mission shakti odisha - The Sakala

ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ଦେଇଛି ସ୍ବତନ୍ତ୍ର ପରିଚୟ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମିଶନ ଶକ୍ତି ମାଆଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତିର ମାଆ ମାନେ ବହୁତ ଭଲ କାମ କରୁଛନ୍ତି । ମା’ମାନେ ଆଗକୁ ବଢ଼ିବା ସହିତ ଏକ ସାମାଜିକ ପୁଞ୍ଜି ହୋଇପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆମାନେ ଆଗକୁ ବଢିବା ସହ ଉନ୍ନତି କରିଛନ୍ତି । ସେମାନେ SHGରୁ MSMEକୁ ଉନ୍ନୀତ ହୋଇପାରିଛନ୍ତି । କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ମାଆ ମାନଙ୍କର ଏହି ପ୍ରଗତି ଦେଖି ମୁଁ ବହୁତ ଖୁସି । ମା’ମାନେ ମିଲେଟକୁ ସହର ଓ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ମାଆ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତି ୭୦ ଲକ୍ଷ ମାଆଙ୍କ ପରିବାର । ମିଶନ ଶକ୍ତିର ଶକ୍ତି ସଂଖ୍ୟାରେ ନୁହେଁ, ମାଆଙ୍କ ଦୃଢ଼ ପରିଶ୍ରମ ଓ ସମର୍ପଣ ହିଁ ମିଶନ ଶକ୍ତିର ଶକ୍ତି । ମିଶନ ଶକ୍ତିର ଶକ୍ତି ହେଉଛନ୍ତି ଆମ ମାଆମାନେ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଏପରି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ମାଣ୍ଡିଆର ପ୍ରଚାର ପ୍ରସାରରେ ଓଡ଼ିଶା ସୁନାମ ଆଣିଛି । ଯେଉଁଥିରେ ହକଦାର ସାଜିଛନ୍ତି ମିଶନ ଶକ୍ତି ମାଆ । କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ମାଆମାନେ ସଶକ୍ତ ହୋଇଛନ୍ତି ।

ପଞ୍ଚାୟତର ପୋଖରୀରେ ମାଆମାନେ ମାଛଚାଷ କରୁଛନ୍ତି, ବିଭିନ୍ନ ଫସଲ ଚାଷ କରୁଛନ୍ତି ମିଶନ ଶକ୍ତିମାଆ । ନୂଆପଡ଼ାରେ ଷ୍ଟ୍ରବେରୀ ଓ କୋରାପୁଟରେ କଫିଚାଷ ମିଶନ ଶକ୍ତି ମାଆମାନଙ୍କ ପାଇଁ ସମ୍ଭବ ହୋଇଛି । ଏସଏଚଜିରୁ ଏମଏସଏମଇର ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ସଫଳ ହୋଇଛି । ମହିଳାମାନେ ଉଦ୍ୟୋଗୀ ବନିଛନ୍ତି । ଯୁଗଯୁଗରୁ ମାଟି ସହିତ ମାଆମାନଙ୍କର ସମ୍ପର୍କ ରହିଛି । ସୃଷ୍ଟିର ଆରମ୍ଭରୁ ମାଆ ଓ ମାଟିର ସମ୍ପର୍କ ରହିଛି । ଘରେ ରୋଷେଇ କ’ଣ ହେବ ଓ ପରିବାର କେମିତି ଚଳିବ ତାହା ମଧ୍ୟ ମାଆଙ୍କ ହାତରେ ରହିଛି ।

ନୂତନ ଓଡ଼ିଶାରେ ମାଆର ସମ୍ପର୍କକୁ ବ୍ୟାପକ କରିଛି ମିଶନ ଶକ୍ତି । ମାଟି ଓ ହାଣ୍ଡିଶାଳରୁ ବାହାରି ମାଆମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସ୍ବର ଉତ୍ତୋଳନ କରି ଏସଏଚଜିରୁ ଏମଏସଏମଇ ପାଟଲିଛନ୍ତି ମାଆ । ମାଆମାନେ ମାଣ୍ଡିଆ ଚାଷ କରିବା ସହ ଏହାର ପ୍ରୋସେସିଂ ମଧ୍ୟ କରୁଛନ୍ତି । ଏହାକୁ ବଡ଼ବଡ଼ ଜାଗାରେ ପହଞ୍ଚାଇ ମାଣ୍ଡିଆ ମାଧ୍ୟମରେ ମାଆମାନେ ସ୍ବତନ୍ତ୍ର ପରିଚୟ ପାଇପାରିଛନ୍ତି । ଏକାଧିକ ମାଆଙ୍କ ଉଦାହରଣ ଦେଇ ମିଲେଟ କିପରି ମାଆଙ୍କୁ ସଶକ୍ତ କରିଛି ତାହାର ଉଦାହରଣ ଦେଇଥିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ମା ମାନେ ଆଜି ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଇପାରୁଛନ୍ତି, ଏହା ହିଁ ପ୍ରକୃତ ରୂପାନ୍ତର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ମିଶନ ଶକ୍ତି ଆହୁରି ସୁଦୃଢ ହେବ। ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ କନ୍‌ଭେନସନ ସେଣ୍ଟରରେ ଉପସ୍ଥିତ ମା ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ୍‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ମା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମା ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମା ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର । ଆଗାମୀ ଦିନରେ ମା ମାନେ ଆହୁରି ବଡ ବଡ ନିଷ୍ପତ୍ତି ନେବେ ଓ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମା ମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମା ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମିଶନ ଶକ୍ତି ଗ୍ରୁପ ଗୁଡିକୁ ଶକ୍ତିଶାଳି କରିବା ପାଇଁ ବିଭିନ୍ନ ଘୋଷଣା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ୍‌ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ‘ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ’। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ । ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସାମାଜିକ ଓ ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଲବିକ ଆନ୍ଦୋଳନରେ ପରିଣତ ହୋଇଛି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି, ତାହା ମା ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର-ତଥା-ଶାସନ ସଚିବ  ସୁଜାତା କାର୍ତ୍ତିକେୟନ କହିଲେ ଯେ ଆଗରୁ ସୁଧ ରିହାତି ପାଇବା ପାଇଁ ମା ମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ। ଏବେ ସେ ଅବସ୍ଥା ଆଉ ନାହିଁ। ୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମା ମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ମା ମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ ଏବଂ ମା ମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ, ବିଭିନ୍ନ ଆଧୁନିକ ବ୍ୟାବସାୟ ଯଥା – ଫେଶନ ଡିଜାଇନ, କୃଷି ଉଦ୍ୟୋଗ, ବିଉଟି ଓ ୱେଲନେସ୍‌ ଆଦି ବ୍ୟବସାୟ ଯେପରି କରିପାରିବେ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମା ମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ ।

ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ ଓଡ଼ିଶା ଏସ୍‌ଏଚ୍‌ଜି ମା’ମାନଙ୍କ ହାତତିଆରି ସାମଗ୍ରୀ : ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର : ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ଦେବ। ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ଅନୁଷ୍ଠିତ ମହିଳା ଉଦ୍ୟୋଗୀ ଅଧିବେଶରେ ଏହା କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଅନୁଷ୍ଠିତ ହୋଇଥିବା ମହିଳା ଉଦ୍ୟୋଗୀ ଅଧିବେଶନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ମହିଳା ଏସଏଚଜିଗୁଡ଼ିକ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ସେତୁର କାମ କରୁଛନ୍ତି । ମହିଳାମାନଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ । ବିଭିନ୍ନ ସଂସ୍ଥା ସହ ବିଭାଗ ପକ୍ଷରୁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବ । ଫ୍ଲିପକାର୍ଟ ସହ ଆମର ଏମଓୟୁ ପରେ ଏଣିକି ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ । ଆର୍ନ୍ତଜାତିକ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ସାମଗ୍ରୀ । ମହିଳା ଏସଏଚଜିଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।

ମିଶନ ଶକ୍ତି ମା'ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ। ୫ବର୍ଷରେ ୫ ହଜାର କୋଟି ଟଙ୍କାର କାମ, ମା'ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

— I & PR Department, Odisha (@IPR_Odisha) December 3, 2022

ଅନ୍ୟପଟେ ମେକ୍‌ ଇନ୍ ଓଡିଶା କନକ୍ଲେଭର ମହିଳା ଉଦ୍ୟୋଗୀ ଅଧିବେଶରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା’ମାନଙ୍କର ଏକ ମହାଶକ୍ତି ହୋଇଛି। ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକସ୍ତରରେ ଫେଡେରେସନକୁ ୫୯ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/OHpfRe3VjO

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମୋର ଦୃଢ ବିଶ୍ବାସ, ମା’ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ। ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଏସଏଚଜିମାନଙ୍କୁ ଏସଏମଇରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ। ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡ଼ିଶାର ଲକ୍ଷ ଲକ୍ଷ ମା’ ଉପକାର ପାଇବେ।

ସେହିପରି ପଞ୍ଚାୟତସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟକୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। pic.twitter.com/U1rglr41kU

— I & PR Department, Odisha (@IPR_Odisha) December 3, 2022

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା’ମାନଙ୍କୁ ଦେବା ପାଇଁ ଓଡ଼ିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ ଏସଏଚଜି ଲାଭ ପାଉଛନ୍ତି। ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Hon'ble Chief Minister Naveen Patnaik felicitated heads of the 3 best SHGs from across the state, based on their annual turnover and activities undertaken at #MIO2022 today. #JoinTheJuggernaut pic.twitter.com/42A6my1lQw

— Invest Odisha (@InvestInOdisha) December 3, 2022

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶଟିଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଓଡ଼ିଶାର ରୂପାନ୍ତରଣରେ ମା’ମାନଙ୍କର ବଡ଼ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା’ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, ମିଶନ ଶକ୍ତି-ସ୍କେଲିଂ ଅପ୍ ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରିଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡ଼ା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।ସେହିପରି ଏସଏଚଜିମାନଙ୍କୁ ଋଣ ଦେବାରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ମିଶନ୍‍ ଶକ୍ତି ଦେଖାଇଛି ରୋଜଗାରର ରାହା, ଏସ୍‌ଏଚ୍‌ଜି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ‘ଚାନ୍ଦୁଆ’
ଭୁବନେଶ୍ୱର: ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ବିଦେଶରେ ଆଦୃତ। ଏବେ ମା’ମାନଙ୍କ ହସ୍ତକଳା କାରିଗରୀକୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‍ଏଚ୍‍ଜି) ମହିଳାମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଚାନ୍ଦୁଆ କାମକୁ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଦେଶବିଦେଶରେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି। ପିପିଲିର ଚାନ୍ଦୁଆ ଦେଶ ବିଦେଶରେ ଆଦୃତି ଲାଭ କରିଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି କରାଯାଉଛି ଚାନ୍ଦୁଆ। ମିଶନ୍‍ଶକ୍ତି ମାଧ୍ୟମରେ ମହିଳାମାନେ ଏହି ହସ୍ତକଳାକୁ ଆପଣାଇ ରୋଜଗାରର ରାହା ପାଇପାରିଛନ୍ତି।

ଆଧୁନିକ ଯୁଗରେ ଅତ୍ୟାଧୁନିକ କାରୁକାର୍ଯ୍ୟ ଓ ଚିତ୍ରକଳା ବ୍ୟବହାର ବଢ଼ିବାରେ ଲାଗିଛି। ହାତତିଆରି ସାମଗ୍ରୀ ଏବେ କିଛି ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ପରିବାରର ବୋଝ ଉଠାଇବା ପାଇଁ ହେଉ ଅବା ସ୍ୱାବଲମ୍ବୀ ହେବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ମହିଳା। ଏହାର ଉଦାହରଣ ହେଉଛନ୍ତି ସୁନ୍ଦରପଦା ମା’ କାଳିଆଶନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ଏହି ମହାସଂଘର ୧୫ଜଣ ମହିଳା ଚାନ୍ଦୁଆ କାମ କରୁଛନ୍ତି। ଦିନକୁ ଦିନ ଆଧୁନିକତାର ଛାପରେ ଚାନ୍ଦୁଆର ଡିଜାଇନ୍‍ ବଦଳୁଥିବାରୁ ଏବେ ସେମାନେ ଲୋକଙ୍କ ଚାହିଦାକୁ ଦେଖି ଚାନ୍ଦୁଆ ତିଆରି କରୁଛନ୍ତି।

ଚାନ୍ଦୁଆରେ ୱାଲ୍‍ ହ୍ୟାଙ୍ଗିଙ୍ଗ୍‍, ମୟୂର, ସିଂହାସନ, ଆଦିବାସୀ କଳାକୃତି, ଓଡ଼ିଶୀ ନୃତ୍ୟ ଭଙ୍ଗୀ, ଜଗନ୍ନାଥ କାମ, ରାଧାକୃଷ୍ଣ, ହାତୀ, ବଡ଼ ସୂର୍ଯ୍ୟମୁଖୀ ଫୁଲ ଆଦି ଡିଜାଇନ୍‍ କରି ବିକ୍ରି କରୁଛନ୍ତି। ଏହିସବୁ ସାମଗ୍ରୀ ପ୍ରସ୍ତୁତ କରି ବିଭିନ୍ନ ମେଳା ମହୋତ୍ସବରେ ଯୋଗଦେଇ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି କରୁଛନ୍ତି। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ମହିଳା ଏସ୍‍ଏଚ୍‍ଜିର ସଦସ୍ୟାମାନେ ମିଶନ୍‍ ଶକ୍ତି ମାଧ୍ୟମରେ ଋଣ ଆଣି ବିଭିନ୍ନ ସମୟରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଏଥିପାଇଁ ସେମାନଙ୍କର ଏହି କଳାକୃତି ଏବେ କେବଳ ରାଜ୍ୟରେ ସୀମିତ ରହିନାହିଁ ବିଭିନ୍ନ ସ୍ଥାନରେ ଆଦୃତି ଲାଭ କରିଛି। ଏହାସହିତ ସାଇଡ଼୍‍ ବ୍ୟାଗ୍‍, କୁସନ୍‍, ବେଡ଼୍‍ସିଟ୍‍, ପୋଷ୍ଟର, ମନ୍ଦିର ପାଇଁ ଚାନ୍ଦୁଆ, ଛତା, ଟେଣ୍ଟ ହାଉସ୍‍ କାମ, ପର୍ସ ଏବଂ ମାସ୍କ ଇତ୍ୟାଦି କରି ବିକ୍ରି କରୁଛନ୍ତି। ବର୍ତ୍ତମାନ ଏହି ଚାନ୍ଦୁଆ କାରିଗରୀକୁ ଅନ୍‍ଲାଇନ୍‍ ମାଧ୍ୟମରେ ବିକ୍ରି କରିବାର ଯୋଜନା କରୁଛନ୍ତି। ଏକାମ୍ରହାଟରେ ଷ୍ଟଲ୍‍ ଦେଇଥିବା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ନିଆରା ଢଙ୍ଗର ଚାନ୍ଦୁଆ ବେଶ୍‍ ଆଦୃତ ହୋଇପାରିଛି। ଏସମ୍ପର୍କରେ ଗୋଷ୍ଠୀର ସଦସ୍ୟା ବିଜୟଲକ୍ଷ୍ମୀ ସେଠୀ ଓ ଝୁନା ସେଠୀ କୁହନ୍ତି, ପୂର୍ବରୁ ଝୋଟରେ ତିଆରି କାରୁକାର୍ଯ୍ୟ ପ୍ରସ୍ତୁତ କରି ରୋଜଗାରର ବାଟ ପାଇଥିଲୁ। କାରିଗରୀ କାମ ଯୋଗୁଁ ଘରେ ବସି ଚାନ୍ଦୁଆ ସିଲେଇ କରିବାଠାରୁ ଆରମ୍ଭ କରି ବେଡ଼୍‍ସିଟ୍‍ ଏବଂ କୁସନ୍‍, ଆଦିବାସୀ ଚିତ୍ର ଇତ୍ୟାଦି ତିଆରି କରୁଛୁ। ଏଥିରେ କିଛି ମହିଳା ନିଜ ଘର ଚଳାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅର୍ଡର ଦେଖି ବଡ଼ ବଡ଼ ଚାନ୍ଦୁଆ ତିଆରି କରାଯାଏ। ପ୍ରତିମାସରେ ମହିଳାମାନେ ୫ହଜାରରୁ ୬ହଜାର ଟଙ୍କା ରୋଜଗାର କରୁଛନ୍ତି। ଅର୍ଡର ଅନୁଯାୟୀ କାମ କରାଯାଇ ପଠାଯାଉଛି ବୋଲି ସେ କହିଛନ୍ତି।

