jagatsinghpur - The Sakala

ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ
ଜଗତସିଂହପୁର: ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ଟ୍ରେନରୁ ଜଣେ ମହିଳା ଏବଂ ତାଙ୍କର ୯ ମାସର ଶିଶୁପୁତ୍ର ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ମହିଳା ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ରଙ୍କେଇ ଗ୍ରାମର ପ୍ରକାଶ ମଲ୍ଲିକଙ୍କ ପତ୍ନୀ ସୁଭଦ୍ରା ମଲ୍ଲିକ।

ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୧ ତାରିଖରେ ସୁଭଦ୍ରା ତାଙ୍କ ଶିଶୁପୁତ୍ର ସହ ବେଙ୍ଗାଲୁରୁ-ଭୁବନେଶ୍ୱର ଏକ୍ସପ୍ରେସରେ ନିଜ ଘରକୁ ଫେରୁଥିଲେ। ଦିନ ପ୍ରାୟ ୧:୪୫ ମିନିଟ୍ ସମୟରେ ସେ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଏକ ଅଟୋରିକ୍ସା ବ୍ୟବସ୍ଥା କରିବାକୁ କହିଥିଲେ। ଭଉଣୀଙ୍କ କଥା ଅନୁଯାୟୀ ତାଙ୍କ ସାନ ଭାଇ ଜଗତସିଂହପୁରରୁ ଏକ ଅଟୋ ଧରି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ସେ ଦେଖିଥିଲେ ଯେ ସୁଭଦ୍ରାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି। ଦୀର୍ଘ ସମୟ ଧରି ଷ୍ଟେସନରେ ଅପେକ୍ଷା କରିବା ପରେ ମଧ୍ୟ ଭଉଣୀଙ୍କର କୌଣସି ପତ୍ତା ନ ମିଳିବାରୁ ସେ ନିରାଶ ହୋଇ ଘରକୁ ଫେରିଥିଲେ।

ଏହି ଘଟଣାକୁ ନେଇ ସୁଭଦ୍ରାଙ୍କ ସ୍ୱାମୀ ପ୍ରକାଶ ମଲ୍ଲିକ ବେଙ୍ଗାଲୁରୁ ସରକାରୀ ରେଳବାଇ ପୋଲିସ (ଜିଆରପି) ନିକଟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ମା' ଓ ଛୁଆଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ଏବଂ ସେମାନଙ୍କର ଏଭଳି ଅଚାନକ ନିଖୋଜ ହେବାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ପୋଲ ଉପରେ ସ୍କୁଟି ରଖି ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଜଗତସିଂହପୁର: ଦେବୀ ନଦୀକୁ ଡେଇଁ ଯୁବକ ନିଖୋଜ । ଜଣେ ୨୨ ବର୍ଷୀୟ ଯୁବକ ନିଜ ସ୍କୁଟିକୁ ପୋଲ ଉପରେ ରଖି ଦେବୀ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହି ଘଟଣାଟି ଜଗତସିଂହପୁର ଜିଲ୍ଲା ନୌଗାଁ ଥାନା ଅନ୍ତର୍ଗତ ଶିଖର ଘାଟ ଦେବୀ ନଦୀ ପୋଲ ଉପରେ ଘଟିଛି। ନିଖୋଜ ଯୁବକ ଜଣକ ହେଲେ ତିହୁଡା ଗ୍ରାମର ଶିଖର ପାଢ଼ୀଙ୍କ ପୁଅ ଶୈଳେଶ ପାଢ଼ୀ (୨୨)। ସେ ଆଜି ସକାଳୁ ନିଜ ସ୍କୁଟି ଧରି ଶିଖର ଘାଟ ଦେବୀ ନଦୀ ପୋଲ ନିକଟରେ ପହଞ୍ଚିଥିଲେ। ଏହାପରେ ସେ ନିଜ ସ୍କୁଟିକୁ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।

