ ଏହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେତେବେଳେ ପବନର ତୀବ୍ରତା କେତେ ରହିବ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନି। ତେବେ ବର୍ତ୍ତମାନର ସ୍ଥିତି ଅନୁସାରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମଧ୍ୟରେ ଏହା ଉପକୂଳ ଛୁଇଁପାରେ ବୋଲି ଆକଳନ କରାଯାଇଛି। କିନ୍ତୁ ଏହା ଆହୁରି ଘନୀଭୂତ ହେବ, ଯାହା ପରେ କେଉଁ ଦିଗରେ ଗତି କରିବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ଆଗକୁ ଅଧିକ ସ୍ପଷ୍ଟ ଭାବେ ଜଣାପଡିବ।
ସେପଟେ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛନ୍ତି। ଯଦି ବାତ୍ୟା ହୁଏ, ତେବେ ରାଜ୍ୟର ୧୮ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ, ଓଡ୍ରାଫ୍,ଏନ୍‌ଡିଆରଏଫ୍‌ ଟିମକୁ ସତର୍କ ରଖାଯାଇଛି ।ସେପଟେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରି ପ୍ରତି ଜିଲ୍ଲା ହେଡ୍ କ୍ୱାର୍ଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଶକ୍ତି, ପଞ୍ଚାୟତ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ବାତ୍ୟା ଆତଙ୍କରେ ଅନେକ ସାମଗ୍ରୀର କଳାବଜାର ହେବାର ଆଶଙ୍କା ରହିଛି । ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବଜାରରେ ଯଥେଷ୍ଟ ସାମଗ୍ରୀ ମହଜୁଦ ରହିଛି । ଅଯଥାରେ ଅଧିକ ସାମଗ୍ରୀ କିଣି ଘରେ ଗଚ୍ଛିତ ନ ରଖିବାକୁ ପରାମର୍ଶ ଦିଆଯାଇଛି । ବିପଦ ଆଶଙ୍କା ଥିବା ଅଞ୍ଚଳରେ ସ୍ଥାୟୀ ଓ ଅସ୍ଥାୟୀ ନିରାପଦ ଆଶ୍ରୟସ୍ଥଳ ଚିହ୍ନଟ କରାଯାଉଛି । ସେପଟେ ବାତ୍ୟା ସ୍ଥିତିକୁ ନେଇ ଆଜି ଜିଲ୍ଲାପାଳମାନେ ଏସଆରସିଙ୍କୁ ରିପୋର୍ଟ ଦେବେ ।
ଲଘୁଚାପ ପାଲଟିଲା ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସଂଘଠିତ ଘୂର୍ଣ୍ଣିବଳୟ, ଆଜି ସ୍ପଷ୍ଟ ହେବ ବାତ୍ୟା ଚିତ୍ର
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ଆଖପାଖ ଜଳରାଶି ଉପରେ ସଂଘଠିତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ତୀବ୍ର ଅବପାତରେ ପରିଣତ ହେବାର ଖୁବ୍‌ ସମ୍ଭାବନା ଅଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରେ । ଏହା କେତେ ଘନୀଭୂତ ହେବ, କେଉଁ ଦିଗରେ ଗତି କରିବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହେବ ।
ଯଦି ବାତ୍ୟା ସୃଷ୍ଟି ହୁଏ ତେବେ  ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନି। ଶୁକ୍ରବାର ଉତ୍ତର ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ସୃଷ୍ଟିର ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପରେ ୧୦ ତାରିଖ ସ୍ଥଳଭାଗ ଛୁଇଁବ ବୋଲି ବିଭିନ୍ନ ମଡେଲ୍‍ ଆକଳନ କରୁଥିଲେ। ମାତ୍ର ବର୍ତ୍ତମାନ ସାମୁଦ୍ରିକ ସ୍ଥିତିକୁ ଦେଖି ମଡେଲଗୁଡ଼ିକ ନିଜ ନିଜ ଆକଳନରେ ପରିବର୍ତ୍ତନ ଆଣୁଛନ୍ତି। ଆଣ୍ଡାମାନସାଗରରେ ଥିବା ସିଷ୍ଟମ (ସମ୍ଭାବ୍ୟ ଅବପାତ)ଟି ଘନୀଭୂତ ହେବାରେ ବାଧାସୃଷ୍ଟି ହେବା ସହ ଏହା ଅଧିକ ସକ୍ରିୟ ହୋଇପାରୁନାହିଁ। ଏହା ସହିତ ବିଭିନ୍ନ ସାମୁଦ୍ରିକ ପ୍ରକ୍ରିୟା ଯୋଗୁଁ ଏହା ଉପକୂଳରେ ପହଞ୍ଚିବା ମଧ୍ୟ ବିଳମ୍ବ ହୋଇପାରେ ବୋଲି ଜିଏଫ୍‍ଏସ୍‍ ଓ ଇସିଏମଡବ୍ଲ୍ୟୁଏଫ ଭଳି ମଡେଲ୍‍ ଦର୍ଶାଉଛନ୍ତି।