ସ୍ୱାବଲମ୍ବୀ ହେଉଛନ୍ତି ମହିଳା: ମିଶନ ଶକ୍ତିର ‘ମିଶନ ଏଣ୍ଡିପୋକ ଚାଷ’, ମାତ୍ର ୨୦ଦିନ ଭିତରେ ହୋଇପାରିବେ ଲାଭବାନ
ଭୁବନେଶ୍ୱର: ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିସାରିଲେଣି। ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କେବଳ କିଛି କାମରେ ସୀମିତ ନ ରହି ଆଗକୁ ବଢ଼ିବାର ରାହା ପାଇପାରିଛନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ଏସ୍‍ଏଚ୍‍ଜି ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ଭୁବନେଶ୍ୱରର ବସ୍ତି ଅଞ୍ଚଳର ମହିଳାମାନେ ମିଶନ୍‍ ଶକ୍ତି ମାଧ୍ୟମରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ନିଆରା ପଦକ୍ଷେପ।

ୱାର୍ଡ ନମ୍ବର ୨୮ ସାଇନ୍ସ ପାର୍କସ୍ଥିତ ବିଜୁ ଆଦର୍ଶ କଲୋନୀର ଶ୍ରୀଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆରମ୍ଭ ହୋଇଛି ଏଣ୍ଡିପୋକ ଚାଷ। ଏଥିପାଇଁ ସେମାନଙ୍କୁ ନିଜ ପଟୁ କୌଣସି ଅର୍ଥ ବିନିଯୋଗ କରିବାକୁ ପଡ଼ିନାହିଁ। ସେରିକଲଚର୍‍ ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କୁ ସମସ୍ତପ୍ରକାରର ସୁବିଧା ଯୋଗାଇଦିଆଯାଇଛି। ରାସ୍ତାକଡ଼ରୁ ଗବଗଛ ସଂଗ୍ରହ କରି ଏହି ଏଣ୍ଡି ପୋକମାନଙ୍କୁ ପୋଷୁଛନ୍ତି। ମାତ୍ର ୨୦ଦିନ ଭିତରେ ଲାଭ ପାଇବା ଆଶାରେ ସେମାନେ ଏଣ୍ଡି ପୋକ ଚାଷ କରୁଛନ୍ତି। ଏଥିପାଇଁ ସମୁଦାୟ ୬୭ଜଣ ମହିଳା ଏକାଠି ହୋଇଛନ୍ତି। ପ୍ରଥମକରି ଏହି ଏଣ୍ଡିପୋକ ଚାଷ କରୁଥିବାରୁ ସେମାନଙ୍କୁ ବୟନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ମାଲାବେରୀ, ଟସର, ଏରି ବା ଏଣ୍ଡି ପୋକ ଚାଷ କରାଯାଇଥାଏ। ଏଣ୍ଡି ପୋକ ଚାଷ ପାଇଁ ସେମାନଙ୍କୁ ସମସ୍ତ ପଦ୍ଧତି ଶିକ୍ଷା ଦିଆଯାଇଛି। ଏହି ଚାଷରୁ ପ୍ରସ୍ତୁତ ସୂତାର ଚାହିଦା ଅଧିକ ଥିବାରୁ ମହିଳାମାନଙ୍କୁ ଏହି ଚାଷ ପାଇଁ ପ୍ରଶିକ୍ଷଣ ଦିଆଯାଇଛି।

ମିଶନ୍‍ ଶକ୍ତି ଜରିଆରେ ଏସ୍‍ଏଚ୍‍ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି। ରେଶମ ମହାସଂଘ ପକ୍ଷରୁ ଆଗକୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସୂତାର ମାର୍କେଟିଂ ସୁବିଧା କରିବା ପାଇଁ ପ୍ରୋତ୍ସାହିତ କରାଯିବାର ଯୋଜନା କରାଯାଉଛି। ସହକାରୀ ନିର୍ଦ୍ଦେଶକ ଚନ୍ଦକା କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇଦେଉଛନ୍ତି। ଘରଧନ୍ଦା କାମ ସାରିବା ପରେ ମହିଳାମାନେ ଏହି ଏଣ୍ଡିପୋକ ଚାଷ କାମରେ ଲାଗିଛନ୍ତି। ଏସମ୍ପର୍କରେ ଏସ୍‍ଏଚ୍‍ଜିର ସମ୍ପାଦିକା ଗୋଲାପ ବଇରିଗଞ୍ଜନ କହିଛନ୍ତି, ପ୍ରଥମକରି ସରକାର ଆମ ଉପରେ ଭରସା କରି ଏହି ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇବା ସହ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ଏକାଠି ମହିଳାମାନେ ଆଗ୍ରହର ସହ ଏହି ନୂଆ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ପୂର୍ବରୁ ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ଏକ ହୋଟେଲ ପରିଚାଳିତ ହେଉଛି। ହୋଟେଲ ସାଙ୍ଗକୁ ମହିଳାମାନେ ଏବେ ଏଣ୍ଡିପୋକ ଚାଷରେ ନିୟୋଜିତ ହୋଇଛନ୍ତି। ଯାହା କି ଆମକୁ ନୂଆ ପରିଚୟ ଦେବ। ଏଥିପାଇଁ ଆମକୁ କୌଣସି ଦେୟ ଦେବାକୁ ପଡ଼ିନାହିଁ। କୋକନ୍‍ରୁ ରେଶମ ସୂତା ପ୍ରସ୍ତୁତ କରି ମାର୍କେଟିଂ କରିବେ ବୋଲି ଆଶା ରଖିଛନ୍ତି। ଏଥିପାଇଁ ମହିଳାମାନେ ନିଜେ ପତ୍ର ଯୋଗାଡ଼ କରି ଆଣୁଛନ୍ତି।

ଏସ୍‌‌ଏଚ୍‌ଜି ମହିଳାଙ୍କ ଉତ୍ପାଦକୁ ମିଳିବ ବଡ଼ ବଜାର, ସାମଗ୍ରୀ ପରିବହନ ସହ ଉତ୍ପାଦର ବ୍ୟବସାୟୀକରଣ ଉପରେ ଗୁରୁତ୍ୱ ଦେବ ଡାକ ବିଭାଗ
ଭୁବନେଶ୍ୱର : ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ଡାକ ବିଭାଗ ନା କେବଳ ସାମଗ୍ରୀ ପରିବହନ କରିବ ବରଂ ସେମାନଙ୍କ ଉତ୍ପାଦର ବ୍ୟବସାୟୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିତ୍ତିୟ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ଡାକ ବିଭାଗ ଜାରି ରଖିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏସଏଚଜି ଉତ୍ପାଦର ବିପଣନ ଓ ବ୍ୟବସାୟୀକରଣ କରାଯିବ ବୋଲି ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ସୁବାସ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି।

ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ଦେଶବିଦେଶରେ ବେଶ୍‌‌ ଆଦୃତ ହୋଇପାରୁଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଡାକଘର ମାଧ୍ୟମରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଓଡ଼ିଶା ଡାକ ବିଭାଗ ସହାୟତା ଯୋଗାଇବ। ସହଜ ଓ ସରଳ ଉପାୟରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସୁଲଭ ମୂଲ୍ୟରେ ବିକ୍ରି କରିପାରିବେ। ଫଳରେ ମା’ମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହେବା ସହ ମା’ମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଦିଗରେ ସହଯୋଗ କରିବ। ଦେଶର କିଛି ରାଜ୍ୟରେ ଡାକ ବିଭାଗର ଏହି ଉଦ୍ୟମ ହେତୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବେଶ୍‌‌ ଉପକୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଆରମ୍ଭ ହେବ।

