Opposition Leader - The Sakala

ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଲେ ଯେ, ବିଜୁ ବାବୁ ଚାରିଟେବୁଲ କାମ ପାଇଁ ଜଣାଶୁଣା ଥିଲେ । ୩୦ ବର୍ଷ ବୟସରେ ସେ ବିଜ୍ଞାନର ପ୍ରଚାରପ୍ରସାର ପାଇଁ କଳିଙ୍ଗ ଯୁନେସ୍କୋ ପୁରସ୍କାର ଦାନ କରିଥିଲେ । ସେ ନିଜ ଜୀବନରେ ଅନେକ ଭଲ କାମ କରିଛନ୍ତି । ମୁଁ, ମୋ ଭାଇ ଓ ଭଉଣୀ କଟକ ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଦାନ କରିଥିଲୁ । ଯେବେ ମୁଁ ମୁମ୍ବାଇ ଯାଇଥିଲି ବେକ ଅପରେସନ ପାଇଁ, ତା ପୂର୍ବରୁ ପ୍ରଥମେ ମୁଁ ଦିଲ୍ଲୀ ଯାଇଥିଲି । ସେଠି ଅନେକ ବଡ଼ ବଡ଼ ଓକିଲ ଓ CA ଙ୍କୁ ଭେଟିଥିଲି । ମୁଁ ବିଜୁ ବାବୁଙ୍କ ନାଁରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲି । ଏହି ଟ୍ରଷ୍ଟ ଓଡ଼ିଶାବାସୀଙ୍କ ହିତ ପାଇଁ ଖୋଲିଲି । ମୋ ନିଜ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥ ରାଶିରୁ ଟ୍ରଷ୍ଟ ଆରମ୍ଭ କଲି । ବିଜେଡି କି ଦଳୀୟ ପାଣ୍ଠି ସହ ଏହାର କିଛି ସମ୍ପର୍କ ନାହିଁ । ମିଡ଼ିଆ negative story କରୁଥିବାରୁ, ମୁଁ ଏହି ସ୍ପଷ୍ଟୀକରଣ ରଖିଲି ।

ଏଥିସହ ସେ ଆହୁରି ବି କହିଛନ୍ତି କି, ମୁଁ ପୁଣି କହୁଛି, ମୁଁ କଟକ SCB ହସ୍ପିଟାଲ ଯାଇଥିଲି । ଅଧିକ ଲୋକ ମଲେ । ମୋ ସରକାର ସମୟରେ ଘରୋଇ ହସ୍ପିଟାଲରେ ନିଆଁ ଲାଗିଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଲେ । ହେଲେ ସରକାରୀ ହସ୍ପିଟାଲରେ ନିଆଁ ଲାଗିଲା । ବିଜେପି ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା କରାଇ ଦେଲେନି । ଏହା ଚିନ୍ତାଜନକ, ରାଜ୍ୟର ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ ସରକାର ପଦକ୍ଷେପ ନେବା କଥା ।

ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ
ଭୁବନେଶ୍ୱର: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ଜାରି ରହିଥିବାବେଳେ ସେଠାରେ ଫସିରହିଛନ୍ତି ଅନେକ ଓଡ଼ିଆ ଲୋକ । ଯୁଦ୍ଧ ପ୍ରଭାବିତ ଦେଶରୁ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଉଭୟ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନବୀନ କହିଛନ୍ତି ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ ସମଗ୍ର ଦୁନିଆରେ ପଡ଼ିଛି। ବିଶେଷ କରି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଫସି ରହିଛନ୍ତି ବହୁ ଭାରତୀୟ । ସେଥିରେ ଅନେକ ଓଡ଼ିଆ ମଧ୍ୟ ସାମିଲ୍ ଅଛନ୍ତି । ଫସିଥିବା ଓଡ଼ିଆଙ୍କୁ କେମିତି ସ୍ଵଦେଶ ଫେରାଇ ଅଣାଯିବ ସେ ନେଇ ପଦକ୍ଷେପ ନେବାକୁ ତଥା କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସେ କହିଛନ୍ତି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଓଡିଶାର ଅନେକ ଲୋକ ଫସି ରହିଛନ୍ତି । ଯେଉଁଥିରେ ପ୍ରବାସୀ ଶ୍ରମିକ, ବୃତ୍ତିଗତ, ଛାତ୍ର, ପର୍ଯ୍ୟଟକ ସାମିଲ ଅଛନ୍ତି। ବିମାନ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଅନେକ ଲୋକ ଗୁରୁତର ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିପଦରେ ଅଛି । ସେମାନେ ଜରୁରୀ ସହାୟତା ପାଇଁ ଦେଶକୁ ଚାହିଁ ରହିଛନ୍ତି।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ଏଥିପାଇଁ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ସରକାରରେ ଶୁଣିବାକୁ କେହି ନାହିଁ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରବିବାର ଶଙ୍ଖ ଭବନରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସମାବେଶକୁ ଉଦ୍‌ଘାଟନ କରି ନବୀନ କହିଛନ୍ତି, ବିଜୁ ଜନତା ଦଳ ମା’ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତୀକରଣରେ ବିଶ୍ୱାସ କରେ। ଅନ୍ୟ ଦଳମାନଙ୍କ ପରି  ଲୋକଦେଖାଣିଆ କାମ କରେ ନାହିଁ। ମା’ମାନଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତୀକରଣ ପାଇଁ  ବିଜେଡି ପ୍ରତିବଦ୍ଧତାର ସହ କାମ କରୁଛି। ବିଜେଡି ସରକାର ମା’ମାନଙ୍କ କଲ୍ୟାଣ ପାଇଁ  ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା’ମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିଥିଲା। ମା’ମାନେ ହେଉଛନ୍ତି ବିଜେଡିର ନୀତି ଓ ଆଦର୍ଶର ବାର୍ତ୍ତାବହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମାଜର ବୃହତ୍ତର ବିକାଶରେ ମହିଳାମାନଙ୍କ ଗୁରୁତ୍ୱକୁ ବିଜୁ ବାବୁ ଭଲ ଭାବରେ ବୁଝିଥିଲେ ଏବଂ ସେ ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବରେ ବିଜୁବାବୁ ହିଁ ଥିଲେ ସାରା ଦେଶରେ ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ। ମା’ମାନଙ୍କ ପ୍ରକୃତ ସଶକ୍ତୀକରଣ  ସହ ମା’ମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିଜେଡିର ଲଢେ଼ଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବଢ଼ୁଥିବା ମହିଳା ହିଂସା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିବା ସହ କେତେଦିନ ଏମିତି ଚାଲିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ସକାଳେ ଏକ୍ସ ଯୋଗେ ନବୀନ ଉଲ୍ଲେଖ କରିଛନ୍ତି ଯେ, ମା’ଙ୍କ ପରିଚୟ ‘ମିଶନ ଶକ୍ତି’। ଲକ୍ଷ ଲକ୍ଷ ମା’ଙ୍କ ସମୃଦ୍ଧି ଓ ସୁରକ୍ଷାର ଭରସା ‘ମିଶନ ଶକ୍ତି’। ଦୀର୍ଘ ୨୫ବର୍ଷର ଯାତ୍ରାରେ ଅଗଣିତ ମା’,ଭଉଣୀଙ୍କ ଜୀବନରେ ଏହା ପରିବର୍ତ୍ତନ ଆଣିଛି, ସେମାନଙ୍କୁ ବିକାଶରେ ସମଭାଗୀ କରିଛି। ହାଣ୍ଡିଶାଳରୁ ବାହାର କରି ଦୁନିଆ ଦେଖାଇଛି। ମା’ମାନଙ୍କ ବିକାଶ ପାଇଁ ‘ମିଶନ ଶକ୍ତି’ ଆମ ସଂକଳ୍ପକୁ ମଜଭୁତ କରିଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନାରୀ ନେତ୍ରୀ ମାନେ ଉଦ୍‌ବୋଧନ ଦେଇଥିଲେ।

ନବୀନ ନିବାସରେ ୯ ବିଜେଡି ବିଧାୟକ; ଲୋକଙ୍କ ସମସ୍ୟାର ସମାଧାନ ଲାଗି ନବୀନଙ୍କ ପରାମର୍ଶ
ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡିର ୯ ଜଣ ବିଧାୟକ।  ଏହି ଅବସରରେ ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜଭୁତ କରିବା ସହ  ସାଧାରଣ ଲୋକଙ୍କ ସମସ୍ୟାର ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ  ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି।    ଏହି ସାକ୍ଷାତ ସମୟରେ ଶ୍ରୀ ପଟ୍ଟନାୟକ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିଛନ୍ତି। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ  ଦେଇଛନ୍ତି।  ଏହି ଅବସରରେ ବିଧାୟିକା ମନୋରମା ମହାନ୍ତି , ନିରଞ୍ଜନ ପୂଜାରୀ, ଅଶ୍ୱିନୀ ପାତ୍ର, ବ୍ରଜକିଶୋର ପ୍ରଧାନ, ବ୍ୟୋମକେଶ ରାୟ, ସଂଜୀବ ମଲ୍ଲିକ, ଚକ୍ରମଣି କହଁର, ଗୌତମ ବୁଦ୍ଧ  ଦାସ ଓ ମାଧବ ଧଡ଼ା  ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ସୋମବାର ମଧ୍ୟ ବିଭିନ୍ନ ନିର୍ବାଚନମଣ୍ଡଳୀର ୧୦ ବିଜେଡି ବିଧାୟକ ନବୀନଙ୍କୁ ସାକ୍ଷାତ କରିଥିଲେ।

ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇଯାଉଛି ରାଜ୍ୟର ରାଜଧାନୀ ଭୁବନେଶ୍ୱର: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟରେ ମହିଳା ଶିଶୁ ଅତ୍ୟାଚାର ଓ ହିଂସା ମାମଲା ବଢ଼ି ବଢ଼ି ଚାଲିଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରୁ ନାହାନ୍ତି। ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରେ ଦୁଷ୍କର୍ମ, ଅସଦାଚରଣ ପରି ଉଦ୍‌ବେଗଜନକ ଘଟଣା ସାମ୍ନାକ ଆସୁଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟର ରାଜଧାନୀ ଭୁବନେଶ୍ୱର ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ୁଛି; ନାରୀ ହିଂସା ବୃଦ୍ଧି ଯୋଗୁଁ ଓଡ଼ିଶା କଳଙ୍କ ମୁଣ୍ଡାଉଛି ବୋଲି ଉଲ୍ଲେଖ କରି ବିଜେପି ସରକାର କେବେ ଚେତିବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ। ସମାଜିକ ଗଣମାଧ୍ୟମ ଏକ୍ସରେ  ନବୀନ କହିଛନ୍ତି ଯେ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରେ ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ। ରାଜ୍ୟରେ ଆଇନଶୃଙ୍ଖଳା କୁଆଡେ଼ ଯାଉଛି?  ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି। ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କରୁଛନ୍ତିି। ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି। ତେଣୁ ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।

ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପ୍ରଶଂସା: କୋଭିଡ ସମୟରେ ନବୀନ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା
ଭୁବନେଶ୍ବର: କୋଭିଡ ପରି ମହାମାରୀ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । ରାଜସ୍ବ ସେବା ପ୍ରଦାନରେ ନବୀନଙ୍କ ନେତୃତ୍ବକୁ ସ୍ବୀକାର କରିଛନ୍ତି ବର୍ତ୍ତମାନର ବିଜେପି ସରକାର । କୋଭିଡ ସମୟରେ ମଧ୍ୟ ନବୀନ ପଟ୍ଟନାୟକ ଯୋଗାଇଥିଲେ ନିରବଚ୍ଛିନ୍ନ ରାଜସ୍ୱ ସେବା । ଗୃହରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଭାବେ ଉତ୍ତର ଦେଇ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି, ତତ୍କାଳୀନ ରାଜ୍ୟ ସରକାର କୋଭିଡ୍-୧୯ ମହାମାରୀ କାରଣରୁ ସଂକ୍ରମଣ ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରାଜସ୍ଵ ସେବା ପ୍ରଦାନକୁ ବ୍ୟାହତ ନକରି ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିଥିଲେ । ବିଜେଡି ସରକାର ରାଜସ୍ଵ ରଥ କାର୍ଯ୍ୟକ୍ରମ ପ୍ରଣୟନ କରିଥିଲେ । ଏହି ରାଜସ୍ଵ ରଥ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ନିଜ ଘରେ ବସି ମଧ୍ୟ ଜମିପଟ୍ଟା ତଥା ବାସସ୍ଥାନ, ଆୟ, ଜାତିଗତ ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ଇତ୍ୟାଦି ପ୍ରଦାନ କରାଯାଉଥିଲା । ଜନସାଧାରଣଙ୍କୁ ତହସିଲ କାର୍ଯ୍ୟାଳୟ କିମ୍ବା ଜନସେବା କେନ୍ଦ୍ରକୁ ଯିବାକୁ ପଡୁ ନଥିଲା ।

ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ସଡକ ପରିବହନମନ୍ତ୍ରୀ ନୀତିନ୍‌ ଗଡକାରୀ, ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ବୁଦ୍ଧିଜୀବୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି ‘ ବିଜୁ ବାବୁଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରୁଛି। ଓଡ଼ିଶାର ବିକାଶ ଏବଂ ଲୋକଙ୍କୁ ସଶକ୍ତୀକରଣ କରିବାରେ ତାଙ୍କର ଅବଦାନକୁ ଆମେ ସବୁଦିନ ପାଇଁ ମନେ ପକାଉଛୁ। ସେ ଜରୁରୀକାଳୀନ ପରିସ୍ଥିତିର ଦୃଢ଼ ବିରୋଧ କରି ଗଣତାନ୍ତ୍ରିକ ଆଦର୍ଶ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ଦେଖାଇଥିଲେ।

Remembering Biju Babu on his birth anniversary. We fondly recall his contribution towards Odisha’s development and empowering people. He was also staunchly committed to democratic ideals, strongly opposing the Emergency.

— Narendra Modi (@narendramodi) March 5, 2025

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ‘ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦି ଷ୍ଟେଟସମ୍ୟାନ୍, ବିଜୁପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।’

Hon'ble Governor, Shri @DrHariBabuK has paid his heartfelt tributes to the former Chief Minister of Odisha, The Statesman, #BijuPatnaik on his birth anniversary. pic.twitter.com/Zm8J1zISCI

— Governor Odisha (@GovernorOdisha) March 5, 2025

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି‘ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ।’

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ। pic.twitter.com/tRTRXFLE6u

— Mohan Charan Majhi (@MohanMOdisha) March 5, 2025

ଅନ୍ୟପଟେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।

ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ… pic.twitter.com/2TaPmXX2Jl

— Naveen Patnaik (@Naveen_Odisha) March 5, 2025

ସେପଟେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୀତିନ ଗଡକାରୀ ଟ୍ବିଟ୍ କରି ଲେଖିଛନ୍ତି ‘ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।

Humble homage to the freedom fighter and former Chief Minister of Odisha Biju Patnaik ji on his birth anniversary.🙏🏻#BijuPatnaik pic.twitter.com/uZMDKd2l8l

— Nitin Gadkari (@nitin_gadkari) March 4, 2025

ଖୁବ୍‌ଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର: ନିକଟ ଭବିଷ୍ୟତରେ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲା ବୁଲିବେ। ଏନେଇ ଖୁବ୍‌ଶୀଘ୍ର କାର୍ଯ୍ୟସୂଚୀ ତିଆରି ହେବ। ନବୀନ ଜିଲ୍ଲା ବୁଲିଲେ ସଂଗଠନ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମିଳା କହିଛନ୍ତି ଯେ ବିଜେଡି ରାଜ୍ୟର ଏକ ନମ୍ବର ଥିଲା ଏବଂ ଏକ ନମ୍ବର ହୋଇ ରହିବ। ବ୍ଲକ୍‌ ଅଧ୍ୟକ୍ଷମାନଙ୍କୁ ହଟାଇବା ପାଇଁ ସେମାନଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିଜେପି ଚକ୍ରାନ୍ତ କରୁଛି। ଯେଉଁମାନେ ଆମ ଦଳରୁ ବିଜେପିକୁ ଯାଇଛନ୍ତି, ସେମାନେ କ’ଣ ପାଇଛନ୍ତି, ସେନେଇ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ବିଜେପିରେ ଏବେ ଅଧିକ ବିଶୃଙ୍ଖଳା। ଜଣେ ମନ୍ତ୍ରୀ ଅନ୍ୟ ଏକ ବିଭାଗ କଥା କହୁଛନ୍ତି। ତାଙ୍କ ଦଳ ଭିତରେ ପ୍ରବଳ ବିଭ୍ରାଟ ଥିବା ବେଳେ ଆମ ଦଳକୁ ଭାଙ୍ଗିବାକୁ ସେମାନେ କରୁଥିବା ଚକ୍ରାନ୍ତରେ ସଫଳ ହେବେନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ଜଗନ୍ନାଥଙ୍କ ଜମି ପ୍ରସଙ୍ଗରେ ମଧ୍ୟ ଶ୍ରୀମତୀ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯିଏ ଜଗନ୍ନାଥ ଜମି ଜବରଦଖଲ କରିଛନ୍ତି, ତାକୁ ମୁକ୍ତ କରିବାକୁ କେହି ମନା କରିନାହାନ୍ତି। ସେହିପରି କର୍ପସ ପାଣ୍ଠିରେ ନୀତିକାନ୍ତି ନେଇ ଆଇନ ମନ୍ତ୍ରୀଙ୍କ ବୟାନର କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା। ତାଚ୍ଛଲ୍ୟ କରି ସେ କହିଛନ୍ତି ଯେ ମନ୍ଦିରରେ ନୀତିକାନ୍ତି ଚାଲିଛି, ବନ୍ଦ ହୋଇନାହିଁ। ବୋଧେ ଏ ସରକାର ନୀତିକାନ୍ତିକୁ ବି ରଙ୍ଗ ଓ ନାଁ ପରି ବଦଳା‌ଇଦେବେ। ଏମିତି ରଙ୍ଗ ବଦଳିରେ ପାଞ୍ଚବର୍ଷ ପଳେଇବ, ମାତ୍ର କିଛି କାମ କରିପାରିବେ ନାହିଁ ବୋଲି ପ୍ରମିଳା କହିଛନ୍ତି।

