Khalid Payenda - The Sakala
ନୂଆଦିଲ୍ଲୀ: କୁହାଯାଏ କି ସମସ୍ତେ ପିରସ୍ଥିତିର ଦାସ । ସମୟ ବଡ଼ ବଳବାନ । ଆଉ ଏହା ଏବେ ପ୍ରମାଣିତ ମଧ୍ୟ ହୋଇଛି । ଗୋଟିଏ ଦେଶର ଅର୍ଥମନ୍ତ୍ରୀ କିଭଳି ଜଣେ ଡ୍ରାଇଭରରେ ପରିଣତ ହୋଇଛନ୍ତି । ସମୟ ମଣିଷକୁ କେଉଁଠାରୁ ନେଇ କେଉଁଠିକି ପଠେଇ ଦିଏ ସେ କଥା କହିବା ମୁସ୍କିଲ । ଆମେ ଏଠି କହୁଛୁ ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦାଙ୍କ କଥା । ଆଫଗାନିସ୍ତାନର ଶେଷ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦା ଏବେ ଆମେରିକାରେ ଉବେର ଡ୍ରାଇଭର । ମାତ୍ର ୬ ମାସ ପୂର୍ବରୁ ସେ ମନ୍ତ୍ରୀ ହୋଇ ରାଜକୀୟ ଜୀବନ ବିତାଉଥିଲେ। ହେଲେ ସମୟ ତାଙ୍କର ସବୁ ସୁଖ ଶାନ୍ତିକୁ ଛଡ଼ାଇ ଏକ ଭିନ୍ନ ଯାତ୍ରାରେ ପଥିକ କରିଦେଇଛି। ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦା, ସଂସଦରେ ଅର୍ଥମନ୍ତ୍ରୀ ଭାବେ ଦେଶର ବଜେଟ ଉପସ୍ଥାପନା କରୁଥିବା ଏହି ମନ୍ତ୍ରୀ ଏବେ ଆମେରିକାର ରାଜଧାନୀ ୱାସିଂଟନରେ ଉବର ଡ୍ରାଇଭର ।
ଖଲିଦଙ୍କୁ ଏବେ ୪୦ ବର୍ଷ। ଆମେରିକାର ୱାସିଂଟନ୍‌ ଡିସିରେ ଉବେର ଡ୍ରାଇଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ଖଲିଦ୍‌। ୬ ମାସ ପୂର୍ବରୁ ତାଲିବାନୀ ଆତଙ୍କବାଦୀମାନେ ବର୍ବର ଆକ୍ରମଣ କରି ଆଫଗାନିସ୍ତାନ ଶାସନ କ୍ଷମତାକୁ ଅକ୍ତିଆର କରିଥିଲେ।
ସୂଚନା ଅନୁସାରେ, ତାଲିବାନ ଆତଙ୍କବାଦୀଙ୍କ ଦ୍ବାରା କାବୁଲ ପତନର ଅଳ୍ପଦିନ ପୂର୍ବରୁ ଆଫଗାନିସ୍ତାନ ସରକାରଙ୍କ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଖାଲିଦ ପାୟେନ୍ଦା ବର୍ତ୍ତମାନ ଆମେରିକାର ୱାଶିଂଟନରେ ଉବର କ୍ୟାବ୍ ଚଳାଇ ଜୀବିକା ନିର୍ବାହ କରୁଛନ୍ତି। ଏଥି ସହ ସେ ଜର୍ଜଟାଉନ୍ ୟୁନିଭର୍ସିଟିରେ ସହକାରୀ ପ୍ରଫେସର ଭାବେ କାମ କରି ସିମେଷ୍ଟାର ପିଛା ୨,୦୦୦ ଡଲାର ରୋଜଗାର କରୁଛନ୍ତି।
ୱାସିଂଟନ ପୋଷ୍ଟକୁ ସାକ୍ଷାତ୍‌କାର ଦେଇ ଆଫଗାନିସ୍ତାନର ଶେଷ ଅର୍ଥମନ୍ତ୍ରୀ କଥିଲେ ଯେ, ସ୍ତ୍ରୀ ଓ ଚାରି ପିଲାଙ୍କ ପରିବାର ଚଳାଇବା ପାଇଁ ତାଙ୍କୁ ଯେଉଁ କାମ ମିଳିଛି ସେଥିରେ ସେ ସନ୍ତୁଷ୍ଟ। ସେ ଡ୍ରାଇଭର ଭାବେ କାର୍ଯ୍ୟ କରି ସେ ଲଜ୍ଜିତ ନୁହଁନ୍ତି । ଏହି କାମ ମୋର ଜୀବନରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛି ।