Flight Accident - The Sakala

ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା
ଗୁରୁବାର ଦିନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଟ୍ୟାକ୍ସିଂ କରୁଥିବା ଏକ ସ୍ପାଇସ୍ ଜେଟ୍ (SpiceJet) ବିମାନ ରନୱେରେ ସ୍ଥିର ଥିବା ଏକ ଆକାଶା ଏୟାର (Akasa Air) ବିମାନ ସହ ଧକ୍କା ହୋଇଛି। ଏହି ଘଟଣାରେ ଉଭୟ ବିମାନର କ୍ଷତି ଘଟିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ୧୬ ଏପ୍ରିଲ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୨:୧୫ ସମୟରେ ଏହି ଘଟଣା ଘଟିଥିଲା। ଲେହରୁ ଆସୁଥିବା ସ୍ପାଇସ୍ ଜେଟ୍ ର B737-700 ବିମାନଟି ଅବତରଣ ପରେ ପାର୍କିଂ ବେ’ (bay) ଆଡ଼କୁ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ଆକାଶା ଏୟାରର ବିମାନ ସହ ଧକ୍କା ହୋଇଥିଲା। ଏହି ଧକ୍କା ଫଳରେ ସ୍ପାଇସ୍ ଜେଟ୍ ବିମାନର ଡାହାଣ ପାର୍ଶ୍ୱର ୱିଙ୍ଗଲେଟ୍ (right winglet) ଏବଂ ଆକାଶା ଏୟାର ବିମାନର ବାମ ପାର୍ଶ୍ୱର ହୋରିଜେଣ୍ଟାଲ୍ ଷ୍ଟାବିଲାଇଜର୍ (left-hand horizontal stabiliser) କ୍ଷତିଗ୍ରସ୍ତ ହୋଇଛି।

ଯାତ୍ରୀମାନେ ସୁରକ୍ଷିତ

ଆକାଶା ଏୟାରର ବିମାନଟି ଦିଲ୍ଲୀରୁ ହାଇଦ୍ରାବାଦ ଯିବା ପାଇଁ ପ୍ରସ୍ତୁତ ହେଉଥିଲା (ଫ୍ଲାଇଟ୍ ନମ୍ବର QP 1406)। ଦୁର୍ଘଟଣା ପରେ ବିମାନଟିକୁ ତୁରନ୍ତ ବେ’ କୁ ଫେରାଇ ନିଆଯାଇଥିଲା। ଆକାଶା ଏୟାରର ମୁଖପାତ୍ର ସୂଚନା ଦେଇଛନ୍ତି ଯେ, ଧକ୍କା ହେବା ବେଳେ ସେମାନଙ୍କ ବିମାନଟି ସ୍ଥିର ଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଦୁର୍ଘଟଣାଗ୍ରସ୍ତ ସ୍ପାଇସ୍ ଜେଟ୍ ବିମାନଟିକୁ ମଧ୍ୟ ସାମୟିକ ଭାବେ ଉଡ଼ାଣରୁ ବାଦ୍ ଦିଆଯାଇଛି ବା ଗ୍ରାଉଣ୍ଡେଡ୍ କରାଯାଇଛି।

ତଦନ୍ତ ନିର୍ଦ୍ଦେଶ

ଏହି ସମ୍ବେଦନଶୀଳ ଘଟଣା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ଏବଂ ସମ୍ପୃକ୍ତ ବିମାନ କର୍ତ୍ତୃପକ୍ଷଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହାର ଏକ ବିଧିବଦ୍ଧ ତଦନ୍ତ ଆରମ୍ଭ କରାଯାଇଛି।

