Chief Minister odisha - The Sakala

ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ ସ୍ଥାନରେ ପରିଣତ ହୋଇଛି ଓଡ଼ିଶା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି । ଓଡ଼ିଶା ଏବେ ଟେକ-ଅଫ ସ୍ତରରେ ଅଛି ଅର୍ଥାତ ଉଡ଼ିବା ଆରମ୍ଭ କରିଛି ଓ ଆସନ୍ତା ୧୦ ବର୍ଷରେ ଉଚ୍ଚ ଅଭିବୃଦ୍ଧି ହାସଲ କରବ ବୋଲି ହାଇଦ୍ରାବାଦରେ ନିବେଶକ ଓ ଶିଳ୍ପପତିମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Glad to meet Shri Shailender Kumar, MD of @Oracle_India at #OdishaInvestorsMeet2022 in Hyderabad, the curtain raiser event for #MIO2022 Conclave. Highlighted the incentives being offered in the #Odisha IT Policy 2022 to make it a favoured destination for the industry. #MIO2022 pic.twitter.com/eQblSw6C7h

— Naveen Patnaik (@Naveen_Odisha) October 17, 2022

ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ, କୁଶଳୀ ମାନବସମ୍ବଳ ଏବଂ ସ୍ଥିର ପ୍ରଶାସନ ନିବେଶକଙ୍କ ପାଇଁ ଓଡ଼ିଶାକୁ ଆକର୍ଷଣୀୟ ନିବେଶ ସ୍ଥାନରେ ପରିଣତ କରିଛି । ଅନୁକୂଳ ଶିଳ୍ପ ନୀତି, ଦୃଢ଼ ଓ ସ୍ଥିର ପ୍ରଶାସନ ଯୋଗୁଁ ଓଡ଼ିଶା ପ୍ରତି ଶିଳ୍ପପତି, ନିବେଶକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିଛି । ଓଡ଼ିଶା ଶିଳ୍ପ ସମୂହ ଓ ନିବେଶର ପ୍ରମୁଖ ପେଣ୍ଠସ୍ଥଳି ପାଲଟିଛି । ଉଚ୍ଚ ଅଭିବୃଦ୍ଧି ହାର ସହ ଇଜ୍ ଅଫ୍ ଡ଼ୁଇଂ ବିଜିନେସ କ୍ଷେତ୍ରରେ ଓଡ଼ିଶା ବହୁ ବଡ଼ରାଜ୍ୟକୁ ଅତିକ୍ରମ କରି ଶୀର୍ଷ ଅଭିମୁଖେ ଯାତ୍ରା କରୁଛି । ସମ୍ପ୍ରତି ଶିଳ୍ପାୟନର ନୂଆ ଯୁଗ ଆରମ୍ଭ ହୋଇଛି । ଯେଉଁଥିରେ ଉନ୍ନତ ବୈଷୟିକ ଶିକ୍ଷା ଓ ନିରନ୍ତର ବିକାଶର ଏକ ଦର୍ଶନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରୂପାନ୍ତରଣରେ ସହଭାଗୀ ହେବା ନିମନ୍ତେ ଆଗାମୀ ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ‘ପର୍ଲ ସିଟି’ ହାଇଦ୍ରାବାଦରେ ଦେଶ ବିଦେଶର ନିବେଶକ, ଶିଳ୍ପଗୋଷ୍ଠୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Glad to meet Shri Rajiv Kumar, MD of @MicrosoftIndia at #OdishaInvestorsMeet2022 in #Hyderabad, the curtain raiser event for #MIO2022 Conclave. Highlighted our progressive IT Policy 2022 to position #Odisha prominently on the global map as a preferred IT outsourcing destination. pic.twitter.com/lBes5cksgm

— Naveen Patnaik (@Naveen_Odisha) October 17, 2022

ସୋମବାର ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦରେ ୪୫୦ରୁ ଊର୍ଦ୍ଧ୍ବ ବିଭିନ୍ନ ଶିଳ୍ପଗୋଷ୍ଠୀ ଓ ନିବେଶକଙ୍କୁ ଶିଳ୍ପ ସମୃଦ୍ଧ ଓଡ଼ିଶାର ଶିଳ୍ପାୟନର ଛବି, ରାଜ୍ୟର ଶିଳ୍ପ ନୀତି, ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ସମ୍ପର୍କରେ ଅବଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ କିଛି ଦଶନ୍ଧିରେ ହାଇଦ୍ରାବାଦ ବୈଷୟିକ ବିଦ୍ୟା, ଫାର୍ମା ଏବଂ ବିନିର୍ମାଣ ତଥା ମ୍ୟାନୁଫାକଚରିଂ କ୍ଷେତ୍ରରେ ପ୍ରମୁଖ ପେଣ୍ଠସ୍ଥଳୀ ହୋଇପାରିଛି। ସହରର ଔଦ୍ୟୋଗିକ ଅଭିବୃଦ୍ଧି ପ୍ରତି ସକରାତ୍ମକ ମାନସିକତାକୁ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି। ଓଡ଼ିଶା ଏବେ ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ଶିଳ୍ପାୟନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶିଳ୍ପ ଅନୁକୂଳ ପରିବେଶ ଯୋଗୁଁ ବହୁ ବଡ଼ବଡ଼ ଶିଳ୍ପସଂସ୍ଥା ଓଡ଼ିଶାରେ ନିବେଶ ନିମନ୍ତେ ଆଗ୍ରହପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ୍ ରାଙ୍କିଙ୍ଗରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି।

Glad to meet @DrKrishnaElla Chairman of @BharatBiotech at #OdishaInvestorsMeet2022 in #Hyderabad, the curtain raiser event for #MIO2022 Conclave. Discussed the proposed vaccine manufacturing plant in #Bhubaneswar & highlighted #Odisha’s conducive environment to #InvestInOdisha. pic.twitter.com/HVfXQ0zbu0

— Naveen Patnaik (@Naveen_Odisha) October 17, 2022

ଏହି ପରିପ୍ରେକ୍ଷୀରେ ନିବେଶକଙ୍କ ପାଇଁ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ। ଓଡ଼ିଶାର ଅଭିବୃଦ୍ଧିର କାହାଣୀ ଏଥିରେ ବ୍ୟାଖ୍ୟାନ ହେବ ଏବଂ ନିବେଶକଙ୍କ ପାଇଁ ଓଡ଼ିଶା ସରକାର କ’ଣ କରିଛନ୍ତି ଓ କ’ଣ କରୁଛନ୍ତି ତାହା ଜାଣିବାରେ ସହାୟକ ହେବ। ଏହି ଫୋରମ୍ ଦ୍ୱାରା ସାରା ବିଶ୍ୱର ନିବେଶକ, ଶିଳ୍ପ ନେତୃବୃନ୍ଦ ଏବଂ ଶିଳ୍ପ ଚିନ୍ତକ ଭବିଷ୍ୟତ ନେଇ ଆଲୋଚନା କରିପାରିବେ। ରାଜ୍ୟରେ ରୋଜଗାର ସୃଷ୍ଟି କରୁଥିବା ଶିଳ୍ପ ଅଭିବୃଦ୍ଧି ବ୍ୟବସ୍ଥାକୁ ସରକାର ପ୍ରାଥମିକତା ଦେଇଥାନ୍ତି। ଏହାକୁ ଆଗାମୀ ଦିନରେ ଜାରି ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଆସନ୍ତା ନଭେମ୍ବର ୩୦ ତାରିଖ ଠାରୁ ଡିସେମ୍ବର ୨୦୨୨ ଯାଏଁ ଏହି କନକ୍ଲେଭ ଆୟୋଜିତ ହେଉଛି। ଏହା ଆଗାମୀ ଦିନରେ ରାଜ୍ୟରେ ନୂଆ ଶିଳ୍ପାୟନ ଯୁଗର ବାର୍ତ୍ତାବହ ହେବ ବୋଲି ଆଶା କରାଯାଉଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗଦାନ ନିମନ୍ତେ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Glad to meet Shri P S Reddy, CMD of @CtrlS at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha Conclave. Highlighted the incentives offered by #Odisha as per the State Data Center Policy and invited him to explore huge opportunities. #MIO2022. pic.twitter.com/DNAlB8pe1e

