Bolangir - The Sakala

ବଲାଙ୍ଗିରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ: ଆସନ୍ତା ୧୮ରୁ ୨୧ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା
ବଲାଙ୍ଗିର ଜିଲ୍ଲାରେ ପ୍ରବଳ ଖରା ଏବଂ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଏପ୍ରିଲ ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆଗାମୀ ଖରାଛୁଟି ନେଇ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ମନ୍ତ୍ରୀଙ୍କ ପୂର୍ବ ସୂଚନା ଓ ବର୍ତ୍ତମାନର ସ୍ଥିତି

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଥିଲେ। ଅସହ୍ୟ ଖରା କାରଣରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଥିବାରୁ, ପରିସ୍ଥିତିକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରାଯିବ ବୋଲି ସେ କହିଥିଲେ। ବର୍ତ୍ତମାନ ବଲାଙ୍ଗିରରେ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ଫଳରେ ସ୍ଥାନୀୟ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି।

ଅନ୍ୟପକ୍ଷରେ, ଉପକୂଳ ଓଡ଼ିଶାରେ ପାରଦ ୩୫ରୁ ୩୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥିଲେ ମଧ୍ୟ ଗୁଳୁଗୁଳି ପ୍ରକୋପ ଅସହ୍ୟ ହୋଇପଡ଼ିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ଦୁଇ ଦିନ ଧରି ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ମିଳିବାର କୌଣସି ଆଶା ନାହିଁ।

‘ମାଓବାଦୀ ଧରାଇ ଦିଅନ୍ତୁ, ପୁରସ୍କାର ପାଆନ୍ତୁ’: ବଲାଙ୍ଗୀର ପୋଲିସର ନୂଆ ଅଭିଯାନ, ସୂଚନା ଦେଲେ ମିଳିବ ନଗଦ ଟଙ୍କା
ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ପକ୍ଷରୁ ଏକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ଅଞ୍ଚଳରେ ପୋଲିସ 'ମାଓବାଦୀ ଧରାଇ ଦିଅନ୍ତୁ, ପୁରସ୍କାର ପାଆନ୍ତୁ' (Catch Maoists, Get Rewarded) ନାମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ ମାଓବାଦୀଙ୍କ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଆକର୍ଷଣୀୟ ନଗଦ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ଗାଁ ଗାଁରେ ପୋଷ୍ଟର ଅଭିଯାନ

ବଲାଙ୍ଗୀର ପୋଲିସ ପକ୍ଷରୁ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳ ଏବଂ ବିଭିନ୍ନ ଦୁର୍ଗମ ଗ୍ରାମରେ ବ୍ୟାପକ ପୋଷ୍ଟର ଲଗାଯାଇଛି। ଖପ୍ରାଖୋଲ, ହରିଶଙ୍କର ଏବଂ ନନ୍ଦୁପଲା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଏହି ପୋଷ୍ଟର ମରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ପୋଲିସର ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେମାନଙ୍କୁ ଦମନ କରିବା।

ସୂଚନାଦାତାଙ୍କ ପରିଚୟ ରହିବ ଗୋପନ

ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଯେଉଁ ବ୍ୟକ୍ତି ମାଓବାଦୀଙ୍କ ଗତିବିଧି, ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବେ, ସେମାନଙ୍କୁ ପୋଲିସ ପକ୍ଷରୁ ନଗଦ ଅର୍ଥରାଶି ପୁରସ୍କାର ସ୍ୱରୂପ ଦିଆଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୂଚନା ପ୍ରଦାନକାରୀଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ଏଥିପାଇଁ ପୋଷ୍ଟରରେ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି, ଯାହା ମାଧ୍ୟମରେ ଲୋକମାନେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରିପାରିବେ।

ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ

କେବଳ ସୂଚନା ସଂଗ୍ରହ ନୁହେଁ, ଏହି ଅଭିଯାନ ମାଧ୍ୟମରେ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି। ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଅନୁଯାୟୀ, ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା, ଘର ଏବଂ ରୋଜଗାରର ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ହିଂସା ପରିତ୍ୟାଗ କରି ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ପୋଲିସ ନିବେଦନ କରିଛି।

ବଲାଙ୍ଗୀର ସଭା ମଞ୍ଚରୁ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ
ବଲାଙ୍ଗୀର: ଜୁନ ୪ରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଢିବ। ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଏହି ଦମ୍ଭୋକ୍ତି ଦେଖାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବଲାଙ୍ଗୀରକୁ ରାହୁଲ ଗାନ୍ଧୀ ପ୍ରଚାରରେ ଆସି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । ୨୨ ଜଣ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଟଙ୍କା ଛାଡ କରି କେନ୍ଦ୍ର ସରକାର ଧନୀକଙ୍କୁ ପ୍ରୋତ୍ସାହନ ଦେଇଛନ୍ତି।

କେନ୍ଦ୍ର ସରକାର ୨୨/ ୨୫ ଜଣଙ୍କ ପାଇଁ କାମ କରୁଛନ୍ତି। ସରକାରକୁ ୯୦ ଅଫିସର ଚଳାଉଛନ୍ତି। ସେଥିରୁ ମାତ୍ର ତିନି ଜଣ ଦଳିତ। ଏଥିରୁ ଜଣାପଡୁଛି କେନ୍ଦ୍ରର ଆଦିବାସୀ ଓ ଦଳିତ ପ୍ରୀତି। ବିଜେପି ସରକାର ଏଥର କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବେ ବୋଲି କହୁଛନ୍ତି। ଦୁନିଆର କୌଣସି ଶକ୍ତି ସମ୍ବିଧାନ ବଦଳାଇପାରିବନି ବୋଲି ରାହୁଲ ଚେତାବନୀ ଦେଇଛନ୍ତି।

ଇଣ୍ଡି ମେଣ୍ଟ ସରକାରକୁ ଆସିଲେ ପ୍ରଥମେ ଗରିବ ଲୋକଙ୍କ ତାଲିକା ହେବ। ପ୍ରତ୍ୟେକ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ। ୪ ଜୁଲାଇରେ ସେହି ମହିଳାଙ୍କ ଖାତାକୁ ପ୍ରଥମ କିସ୍ତିରେ ୮ ହଜାର ୫ଶହ ଟଙ୍କା ଯିବ। ଏପରି ଭାବେ ବର୍ଷକରେ କୋଟି କୋଟି ମନୋନୀତ ମହିଳାଙ୍କ ଖାତାକୁ ଏକ ଲକ୍ଷ ଟଙ୍କା ଯିବ ବୋଲି କହିଛନ୍ତି ରାହୁଲ। ସେହିପରି ଖାଲି ପଡିଥିବା ୩୦ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ମନରେଗା ମଜୁରୀକୁ ୨୫୦ରୁ ୪ଶହ ଟଙ୍କା କରିବ ଇଣ୍ଡି ମେଣ୍ଟ ସରକାର । ଇଣ୍ଡି ମେଣ୍ଟ ଆସିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବ ବୋଲି ପ୍ରକାଶ କରିଛନ୍ତି ରାହୁଲ।

ବଲାଙ୍ଗିର ରାଜନୀତିରେ ରୋଚକ ମୋଡ଼: ଏଥର ‘ରୟାଲ’ ନୁହେଁ, ‘ରିଅଲ୍‌’ ଫାଇଟ୍‌
ବଲାଙ୍ଗିର: ଚଳିତ ନିର୍ବାଚନରେ ବି ବଲାଙ୍ଗିରବାସୀ ରୟାଲ ଫାଇଟ୍‌ ବଦଳରେ ରିଅଲ୍‌ ଫାଇଟ୍‌ ଦେଖିବାକୁ ପାଇବେ। ରାଜ ପରିବାର ବନାମ ପ୍ରଜା ଲଢ଼େଇ। ପୂର୍ବରୁ ରାଜପରିବାରର ସଦସ୍ୟମାନେ ପରସ୍ପର ସହ ମୁହାଁମୁହିଁ ହେଉଥିଲେ, କିନ୍ତୁ ଏଥର ଅନ୍ୟମାନଙ୍କ ସହ ହେବ ଲଢ଼େଇ। ଗୋଟିଏପଟେ ରାଜ ପତିଆରା ଆଉ ଅନ୍ୟପଟେ ପ୍ରଜା ସ୍ୱାଭିମାନ। ବଲାଙ୍ଗିର ଲୋକସଭା, ସଦର ବିଧାନସଭା ଓ ପାଟଣାଗଡ଼ରେ ବଲାଙ୍ଗିରବାସୀ ଏଥର ଏମିତି ଏକ ଲଢ଼େଇ ଦେଖିବାକୁ ପାଇବେ।

ଗତ ନିର୍ବାଚନଗୁଡ଼ିକରେ ବଲାଙ୍ଗିର ଲୋକସଭା ଆସନ ପାଇଁ ଦିଅର-ଭାଉଜ ମୁହାଁମୁହିଁ ହେଉଥିଲେ। ବିଶେଷକରି କଳିକେଶ ସିଂହଦେଓ ଓ ସଙ୍ଗୀତା ସିଂହଦେଓଙ୍କ ମଧ୍ୟରେ ଆମ୍ନାସାମ୍ନା ହୋଇଥାଏ। ଚଳିତ ନିର୍ବାଚନରେ କିନ୍ତୁ ସମୀକରଣ ବଦଳିଛି। ଏଥର କଳିକେଶ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ତେଣୁ ସଙ୍ଗୀତାଙ୍କୁ ସାମ୍ନା କରିବା ପାଇଁ ସୁରେନ୍ଦ୍ର ସିଂ ଭୋଇ ଓ ମନୋଜ ମିଶ୍ର ମଇଦାନକୁ ଓହ୍ଲାଇଛନ୍ତି। ସେହିପରି କଳିକେଶଙ୍କ ଲଢ଼େଇ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ରଙ୍କ ସହ ହେଉଥିବା ବେଳେ ବଡ଼ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ, କନକ ବର୍ଦ୍ଧନଙ୍କ ବିରୋଧରେ ସରୋଜ ମେହେର ଓ ଅନୀଲ ମେହେର ନିର୍ବାଚନ ଲଢ଼ୁଥିବା ବେଳେ ଏହି ଆସନରେ କନକ ପ୍ରତ୍ୟାବର୍ତ୍ତନ କରିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏହି ଆସନଗୁଡ଼ିକରେ ରାଜପରିବାର ସଦସ୍ୟଙ୍କ ବିରୋଧରେ ସାଧାରଣ ପରିବାରର ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ଯାହାକି ଗଣତନ୍ତ୍ରର ସୁନ୍ଦରତା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ଗଡ଼ଜାତ ଅମଳର ପାଟଣା ରାଜ୍ୟ ତଥା ବର୍ତ୍ତମାନର ବଲାଙ୍ଗିର ଜିଲ୍ଲାରେ ସବୁବେଳେ ରୋଚକ ନିର୍ବାଚନ ଦେଖିବାକୁ ମିଳିଥାଏ। ବଲାଙ୍ଗିରରେ ଏବେ ବି ରାଜପରିବାର ଦାୟାଦ ରାଜନୀତିରେ ବେଶ୍‌‌ ସକ୍ରିୟ ରହିଥିବା ବେଳେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥା’ନ୍ତି। ଏହି ପରିବାରର ଅନ୍ୟତମ ସଦସ୍ୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ଦିନେ ମୁଖ୍ୟମନ୍ତ୍ରୀ ପଦରେ ବି ଅଭିଷିକ୍ତ ହୋଇଥିଲେ। ତାଙ୍କ ପରିବାରର ସଦସ୍ୟମାନେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଏବେ ବି ସକ୍ରିୟ ରହିଛନ୍ତି। ଅନଙ୍ଗ ଉଦୟ ସିଂହଦେଓ, ସଙ୍ଗୀତା କୁମାରୀ ସିଂହଦେଓ, କନକବର୍ଦ୍ଧନ ସିଂହଦେଓ, ପ୍ରକୃତି କୁମାରୀ ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ ପ୍ରମୁଖ ରାଜନୀତିରେ ରହିଛନ୍ତି। କେବଳ ଅର୍କେଶ ସିଂହଦେଓ ଓ ପ୍ରକୃତି କୁମାରୀ ସିଂହଦେଓ ପାୱାର ଉପଭୋଗ କରି ନଥିବା ବେଳେ ଅନ୍ୟ ଚାରିଜଣ ରାଜନୀତିରେ ସଫଳତା ପାଇଛନ୍ତି।

କନକ ବର୍ଦ୍ଧନ ସିଂହଦେଓ ୧୯୯୫ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ଲଗାତାର ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିବା ବେଳେ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି। ତାଙ୍କ ଧର୍ମପତ୍ନୀ ସଙ୍ଗୀତା କୁମାରୀ ସିଂହଦେଓ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ସିଂହଦେଓ ୧୯୯୮, ୧୯୯୯, ୨୦୦୦, ୨୦୧୪ରେ ସାଂସଦ ଭାବେ ବଲାଙ୍ଗିରରୁ ନିର୍ବାଚିତ ହୋଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂହଦେଓ ହେଉଛନ୍ତି ରାଜ୍ୟ ରାଜନୀତିର ଆଉ ଏକ ପରିଚିତ ଚେହେରା। ସେ ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟ ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ସହ ରାଜ୍ୟସଭା ସାଂସଦ ମଧ୍ୟ ରହିସାରିଛନ୍ତି। ତାଙ୍କ ପୁଅ ଅର୍କେଶ ନାରାୟଣ ସିଂହଦେଓ ଗତ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେ ପରାଜିତ ହୋଇଥିଲେ। ଚଳିତଥର ତାଙ୍କୁ ଦଳ ଟିକଟ ଦେଇନାହିଁ। ଏହି ଭିତରେ ପାଟଣାଗଡ଼ରୁ କନକ ବର୍ଦ୍ଧନ ସିଂହଦେଓଙ୍କ ବିରୋଧରେ ଦୁଇ ଥର ନିର୍ବାଚନ ଲଢ଼ିଥିଲେ ଆଉ ଜଣେ ରାଜ ପରିବାରର ସଦସ୍ୟା ପ୍ରକୃତି କୁମାରୀ ସିଂହଦେଓ। ସେ ପରାଜିତ ହେବା ପରେ ଆଉ ତାଙ୍କୁ ରାଜନୀତିରେ ସେତେଟା ଦେଖିବାକୁ ମିଳିନାହିଁ। ଦିନେ ରାଜପରିବାରର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ଆସନରେ କେହି ନଜର ପକାଉନଥିଲେ। କାହିଁକି ନା ତାଙ୍କ ପତିଆରା ଆଗରେ ଜିତିବା ମୁସ୍କିଲ ଥିଲା। କିନ୍ତୁ ଆଜିର ଦିନରେ ରାଜ ପରିବାର ସଦସ୍ୟଙ୍କୁ କଡ଼ା ଟକ୍କର୍‌ର ସାମ୍ନା କରିବାକୁ ପଡ଼ୁଛି। ତଥାପି ଲୋକଙ୍କ ମଧ୍ୟରେ ତାଙ୍କ ପ୍ରତି ରହିଥିବା ସମ୍ମାନ, ପତିଆରା ଆଜି ବି ଅକ୍ଷୁଣ୍ଣ ଥିବା ଆଲୋଚନା ହେଉଛି।

ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା: ୪ ବର୍ଷ ପରେ ପୁଞ୍ଜିଲାଲ ମେହେର ବିରୋଧରେ ଚାର୍ଜଫ୍ରେମ
ପାଟଣାଗଡ଼: ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। କୋର୍ଟରେ ହାଜର ହେବା ପରେ ଚାର୍ଜଫ୍ରେମ କରାଯାଇଥିବା ଜଣାପଡିଛି।

ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରା ଯାଇଥିଲା। ଘଟଣା ସମ୍ପର୍କରେ ପୂର୍ବରୁ ପୁଲିସ/ କ୍ରାଇମବ୍ରାଞ୍ଚ ଶତାଧିକ ଫର୍ଦର ଏକ ଚାର୍ଜସିଟ ଦାଖଲ କରିଥିଲା। ଘଟଣାର ଦୀର୍ଘ ୪ ବର୍ଷ ପରେ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାପଡିଛି। ଏହି ମାମଲାରେ ଧାରା ୩୦୨, ୩୦୭, ୨୦୧ ଏବଂ ଏକ୍ସପ୍ଲୋସିଭ ଆକ୍ଟ ୩, ୪ ଅନୁଯାୟୀ ଚାର୍ଜଫ୍ରେମ କରା ଯାଇଥିବା ଜଣାପଡିଛି। ଚାର୍ଜଫ୍ରେମ ହେବା ସହିତ ଏହି ମାମଲାର ସାକ୍ଷ ପ୍ରମାଣ ପାଇଁ ଆସନ୍ତା ୨୪ ତାରିଖକୁ ଧାର୍ଯ୍ୟ ହୋଇଥିବା ନେଇ ସରକାରୀ ଓକିଲ ଆଶିଷ ଚନ୍ଦନଙ୍କ ଠାରୁ ଜଣାପଡିଛି। ଅପର ପକ୍ଷରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ କରା ଯାଇଥିବା ଚାର୍ଜସିଟ୍ ର ଏକ କପି ପ୍ରଦାନ ପାଇଁ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଆବେଦନ କରିଥିବାବେଳେ ସେ ସମୟରେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ। ପରେ ଏହାକୁ ନେଇ ପୁଣି କୋର୍ଟରେ ଆବେଦନ କରିଥିଲେ। ଏହା ପରେ ସିଡି ଏକ ବନ୍ଦ ଲଫାପାରେ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସିଡିକୁ ପୁଞ୍ଜିଲାଲ ଗ୍ରହଣ କରି କିଛି ଦିନ ରଖି ପୁଣି କୋର୍ଟକୁ ଫେରାଇ ଦେଇଥିବା ନେଇ ମଧ୍ଯ ସରକାରୀ ଓକିଲ ଶ୍ରୀ ଚନ୍ଦନ କହିଛନ୍ତି।

ପାଟଣାଗଡ଼ର ବହୁ ଚର୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା କୁ ନେଇ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ଚାର୍ଜସିଟ ଦାଖଲ କରା ଯାଇଥିଲା। ଦୀର୍ଘ ଦିନ ପରେ ଏହାର ଚାର୍ଜଫ୍ରେମ ହୋଇଥିବା ଜଣାପଡିଛି।