Android - The Sakala

ସ୍ମାର୍ଟଫୋନରେ କାହିଁକି ଥାଏ 'Restart' ଫିଚର? ଜାଣନ୍ତୁ କେବେ ଏବଂ କାହିଁକି କରିବେ ଫୋନ୍ ରିଷ୍ଟାର୍ଟ
ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି, କିନ୍ତୁ ଏଥିରେ ଥିବା ସମସ୍ତ ଫିଚରର ସଠିକ୍ ବ୍ୟବହାର ଅନେକ ଲୋକ ଜାଣି ନଥାନ୍ତି। ସେଥିମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଫିଚର ହେଉଛି 'ରିଷ୍ଟାର୍ଟ' (Restart)। ଅନେକ ଲୋକ ନିଜ ଫୋନକୁ ମାସ ମାସ ଧରି ରିଷ୍ଟାର୍ଟ କରନ୍ତି ନାହିଁ, ଯାହା ଫଳରେ ବିଭିନ୍ନ ସମସ୍ୟା ଦେଖାଦିଏ। ତେବେ ଆସନ୍ତୁ ଜାଣିବା ଫୋନ୍ କାହିଁକି ରିଷ୍ଟାର୍ଟ କରାଯାଏ ଏବଂ ଏହାର ଫାଇଦା କ'ଣ।

ଫୋନ୍ କାହିଁକି ରିଷ୍ଟାର୍ଟ କରିବା ଉଚିତ୍?

ଆମେ ପ୍ରତିଦିନ ନିଜ ଫୋନରେ ଅନେକ ଆପ୍ ବ୍ୟବହାର କରୁ। କାମ ସରିବା ପରେ ଆମେ ଆପ୍ ବନ୍ଦ କରିଦେଉ, କିନ୍ତୁ ଏହା ବ୍ୟାକଗ୍ରାଉଣ୍ଡରେ ଚାଲୁ ରହିଥାଏ। ଏହାଦ୍ୱାରା ଫୋନର ରାମ୍ (RAM) ଉପରେ ଚାପ ପଡ଼େ ଏବଂ ଫୋନ୍ ସ୍ଲୋ ହୋଇଯାଏ। ଯେତେବେଳେ ଆପଣ ଫୋନକୁ ରିଷ୍ଟାର୍ଟ କରନ୍ତି, ସମସ୍ତ ବ୍ୟାକଗ୍ରାଉଣ୍ଡ ଆପ୍ ବନ୍ଦ ହୋଇଯାଏ ଏବଂ ମେମୋରୀ କ୍ଲିୟର ହୋଇଯାଏ। ଫଳରେ ଫୋନର ସ୍ପିଡ୍ (Speed) ବଢ଼ିଥାଏ।

କେଉଁ ସମୟରେ ଫୋନ୍ ରିଷ୍ଟାର୍ଟ କରିବେ?

ଫୋନ୍ ବ୍ୟବହାର କରୁଥିବା ବେଳେ ଯଦି ଫୋନ୍ ବାରମ୍ବାର ହ୍ୟାଙ୍ଗ୍ (Hang) ହେଉଛି କିମ୍ବା କୌଣସି ଆପ୍ ହଠାତ୍ କ୍ରାସ୍ କରୁଛି, ତେବେ ତୁରନ୍ତ ଫୋନ୍ ରିଷ୍ଟାର୍ଟ କରିବା ଉଚିତ୍। ଏହାବ୍ୟତୀତ ଯଦି ଫୋନରେ ନେଟୱାର୍କ ସମସ୍ୟା ଦେଖାଯାଏ ବା ଇଣ୍ଟରନେଟ୍ ଠିକ୍ ଭାବେ କାମ କରେ ନାହିଁ, ସେତେବେଳେ ମଧ୍ୟ ରିଷ୍ଟାର୍ଟ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ। ନୂଆ ସଫ୍ଟୱେର୍ ଅପଡେଟ୍ ପରେ ମଧ୍ୟ ଫୋନକୁ ରିଷ୍ଟାର୍ଟ କରିବା ଜରୁରୀ।