ଆଣ୍ଡାମାନସାଗରରେ ଥିବା ସିଷ୍ଟମଟି ବଙ୍ଗୋପସାଗର ଉପକୂଳକୁ ଆସିବ ବୋଲି ମଡେଲ୍‍ଗୁଡ଼ିକ ଆକଳନ କରିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିରେ ଉଭୟ ଉତ୍ତର ଓ ଦକ୍ଷିଣ ଭାରତମହାସାଗରରେ ସମାନ୍ତରାଳ ଭାବେ ଦୁଇଟି ସିଷ୍ଟମ ସକ୍ରିୟ ରହିଛି। ଏଥି ମଧ୍ୟରୁ ଦକ୍ଷିଣ ଭାରତମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକ୍ଷେତ୍ର ଆଣ୍ଡାମାନସାଗରେ ଥିବା ସିଷ୍ଟମକୁ ସକ୍ରିୟ କରିବାରେ ବାଧା ସୃଷ୍ଟି କରୁଛି। କାରଣ ଆଣ୍ଡାମାନସାଗରରେ ଥିବା ସିଷ୍ଟମ ତୁଳନାରେ ଦକ୍ଷିଣଭାରତ ଭାରତମହାସାଗରରେ ଥିବା ସିଷ୍ଟମଟି ଅଧିକ ଶକ୍ତିଶାଳୀ ଥିବାରୁ ମେଘଖଣ୍ଡଗୁଡ଼ିକ ବିଷୁଭରେଖା ଅତିକ୍ରମ କରି ସେଠାକୁ ଚାଲିଯାଉଛି। ଯାହାଦ୍ୱାରା ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ନପାରି ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହି କାରଣ ପାଇଁ ପୂର୍ବରୁ ମଡେଲ୍‍ଗୁଡ଼ିକ ଏହା ୧୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରୁଥିବା ବେଳେ ବର୍ତ୍ତମାନ ଏହା ୧୨-୧୩ ତାରିଖ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରୁଛନ୍ତି। ଏହାବ୍ୟତୀତ ମଡେଲ୍‍ଗୁଡ଼ିକ ମଧ୍ୟ ବାରମ୍ବାର ନିଜର ଆକଳନ ବଦଳାଉଛନ୍ତି। ଯାହାଦ୍ୱାରା ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ଅସ୍ପଷ୍ଟ ରହିଛି। ବାୟୁମଣ୍ଡଳରେ ଗୁରୁଚାପ ରେଖା (ରିଜ୍‍ ଲାଇନ) ପ୍ରଭାବରେ ଉପର ସ୍ତରରର ପବନର ଦିଗ ନିୟନ୍ତ୍ରୀତ ହୋଇଥାଏ। ଏହି ପବନର ଦିଗ ଅନୁଯାୟୀ ବାତ୍ୟାର ଗତିପଥ ନିର୍ଦ୍ଧାରିତ ହୋଇଥାଏ। ହେଲେ ବର୍ତ୍ତମାନ ସ୍ଥିତିରେ ମଡେଲ୍‍ଗୁଡ଼ିକ ଏହି ଗୁରୁଚାପ ରେଖାକୁ ସଠିକ୍‍ ଭାବେ ଆକଳନ କରି ପାରୁ ନାହାନ୍ତି। ତେଣୁ ସମ୍ଭାବ୍ୟ ବାତ୍ୟାର ଗତିପଥ ସମ୍ପର୍କରେ ବାରମ୍ବାର ନିଜର ମତ ବଦଳାଉଛନ୍ତି।
ଅନ୍ୟପଟେ ଆଇଏମଡିର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଶୁକ୍ରବାର ଲଘୁଚାପ ସୃଷ୍ଟି ହେବ। ଏହା ପରବର୍ତ୍ତୀ ସମୟରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୮ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବ। ଏହି ସ୍ଥିତି ଯୋଗୁଁ ସେହି ଅଞ୍ଚଳରେ ପବନର ବେଗ ଆଜିଠାରୁ ୪୦ରୁ ୫୦ ଓ ୮ ତାରିଖ ସକାଳ ବେଳକୁ ୫୫ରୁ ୭୫ କିମି ବେଗରେ ପବନ ବହିପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଆକଳନ ଅଧିକ କରାଯିବ ବୋଲି ସେ କହିଛନ୍ତି। ପୃଥିବିଜ୍ଞାନ ମନ୍ତ୍ରାଳୟର ପୂର୍ବତନ ସଚିବ ମାଧବନ ରାଜୀବନଙ୍କ ସୂଚନା ଅନୁଯାୟୀ ଆଣ୍ଡାମାନସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହା ୧୪ ତାରିଖ ସୁଦ୍ଧା ଦୀଗ ବଦଳାଇ ବାଂଲାଦେଶ ଆଡ଼କୁ ମୁହାଁଇବ। ପ୍ରାଥମିକ ଆକଳନରେ ଭାରତର କୌଣସି ଉପକୂଳ ପାଇଁ ଏହାର ବିପଦ ନାହିଁ ବୋଲି ସେ ଟୁଇଟ୍‍ ଯୋଗେ ସୂଚନା ଦେଇଛନ୍ତି।
