Walking - The Sakala

ପ୍ରଦୂଷଣ ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର
ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁଡଗାଓଁ ଆଦି ସ୍ଥାନର ଲୋକେ ପ୍ରଦୂଷଣକୁ ନେଇ ବେଶ୍‌ ଚିନ୍ତିତ। ପ୍ରଦୂଷଣ ଯୋଗୁ ଶ୍ବାସକ୍ରିୟାରେ ସମସ୍ୟା, ଆଖି ଜଳାପୋଡ଼ା, କାଶ, ଆଲର୍ଜି ଭଳି ସମସ୍ୟା ବୃଦ୍ଧି ପାଉଛି। ପ୍ରଦୂଷିତ ପରିବେଶରେ ଜଣେ କେଉଁ ସମୟରେ ବାହାରେ ଚଲାବୁଲା କରିପାରିବେ ସେନେଇ ଏବେ  ସ୍ବାସ୍ଥ୍ୟ ବିଶେଷଜ୍ଞ ଲୋକଙ୍କୁ ସଚେତନ କରିଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଭୋର ଏବଂ ସନ୍ଧ୍ୟା ସମୟରେ ପ୍ରଦୂଷଣ ମାତ୍ରା ଅଧିକ ଥାଏ। ତେଣୁ ଏହି ସମୟରେ ଚାଲିବା ହିତକର ନୁହେଁ। ସେହିପରି ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର ମାସରେ ଦିଲ୍ଲୀ ଏନ୍‌ସିଆରର ସକାଳ ବାୟୁ ଅଧିକ ପ୍ରଦୂଷିତ ଥାଏ। ଶୀତଦିନେ ଅଧିକ ଥଣ୍ଡା କାରଣରୁ ବାୟୁର ଗୁଣବତ୍ତା ମଧ୍ୟ ଅଧିକ ଖରାପ ଥାଏ ।

ବିଶେଷକରି କୁହୁଡ଼ି ଏବଂ ବିଷାକ୍ତ ଧୂଆଁର ପ୍ରଭାବ  ସକାଳ ସମୟରେ ଅଧିକ ରହିଥାଏ। ଏପରି ସ୍ଥଳରେ ସୂର୍ଯ୍ୟାସ୍ତ ପୂର୍ବରୁ ଚାଲିବା ଉଚିତ। କାରଣ ଦିନରେ ଖରା ପଡ଼ୁଥିବାରୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥାଏ। ତେଣୁ ସୂଯ୍ୟାସ୍ତ ପୂର୍ବରୁ ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ସୂର୍ଯ୍ୟାସ୍ତ ପରେ ତାପମାତ୍ରା ହ୍ରାସ ପାଇ ପ୍ରଦୂଷଣ ମାତ୍ରା  ପୁଣି ବଢ଼ିଥାଏ। ଏ ଦୃଷ୍ଟିରୁ ସୂର୍ଯ୍ୟାସ୍ତ ପରେ ଚାଲିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି,  ଦୂଷିତ ବାୟୁରେ ଚାଲିବାକୁ ଯିବା  ପୂର୍ବରୁ ପ୍ରଥମେ ବାୟୁର ଗୁଣବତ୍ତା ତଥା ଏୟାର ଇଣ୍ଡେକ୍ସ କ୍ବାଲିଟି ପରୀକ୍ଷା କରି ଯିବା ଆବଶ୍ୟକ। ଯଦି ଏକ୍ୟୁଆଇସ୍ତର ୨୦୦ରୁ ଉପରକୁ ଥାଏ, ତେବେ ବାହାରେ  ଚଲାବୁଲା ନ କରି ଘରେ ବ୍ୟାୟାମ କରିବା ଭଲ। ଅନ୍ୟପଟେ ପ୍ରଦୂଷିତ ବାୟୁରେ ଚାଲିବାକୁ  ଯାଉଥିଲେ, ଉନ୍ନତମାନର ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଆମେରିକା ବୈଜ୍ଞାନିକଙ୍କ ଦାବି: ଦିନକୁ ୬-୧୬ ହଜାର ପାଦ ଚାଲିଲେ ମୃତ୍ୟୁ ଆଶଙ୍କା ୫୩% କମ୍‌
ମାସାଚୁସେଟ୍‌ସ(ଏଜେନ୍ସି): ଚାଲିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏହା ସମସ୍ତେ ଜାଣିଛନ୍ତି। ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ କରିପାରିବେ। ବର୍ତ୍ତମାନ ସ୍ଥିତିରେ ଚଲାବୁଲା କରିବାକୁ ଅଧିକାଂଶ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହା ଦ୍ବାରା ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ ଦିନ ଚାଲିବା ଦ୍ବାରା ମୃତ୍ୟୁ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ୟୁନିଭର୍ସିଟି ଅଫ ମାସାଚୁସେଟ୍‌ସର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ।

ଏହା ଲାନସେଟ ପବ୍ଲିକ ହେଲ୍‌ଥ ପତ୍ରିକାରେ ପ୍ରକାଶ ପାଇଛି। ୪ ମହାଦେଶର ୫୦ ହଜାର ଲୋକଙ୍କ ଉପରେ ହୋଇଥିବା ୧୫ର ଅଧ୍ୟୟନକୁ ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ। ଏଥିରୁ ଜଣାପଡିଥିଲା ଯେ ପ୍ରତ୍ୟେକ ଦିନ ଚାଲୁଥିବା ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏହି ଅଧ୍ୟୟନ ପାଇଁ ଚାରିଟୋ ଗୋଷ୍ଠୀ ଗଠନ କରାଯାଇଥିଲା। ପ୍ରଥମରେ ୩,୫୦୦, ଦ୍ବିତୀୟରେ ୫,୮୦୦, ତୃତୀୟରେ ୭,୮୦୦ ଏବଂ ଚତୁର୍ଥରେ ୧୦,୯୦୦ ପାଦ ଚାଲୁଥିବା ଲୋକଙ୍କୁ ରଖାଯାଇଥିଲା। ଗବେଷକଙ୍କ ଅନୁଯାୟୀ ସବୁଠାରୁ ଅଧିକ ସକ୍ରିୟ ଥିବା ତିନି ଗୋଷ୍ଠୀଙ୍କ ମୃତ୍ୟୁ ଆଶଙ୍କା ୪୦ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଯାଇଥିଲା। ପ୍ରତି ଦିନ ୧୦ ହଜାର ପାଦ ଚାଲିବା ଜରୁରୀ ନୁହେଁ। ଯଦି ୬୦ ବର୍ଷରୁ କମ ଲୋକ ୮ରୁ ୧୦ ହଜାର ପାଦ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ୬ରୁ୮ ହଜାର ପାଦ ଚାଲିବେ ତେବେ ସେମାନଙ୍କୁ ବହୁତ ଲାଭ ମିଳିବ। ଚାଲିବାର ବେଗ ସହ ଏହାର କୌଣସି ସମ୍ପର୍କ ନାହିଁ।