multani mitti give you flawless skin - The Sakala

ତ୍ବଚାକୁ ଚମକ ପ୍ରଦାନ କରିଥାଏ ମୁଲତାନି ମାଟି
ତ୍ବଚାକୁ ପ୍ରାକୃତିକ ଚମକ ପ୍ରଦାନ କରିଥାଏ ମୁଲତାନି ମାଟି। ଏହାର ବ୍ୟବହାର ଦ୍ବାରା ସନବର୍ଣ୍ଣ, ବ୍ରଣ ତଥା ମୃତ କୋଷିକା ଆଦି ସମସ୍ୟା ଦୂର ହୋଇଥାଏ। ସୁସ୍ଥ ତଥା ସୁନ୍ଦର ତ୍ବଚା ଲାଗି ଏହାର ରହିଛି ବିବିଧ ଉପଯୋଗିତା।

-ଗୋଟିଏ ପାତ୍ରରେ ମୁଲତାନି ମାଟି, ହଳଦୀ, ଚନ୍ଦନ ପାଉଡର ଓ ପାଣି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ୨୦ ମିନିଟ୍‌ ରଖନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ଲଗାଇଲେ ବିଭିନ୍ନ ଦାଗ ଆଦି ସମସ୍ୟା ଦୂର ହୁଏ।

-ମୁଲତାନି ମାଟିରେ ଦହି ଓ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ। ଅଧ ଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ। ୧୫ ଦିନରେ ଥରେ ଏହି ଫେସ୍‌ପ୍ୟାକ୍‌କୁ ବ୍ୟବହାର କରିବା ଉଚିତ।

-ପାଚିଲା ଅମୃତଭଣ୍ଡାକୁ ଭଲଭାବେ ଚକଟି ଦିଅନ୍ତୁ। ସେଥିରେ ମୁଲତାନି ମାଟି ଓ ଅଳ୍ପ ଗୋଲାପ ଜଳ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରନ୍ତୁ। ଏହାକୁ ମୁହଁରେ ୧୫-୨୦ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। କିଛିଦିନ ବ୍ୟବହାର କରିବା ପରେ ତ୍ବଚାରେ ନୂତନତା ଅନୁଭବ କରିବେ।

-ମୁଲତାନି ମାଟିକୁ ଅଣ୍ଡାର ଧଳା ଅଂଶ ସହ ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାନ୍ତୁ। ଏହା ଦ୍ବାରା ଏଜିଂ ସମସ୍ୟା କମ୍ ହୋଇଥାଏ।

-ଚନ୍ଦନ ପାଉଡରରେ ମୁଲତାନି ମାଟି, କ୍ଷୀର ଓ ନଡ଼ିଆ ତେଲ ମିଶାଇ ମୁହଁରେ ଲଗାନ୍ତୁ।

-ମୁଲତାନି ମାଟିରେ ଘିକୁଅଁାରୀ ମିଶାଇ ଲଗାଇଲେ ତାହା ମଏଶ୍ଚରାଇଜର ଭଳି କାମ କରିଥାଏ।

-ମୁଲତାନି ମାଟିରେ ଗ୍ଲିସେରିନ୍, ଲେମ୍ବୁ ରସ ଓ ଗୋଲାପ ଜଳ ମିଶାଇ ଲଗାନ୍ତୁ। ଏହା ମୁହଁର ଔଜଲ୍ୟ ବୃଦ୍ଧି କରେ।