ପୋଲ ଉପରେ ଦୀର୍ଘ ସମୟ ଧରି ସ୍କୁଟିଟି ରହିଥିବା ଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ତୁରନ୍ତ ଏ ସମ୍ପର୍କରେ ନୌଗାଁ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ନଦୀରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଶୈଳେଶ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶେଷ ରିପୋର୍ଟ ମିଳିବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଚାଷ କାମ ବେଳେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଚାଷୀ ମୃତ
ଜଗତସିଂହପୁର: ଚାଷ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ଚାଷୀଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ବେନୁଖଣ୍ଡା ଗାଁରେ । ମୃତ ଦୁଇ ଚାଷୀ  ଗାଁର ସାଗର ଭୋଇ ଓ ଅଜୟ ସାହୁ। ବିଲରେ ଟ୍ରାକଟର ହଳ କରୁଥିବା ବେଳେ ମାଟି ତଳେ ଥିବା ଏଲ୍ ଆଇ ପଏଣ୍ଟ ତାର ସଂସ୍ପର୍ଶରେ ଆସିଯାଇଥିଲେ ଦୁଇ ଜଣ ଚାଷୀ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନରେ ଉଭୟ ଯୁବ ଚାଷୀ ବିଲରେ ଟ୍ରାକ୍ଟରରେ ଚାଷ କରୁଥିବା ବେଳେ ମାଟି ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ସଂଗେ ସଂଗେ ଜଗତସିଂହପୁର ମେଡିକାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବେଆଇନ ଭାବେ ମାଟି ତଳେ ବିଦ୍ୟୁତ ତାର ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଦୁଇ ମୃତ ଚାଷୀଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

୩ କୋଟି ଟଙ୍କା ଆତ୍ମସାତ୍ ମାମଲା: ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସଆରଏଙ୍କ ୬ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ
ଜଗତସିଂହପୁର: ଭିଜିଲାନ୍ସ ଜାଲରେ ସିନିଅର୍ ରେଭିନିଉ ଆସିଷ୍ଟାଣ୍ଟ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସଆରଏ (Senior Revenue Assistant) ତଥା ବର୍ତ୍ତମାନ ନାଉଗାଁ ତହସିଲରେ କାର୍ଯ୍ୟରତ ଥିବା ଏସଆରଏ ଭଞ୍ଜ କିଶୋର ବେହେରାଙ୍କର ୬ଟି ଠିକଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ସରକାରୀ ପାଣ୍ଠିରୁ ୩ କୋଟିରୁ ଅଧିକ ଟଙ୍କା ହଡ଼ପ ମାମଲାରେ ସେ ଗିରଫ ହେବା ପରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଏହି ରେଡ୍ କରାଯାଇଛି।

ସୂଚନା ଅନୁଯାୟୀ, ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅଧୀନରେ ରୁଜୁ ହୋଇଥିବା କଟକ ଭିଜିଲାନ୍ସ ଥାନା କେସ୍ ନମ୍ବର ୩୦/୨୦୨୬ ସହ ଏହି ରେଡ୍ ଜଡ଼ିତ। ବ୍ୟାପକ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଶ୍ରୀ ବେହେରାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଗିରଫଦାରୀ ପରେ ତାଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ତାଙ୍କର ବିଭିନ୍ନ ଠିକଣାରେ ତଲାସି ଅଭିଯାନ ଆରମ୍ଭ ହୋଇଛି।

ସୋମବାର ସକାଳୁ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି। ସେଗୁଡ଼ିକ ହେଲା:

