South Korea - The Sakala

ଉତ୍ତର କୋରିଆର ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ: ସମୁଦ୍ର ଆଡ଼କୁ ମାଡ଼ କଲା ୧୦ଟି ବାଲାଷ୍ଟିକ ମିସାଇଲ୍
ଦକ୍ଷିଣ କୋରିଆ ଏବଂ ଆମେରିକା ସହ ଚାଲିଥିବା ତିକ୍ତତା ମଧ୍ୟରେ ଉତ୍ତର କୋରିଆ ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଗୁରୁବାର ଦିନ ଉତ୍ତର କୋରିଆ ପ୍ରାୟ ୧୦ଟି ସର୍ଟ-ରେଞ୍ଜ ବାଲାଷ୍ଟିକ କ୍ଷେପଣାସ୍ତ୍ର (short-range ballistic missiles) ସମୁଦ୍ର ଆଡ଼କୁ ଫାୟାର କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମରିକ ଅଭ୍ୟାସ ହ୍ରାସ କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ମାଡ଼ କରି ନିଜର ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ମାଡ଼

ଦକ୍ଷିଣ କୋରିଆର ସାମରିକ ବାହିନୀ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପ୍ୟୋଙ୍ଗୟାଙ୍ଗ ଅଞ୍ଚଳରୁ ପ୍ରାୟ ୧୦ଟି କ୍ଷେପଣାସ୍ତ୍ର ପୂର୍ବ ସମୁଦ୍ର ଆଡ଼କୁ ଉତକ୍ଷେପଣ କରାଯାଇଥିଲା। ପ୍ରତ୍ୟେକ କ୍ଷେପଣାସ୍ତ୍ର ପ୍ରାୟ ୩୦୦ କିଲୋମିଟର (୧୮୫ ମାଇଲ) ଦୂରତା ଅତିକ୍ରମ କରି ପୂର୍ବ ଜଳଭାଗରେ ଖସିଥିଲା। ଏହି ଘଟଣା ପରେ ସମଗ୍ର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି।

ଆମେରିକାର ନରମ ମନୋଭାବକୁ ପ୍ରତ୍ୟାଖ୍ୟାନ

ସୂଚନାଯୋଗ୍ୟ ଯେ, ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବର୍ତ୍ତମାନ 'ଉଲଚି ଫ୍ରିଡମ୍ ସିଲ୍ଡ' (Ulchi Freedom Shield) ନାମକ ଏକ ମିଳିତ ସାମରିକ ଅଭ୍ୟାସ ଚାଲିଛି। କୂଟନୈତିକ ଆଲୋଚନା ପୁନଃସ୍ଥାପନ ଲକ୍ଷ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସାମରିକ ଅଭ୍ୟାସକୁ କମ କରିବାକୁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ଏବଂ ତାଙ୍କ ପ୍ରଭାବଶାଳୀ ଭଉଣୀ କିମ୍ ୟୋ ଜୋଙ୍ଗ ଟ୍ରମ୍ପଙ୍କ ଏହି ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। କିମ୍ ୟୋ ଜୋଙ୍ଗ କହିଛନ୍ତି ଯେ, ସାମରିକ ଅଭ୍ୟାସକୁ ଛୋଟ କରାଗଲେ ମଧ୍ୟ ଏହାର ଆକ୍ରମଣାତ୍ମକ ପ୍ରକୃତି ବଦଳିବ ନାହିଁ।

ଦକ୍ଷିଣ କୋରିଆ ଓ ଜାପାନର ତୀବ୍ର ପ୍ରତିକ୍ରିୟା

ଉତ୍ତର କୋରିଆର ଏହି ପଦକ୍ଷେପକୁ ଦକ୍ଷିଣ କୋରିଆ ଏବଂ ଜାପାନ କଡ଼ା ନିନ୍ଦା କରିଛନ୍ତି। ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକ ଡାକିବା ସହ ଜାତିସଂଘ ନିରାପତ୍ତା ପରିଷଦର ନିୟମ ଉଲ୍ଲଂଘନ କରୁଥିବା ଏହି କ୍ଷେପଣାସ୍ତ୍ର ମାଡ଼କୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି। ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ଘଟଣାର ପୁଷ୍ଟି କରିବା ସହ ନିଜ ସୀମା ନିକଟସ୍ଥ ସମୁଦ୍ର ଅଞ୍ଚଳରେ କଡ଼ା ନଜର ରଖିଥିବା ସୂଚନା ଦେଇଛି। ବର୍ତ୍ତମାନ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆର ସେନା ମିଳିତ ଭାବେ ଉତ୍ତର କୋରିଆର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା: ଲ୍ୟାଣ୍ଡିଂ ବେଳେ ରନଓ୍ବେରେ କ୍ରାଶ୍, ୮୦ରୁ ଊର୍ଦ୍ଧ୍ବ ମୃତ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଲ୍ୟାଣ୍ଡି ବେଳେ କ୍ରାସ ହେଲା ବିମାନ, ଚାଲିଗଲା ୮୦ରୁ ଊର୍ଦ୍ଧ୍ବ ଜୀବନ। ୧୭୫ଜଣ ଯାତ୍ରୀଙ୍କ ସମେତ ୬କ୍ରିୟ୍ୟୁ ମେମ୍ବରଙ୍କୁ ନେଇ ବ୍ୟାଙ୍ଗକ୍‌ ଉଡ଼ାଣ ଭରିଥିଲା ଫ୍ଲାଇଟ୍‌ ୭ଉ୨୨୧୬ । ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ବିମାନଟି ଲ୍ୟାଣ୍ଡିଂ କରୁଥିବାବେଳେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ସ୍ଥାନୀୟ ସମୟ ୯ଟା ୭ରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଥିଲା ବିମାନ। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୮୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା ରହିଛି।

ସୂଚନା ମୁତାବକ ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ରନୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ରନୱେରୁ ଖସି ଯିବା ପରେ ବିମାନଟି ନିକଟରେ ଥିବା କାନ୍ଥ ସହ ପିଟି ହୋଇଥିଲା। ଏହାପରେ ଘଟଣାସ୍ଥଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ବିମାନଟି ଜଳିଗଲା। ଫଳରେ ଘଟଣାସ୍ଥଳରେ ୮୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।

ଜାତୀୟ ଅଗ୍ନିଶମ ଏଜେନ୍ସିର ସୂଚନା ଅନୁସାରେ, ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ଆପ୍ରାଣ ଉଦ୍ୟମ କରୁଛନ୍ତି । କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି। ସାଉଥ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୁଙ୍ଗ-ମୋକ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ବର ପ୍ରଥମ ଘଟଣା: ଆତ୍ମହତ୍ୟା କଲା ପ୍ରାଶାସନିକ ଅଧିକାରୀ ‘ରୋବୋ’
ସିଓଲ: ଦକ୍ଷିଣ କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋ ଆତ୍ମହତ୍ୟା କରିଛି। ଏହି ରୋବୋ ପ୍ରାଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲା। ଗୁମି ସିଟି କାଉନସିଲ ଏହି ରୋବୋକୁ ନିଯୁକ୍ତି ଦେଇଥିଲା। ସୂଚନା ଅନୁଯାୟୀ ଗତ ଗୁରୁବାର ଅପରାହ୍ଣ ୪ଟା ସମୟରେ ଏହି ରୋବୋ ହଠାତ୍‌ ସିଡିରୁ ଖସିପଡ଼ିଥିଲା। ପରେ ଏହା ଆଉ କାମ କରି ନ ଥିଲା। ରୋବୋ ଅଚଳ ହୋଇ ଯାଇଥିଲା। ଏହା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଶୋକର ଲହରି ଖେଳିଯାଇଛି। ଏହାକୁ ଦେଶର ପ୍ରଥମ ରୋବୋ ଆତ୍ମହତ୍ୟା କୁହାଯାଉଛି। ସିଟି କାଉନସିଲର ସୂଚନା ଅନୁଯାୟୀ ପ୍ରଥମ ଏବଂ ଦ୍ବିତୀୟ ମହଲା ମଧ୍ୟରେ ଥିବା ସିଡ଼ିରେ ଏହି ‘ରୋବୋ ସୁପରଭାଇଜର’ ପଡ଼ି ରହିଥିଲା। ଏହା ପୂର୍ବରୁ ରୋବୋ ଗୋଟିଏ ସ୍ଥାନରେ ଘୂରି ବୁଲୁଥିବା ଦେଖା ଯାଇଥିଲା। ଏ ପର୍ଯ୍ୟନ୍ତ ରୋବୋଟ ଖସି ପଡ଼ିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ମାମଲା ତଦନ୍ତାଧିନ ରହିଛି। ଏହାର ଯନ୍ତ୍ରାଂଶ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇ ଦିଆଯାଇଛି। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ରୋବୋ ଆତ୍ମହତ୍ୟା କଲା ବୋଲି ସ୍ଥାନୀୟ କର୍ମଚାରୀ କହୁଛନ୍ତି।

ପୁଣି ଚିନ୍ତା ବଢାଇଲାଣି କରୋନା: ଦକ୍ଷିଣ କୋରିଆରେ ଚିହ୍ନଟ ହେଲେ ୬ଲକ୍ଷ୍ଯରୁ ଉର୍ଦ୍ଧ୍ବ ନୂଆ ସଂକ୍ରମିତ
ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲାଣି କରୋନା । ଦକ୍ଷିଣ କୋରିଆ କରୋନାର ତୀବ୍ର ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳିଛି। ଗୁରୁବାର ଦକ୍ଷିଣ କୋରିଆରେ ୬ ଲକ୍ଷରୁ ଅଧିକ ନୂତନ କୋଭିଡ ମାମଲା ରେକର୍ଡ କରାଯାଇଛି। ଯାହା ଦକ୍ଷିଣ କୋରିଆରେ ଦୈନିକ କୋଭିଡ୍‌ ସଂକ୍ରମଣରେ ରେକର୍ଡ।

କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି  ସୂଚନା ଅନୁଯାୟୀ, ଗୁରୁବାର ଦକ୍ଷିଣ କୋରିଆରେ ୬,୨୧ ,୩୨୮  ଦୈନିକ ନୂତନ କୋଭିଡ ମାମଲା ଚହ୍ନଟ ହୋଇଥିବା ବେଳେ ୪୨୯ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଗୋଟିଏ ଦିନରେ ୫୫  ପ୍ରତିଶତ ବୃଦ୍ଧି ଘଟିଛି। ନୂତନ ସଂକ୍ରମଣ ସହିତ ଦକ୍ଷିଣ କୋରିଆର ମୋଟ ମାମଲା ୮,୨୫୦, ୫୯୨ କୁ ବୃଦ୍ଧି ପାଇଛି ବୋଲି କେଡିସିଏ କହିଛି।

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପୂର୍ବାନୁମାନଠାରୁ  ଦୈନିକ ସଂକ୍ରମଣ ବହୁତ ଅଧିକ ରହିଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ସଂକ୍ରମିତ। ଏହା ପୂର୍ବରୁ ବୁଧବାର ଦିନ ଦକ୍ଷିଣ କୋରିଆ ୪,୦୦,୭୪୧ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଦିନ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆରେ ୨୯୩ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ମାମଲା ବୃଦ୍ଧି ପରେ ଦକ୍ଷିଣ କୋରିଆ ସରକାର ପ୍ରତିବନ୍ଧକ ହଟାଇବେ ନା  ପୁନର୍ବାର ଜାରି ରହିବ ସେ ନେଇ ଶୁକ୍ରବାର  ଘୋଷଣା କରିବେ ବୋଲି ଜଣାପଡ଼ିଛି।