Snake Rescue - The Sakala

ସାପ ବିଷ ରାକେଟ୍‌ର ପର୍ଦ୍ଦାଫାସ୍‌: ୨୬ ନାଗ ସାପ ଉଦ୍ଧାର, ୩ ଗିରଫ
ବାଲେଶ୍ୱର: ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ ।  ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନର ମିଳିତ ଉଦ୍ୟମରେ ଚଢ଼ାଉ କରଯାଇ୨୬ଟି ନାଗ ସାପ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା। ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା

ଏନେଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୩ଟାରେ ଭୁବନେଶ୍ୱରରୁ ବାହାରିଲୁ। ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଲୁ। ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କରିଥିଲୁ। ଏହି ରେଡ ସମୟରେ ୨୬ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି। ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ଏଥିରୁ ଆହୁରି ବହୁ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି।

ଓୟୁଏଟିରେ ଦୀର୍ଘ ଦେଢ଼ ଘଣ୍ଟାର ଅପରେସନ ପରେ ତମ୍ପ ପେଟରୁ ବାହାରିଲା ବୋତଲ ଠିପି
ଭୁବନେଶ୍ୱର: ଭୁବନେଶ୍ୱର ବାସୁଆଘାଇ ଅଞ୍ଚଳର ଆଶୁତୋଷ ଦାସଙ୍କ ଘର କାମ ଚାଲୁଥିବା ସମୟରେ ଶ୍ରମିକମାନେ ଏକ ଅସୁସ୍ଥ ସାପ ଦେଖି ସ୍ନେକ୍‍ ହେଲପ୍ଲାଇନ୍‍ ସଦସ୍ୟଙ୍କୁ ଜଣେଇଥିଲେ। ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ବହ୍ଲା ପଟା ଭିତରେ ପଶିଥିବା ଏକ ସାଢ଼େ ୩ ଫୁଟ ଲମ୍ୱର ତମ୍ପ ସାପ ଉଦ୍ଧାର କରିଥିଲେ। ତେବେ ସାପକୁ ଧରିବା ବେଳେ ସାପଟିର ଦୁର୍ବଳ ସ୍ୱାସ୍ଥ୍ୟ ସାଙ୍ଗକୁ ପେଟରେ ଏକ ଆବୁ ଭଳି କଣ ଜିନିଷ ଦେଖିବାକୁ ପାଇଥିଲେ। ସାପଟି କିଛି ଖାଦ୍ୟ ଗିଳିଥିବା ସନ୍ଦେହ କରି ତାକୁ ବ୍ୟାଗରେ ଭର୍ତ୍ତି କରି ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ।

ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସାପଟିକୁ ପରୀକ୍ଷା କରି କିଛି ଗୋଟେ କଠିନ ପଦାର୍ଥ ତା ପେଟ ଭିତରେ ଥିବାର ଅନୁଭବ କରିଥିଲେ। ସାପକୁ ଓୟୁଏଟି ସ୍ଥିତ ଭେଟେରେନାରି କଲେଜକୁ ନେଇଥିଲେ। ଓୟୁଏଟିର ଭେଟେରିନାରି ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣୀ ନାଥ ସାପଟିର ଏକ୍ସରେ କରେଇଥିଲେ। ସେଥିରେ ସାପର ପେଟ ଭିତରେ କିଛି ଗୋଟେ ବଳୟ ଭଳି ପଦାର୍ଥ ଥିବା ଦେଖା ଯାଉଥିଲା। ସେଇ କଠିନ ପଦାର୍ଥକୁ କାଢ଼ିବାର ଆଉ କୌଣସି ବାଟ ନ ଥିବାରୁ ସାପଟିକୁ ଅପରେସନ ଟେବୁଲକୁ ନିଆ ଯାଇଥିଲା। ସାପକୁ ପ୍ରଥମେ ଆନାସ୍ଥେସିଆ ଦେବା ପରେ ଡାକ୍ତର ନାଥ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଶଙ୍କର ବେହେରା ଏବଂ ଅନ୍ୟ ପିଜି ଛାତ୍ର ସର୍ଜରୀ ଆରମ୍ଭ କରିଥିଲେ। ଯତ୍ନର ସହିତ ସାପଟିର ପେଟ ପାଖରେ ୨ ପରସ୍ତ କାଟିବା ପରେ ନୀଳ ରଙ୍ଗର ଏକ ପଦାର୍ଥ ଦେଖା ଯାଇଥିଲା। ଆଉ ଟିକିଏ କାଟିବା ପରେ ସେଇ କଠିନ ପଦାର୍ଥଟି ଏକ ବୋତଲର ପ୍ଲାଷ୍ଟିକ ଠିପି ବୋଲି ସ୍ପଷ୍ଟ ହୋଇଥିଲା। ଡାକ୍ତର ନାଥ ଫୋରସେପ ଧରି ଧୀରେ ଧୀରେ ସେଇ ଠିପିଟିକୁ ବାହାରକୁ ଟାଣି ଆଣିଥିଲେ। ଏହାପରେ ସାପଟିର ଅନ୍ତନଳୀକୁ ଷ୍ଟିଚ ପକେଇବା ପରେ ବାହାର ଚମଡ଼ାକୁ ସିଲେଇ କରାଯାଇଥିଲା। ସେହିପରି ସାପଟି ଆନାସ୍ଥେସିଆ ପ୍ରଭାବରୁ ମୁକ୍ତ ହେବା ପରେ ତାର ଦୁର୍ବଳ ସ୍ୱାସ୍ଥ୍ୟ ଲକ୍ଷ କରି ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଅକ୍ସିଜେନ ଦିଆଯାଇଥିଲା। ସାପଟିକୁ ଆଣ୍ଟିବାୟୋଟିକ ଏବଂ ପେନ କିଲର ଇଞ୍ଜେକ୍‍ସନ ଦିଆଯାଇଛି। ପୂରା ଅପରେସନ ସରିବା ପାଇଁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା। ଉକ୍ତ ଠିପିଟି ଏକ ମଦ ବୋତଲ ଥିଲା ବୋଲି ଜଣାପଡ଼ିଥିଲା।

ଡାକ୍ତର ଇନ୍ଦ୍ରମଣୀ ନାଥ କହିଛନ୍ତି, ୪/୫ ଦିନ ପରେ ତାକୁ ତରଳ ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରିଛୁ। ୭ ଦିନ ନିରୀକ୍ଷଣରେ ରହିବା ପରେ ଆମେ ସାପ ବିଷୟରେ କିଛି ସଠିକ କହି ପାରିବୁ। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ମଦ ବା ମଦ ବୋତଲ ଠିପି ସହିତ ସାପର କିଛି ସମ୍ପର୍କ ନାହିଁ। ହୁଏତ କୌଣସି ମୂଷା ସେଇ ଠିପିକୁ କାମୁଡି ଥାଇ ପାରେ ଏବଂ ଏଇଟା କରିବା ଭିତରେ ଠିପିରେ ମୂଷାର ଦେହର ଗନ୍ଧ ରହିଥିବ। ସେଇ ଗନ୍ଧ ରେ ସାପ ର ବିଚାର ବିଭ୍ରାଟ ହେତୁ ସେ ପ୍ଲାଷ୍ଟିକ ଠିପି ଟିକୁ ଭୁଲ ବଶତଃ ଗିଳି ଦେଇଛି।