Jharigaan - The Sakala

ରାସ୍ତା କଡ଼ ଜମିରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାର ପୋଲସଗାଁ ଗ୍ରାମ ନିକଟସ୍ଥ ରାସ୍ତା କଡରେ ଥିବା ଏକ ଧାନ ଜମିରେ ଅଜଣା ବ୍ୟକ୍ତିଙ୍କ ଶବ ପଡିଥିବା ଜଣାପଡିଛି। ଜମି ମାଲିକ ମନ ଗୌଡ଼ ଆଜି ସକାଳୁ ନିଜ ଜମିରେ ଧାନ କାଟିବା ପାଇଁ ଆସିଥିଲେ। ଦୁର୍ଗନ୍ଧ ହେବାରୁ ପାଖକୁ ଯାଇଥିଲେ ଏବଂ ଶବ ପଡିଥିବା ଦେଖି ତୁରନ୍ତ ସ୍ଥାନୀୟ ୱାର୍ଡ ସଭ୍ୟଙ୍କୁ ଜଣାଇଥିଲେ ଏବଂ ଝରିଗାଁ ଥାନାକୁ ଖବର ଦେଇଥିଲେ। ଖବର ପାଇ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି ଏକ ଟିମ ସହିତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଅଧିକ ତଦନ୍ତ ପାଇଁ ନବରଙ୍ଗପୁରରୁ ସାଇନ୍ଟିଫିକ ଟିମର ସହାୟତା ଲୋଡ଼ା ଯାଇଥିଲା।

ସାଇନ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ତେବେ ବିଭାଗ ପକ୍ଷରୁ କୌଣସି ସଠିକ ଭାବରେ ତଥ୍ୟ ଜଣା ପଡୁନାହିଁ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ସଠିକ କହିହେବ ବୋଲି ପୋଲିସ କହିଛି । ତେବେ ଶବଟି ୩/୪ ଦିନ ହେବ ପଡିରହି ଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି। ଶବ ଜବତ କରିବା ପରେ ମଧ୍ୟ ଚିହ୍ନଟ ହୋଇପାରିନଥିଲା କି ସ୍ଥାନୀୟ ଅଞ୍ଚଳରେ କେହି ବ୍ୟକ୍ତିଙ୍କର ନିଖୋଜ ନେଇ ମଧ୍ୟ ଅଭିଯୋଗ ହୋଇନଥିବା ଥାନାଧିକାରୀ ଜଣେଇଛନ୍ତି। ଝରିଗାଁ ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।ତେବେ ଝରିଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ ନ ୩୬/୨୨ ରେ ପ୍ରାଥମିକ ତଦନ୍ତ ଜାରି ରଖିଛି ।

ସ୍ୱାମୀ ର ହତ୍ୟା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମା ନିକଟସ୍ଥ ଜୟନ୍ତୀ ଗ୍ରାମର ଯୋଗେଶ୍ୱରୀ ବାଘ(୨୨) ଙ୍କୁ ଗ୍ରାମର ଲୋକମାନେ ଜଣେଇ ଥିଲେ ଯେ ତାଙ୍କ ସ୍ବାମୀ ବଳରାମ ବିଶି(୨୮)ଙ୍କ ମୃତ୍ୟୁ ହୋଇଯାଇଛି ଏବଂ ମୃତ ଶରୀର ଝାରବନ୍ଧ ପୋଖରୀ କୂଳରେ ପଡ଼ିଛି।ସ୍ୱାମୀ ଙ୍କ ମୃତ୍ୟୁ ଖବର ଶୁଣି ଯୋଗେଶ୍ୱରୀ ଝରୀଗାଁ ସେଣ୍ଟ୍ରାଲ ନର୍ସରୀ ସ୍ଥିତ ଝାରବନ୍ଧ ପୋଖରୀ ନିକଟରେ ପହଞ୍ଚି ଥିଲେ ଘଟଣା ସ୍ଥଳରେ ସ୍ୱାମୀ ଙ୍କ ମୃତ ଶରୀର ଦେଖି ଅଚେତ ହୋଇ ପଡ଼ିଥିଲେ, ଗୋଟେ ପଟେ ସ୍ୱାମୀର ମୃତ ଦେହ ପଡ଼ିଥିବା ବେଳେ ସ୍ତ୍ରୀ ର ଏଭଳି ଅବସ୍ଥା ଦେଖି ଉପସ୍ଥିତ ଲୋକ ତାଙ୍କ ଆମ୍ବୁଲାନ୍ସ ଡକାଇ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ।ଝରିଗାଁ ଝାରବନ୍ଧ ଠାରେ ହତ୍ୟା ହୋଇଛି ଖବର ପାଇ ଉମରକୋଟ ଏସଡିପିଓ ଦିନେଶ ଚନ୍ଦ୍ର ନାୟକ ଏବଂ ଝରୀଗାଁ ଭାରପ୍ରାପ୍ତ ଥାନା ଅଧିକାରୀ ନଟବର ନନ୍ଦ ଏକ ଟିମ ସହିତ ଘଟଣା ସ୍ଥଳ ରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ବଳରାମ ବିଶିର ମୃତ ଶରୀର ବନ୍ଧ ନିକଟରେ ଥିବା ବିଜୁଳିଖୁଣ୍ଟ ତଳେ ପଡି ଥିବା ବେଳେ ତା ନିକଟରେ ମାଛଜାଲ ଏବଂ ମାଛ ପଡ଼ିଥିଲା ଏବଂ ତାକୁ ପୋଖରୀ ରୁ ପାଖାପାଖି କୋଡିଏ ରୁ ପଚିସି ଫୁଟ ଘୋଷାରି ଆଣିବାର ଚିନ୍ହ ମଧ୍ୟ ରହିଛି ମୃତ ବ୍ୟକ୍ତି ର କାନ ନାକ ଏବଂ ଆଖି ରୁ ରକ୍ତ ବୋହିବା ସହ ମୁହଁସାରା କ୍ଷତ ଦେଖିବାକୁ ମିଳିଛିl ସାଧାରଣ ରେ ଏହା ହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ପୋଲିସ ପକ୍ଷରୁ ଏହା ହତ୍ୟା ନା ଦୁର୍ଘଟଣା ଏହି ସମ୍ପର୍କରେ ସଠିକଭାବେ ଜାଣିବା ପାଇଁ କୋରାପୁଟ ରୁ ସାଇଣ୍ଟି ଫିକ ଟିମ ର ସହାୟତା ମଗାଯାଇଛି ତେବେ ଟିମ ପହଞ୍ଚିବା ବେଳ ସନ୍ଧ୍ୟା ୭ଟା ହେବ ତେଣୁ ପୋଲିସ ପକ୍ଷରୁ ସଠିକ ଭାବେ ଜଣାଯାଇନଥିବା ବେଳେ ଅନ୍ୟପକ୍ଷରେ ମୃତକଙ୍କ ସ୍ତ୍ରୀ କିନ୍ତୁ ଏହାକୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ସ୍ତ୍ରୀଙ୍କର କହିବା ପ୍ରକାରେ ସ୍ୱାମୀ ବଳରାମ ବିଶି ସବୁ ଦିନଭଳି ସକାଳୁ କାମକୁ ବାହାରି ଚାଲି ଯାଇଥିଲେ କିନ୍ତୁ ଦିନସାରା ନ ଫେରି ରାତି ଆଠ ଘଣ୍ଟା ସମୟରେ ଘରକୁ ଫୋନ ଯୋଗେ ସେ ମିଲ କାମ ସାରି ସକାଳୁ ଘରକୁ ଫେରିବେ ବୋଲି ଶାଶୁକୁ ଜଣେଇ ଥିଲେ ଏବଂ ଖବର ନିଜ ପତ୍ନୀ କୁ ଜଣେଇଦେବ ବୋଲି କହିଥିଲେ କିନ୍ତୁ ସକାଳୁ ସକାଳୁ ସ୍ତ୍ରୀ ସ୍ୱାମୀର ମୃତ୍ୟୁ ଖବର ପାଇଥିଲେl ତେବେ ସ୍ତ୍ରୀ ଙ୍କ କହିବା ପ୍ରକାରେ ବଳରାମ ଙ୍କ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ସାଙ୍ଗ ସାଥୀଙ୍କୁ ପଚାରିବାରୁ ବଳରାମ ତାଙ୍କ ସାଙ୍ଗ ଙ୍କ ସହ ସେହି ପୂର୍ଣ୍ଣିବନ୍ଧ ନିକଟରେ ଥିବା କହିଥିଲେ ତେଣୁ ଏହି ହତ୍ୟା ପଛରେ କିଛି ଲୋକଙ୍କ ହାତ ଥିବା ବେଳେ ଅସlମୀଙ୍କୁ ଗିରଫ କରିବା ଲାଗି ଦାବୀ କରିଛନ୍ତି ତେବେ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ଘଟଣାର ପ୍ରକୃତ ସତ୍ୟା ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରା ଯାଉଛି।