ସେପଟେ,ଏହାର ପ୍ରଭାବରେ ୬ ଜିଲ୍ଲାରେ ବର୍ଷା ଲାଗି ରହିଛି । ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ୨୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଓ ପବନ ଯୋଗୁ ତାତି କମିଛି । ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି । ଗତକାଲି ସଂଧ୍ୟାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଅପରାହ୍ଣ ୫ଟା ବେଳକୁ ହଠାତ୍ ଆକାଶରେ ମେଘ ଘୋଟି ଆସିଥିଲା । ଏହା ପରେ ଥଣ୍ଡା ପବନ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା ।
ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ : ଯଦି ବାତ୍ୟା ହୁଏ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି
ଭୁବନେଶ୍ବର : ବାତ୍ୟା ହେବ କି ନାହିଁ । ଯଦି ହେଲା ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏଁ ସ୍କଷ୍ଟ ହୋଇନାହିଁ। ଏଣୁ ଆଗୁଆ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ସମ୍ଭାବ୍ୟ ବାତ୍ୟା ନେଇ ଆଜି ବିଭିନ୍ନ ବିଭାଗ ସହ ବୈଠକରେ ପରେ ସନ୍ଧ୍ୟାରେ ପ୍ରେସମିଟ୍‌ କରି ରାଜ୍ୟବାସୀଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଏସଆରସି।
ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ଆଇଏମ୍‌ଡି ସୂଚନାଅନୁସାରେ  ଗତ କାଲି ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା କାଲି ଅପରାହ୍ନରେ ଲଘୁଚାପର ରୂପ ନେବ। ଏହାପରେ ହିଁ ଜଣାପଡିବ ଏହା ବାତ୍ୟାର ରୂପ ନେବ କି ନାହିଁ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ଏସଆରସି କହିଛନ୍ତି।
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ସଠିକ୍‌ ସୂଚନା ପ୍ରଦାନ କରିବା ନେଇ ସେ କହିଛନ୍ତି । ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ କାଲି ଜଣାପଡ଼ିବ । ଯଦି ବାତ୍ୟା ହୁଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି। ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌ ଟିମ୍‌ ସହ ଆଲେଶଚନା କରାଯାଇ ଆର୍ଲଟ କରାଯାଇଛି। ଯଦି ବାତ୍ୟା ହୁଏ ତେବେ ୧୭ଟି ଏନ୍‌ଡିଆର୍‌ଏଫ୍‌, ୨୦ଟି ଓଡ୍ରାଫ ଟିମ ଓ ୧୭୫ ଟି ଫାୟାର ସର୍ଭିସ ଟିମକୁ ଡିପ୍ଲୋଏ କରିବୁ। ୨୦ଟି ଓଡ୍ରାଫ ଟିମକୁ ଆବଶ୍ୟକ ପଡ଼ିଲେ ୬୦ଟି ଟିମରେ ଜନଭର୍ଟ କରିବୁ । ଆହୁରି ଅଧିକ ଦରକାର ହେଲେ ଏନ୍‌ଡିଆର୍‌ଏଫ୍‌ ଆମକୁ ଅଧିକ ସହାୟତ କରିବେ ବୋଲି କହିଛନ୍ତି ଏସଆରସି।