୧. ରଘୁନାଥପୁର ଥାନା ଅନ୍ତର୍ଗତ ପଟେନିଗାଁରେ ଥିବା ପ୍ରାୟ ୭,୦୦୦ ବର୍ଗଫୁଟର ଏକ ବିଶାଳ ଦୁଇ ମହଲା ବାସଭବନ।
୨. ସେହି ସମାନ ସ୍ଥାନରେ ଥିବା ପ୍ରାୟ ୪,୦୦୦ ବର୍ଗଫୁଟର ଏକ ଟେଣ୍ଟ ହାଉସ୍।
୩. ପଟେନିଗାଁରେ ଥିବା ଅନ୍ୟ ଏକ ୩,୦୦୦ ବର୍ଗଫୁଟର ଦୁଇ ମହଲା କୋଠା।
୪. ନାଉଗାଁ ତହସିଲ କାର୍ଯ୍ୟାଳୟରେ ଥିବା ବେହେରାଙ୍କର ବର୍ତ୍ତମାନର ଅଫିସ୍ କକ୍ଷ।
୫. ତିର୍ତ୍ତୋଲ ବିଡିଓ କାର୍ଯ୍ୟାଳୟରେ ଥିବା ତାଙ୍କର ପୂର୍ବତନ ଅଫିସ୍ କକ୍ଷ।
୬. ରଘୁନାଥପୁର ଥାନା ସାନକୋରକୋରା ଗାଁରେ ଥିବା ଜଣେ ସମ୍ପର୍କୀୟଙ୍କ ବାସଭବନ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଆହୁରି ଅନେକ ବଡ଼ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ସମ୍ପୂର୍ଣ୍ଣ ଚଢ଼ାଉ ଶେଷ ହେବା ପରେ ପ୍ରକୃତ ସମ୍ପତ୍ତିର ତାଲିକା ସ୍ପଷ୍ଟ ହେବ।

ତିର୍ତ୍ତୋଲ ବ୍ଲକ୍‌ରୁ ୩ କୋଟି ଟଙ୍କାର ସରକାରୀ ପାଣ୍ଠି ହଡ଼ପ ଅଭିଯୋଗରେ ଦୁଇ ପୂର୍ବତନ ଅଧିକାରୀ ଗିରଫ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍‌ ରେ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଧିକାରୀମାନେ ହେଲେ ତିର୍ତ୍ତୋଲ ବ୍ଲକ୍‌ର ପୂର୍ବତନ ଏସ୍‌ଆର୍‌ଏ (SRA) ଭଞ୍ଜ କିଶୋର ବେହେରା ଏବଂ ପୂର୍ବତନ ପିଇଓ (PEO) ପ୍ରଦୀପ୍ତ କୁମାର ମଲ୍ଲିକ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୧-୧୨ ରୁ ୨୦୨୧-୨୨ ମଧ୍ୟରେ ଏହି ଆର୍ଥିକ ଠକେଇ ହୋଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଭଞ୍ଜ କିଶୋର ବେହେରା, ପ୍ରଦୀପ୍ତ କୁମାର ମଲ୍ଲିକ ଏବଂ ତିର୍ତ୍ତୋଲ ବ୍ଲକ୍‌ର ତତ୍କାଳୀନ ଏଇଇ (AEE) ସ୍ୱର୍ଗତ ରାଜଦୀପ ହାଁସଦା ମିଳିତ ଭାବେ ସରକାରୀ ଦରମା ରେଜିଷ୍ଟର ଏବଂ ଅର୍ଥ ପ୍ରଦାନ କାଗଜପତ୍ରରେ ଜାଲିଆତି କରିଥିଲେ। ଅଭିଯୁକ୍ତମାନେ ମଞ୍ଜୁର ହୋଇଥିବା ବଜେଟ୍ ଠାରୁ ବହୁ ଅଧିକ ଦରମା ବିଲ୍ ପ୍ରସ୍ତୁତ କରି ସେହି ବେଆଇନ ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟକ୍ତିଗତ ସଞ୍ଚୟ ଖାତାକୁ ପଠାଉଥିଲେ। ସୂଚନାଯୋଗ୍ୟ ଯେ, ଭଞ୍ଜ କିଶୋର ବର୍ତ୍ତମାନ ନୂଆଗାଁ ତହସିଲ୍‌ ରେ ଏସ୍‌ଆର୍‌ଏ ଭାବେ କାର୍ଯ୍ୟରତ ଥିବା ବେଳେ ପ୍ରଦୀପ୍ତ କୁମାର ମଲ୍ଲିକ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି।

ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କଟକ ଭିଜିଲାନ୍ସ ପୁଲିସ୍ ଷ୍ଟେସନରେ କେସ୍ ନମ୍ବର ୩୦ (୧୨.୦୮.୨୦୨୬) ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ୍ (ପିସି ଆକ୍ଟ, ୨୦୧୮) ଏବଂ ଆଇପିସିର ଧାରା ୪୦୯, ୪୨୦, ୪୬୭, ୪୬୮, ୪୭୧ ଏବଂ ୩୪ ଅନୁଯାୟୀ ମାମଲା ଦାଏର ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟର ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ
ଭୁବନେଶ୍ୱର: ମହାନଦୀ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ନଦୀଗୁଡ଼ିକରେ ପ୍ରବଳ ଜଳପ୍ରବାହ କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶାର ୪ଟି ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆଜି (ଜୁଲାଇ ୩୧) ଓ ଆସନ୍ତାକାଲି (ଅଗଷ୍ଟ ୧) ପାଇଁ ଏହି ଛୁଟି ଘୋଷଣା ହୋଇଛି।

ଜଗତସିଂହପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରି ଜୁଲାଇ ୩୧ ଏବଂ ଅଗଷ୍ଟ ୧ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ମହାନଦୀରେ ଆସୁଥିବା ପ୍ରବଳ ବନ୍ୟାଜଳ ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଯାଜପୁର, ଭଦ୍ରକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଧ୍ୟ ଜୁଲାଇ ୩୦ ତାରିଖରେ ସମାନ ନିର୍ଦ୍ଦେଶ ଜାରି କରିଥିଲେ।

ବନ୍ୟା ଆଶଙ୍କା ଓ ପ୍ରତିକୂଳ ପାଗ ଯୋଗୁଁ ଏହି ଚାରୋଟି ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ବନ୍ଦ ରହିବ। ଏହି ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବା ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (BEO) ଏବଂ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ସୂଚନା ଦିଆଯାଇଛି।

ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଜଗତସିଂହପୁର/ଝାରସୁଗୁଡ଼ା: ରାଜ୍ୟର ଜଗତସିଂହପୁର ଏବଂ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ଏହି ଧମକ ଦିଆଯିବା ପରେ ଉଭୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କ ପକ୍ଷରୁ ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ଉଭୟ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ କଡ଼ାକଡ଼ି କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ତୁରନ୍ତ କୋର୍ଟ ପରିସରରେ ପହଞ୍ଚିଥିଲେ। ସେମାନଙ୍କ ପକ୍ଷରୁ କୋର୍ଟ ପରିସରର ପ୍ରତ୍ୟେକ କୋଣ ଅନୁକୋଣରେ ଟିକନିଖି ଯାଞ୍ଚ ଆରମ୍ଭ କରାଯାଇଥିଲା। ସମସ୍ତ ସନ୍ଦେହଜନକ ବସ୍ତୁ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହା ବ୍ୟତୀତ, ଧମକପୂର୍ଣ୍ଣ ଇମେଲ୍‌ର ଉତ୍ସ ଖୋଜି ବାହାର କରିବା ପାଇଁ ଏକ ସାଇବର ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି।

ତେବେ ପ୍ରାଥମିକ ସର୍ଚ୍ଚ ଅପରେସନ ସମୟରେ ବର୍ତ୍ତମାନ ସୁଦ୍ଧା କୌଣସି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇ ନାହିଁ। କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି ଏବଂ ଏହି ଧମକ ପଛରେ କାହାର ହାତ ଅଛି ଓ ଏହାର ଉଦ୍ଦେଶ୍ୟ କ'ଣ ତାହା ଜାଣିବା ପାଇଁ ଉଦ୍ୟମ ଜାରି ରହିଛି।

ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼, ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ
ଜଗତସିଂହପୁର: ବାସି ବିରିୟାନୀ ଦେଇଛ । ବିରିୟାନୀ ଆମ୍ବିଳା ଲାଗୁଛି, ଗନ୍ଧାଉଛି କହିବାରୁ ଗ୍ରାହକଙ୍କୁ ନିଧୂମ ମାଡ ମାରିଲେ ହୋଟେଲ କର୍ମଚାରୀ। ମୁଣ୍ଡ ଫଟାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା । ବିରିୟାନୀକୁ ବାସି କହିବାରୁ ହୋଟେଲ କର୍ମଚାରୀ ଆକ୍ରମଣ କରି କଟକ ପାରାଦୀପ ଜାତୀୟ ରାଜପଥରେ ଫୋପାଡ଼ି ଦେଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, କୁଜଙ୍ଗ ବ୍ଲକ୍ ଜୟଶଙ୍ଖପୁର ଗ୍ରାମର ସଞ୍ଜୟ ମାଝୀ ୧୫ ନମ୍ବର ଛକ ପାଖରେ ଥିବା ଏକ ହୋଟେଲକୁ ବିରିୟାନୀ ଖାଇବାକୁ ଯାଇଥିଲେ । ତେବେ ହୋଟେଲରେ ବିରିୟାନୀ ଖାଉଥିବାବେଳେ ବିରିୟାନୀ ଆମ୍ବିଳା ଲାଗୁଥିବା ଓ ଗନ୍ଧାଉଥିବା ନେଇ କହିଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀଙ୍କ ସହ ସଞ୍ଜୟଙ୍କର ବଚସା ହୋଇଥିଲା । ପରେ ହୋଟେଲ କର୍ମଚାରୀ ସଞ୍ଜୟଙ୍କୁ ମିଳିତ ଭାବେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରି କଟକ ପାରାଦୀପ ମୁଖ୍ୟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫୋପାଡ଼ି ଦେଇଥିଲେ । ଆହତ ସଞ୍ଜୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବାବେଳେ ଥାନାରେ ଅଭିଯୋଗ ପରେ ହୋଟେଲର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି କୁଜଙ୍ଗ ପୋଲିସ ।

ଜମିବାଡ଼ି ବିବାଦ: ପୋଲିସ ଉପସ୍ଥିତିରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ !
ଜଗତସିଂହପୁର: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ସଦର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ପିସିଆର ସାମ୍ନାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଜଗତସିଂହପୁର ଜିଲ୍ଲାରେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି । ଏ ବାବଦରେ ସଦର ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି । ଯାହା ଫଳରେ ସମ୍ପୃକ୍ତ ଯୁବକ ଓ ତାଙ୍କ ପରିବାର ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ନିର୍ବନ୍ଧ ପରଦିନ ପ୍ରେମିକାକୁ ହତ୍ୟା ଘଟଣା: ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ କଲା ଓଡିଶା ପୋଲିସ
ଜଗତସିଂହପୁର: ଜଗତସିଂହପୁର କାଠିଆପଡ଼ା ଗାଁରେ ନିର୍ବନ୍ଧ ପରଦିନ ପ୍ରେମିକାକୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ । ସୁପାରୀ କିଲର ଲାଲୁ ଯାଦବକୁ ବିହାରରୁ ଗିରଫ ପରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା । ପ୍ରେମିକାକୁ ହତ୍ୟା ପାଇଁ ୨ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ । ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହୋଇଯିବାରୁ ବିହାରର ସୁପାରୀ କିଲର ସହ ମିଶି ହତ୍ୟା କରିଥିଲା ସୂର୍ଯ୍ୟକାନ୍ତ ।

ସୂଚନାଯୋଗ୍ୟ, ପ୍ରେମିକା ସସ୍ମିତା ଦାସଙ୍କର ଅନ୍ୟତ୍ର ନିର୍ବନ୍ଧ ହେବା ପରେ  ଗତ ମାସ ୨୦ତାରିଖ ତଥା ନିର୍ବନ୍ଧ ପରଦିନ ସସ୍ମିତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘର ପାଖ ବିଲକୁ ଡାକି ସୁପାରୀ କିଲର ସହ ମିଶି ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଇଥିବା ବେଳେ ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁକୁ ଦୁଇ ଦିନ ମଧ୍ୟରେ ଗିରଫ କରିଥିଲା ପୁଲିସ । ପରେ ସୁପାରୀ କିଲର ଲଲୁ କୁମାରଙ୍କୁ ବିହାରରୁ ଗିରଫ କରାଯାଇଛି ।