ସମ୍ପ୍ରତି ସମ୍ବଲପୁରରେ ଥିବା ଏକ ଡାକ ଘରେ କେବଳ ସମ୍ବଲପୁରୀ ବାନ୍ଧ ଏବଂ ଅନ୍ୟ ପାରମ୍ପାରିକ ବୟନ ଉତ୍ପାଦର ବିପଣନ କରାଯାଉଛି। ଏହି ଡାକ ଘରେ ପାର୍ସଲ ପାଇଁ ବହୁ ଅର୍ଡର ମିଳୁଛି। ତେଣୁ ଏହାକୁ ଏକ ଉଦାହରଣ ଭାବେ ଗ୍ରହଣ କରି ରାଜ୍ୟର ବିଭିନ୍ନ ଡାକ ଘରେ ଏସ୍‌‌ଏଚ୍‌‌ଜିଙ୍କ ପାଇଁ ବ୍ୟବସ୍ଥା କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି ଡାକ ବିଭାଗରେ ଏସ୍‌‌ଏଚଜି ନିଜ ଉତ୍ପାଦ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ନିକଟକୁ ପଠାଇପାରିବେ। ଫଳରେ ସେମାନେ ସ୍ୱଳ୍ପ ଖର୍ଚ୍ଚ ଦେବେ।

ମିଶନ ଶକ୍ତି ବିଭାଗ ପକ୍ଷରୁ ମିଶନ ଶକ୍ତି ବଜାର ପୋର୍ଟାଲରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ ଥିବାବେଳେ ଗୋଟିଏ ଉତ୍ପାଦକ ମହିଳା ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ମହିଳା କାରିଗରୀକୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଦୂରସ୍ଥାନକୁ ପଠାଇବାପାଇଁ ସମର୍ଥ ହୋଇପାରିବେ। ପାରମ୍ପରିକ କ୍ରାଫ୍ଟରେ ଡୋକ୍ରା କାମ, ଟେରାକୋଟା, ପଟ୍ଟଚିତ୍ର ଆଦି ଭଳି ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରାଯିବ। ଯାହା ମାଧ୍ୟମରେ ରାଜ୍ୟ ତଥା ଦେଶବିଦେଶର ଲୋକେ ସିଧାସଳଖ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିପାରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାରିଗରମାନଙ୍କ ପ୍ରସ୍ତୁତ ପଟ୍ଟଚିତ୍ର, କଟକର ରୂପା ତାରକସି କାମ ସହ ଅଳଙ୍କାର, ଡୋକ୍ରା କାମ, ହସ୍ତତନ୍ତ ସାମଗ୍ରୀ ଆଦି ବିକ୍ରି କରାଯିବ।

ବର୍ତ୍ତମାନ କେବଳ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଗକୁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୋସରୀ ମଧ୍ୟ ସମସ୍ତେ ଡାକ ମାଧ୍ୟମରେ କିଣିବାର ସୁଯୋଗ ପାଇବେ। ବିଶେଷକରି ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ପ୍ରସ୍ତୁତ ହଜାର ହଜାର ପ୍ରାମାଣିକ ଓ ଜୈବିକ ହସ୍ତକଳା ସାମଗ୍ରୀକୁ ଅନ୍‌‌ଲାଇନ୍‌‌ ମାଧ୍ୟମରେ ବିକ୍ରିର ପ୍ଲାର୍ଟଫର୍ମ ଯୋଗାଇଦେବ ଡାକ ବିଭାଗ। ଗ୍ରାମୀଣ ଅର୍ଥନୀତି ବିକାଶକୁ ଡାକ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଥିବାବେଳେ ବାହାର ରାଜ୍ୟମାନଙ୍କ ଭଳି ଏବେ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଯୋଜନା କରାଯାଉଛି। ଏହାସହିତ ଏସ୍‌‌ଏଚ୍‌‌ଜିଙ୍କ ସାମଗ୍ରୀର ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରାଯିବ। ସେହିପରି ମହିଳାମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ପାଇଁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଅପହଞ୍ଚ ଇଲାକାମାନଙ୍କରେ ବିଭିନ୍ନ ଶିବିରର ଆୟୋଜନ କରାଯାଉଛି।

ଆର୍ଥିକ ଓ ସାମାଜିକ ସଶକ୍ତିକରଣ ସହ ମହିଳାମାନଙ୍କ ନେତୃତ୍ୱ ବିକାଶ କରିପାରିଛି ମିଶନ ଶକ୍ତି: ସୁଜାତା କାର୍ତ୍ତିକେୟନ
ଭୁବନେଶ୍ବର : ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଆଜି ଓ୍ବାର୍ଲ୍ଡ ସ୍କିଲ ସେଣ୍ଟରରେ ଆୟୋଜିତ ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ କାର୍ତ୍ତିକେୟନ ରାଜ୍ୟରେ ମିଶନ ଶକ୍ତିର ସଫଳତା ଏବଂ ଆହ୍ଵାନ ସଂପର୍କରେ ଅଧିକାରୀମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ ଓଡିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତିକରଣ ଅନ୍ୟତମ । ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ । ବିଶେଷ କରି ତୃଣମୂଳସ୍ତରର ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ଵ ବିକାଶ ହୋଇପାରିଛି । କୋଭିଡ୍ ସମୟରେ ରାଜ୍ୟର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି ।

ରାଜ୍ୟ ସରକାର ପାଞ୍ଚ ବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ୫୦୦ ମିଶନ ଶକ୍ତି ବଜାର / ଆଉଟଲେଟ ଆରମ୍ଭ କରାଯିବା ନିମନ୍ତେ ଯୋଜନା କରାଯାଇଛି । ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି କାଫେ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାଫେରେ କାର୍ୟ୍ୟରତ ମହିଳାମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମେନେଜମେଣ୍ଟରେ ତାଲିମ ପାଇଛନ୍ତି । ନୂତନ ଓଡିଶା ଗଠନରେ ସ୍ଵୟଂ ସହାୟକ ଗୋଷ୍ଠୀ ସହଯୋଗୀ ଭାବେ ରାଜ୍ୟର ବିକାଶରେ ନେତୃତ୍ଵ ନେବ ବୋଲି ଶ୍ରୀମତୀ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଏହି କର୍ମଶାଳାରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ଖାଦ୍ୟର ବିବିଧତା ଏବଂ ଖାଦ୍ୟ ଅପଚୟ ହ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ସ୍ଵାସ୍ଥ୍ୟକର , ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢାଇବା ନିମନ୍ତେ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ମହିଳାମାନଙ୍କ ପାଇଁ କୃଷିଭିତ୍ତିକ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଜରୁରୀ ଅଟେ । ଚାଷ ଜମି ଉପରେ ମହିଳାଙ୍କ ଅଧିକାର ରହିବା ସହ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସେମାନଙ୍କର ହାତରେ ରହିବା ଦରକାର । ଏହା ଦ୍ଵାରା କୃଷି କ୍ଷେତ୍ରରେ ମଧ୍ୟ ମହିଳା ସଶକ୍ତିକରଣ ହୋଇପାରିବ । ଅକ୍ଷୟ ଶକ୍ତିର ବ୍ୟବହାର , ଡିଜିଟାଲ ମାଧ୍ୟମରେ କୃଷି ସୂଚନା ଏବଂ ସେବାର ସମୟାନୁବର୍ତ୍ତୀ ବିତରଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ସିଟିଟିସି , ସିପେଟ୍‌ , ଓର୍ମାସ୍ , ଅରେଞ୍ଜ କ୍ରସ୍ ଏବଂ ଟାଟା ଷ୍ଟ୍ରାଇଭ୍ ସଂସ୍ଥାର ପ୍ରତିନିଧିମାନେ ପ୍ରଦାନ କରୁଥିବା ଦକ୍ଷତା ବିକାଶ ତାଲିମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଏହି ୨୯ ଜଣ ଅଧିକାରୀ ୪ ଗୋଟି ଦଳରେ ବିଭକ୍ତ ହୋଇ ଆଗାମୀ ବର୍ଷ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ , ନିୟୋଜନ ନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲା ନିୟୋଜନ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମିଶନ ପଥରେ ‘ମିଶନ ଶକ୍ତି’: ମହିଳାଙ୍କୁ ଆତ୍ମନିର୍ଭର କରିବ ମହୁଚାଷ
ବଲାଙ୍ଗିର: ମହିଳାମାନଙ୍କୁ ସଶକ୍ତିକରଣ କରିବା ସହିତ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନ। ଏହି ଅଭିଯାନରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରୁଥିବା ବେଳେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଉଦ୍ୟମ ଚଳାଇଛି ଓଆରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଦୁଇଟି ପଞ୍ଚାୟତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମହୁଚାଷ। ଦୁଇଟି ଗାଁର ଛଅଟି ଏସ୍‍ଏଚଜିକୁ ଏହି ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଥିବାବେଳେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ମହୁଚାଷ ୬୦ ମହିଳା ସ୍ୱାବଲମ୍ବୀ ହେବାସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସାମିଲ ହୋଇପାରିବେ।

ବଲାଙ୍ଗିର ଜିଲ୍ଲା ମିଶନ ପଥରେ ‘ମିଶନ ଶକ୍ତି’। ରାଜ୍ୟ ସରକାରଙ୍କ ଏହି ମହିଳା କଲ୍ୟାଣ ଅଭିଯାନରେ ସାମିଲ ହୋଇଛନ୍ତି ଜିଲ୍ଲାର ଦେଓଗାଁ ବ୍ଲକ ଅଧୀନ ଗାଈବାହାଲ ଓ ଉଡାର ପଞ୍ଚାୟତର ଦୁଇଟି ଗାଁ। ଗାଈବାହାଲ ପଞ୍ଚାୟତର ଘୁଚିପାଲି ଗାଁରେ ଥିବା ସାବିତ୍ରୀ ଏସ୍‍ଏଚଜି, ମା’ ପାର୍ବତୀ ଏସ୍‍ଏଚଜି ଓ ଗାୟତ୍ରୀ ଏସଏଚଜି, ଉଡ଼ାର ପଞ୍ଚାୟତରେ ଥିବା ଲୁହୁରେନପାଲି ଗାଁର ମା’ ପାର୍ବତୀ ଏସଏଚଜି, ବୁଢାଢ଼ଙ୍ଗର ଏସ୍‍ଏଚ୍‍ଜି, ମା’ ସାରଳା ଏସ୍‍ଏଚଜିର ମହିଳାମାନେ ସରକାରୀ ସହାୟତାରେ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ମହୁଚାଷ। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ପ୍ରଦୀପ ଛତ୍ରିଆଙ୍କ କହିବା ଅନୁସାରେ ମହୁଚାଷ କରିବା ପାଇଁ ପ୍ରଥମେ ମହିଳାମାନଙ୍କୁ ତାଲିମ୍‍ ଦିଆଯାଇଛି। ପରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ଥିବା ଏକ ମହୁ ଫାର୍ମରୁ ଏହି ଚାଷ କରିବା ପାଇଁ ମହୁମାଛି ଥିବା ବାକ୍ସ ମହିଳାମାନଙ୍କୁ ଦିଆଯାଇଛି। ମହୁମାଛିମାନଙ୍କ ଖାଇବା ପାଇଁ ସ୍ୱତନ୍ତ୍ର ପାତ୍ର, ଧୂଆଁ ମେସିନ ଦିଆଯାଇଛି। ସେହିପରି ମହୁଫେଣାରୁ ମହୁ କାଢିବା ପାଇଁ ସ୍ୱତନ୍ତ୍ର ମେସିନ ମଧ୍ୟ ଦିଆଯାଇଛି। ଏହି ଦୁଇଟି ଗାଁରେ ସମୁଦାୟ ୪୬ ଟି ମହୁବାକ୍ସ ଲଗାଯାଇଥିବା ସୂଚନା ମିଳିଛି

। ତେବେ ମହୁମାଛି ମାନେ ମହୁ ସଂଗ୍ରହ କରିବା ପାଇଁ ଫୁଲ ଗଛ ନିହାତି ଆବଶ୍ୟକ ରହିଥିବାରୁ ଏହି ବାକ୍ସ ଲାଗିଥିବା ଆଖପାଖ ଅଞ୍ଚଳରେ ଗେଣ୍ଡୁ ଫୁଲଗଛ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି। ମହୁଚାଷ ପାଇଁ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ଆର୍ଥିକ ସହାୟତାକ୍ରମେ ମହିଳା ମାନଙ୍କୁ ତାଲିମ୍‍ ଦିଆଯାଇଛି। ଏଥିପାଇଁ ଦୁଇଟି ଗାଁରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସମୁଦାୟ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ମହୁ ବାହାରିବା ପରେ ତାକୁ ବିକ୍ରିକରି ମହିଳାମାନେ ସେହି ଲାଭ ଟଙ୍କାରେ ନିଜେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମହିଳାମାନେ ଏହି ମହୁକୁ ନିଜେ ପ୍ୟାକିଂ କରି ନିଜ ଏସ୍‍ଏଚଜି ବ୍ରାଣ୍ଡରେ ମଧ୍ୟ ବଜାରରେ ବିକ୍ରିକରି ଓ ଭଲ ଦୁଇ ପଇସା ରୋଜଗାର କରିପାରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଅଭିନବ ପ୍ରୟାସରେ ଓଆରମାସ ପକ୍ଷରୁ କମଲେନ୍ଦୁ ପାଲ, କୈଳାସ ସାହୁ, ମଳୟ ସାହାଣୀ ସହଯୋଗ କରୁଥିବାବେଳେ ଗାଈବାହାଲ ପଞ୍ଚାୟତର ଏମବିକେ ପଦ୍ମିନୀ ମେହେର, କମ୍ୟୁନିଟି ମୋବିଲାଇଜର ସନ୍ଧ୍ୟାରାଣୀ ଭୋଇ ଓ ଉଡାର ପଞ୍ଚାୟତର ଏମବିକେ ସ୍ୱର୍ଣ୍ଣଚମ୍ପା ପଧାନ, କମ୍ୟୁନିଟି ମୋବିଲାଇଜର ନିକସା ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମହୁଚାଷ ଏବେ ଏହି ଗାଁର ମହିଳାମାନଙ୍କ ପାଇଁ ଆଗକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟର ବିକାଶ ଓ ରୂପାନ୍ତରଣ ଧାରାରେ ଏସ୍‍ଏଚ୍‍ଜିଙ୍କ ବଡ଼ ଭାଗିଦାରି : ନିଜେ ସ୍ୱାବଲମ୍ବୀ ହେବା ସହ ବଢ଼ାଇଛନ୍ତି ରାଜକୋଷ
ଭୁବନେଶ୍ୱର : ରାଜ୍ୟର ବିକାଶ ଓ ରୂପାନ୍ତରଣ ଧାରାରେ ମହିଳାମାନଙ୍କ ଭାଗିଦାରିତା ବାରି ହୋଇ ପଡିଛି। ତାହା ପୁଣି ଗ୍ରାମାଞ୍ଚଳ ମହିଳାଙ୍କ କ୍ଷେତ୍ରରେ। ରାଜ୍ୟ ସରକାରଙ୍କ ୨୧ଟି ବିଭାଗରେ ଏବେ ୨୩ ଲକ୍ଷ ୮୯ ହଜାରରୁ ଅଧକ ମହିଳା ସାମିଲ ହୋଇ ନିଜେ ଆର୍ଥିକ ସ୍ୱାବଲମ୍ବୀ ହେବା ସହ ଆଉ ରାଜ୍ୟ ରାଜକୋଷ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି।

ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା କିପରି ଗୁଣାତ୍ମକ କାର୍ଯ୍ୟ କରିବେ ସେଥିପାଇଁ ସେମାନଙ୍କୁ ବିଭିନ୍ନ ଦକ୍ଷତାମୂଳକ ତାଲିମ୍‍ ବି ଦିଆଯାଇଛି। ଜୀବନଜୀବିକା ପାଇଁ ବିଭିନ୍ନ ଦକ୍ଷତା ବିକାଶ ତାଲିମ ସାଙ୍ଗକୁ ସରକାରୀ କାର୍ଯ୍ୟ ନ୍ୟସ୍ତ କରିବା ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟପନ୍ଥା। ରାଜ୍ୟରେ ମହିଳା ଉଦ୍ୟୋଗୀକରଣ ପାଇଁ ସରକାରୀସ୍ତରରେ ଏଥିପାଇଁ ସହଯୋଗ ଯୋଗାଇ ଦିଆଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଆତ୍ମନିଯୁକ୍ତି ଜରିଆରେ ମହିଳାଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ମହିଳାଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ସହ ଋଣ ପ୍ରଦାନ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଗ୍ରାମୀଣ ସ୍ୱରୋଜଗାର ପ୍ରଶିକ୍ଷଣ ସଂସ୍ଥା ମାଧ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ, ଧୂପକାଠି, ପେପର୍‍ ପ୍ଲେଟ୍‍ ପ୍ରସ୍ତୁତି ସାଙ୍ଗକୁ ହସ୍ତକଳା କ୍ଷେତ୍ରରେ ୧ଲକ୍ଷ ୫୩ହଜାର ୯୦୯ଜଣ ମହିଳା ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ ଦିଆଯାଇଛି। ଫଳରେ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି।

୨୦୧୯ ମସିହା କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, ମିଶନ ଶକ୍ତିର ମହିଳା ଏସ୍‍ଏଚ୍‍ଜିଙ୍କୁ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲା, ବ୍ଲକ୍‍ ତଥା ପଞ୍ଚାୟତ ସ୍ତରରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୨୩ଲକ୍ଷ ୮୯ହଜାର ୬ଶହ ୮ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ୍‍ ଦିଆଯାଇ ରୋଜଗାର ଯୋଗାଇ ଦିଆଯାଇଛି। ମିଶନ ଶକ୍ତି କାଫେ ପାଇଁ ୧୫୧, ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଛତୁଆ ପ୍ରସ୍ତୁତି ଓ ପ୍ରାକ୍‍ ବିଦ୍ୟାଳୟ ପୋଷାକ ପ୍ରସ୍ତୁତିରେ ୨ହଜାର ୧ଶହ ୧୪, ଶକ୍ତି ବିଭାଗ ଅଧୀନରେ ବିଦ୍ୟୁତ୍‍ ବିଲ ବିତରଣ ଓ ଶୁଳ୍କ ସଂଗ୍ରହରେ ୧୪ଶହ ୬୨, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧୀନରେ ପଞ୍ଚାୟତ ପୋଖରୀରେ ମାଛ ଚାଷ ଓ ଅଣ୍ଡା ଦିଆ କୁକୁଡା ପାଳନରେ ୧୩ହଜାର ୨୮୩ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ ଦିଆଯାଇଛି।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ମହାପ୍ରୟାଣ ଗାଡି ପରିଚାଳନା, ଚିକିତ୍ସା ଳୟରେ ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ମିତ୍ରରେ ୨୫, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ମୁକ୍ତା, ଜଳ ସାଥି, ସ୍ୱଚ୍ଛ ସାଥି, ଆହାର କେନ୍ଦ୍ର ପରିଚାଳନା, ଆହାର ନିମନ୍ତେ ଆଚାର ପ୍ରସ୍ତୁତି କ୍ଷେତ୍ରରେ ୨୪ହଜାର ୪୬୧, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ମାଣ୍ଡିଆ ପ୍ରକ୍ରିୟାକରଣ ଓ ମଞ୍ଜି ଡିଲର, ଛତୁ ଚାଷ, ଉନ୍ନତ ପନିପରିବା ଚାଷରେ ୨୨ହଜାର ୩ଶହ୧୮, ଓଡ଼ିଶା ଜୀବିକା ମିଶନ ଅଧୀନରେ କୃଷି କାର୍ଯ୍ୟରେ ୧୧ଲକ୍ଷ ୮୨ହଜାର ୫ଶହ ୮୩ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ତାଲିମ୍‍ ଦିଆଯାଇ ରୋଜଗାରର ବାଟ ଦେଖାଇଛନ୍ତି ରାଜ୍ୟ ସରକାର।

ଏହାସହିତ ଅର୍ଥ ବିଭାଗ ଅଧୀନରେ ବ୍ୟାଙ୍କ ସଖୀଭାବେ ୨୨ଶହ ୩ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯାଇଛି। ଅଣ କୃଷି କାର୍ଯ୍ୟକ୍ଷେତ୍ରରେ ୭୩ ହଜାର ୪୦, ପଶୁ ପାଳନ କ୍ଷେତ୍ରରେ ୮ଲକ୍ଷ ୯୧ହଜାର ଏସଏଚ୍‍ଜି ସଦସ୍ୟାଙ୍କୁ ତାଲିମ୍‍ ଦିଆଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ହସ୍ତଶିଳ୍ପ ଗାଁ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବୃଦ୍ଧି ପାଇଁ ୩ଶହ ୭୫, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମନରେଗାରେ କର୍ମ ନିଯୁକ୍ତି ଇତ୍ୟାଦି ୧୮ଶହ ୫୦ ଏସ୍‍ଏଚ୍‍ଜି ସଦସ୍ୟା ସାମିଲ ହୋଇଛନ୍ତି।ବିଶେଷକରି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଗ୍ରାମାଞ୍ଚଳର ମହିଳା ଏସ୍‍ଏଚ୍‍ଜି ସଦସ୍ୟାମାନେ ରୋଜଗାଗକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୬୬ହଜାର ୨୪୦ ଏସ୍‍ଏଚ୍‍ଜିଙ୍କୁ ୧୦ଟି ବିଭାଗ ଅଧୀନରେ ୧ହଜାର ୧୦କୋଟି ଟଙ୍କାର ରୋଜଗାର ହୋଇଥିବାବେଳେ ୨୦୨୦-୨୧ରେ ୧୪ଟି ବିଭାଗ ଅଧିନରେ ୧୨ଶହ୬୪ କୋଟି ଟଙ୍କା ଓ ୨୦୨୧-୨୦୨୨ରେ ୧ଲକ୍ଷ ୪ହଜାର ୭୧୨ ଏସ୍‍ଏଚ୍‍ଜି ସଦସ୍ୟାଙ୍କୁ ବିଭାଗ ଅଧୀନରେ ୨୩ ଶହ ୭୨ କୋଟି ଟଙ୍କାର ରୋଜଗାର ଯୋଗାଇ ଦିଆଯାଇଛି।

ଓଡ଼ିଶାର ରାସନ ଆବଣ୍ଟନ ବ୍ୟବସ୍ଥାରେ ଏସ୍‍ଏଚ୍‍ଜିଙ୍କ ଭୂମିକାକୁ ନୀତି ଆୟୋଗର ପ୍ରଶଂସା
ଭୁବନେଶ୍ୱର: ଗର୍ଭବତୀ ମହିଳା, ମା’ ଏବଂ ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଘରକୁ ଘର ଦିଆଯାଉଥିବା ରାସନ (ଟେକ୍‍ ହୋମ୍‍ ରାସନ) ଆବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଶଂସା ମିଳିଛି। କୁପୋଷଣ ଦୂର ଦିଗରେ ମହିଳା ଏସ୍‍ଏଚ୍‍ଜିଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଟେକ୍‍ ହୋମ୍‍ ରାସନ (ଟିଏଚ୍‍ଆର) କାର୍ଯ୍ୟାନ୍ୱୟନରେ ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳର ସରକାରଙ୍କ ସଫଳ ପଦକ୍ଷେପକୁ ନେଇ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ମୂଲ୍ୟାୟନ କରାଯାଇଥିଲା। ଏଥିରେ ଓଡ଼ିଶାର ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଏହି ବ୍ୟବସ୍ଥାରେ ଗୁଣବତ୍ତା ଏବଂ ପରିମାଣ ସୁନିଶ୍ଚିତ କରିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଛି।

ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ପ୍ରତି ବ୍ଲକରେ ହାରାହାରି ଦୁଇଟିରୁ ଅଧିକ ଟିଏଚ୍‍ଆର ୟୁନିଟ୍‍ କାର୍ଯ୍ୟକାରୀ କରାଯାଇଛି ଯାହା ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପରିଚାଳିତ। ଏସ୍‍ଏଚ୍‍ଜି ଗୁଡ଼ିକ ରାସନ ପାଇଁ ଆବଶ୍ୟକ କଞ୍ଚାମାଲ ନିଜେ ସଂଗ୍ରହ କରୁଥିବା ବେଳେ କେବଳ ଗହମ ଏଫ୍‍ସିଆଇ ପକ୍ଷରୁ ଯୋଗାଇ ଦିଆଯାଉଛି। ସମସ୍ତ ଏଚ୍‍ଏଚ୍‍ଜି ନିକଟରେ ଟିଏଚ୍‍ଆର ଉତ୍ପାଦନ ପାଇଁ ଏଫ୍‍ଏସ୍‍ଏସ୍‍ଏଆଇ ଖାଦ୍ୟ ଲାଇସେନ୍ସ ସହିତ ଆବଶ୍ୟକ ସରଞ୍ଜାମ ମହଯୁଦ ଅଛି। ରାସନ ଆବଣ୍ଟନ କାର୍ଯ୍ୟ ସମାପନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଥିବାରୁ ପୂରା ପ୍ରକ୍ରିୟାର ଅନୁଧ୍ୟାନ କାର୍ଯ୍ୟ ସହଜ ହୋଇପାରିଛି। ଗାଇଡ୍‍ଲାଇନ୍‍ ଅନୁପାଳନ ପୂର୍ବକ ଅନ୍ୟ ସରକାରୀ ବିଭାଗ ସହାୟତାରେ ଟିଏଚ୍‍ଆର ଉତ୍ପାଦନ ଲାଗି ଜିଲ୍ଲା ସ୍ତରରେ ରାଜ୍ୟ ସରକାର ମହିଳା ଏସ୍‍ଏଚ୍‍ଜିଙ୍କ ଚୟନ ବ୍ୟବସ୍ଥା କରିଛନ୍ତି।

ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃତ୍ୱ କମିଟି (ଏମ୍‍ସି) ଏବଂ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଯାଞ୍ଚ କମିଟି (ଜେସି) ଗଠନ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ରାସନ ଆବଣ୍ଟନରେ ଗୁଣବତ୍ତା ସୁନିଶ୍ଚିତ କରିବା ଦାୟିତ୍ୱ ଏମ୍‍ସି ଉପରେ ନ୍ୟସ୍ତ କରାଯାଇଛି। ସେହିପରି ଯାଞ୍ଚ କମିଟି ମଧ୍ୟ ଏହାର ଗୁଣବତ୍ତା ଏବଂ ପରିମାଣ ତଦାରଖ କରୁଛି। ଗୋଷ୍ଠୀ ସହଭାଗିତା ଦ୍ୱାରା ନିର୍ଦ୍ଧାରିତ ସମୟରେ ହିତାଧିକାରୀଙ୍କୁ ରାସନ ଆବଣ୍ଟନ ଏବଂ ଗୁଣବତ୍ତା ସୁନିଶ୍ଚିତ କରାଯାଇ ପାରୁଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଉଦ୍ୟମକ୍ରମେ ସୁପରଭାଇଜର୍‍, ସିଡିପିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମିଶନ୍‍ ଶକ୍ତି ବିଭାଗର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଏସବୁ ବିଭାଗର ଅଧିକାରୀମାନେ ପ୍ରତି ମାସର ନିର୍ଦ୍ଧାରିତ ତାରିଖରେ ରାସନ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ପରିଣାମ ସ୍ୱରୂପ ମା’, ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ଉଚ୍ଚ ମାନର ରାସନ ଯୋଗାଣ ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି।

ମହିଳା ଶକ୍ତିରେ ବଦଳିବ ରାଜ୍ୟର ଆର୍ଥିକ ଚିତ୍ର : ଉପାନ୍ତରେ ବ୍ୟାଙ୍କ ସେବା ଯୋଗାଇବେ ଏସ୍‌ଏଚ୍‌ଜି ସଦସ୍ୟା
ଭୁବନେଶ୍ବର : ରାଜ୍ୟର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ ଇଣ୍ଟରନେଟ ସେବା ଉପଲବ୍ଧ ନ ହେବା କାରଣରୁ ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ଖୋଲାଯାଇ ପାରିନାହିଁ। ବ୍ୟାଙ୍କଗୁଡ଼ିକ ଦ୍ବାରା ନିଯୁକ୍ତ ବ୍ୟବସାୟିକ ବାହକ (ବିଜିନେସ୍ କରେସ୍‌ପଣ୍ଡେଣ୍ଟ) ମାନଙ୍କ ବିଫଳତା ଓ ନିମ୍ନ ପ୍ରଦର୍ଶନ ଉପାନ୍ତବାସୀଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ବାଧକ ହୋଇଛି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ‘ମିଶନ ଶକ୍ତି’ ଉପରେ ଭରସା କରିଛନ୍ତି ସରକାର । ଏମାନଙ୍କ ସ୍ଥାନରେ ରାଜ୍ୟରେ ମିଶନ୍‌ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କୁ ନିଯୁକ୍ତି ଦେଇ ବ୍ୟାଙ୍କ ସେବାକୁ ସୁଦୃଢ଼ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଖୋଦ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନାବାର୍ଡ଼ର ଏକ କାର୍ଯ୍ୟକ୍ରମରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ପୂର୍ବରୁ ରାଜ୍ୟରେ ମିଶନ ଶକ୍ତିର ସଦସ୍ୟାମାନେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ସହରାଞ୍ଚଳରେ ପାଣି ବିଲ୍ ଆଦାୟ, ଆହାର କେନ୍ଦ୍ର ପରିଚାଳନା, ଗ୍ରାମାଞ୍ଚଳରେ ଟେଣ୍ଟ ହାଉସ ପରିଚଳନା, ଧାନ କିଣା ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସମର୍ଥ ହୋଇଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାର ମିଶନ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ବ୍ୟାଙ୍କ ସାଥୀ ଭାବରେ ମଧ୍ୟ ସେମନେ କାର୍ଯ୍ୟ କରି ସଫଳତା ପାଇଛନ୍ତି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳରେ ବ୍ୟାଙ୍କ ସେବାର ଦାୟିତ୍ବ ମିଶନଶକ୍ତିର ମହିଳାଙ୍କ ଉପରେ ନ୍ୟସ୍ତ କରିବାକୁ କେନ୍ଦ୍ର ନିକଟରେ ଦାବି କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟର ମିଶନ ଶକ୍ତିର ସଦସ୍ୟାମାନଙ୍କୁ ବ୍ରିକ୍‌ ଏବଂ ମୋଟାର ବ୍ୟାଙ୍କ ଶାଖାରେ ବିସି ଭାବେ ନିଯୁକ୍ତି ନେଇ ଆମେ ପୂର୍ବରୁ ରିଜର୍ଭବବ୍ୟାଙ୍କକୁ ଜଣାଇ ସାରିଛୁ। ଏହାବାଦ୍‌ ପଞ୍ଜାୟତ ସ୍ତରରେ ଅଧିକ ସଂଖ୍ୟାରେ ଏଟିଏମ୍‌ ଖୋଲିବା ନେଇ ମଧ୍ୟ ଆମେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବାରମ୍ବାର ଦାବି କରିଆସିଛୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ୮ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀର ୮୦ ଲକ୍ଷ ମହିଳା  ରାଜ୍ୟର ବିକାଶ ସହ ନିଜର ଆର୍ଥିକ ବିକାଶ ପାଇଁ ଘର ବାହାରକୁ ବାହାରିଛନ୍ତି । ନିଜ ପରିବାର ଆର୍ଥିକ ସ୍ଥିତି ପରିବର୍ତ୍ତରେ ମହିଳାମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି । ତେଣୁ ସେମାନଙ୍କ ହାତରେ ବ୍ୟାଙ୍କ ସେବା ଅର୍ପଣ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି । ମହିଳାମାନଙ୍କ ଆର୍ଥିକ ବିକାଶ ଓ ସ୍ବାବଲମ୍ବନ ଦେଶର ଜିଡ଼ିପି ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ବାଂଲାଦେଶକୁ ଏହାର ଉଦାହରଣ ରପେ ନିଆଯାଇପାରେ । ଗତ ୧୦ବର୍ଷର୍ରେ ବାଂଲା ଦେଶରେ କାର୍ଯ୍ୟକ୍ଷେତ୍ରେ ମହିଳାଙ୍କ ଭାଗିଦାରୀ ୧୦ % ବୃଦ୍ଧି ପାଇଛି, ଯାହାର ପ୍ରତିଫଳନ ଦେଶର ଜିଡ଼ିପି ଉପରେ ଦେଖିବାକୁ ମିଳିଛି । ବାଂଲାଦେଶର ଜିଡ଼ିପି ଗତ ୧୦ ବର୍ଷର୍ରେ ୧୦ ଗୁଣ ଉପରକୁ ଉଠିଛି । ଓଡ଼ିଶାରେ ମଧ୍ୟ ଅନୁରୂପ ଉଦାହରଣ ସୃଷ୍ଟି କରିଛନ୍ତି ମିଶନ ଶକ୍ତି ଓ ଏହାର ମହିଳା ସଦସ୍ୟ।

ଆହୁରି ସଶକ୍ତ ହେବେ ସ୍ୱୟଂ ସହାୟକ ଗୋଷ୍ଠୀ : ପୋଷାକ ଉତ୍ପାଦନ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ
ଭୁବନେଶ୍ୱର : ସ୍ୱୟଂ ସହାୟକ ଗୋଷ୍ଠୀରୁ ଉଦ୍ୟୋଗ ଦିଗରେ ଯାତ୍ରା ଆରମ୍ଭ କରିଛି ‘ମିଶନ ଶକ୍ତି’। ମା’ ମାନଙ୍କୁ ଅଧିକ ଆର୍ଥିକ ସଶକ୍ତ ଓ ସ୍ୱାବଲମ୍ବୀ କରାଯିବା ନିମନ୍ତେ ସେମାନଙ୍କର ଦକ୍ଷତା ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ କାର୍ଯ୍ୟ ଆରମ୍ଭ କରିଛି।ମହିଳାମାନେ କେବଳ ସ୍ୱୟଂ ସହାୟକ ଗୋଷ୍ଠୀରେ ସୀମିତ ନ ରହି କିପରି ଉଦ୍ୟୋଗୀ ଭାବରେ ପରିଚିତି ଓ ପ୍ରତିଷ୍ଠା ପାଇବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ଦିଲ୍ଲୀର ଏକ ସଂସ୍ଥା ସହ ମିଶନ ଶକ୍ତି ବିଭାଗ ବୁଝାମଣା କରିଛି। ବୁଝାମଣା ଅନୁସାରେ ଆସନ୍ତା ୧୮ ମାସରେ ୧୦ ହଜାର ମହିଳାଙ୍କ ଦକ୍ଷତା ବିକାଶ କରାଯାଇ ସେମାନଙ୍କୁ ଉଦ୍ୟୋଗୀରେ ପରିଣତ କରାଯିବ। ଏସ୍‍ଏଚ୍‍ଜିରୁ ଯେଉଁ ଯାତ୍ରା ମହିଳାମାନେ ଆରମ୍ଭ କରିଛନ୍ତି ତାହାକୁ ଉଦ୍ୟୋଗରେ ରୂପାନ୍ତରିତ କରାଯିବ। ରାଜ୍ୟର ମହିଳମାନଙ୍କୁ ଆର୍ଥିକ ସମ୍ପନ୍ନ ଓ ସ୍ୱାବଲମ୍ବୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରିବାକୁ ମିଶନ ଶକ୍ତି ପଦକ୍ଷେପ ଗ୍ରହଣ କରିଛି। ଏସ୍‍ଏଚ୍‍ଜିରୁ ଏମ୍‍ଏସ୍‍ଏମ୍‍ଇ ଦିଗକୁ ଏକ ବୈପ୍ଲବିକ ଯାତ୍ରା ଆରମ୍ଭ କରିଛି।

୨୨ବର୍ଷ ଧରି ଏକ ବିପ୍ଳବରେ ପରିଣତ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ମା’ମାନଙ୍କୁ କ୍ଷୁଦ୍ର ମଧ୍ୟମ ବ୍ୟବସାୟୀରେ ପରିଣତ କରିବାପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳାମାନେ ବଡ଼ ବ୍ୟବସାୟ କରି ରୋଜଗାରକ୍ଷମ ହେବାସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ୨ବର୍ଷ ମଧ୍ୟରେ ହଜାର ହଜାର ଏମ୍‍ଏସ୍‍ଏମ୍‍ଇ ଗଠନ କରିବାପାଇଁ ଲକ୍ଷ୍ୟ ରଖାଯାଇଛି। ମହିଳାମାନେ କେବଳ ଏସ୍‍ଏଚ୍‍ଜିରେ ସୀମିତ ନ ରହି ଉଦ୍ୟୋଗୀ ହେବେ। ସେହି କ୍ରମରେ ମିଶନ୍‍ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ସାଙ୍ଗକୁ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମିଶନ ଶକ୍ତି ବିଭାଗ ଓ ନୂଆଦିଲ୍ଲୀ ଆପାରେଲ ମେଡ଼୍‍- ଅପ୍‍ସ ଆଣ୍ଡ ହୋମ୍‍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନ୍‍ସିଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଫଳରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସିଲେଇ ମେସିନ୍‍ ଅପରେଟର ଭାବେ ଦକ୍ଷତାଭିତ୍ତିକ ତାଲିମ ଦିଆଯିବ।

Mission Shakti endeavours to transform SHG activities into micro-enterprises. This partnership will facilitate industry tie-ups where SHGs/PGs can be connected with large retailers or export houses for feasible job orders. pic.twitter.com/mCgUKvjyqK

— Mission Shakti (@mission_shakti) June 18, 2022

ଏହାଦ୍ୱାରା ମହିଳାମାନେ ଅଧିକ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବ। ଏହାସହ ପୋଷାକ ଶିଳ୍ପ କ୍ଷେତ୍ରରେ ମହିଳା କ୍ଷୁଦ୍ର ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ। ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାରାଭିମୁଖୀ କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବ। ଏହି ଚୁକ୍ତିନାମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସିଲେଇ ଦକ୍ଷତାର ବିକାଶ କରିବା ସହିତ ସେମାନଙ୍କର ଆତ୍ମନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଏହି ଦକ୍ଷତାଭିତ୍ତିକ ତାଲିମ, ମିଶନ ଶକ୍ତି ସ୍ୱୟଂ ସହାୟକ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ଟେଲରିଂ ୟୁନିଟ୍‍ ଗୁଡିକର କାର୍ଯ୍ୟଦକ୍ଷତାକୁ ଦୀର୍ଘ ସମୟ ପାଇଁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଓ ସୁଯୋଗ ଯୋଗାଇଦେବ। ମହିଳାମାନଙ୍କ ଦ୍ୱାରା ଜିଲ୍ଲା ତଥା ବ୍ଲକସ୍ତରରେ ଆହୁରି ଅଧିକ ୟୁନିଟ ଗଠନ କରାଯିବ। ୧୮ମାସ ମଧ୍ୟରେ ଏହି ତାଲିମକୁ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ତାଲିମପ୍ରାପ୍ତ ସଦସ୍ୟାମାନଙ୍କୁ ଆପାରେଲ୍‍ ମେଡ଼୍‍ ଅପସ୍‍ ଆଣ୍ଡ ହୋମ୍‍ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନ୍‍ସିଲ୍‍ ସେମାନଙ୍କର ଟେଲରିଂ ୟୁନିଟ୍‍ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ସହ ଆବଶ୍ୟକୀୟ ସହାୟତା ଯୋଗାଇ ଦେବ। ଏହାଦ୍ୱାରା ପୋଷାକ ଶିଳ୍ପ କ୍ଷେତ୍ରରେ ସମ୍ଭାବ୍ୟ ସହଭାଗିତା ସୃଷ୍ଟି ଦିଗରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ବିଭିନ୍ନ ଜିଲ୍ଲାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲକୁ ପୋଷାକ ପ୍ରସ୍ତୁତ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେହିପରି କୋଭିଡ଼ ସମୟରେ ମାସ୍କ ପ୍ରସ୍ତୁତ କରି ମିଶନଶକ୍ତି ସହ ଜଡ଼ିତ ମହିଳାମାନେ ମଧ୍ୟ ଆର୍ଥିର୍କ ଦୃଷ୍ଟିରୁ ଲାଭାନ୍ୱିତ ହୋଇଛନ୍ତି। ଏଦିଗରେ ମହିଳାମାନଙ୍କ ଦକ୍ଷତା ବିକାଶ ସହିତ ପୋଷାକ ଶିଳ୍ପ କ୍ଷେତ୍ରରେ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ମିଶନ୍‍ ଶକ୍ତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ଏସ୍‍ଏଚ୍‍ଜି ସଦସ୍ୟାମାନେ ଉପକୃତ ହୋଇପାରିବେ। ପ୍ରତ୍ୟେକଟି ମହିଳାଙ୍କୁ ପରିଚୟ ଦେବା ପାଇଁ ବିଭାଗ କାର୍ଯ୍ୟରତ ରହିଛି। ଆଗକୁ ଏହା ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି।