Ukrainian President - The Sakala

ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି
ୱାଶିଂଟନ: ଆମେରିକାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ରୁଷ୍‌ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍‌ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି । ୟୁକ୍ରେନ ଆଲାଇଭ୍ ଆଣ୍ଡ କିକିଂ ବୋଲି କହିଛନ୍ତି ଜେଲେନ୍ସକି ।

ୟୁକ୍ରେନ ପଡ଼ିଯାଇନି କି ହାରିଯାଇନି, ଏବେବି ୟୁକ୍ରେନ ବଞ୍ଚିଛି, ଲଢ଼ୁଛି ଏବଂ ଶେଷ ଯାଏଁ ଲଢ଼ିବ ବୋଲି ଜେଲେନ୍ସକି କହିଛନ୍ତି । ଋଷ ଆଗରେ ୟୁକ୍ରେନ କେବେବି ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି । ଋଷକୁ ଜୋରଦାର ଜବାବ ଦେବ ୟୁକ୍ରେନ । ଆଉ ୨ ଦିନ ପରେ ବିଶ୍ବ ପାଳିବ ଖ୍ରୀଷ୍ଟମାସ । ୟୁକ୍ରେନ ବି ଏହି ଉତ୍ସବ ପାଳିବ । ୟୁକ୍ରେନରେ ନା ବିଦ୍ୟୁତ ଅଛି ନା ପାଣି । ତଥାପି ଆମ ଭିତରେ ଥିବା ଆମ ଆତ୍ମବିଶ୍ବାସର ଉଜ୍ବଳତା ଆମ ଉତ୍ସବକୁ ଆହୁରି ଦ୍ବିଗୁଣିତ କରିବ ବୋଲି ସେ କହିଛନ୍ତି ।

ଯଦି ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରେ, ୟୁକ୍ରେନ୍ ମଧ୍ୟ ତାର ଦମଦାର ଜବାବ ଦେବ ବୋଲି ଦୃଢ଼ତାର ସହ କହିଛନ୍ତି ଜେଲେନସ୍କି । ଋଷର ଅତ୍ୟାଚାର କରି ମଧ୍ୟ ଆମ ଉପରେ ନିୟନ୍ତ୍ରଣ ରଖିପାରିନାହିଁ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ବର୍ଷେ ହେଲାଣି । ୨୦୨୧ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିଲା ଯୁଦ୍ଧ ।

ଋଷ ସୈନ୍ୟଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିବେଦନ: ପୁଅଙ୍କୁ ମରଣମୁହଁକୁ ଠେଲନି
କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଦୀର୍ଘ ୧୭ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି। ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି। ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସାଧାରଣ ନାଗରିକମାନେ ମଧ୍ୟ ବନ୍ଧୁକ ଉଠାଇଛନ୍ତି। ଏହାରି ମଧ୍ୟରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ଅନୁରୋଧ କରିଛନ୍ତି । ୟୁକ୍ରେନ ଯୁଦ୍ଧକୁ ନିଜର ସନ୍ତାନମାନଙ୍କୁ ନଛାଡିବା ଲାଗି ନିବେଦନ କରିଛନ୍ତି ଜେଲେନସ୍କି ।

ଏକ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି- ସେ ପୁଣି ଥରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କ ନିକଟରେ ଅନୁରୋଧ ଜଣାଉଛନ୍ତି ଯେ- ବିଦେଶୀ ରାଷ୍ଟ୍ରରେ ଲଢେଇ ଲାଗି ସେମାନେ ନିଜ ନିଜ ସନ୍ତାନଙ୍କୁ ପଠାନ୍ତୁ ନାହିଁ । ସନ୍ତାନମାନେ ବର୍ତ୍ତମାନ କେଉଁଠି ଅଛନ୍ତି ତାହା ମା’ ମାନେ ଜାଣିବା ଉଚିତ । ଯଦି ପୁଅମାନଙ୍କୁ ଯୁଦ୍ଧକୁ ପଠାଇବା ନେଇ ମା’ ମାନେ ସୂଚନା ପାଆନ୍ତି ତେବେ ସେମାନଙ୍କୁ ଏଥିରୁ ବିରତ ରହିବା ଲାଗି ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ଜେଲେନସ୍କ । ଯୁଦ୍ଧରେ ସେମାନେ ପ୍ରାଣ ହରାଇପାରନ୍ତି କିମ୍ବା ସେମାନଙ୍କୁ ବନ୍ଦୀ କରାଯିବାର ସମ୍ଭାବନା ରହିଛି । ତେଣୁ ପୁଅମାନଙ୍କୁ ଯୁଦ୍ଧକୁ ନପଠାଇବା ଲାଗି ମା’ ମାନେ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ଜେଲେନସ୍କି । ଗତ ସପ୍ତାହରେ କିଭରେ ଅନେକ ଋଷ ସୈନ୍ୟଙ୍କୁ ୟୁକ୍ରେନ ବାହିନୀ ଧରିଥିଲେ ଏବଂ ସେଠାକୁ ଆସି ପୁଅମାନଙ୍କୁ ନେଇଯିବା ଲାଗି ତାଙ୍କ ମା’ ମାନଙ୍କୁ ଅନୁରୋଧ କରିଥିଲେ । ୟୁକ୍ରେନ କବଳରେ ବର୍ତ୍ତମାନ ଅନେକ ଋଷ ସୈନ୍ୟ ବନ୍ଦୀ ଥିବା ସୂଚନା ମିଳିଛି ।