aged 12-14 - The Sakala

ଆସନ୍ତାକାଲିଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ, ୨୮ ଦିନ ବ୍ୟବଧାନରେ ନେବେ ଦ୍ବିତୀୟ ଡୋଜ୍
ଭୁବନେଶ୍ବର: ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ ପିଲାଙ୍କୁ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ। ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।

ଉଭୟ ଅନଲାଇନ୍ ଓ ଅଫଲାଇନ୍ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ।  ପ୍ରଥମ ପର୍ଯ୍ଯାୟରେ ଅଫଲାଇନ୍‌ରେ ସ୍କୁଲଗୁଡ଼ିକରେ ଟିକା ଦିଆଯିବ । ସ୍କୁଲ ସମୟାନୁସାରେ ଟିକାକରଣ ପାଇଁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ସମୟରେ ଟିକାକରଣ ପାଇଁ ଡେଡିକେଟେଡ ସେଣ୍ଟର ଖୋଲାଯିବ। ୧୨ରୁ ୧୪ ବର୍ଷ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ଅଛନ୍ତି ।  ପିଲାଙ୍କୁ ଟିକାକରଣ ଲାଗି ୬ ହଜାର ଲୋକ ନିୟୋଜିତ ହେବେ । ଏ ନେଇ ରାଜ୍ଯ ସ୍ବାସ୍ଥ୍ଯ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି। ସବୁ ଜିଲ୍ଲାକୁ ଏହି ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ ବୋଲି ରାଜ୍ଯ ସ୍ବାସ୍ଥ୍ଯ ନିର୍ଦ୍ଦେଶକ କହିଛନ୍ତି ।