ଅନ୍ୟପଟେ ଆଜି ଶକ୍ତି ବିଭାଗ, ନଗର ଉନ୍ନୟନ ବିଭାଗ, ପଂଚାୟତ ବିଭାଗର ପ୍ରମୁଖ ସଚିବଙ୍କ ସହ କଥା ହୋଇଛୁ, ବିଜୁଳି ଓ ପିଇବା ପାଣିରେ ସମସ୍ୟା ଉପୁଜୁଲେ କେମିତି ସମାଧାନ କରି ହେବ ସେ ନେଇ ଆଲୋଚନା କରିଛୁ। ଏହାସହ ଆସନ୍ତାକାଲି ଟେଲିକମ ଅଧିକାରୀଙ୍କ ସହ କଥା ହେବୁ। ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ଗଣମାଧ୍ୟମରେ ଖବର ଦେଖି ଲୋକେ ଆତଙ୍କିତ ଅଛନ୍ତି, ଗଣମାଧ୍ୟମ ଖବର ପରିବେଷଣ ବେଳେ ଆତଙ୍କିତ କରନ୍ତୁ ନାହିଁ। କିଛି ଅସାଧୁ ବ୍ୟବସାୟୀଙ୍କୁ ରେଟ ବଢ଼ାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଏଇଟା ଗୋଟିଏ ଗ୍ରୀଷ୍ମ କାଳୀନ ବାତ୍ୟା ହୋଇପାରେ। ଏଠି ବନ୍ୟା ଜନିତ ଅଧିକ ସମସ୍ୟା ହେବ ନାହିଁ। ମାର୍କେଟରେ ସବୁ ଜିନିଷ ମହଜୁଦ ଅଛି, ଅଯଥା ଜିନିଷ କିଣନ୍ତୁ ନାହିଁ। ବଜାରରେ ସବୁ ଜିନିଷ ସବୁ ସମୟରେ ମିଳିବ। ଲୋକେ ଅଧିକ ଭୟଭିତ ହୁଅନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି।
ଅନ୍ୟପଟେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ସତର୍କ ରହିବାକୁ କୁହାଯାଇଛି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଜିଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍,ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବସମ୍ବଳ ସଜାଗ ରହିବାକୁ ପଡ଼ିବ। ବାତ୍ୟା ପୂର୍ବରୁ ଲୋକେ ଯେଭଳି କଚାଘରେ ନରହିବେ ସେନେଇ ଏବେଠାରୁ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷକରି ଦିବ୍ୟାଙ୍ଗ’, ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭସ୍ଥଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପଡ଼ିବ। ଆସନ୍ତା ୬ ତାରିଖ ପୂର୍ବରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗୃହରକ୍ଷୀ ଓ ମହିଳା କନଷ୍ଟେବଳଙ୍କୁ ନେଇ ତିନୋଟି ଦଳ ଗଠନ କରିବାକୁ ହେବ। ବିଦ୍ୟାଳୟ ଓ ସରକାରୀ ସ୍ଥାନ ଚିହ୍ନଟ କରି ଏବେଠାରୁ ରଖିବାକୁ ପଡ଼ିବ। ସେଠାରେ ଲୋକେ ଆଶ୍ରୟ ନେଲେ ଠିକ୍ ରହିବ କି ନାହିଁ ତାହା ତହସିଲଦାର ଓ ବିଡିଓ ପରିଦର୍ଶନ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବିଦ୍ୟୁତ୍ କାଟକୁ ଯଥାସମ୍ଭବ କମାଇବା ସହିତ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହି କାର୍ଯ୍ୟ କରିବା ଲାଗି ନିର୍ଦେଶ ଦିଆଯାଇଛି ।
ପ୍ରସ୍ତୁତ ରଖ ବାତ୍ୟା ଆଶ୍ରୟସ୍ଥଳୀ, ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ରାଜସ୍ବମନ୍ତ୍ରୀ ନିର୍ଦ୍ଦେଶ
ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାଯୋଗୁଁ ଦକ୍ଷିଣ ଆଣ୍ଡାମାନ ସାଗର ଅଶାନ୍ତ ହେଉଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ବର୍ତ୍ତମାନର ପାରିପାର୍ଶ୍ବିକ ସ୍ଥିତି ଅନୁକୂଳ ଥିବାରୁ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇପାରେ ।
ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଇଛି। ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର। ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ତେବେ ଏହାରି ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ନେଇ ତା ପୂର୍ବରୁ ପୁରା ସଜାଗ ହୋଇପଡିଛନ୍ତି ରାଜ୍ୟ ସରକାର।ହି ପ୍ରରିପେକ୍ଷୀରେ ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାସ୍‌ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାବତ କୌଣସି ସ୍ପଷ୍ଟ ଚିତ୍ର ମିଳିନଥିଲେ ମଧ୍ୟ ଜିଲ୍ଲାପାଳମାନଙ୍କୁ ଆଗୁଆ ନିର୍ଦ୍ଦେଶ ଦିଆଯିବା ସହ ତୃଣମୂଳ ସ୍ତରରେ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି। ସେ କହିଛନ୍ତି, ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି ।ଏପିରିକି ଭାଙ୍ଗିଯାଇଥିବା ଘର ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଖାସ୍‌ ନଜର ରଖିବାକୁ କୁହାଯାଇଛି ।
ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜସ୍ବମନ୍ତ୍ରୀଙ୍କ କହିଛନ୍ତି ଯେ, ବାତ୍ୟା ପାଇଁ ସରକାର ସବୁବେଳେ ପ୍ରସ୍ତୁତ। ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରୁଛି ଓଡିଶା। ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏବେ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ନାହିଁ। ତାହା ସତ୍ବେ ବି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ତୃଣମୂଳ ସ୍ତରରେ ପ୍ରସ୍ତୁତି କରାଯାଇଛି। ତୃଣମୂଳ ସ୍ତରରେ ଯାହା ପ୍ରସ୍ତୁତ ହେବା କଥା ହୋଇଛି। ପାଣିପାଗ ବିଭାଗ ସମ୍ପୁର୍ଣ୍ଣ ବାତ୍ୟାର ଦିଗ ସହ ଲ୍ୟାଣ୍ଡଫଲ ସମୟ , ବର୍ଷା, ପବନର ପ୍ରଭାବ ଉପରେ ସଠିକ ତଥ୍ୟ ଦେବ ତାପରେ ପ୍ରସ୍ତୁତକୁ ଆହୁରି ଜୋରଦାର କରାଯିବ।
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ‘ଅସନୀ’କୁ ନେଇ ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି । ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏପରିକି ଆସନ୍ତା ୧୦ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ‘ଅସନୀ’ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ତେବେ ଆସନ୍ତା ୬ ତାରିଖ ପରେ ଏନେଇ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।
ଏନେଇ ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଅଧିକ ସୂଚନା ଦେଇ କହିଛନ୍ତି ଯେ, ମଇ ମାସରେ ସାଧାରଣତଃ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ଅଧିକ ତୀବ୍ରତର ହେବାର ସମ୍ଭାବନା ରହିଥାଏ । ବର୍ତ୍ତମାନସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନାହିଁ । ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ଗତିପଥ ଏବଂ ତୀବ୍ରତା ନେଇ ଅଧିକ ସୂଚନା ଦିଆଯିବ ବୋଲି ଡ ମହାପାତ୍ର କହିଛନ୍ତି। ଅନ୍ୟପଟରେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ଶରତ ସାହୁ କହିଛନ୍ତି ଯେ ପ୍ରାଥମିକ ଆକଳନ ଅନୁଯାୟୀ ଆସନ୍ତା ୬ ତାରିଖରୁ ଏହି ସିଷ୍ଟମଟି ଆଣ୍ଡାମାନ ଉପକୂଳରୁ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।
ଏହାର ଦୂରତା ଏବଂ ଗତିର ତୀବ୍ରତାକୁ ଅନୁଶୀଳନ କଲେ ଏହା ଉପକୂଳ ଛୁଇଁବାକୁ ବେଶି ସମୟ ନେଇ ନ ପାରେ ଏବଂ ବେଶି ଘନୀଭୂତ ହୋଇନପାରେ। ଫଳରେ ଏହା ସାଇକ୍ଲୋନିକ ଷ୍ଟର୍ମ ନହଲେ ଅତି ବେଶୀରେ ସିଭିୟର ସାଲକ୍ଟ୍ରୋନିକ ଷ୍ଟର୍ମର ରୂପ ନେବ। ଯାହାଫଳରେ ସମ୍ଭାବ୍ୟ ବାତ୍ୟାରେ ପବନର ବେଗ ଘଣ୍ଟା ପ୍ରତି୧୦୦ କିଲୋମିଟର ରହିପାରେ ବୋଲି ଡ. ସାହୁ କହିଛନ୍ତି। ତେବେ ସିଷ୍ଟମକୁ ଘନୀଭୂତ ହେବାକୁ ଅନୁକୂଳ ବାତାବରଣ ରହୁଛି । ତେବେ ସମ୍ଭାବ୍ୟ ବାତ୍ୟାଟି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ, ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିପାରେ। ତେବେ ଓଡ଼ିଶା ପ୍ରତି ଅଧିକ ଆଶଙ୍କା ରହୁଛି ବୋଲି ବୋଲି ସେ କହିଛନ୍ତି ।
ବାଂଲାଦେଶ ଓ ମିଆଁମାର ମୁହାଁ ବାତ୍ଯା, ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ
ଭୁବନେଶ୍ୱର: ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ। ରାଜ୍ୟକୁ କ୍ରମାଗତ ଭାବେ ଗରମ ଓ ଉଷ୍ମବାୟୁ ପ୍ରବେଶ କରୁଥିବାରୁ ଏହି ସ୍ଥିତି ସୃଷ୍ଟି ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ହେବା ସହ ଏଠାରେ ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧୂକ ରହିବା ସମ୍ଭାବନା ରହିଛି। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ଵାଭାବିକଠାରୁ ତାପମାତ୍ରା ୨ ଡିଗ୍ରୀରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୋମବାର ମଧ୍ୟ ଅନେକ ସ୍ଥାନରେ ତାତି ଅନୁଭୂତ ହୋଇଛି। ୪୦.୨ ଡିଗ୍ରୀ ସହ ଝାରସୁଗଡ଼ା ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ଟିଟଲାଗଡ଼, ବଲାଙ୍ଗୀର, ଏବଂ ବୌଦ୍ଧରେ ତାପମାତ୍ର ୪୦ଡିଗ୍ରୀ ରେକର୍ଡ କରାଯାଇଛି।
ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ଆଇଏମଡି କହିଛି। ଏହା ଉତ୍ତର ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବସ୍ଥିତ ରହିଛି। । ଏବେ ଏହା ପୋର୍ଟବେୟାରଠାରୁ ୧୧୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେ ରହିଥିବା ବେଳେ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେଉଛି। ତେବେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବାତ୍ୟାର ପ୍ରଭାବ ନ ଥିଲେ ମଧ୍ୟ ରାଜ୍ୟକୁ ବଙ୍ଗୋପସାଗରରୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ଆଶଙ୍କା କରାଯାଇଛି। ବୁଧବାରଠାରୁ ଏହାର ପ୍ରଭାବ ଅଧିକ ହେବାକୁ ଥିବା ବେଳେ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏହା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।