Police ASI - The Sakala

ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ନେଇ ଏଏସ୍ଆଇ ସମେତ ୩ ଗିରଫ
ମାଲକାନଗିରି: ଗଞ୍ଜେଇ ଚାଲାଣରେ ମାଫିଆଙ୍କୁ ସହଯୋଗ ଅଭିଯୋଗରେ ପୋଲିସ ଏଏସଆଇ ଗିରଫ । ଚୋରା ଗଞ୍ଜେଇ ଚାଲାଣରେ ସଂପୄକ୍ତ ନେଇ ମାଲକାନଗିରି ପୋଲିସ ଜଣେ ଏଏସ୍ଆଇ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୁରକ୍ଷା ଦେବା ସହ ଚୋରା କାରାବାର ରୋକିବା ନେଇ ସପଥ ନେଇଥିବା ବେଳେ ବାଡ‌ ହୋଇ ଖେତ ଖାଇବା ନ୍ୟାୟରେ ଜଣେ ପୋଲିସ ବାବୁଙ୍କ ଏହି କାରନାମା ଖାକି ରେ କଳଙ୍କ ଲଗାଇଛି ଏବଂ ମାଲକାନଗିରି ସଦର ପୋଲିସ ଦ୍ବାରା ଜଣେ ପୋଲିସ ଏଏସ୍ ଆଇ ଗିରଫ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ପୁଲିସ ଏବେ ଏଭଳି ଏକ ଘଟଣାର ପର୍ଦାଫାସ କରି ଜଣେ ପୁଲିସ ଏଏସଆଇ ସମେତ ତିନି ଜଣ ଅନ୍ୟ ଯୁବକମାନଙ୍କୁ ମଧ୍ୟ ଗିରଫ କରିଛି। ଏମାନଙ୍କ ଠାରୁ ୪୨୦ କିଲୋ ଗଂଜେଇ ଜବତ କରିବା ସହ ୧୦ ହଜାର ନଗଦ ଟଙ୍କା , ଗୋଟିଏ ଲ୍ୟାପଟପ, ଗୋଟିଏ କାର, ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ କର୍ତ୍ତନପାଲି ଫାଣ୍ଡିରେ କାର୍ଯ୍ୟରତ ଏ ଏସ ଆଇ ଜୟଦାଶ‌ ଖରା ଦୀର୍ଘଦିନ ହେବ ଚୋରା ଗଞ୍ଜେଇ ଚାଲାଣ ରେ ସଂପୃକ୍ତ‌ଥାଇ ବାହାର ରାଜ୍ୟର ଗଞ୍ଜେଇ ମାଫିଆଙ୍କଠାରୁ ମୋଟା ଅଙ୍କର ଟଙ୍କାନେଇ ଗଞ୍ଜେଇ ଚାଲାଣରେ ସହଯୋଗ କରୁଥିଲା । ଏଥିନେଇ ପୋଲିସର ଏକ ସ୍ବତନ୍ତ୍ର ଟିମ ଚିତ୍ରକୋଣ୍ଡା ଏସ୍ ଡି‌ପିଓ ଅଂଶୁମାନ ଦ୍ବିବେଦି ମାଲକାନଗିରି ଏସ୍ ଡି ପିଓ ଙ୍କ ନେତୃତ୍ୟରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ । ତେବେ ଶ୍ରୀ ଖରା ଗଞ୍ଜେଇ ମାଫିଆଙ୍କ ସହ ଏକ ଗାଡିରେ ସିମାନ୍ତ ଛତିଶଗଡକୁ ଚାଲାଣ କରୁଥିବାସବେଳେ ତାଙ୍କୁ ଗିରଫ କରିଥିଲେ । ତେବେ ଖରା ପୂର୍ବରୁ ମଧ୍ୟ ଏଭଳି ଗଞ୍ଜେଇ କାରାବାରରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ଖସିଯାଉଥିଲେ । ପୋଲିସ ଏ ଏସ ଆଇ ଯିଏକି ଚୋରିକୁ ରୋକିବା ପରିବର୍ତ୍ତେ ଚୋରା ଚାଲାଣ କରୁଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲିଟିଛି ।