World Pakhala Dibasa - The Sakala
ଭୁବନେଶ୍ୱର: ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ । ଏଠି ଭକ୍ତ ବି ଖାଅନ୍ତି ଆଉ ଭଗବାନଙ୍କ ପାଖରେ ବି ଭୋଗ ଲାଗେ ପଖାଳ । ଓଡ଼ିଆ ସଂସ୍କୃତି ପରମ୍ପରା ଏକ ଅଭିନ୍ନ ଅଙ୍ଗ ଓ ପ୍ରତି ଓଡ଼ିଆଙ୍କ ଅତି ପ୍ରିୟ ହେଉଛି ପଖାଳ । ଖରା ଦିନ ଆସିଗଲେ ଓଡ଼ିଆ ମନ ଖୋଜେ ପଖାଳ । ଆଉ କିଛି ଖାଇଲେ ହୁଏତ ପେଟ ପୂରିଯିବ କିନ୍ତୁ ମନ ଭରିବ ତ ପଖାଳ ଖାଇଲେ । କେବଳ ରାଜ୍ୟ କାହିଁକି ରାଜ୍ୟ ବାହାରେ ରହୁଥିବା ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ଓଡ଼ିଆଙ୍କ ପ୍ରିୟ ବ୍ୟାଞ୍ଜନକୁ ସାରା ବିଶ୍ୱର କୋଣଅନୁକୋଣନରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଆର୍ଥାତ ଆଜି ଦିନଟିକୁ ’ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।
ପୂର୍ବରୁ ପଖାଳ କେବଳ ଗରିବଙ୍କ ମଧ୍ୟରେ ସୀମିତ ଥିଲା ହେଲେ ଏବେ ଏହାର ପରିଚୟ ବଦଳିଛି । ଆଧୁନିକ ତା’ର ଖୋଳପାରେ ପଖାଳ ଏବେ ସବୁ ବର୍ଗର ଲୋକଙ୍କ ପସନ୍ଦର ବ୍ୟଞ୍ଜନ ପାଲଟିଛି । ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନ୍ୟୁରେ ପଖାଳର ଚାହିଦା ରହିଛି ।
ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ଗ୍ରାହକଙ୍କୁ ପରସି ଦିଆଯାଏ ।
ପଖାଳ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା, ଶାଗ, ବଡ଼ିଚୁରା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍‌ରେ କେବେବି ମିଳେ ନାହିଁ। ସବୁ ଦୃଷ୍ଟିରୁ ପଖାଳ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ। ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଆଦି ପକାଯାଏ।