ପ୍ରେମିକ ସୂର୍ଯ୍ୟକାନ୍ତ ସ୍ବାଇଁ ଏବଂ ସୁପାରୀ କିଲର ଲାଲୁ ଯାଦବ ଗୋଟିଏ ଅଟୋୱାର୍କସ ସଂସ୍ଥାରେ କାମ କରନ୍ତି । ସୂର୍ଯ୍ୟକାନ୍ତ ପ୍ରେମିକା ଠାରୁ ଧୋକା ପାଇବା ଯୋଗୁଁ ପ୍ରେମିକା ସସ୍ମିତାଙ୍କୁ ହତ୍ୟା କରିବା ପାଇଁ ଲାଲୁକୁ ଦୁଇ ଲକ୍ଷ ଟଙ୍କାର ସୁପାରୀ ଦେବାକୁ ଡିଲ୍ ହେବା ସହିତ ୨୦ ହଜାର ଆଡଭାନ୍ସ ଦେଇଥିଲା ସୂର୍ଯ୍ୟକାନ୍ତ । ଥରେ ଉଦ୍ୟମ କରି ବିଫଳ ହେବା ପରେ ଗତ ୨୦ ତାରିଖ ଦିନ ହତ୍ୟା କରିବାରେ ସଫଳ ହୋଇଥିଲେ । ତେବେ ସୁପାରୀ କିଲର ଠାରୁ ଗୋଟିଏ ହ୍ୟୁଣ୍ଡାଇ କାର୍, ଗୋଟିଏ ମୋବାଇଲ, ଏଟିଏମ୍ କାର୍ଡ, ଆଧାର କାର୍ଡ ଆଦି ଜବତ କରିଛି ପୋଲିସ ।

ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ
ଜଗତସିଂହପୁର: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା । ଗିରଫ ହେଲା ସୈତାନ ପ୍ରେମିକ । ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ଜଗତସିଂହପୁର ପୋଲିସ । ନିର୍ବନ୍ଧର ୩ ଦିନ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ବନ୍ଧା ହେଲା ଅଭିଯୁକ୍ତ । ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମିକାର ନିର୍ବନ୍ଧ ହେବାରୁ ମୁଗ ବିଲକୁ ଡାକି ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଅଭିଯୁକ୍ତକୁ ଅଧିକ ପଚରା ଉଚରା କରିବା ସହିତ ସିନ୍ ରିକ୍ରିଏସନ କରିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ମୃତ ସସ୍ମିତାଙ୍କର ଗତ ୧୯ ତାରିଖରେ ଅନ୍ୟତ୍ର ନିର୍ବନ୍ଧ ହେବାପରେ ୨୦ ତାରିଖ ସନ୍ଧ୍ୟାରେ ପଡିଶା ଘରକୁ ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ୨୧ ତାରିଖ ଦିନ ମୁଗ ବିଲରୁ ତାଙ୍କର ମୃତଦେହ ପାଇଥିଲେ । ଅନ୍ୟତ୍ର ନିର୍ବନ୍ଧ ହେବାରୁ ରାଗିଯାଇ ସସ୍ମିତାଙ୍କୁ ହତ୍ୟା କରିଥିଲା ପ୍ରେମିକ ।

ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା
ଜଗତସିଂହପୁର: ସରିଥିଲା ନିର୍ବନ୍ଧ, ଆଉ ମାତ୍ର କିଛି ଦିନ ପରେ ପଡିଥାନ୍ତା ହାତଗଣ୍ଠି । ହେଲେ ବିବାହ ପୂର୍ବରୁ ସବୁକିଛି ହୋଇଗଲା ଓଲଟପାଲଟ । ବାହାଘର ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ବିଲରୁ ଉଦ୍ଧାର ହେଲା ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ । ଅତି ନିର୍ମମ ଭାବେ ଯୁବତୀଙ୍କ ବେକ କାଟି ହତ୍ୟା ପରେ ବିଲରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁରେ ଘଟିଛି ଏପରି ହତ୍ୟାକାଣ୍ଡ ।

ମୃତକ ହେଲେ ଡଲି ଓରଫ୍ ସସ୍ମିତା ଦାସ । ମୃତ ଯୁବତୀ ପଡିଶା ଘରକୁ ଯାଉଥିବା କହି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁର ଏକ ବିଲରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ଝିଅକୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି ।