American Embassy - The Sakala

ଇରାକରେ ଆମେରିକା ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼
ବାଗଦାଦ: ଆମେରିକା ଦୂତାବାସ ଉପରେ ଆଜି ଭୟଙ୍କର ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ଇରାକରେ ଥିବା ଆମେରିକା ଦୂତାବାସ ଉପରେ ୧୨ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି । ଦୂତାବାସ ଉପରେ ଘନଘନ ମିଜାଇଲ ମାଡ଼ ଫଳରେ ଦୂତାବାସ ପରିସରରେ ଭୟଙ୍କର ନିଆଁ ଲାଗିଛି । ଇରାକର ସୁରକ୍ଷା ଅଧିକାରୀ ଦିନ କହିଛନ୍ତି ଯେ ଇରାକର ଉତ୍ତର ସହର ଏରବିଲ ଉପରେ ୧୨ଟି କ୍ଷେପଣାସ୍ତ୍ର ମାଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ କୌଣସି ଆହତଙ୍କ ସମ୍ପର୍କରେ କିଛି ଖବର ନାହିଁ ।

ଏହି ଆକ୍ରମଣ ପରେ ବାଗଦାଦର ଜଣେ ଇରାକୀ ଅଧିକାରୀ ଏହି କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରଥମେ କହିଥିଲେ ଯେ ଆମେରିକାର ଦୂତବାସ ଉପରକୁ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି । ଆସୋସିଏଟେଡ୍ ପ୍ରେସ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ କେତେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେବେ ଇରାକର ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଇରାନରୁ ନିକ୍ଷେପ କରାଯାଇଛି । ଏହି ଆକ୍ରମଣକୁ ଆମେରିକା ଦୃଢ଼ ଭାବରେ ନିନ୍ଦା କରିଛି । ଏହି ଘଟଣାର ଇରାକ ସରକାର ଏବଂ କୁର୍ଦ୍ଦ ଆଞ୍ଚଳିକ ସରକାର ଅନୁସନ୍ଧାନ କରୁଛନ୍ତି ।