— Naveen Patnaik (@Naveen_Odisha) October 17, 2022

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଗୋଟିଏ ଦିନରେ ୨୧ଟି ବିଭିନ୍ନ ଶିଳ୍ପଗୋଷ୍ଠୀର ମୁଖ୍ୟ ଓ ନିବେଶକଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। କନସଲଟିଂ, ଆଇଟିଏଣ୍ଡଆଇଟିଇଏସ୍ , ଇଏସଡିଏମ୍, ଫାର୍ମସିଟ୍ୟୁକାଲ, ସିମେଣ୍ଟ, ଖାଦ୍ୟ ପ୍ରକ୍ରିୟାକରଣ, ଆଗ୍ରୋ ପ୍ରୋସେସିଙ୍ଗ୍, ଇନଫ୍ରା-ୱେଷ୍ଟମ୍ୟାନେଜମେଣ୍ଟ, ଶକ୍ତି, ରିୟଲ ଇଷ୍ଟେଟ, ରସାୟନ, ଲଜିଷ୍ଟିକ୍ ଓ ଓୟରହାଉସିଂ, ରିୟଲ ଇଷ୍ଟେଟ୍ ଟୁରିଜିମ୍ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା ସହ ଓଡ଼ିଶାରେ ନିବେଶ ଲାଗି ନିମନ୍ତ୍ରଣ କରିଥିଲେ।

Glad to meet Mr. David Wolfe, Chairman of Aaron Capital at #OdishaInvestorsMeet 2022 in #Hyderabad, the curtain raiser event for #MakeInOdisha conclave. Highlighted the business opportunities available in #Odisha and ease of doing business while inviting him to #InvestInOdisha. pic.twitter.com/Ein0EnfYTd

— Naveen Patnaik (@Naveen_Odisha) October 17, 2022

ଓଡ଼ିଶାରେ ଓ-ହବ୍ ଏବଂ ଓଡ଼ିଶା ଇନୋଭେସନ ଫଣ୍ଡ ସ୍ଥାପନ ସଂକ୍ରାନ୍ତରେ ସୂଚନା ଦେବା ସହ ଏହା କିପରି ରାଜ୍ୟ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ ରୂପାୟଣର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସକ୍ଷମ ହୋଇଛି ସେ ସମ୍ପର୍କରେ ଅବଗତ କରିଥିଲେ। ପ୍ରାଇସ୍ ୱାଟର ହାଉସକୁପର୍ସ ପ୍ରାଃ ଲିଃର ଆଡଭାଇଜର ଲିଡର ଅର୍ଣ୍ଣବ ବାସୁ, ମାଇକ୍ରୋସପ୍ଟ ଇଣ୍ଡିଆ ଏମଡି ରାଜୀବ କୁମାର, ଶିରିଡି ସାଇ ଇଲେକ୍ଟ୍ରିକାଲ ଲିଃ ସିଓଓ ଡକ୍ଟର କେ ବାଲାଚନ୍ଦର, ଭାରତ ବାଓଟେକ୍ର ଅଧ୍ୟକ୍ଷ ଡକ୍ଟର କ୍ରିଷ୍ଣା ଇଲା ଏବଂ ଶ୍ରୀମତୀ କ୍ରିଷ୍ଣା ଇଲା, ଡେଲଓଲାଇଟ୍ ଏମଡି ଏନ୍. ଭେଙ୍କଟରମଣ, ତୋଷାଳି ସିମେଣ୍ଟ ପ୍ରାଃ ଲିଃର ଅଧ୍ୟକ୍ଷ ଓ ଏମଡି ଏମଏସଆରଭି ଏବଂ ବିଜୟନଗର ବାଓଟେକ୍ ପ୍ରାଃ ଲିଃ ଏମଡି ଡିଭି ରାଜୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।

Glad to meet Shri Ravindra Agarwal, Chairman, Deevyashakti India at #OdishaInvestorsMeet 2022 in #Hyderabad, the curtain raiser event for #MIO2022 conclave. Discussed the vast business opportunities available in #Odisha in paper processing sector & invited him to #InvestInOdisha. pic.twitter.com/gfAAXNtm98

— Naveen Patnaik (@Naveen_Odisha) October 17, 2022

ସେହିପରି ରାମକି ଗ୍ରୁପ୍ ଏମଡି ୱାଇଆର ନାଗରାଜ, ଏକ୍ସିସ୍ ଏନର୍ଜି ଗ୍ରୁପ୍ର ସିଏମଡି କେ ରବି କୁମାର ରେଡ୍ଡି, ଜୋନ୍ସ ଲଙ୍ଗ ଲାସାଇଲ୍ ଏମଡି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ(ମାଇ ହୋମ୍) କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ୱର ଜେ ରାଓ, ଶ୍ରୀ ମାଲାନୀଫୋମସ୍ସ ପ୍ରାଃ ଲିଃ ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନୀ ଏବଂ କ୍ରେନ୍ ଗ୍ଲୋବାଲ ସଲ୍ୟୁସନ୍ ଲିଃ ନିର୍ଦ୍ଦେଶକ କେ.ରାଘବ ରାମ, ସାଗର ସିମେଣ୍ଟ ଲିଃ ସିଏମଡି ଏସ୍.ବୀରା ରେଡ୍ଡି, ଓରାକଲ୍ ଏମଡି ଶୈଳେନ୍ଦ୍ର କୁମାର, ସ୍କଲାର ଗ୍ରୁପ୍ ନିର୍ଦ୍ଦେଶକ ଡକ୍ଟର ଗୋପାଳ ମୋର, ସାଇଏଣ୍ଟର ଏମଡି ତଥା ସିଇଓ କ୍ରିଷ୍ଣା ବୋଡାନାପୁ, ମନଜାରୀ ଗ୍ରୁପ୍ ଏମଡି ଜି.ଯୋଗାନନ୍ଦ, ଆପୋଲୋ ସ୍ପେସିଆଲିଟି ହସ୍ପିଟାଲ ପ୍ରାଃ ଲିଃର ଏମଡି ଅନୀନଡିଥ୍ ରେଡ୍ଡି ଏବଂ କିମ୍ସ ଏମଡି ବି.ଭାସ୍କର ରାଓଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି । ସେହିପରି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ୧୩ରୁ ଉଦ୍ଧ୍ୱର୍ କମ୍ପାନୀ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ।

Glad to meet Shri Y R Nagaraja, MD of Ramky Group at #OdishaInvestorsMeet 2022 in #Hyderabad, the curtain raiser event for #MIO2022 conclave. Discussed further expansion of the company’s existing footprint & immense opportunities available in #Odisha. #MIO2022 pic.twitter.com/DCZ42wNXRM

— Naveen Patnaik (@Naveen_Odisha) October 17, 2022

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟର ଶିଳ୍ପାୟନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି କିପରି ବ୍ୟାପକ ପରିବର୍ତ୍ତନ ଆଣିଛି, ସେ ନେଇ ମତ ରଖିଥିଲେ। ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ନିବେଶ ସମ୍ମିଳନୀର ତାତ୍ପର୍ଯ୍ୟ ଏବଂ ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମା ରାଜ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଆଇଟି ସଚିବ ମନୋଜ ମିଶ୍ର ରାଜ୍ୟର ଆଇଟି ସମ୍ପର୍କିତ ନୀତି, ଡାଟା ସେଣ୍ଟର ପଲିସି, ବିପିଓ ପଲିସି ଏବଂ ଇଲେକଟ୍ରୋନିକ ପଲିସି ସମ୍ପର୍କରେ ଅବତାରଣା କରିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ରାଜ୍ୟରେ ଥିବା ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ ଏବଂ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି ନେଇ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିକିର ମହାନିର୍ଦ୍ଦେଶକ ଅରୁଣ ଚାୱଲା ଏବଂ ଶିଳ୍ପ ବିଭାଗର ବହୁ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

It is a pleasure meeting Shri Sandip Patnaik, MD of @JLLIndia at #OdishaInvestorsMeet 2022 in #Hyderabad. Highlighted the incentives offered by #Odisha as per the #Odisha Real Estate Policy & highlighted huge business opportunities available in realty sector here. #InvestInOdisha pic.twitter.com/LisHCU5ewO

— Naveen Patnaik (@Naveen_Odisha) October 17, 2022

ବିଦ୍ୟୁତ ହେଉଛି ବିକାଶର ଜୀବନରେଖା, ବିଦ୍ୟୁତ ଅପଚୟ କରନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବିଦ୍ୟୁତ ହେଉଛି ବିକାଶର ଜୀବନରେଖା। ପାଣି ପରି ବିଦ୍ୟୁତ ଆଜି ସମସ୍ତଙ୍କ ପାଇଁ ଖୁବ ଜରୁରୀ। ତେଣୁ ବିଦ୍ୟୁତ ଶକ୍ତି ଅପଚୟ ନ କରି ଏହାର ଉଚିତ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆଜି ଭିଡିଓ କନଫରେନ୍ସ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍ଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍‌ମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଂଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା ମାନେ ବିଶେଷ ଉପକାର ପାଇବେ। କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଉପକାର ପାଇବେ ବୋଲି ସେ କହିଥିଲେ ।

ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ Odisha Distribution System Strengthening Project ଆରମ୍ଭ କରିଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଷାନ୍ତ ସିଂ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଓ ରାୟଗଡା-ଗୁଣୁପୁରରେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ବାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଶକ୍ତି ବିଭାଗ ପ୍ରମୁଖ ସଚିବ  ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ। OPTCLର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ବୈଷୟିକ ଶିକ୍ଷା କ୍ଷେତ୍ରରେ ଆସିବ ରୂପାନ୍ତର : OUTRର ମାଷ୍ଟର ପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା
ଭୁବନେଶ୍ବର : ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର । ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା। କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । IIM, IIT ଓ NIT ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଆଜି OUTR ର ବିକାଶ ସଂପର୍କିତ master plan କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ବର୍ତ୍ତମାନ OUTRରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ IIT ଢାଞ୍ଚାରେ ବିକାଶ କରାଯିବ ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OUTRର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବିଶ୍ବବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ସହ new age technology ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ Centre of Excellence ମଧ୍ୟ ପ୍ରତିଷ୍ଠା କରାଯିବ । ଏହାସହିତ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ବବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ । ପ୍ରଯୁକ୍ତି ବିଦ୍ୟା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ Startup cultureକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗରେ Incubation Centreର ମଧ୍ୟ ବିକାଶ କରାଯିବ। ବିଶ୍ବବିଦ୍ୟାଳୟ ମଧ୍ୟରେ ଗବେଷଣା ସହିତ ଯେପରି ନୂଆ ନୂଆ patent ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ହାସଲ କରାଯାଇପାରିବ ହୋଇପାରିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ।  ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, OUTR (CET) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ ଏହି ବିଶ୍ବବିଦ୍ୟାଳୟ ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନରେ College of Engineering & Technology ବା CET ନାମରେ ପ୍ରତିଷ୍ଠିତ ହୋଇଥିଲା। ୨୦୦୧ ମସିହାରେ ଏହା ଭୁବନେଶ୍ବରର ଘାଟିକିଆ ଠାରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ବ କ୍ୟମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା। ଏହା ହେଉଛି ଓଡିଶାର ଏକମାତ୍ର ଅନୁଷ୍ଠାନ ଯାହାକି NAAC A Grade ମାନ୍ୟତା ହାସଲ କରିପାରିଛି। ୨୦୨୧ରେ ଏହା ଏକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ଓଡିଶା ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ବବିଦ୍ୟାଳୟ ଭାବରେ ନାମିତ ହୋଇଥିଲା ।ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, OUTRର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବୈଠକରେ OUTRର OSD ଡଃ ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବଲାଙ୍ଗିରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି : BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ସହ ୮୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ନବୀନ
ବଲାଙ୍ଗିର : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ  ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପୂର୍ବ ନିର୍ଦ୍ଦାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଛନ୍ତି । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ବାସୀଙ୍କୁ ନୂଆଖାଇ ଜୁହାର ଜଣାଇବା ସହ ସେ ସେଠାକୁ ଆସିଥିବାରୁ ବହୁତ ଖୁସି ଥିବା କହିଥିଲେ।

ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇଛି।  ବଲାଙ୍ଗିର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ। ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ମତେ ବହୁତ ଦୁଃଖ ଲାଗେ। ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ। ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ମୁଖ୍ୟମନ୍ତ୍ରୀ ପାଟଣାଗଡ଼ ଓ ବଲାଙ୍ଗୀର ଯାଇ ସେଠାରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିରରେ  ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିଛନ୍ତି । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିଛନ୍ତି । ସେହିପରି ବଲାଙ୍ଗିର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ,ବଲାଙ୍ଗିର  ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ ସହ ଟିଟିଲାଗଡ଼, ବଲାଙ୍ଗିର ଓ ପାଟଣାଗଡ଼ ସମେତ ଅନ୍ୟ ସ୍ଥାନରେ ହେବାକୁ ଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ମଧ୍ଯ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବଲାଙ୍ଗିର ଜିଲ୍ଲାରେ ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିବା ବେଳେ ସେଥିରୁ ବଲାଙ୍ଗିର ପାଇଁ ୪୭୮ କୋଟିର ୭୫ଟି ପ୍ରକଳ୍ପ, ପାଟଣାଗଡ଼ରେ ୧୧୫.୭୧ କୋଟିର ୨୩ଟି ପ୍ରକଳ୍ପ ଟିଟିଲାଗଡ଼ରେ ୨୩୩.୧୪ କୋଟିର ୩୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର୍ଯ୍ୟବେକ୍ଷଣ ଦାୟିତ୍ୱ ଦିଆଯାଇଛି।