bhubaneswar DCP - The Sakala
ରାତିରେ ହୋଟେଲରେ, ସନ୍ଧ୍ୟାରେ ଖଟିରେ ହେବ ଚଢାଉ: ଡିସିପି ପ୍ରତୀକ ସିଂହ
ଭୁବନେଶ୍ବର: ରାତିରେ ହୋଟେଲରେ ଚଢ଼ାଉ, ସନ୍ଧ୍ୟାରେ ଖଟିରେ। ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ କରାଯାଉଅଛି। ପ୍ରତ୍ୟେକ ଥାନାର ବଛାବଛା ଅଫିସର, ପିଓପିଡି ଓ ଟୀମ-୬୦ର ମିଳିତ ପ୍ରୟାସରେ ତଥା ସମ୍ପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ ଅଭିଯାନ ପରିଚାଳିତ ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି,ଆଡା ତଥା ଯାନବାହାନ ଯାଞ୍ଚ କରାଯାଇଛି।
ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଲକ୍ଷ୍ମୀସାଗର ଥାନା, ଶହୀଦନଗର ଥାନା, ମଞ୍ଚେଶ୍ୱର ଥାନା, ନୟାପଲ୍ଲୀ ଥାନା, ମୈତ୍ରୀବିହାର ଥାନା, ବଡଗଡ ଥାନା, ନନ୍ଦନକାନନ ଥାନା, ଚନ୍ଦ୍ରଶେଖରପୁର ଥାନା, ଇନ୍ଫୋସିଟି ଥାନା ଏବଂ ଏୟାରପୋର୍ଟ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇଥିଲା ।
ଏହି ଧରପଗଡ ଅଭିଯାନ ସମୟରେ ମୋଟ ୧୦୫ ଜଣ ନିୟମ ଖିଲାଫ କାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଓଡିଶା ସହରାଞ୍ଚଳ ପୁଲିସ ଆଇନ ଓ କୋଟପା ଆଇନ ଅନୁଯାଇ ମୋଟ ୫୧,୭୦୦ ଟଙ୍କା ଜୋରିମନା ଆକାରରେ ଆଦାୟ କରାଯାଇଛି। ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ।
ଭୁବନେଶ୍ବର: ରାଜ୍ଯରେ ଏବେ ନିର୍ବାଚନୀ ସମୟ। ଏହାରି ମଧ୍ୟରେ ମାତିଛନ୍ତି ସାଇବର ଲୁଟେରା। ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି। ଏହାରି ମଧ୍ୟରେ ସାଇବର ଅପରାଧୀମାନେ ଲୋକଙ୍କୁ ଲୁଟ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ଭୋଟିଂ କାର୍ଡ ଅପଡେଟ ହୋଇନାହିଁ । ଆପଣ ଭୋଟ ଦେଇ ପାରିବେ ନାହିଁ। ଜଦି ଆପଣ ଭୋଟିଂ କାର୍ଡକୁ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କହୁଛନ୍ତି। ଅନଲାଇନରେ ଭୋଟିଂ କାର୍ଡ ଅପଡେଟ ପାଇଁ ଏକ ଫି’ ପ୍ରଦାନ କରିବାକୁ ପଡ଼ିବ କହି ଲୁଟ କରୁଛନ୍ତି। ଯଦି ଆନଲାଇନ ଅପଡେଟ କରିବାକୁ ଚାହୁଁଛନ୍ତି ତେବେ ଅଫିସିଆଲ ସାଇଟ https://voters.eci.gov.in/ ( NVSP) କୁ ଯାଇ ଅପଡେଟ କରାନ୍ତୁ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି।
Awareness Message of DCP, Bhubaneswar on a new kind of cyber fraud.#Beware #Cyberfraud #voteridcard #cybersafetytips #Awareness #Bhubaneswar @cpbbsrctc @odisha_police @cybercopodisha @CP_CyberUpdate pic.twitter.com/A4D3t3O8se
— DCP Bhubaneswar (@dcpbbsr) May 14, 2024
ଏହାସହ ଆଉ ଏକ ତରିକା ଆପଣାଇଛନ୍ତି ସାଇବର ଲୁଟେରା। କୌଣସି ପଲିଟିକାଲ ପାର୍ଟି ଆପଣଙ୍କ ମୋବାଇଲ ନମ୍ବରରେ ମାଗଣାରେ ରିଚାର୍ଜ କରୁଛନ୍ତି। ଉକ୍ତ ଲିଙ୍କରେ କ୍ଲିକ କରି ରିଚାର୍ଜ କରିବାକୁ କହୁଛନ୍ତି। ଯଦି ଏଭଳି ଲିଙ୍କ ପାଉଛନ୍ତି ତେବେ www.sancharsaathi.gov.in ରେ ଚକ୍ଷୁ ପୋର୍ଟାଲରେ ପଞ୍ଜିକରଣ କରି ଖବର ଦେବାକୁ ଅପିଲ କରିଛନ୍ତି ଡିସିପି। ଯଦି ଆପଣମାନଙ୍କ ସାଙ୍ଗରେ ଫ୍ରଡ ହୋଇଛି ୧୯୩୦ରେ କଲ କରନ୍ତୁ। ଅଜଣା ଲିଙ୍କ ଓ କଲ ଉପରେ ଭରଷା କରନ୍ତୁ ନାହିଁ। ସଚେତନ ରୁହନ୍ତୁ ଓ ସରୁକ୍ଷିତ ରୁହନ୍ତୁ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏକ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି।
ଡିସିପିଙ୍କ କଡ଼ା ଚେତାବନୀ, ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼
ଭୁବନେଶ୍ବକ: ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଏଭଳି ମେସେଜ ଦେଇ କମିଶନରେଟ ପୁଲିସ ଆରମ୍ଭ କରିଛି HER ବା High Efficiency Response । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ୍। କିଛିଦିନ ତଳେ ହାଇଟେକ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଛି ପୁଲିସ । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଟିମର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସୁରକ୍ଷା। ଏ ଟିମର ନେତୃତ୍ୱ ନେଉଛନ୍ତି ଏସିପି ଅଞ୍ଜନା ଟୁଡୁ। ମୋଟ ୧୪ ଜଣ ମହିଳା ପୁଲିସ ଅଫିସର ଏହି ଟିମର ମେମ୍ବର ରହିଛନ୍ତି। ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ନମ୍ବର ହେଉଛି ୬୩୭୨୫୦୦୪୦୦। ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ। ପୁଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି। ପିସିଆର ନମ୍ବର ୧୧୨କୁ କଲ କଲେ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି। ଖଟି, ମାର୍କେଟ, ପାର୍କରେ ସାଦା ପୋଷାକରେ ପଇଁତରା ମାରୁଛନ୍ତି ଏହି ମହିଳା ସ୍କ୍ୱାର୍ଡ। ଆଗକୁ ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବ ବୋଲି କହିଛନ୍ତି ଡିସିପି।
ଭୁବନେଶ୍ବର: ଗତ ଅକ୍ଟୋବର ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଅଧିନସ୍ଥ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୦୯ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି । ସେହିପରି ଜଣେ ମହିଳାଙ୍କୁ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ଜଣଙ୍କ କ୍ଷେତ୍ରରେ ସମ୍ପୃକ୍ତ ଥାନାରେ ମାମଲା ରୁଜୁ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ଏବଂ ୨ ଜଣଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଛି ।
ଗତ ୨୦୧୪ ମସିହା ସେପ୍ଟେମ୍ବର ୩ତାରିଖରେ କାର୍ଯ୍ୟ ଆରମ୍ଭ କରିଥିବା “ମାଧ୍ୟମ” ନିଜ ପରିବାର, ସମାଜ ତଥା କାର୍ଯ୍ୟ ସ୍ଥଳିରେ ସମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟ ବିବାହ, ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି ।
ଭୁବନେଶ୍ୱରରେ ଥିବା ଏହି ସଂସ୍ଥା ଡି.ସି.ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟ କରିବା ସହ ପୀଡିତା ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବା ଲାଗି ଆବଶ୍ୟକୀୟ ସାହାଯ୍ୟ, ସହଯୋଗ, ପରାମର୍ଶ, ଡାକ୍ତରୀ ସହାୟତା ଓ ନ୍ୟାୟ ପ୍ରଦାନ ଲାଗି ପ୍ରଚେଷ୍ଟା ଚାଲୁ ରଖିଛି। ଯେଉଁ ମହିଳାମାନେ ପୁଲିସ ଥାନା କିମ୍ବା କୋର୍ଟ କଚେରୀକୁ ନଯାଇ ସେମାନଙ୍କ ସମସ୍ୟାର ଆପୋଷ ସମାଧାନ ଚାହିଁଛନ୍ତି “ମାଧ୍ୟମ” ସେମାନଙ୍କର ସମସ୍ୟା ବୁଝି ସମାଧାନର ପନ୍ଥା ବାହାର କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଅନେକ ଘଟଣାରେ ସଫଳତା ମଧ୍ୟ ହାସଲ କରିଛି ।
ଏପରିକି “ମାଧ୍ୟମ” ରେ ନିଯୁକ୍ତ କାଉନସିଲର ଓ ଅନ୍ୟ କର୍ମଚାରୀ ମାନେ ପୀଡିତା ମାନଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ପହଞ୍ଚି ତଥା କୋଭିଡ୍ କଟକଣା ସମୟରେ ଟେଲି କାଉନସେଲିଂ ଓ ଅନ୍ୟ କେତେକ ଘଟଣାରେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କର ସୁବିଧା ଅସୁବିଧା ସବୁକୁ ବୁଝିଥିଲେ । ଏହି ସଂସ୍ଥା ଦ୍ଵାରା ମଧ୍ୟ କେତେକ ପୀଡିତା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଧନ୍ଦାମୂଳକ ତାଲିମକେନ୍ଦ୍ରମାନଙ୍କରେ ମାଗଣା ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ବିବାହ ବିଚ୍ଛେଦ ହେବାକୁ ଯାଉଥିବା କେତକ ଘଟଣାରେ ବ୍ୟକ୍ତିଗତ ଭାବେ ପତି-ପତ୍ନୀଙ୍କୁ ଏକାଠି ବସାଇ, କିମ୍ବା ପରେ ଆବଶ୍ୟକ ହେଲେ ଉଭୟଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରୁଛି ।
ଉଲ୍ଲେଖଯୋଗ୍ୟ ଯେ, ଏହି ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ଇତିମଧ୍ୟରେ ୮ ବର୍ଷ ପୂରଣ କରିଛି । ଏହି ଅବସରରେ ପ୍ରତ୍ୟେକ ଥାନା ଅଞ୍ଚଳ ମାନଙ୍କରେ ମଧ୍ୟସ୍ଥତା ଓ ପରାମର୍ଶ କାର୍ୟ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଯଦି କୌଣସି ପୀଡ଼ିତା ପାରିବାରିକ ସମସ୍ୟା ନେଇ “ମାଧ୍ୟମ” କାର୍ଯ୍ୟାଳୟ ସହିତ ଯୋଗଯୋଗ କରିବାକୁ ଚାହୁଁଥାନ୍ତି, ତେବେ ୯୮୬୧୯୨୭୬୨୭ ନମ୍ବରରେ ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୧୦ଟାରୁ ସନ୍ଧ୍ୟା ୦୫ଟା ମଧ୍ୟରେ ଯୋଗଯୋଗ କରିବାକୁ ଅନୁରୋଧ ।
ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପିଙ୍କ ଅପିଲ୍: ମାତିଛନ୍ତି ଦୁର୍ବୃତ୍ତ, ସତର୍କ ଓ ନିରାପଦ ରହିବାକୁ ଦେଲେ ପରାମର୍ଶ
ଭୁବନେଶ୍ବର: ପାର୍ବଣକୁ ନେଇ ରାଜଧାନୀବାସୀଙ୍କୁ ଡିସିପି ପ୍ରତୀକ ସିଂହ ଅପିଲ କରିଛନ୍ତି। ଘର ଛାଡି ବାହାରକୁ ଗଲେ କାହାକୁ ଦାୟିତ୍ବରେ ଛାଡି ଯାଆନ୍ତୁ । ଅଧିକ ଦିନ ବାହାରକୁ ଯାଉଥିଲେ ନିକଟସ୍ଥ ଥାନରେ ଜଣାନ୍ତୁ । ଘର ପାଖ କୌଣସି ସ୍ଥାନକୁ ଯଉଥିଲେ ୨ ଚକିଆ ଗାଡି ନିଅନ୍ତୁ । ଏହି ସମୟରେ ଭିଡର ସୁଯୋଗ ନେଇ ବାଇକ ଚୋର ମଧ୍ୟ ମାତିଛନ୍ତି। ଗାଡିରେ ଡବଲ ଲକ ବ୍ଯବହାର କରନ୍ତୁ। ବାଇକ ଡିକିରେ କୌଣସି ମୂଲ୍ୟବାନ ସାମଗ୍ରୀ ରଖନ୍ତୁ ନାହିଁ । ମଣ୍ଡପ କିମ୍ବା ଜନଗହଳି ସ୍ଥାନରେ ସାମଗ୍ରୀକୁ ନିଜ ଦାୟିତ୍ବରେ ରଖନ୍ତୁ । ସନ୍ଦେହଜନକ ବ୍ୟକ୍ତି ବା ଜିନିଷ ଦେଖିଲେ ୧୧୨କୁ କଲ କରି ଜଣାନ୍ତୁ । ସତର୍କ ଓ ନିରାପଦ ରହିବାକୁ ଡିସିପି ପରାମର୍ଶ  ଦେଇଛନ୍ତି।
ଏଥର ଘରେ ରହିବେ ନିଶାଡ଼ି: ଖଟିକଲେ ଉଠାଇନେବ ପୁଲିସ
ଭୁବନେଶ୍ୱର:  ଯଦି କୌଣସି ବ୍ୟକ୍ତି ନିଶାସେବନ କରି ବାହାରେ କେଉଁଠି ଖଟି କରନ୍ତି ତେବେ ପୁଲିସ ତାକୁ ଉଠାଇନେବ। ଡିସିପି ପ୍ରତୀକ ସିଂ ସବୁ ଥାନା ଅଧିକାରୀଙ୍କୁ ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀମାନେ ରାତିରେ ସହରର ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ବସି ବ୍ରାଉନ୍‍ସୁଗର, ମଦ ଏବଂ ଗଞ୍ଜେଇ ସେବନ କରୁଛନ୍ତି। ନିଶା ହେବା ପରେ ବିଳମ୍ବିତ ରାତିରେ ଚୋରି, ଡକାୟତି ଏବଂ ହତ୍ୟାକାଣ୍ଡ ଭିଆଉଛନ୍ତି। ଏପରିକି କେବିଏନ୍‍ ଗ୍ୟାଙ୍ଗ୍‌ ଭଳି ଖଣ୍ଡା, ଭୁଜାଲି ଧରି ସହରରେ ଆତଙ୍କ ଖେଳାଉଛନ୍ତି। ତେଣୁ ଏଭଳି ଅପରାଧକୁ ରୋକିବା ପାଇଁ ଡିସିପି ଏଭଳି ରଣନୀତିକୁ ଆପଣେଇଛନ୍ତି। ଯେଉଁ ସ୍ଥାନରେ ବସି ନିଶାଡ଼ିମାନେ ଖଟି କରୁଥିବା ନେଇ ପୁଲିସ ଦେଖୁଛି, ସେମାନଙ୍କୁ ସିଧା ଥାନାକୁ ଉଠାଇ ନେବାକୁ କୁହାଯାଇଛି। ଏଥିସହ ସେମାନଙ୍କୁ ଡକାୟତି ପାଇଁ ଯୋଜନା କରୁଥିବା ମାମଲାରେ ଗିରଫ କରିବା ପାଇଁ ସବୁ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଆସିଛି।
ଡିସିପିଙ୍କ ନିର୍ଦ୍ଦେଶ ପରେ ପ୍ରଥମ ଦିନରେ ରାଜଧାନୀର ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ଖଟି କରୁଥିବା ୨୬ ଜଣଙ୍କୁ ପୁଲିସ ଉଠାଇ ଆଣିଛି। ଅନେକଙ୍କୁ ତଦନ୍ତ ପରିସରକୁ ନେଇ ଅଟକ ରଖି୍‍ଥିବା ବେଳେ ଆଉ କେତେକଙ୍କୁ ଜରିମାନା ଆଦାୟ କରି ଛାଡ଼ି ଦେଇଛନ୍ତି। ଏହିପରି ଗତକାଲି ରାତିରେ ନୂଆପଲ୍ଲୀ ଥାନା ସାଲିଆସାହିରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ୭ଜଣ ନିଶାଡ଼ି ଖଟି କରୁଥିବା ବେଳେ ସେଠାରେ ଅତର୍କିତ ଚଢ଼ଉ କରି ୪ଜଣଙ୍କୁ କାବୁ କରିଛି ପୁଲିସ। ଅନ୍ୟ ୩ଜଣ ଫେରାର ହୋଇଯାଇଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ। ତେଣୁ ଆଜି ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ। ରାଜଧାନୀର ବିଭିନ୍ନ ପରିତ୍ୟକ୍ତ ସ୍ଥାନ ରହିଛି। ସେଠାରେ ଅପରାଧୀମାନେ ନିଶାସେବନ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଛନ୍ତି। ବିଶେଷ କରି ସହରରେ ଥିବା ଖେଳପଡ଼ିଆ, ଅପରିକ୍ତ କୋଠାଘର ଆଦି ଅନେକ ସ୍ଥାନ ରହିଛି। ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏଭଳି ଖଟିରୁ ଲୁଟ୍‍ପାଟ ପାଇଁ ଯୋଜନା କରାଯାଉଥିବା ସ୍ପଷ୍ଟ ହୋଇଥିଲା। ପୂର୍ବରୁ କେବିଏନ୍‍ ଗ୍ୟାଙ୍ଗ୍‌ ସହରରେ ବିଭିନ୍ନ ସ୍ଥାନରେ ଖଟି କରି ଭାଇଗିରି ବଢ଼଼ାଉଥିଲେ। ବିଭିନ୍ନ ବସ୍ତିର ପିଲାଙ୍କୁ ନେଇ ଏକ ଗ୍ୟାଙ୍ଗ୍‍ ଗଠନ କରିଥିଲେ। ଏହି ଗ୍ୟାଙ୍ଗ୍‌ ଦ୍ୱାରା ସହରରେ ଆତଙ୍କ ଖେଳାଇବା ସହ ଲୁଟ୍‍ପାଟ ଆଦି କରୁଥିଲେ। ତେଣୁ ଏସବୁ ସମ୍ଭବ ହୋଇଥିଲା ସହରରେ ବିଭିନ୍ନ ଖଟି।
ତେଣୁ ପୁଲିସ ଏଭଳି ଅପରାଧକୁ ରୋକିବା ପାଇଁ ଖଟିକୁ ବାରଣ କରିଛି। ପୂର୍ବତନ ଡିସିପି ଉମାଶଙ୍କର ଦାଶ ଏହି ଖଟି ଉପରେ ରୋକ୍‍ ଲଗାଇଥିଲେ। କିଛି ଦିନ ଏହା କଡ଼ାକଡ଼ି କରାଯାଇଥିଲା। ଥାନା ଅଧିକାରୀମାନେ ରାତିରେ ପାଟ୍ରୋଲିଂ କରି ଏଭଳି ଖଟିକୁ ବନ୍ଦ କରିଥିଲେ। ଫଳରେ ନିଶାଡ଼ି ଏବଂ ଅପରାଧୀମାନେ ଘରେ ରହିଥିଲେ। ହେଲେ କିଛିଦିନ ପରେ ପାଟ୍ରୋଲିଂ ବନ୍ଦ ହୋଇଯାଇଥିଲା। ନିଶାଡ଼ିମାନେ ପୁଣି ଅନ୍ଧାରୁଆ ସ୍ଥାନରେ ଖଟି କରି ଅପରାଧ ପାଇଁ ଯୋଜନା କରୁଛନ୍ତି। ଯେଉଁଥି ପାଇଁ ରାତିରେ ଲୁଟ୍‍ପାଟ, ଡକାୟତି ଭଳି ଅପରାଧ ଘଟୁଛି। ତେଣୁ ଏଭଳି ମାମଲା ବଢ଼଼ିବା ପରେ ବର୍ତ୍ତମାନ ଡିସିପି ପ୍ରତୀକ ସିଂ ପୁଣି ଏହି ଖଟି ଉପରେ ରୋକ୍‍ ଲଗାଇଛନ୍ତି।
ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ଏଯାଏଁ ମିଳିନି ରାଗିଂର ସୁରାକ୍, ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ନମ୍ବର ଜାରି
