silipalaforest fire - The Sakala

ଶିମିଳିପାଳ ଓ ରାଜ୍ୟର ଅନ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତାଧୀନ : ଫରେଷ୍ଟ ଟାସ୍କଫୋର୍ସ
ଭୁବନେଶ୍ବର : ଶିମିଳିପାଳ ସମେତ ରାଜ୍ୟରେ ଅନ୍ୟ ସମସ୍ତ ଜଙ୍ଗଲରେ ନିଆଁ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣରେ ରହିଛି। ଏନେଇ ଫରେଷ୍ଟ ଫାୟାର ଟାକ୍ସ ଫୋର୍ସ ସୂଚନା ଦେଇଛନ୍ତି। ଫରେଷ୍ଟ ସର୍ଭେ ଅଫ ଅଣ୍ଡିଆ( FSI)ର ଆଲର୍ଟ ଆନୁଯାୟୀ ରାଜ୍ୟରେ ଥିବା ଜଙ୍ଗଲରେ ନିଆଁ ପ୍ରାୟତଃ ନାହିଁ ବୋଲି ସୂଚନା ଦେଇଛନ୍ତି ଫରେଷ୍ଟ ଟାସ୍କଫୋର୍ସ ।

ଏଥି ସହିତ ଆଗକୁ ଗ୍ରୀଷ୍ମ ପ୍ରବାହ ଥିବାରୁ ବନାଗ୍ନିର ଆଶଙ୍କା ଅଧିକ ରହିଛି। କ୍ଷେତ୍ର ଅଧିକାରୀଙ୍କୁ ବନାଗ୍ନିର ପ୍ରସାର ରୋକିବାକୁ ସତର୍କ ରହିବାକୁ ନିର୍ଦେଶ ଜାରି କରାଯାଇଛି। ଜିଲା ପ୍ରଶାସନର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓଙ୍କୁ ପରାମର୍ଶ ଦିଆଯାଇଛି। ଅଗ୍ନିଶମ ଅଧିକାରୀଙ୍କ ସହ ୨୫ଜଣ ସଦସ୍ୟ ନିଆଁ ଲିଭା କାର୍ଯ୍ୟରେ ସକ୍ରିୟ ଅଛନ୍ତି। ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟଙ୍କ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଦୃଷ୍ଟିଗୋଚର ହୋଇନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ତୁରନ୍ତ ଏବଂ ସକ୍ରିୟ ପଦକ୍ଷେପ ଓ ସ୍ଥାନୀୟ ସମ୍ପ୍ରଦାୟ ଜନସାଧାରଣଙ୍କର ବିଶେଷ ଓ ସମସ୍ତ ପ୍ରକାର ନିରନ୍ତର ସହାୟତା ଓ ସହଯୋଗ ଯୋଗୁଁ ରାଜ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତାଧୀନ ଏବଂ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିଛି। ତଥାପି, ଆଗାମୀ ଗ୍ରୀଷ୍ମ ପ୍ରବାହ ହେତୁ ଆରମ୍ଭ ହେବାକୁ ଥିବା ତାପମାତ୍ରାରେ ବୃଦ୍ଧି ସହତି ଅଧିକ ବନାଗ୍ନିର ଭୟ ଥିବା ଆଶଙ୍କାକୁ ବିଚାର କରି କ୍ଷେତ୍ର ଅଧକାରୀମାନଙ୍କୁ ସେମାନଙ୍କ ଅଞ୍ଚଳରେ ବନାଗ୍ନିର ପ୍ରସାରକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ସତର୍କ ଓ ସଚେତନ ହେବାକୁ ନିର୍ଦେଶ ଦିଆଯାଇଛି। ଅଗ୍ନି ପ୍ରଶମନ କ୍ଷେତ୍ରରେ ନିରନ୍ତର ସହାୟତା ତଥା ଅଗ୍ନି ପ୍ରଶମନ ଏବଂ ପରିଚାଳନାରେ ସ୍ଥାନୀୟ ସମ୍ପ୍ରଦାୟ/ଭିଏସ୍‌ଏସ୍‌ ଇଡିସି ଏବଂ ପିଆର୍‌ଆଇ ଅନୁଷ୍ଠାନଗୁଡିକୁ ଏକୀଭୂତ ସହଯୋଗ ନିମେନ୍ତ, ଜିଲା ପ୍ରଶାସନ ସହତି ନିରନ୍ତର ଯୋଗାଯୋଗରେ ରହିବାକୁ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓ ମାନଙ୍କୁ ପରାମର୍ଶ ଦିଆଯାଇଛି।

ପିସିସିଏଫ୍‌ କାର୍ଯ୍ୟାଳୟର ଏଫ୍‌ଆଇଟିଜିସି ସେଲ୍ ମାଧ୍ୟମରେ ରାତ୍ରି ପାଟ୍ରୋଲିଂ ସମେତ କ୍ଷେତ୍ର ଅଧିକାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪ ଘଣ୍ଟିଆ ତଦାରଖ କରାଯାଉଛି । ବିଟ୍-ଗାର୍ଡଙ୍କ ସହ ସମସ୍ତ ସ୍ତରର ବନକ୍ଷେତ୍ର କମଚାରୀଙ୍କୁ ଏଫ୍‌ଏସ୍‌ଆଇ, ଡେରାଡୁନ୍‌ରୁ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା(ଫରେଷ୍ଟଫାୟାର୍ ପଏଣ୍ଟ୍)ଗୁଡ଼ିକୁୁ ଅବିଳମ୍ବେ ନିର୍ବାପିତ କରବା ସହିତ ବିହିତ କାର୍ଯ୍ୟାନୁଷ୍ଠାନର ତଥ୍ୟ ଓ ଫଟୋ ସେମାନଙ୍କୁ ପ୍ରଦତ୍ତ ପଞ୍ଜୀକୃତ ମୋବାଇଲ୍ ମାଧ୍ୟମରେ ଅପ୍‌ଲୋଡ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି, ଯାହାକି ମୁଖ୍ୟାଳୟ ଦ୍ୱାରା ଅଗ୍ନି ପ୍ରସ୍ତୁତିର ଅନଲାଇନ୍‌ ମନିଟରିଂ ପାଇଁ ସହାୟକ ହେବ। କ୍ଷେତ୍ର ଅଧିକାରୀମାନଙ୍କର ଏ ବାବଦରେ ମଳିଥିବା ପ୍ରତିକ୍ରିୟା ୯୫% ରୁ ଅଧିକ । ଏଫ୍‌ଏସ୍‌ଆଇ ଆଲର୍ଟ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ୍ରମାଗତ ଅଗ୍ନି ଘଟଣା ପ୍ରାୟତଃ ନାହିଁ।

ରାଜ୍ୟରେ ଅଗ୍ନି ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ ଭାବରେ ଚିହ୍ନଟ ହୋଇଥବା ବନାଗ୍ନି ପ୍ରବଣ ଏବଂ ବନାଗ୍ନି ପ୍ରାବଲ୍ୟ ଅଞ୍ଚଳରେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତ୍ତିଭୂମିକୁ ପ୍ରଭାବଶାଳୀ ଭାବରେ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରି ନିୟୋଜିତ କରାଯାଉଅଛି । ଅଗ୍ନିଶମ ଅଧିକାରୀଙ୍କ ସହ ୨୫ ଜଣ ସଦସ୍ୟ ଥିବା ୮ଟି ଓଡିଆର୍‌ଏଏଫ୍‌ ଦଳ ଜଙ୍ଗଲ କମର୍ଚାରୀଙ୍କ ସହତି ଜଙ୍ଗଲରେ ନିଆଁ ଲିଭାଇବାରେ ସକ୍ରିୟ ଅଛନ୍ତି । କେନ୍ଦ୍ରରୁ ଆସିଥିବା ଦଳ, ସେମାନଙ୍କର ଶିମିଳିପାଳ ଏବଂ କୁଲଡିହା ଅଭୟାରଣ୍ୟ ପରିଦର୍ଶନ ପରେ ଆଜି ସ୍ଥାନୀୟ ବନକ୍ଷେତ୍ର ଅଧିକାରଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦଶର୍ନ କରିଛନ୍ତି ଏବଂ ସୋମବାର ସରକାରଙ୍କ ସହ ଏହି ବିଷୟରେ ଆଲୋଚନା କରିବେ। ରାଜ୍ୟ ସରକାର/ଟାସ୍କ ଫୋର୍ସ କ୍ରମାଗତ ଭାବେ ତଦାରଖ କରିବା ସହ କ୍ଷେତ୍ର ଅଧିକାରୀଙ୍କ ସହିତ ବନାଗ୍ନି ସମୀକ୍ଷା କରୁଛନ୍ତି, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସଛି।

ଶିମିଳିପାଳ ଜଙ୍ଗଲରେ ନିଆଁ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ : ୧୪୦୦ ପଏଣ୍ଟରେ ନିଆଁ ଲାଗିଥିଲା, କୌଣସି ଜୀବଜନ୍ତୁଙ୍କର କ୍ଷତି ହୋଇନାହିଁ
ଭୁବନେଶ୍ବର : ଶିିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରୁଥିବା ବେଳେ ମୁହଁ ଖୋଲିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ ଆଜି ଏନେଇ ମନ୍ତବ୍ୟ ଦେଇ କହିଛନ୍ତି ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା । ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି । ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ୪୦ ଗାଡିକୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାର ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁରେ  ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆହୁରି ମଧ୍ୟ କହିଛନ୍ତି ଯେ ଫେବୃଆରୀ ୧୫ରୁ ଜୁନ୍ ୧୫ ଯାଏଁ ଥିବା ସମୟକୁ ଅଗ୍ନି ଋତୁ ବୋଲି କୁହାଯାଏ । ଏହି ସମୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥାଏ। ଚଳିତ ବର୍ଷ ତାପମାତ୍ରା ଅଧିକ ରହୁଥିବାରୁ ନିଆଁ ବ୍ୟାପକ ହୋଇଥିଲା। ଜଙ୍ଗଲରେ ନିଆଁ ଲାଗିବା ପରେ  ଏହାକୁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି ।

ରାଜ୍ୟରେ ଯେଉଁ ନିଆଁ ଲାଗିଛି ତାକୁ ଅନୁଧ୍ୟାନ କରିବା ପାଇଁ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଟାସ୍କ ଫୋର୍ସ ଗଠନ କରାଯାଇଛି।  ସେମାନଙ୍କ ମଧ୍ୟରେ ଡେରାଡୁନ ଏବଂ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି। ଜଙ୍ଗଲ ନିଆଁର ସମୀକ୍ଷା କରିବା ସହିତ ତାହାର କାରଣ ଓ ନିରାକରଣ ଦିଗରେ ଟାସ୍କଫୋର୍ସ ପଦକ୍ଷେପ ନେବ। ଅତ୍ୟାଧୁନିକ ପ୍ରକ୍ରିୟାରେ ନିଆଁକୁ କିଭଳି ଲିଭା ଯାଇପାରିବ ଓ ନିଆଁ ଲାଗିବାର କାରଣ ଖୋଜିବେ । ଏହା ସହିତ ପ୍ରତିଦିନ ଅପରାହ୍ନରେ ଟାସ୍କଫୋର୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯିବ।