Matric Exam - The Sakala
ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର ଜୋରଦାର ପ୍ରସ୍ତୁତି, ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର
ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଆଉ ୯ ଦିନ ଥିବାରୁ ବୋର୍ଡର ଜୋରଦାର ପ୍ରସ୍ତୁତି ଚଳାଇଛି । ଆଜିଠାରୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୩୨୨ଟି ନୋଡାଲ୍ ସେଣ୍ଟର ରହିଛି। ମାଓ ପ୍ରଭାବିତ ୧୭ଟି ଥାନାରେ କରାଯାଇଛି ନୋଡାଲ୍ ସେଣ୍ଟର। ଅନୁମୋଦିତ ରୁଟ୍ ମାଧ୍ୟମରେ ୧୭ ତାରିଖ ଭିତରେ ସବୁ ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ନିର୍ଦ୍ଧାରିତ୍ ରୁଟ୍ ଛଡ଼ା ଆଉ କେଉଁ ବାଟରେ ମଧ୍ୟ ପ୍ରଶ୍ନପତ୍ର ନିଆଯିବ ନାହିଁ ବୋଲି କହିଛନ୍ତି ବୋର୍ଡ ସଭାପତି। ଆସନ୍ତା ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ।
ଚଳିତ ବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । ଏଥିପାଇଁ ୩ ହଜାର ୮୨ଟି ପରୀକ୍ଷା ସେଣ୍ଟର କରାଯାଇଛି । ୩୨୨ଟି ନୋଡାଲ ସେଣ୍ଟର ହୋଇଛି । ନୋଡାଲ ସେଣ୍ଟର ଗୁଡିକ ସିସିଟିଭି ନଜରରେ ରହିବ । ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟ ସିସିଟିଭି ନଜରରେ ରହିବ। ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ପ୍ରଶ୍ନପତ୍ର ଯାଇଛି । ୧୭ ତାରିଖ ସୁଦ୍ଧା ସବୁ ନୋଡାଲ ସେଣ୍ଟରରେ ସମସ୍ତ ପ୍ରଶ୍ନ ପତ୍ର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ।
ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା, ଗଣିତ ପାଇଁ ମିଳିବ ଅଧିକ ୧୫ ମିନିଟ ସମୟ ...
କଟକ: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖରେ ସରିବ ପରୀକ୍ଷା। ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ ଟା ୩୦ ଯାଏ ଚାଲିବ ପରୀକ୍ଷା। ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ପ୍ରଦାନ କରାଯିବ। ମାତୃଭାଷା ୧୯ ତାରିଖରେ, ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ ଓ ହିନ୍ଦୀ, ୨୫ରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମପୂରଣ, ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା
କଟକ: ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଫର୍ମ ପୂରଣ । ରେଗୁଲାର,ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ହେବ ଫର୍ମପୂରଣ । ନଭେମ୍ବର ୮ରୁ ୨୨ ତାରିଖ ଯାଏଁ ଫର୍ମପୂରଣ କରିପାରିବେ ଛାତ୍ରଛାତ୍ରୀ । ୨୦୨୬ ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମପୂରଣ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ୮ରୁ ନଭେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଅନଲାଇନ୍‌ରେ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା କରାଯିବ।
ସେହିଭଳି ପତ୍ରମାଧ୍ୟମ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫଲାଇନ୍‌ରେ ଫର୍ମପୂରଣ କରାଇବେ ବୋଲି କୁହାଯାଇଛି। ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟା ଉପରୋକ୍ତ ଅବଧିରେ ଜିଲ୍ଲା ଓ ବ୍ଲକ୍‌ ଷ୍ଟଡିସେଣ୍ଟର୍‌ର ମୁଖ୍ୟଙ୍କ ଦ୍ୱାରା ସମ୍ପାଦନ କରାଯିବ। ମଧ୍ୟମା ପରୀକ୍ଷା ପାଇଁ ସଂସ୍କୃତ ଟୋଲ୍‌ର ମୁଖ୍ୟମାନେ ଆସନ୍ତା ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ କରିବେ ବୋଲି ବୋର୍ଡ କହିଛି।
କଟକ:  ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଇଛି।  ଶୁକ୍ରବାର ଅପରାହ୍ନ ୪ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ଘୋଷଣା ହୋଇଛି। ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ଚଳିତ ଥର ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ । ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ। B2 ଗ୍ରେଡ ପାଇଛନ୍ତି ୮୪,୯୭୧ ଜଣ ଛାତ୍ରଛାତ୍ରୀ । C ଗ୍ରେଡ ପାଇଛନ୍ତି ୧ ଲକ୍ଷ ୩୩ ହଜାର ୮୮୨ ଜଣ ଛାତ୍ରଛାତ୍ରୀ। D ଗ୍ରେଡ ପାଇଛନ୍ତି ୧ ଲକ୍ଷ ୪୬ ହଜାର ୧୫୪ ଜଣ ଛାତ୍ରଛାତ୍ରୀ। E ଗ୍ରେଡ ପାଇଛନ୍ତି ୭୬,୦୧୩ ଜଣ ଛାତ୍ରଛାତ୍ରୀ। F ଗ୍ରେଡ ପାଇଛନ୍ତି ୭,୩୮୪ ଜଣ ଛାତ୍ରଛାତ୍ରୀ। ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଛି । ସେହିଭଳି କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର  ୯୨.୮୩ ପ୍ରତିଶତ ଅଛି   ।
ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ।ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍‌ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ । ଏହା ସହିତ, ଏସ୍‌ଏମ୍‌ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯାଇଛି।  ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କରି ପଠାଇଲେ ମଧ୍ଯ ପରୀକ୍ଷା ଫଳ ଜାଣିପାରିବେ । ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ଚଳିତ ବର୍ଷ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ରାଜ୍ୟରେ ହୋଇଥିବା ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିଲା । କପି ରୋକିବା ପାଇଁ ୪ ସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା ହୋଇଥିଲା ।
ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ
ରାଜନଗର: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଏହାରି ମଧ୍ଯର ଅଘଟଣ ଦେଖିବାକୁ ମିଳିଛି। ମାଟ୍ରିକ ପିଲାଙ୍କୁ ଆଣୁଥିବା ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ସାଇକେଲ ଆରୋହୀକୁ ଧକ୍କା ଦେଇ ବୋଲେରୋଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ବିବେକାନନ୍ଦ ହାଇସ୍କୁଲ ବାଘମାରୀର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଏକ ବୋଲରରେ ଯିବା ସମୟରେ ଏଭଳି ଅଘଟଣ ଘଟିଛି। ଜଣେ ଛାତ୍ରୀ ଗୁରୁତର ହୋଇଥିବାବେଳେ ଆଉ କିଛି ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆଜିଠୁ ଆରମ୍ଭ ହେଲା ମାଟ୍ରିକ୍‌ ପରୀକ୍ଷା: ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୨୨ହଜାର ୩୩୬ଜଣ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା
କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ (ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ) ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତଥର ମୋଟ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ୫ଲକ୍ଷ ୨୨ହଜାର ୩୩୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀମାନେ ସକାଳ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ୩୧୪ଟି ନୋଡାଲ କେନ୍ଦ୍ରରୁ ଆଜି ସକାଳ ୭ଟା୩୦ରୁ ୮ଟା୩୦ ମଧ୍ୟରେ ପ୍ରଥମ ଦିନର ପ୍ରଶ୍ନପତ୍ରକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯାଇଥିଲା। ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହୋଇଛି। ସାଢେ ୧୧ଟାରେ ଶେଷ ହେବ।
ପରୀକ୍ଷାର ସୁପରିଚାଳନା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ ପ୍ରାୟ ୬୦୦ କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଂ(ସିଧାପ୍ରସାରଣ)ର ବ୍ୟବସ୍ଥା କରାଯାଇଛି। କପି ରୋକିବାକୁ ଏଥର ଚାରିସ୍ତରୀୟ ସ୍କ୍ୱାଡ୍‌ ଗଠନ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ଏଥର ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ସହ ପ୍ରତି ପ୍ରଶ୍ନ ପାର୍ଶ୍ବରେ ପ୍ରଶ୍ନପତ୍ରର କ୍ରମିକ ନମ୍ବର ରହିଛି। ଫଳରେ କେଉଁ ପରୀକ୍ଷା କେନ୍ଦ୍ରରୁ ଓ କେଉଁ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଭାଇରାଲ ହେଲା, ତାହା ଜଣାପଡ଼ିଯିବ।
ଭୁବନେଶ୍ବର: ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ପରିଷଦ। ଫେବ୍ରୁଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ। ଫେବ୍ରୁଆରୀ ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା, ୨୭ ତାରିଖରେ ଗଣିତ, ମାର୍ଚ୍ଚା ୧ ରେ ବିଜ୍ଞାନ, ୩ ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ୬ ତାରିଖରେ ତୃତୀୟ ଭାଷା (ହୀନ୍ଦୀ, ସଂସ୍କୃତ) ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୩୦ ମିନିଟରେ ଶେଷ ହେବ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆତିରିକ୍ତ ୧୫ ମିନିଟ ସମୟ ପ୍ରଦାନ କରାଯାଇଛି। ଅର୍ଥାତ ଗଣିତ ପରୀକ୍ଷା ଦିନ ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୧ ଟା ୪୫ ମିନିଟରେ ଶେଷ ହେବ।
[wp-embedder-pack width=”100%” height=”400px” download=”all” download-text=”” attachment_id=”139208″ /]
ନଭେମ୍ୱର ୩ରୁ ମାଟ୍ରିକ୍‌‌ ପରୀକ୍ଷା ଫର୍ମପୂରଣ
କଟକ: ନଭେମ୍ୱର ୩ରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ୍‌ ପରୀକ୍ଷା ନିମନ୍ତେ ଫର୍ମପୂରଣ କରାଯିବ। ରେଗୁଲାର ଓ ଏକ୍ସ-ରେଗୁଲାର୍‌ ବିଦ୍ୟାର୍ଥୀମାନେ ନଭେମ୍ୱର ୩ରୁ ୧୮ ତାରିଖ ରାତି ୧୧ଟା ୪୫ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍‌‌ଲାଇନ୍‌‌ ଲିଙ୍କ୍‌‌ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍‌‌ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପ-ସମ୍ପାଦକଙ୍କ ଦ୍ୱାରା ଅଫ୍‌‌ଲାଇନ୍‌‌ରେ ଫର୍ମପୂରଣ କରିବେ। ଏ ସଂକ୍ରାନ୍ତରେ ଶୁକ୍ରବାର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା, ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା
ଭୁବନେଶ୍ବର: ଆଜିଠୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି । ଚଳିତବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ର ସକାଳ ୭ଟା ୧୫ ମିନିଟରେ ଖୋଲିବା ପରେ ପରୀକ୍ଷାର୍ଥୀ ସାଢେ ୭ଟାରେ ହଲକୁ ପ୍ରବେଶ କରିବେ । ପରେ ସାଢେ ଆଠଟାରେ ଛାତ୍ରଛାତ୍ରୀଙ୍କୁ ଓଏମଆର ସିଟ୍ ଓ ଆଠଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ । ୯ ଟାରେ ପରୀକ୍ଷା ଆରମ୍ଭ ହେବ।
ସମସ୍ତ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ସର୍ଭିଲାନସରେ ରଖାଯାଇଛି । କୌଣସି ସ୍ଥାନରେ ବିଶୃଙ୍ଖଳା ଓ ଅନିୟମିତା ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କୌଣସି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଛଡାଯିବ ନାହିଁ । ପରୀକ୍ଷାର ମାତ୍ର ୧୫ ମିନିଟ ଆଗରୁ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଓ ଦୁଇଜଣ ଛାତ୍ରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ ।
ସାରା ରାଜ୍ୟରେ ବୋର୍ଡ ପକ୍ଷରୁ ୨୯୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ନୋଡାଲ ସେଣ୍ଟର କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ୨୧ଟି ଥାନା ଓ ଗୋଟିଏ ବିଟ୍ ହାଉସରେ ନୋଡାଲ ସେଣ୍ଟର କରାଯାଇଛି । ମାଟ୍ରିକ ସହ ୭ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ । ପରୀକ୍ଷାକୁ ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ଏଥର ତ୍ରିସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି ।
ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଲାଗିବ AI ଆଧାରିତ CCTV
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି। ଅତି ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରଥମ ଥର ପାଇଁ ଲଗାଯାଇଛି AI ଆଧାରିତ CCTV । ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ୨୦ ଏକ୍ସପର୍ଟ ନଜର ରଖିବେ ଏହି କମାଣ୍ଡ କଣ୍ଟ୍ରୋଲ ରୁମ୍‌ ଉପରେ । ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ।
ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର: ମାଟ୍ରିକ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହେଲେ ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ। ଏପରି ଅନେକ କିଛି ସଂସ୍କାର ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକ ସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମରେ ଅବଗତ କରିବା ସହ ଏକ ଲେଖା ବି ପ୍ରକାଶ ପାଇଛି। ଦିନ କେଇଟା ପରେ ମାଟ୍ରିକ୍ ପରୀକ୍ଷା ତା’ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
ଯଦି କୌଣସି ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନଜରକୁ ଆସେ ତାହାହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଏଥିପାଇଁ ଦାୟୀ ରହିବେ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କ ବ୍ୟତୀତ ଅନ୍ୟ କେହି କେନ୍ଦ୍ର ଭିତରକୁ ମୋବାଇଲ୍ ନେଇପାରିବେ ନାହିଁ। ମୋବାଇଲ୍ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସେହିପରି ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି କେବଳ କେନ୍ଦ୍ର କୌଣସି ପ୍ୟାକେଟ୍ କିମ୍ବା କାଗଜପତ୍ର ଯାଞ୍ଚ କରିବାକୁ ଦେବା ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ସମ୍ପର୍କରେ ପରିଚାଳକ ଭଲ ଭାବେ ଜାଣିଥିବା ଆବଶ୍ୟକ। ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପରୀକ୍ଷାରେ କପି ରୋକିବା ଓ ଶତ ପ୍ରତିଶତ ଉପସ୍ଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ, ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଓ ୨୪ରୁ ୨୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ନିରୀକ୍ଷକ ପ୍ରଶ୍ନପତ୍ର ବାଣ୍ଟିବେ, ରିଲିଭିଂ ପରୀକ୍ଷକ ମୂଳ ନିରୀକ୍ଷକଙ୍କ ଅନୁପସ୍ଥିତିରେ ଦାୟିତ୍ଵ ତୁଲାଇବେ, ଭ୍ରାମ୍ୟମାଣ ନିରୀକ୍ଷକ ପରୀକ୍ଷା କେନ୍ଦ୍ର ବାହାର ସ୍ଥିତି ଉପରେ ନଜର ରଖିବେ।
ପ୍ରଥମ ଦିନ ପରୀକ୍ଷାର ଦିନକ ପୂର୍ବରୁ ପରୀକ୍ଷା ସୁପରିଚାଳନା ନେଇ କେନ୍ଦ୍ର ପରିଚାଳକ ଏକ ସଂକ୍ଷିପ୍ତ ବୈଠକ କରି ନିର୍ଦ୍ଧାରିତ ଶିକ୍ଷକ, କର୍ମଚାରୀଙ୍କୁ ଦାୟିତ୍ଵ ବଣ୍ଟନ କରିବେ ସକାଳ ୭ଟା ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ। ୮ଟା ୩୦ରେ ଓଏମ୍‌ଆର ସିଟ୍ ୪୫ରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବା ସକାଳ ୮ଟା ୪୫ରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀ ଓଏମ୍‌ଆର ସିଟ୍‌ର ଓ ୮ଟା ପ୍ରଥମ ପୃଷ୍ଠାରେ ପରୀକ୍ଷା କେନ୍ଦ୍ର କୋଡ୍, ଉପାନ ବିଦ୍ୟାଳୟ କୋଡ୍ ଓ ରୋ ରୋଲ୍ ନମ୍ବର ସ୍ପଷ୍ଟ କରାଯିବ. ଅଦ୍ଧବାର୍ଷିକ ପରୀକ୍ଷାରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ହ୍ରାସ କରିବା ଉପରେ ଗୁରୁତ୍ବ ଦିଆଯାଇ ଅନୁପସ୍ଥିତଙ୍କ ତାଲିକା ଓ ଅନୁପସ୍ଥିତ ରହିବାର କାରଣ ପ୍ରଧାନଶିକ୍ଷକମାନେ ବିଷୟରେ ଦର୍ଶାଇବେ। ମାଟ୍ରିକ୍ ପରୀକ୍ଷାରେ ଯାଇ ପରୀକ୍ଷାର୍ଥୀଙ୍କ ଶତ ପ୍ରତିଶତ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି। ସେଥିପାଇଁ ପୂର୍ବରୁ ସଚେତନ ହୋଇ କାର୍ଯ୍ୟ କରିବେ।
ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ପ୍ରଥମେ ବୁଝାଇବେ ଦାୟିତ୍ବରେ ଥିବା ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବୁଝାଇବେ ଏବଂ ସୁନିଶ୍ଚିତ କରିବେ। ପୂର୍ବବର୍ଷ କେତେ ଜଣ ଏ-୧ ଗ୍ରେଡ୍ ପାଇଥିଲେ ଓ ଚଳିତବର୍ଷ କେତେଜଣ ଏ-୧ ଗ୍ରେଡ୍ ପାଇବାକୁ ଲକ୍ଷ୍ୟ ରଖିଛନ୍ତି, ତାହାର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯିବ। କିଭଳି ଏ-୧ ଗ୍ରେଡ୍ ବଢ଼ିବ, ସେ ଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବେ।
ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା, ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଚାଲିବ ପରୀକ୍ଷା
କଟକ: ଆଜି ମାଟ୍ରିକ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୪ରେ ପରୀକ୍ଷା ଶେଷ ହେବ। ପ୍ରଥମ ଦିନ ମାତୃ ଭାଷା ସାହିତ୍ୟ ପରୀକ୍ଷା ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ‌ଘୋଷଣା କରିଛନ୍ତି।  ଘୋଷଣା ସମୟରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ମଧ୍ୟ ଉପସ୍ଥିତ ଥିଲେ। ଏଥର ପରୀକ୍ଷାକୁ ନିର୍ଭୁଲ ଭାବେ କରାଯିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି। ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ସିସିଟିଭି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ମୋଟ୍ ୩୧୩ଟି ନୋଡାଲ ସେଣ୍ଟର ହୋଇଛି।
ଫେବ୍ରୁଆରୀ ୨୦- ସାହିତ୍ୟ
ଫେବ୍ରୁଆରୀ ୨୩- ଇଂରାଜୀ
ଫେବ୍ରୁଆରୀ ୨୬- ଗଣିତ
ଫେବ୍ରୁଆରୀ ୨୮- ହିନ୍ଦୀ/ ସଂସ୍କୃତ
ମାର୍ଚ୍ଚ ୨- ସାଧାରଣ ବିଜ୍ଞାନ
ମାର୍ଚ୍ଚ ୪ – ସାମାଜିକ ବିଜ୍ଞାନ
ନିଜ ସ୍କୁଲରେ ହେବ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା । ଜାନୁଆରୀ ୧୫ରୁ ୩୧ ମଧ୍ୟରେ ହବେ ଏହି ପ୍ରାକ୍ଟିକାଲ ପରୀକ୍ଷା । ପରେ ୧୫ ମାର୍ଚ୍ଚରୁ ଖାତାଦେଖା ଆରମ୍ଭ ହେବ। ୧୨ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୫ ଲକ୍ଷ ୫ ହଜାର ୬୧୧ ପରୀକ୍ଷାର୍ଥୀ ଫର୍ମ  ପୂରଣ କରିଛନ୍ତି।