Elephant - The Sakala
ଶିଖରଚଣ୍ଡୀରେ ବୁଲୁଛନ୍ତି ଦନ୍ତା ହାତୀ, ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଲା ବନ ବିଭାଗ
ଭୁବନେଶ୍ୱର: ହାତୀ ପାଇଁ ଶିଖରଚଣ୍ଡୀ ବନ୍ଦ । ଶିଖରଚଣ୍ଡୀ ମନ୍ଦିର ପାହାଡ଼ ଉପରକୁ ପ୍ରବେଶ ମନା। ପ୍ରବେଶ ଉପରେ ଅଙ୍କୁଶ ଲଗାଇଲା ବନ ବିଭାଗ। ଗତ ୩ ଦିନ ହେବ ଦୁଇଟି ବଡ଼ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡ ଉପରେ ଡେରା ପକାଇଛନ୍ତି। ପାହାଡ଼ ଉପରେ ରହି ଗଛ ଡାଳ ପତ୍ର ଖାଇ ଘୁରି ବୁଲୁଛନ୍ତି। ସେପଟେ ହାତୀ ଦୁଇଟି ଉପରେ ନଜର ରଖିବା ପାଇଁ ଚନ୍ଦକା ଏସିଏଫ ସଂଗ୍ରାମ ମହାନ୍ତିଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇ ହାତୀଙ୍କ ଗତିବିଧି ଉପରେ ସତର୍କ ନଜର ଦିଆଯାଉଛି।
ଅନ୍ୟପଟେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ବର୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପାହାଡ଼ ଉପରେ ବଣଭୋଜି ଚାଲୁଛି। ତେବେ ପାହାଡ଼ ଉପରେ ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ପାହାଡ ଉପରକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ ସମ୍ମୁଖରେ ବନ କର୍ମଚାରୀ ଓ ଇନଫୋସିଟି ଥାନା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରଯାଉଛି। ପାହାଡ଼ ଉପରକୁ କାହାରିକୁ ଯିବାକୁ ବାରଣ କରାଯାଉଛି ।
ମା’ ପ୍ରେମ ଏମିତି...ନବଜାତ ହାତୀ ଶବକୁ ଜଗି ରହିଲା ମା’
ବାରିପଦା: ଜନ୍ମ ହେଲା ପରେ ଛୁଆ ହାତୀର ମୃତ୍ୟୁ ହୋଇଛି । କିନ୍ତୁ ମା' ଏହାକୁ ଗ୍ରହଣ କରିବାକୁ ନାରାଜ । ମଲା ଛୁଆକୁ ଛାଡି ଯାଉନାହିଁ ମା' ହାତୀ । ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ବନାଞ୍ଚଳରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ଘଟିଛି। ବ୍ରାହ୍ମଣଗାଁ ନିକଟ ସାତଭାୟା ଜଙ୍ଗଲରେ ଶାବକଟି ଜନ୍ମ ହେବାର ଦିନେ ନ ହେଉଣୁ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ଶାବକର ମୃତ୍ୟୁ ପରେ ମା’ ହାତୀଟି ମୃତଦେହ ପାଖରେ ଜଗି ରହିଥିଲା।
କିଛି ଦିନ ଧରି ବ୍ରାହ୍ମଣଗାଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ୧୨ ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ଶିମିଳିପାଳ ପାଦଦେଶର ସାତଭାୟା ଜଙ୍ଗଲରେ ମାଈହାତୀଟି ବିଲ ମଝିରେ ଏକ ହାତୀ ଶାବକକୁ ଜନ୍ମ ଦେଇଥିଲା। ତେବେ ହାତୀ ଶାବକଟି ଦୁର୍ବଳ ଥିବାରୁ ମା’ ହାତୀ ଓ ଅନ୍ୟ ହାତୀ ତା’ର ସୁରକ୍ଷା ପାଇଁ ଜଗି ରହିଥିଲେ। ହେଲେ ଶାବକଟି କିଛି ଘଣ୍ଟା ପରେ ବୁଧବାର ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲା। କିନ୍ତୁ, କାଳେ ଛୁଆ ପୁଣି ଜୀବିତ ହେବ, ସେହି ଆଶା ନେଇ ମା’ ହାତୀ ଦୀର୍ଘ ସମୟ ଧରି ଜଗି ରହିଥିଲା। ଖବର ପାଇ ବନ ବିଭାଗର ଏକ ଟିମ୍‌‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ହାତୀ ନିକଟକୁ ଯାଇ ପାରିନଥିଲେ। ଗୁରୁବାର ସକାଳୁ ବନ ବିଭାଗ ମା’ ହାତୀକୁ ଦୂରେଇବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତଦେହରୁ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ନିମନ୍ତେ ଓୟୁଏଟିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପୋତି ଦିଆଯିବ ବୋଲି ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
ଆଜି ବିଶ୍ୱ ହସ୍ତୀ ଦିବସ; ଓଡ଼ିଶା ଦନ୍ତାଙ୍କୁ ପେଟ ଚିନ୍ତା, ଓଡ଼ିଶା ଦନ୍ତାଙ୍କୁ ପେଟ ଚିନ୍ତା
ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ଅନୁପାତରେ ହାତୀମାନଙ୍କ ସଂଖ୍ୟା ସମାନୁପାତିକ ରହିଛି। ମାତ୍ର ଦିନକୁ ଦିନ ହାତୀ-ମଣିଷ ଲଢେ଼ଇ ଓ କ୍ଷୟକ୍ଷତି ବିଶେଷଜ୍ଞଙ୍କୁ ଅଧିକ ଚିନ୍ତିତ କରିଛି। ହାତୀ-ମଣିଷ ଲଢେ଼ଇ ଯୋଗୁଁ ପ୍ରତି ବର୍ଷ ଶତାଧିକ ଲୋକଙ୍କ ଜୀବନ ଯାଉଛି। ବର୍ତ୍ତମାନ ରାଜ୍ୟର ପ୍ରାୟ ସବୁ ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଉପଯୋଗୀ ସାମଗ୍ରୀର ଅଭାବ ରହିଥିବା ଜଣାପଡ଼ିଛି। ଯାହାଫଳରେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତୀ ମୁହାଁ ହେଉଛନ୍ତି ଓ ହାତୀ-ମଣିଷ ଲଢେ଼ଇ ବୃଦ୍ଧି ପାଉଛି। ସାଧାରଣତଃ ଗୋଟିଏ ହାତୀ ଦିନକୁ ୧ କୁଇଣ୍ଟାଲ୍‌ରୁ ଦେଢ଼ କୁଇଣ୍ଟାଲର ଖାଦ୍ୟ ଓ ୨୦୦-୨୫୦ ଲିଟର ପାଣି ଆବଶ୍ୟକ କରିଥାଏ। ମାତ୍ର ଜଙ୍ଗଲରେ ହାତୀମାନଙ୍କୁ ଏତେ ପରିମାଣରେ ଆଉ ଖାଦ୍ୟ ପଦାର୍ଥ ମିଳିପାରୁ ନ ଥିବାରୁ ସେମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି ଓ କ୍ଷେତ କିମ୍ବା ଜନବସତି ମୁହାଁ ହେଉଛନ୍ତି। ଏହି ସମୟରେ ହାତୀ-ମଣିଷଙ୍କ ମଧ୍ୟରେ ଘମାଘୋଟ୍‌ ଲଢେ଼ଇ ହେଉଛି ଓ ଏଥିରେ ଲୋକଙ୍କ ଜୀବନ ଯାଉଛି। ହାତୀମାନେ ମୁଖ୍ୟତଃ ଶିଆଳି, ଡିମ୍ବିରି, କୁମ୍ଭୀ, ତାଳ, ଆମ୍ବ ଓ ପଣସ ଭଳି ଖାଦ୍ୟ ଖାଉଥିବା ବେଳେ ବାଉଁଶକୁ ପ୍ରମୁଖ ଖାଦ୍ୟ ଭାବେ ଖାଇଥାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବାଉଁଶ ମିଳୁଥିଲା। ହେଲେ ଏବେ ଜଙ୍ଗଲରେ ହାତୀଙ୍କୁ ଖାଇବା ପାଇଁ ଆବଶ୍ୟକୀୟ ପରିମାଣରେ ବାଉଁଶ ବି ମିଳୁ ନଥିବା ଅଭିଯୋଗ ହୋଇଛି। ଯାହାପାଇଁ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟାଭାବ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ହାତୀଙ୍କ ଖାଦ୍ୟାଭାବ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଯେହେତୁ ଧାନ ଚାଷ ସମୟରେ ହାତୀମାନେ କ୍ଷେତ ମୁହାଁ ହେଉଛନ୍ତି, ତେଣୁ ଜଙ୍ଗଲ ମଧ୍ୟରେ ଥିବା ଖାଲି ସ୍ଥାନଗୁଡ଼ିକରେ ଧାନ ଚାଷ କରିବାକୁ ମୁଖ୍ୟମନ୍ତ୍ରୀ ଜଙ୍ଗଲ ବିଭାଗକୁ ପରାମର୍ଶ ଦେଇଛନ୍ତି। ଏହା କେତେ ଫଳପ୍ରଦ ହେବ ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ରାଜ୍ୟରେ ଯେତିକି ହାତୀ ରହିବା କଥା ସେହି ତୁଳନାରେ ହାତୀଙ୍କ ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୂର୍ବତନ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଯେତିକି ହାତୀ ରହିବା କଥା, ତାହାର ସଂଖ୍ୟା ଅଧିକ ରହିଛି। ଏହାସହିତ ହାତୀମାନଙ୍କର ଯେଉଁ କରିଡ଼ର ଥିଲା, ତାହା ପ୍ରଭାବିତ ହୋଇଥିବାରୁ ହାତୀମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ହାତୀଙ୍କ ଜନ୍ମହାର ରୋକିବା ଉପରେ ବିଶେଷଜ୍ଞ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ଇଂଜେକ୍ସନ ସହିତ କିଛି କିଛି ସ୍ଥାନରେ କ୍ୟାମ୍ପ କରି ଯୁବ ହାତୀମାନଙ୍କୁ ରଖିଦେବା ଆବଶ୍ୟକ। ଏହା ବ୍ୟତୀତ କରିଡୋରର ପୁନରୁଦ୍ଧାର ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଶ୍ରୀ ନନ୍ଦ କହିଛନ୍ତି। ସୂଚନା ଥାଉ କି ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ୨,୦୯୮ ହାତୀ ରହିଛନ୍ତି। ୨୦୧୭ରେ ଏହି ସଂଖ୍ୟା ୧,୯୩୮ ରହିଥିଲା। ନୂଆ ଗଣତିରେ ୧,୦୩୦ ମାଈ, ୪୭୪ ପୁରୁଷ ଏବଂ ୫୯୪ ଛୁଆ ହାତୀ ଚିହ୍ନଟ ହୋଇଛନ୍ତି। ଏନ୍‌ସିଏଫ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଥିଲା ଯେ ଓଡ଼ିଶାର ଜଙ୍ଗଲର ୧୭୦୦-୧୮୦୦ ହାତୀ ରହି ପାରିବେ।
ହିନ୍ଦୋଳରେ ଆଉ ଜଣଙ୍କୁ ଦଳି ମାରିଦେଲା ହାତୀ
ଢେଙ୍କାନାଳ: ଢେଙ୍କାନାଳ ହିନ୍ଦୋଳରେ ପୁଣି ଜଣେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା। ମହାଲୁଣ୍ଡା ପଞ୍ଚାୟତ ଟାଙ୍ଗୀଶାଳ ଗାଁରେ ଜଣେ ଚାଷୀ ଧାନବିଲ ଦେଖିବାକୁ ଗତକାଲି ସନ୍ଧ୍ୟା ବେଳେ ଯାଇଥିଲେ। ସେ ଘରକୁ ନଫେରିବାରୁ ଆଜି ସକାଳୁ ଘର ଲୋକେ ଖୋଜା ଖୋଜି କରିବା ପରେ ଗାଁ ପୋଖରୀ ନିକଟରେ ତାଙ୍କ ମୃତଦେହ ଠାବ କରିଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଆଉ ଏକ ମଇଁଷିକୁ ମଧ୍ୟ ମାରିଦେଇଛି ଦନ୍ତା। ମୃତକ ହେଉଛନ୍ତି ସୁଧାକର ସାମଲ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିନ୍ଦୋଳରେ ଚଳିତ ସପ୍ତାହରେ ଚାରି ଜଣଙ୍କୁ ମାରିଦେଲାଣି ଦନ୍ତା। ପୁଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଶବକୁ ପୋଷ୍ଟ ମଟମ ପାଇଁ ପଠାଇଛନ୍ତି। ଦୁଇ ଦିନ ତଳେ ହାତୀ ୩ ଜଣଙ୍କୁ ମାରିବା ଘଟଣାରେ ଜଣେ ଫରେଷ୍ଟର ଏବଂ ହିନ୍ଦୋଳ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା।
ଚାଷୀଙ୍କୁ ନାକେଦମ କଲାଣି ୧୦ ଟିକିଆ ହାତୀ ପଲ
ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡ଼ଭଙ୍ଗା ପଂଚାୟତର ବେତରଜଙ୍ଗ, ନନ୍ଦପୁର ଓ ମାନପୁର ଆଦି ଗ୍ରାମର ଚାଷୀ ମାନେ ରାତିରେ ଉଜାଗର ରହି ୧୦ ଟିକିଆ ହାତୀପଲକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସେମାନଙ୍କୁ ନାକେଦମ ହବାକୁ ପଡୁଛି। ତେବେ ଶନିବାର ଦିନ ଠାରୁ ଲଗାତର ଭାବେ ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ବର୍ଷ ଯାକର ଧାନ କଟା ହୋଇ ଗଦା ହୋଇଥିବା ସ୍ଥାନକୁ ବିକ୍ଷିପ୍ତ ଭାବରେ ନଷ୍ଟ କରିଥିବାରୁ ଦ୍ୱିଗୁଣିତ ଦୁଃଖ ପ୍ରଦାନ କରିଛି। ଏପରିକି କଦଳୀ କାନ୍ଧି ଓ ଗଛ ଗୁଡ଼ିକ ନଷ୍ଟ କରୁଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ସହ ପ୍ରତିକାର ସ୍ୱରୂପ କ୍ଷତି ପୂରଣ ଦାବୀ ପ୍ରଦାନ କରିବାକୁ ଜୋର ଧରିଛି।
ଗତ ଦୁଇ ଦିନ ତଳେ ଅଦିନିଆ ଲଘୁଚାପ ବର୍ଷା ଜନିତ ବର୍ଷାରେ ଅମଳ ଧାନ ଫସଲ ଗଜା ହେବା ସମସ୍ୟାଟି ସରି ନଥିବା ବେଳେ ଅତର୍କିତ ଭାବେ ହାତୀ ଗୁଡିକର ଆଗମନରେ କ୍ଷୟକ୍ଷତି ହେଉଥିବା ବେଳେ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଥିରେ ବେତରଜଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ କଦଳୀ ଗଛ ସହ କାନ୍ଧି, ସଞ୍ଜୟ ଭଞ୍ଜ, ଗୋଲକ ବିହାରୀ ସାମନ୍ତରାୟ, ରାମଚନ୍ଦ୍ର ସ୍ଵାଇଁ, ସର୍ବେଶ୍ଵର ବଳିୟାରସିଂହ, ମହେଶ୍ୱର ସୁବୁଦ୍ଧି, ଛବି ନାୟକ, ଦାସ ନାୟକ, କାହ୍ନୁ ଚରଣ ନାୟକ, ଅଧିକାରୀ ନାୟକ ଓ ବାନାମ୍ବର ଜୟସିଂହ କ୍ଷତିଗ୍ରସ୍ତ ହୋଇଥିବାର ସ୍ଥାନୀୟ ଅଂଚଳର ଜନସାଧାରଣ ଜଣାଇଛନ୍ତି। ତେବେ ରଣପୁର ବନାଞ୍ଚଳ ଅଧିକାରୀ ପୂର୍ବାହ୍ନରେ ପହଂଚି କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଜମି ତଦନ୍ତ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ପଡେ଼ାଶୀଙ୍କ ପାଇଁ ଦହଗଞ୍ଜ ହେଉଛି ଓଡ଼ିଶା। କିଏ ସୀମା ମାଡ଼ି ଗଲାଣି, କିଏ ପାଣି ବନ୍ଦ କଲାଣି । କିଏ ଆଳୁ ବନ୍ଦ କରୁଛି, କିଏ ପୁଣି ଅଣ୍ଡା-କୁକୁଡ଼ା ବାରଣ କରୁଛି। ଏତିକି ବେଳକୁ ପଡେ଼ାଶୀ ରାଜ୍ୟର ହାତୀ ବି ଓଡ଼ିଶାରେ ଅଦଉତି କରୁଛନ୍ତି। ପଶ୍ଚିମବଙ୍ଗ ଓ ଝାରଖଣ୍ଡୀ ହାତୀପଲ ଓଡ଼ିଶାର ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ସହ ଅନୁଗୋଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଧାନ କ୍ଷେତକୁ ଛିନଛତ୍ର କରି ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ ଅମଳ ସମୟ। ପାଚିଲା ଧାନ କିଆରିରେ ହାତୀ ପଲ ପଶି କ୍ଷେତ ଉଜାଡ଼ୁଛନ୍ତି। ମୟୂରଭଞ୍ଜର ବେତନଟୀରେ ୧୦ ଦିନ ଧରି ହାତୀ ଉପଦ୍ରବ ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ବର୍ଷକ ଆହାର ଉଜୁଡ଼ି ଯାଇଛି। ଏହା ବ୍ୟତୀତ ବଣୁଆ ହାତୀଙ୍କ ହିଂସ୍ର ଆଚରଣ ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।
ପ୍ରତିବର୍ଷ ମୁଖ୍ୟତଃ ଏହି ସମୟରେ ଓଡ଼ିଶାକୁ ପଡେ଼ାଶୀ ରାଜ୍ୟକୁ ହାତୀପଲ ପ୍ରବେଶ କରୁଛନ୍ତି। ୨୦୨୩-୨୪ ରାଜ୍ୟରେ ପଡେ଼ାଶୀ ରାଜ୍ୟର ହାତୀ ପଲର ଉପଦ୍ରବ ଯୋଗୁଁ ୧୨୦୬୭ ଏକର ଚାଷ ଜମିର ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦୨୨-୨୩ରେ ୧୨୫୮୯ ଓ ୨୦୨୧-୨୨ରେ ୧୩୬୩୦ ଏକର ଚାଷ ଜମି ପ୍ରଭାବିତ ହୋଇଛି। ରାଜ୍ୟ ବନ ବିଭାଗ ପକ୍ଷରୁ ଯଦିଓ ଏଥିପାଇଁ କ୍ଷତିପୂରଣର ବ୍ୟବସ୍ଥା ରହିଛି, ମାତ୍ର ତାହା ପର୍ଯ୍ୟାପ୍ତ ହେଉନାହିଁ। ଅନ୍ୟପକ୍ଷରେ ସାଧାରଣ ଲୋକଙ୍କ ଆଗରେ ସେମାନଙ୍କ କଷ୍ଟ ଅର୍ଜିତ ଫସଲ ନଷ୍ଟ ହୋଇଯାଉଥିବାରୁ ଏହାକୁ ସେମାନେ ସହ୍ୟ କରିପାରୁ ନାହାନ୍ତି। ଅନେକ ସ୍ଥାନରେ ହାତୀଙ୍କୁ ଘଉଡ଼ାଇବାକୁ ଯାଇ ଚାଷୀଙ୍କର ପ୍ରାଣ ମଧ୍ୟ ଯାଉଛି। କେବଳ ଧାନ ଫସଲ ନୁହେଁ;ଅନେକ ସ୍ଥାନରେ ରବି ଫସଲ ମଧ୍ୟ ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେଉଛି। ଫସଲ କ୍ଷେତ୍ରରେ ହାତୀ ୧୦ ପ୍ରତିଶତ ଶସ୍ୟ ଖାଉଥିବା ବେଳେ ଦଳାଚକଟି୯୦% ଫସଲ ନଷ୍ଟ କରୁଛନ୍ତି । ଏହାସହିତ ଅନେକ ସ୍ଥାନରେ ହାତୀପଲ ଘରଦ୍ୱାର ବି ଭାଙ୍ଗୁଥିବା ନଜରକୁ ଆସୁଛି। ପ୍ରତି ବର୍ଷ ଏହି ସମୟ ଆସିଲେ ହାତୀଙ୍କ ଉପଦ୍ରବ ବଢ଼ୁଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ହୋଇପାରୁ ନାହିଁ। ରାଜ୍ୟରେ ହାତୀଙ୍କ ସୁରକ୍ଷା ଓ ହାତୀଙ୍କ ଦାଉରୁ ଧନଜୀବନ ସୁରକ୍ଷା ପାଇଁ ଗଜବନ୍ଧୁ, ଗଜସାଥୀ ଭଳି ଯୋଜନା ରହିଛି। ଏଥିରେ ସ୍ଥାନୀୟ ଯୁବକମାନଙ୍କୁ ଯୋଡ଼ି ହାତୀ ଓ ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ହେଲେ ଫସଲ ଅମଳ ସମୟରେ ଏସବୁର ନିଷ୍ଫଳ ରହୁଥିବା ଦେଖିବାକୁ ମିଳୁଛି।
ଏ ସମ୍ପର୍କରେ ‘ସେଭ୍‌ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ’ର ଟ୍ରଷ୍ଟି ଜିତଶତ୍ରୁ ମହାନ୍ତି କହିଛନ୍ତି ଯେ ଏହି ସମୟରେ ମୁଖ୍ୟତଃ ପଡେ଼ାଶୀ ରାଜ୍ୟରୁ ଓଡ଼ିଶାକୁ ଅଧିକ ହାତୀ ଆସୁଛନ୍ତି। ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଲୋକେ ହାତୀଙ୍କୁ ନିଆଁହୁଳା ଦେଖାଇବା ସହ ହାତୀଙ୍କ ଉପରକୁ ଫିଙ୍ଗୁଥିବାରୁ ସେମାନେ ଓଡ଼ିଶା ମୁହାଁ ହେଉଛନ୍ତି। ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ନେଇ ପୂର୍ବ-କେନ୍ଦ୍ରୀୟ ଲ୍ୟାଣ୍ଡସ୍କେପ୍‌ ଗଠନ କରାଯାଇଛି। ଏହି ୩ ଟି ରାଜ୍ୟରେ ହାତୀମାନେ ବିଭିନ୍ନ ଅଞ୍ଚଳକୁ ଚଳପ୍ରଚଳ କରିଥାନ୍ତି। ତେବେ ଫସଲ ନଷ୍ଟ ହେବା ଏକ ଚିନ୍ତାର ବିଷୟ। ଏଥିପାଇଁ ହାତୀଙ୍କ ଯୋଗୁଁ ଜଙ୍ଗଲ ଭିତରେ ପ୍ରଚୁର ପରିମାଣରେ ଖାଦ୍ୟ ଉପଲବ୍ଧ କରାଇବା ଉଚିତ। ଜଙ୍ଗଲରେ ସଠିକ୍‌ ଖାଦ୍ୟ ରହିଲେ ହାତୀମାନେ ବିଭିନ୍ନ ରାଜ୍ୟକୁ ଚଳପ୍ରଚଳ ହେଲେ ମଧ୍ୟ ସେମାନେ ଜଙ୍ଗଲ ଭିତରେ ରହିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ସେହିପରି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି ଯେ ହାତୀଙ୍କ ଚଳପ୍ରଚଳରେ କୌଣସି ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। ପଡେ଼ାଶୀ ରାଜ୍ୟରୁ ଓଡ଼ିଶାକୁ ହାତୀ ଆସିଥାନ୍ତି, ଓଡ଼ିଶାରେ ରହୁଥିବା ହାତୀମାନେ ମଧ୍ୟ ଅନ୍ୟ ରାଜ୍ୟକୁ ଯାଇଥାନ୍ତି। ତେଣୁ ଲୋକେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଶ୍ରୀ ନନ୍ଦ କହିଛନ୍ତି।
ଦନ୍ତାହାତୀକୁ ଗୁଳି କରି ହତ୍ୟାପରେ ଦାନ୍ତ କାଢିନେଲେ ଶିକାରୀ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଳରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି।  ଗତକାଲି ଠାରୁ ହାତୀର ମୃତ୍ୟୁ  ଘଟିଥିବା ଜଣାପଡ଼ିଛି। ମୃତ ଦନ୍ତାର ଦାନ୍ତ କାଢି ନେଇଛନ୍ତି ଦୁର୍ବୃତ୍ତ। ତେବେ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ଗୋଟିଏ ଦାନ୍ତ ଶିକାରୀ କାଢି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତକାଲି ୧୨ ଟିକିଆ ହାତୀପଲ ସହ ଥିଲା ଏହି ଦନ୍ତା । ଘଟଣାସ୍ଥଳରେ ବଲାଙ୍ଗୀର ଡିଏଫଓଙ୍କ ସମେତ ବନବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ବନ ବିଭାଗ ସ୍କାନରରେ ଲୋନଲି ଟସ୍କର, ୩୦୦ରୁ ଅଧିକ ଦନ୍ତା ହାତୀ ମଧ୍ୟରୁ ୧୨ ଚିହ୍ନଟ
ଭୁବନେଶ୍ବର: ବନ ବିଭାଗ ସ୍କାନରରେ ରାଜ୍ୟର ଲୋନଲି ଟସ୍କର। ରାଜ୍ୟରେ ଥିବା ୩୦୦ରୁ ଅଧିକ ଦନ୍ତା ହାତୀ ମଧ୍ୟରୁ ଚିହ୍ନଟ ହୋଇଛନ୍ତି ଏଭଳି ୧୨ ଟସ୍କର। ଦନ୍ତା ହାତୀଙ୍କ ପ୍ରୋଫାଇଲିଂରୁ ୧୨ଟି ଲୋନଲି ଟସ୍କର ଚିହ୍ନଟ ହୋଇଛି। ରାଉରକେଲା, ବାରିପଦା, ଭୁବନେଶ୍ଵର ଓ ଅନୁଗୁଳ ଭଳି ୪ଟି ସର୍କଲରେ ଏଭଳି ୩ ଟି ଲେଖାଏଁ ଦନ୍ତା ହାତୀ ଚିହ୍ନଟ ହୋଇଛନ୍ତି, ଯେଉଁଗୁଡ଼ିକ ମଣିଷ ପାଇଁ ବିପଦପୂର୍ଣ୍ଣ ହେଉଛନ୍ତି ତଥା ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି । ସେଗୁଡ଼ିକୁ ଟ୍ରାଙ୍କୁଲାଇଜ କରି ରେଡ଼ିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବ।
ଯଦି ସେଥିରେ ସେମାନଙ୍କ ବ୍ୟବହାର ସୁଧାର ନ ଆସିଲା, ସେଗୁଡ଼ିକୁ ହାତୀ ସୁଧାର କେନ୍ଦ୍ରରେ ରଖି ସେମାନଙ୍କ ବ୍ୟବହାରରେ ସୁଧାର ଅଣାଯିବା ସହ ଜଙ୍ଗଲ ବିଭାଗର କାର୍ଯ୍ୟରେ ବ୍ୟବହାର କରାଯିବ। ଚନ୍ଦକାର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକାରେ ବୁଲୁଥିବା ମାଖନାକୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି। ଏମାନଙ୍କୁ ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ର କୁ ନିଆଯାଇଥିବ କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ସେହିପରି ଅନ୍ୟ ୯ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି, ତାହାର ରିପୋର୍ଟ ଡିଏଫଓମାନଙ୍କୁ ମଗାଯାଇଛି ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।
ବନ ବିଭାଗର ଚଢ଼ାଉ: ୨ ହାତୀଦାନ୍ତ ଜବତ, ୧୧ ଗିରଫ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବଡ଼ଗାଁରେ ବନ ବିଭାଗ ପକ୍ଷରୁ ଚଢାଉ। ଏହି ଚଢାଉରେ ତିନି କେଜି ଓଜନର ୨ଟି ହାତୀ ଦାନ୍ତ ଜବତ ହୋଇଛି। ହାତୀଦାନ୍ତର ଚୋରା କାରବାର କରୁଥିବା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ହାତୀଦାନ୍ତ ସହିତ ଦୁଇଟି ବାଇକ ଓ ୧୧ ଟି ମୋବାଇଲ ଫୋନ ଜବତ ହୋଇଛି। ଏ ନେଇ ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆହତ ହାତୀଛୁଆର ହେଲା ପ୍ରାଥମିକ ଚିକିତ୍ସା, ଅଧିକ ଚିକିତ୍ସା ପାଇଁ ଓୟୁଏଟି କିମ୍ବା ନନ୍ଦନକାନନ ହୋଇପାରେ ସ୍ଥାନାନ୍ତର
କେନ୍ଦୁଝର: ଗୁରୁତର ଆହତ ହାତୀ ଛୁଆକୁ ଶେଷରେ ପ୍ରାଥମିକ ଚିକିତ୍ସା କରିବାରେ କେନ୍ଦୁଝର ବନ ବିଭାଗ ସଫଳ ହୋଇଛି। ଗତ ଆଠଦିନ ହେବ ଆହତ ହାତୀ ଛୁଆକୁ ଚିକିତ୍ସା ପାଇଁ ଚେଷ୍ଟାକରି ବିଭାଗ ନୟାନ୍ତ ହୋଇପଡିଥିଲା। ଗୁରବାର ସକାଳୁ ସକାଳୁ ବହୁ ଚେଷ୍ଠା ପରେ ଦଳରୁ ହାତୀ ଛୁଆକୁ ଅଲଗା କରି ବନ ବିଭାଗ ସଫଳତା ପାଇଥିଲା। କେନ୍ଦୁଝର ଵନଖଣ୍ଡର ସଦର ରେଞ୍ଜ ବେଲଦା ପୋଟଳ ନିକଟସ୍ଥ ଜଙ୍ଗଲରେ ଏହି ଅପରେସନ ଚଳାଇଥିଲା ବନ ବିଭାଗ।
କିଛିଦିନ ପୂର୍ବରୁ ସଦର ରେଞ୍ଜ ଅଞ୍ଚଳର ବେଲଦା ମୈଦାନକେଲ ଜଙ୍ଗଲରେ ବୁଲୁଥିବା ୧୨ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ଛୋଟ ହାତୀ ଛୁଆର ଗୋଡ଼ରେ କ୍ଷତହୋଇ ଆହତ ହୋଇଥିବା ଦେଖାଯାଇଥିଲା। ହାତୀ ଛୁଆର ବୟସ ଆନୁମାନିକ ୨/୩ମାସ ହେବ ବୋଲି କୁହାଯାଉଛି। କିଛିଦିନ ପୂର୍ବରୁ ବନ ବିଭାଗର ମିନିଟରିଂବେଳେ ଉକ୍ତ ଅଞ୍ଚଳରେ ବୁଲୁଥିବା ୧୨ ଟିକିଆ ଦଳରୁ ହାତୀ ଛୁଆ ଆହତ ଥିବା ଜଣାପଡିଥିଲା। କିନ୍ତୁ ଛୁଆଟି ମା’ ସହିତ ହାତୀ ଦଳରେ ରହୁଥିବାରୁ ତା’ର ଚିକିତ୍ସା କରିବା ମୁସ୍କିଲ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହାତୀ ଛୁଆକୁ ଚିକିତ୍ସା ପରେ ହାତୀ ଦଳ ସାଙ୍ଗରେ ନେଇ ନପାରନ୍ତି, ଏହାକୁନେଇ ବନ ବିଭାଗ ଚିନ୍ତାରେ ଥିବାବେଳେ ହାତୀଛୁଆର ଚିକିତ୍ସା ନହେଲେ ତା’ର ଜୀବନ ପ୍ରତି ବିପଦ ଥିବାରୁ ବନ ବିଭାଗ ହାତୀ ଛୁଆକୁ ଚିକିତ୍ସା କରିବାକୁ ଅନେକ କସରତ ପରେ ଚିକିତ୍ସା କରିଛି।
ଛୋଟ ହାତୀକୁ ଟ୍ରଙ୍କୁଲାଇଜ କରିବା ବିପଦ ଥିବାରୁ ବନ ବିଭାଗ ସତର୍କତାର ସହିତ ପଦକ୍ଷେପ ନେଇଛି। ଵନବିଭାଗର ଡ଼ାକ୍ତରୀ ଦଳ,ପ୍ରାଣୀ ଚିକିତ୍ସା ଅଧିକାରୀ,ହାତୀ ସ୍କୁଆଡ଼,ବନ କର୍ମଚାରୀ ଆହତ ହାତୀ ଛୁଆର ଚିକିତ୍ସା କରିବାକୁ ଜଙ୍ଗଲରେ ଅନେକ ପରିଶ୍ରମ କରିଛନ୍ତି। ଗୁରୁବାର ସକାଳେ ହାତୀ ଛୁଆକୁ ଦଳରୁ ଅଲଗା କରିବାକୁ ଦ୍ରୋନ କ୍ୟାମେରାର ସହାୟତା ନେଇ ଚେଷ୍ଟା କରାଯାଇ ସଫଳତା ମିଳିଛି। ହାତୀ ଛୁଆକୁ ଦଳରୁ ଅଲଗା କରିବାପରେ ତା’ର ଆଗ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଡାକ୍ତରୀଦଳ ଦେଖିବାକୁ ପାଇଥିଲେ। ଭଣ୍ଡାର ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ, ଡବ୍ଲୁଟିଆଇର ପ୍ରାଣୀ ଚିକିତ୍ସା ଅଧିକାରୀ, ନନ୍ଦନକାନନରୁ ଆସିଥିବା ଏଲ ଆଇ, ଟ୍ରଙ୍କୁଲାଇଜ ବିଶେଷଜ୍ଞ, ମିଳିତ ଭାବେ ହାତୀ ଛୁଆର ପ୍ରାଥମିକ ଚିକିତ୍ସା କରିଛନ୍ତି। ନନ୍ଦନକାନନର ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ଡ଼ଃ ସରୋଜ ମିଶ୍ରଙ୍କର ଏଥିପାଇଁ ପରାମର୍ଶ ନିଆଯାଉଥିବା କେନ୍ଦୁଝର ଡି ଏଫ ଓ କହିଥିବାବେଳେ ଅଧିକ ଚିକିତ୍ସା ପାଇଁ ଆଜି ଆହତ ହାତୀ ଛୁଆକୁ ଭୁବନେଶ୍ୱର ଓୟୁଏଟି କିମ୍ବା ନନ୍ଦନକାନନ ସ୍ଥାନାନ୍ତର ବ୍ୟବସ୍ଥା ହେଉଥିବା ସୂଚନା ମିଳିଛି।
ରେଳ ଧକ୍କାରୁ ହାତୀଙ୍କୁ ସୁରକ୍ଷା ଦେବ ଆଇଡିଏସ୍‌‌, ଟ୍ରାକକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରି ଅଧିକାରୀଙ୍କୁ କରାଇବ ସତର୍କ
ଭୁବନେଶ୍ୱର: ପୂର୍ବତଟ ରେଳପଥ ଅଧୀନରେ ଥିବା ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଖୋର୍ଦ୍ଧା ରୋଡ୍‌‌ ଏବଂ ସମ୍ୱଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ୱେଦନଶୀଳ ସ୍ଥାନଗୁଡିକରେ କିପରି ହାତୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ ସେନେଇ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ପ୍ରାଥମିକ ପଦକ୍ଷେପ ସ୍ୱରୂପ ଟ୍ରେନ୍‌‌ ଧକ୍କା ହେତୁ ହାତୀଙ୍କ ମୃତ୍ୟୁ ରୋକିବା ପାଇଁ ପୂର୍ବତଟ ରେଳପଥ ହାତୀ ଗତିବିଧି ଅଞ୍ଚଳରେ ଇଣ୍ଟ୍ର୍ୟୁଜନ୍‌‌ ଡିଟେକସନ୍‌‌ ସିଷ୍ଟମ୍‌‌ (ଆଇଡିଏସ୍‌‌) ବା ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ ଆଧାରରେ ପୂର୍ବ ତଟ ରେଳପଥ ହାତୀମାନଙ୍କ ଜୀବନ ରକ୍ଷା ପାଇଁ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ଗ୍ରହଣ କରିଛି। ବର୍ତ୍ତମାନ, ହାତୀ ଚଳପ୍ରଚଳ ଓ ଯାତାୟାତ ଅଞ୍ଚଳ ଏବଂ ହାତୀ କରିଡରର ଭଳି ସମ୍ୱେଦନଶୀଳ ସ୍ଥାନରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ସ୍ଥାପନ ପାଇଁ ପୂର୍ବତଟ ରେଳପଥ ୭୯.୧୨ କୋଟି ଟଙ୍କା ମଞ୍ଜୁର କରିଛି। ପ୍ରଥମ ପର୍ଯ୍ୟାୟରେ ସମ୍ୱଲପୁର ଏବଂ ଖୋର୍ଦ୍ଧା ରୋଡ୍‌‌ ରେଳମଣ୍ଡଳ ଅଧୀନରେ ୬ଟି ରେଳ ସେକ୍ସନ ପ୍ରାୟ ୨୦୦ କିଲୋମିଟର ରେଳଧାରଣା କଡରେ ଏହି ପ୍ରଣାଳୀ କାର୍ଯ୍ୟକାରୀ କରାଇବାପାଇଁ ପଦକ୍ଷେପ ନିଆଯାଉଛି। ମାନେଶ୍ୱର-ବାମୁର, ତୁରେଇକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନାଦୀ ଓ ନର୍ଲା-ଥେରୁବାଲି ସମ୍ୱଲପୁର ରେଳମଣ୍ଡଳରେ ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ୍‌‌-ରାଜ ଆଠଗଡ଼-ଅନୁଗୁଳ, ରମ୍ଭା-ଗଞ୍ଜାମ ଏବଂ ନୟାଗଡ଼-ପର୍ଜନପୁର ରେଳ ସେକ୍ସନ ଅନ୍ତର୍ଭୁକ୍ତ ରହିଛି।
ଉତ୍ତର-ପୂର୍ବ ସୀମାନ୍ତ ରେଳପଥ ପ୍ରଥମେ ଅଲିପୁରଦୁଆର ରେଳମଣ୍ଡଳ ଅନ୍ତର୍ଗତ ଦୁୟାର୍ସ ଅଞ୍ଚଳର ଚଲସା-ହାସିମାରା ରେଳ ସେକ୍ସନ ଏବଂ ଲୁମଡିଙ୍ଗ ରେଳମଣ୍ଡଳ ଅନ୍ତର୍ଗତ ଲଙ୍କା-ହାୱାଇପୁର ରେଳ ସେକ୍ସନ ମଧ୍ୟରେ ପରୀକ୍ଷାମୂଳକ ଭିତ୍ତିରେ ଏହି ପ୍ରକଳ୍ପ ହାତକୁ ନେଇଥିଲା। ଏହି ପାଇଲଟ୍‌‌ ପ୍ରକଳ୍ପର ସଫଳତା ପରେ, ଉତ୍ତର ସୀମାନ୍ତ ରେଳପଥ ବର୍ତ୍ତମାନ ଆସାମ ଏବଂ ଉତ୍ତର ବଙ୍ଗଳାର ସମସ୍ତ ହାତୀ କରିଡରରେ ଏହି ଆଇଡିଏସ୍‌‌ ପ୍ରଣାଳୀ ସ୍ଥାପନ କରିଛି। ଏହି ପ୍ରକ୍ରିୟା ଦ୍ୱାରା ରେଳ ଟ୍ରାକ୍‌‌ ଆଡକୁ ଆସୁଥିବା ବଣୁଆ ହାତୀକୁ ଚିହ୍ନଟ କରିବାରେ ଏବଂ ହାତୀ ମୃତ୍ୟୁକୁ ଏଡ଼ାଇବାରେ ରେଳ ଅଧିକାରୀଙ୍କୁ ସତର୍କ କରାଇବାକୁ ସାହାଯ୍ୟ କରିବାର ବ୍ୟବସ୍ଥା ରହିଛି। ଅପ୍ଟିକାଲ୍‌‌ ଫାଇବରଗୁଡିକ ସେନ୍ସର ଭାବରେ ବ୍ୟବହୃତ ହେବ ଏବଂ ସମ୍ୱେଦନଶୀଳ ସ୍ଥାନଗୁଡିକରେ ବନ୍ୟ ପ୍ରାଣୀମାନଙ୍କର ଗତିବିଧିକୁ ଚିହ୍ନଟ କରିବ ଏବଂ କଣ୍ଟ୍ରୋଲ୍‌‌ ଅଫିସ୍‌‌, ଷ୍ଟେସନ୍‌‌ ମାଷ୍ଟର୍ସ, ଗେଟମ୍ୟାନ୍‌‌ ଏବଂ ଲୋକୋ ପାଇଲଟ୍‌‌ ମାନଙ୍କୁ ସଚେତନ କରାଇବ।
ଏହି ପ୍ରକ୍ରିୟା ଦ୍ୱାରା ରେଳ ଭାଙ୍ଗିଯିବା, ରେଳ ଟ୍ରାକ୍‌‌ ଉପରେ ଅବରୋଧ ବା ବେଆଇନ ଚଳପ୍ରଚଳ ଏବଂ ରେଳ ଟ୍ରାକ୍‌‌ ନିକଟରେ ଅନଧିକୃତ ଖନନ, ଟ୍ରାକ ନିକଟରେ ଭୂସ୍ଖଳନ ଇତ୍ୟାଦି ଚିହ୍ନଟ କରିବାରେ ଅନୁପ୍ରବେଶ ଚିହ୍ନଟ ପ୍ରଣାଳୀ ମଧ୍ୟ ସାହାଯ୍ୟ କରିବ ବୋଲି ପୂର୍ବତଟ ରେଳ ପଥ ପକ୍ଷରୁ କୁହାଯାଇଛି।
ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହି ଠାରେ ହାତୀ ଆକ୍ରମଣରେ ସୁମିତା ମୁଣ୍ଡାଙ୍କ ମୁତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ କୋଇଡା ସପ୍ତାହିକ ହାଟରୁ ଫେରୁଥିବା ବେଳେ ସନ୍ଧ୍ୟା ୬ ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଶୁଣ୍ଢରେ ଧରି ପାଦତଳେ ଦଳି ଦେଇଥିବା ହେତୁ ଘଟଣାସ୍ଥଳରେ ହି ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ବନବିଭାଗ ଓ କୋଇଡା ପୋଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଛେଦ ପାଇଁ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଘଟଣାସ୍ଥଳରେ ଉତେଜନା ଲାଗିରହିଛି । ଅନ୍ୟପଟେ ସରକାରଙ୍କ ନିୟମ ଅନୁସାରେ ପରିବାରଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।