ଉଡ଼ାଣବେଳେ ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ, ଦୁଇ ଅଗ୍ନିଶମ କର୍ମଚାରୀ ମୃତ
ପେରୁ: ଉଡ଼ାଣ ଭରୁଥିବା ସମୟରେ ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ । ବିମାନ ଧକ୍କା ହେବା ଫଳରେ ଟ୍ରକରେ ଥିବା ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପେରୁର ରାଜଧାନୀ ଲିମାର କା‌ଲାଓସ୍ଥିତ ବିମାନ ବନ୍ଦରରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଏତେ ଅଧିକ ମାତ୍ରାରେ ଥିଲା ଯେ, ଟ୍ରକଟି ଧକ୍କା ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବିମାନରେ ୧୦୨ଜଣ ଯାତ୍ରୀ ଓ ୬ଜଣ ପରିଚାରକ ଥିଲେ।

ପେରୁର ଲାଟାମ୍‌ ଏୟାରଲାଇନ୍ସର ବିମାନ ଉଡାଣ ଭରିବା ସମୟରେ ରନଓ୍ଵେରେ ବୀପରିତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ବିମାନର ଗୋଟିଏ ଡେଣା ଟ୍ରକ ସହ ଘସି ହୋଇ ଯାଇଥିଲା ଏବଂ ବିମାନରେ ନିଆଁ ଲାଗି ଯାଇଥିଲା। ସମସ୍ତ ଯାତ୍ରୀ ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତେବେ କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି।

In PERU 🇵🇪

A #LATAM Airlines plane taking off from Lima’s international airport struck a firetruck on the runway and caught fire on Saturday. Authorities said the plane’s passengers and crew were all safe, but two firefighters in the truck were killed. #Twitter #latamperu pic.twitter.com/ErXhhwvwZ5

— -🇦🇺|🇺🇸- (@KINGDEMANACATOS) November 19, 2022

ଦୁର୍ଘଟଣା ପରେ ପରେ ତୁରନ୍ତ ଉକ୍ତ ଯାତ୍ରୀବାହୀ ବିମାନକୁ ଅବତରଣ କରାଇ ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟ ନିମନ୍ତେ ‘ଏମର୍ଜେନ୍‌ସି ସର୍ଭିସ୍‌’ ତୁରନ୍ତ ସେଠାକୁ ଧାଇଁ ଯାଇଥି‌ଲା। ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି। ଦୁର୍ଘଟଣା ମାତ୍ରେ ବିମାନ ବନ୍ଦରର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଅପରାହ୍ଣ ୩.୨୫ରେ ଏହି ଦୁର୍ଘଟଣା ଘଟିଥିବା ‌ରିପୋର୍ଟ କରାଯାଇଛି।

ଚୀନ୍‌ରେ ଯାତ୍ରୀବାହୀ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୩୩ ଯାତ୍ରୀ
ବେଜିଂ: ଚୀନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଇଙ୍ଗ ୭୩୭ ଇଷ୍ଟର୍ଣ୍ଣ ବୋଇଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ପାହାଡ ଉପରେ ଖସିପଡିଛି । ଏଥିରେ ୧୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ।

ସୂଚନା ଅନୁସାରେ, ଏହି ବୋଇଙ୍ଗ ୭୩୭ ବିମାନଟି ଆଜି ଜୁନମିଙ୍ଗରୁ ଗୁଆଙ୍ଗଝୋକୁ ଉଡାଣ ଭରିଥିଲା । ହେଲେ ଯିବା ବାଟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖଯିବା କାରଣରୁ ବିିମାନଟି ନିୟନ୍ତ୍ରଣ ହରାଇ ଏକ ସୁଉଚ୍ଚ ପାହାଡରେ ପିଟି ହୋଇଯାଇଥିଲା । ଚାହୁଁ ଚାହୁଁ ବିମାନରେ ନିଆଁ ଲାଗିଯାଇଥିଲା । ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏଯାଏଁ ମୃତକଙ୍କ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଚାଇନାର ସରକାରୀ ଟିଭି ଚ୍ୟାନେଲ ସିସିଟିଭି ରିପୋର୍ଟ ଅନୁଯାୟୀ, ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଗ୍ରାମାଞ୍ଚଳରେ ଫ୍ଲାଇଟ୍ ଏମୟୁ୫୭୩୫ ବୋଇଙ୍ଗ ୭୩୭ ବିମାନ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।