ଅଭ୍ୟାସଗତ ଆଇନ ଉଲ୍ଲଘଂନକାରୀ ଜୟନାରାୟଣଙ୍କୁ ସବୁ ମହଲରେ ନିନ୍ଦା..
ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ କଳଙ୍କିତ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନେତା କାହାକୁ ବଳିଯିବେ ନାହିଁ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଗୋଟିଏ ପରେ ଗୋଟିଏ କୁତ୍ସିତ ଅଧ୍ୟାୟ ଆରମ୍ଭ କରୁଛନ୍ତି। ସମ୍ବଲପୁରରେ ଆନ୍ଦୋଳନ ନାମରେ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେପରି ଭାବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ ତଥା ଅସଦାଚରଣ କଲେ ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବିଶେଷକରି ଶ୍ରୀ ମିଶ୍ର ଯେପରି ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି ତାହା ସମଗ୍ର ଓଡ଼ିଶାକୁ ଲଜ୍ଜିତ କରୁଛି ବୋଲି ମତପ୍ରକାଶ ପାଇଛି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅପରାଧିକ କାର୍ଯ୍ୟକଳାପର ତାଲିକା ବେଶ୍‌‌ ଲମ୍ବା। ପ୍ରତିବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ପୁଲିସ ନିର୍ଦ୍ଦେଶକୁ ବେଖାତିର କରି ମାରଣାସ୍ତ୍ର ଧରି ପ୍ରଦର୍ଶନ କରିବା ନେଇ ଶ୍ରୀ ମିଶ୍ର ଅନେକ ହଙ୍ଗାମା କରିଛନ୍ତି। ତେବେ ପୁଲିସ ଉପରେ ତାଙ୍କର ସତେ ଯେପରି ବଡ଼ ରାଗ ରହିଛି। ଖଣ୍ଡା ବୁଲାକୁ ବିରୋଧ କରିବାରୁ ଶ୍ରୀ ମିଶ୍ର ଜିଲ୍ଲା ଏସ୍‌‌ପିଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ବରଗଡ଼ ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ଏବଂ ତାଙ୍କ ସମର୍ଥକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ମାମଲାରେ ଶ୍ରୀ ମିଶ୍ର ଛନ୍ଦି ହୋଇଛନ୍ତି। ୨୦୨୦ ମସିହାରେ ଜୁଲାଇ ମାସରେ କୋଭିଡ୍‌‌ ନିୟମ ଭଙ୍ଗ କରି ଶୋଭାଯାତ୍ରା କରିବା ଅଭିଯୋଗରେ ଶ୍ରୀ ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୧୬ ମସିହାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ କାର୍‌‌କେଡ୍‌‌କୁ ପିଛା କରୁଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ ଅଟକାଇବାରୁ ସେ ହୀରାକୁଦ ଥାନା ଆଇଆଇସି ତୋଫାନ ବାଗ୍‌‌ଙ୍କୁ ଠେଲାପେଲା କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ୨୦୧୩ରେ ଜଣେ ଡିଏସ୍‌‌ପିଙ୍କୁ ଅସଦାଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ମଧ୍ୟ ଶ୍ରୀ ମିଶ୍ର ଏବଂ ତାଙ୍କ ସମର୍ଥକଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଗତବର୍ଷ ଜଣେ ତହସିଲଦାରଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାରୁ ତାଙ୍କ ନାମରେ ମାମଲା ରହିଛି।

କେବଳ ବାହାରେ ନୁହେଁ; ବିଧାନସଭା ଭିତରେ ବି ଶ୍ରୀ ମିଶ୍ର ହଙ୍ଗାମା କରିବାର ଅନେକ ନଜିର ରହିଛି। ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଜଣେ ପୁଲିସ କର୍ମଚାରୀ ଅଭିଯୁକ୍ତ ହେବା ପରେ ଶ୍ରୀ ମିଶ୍ର ସମଗ୍ର ପୁଲିସ ବିଭାଗକୁ ନିନ୍ଦିତ କରିବା ସହ ନିଜ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଫେରାଇ ଦେଇଥିଲେ। ସମଗ୍ର ପୁଲିସ ପ୍ରଶାସନ ପ୍ରତି ଏହା ଅପମାନ ହୋଇଥିବାରୁ ରାଜ୍ୟ ସିପାହୀ ସଂଘ ବିରୋଧୀ ଦଳ ନେତାଙ୍କୁ ତୀବ୍ର ଭର୍ତ୍ସନା କରିବା ସହିତ କ୍ଷମା ପ୍ରାର୍ଥନା ଦାବି କରିଥିଲା। ଏସବୁ ଘଟଣା ପୁଲିସ୍‌‌ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ତାଙ୍କର ଅସମ୍ମାନ ତଥା ଅସହିଷ୍ଣୁତାକୁ ସ୍ପଷ୍ଟ କରୁଛି ବୋଲି ମତ ପ୍ରକାଶ ପାଇଛି।

ପିନାକୀ ମିଶ୍ର, ଲୋକସଭା ସାଂସଦ

ହତ୍ୟା ମାମଲାରେ ଜେଲ୍‌‌ରୁ ମୁକୁଳିବା ପରେ ବିଜେପି ନେତା ଜୟନାରାୟଣ ମିଶ୍ର ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। କିନ୍ତୁ ଆଜି ଜଣେ କର୍ତ୍ତବ୍ୟରତ ମହିଳା ଅଧିକାରୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ କରି ସେ ସବୁ ସୀମାକୁ ଟପି ଯାଇଛନ୍ତି। ଏପରି ଲଜ୍ଜାଜନକ କାର୍ଯ୍ୟ ପାଇଁ ଓଡ଼ିଶାବାସୀ ରାଜ୍ୟ ବିଜେପିକୁ କଦାପି କ୍ଷମା ଦେବେ ନାହିଁ।

ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟସଭା ସାଂସଦ, ବିଜେଡି ସାଧାରଣ ସମ୍ପାଦକ

ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅମାନୁଷିକ ଭାବେ ଆକ୍ରମଣ କରିବା ଏବଂ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ସଭ୍ୟ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କର ଏପରି ଆଚରଣ ଗଣତନ୍ତ୍ର ତଥା ଓଡ଼ିଶା ପ୍ରତି ଘୋର ଅପମାନ। ଶାନ୍ତିପ୍ରିୟ ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କିରବେ ନାହିଁ। ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜୟନାରାୟଣଙ୍କ ଅପରାଧିକ ଘଟଣାରେ ସାଥ୍ ଦେଉନି ନିଜ ଦଳ । ରାଜ୍ୟବ୍ୟାପୀ ଆକ୍ରୋଶ ଏବଂ ଆନ୍ଦୋଳନ ପରେ ମୁହଁ ଖୋଲିଛନ୍ତି ବିଜେପି ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗଣତନ୍ତ୍ରରେ ଏପରି କାର୍ଯ୍ୟ ଶୋଭନୀୟ ନୁହେଁ । ମହିଳା ଆଇଆଇସିଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାକୁ ନେଇ ଧର୍ମେନ୍ଦ୍ର ନିନ୍ଦା କରିଛନ୍ତି । ଗଣତନ୍ତ୍ରରେ ହିଂସା କଦାପି ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ପ୍ରଫୁଲ ଘଡେଇ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା

ଯିଏ ବିରୋଧ ଦଳ ନେତା ପଦରେ ଅଭିସିକ୍ତ ହେଉଛନ୍ତି । ସିଏ ପ୍ରଥମେ ନିଜ ପଦ ପର୍ଯ୍ୟାଦା ରଖନ୍ତୁ । ଜଣେ ମହିଳାଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ଘୃଣ୍ୟ । ଲୋକପ୍ରତିନିଧି ନିଜ ଆଚରଣ ଓ ଉଚ୍ଚାରଣକୁ ଧ୍ୟାନ ଦେବା ଉଚିତ । ପ୍ରଶାସନ କର୍ମକର୍ତ୍ତାଙ୍କ ସହ ଲୋକପ୍ରତିନିଧି କାର୍ଯ୍ୟ କରିବା ଦରକାର । ଯାହାଦ୍ୱାରା ଗଣତନ୍ତ୍ର ମଜଭୁତ ହୋଇଥାଏ । କିନ୍ତୁ ଜଣେ ବିରୋଧି ଦଳ ନେତା ଏଭଳି ଆଚରଣ କରିବା ସ୍ମୃହଣୀୟ ନୁହେଁ । ହିଂସାତ୍ମକ ପ୍ରଥା ଆପଣାଇବା, ଥାପଡ ମାରିବା, ଧମକ ଦେବା, ଅଭ୍ରଦ ଭାଷାରେ ଗାଳି କରିବା ଆଦି ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ ଘଡ଼େଇ ।

ଡକ୍ଟର ସସ୍ମିତ ପାତ୍ର, ରାଜ୍ୟସଭା ସାଂସଦ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେପରି ଭାବେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କଲେ, ତାହା ସମଗ୍ର ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଓଡ଼ିଶା ବିଜେିପି ନେତାମାନଙ୍କର ମହିଳାଙ୍କ ପ୍ରତି କ’ଣ ଏହି ସମ୍ମାନ? ଅନ୍ତତଃ ଜଣେ ଜଣେ ରାଜନେତା ଭାବେ ମହିଳାମାନଙ୍କୁ ସମ୍ମାନ କରିବା ଶିଖନ୍ତୁ।

ଡକ୍ଟର ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ

ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଯେଉଁ ଆଚରଣ ପ୍ରଦର୍ଶନ କଲେ ତାହା ମହିଳାମାନଙ୍କ ପ୍ରତି ରାଜ୍ୟ ବିଜେପି ନେତାଙ୍କ ମନୋଭାବକୁ ଉଜାଗର କରୁଛି। ଅନେକ ଅପରାଧରେ ଜଡ଼ିତ ଜୟନାରାୟଣଙ୍କ ଠାରୁ ରାଜ୍ୟବାସୀ ଆଉ ଅଧିକ କ’ଣ ଆଶା କରିବେ?

ଶିଶିର ଗମାଙ୍ଗ, ବିଆର୍‌‌ଏସ୍‌‌ ନେତା

ରାଜ୍ୟ ବିଜେପି ନାରୀଙ୍କୁ ସମ୍ମାନ ଦେବା ଶିଖିନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ପୋଲିସ ଅଧିକାରୀଙ୍କ ପ୍ରତି ଏଭଳି ଆଚରଣ ଅଶୋଭନୀୟ। ବିଜେପି ବେଟି ବଚାଓ, ବେଟି ପଢ଼଼ାଓ ନାରା ଦେଉଛି। ହେଲେ ବାସ୍ତବରେ ଏସବୁ କେବଳ ଅଭିନୟ। ଦଳର ଜଣେ ବରିଷ୍ଠ ଓ ଦାୟିତ୍ୱସମ୍ପନ୍ନ ନେତା ଏଭଳି ଆଚରଣ ଦଳର ବାସ୍ତବ ଅଭିମୁଖ୍ୟକୁ ସ୍ପଷ୍ଟ କରିଛି। ସେହିଭଳି ଏହି ପ୍ରସଙ୍ଗରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। କେନ୍ଦ୍ର ବିଜେପି ମଧ୍ୟ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ।

ତାରା ପ୍ରସାଦ ବାହିନୀପତି, ବିଧାୟକ, କଂଗ୍ରେସ

ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଜୟନାରାୟଣ ମିଶ୍ର ଜଣେ ବରିଷ୍ଠ ନେତା ଓ ରାଜ୍ୟର ବିରୋଧୀ ଦଳ ନେତା। ସେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର କରିବା ଆଦୌ ଗ୍ରହଣୀୟ ନୁହେଁ। ବିଜେପି ଦଳର ନେତାମାନେ ଅଭ୍ୟାସଗତ ଭାବେ ନାରୀଙ୍କୁ ଅସମ୍ମାନିତ କରିଥାଆନ୍ତି। ଏଭଳି ଘଟଣା ଗଣତନ୍ତ୍ରକୁ ଲଜ୍ଜିତ କରିଛି।

ନିଶିକାନ୍ତ ମହାପାତ୍ର, ଆପ୍‌‌ ନେତା

ଜୟନାରାୟଣ ମିଶ୍ରଙ୍କ ପାଇଁ ଏହି ଘଟଣା ନୁହେଁ। ଅସମ୍ମାନିତ କରିବା ଓ ହିଂସା ସପକ୍ଷରେ ମାହୋଲ ସୃଷ୍ଟି କରିବାରେ ସେ ସର୍ବଦା ଆଗରେ ରହିଥାଆନ୍ତି। କେବଳ ଜୟନାରାୟଣ ମିଶ୍ର ଏଭଳି କାର୍ଯ୍ୟକଳାପ ପାଇଁ ଦାୟୀ ନୁହଁନ୍ତି। ବିଜେପି ସର୍ବଦା ଆକ୍ରମଣ ମନୋଭାବ ନେଇ ରହୁଛି। ରାଜ୍ୟରେ ନିଜ ରାଜନୈତିକ ସ୍ଥିତି ସୁଧାରିବା ପାଇଁ ଆକ୍ରମଣ କରାଯାଉଛି। ତେବେ ଶ୍ରୀ ମିଶ୍ର ଏଭଳି ଦୁର୍ଭାଗ୍ୟଜନକ କାର୍ଯ୍ୟ ପାଇଁ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ।

ରବି ବେହେରା, ସଭାପତି, ସମାଜବାଦୀ ପାର୍ଟି

ଗଣତନ୍ତ୍ରରେ ଏହା ଏକ ଲଜ୍ଜାଜନକ ଘଟଣା। ଶ୍ରୀ ମିଶ୍ର ଜଣେ ବରିଷ୍ଠ ରାଜନେତା ହୋଇ ଅନ୍ୟମାନଙ୍କ ପାଇଁ ଭଲ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ। କିନ୍ତୁ ସେ ଏହାର ବିପରୀତ କାର୍ଯ୍ୟ କରୁଛନ୍ତି।

ସୂର୍ଯ୍ୟମଣି ତ୍ରିପାଠୀ, ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ

ମୁଁ ମୋ ଜୀବନକାଳ ମଧ୍ୟରେ କୌଣସି ରାଜନେତାଙ୍କର ଏପରି ଆଚରଣ ଦେଖି ନାହିଁ। ଜଣେ ପୁଲିସ କର୍ମଚାରୀ ଆଇନ୍‌‌ଶୃଙ୍ଖଳା ରକ୍ଷା କରିବା ପାଇଁ ଘଟଣାସ୍ଥଳରେ ଛିଡ଼ା ହୋଇଥାଏ। କିନ୍ତୁ ଜଣେ ରାଜନେତା ହୋଇ ତାଙ୍କୁ ଆକ୍ରମଣ କରିବା, ଥାନା ପୋଡ଼ି ଧମକ ଦେବା, ଅଶାଳୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ।

ବିରୋଧୀ ଦଳ ନେତା ହେଲେ ଜୟନାରାୟଣ ମିଶ୍ର, ଘୋଷଣା କଲେ ବିଜେପି ରାଜ୍ୟ ସହପ୍ରଭାରୀ
ଭୁବନେଶ୍ୱର: ବିରୋଧୀ ଦଳ ନେତା ହେଲେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର। ବିଜେପି ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା ହୋଇଛି । ବିଜେପିର ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏନେଇ ଘୋଷଣା କରିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି । ଯେଉଁଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁ ନାହାନ୍ତି। ଦିଲ୍ଲୀରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ସମ୍ୱଲପୁର ବିଧାୟକ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ଭାବେ ବିଜେପି ଘୋଷଣା କରିଛି।

ଅନ୍ୟପକ୍ଷରେ ନୂଆ ଦାୟିତ୍ୱ ପାଇବା ପରେ ଜୟନାରାୟଣ ରାଜ୍ୟ ବିଜେପି ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ଏହି ଗୁରୁଦାୟିତ୍ବକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପୂରଣ କରିବି । ସମ୍ବଲପୁରରରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ଜୟନାରାୟଣ ମିଶ୍ର । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ନବୀନ ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ସେହିପରି ପିଏସି କମିଟି ଅଧ୍ୟକ୍ଷ ହେବେ ମୋହନ ମାଝୀ । ବିରୋଧୀ ଦଳର ମୁଖ୍ୟ ସଚେତକ ଅଛନ୍ତି ମୋହନ ମାଝୀ ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଇସଲାମାବାଦ : ଆତଙ୍କବାଦୀକୁ ରାଷ୍ଟ୍ରନୀତି କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ବିରୋଧୀ ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ମଙ୍ଗଳବାର ସଂସଦରେ ଏହା ଆଗତ ହୋଇଛି। ଏହି ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଶହେ ସାଂସଦଙ୍କ ସ୍ବାକ୍ଷର ରହିଛି। ପାକିସ୍ତାନ ସମ୍ବିଧାନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଉପରେ ୬୮ ସଦସ୍ୟଙ୍କ ସ୍ବାକ୍ଷର ଆବଶ୍ୟକ ହୋଇଥାଏ। ବାଚସ୍ପତି ଅସଦ କୈସର ଆଗାମୀ ଦୁଇରୁ ସାତ ଦିନ ମଧ୍ୟରେ ଏହି ପ୍ରସ୍ତାବ ଉପରେ ମତଦାନ କରିବେ।

ପାକିସ୍ତାନ ସଂସଦରେ ୩୪୨ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ପାରିତ ହେବା ପାଇଁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏହା ପୂର୍ବରୁ ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଇସ୍ତଫା ଦେବା ପାଇଁ ଇମ୍ରାନ ୨୪ ଘଣ୍ଟା ସମୟ ଦେଇଥିଲେ। ସେ ଇମ୍ରାନଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର କାଠ କଣ୍ଡେଇ କହିଥିଲେ। ବିଲାୱଲ ଭୁଟ୍ଟୋ ଜରଦାରୀ ଏକ ରାଲିରେ କହିଥିଲେ ଯେ ଇମ୍ରାନ ଖାନ ଦେଶର କ୍ଷମତାଠାରୁ ତିନି ଗୁଣ ଅଧିକ ରୁଣ ଆଣିବାକୁ ଭିକ ମାଗିଛନ୍ତି। ଆର୍ଥିକ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ଲୋକ ସେମାନଙ୍କ ନୀତିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।

ଇମ୍ରାନ ଖାନ ଏବଂ ତାଙ୍କ ସରକାର ୨୪ ଘଣ୍ଟାରେ ଇସ୍ତଫା ଦିଅନ୍ତୁ, ନଚେତ ଗଣତାନ୍ତ୍ରିକ ଉପାୟରେ ତାଙ୍କୁ ପଦରୁ ହଟାଇ ଦିଆଯିବ। ଅନ୍ୟପକ୍ଷରେ ଇମ୍ରାନ ସଂସଦରେ ଏହି ପ୍ରସ୍ତାବ କାଟ ଖାଇବା ନେଇ ଭରସା କରିଛନ୍ତି। ସେ କହିଛନ୍ତି ଯେ ସହଯୋଗୀ ଦଳ ମତ ବଦଳାଇଲେ ମେଣ୍ଟ ସରକାର ଭାଙ୍ଗିଯିବ। ଗଣତାନ୍ତ୍ରିକ ସରକାରରେ ଏହା ଅସମ୍ଭବ ମଧ୍ୟ ନୁହେଁ। କିନ୍ତୁ ଦେଶର ଶକ୍ତିଶାଳୀ ସେନା ତାଙ୍କ ସହ ରହିଛି। ସରକାର ଭାଙ୍ଗିବନି ବୋଲି ସେ ଆଶାବାଦୀ ଅଛନ୍ତି। ପ୍ରସ୍ତାବ ଖାରଜ ହେବାପରେ ବିରୋଧୀ ଏହାର ଫଳ ଭୋଗିବେ। କାରଣ ଲୋକେ ବିରୋଧୀଙ୍କୁ ସମର୍ଥନ କରୁନାହାନ୍ତି।