ବ୍ୟାଟେରୀ ଲାଇଫ୍ ବୃଦ୍ଧି

ଅନେକ ସମୟରେ ଅଦରକାରୀ ଆପ୍ ଗୁଡ଼ିକ ବ୍ୟାକଗ୍ରାଉଣ୍ଡରେ ଚାଲିବା ଯୋଗୁଁ ଫୋନର ବ୍ୟାଟେରୀ (Battery) ଶୀଘ୍ର ସରିଯାଏ। ରିଷ୍ଟାର୍ଟ କରିବା ଦ୍ୱାରା ଏହି ସବୁ ପ୍ରକ୍ରିୟା ବନ୍ଦ ହୋଇଯାଏ, ଯାହା ବ୍ୟାଟେରୀ ସଞ୍ଚୟ କରିବାରେ ସାହାଯ୍ୟ କରେ। ଟେକ୍ ବିଶେଷଜ୍ଞଙ୍କ ମତରେ, ଫୋନକୁ ସୁସ୍ଥ ରଖିବା ପାଇଁ ସପ୍ତାହକୁ ଅତିକମରେ ଥରେ ଫୋନକୁ ନିଶ୍ଚୟ ରିଷ୍ଟାର୍ଟ କରିବା ଉଚିତ୍।

ସେପ୍ଟେମ୍ବର ୨୦୨୬ରୁ ଏହି ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ଆଉ କାମ କରିବ ନାହିଁ ହ୍ୱାଟ୍ସଆପ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା
ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ (WhatsApp) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଆଗାମୀ ସେପ୍ଟେମ୍ବର ୮, ୨୦୨୬ ଠାରୁ କୋଟି କୋଟି ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେବ । ମେଟା (Meta) ମାଲିକାନାରେ ଥିବା ଏହି କମ୍ପାନୀ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ନୂଆ ଫିଚର ପ୍ରଦାନ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛି ।

କେଉଁ ଫୋନରେ ବନ୍ଦ ହେବ ହ୍ୱାଟ୍ସଆପ୍?

ରିପୋର୍ଟ ଅନୁଯାୟୀ, ଯେଉଁ ୟୁଜର୍ସଙ୍କ ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୬.୦ (Android 6.0) ରୁ ପୁରୁଣା ଅପରେଟିଂ ସିଷ୍ଟମରେ ଚାଲୁଛି, ସେମାନେ ଆଉ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ । ଏହାର ଅର୍ଥ ହେଉଛି, ଆଣ୍ଡ୍ରଏଡ୍ ୫.୦ (Android 5.0) ଏବଂ ଆଣ୍ଡ୍ରଏଡ୍ ୫.୧ (Android 5.1) ଭର୍ସନରେ ଚାଲୁଥିବା ଡିଭାଇସ୍‌ଗୁଡ଼ିକରେ ଆସନ୍ତା ସେପ୍ଟେମ୍ବର ୮ ତାରିଖ ପରେ ହ୍ୱାଟ୍ସଆପ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ । ତେବେ, ଆଇଓଏସ (iOS 15.1) କିମ୍ବା ତା'ଠାରୁ ନୂଆ ଅପଡେଟ୍ ବ୍ୟବହାର କରୁଥିବା ଆଇଫୋନ୍ ୟୁଜର୍ସଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।

କାହିଁକି ନିଆଗଲା ଏହି ନିଷ୍ପତ୍ତି?

ହ୍ୱାଟ୍ସଆପ୍ ସମୟ ସମୟରେ ନିଜର ନିରାପତ୍ତା (Security), ଭିଡିଓ କଲିଂ, ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ଏବଂ ଅନ୍ୟାନ୍ୟ ନୂଆ ଫିଚରଗୁଡ଼ିକୁ ଅପଡେଟ୍ କରିଥାଏ । ପୁରୁଣା ସ୍ମାର୍ଟଫୋନ୍‌ର ହାର୍ଡୱେର୍ ଏବଂ ସଫ୍ଟୱେର୍ ଏହି ଆଧୁନିକ ଫିଚରଗୁଡ଼ିକୁ ସପୋର୍ଟ କରିବାରେ ଅସମର୍ଥ । ତେଣୁ, ଆପ୍‌ର କାର୍ଯ୍ୟକ୍ଷମତା ଏବଂ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ପୁରୁଣା ଅପରେଟିଂ ସିଷ୍ଟମରୁ ସପୋର୍ଟ ପ୍ରତ୍ୟାହାର କରୁଛି । ଏହାଦ୍ୱାରା ବିଶ୍ୱବ୍ୟାପୀ ପ୍ରାୟ ୩ ନିୟୁତ (3 million) ବ୍ୟବହାରକାରୀ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ୟୁଜର୍ସ ଏବେ କ'ଣ କରିବେ?

