Hit Wave - The Sakala

ରାଜ୍ୟରେ ଉପରମୁହାଁ ପାରଦ; ୩୪ ଡିଗ୍ରୀ ଟପିଲା ଦୁଇ ସ୍ଥାନର ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼଼ିବାରେ ଲାଗିଛି। ସୋମବାର ରାଜ୍ୟର ୨ ଟି ସ୍ଥାନରେ ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ୩୪.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାମପାତ୍ରା ୩୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତାପମାତ୍ରା ୩୪ ଡିଗ୍ରୀ ପାର୍‌‌ କରିବା ପରେ ରାଜଧାନୀରେ ସ୍ୱାଭାବିକ ତାପମାତ୍ରା ତୁଳନାରେ ୨.୯ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଅନ୍ୟପଟେ ଦିନରେ ତାତି ଆରମ୍ଭ ହୋଇଯାଇଥିବା ବେଳେ ରାତିରେ ତାପମାତ୍ରା ଯଥେଷ୍ଟ ହ୍ରାସ ହୋଇ ଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରବିବାର ରାତିରେ ଫୁଲବାଣୀରେ ରାତିର ତାପମାତ୍ରା ୬.୫, କୋରାପୁଟରେ ୯.୫ ଓ ସୁନ୍ଦରରେ ଗଡ଼ରେ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଥିବା ବେଳେ ରାତିରେ ଅନୁଭୂତ ହେଉଥିବା ଥଣ୍ଡାର ପ୍ରକୋପ ହ୍ରାସ ପାଇବ।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଅକ୍ଟୋବର ମାସରୁ ପୂର୍ବ ଭାରତରେ ବର୍ଷାର ପ୍ରଭାବ କମ୍‌‌ ରହିଛି। ଅନ୍ୟ ବର୍ଷମାନଙ୍କରେ ପଶ୍ଚିମା ବାୟୁ ଉତ୍ତର-ପଶ୍ଚିମ ଭାରତରୁ ଭାରତକୁ ଚାଲି ଆସିଥାଏ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବର୍ଷା ହୋଇଥାଏ। କିନ୍ତୁ ଏବର୍ଷ ବର୍ଷା ନଥିବାରୁ ସୂର୍ଯ କିରଣ ପୃଥିବୀ ଉପରେ ସିଧା ପଡ଼ୁଛି ଓ ପୃଥିବୀରୁ ଯାଉଥିବା ବିକରଣ ବାୟୁମଣ୍ଡଳକୁ ଗରମ କରିବାରେ ସହାୟକ ହେଉଛି ବୋଲି ଶ୍ରୀ ଦାସ କହିଛନ୍ତି।

ତାତିରେ ସିଝୁଛି ରାଜ୍ୟର ଅଧା ସହର; ୪୩.୫ ଡିଗ୍ରି ସହ ସୋନପୁର ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର: ଡେଉଁଛି ପାରଦ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ । ସୋନପୁର ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ରାଜ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ହୋଇଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୩ ଡିଗ୍ରୀ, ବାରିପଦା ୪୧.୮, ଝାରସୁଗୁଡା ୪୨.୬ ଡିଗ୍ରୀ ଓ ବୌଦ୍ଧର ତାପମାତ୍ରା ୪୨.୬ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୮.୨ ଡିଗ୍ରୀ, ଚାନ୍ଦବାଲିରେ ୩୯.୦ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ପାରାଦୀପରେ ୩୧.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୧ ଡିଗ୍ରୀ, ଗୋପାଳପୁରରେ ୨୯.୯ ଡିଗ୍ରୀ, ପୁରୀରେ ୩୨.୨ ଡିଗ୍ରୀ, ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୪୧.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, କେନ୍ଦୁଝରଗଡ଼ରେ ୪୦.୧, ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ଓ ହୀରାକୁଦରେ ଦିନର ତାପମାତ୍ର ୪୦.୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