ହ୍ୱାଟ୍ସଆପ୍ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ୟୁଜର୍ସଙ୍କୁ ଆପ୍ ଖୋଲିବା ମାତ୍ରେ ଏକ ଆଲର୍ଟ ନୋଟିଫିକେସନ୍ ଦିଆଯାଉଛି । ଯଦି ଆପଣଙ୍କ ଫୋନ୍ ବହୁତ ପୁରୁଣା, ତେବେ ତୁରନ୍ତ ନିଜର ଜରୁରୀ ଚାଟ୍ ଏବଂ ମିଡିଆ ଫାଇଲ୍‌କୁ ଗୁଗୁଲ୍ ଡ୍ରାଇଭ୍ (Google Drive) କିମ୍ବା ଲୋକାଲ୍ ଷ୍ଟୋରେଜ୍‌ରେ ବ୍ୟାକଅପ୍ ନେଇଯାଆନ୍ତୁ । ହ୍ୱାଟ୍ସଆପ୍ ସେବା ଅବ୍ୟାହତ ରଖିବା ପାଇଁ ୟୁଜର୍ସଙ୍କୁ ନିଜ ଫୋନ୍‌ର ସଫ୍ଟୱେର୍ ଅପଡେଟ୍ କରିବାକୁ ପଡ଼ିବ କିମ୍ବା ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପଡ଼ିବ ।

ଆଣ୍ଡ୍ରଏଡ୍ ବ୍ଯବହାରକାରୀ ସାବଧାନ: ଘୁରି ବୁଲୁଛି ଭାଇରସ, ପ୍ରବେଶ କରିବା ମାତ୍ରେ ହିଁ ମୋବାଇଲରୁ ଚୋରି ହୋଇଯିବ ସମସ୍ତ ତଥ୍ଯ
ନୂଆଦିଲ୍ଲୀ: ପୁଣି ବିପଦରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀ। ବୁଲୁଛି ଏମିତି ଏକ ଭାଇରସ ଯାହା ଆଣଙ୍କ ମୋବାଇଲରେ ପ୍ରବେଶ କରିବା ମାତ୍ରେ ହିଁ ବ୍ଯାଙ୍କ ଆକାଉଣ୍ଟ ଖାଲି ହୋଇଯିବ। ଏକ ନୂତନ ଟ୍ରୋଜାନ୍ ମାଲୱେର୍ ଆସିଛି । BleepingComputer ର ଏକ ରିପୋର୍ଟ ଅନୁଯାୟୀ, ଏସ୍କୋବର ( Escobar ) ନାମକ ଏହି ମାଲୱେର୍ ଆପଣଙ୍କ ଫୋନ୍ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ସୂଚନା ଚୋରି କରିପାରିବ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଖାଲି କରିପାରିବ। ଏସ୍କୋବର ମାଲୱେୟାର ପ୍ରେବଶ କରିବା ମାତ୍ରେ ହିଁ ବ୍ୟବହାରକାରୀଙ୍କ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେଇପାରେ।  ଯଦି କୌଣସି କାରଣରୁ ଏହି ମାଲୱେର୍ ଆପଣଙ୍କ ଫୋନକୁ ଯାଏ, ତେବେ ଏହା ଆପଣଙ୍କ ଫୋନକୁ ରେକର୍ଡିଂ ମଧ୍ଯ କରିପାରିବ।

ଆପଙ୍କ ବିନା ଅନୁମତିରେ ମଧ୍ଯ ଆପଣଙ୍କ ଫଟୋ  ନେଇପାରେ। ଉପଭୋକ୍ତାମାନଙ୍କ ଫୋନରେ ପଡ଼ିଥିବା ସେହି ସମସ୍ତ ଆପକୁ ଏସ୍କୋବର ଟାର୍ଗେଟ କରେ ଯେଉଁଥିରେ ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା ରହିଥାଏ।  ରିପୋର୍ଟ ଅନୁଯାୟୀ ଋଷର ଏକ ହ୍ୟାକିଂ ଫୋରମରେ ଏସ୍କୋବର ଦେଖିବାକୁ ମିଳିଛି । ଯେଉଁଠାରେ Aberebo ଡେଭଲପର୍ ଏହି ବ୍ୟାଙ୍କିଂ ଟ୍ରୋଜାନ୍କୁ ପ୍ରୋତ୍ସାହିତ କରିଥାଏ। ଏହି ମାଲୱେୟାରକୁ MalwareHunter, McAfee ଏବଂ ସାଇବଲ୍ ପରି ସୁରକ୍ଷା କମ୍ପାନୀଗୁଡିକ ମଧ୍ୟ ଚିହ୍ନଟ କରିସାରିଛନ୍ତି।

ଆବେରବଟ୍ (Aberebot)  / ଏସ୍କୋବର (Escobar) ମାଲୱେର୍ କିପରି କାମ କରେ?

ଅନ୍ୟ ବ୍ୟାଙ୍କିଙ୍ଗ୍ ଟ୍ରୋଜାନ୍ ପରି ଏସ୍କୋବର କାମ କରେ । ଏହା ଏକ ଥାର୍ଡ ପାର୍ଟି ଉତ୍ସ ମାଧ୍ୟମରେ ଆପଣଙ୍କ ଫୋନରେ ପହଞ୍ଚେ ଏବଂ ତା’ପରେ କ୍ରମାଗତ ଭାବରେ ଆପଣଙ୍କର ବାର୍ତ୍ତା, ଆପଣ ପରିଦର୍ଶନ କରୁଥିବା ସାଇଟ୍ ଏବଂ ବ୍ୟାଙ୍କିଙ୍ଗ୍ ଆପ୍ ଉପରେ ନଜର ରଖେ। ଏହି ସମୟରେ ଏହା OTP, PIN ଇତ୍ୟାଦି ରେକର୍ଡ କରେ। ଏହି ଭାଇରସ କୌଣସି ପ୍ରକାର କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କ ମୋବାଇଲାରୁ ସମ୍ପୂର୍ଣ୍ଣ  ସୂଚନା ସଂଗ୍ରହ କରିଥାଏ। ଏସ୍କୋବର ବର୍ତ୍ତମାନ  ୧୮ ଟି ଦେଶରେ ପହଞ୍ଚିଛି।

ଏହି ମାଲୱେର୍ ଉପଭୋକ୍ତାମାନଙ୍କ ଠାରୁ ୨୫  ପ୍ରକାରର ଅନୁମତି ନେଇଥାଏ, ଯେଉଁଥିରେ ଅଡିଓ ରେକର୍ଡିଂ, ମେସେଜ୍, ଷ୍ଟୋରେଜ୍,  କଲିଂ ଏବଂ ଅବସ୍ଥାନ ଭଳି ସୂଚନା ଅନ୍ତର୍ଭୁକ୍ତ। ସୂଚନା ନେବା ପରେ ଏହି ମାଲୱେର୍ ଏହାକୁ ହ୍ୟାକର୍ସର ସର୍ଭରରେ ଷ୍ଟୋର୍ କରେ। ଏହା ପରେ ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟକୁ ହ୍ଯା କରିବା ସହ ଆପଣଙ୍କ ସମସ୍ତ ଗୋପନୀୟ ତଥ୍ଯ ଚୋରି କିରବାରେ ସକ୍ଷମ ହୋଇଥାଏ। ଏହି ମାଲୱେର୍ ସିମ୍ ସ୍ବାପିଂ ମଧ୍ୟ କରିପାରିବ |