ପ୍ରଚଣ୍ଡ ତାତିରେ ଛଟପଟ ପଶ୍ଚିମ ଓଡ଼ିଶା, ୪୨ ଡିଗ୍ରୀ ଉପରେ ରାଜ୍ୟର ୩ ଜିଲ୍ଲା
ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିଛି। କ୍ରମାଗତ ଭାବେ ଏହି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ତାତିରେ ଛଟପଟ ହେଉଛି। ସୋମବାର ୮ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ବଲାଙ୍ଗୀର ୪୨.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ଟିଟିଲାଗଡ଼ ୪୨.୫ ଓ ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ସେହିପରି ବାକି ୫ ଟି ସ୍ଥାନରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ତାପମାତ୍ରା ବୃଦ୍ଧି ସାଙ୍ଗକୁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ଆଶଙ୍କା ରହିଛି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼଼ା, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର ଆଦିରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ବଢୁଛି ତାତି; ୩୭ ଡିଗ୍ରୀ ଉପରେ ରାଜ୍ୟର ୧୨ ସହର, ୨୦ରେ ଆସୁଛି ଲଘୁଚାପ
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାତି ବଢୁଥିବା ବେଳେ ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଜିଏଫ୍‍ଏସ୍‍-ଏନ୍‍ସିଇପି, ଇସିଏମ୍‍ଡବ୍ଲ୍ୟୁଏଫ୍‍, ଆଇଏମଡି-ଜିଏଫ୍‍ଏସ୍‍, ଆଇଏମଡି-ଜିଇଏଫ୍‍ଏସ୍‍ ମଡେଲ ଏ ନେଇ ଆକଳନ କରୁଛନ୍ତି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଏନ୍‍ସିଇପି ଜିଏଫ୍‍ଏସ୍‍ ମଡେଲ୍‍ କହୁଛି ଯେ ଏହା ରିକର୍ଭ ହେବା ଯୋଗୁଁ ଭାରତୀୟ ଉପକୂଳକୁ ସ୍ପର୍ଶ କରିବ ନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତୀୟ ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ସମ୍ଭାବ୍ୟ ସ୍ଥିତି ସମ୍ପର୍କରେ ଆସନ୍ତା ୨୦ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବା ଆରମ୍ଭ ହୋଇଛି। ରାଜ୍ୟକୁ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କା ଉତ୍ତପ୍ତ ପବନ ପ୍ରବେଶ ହେତୁ ଏହି ତାପମାତ୍ରାରେ ବୃଦ୍ଧି ଘଟୁଛି। ସୋମବାର ବଲାଙ୍ଗିର ୩୮.୩ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଥିବା ବେଳେ ଝାରସୁଗୁଡ଼ାରେ ୩୮.୨, ଅନୁଗୁଳ ୩୮.୧ ଓ ଟିଟଲାଗଡ଼଼ରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଏହି ୪ ସହର ସମେତ ରାଜ୍ୟର ୧୨ ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଗତ ୩୬ ଘଣ୍ଟାରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୧.୮ ଡିଗ୍ରୀ ବୃଦ୍ଧି ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨.୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏହି ସ୍ଥିତି ଜାରି ରହିଥିବା ବେଳେ ଆସନ୍ତା ୧୬ ଓ ୧୭ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ବିଶେଷ କରି ସୋନପୁର, ବୌଦ୍ଧ, ବଲାଙ୍ଗିରରେ ବୁଧବାର ତାପମାତ୍ରା ଉପର ମୁହାଁ ହେବା ସହିତ ଗୁରୁବାର ସୋନପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼଼ ଓ ଖୋର୍ଦ୍ଧରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଦେଖାଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା, ୧୫ ଓ ୧୬ରେ ରାଜ୍ୟର ୫ ଜିଲ୍ଲାକୁ ହିଟ୍‍ ୱେଭ୍‍ ୱାର୍ଣ୍ଣିଂ
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢ଼଼ୁଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ଦିନବେଳା ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ଘଟିବ। ୧୫ ଓ ୧୬ ତାରିଖ ବେଳକୁ ରାଜ୍ୟର କେତେକ ଜିଲ୍ଲାରେ ହିଟ୍‍ ୱେଭ ପରିସ୍ଥିତି ଦେଖାଦେଇପାରେ। ଶନିବାର ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ୧୫ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାକୁ ହିଟ୍‍ ୱେଭ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ୧୬ ତାରିଖ ପାଇଁ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼଼ ଓ ଖୋର୍ଦ୍ଧା ଜିଲ୍ଲାକୁ ହିଟ୍‍ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।

ଏପଟେ ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ ମଧ୍ୟ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛନ୍ତି। ଏନେଇ ସେ ସୂଚନା ଦେଇ କହିଛନ୍ତି ଯେ ଆସନ୍ତା ସପ୍ତାହରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼଼ିବାକୁ ଯାଉଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ରହିବ। ରାଜ୍ୟକୁ ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତ ଓ ସଂଲଗ୍ନିତ ପାକିସ୍ତାନ ଅଞ୍ଚଳରୁ ପବନ ପ୍ରବେଶ କରୁଛି। ଗତକାଲିଠାରୁ ସେଠାରେ ତାପମାତ୍ରା ବିଶେଷ ଭାବେ ବଢ଼଼ୁଛି। ଏଣୁ ସେଠାରୁ ଗରମ ପବନ ଶୁଷ୍କ କେନ୍ଦ୍ରୀୟ ଭାରତ ଦେଇ ରାଜ୍ୟକୁ ଆସିବାରୁ ରାଜ୍ୟରେ ଗରମ ବଢ଼଼ିବ। ଏହା ସହିତ ପାଗ ଶୁଖିଲା ଏବଂ ଖରାଟିଆ ଯୋଗୁଁ ତାପମାତ୍ରା ବଢ଼଼ିବ ବୋଲି ସେ କହିଛନ୍ତି।