ଭୁବନେଶ୍ବର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ, ୨ ଜୁଲାଇରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପାଇଁ ୩ଟି ଟିମ ଗଠନ ହୋଇଥିଲା। ତେବେ ରାଗିଂ ନେଇ ଏ ପର୍ଯ୍ଯନ୍ତ କିଛି ସୁରାକ ମିଳିନି। ଏଯାବତ ୧୯୮ ଛାତ୍ରୀ, ସାଙ୍ଗସାଥି, ସଂପର୍କୀୟ, ହଷ୍ଟେଲ ଓ କଲେଜ ଷ୍ଟାଫମାନଙ୍କୁ ପଚରା ଉଚାର କରଯାଇଥିବା ବେଳେ ମୋଟ ୩୦୦ ଜଣକୁ ପଚାର ଯାଇଛି।
ତେବେ କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି।  ରୁଚିକାଙ୍କ ମୋବାଇଲ ଖୋଲିବାରେ ସାଇବର ଟିମ୍‌ ସକ୍ଷମ ହୋଇନାହାନ୍ତି।  ତେଣୁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। ପଚାର ଉଚାରା ବେଳେ ଛାତ୍ରୀଙ୍କ ଉପରେ ଯେପରି ଚାପ ନ ପଡେ ସେହି ଦିଗକୁ ଗୁରୁତ୍ବ ଦିଆଯାଇଛି। ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।
ହଷ୍ଟେଲ ଓ କଲେଜର ଯେଉଁମାନେ ରୁଚିକା ବାବଦରେ ତଥ୍ୟ ଦେବାକୁ ଚାହିଁବେ ପୁଲିସକୁ ଯୋଗାଯୋଗ କରନ୍ତୁ। ଏଥିପାଇଁ ଏକ ନମ୍ବର ଜାରି କରାଯାଇଛି। ନମ୍ବର ଟି ହେଲା 7077798111 ।  ଯଦି ରାଗିଂ ହେଉଥିଲେ ତେବେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାିଛି। ସିଡ଼ିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି । ଆଗକୁ ବି ତଦନ୍ତ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର ଡିସିପି  କହିଛନ୍ତି।
ଖବର ଅନୁଯାୟୀ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଆତ୍ମହତ୍ୟା କରିଥିଲେ। ସେ ଥିଲେ କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରିଛି।
ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନଥିଲେ ରୁଚିକା। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି  ରୁଚିକା  ତାଙ୍କ ସୁଇସାଇଡ ନୋଟରେ ଲେଖିଥିଲେ।
ରାଜଧାନୀରେ ବଢିଚାଲିଥିବା ଲୁଟ ଓ ଛିନତାଇ ରୋକିବାକୁ ଆସୁଛି ଡିସିପିଙ୍କ ‘ସ୍ପେଶାଲ ୨୬’
ଭୁବନେଶ୍ବର : ରାଜ୍ୟରେ ରାଜଧାନୀରେ ବଢିଚାଲିଛି ଲୁଟ୍‌ ଓ ଛିନ୍‌ତାଇ। ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ ଓ ଛିନ୍‌ତାଇର ଖବର ଆସୁଛି।  ବିଗତ କିଛି ଦିନ ହେଲା ରାଜଧାନୀରେ ତାଣ୍ଡବ ମଚାଇଛନ୍ତି ଅପରାଧି । ପୁଲିସର ନିଦ ହଜାଇଛନ୍ତି ଲୋକଙ୍କ ବଞ୍ଚିବା ମୁସ୍କିଲ କଲେଣି । ଚୋରି ଡ଼କାୟତି ଠୁ ଆରମ୍ଭ କରି ଛିନତାଇ ସବୁଠୁ ଚିନ୍ତାଦାୟକ ହୋଇଛି । କିଛି ଦିନ ଧରି କାର କାଚ ଭାଙ୍ଗି ଲୁଟ । ବାଇକରେ ଆସି ଆକ୍ରମଣ କରି ଛିନତାଇ । ଏସବୁ ଅପରାଧ ମଚାଇ ଛୁ ମାରୁଛନ୍ତି ଅପରାଧି। ରାଜଧାନୀରେ ବାରମ୍ବାର ଏପରି ଲୁଟ୍‌ ଓ ଛିନ୍‌ତାଇ ପରେ ଲୋକ ନିଜକୁ ଅସୁରକ୍ଷିତ ଭାବିବା ସହ କମିଶନରେଟ୍‌ ପୁଲିସର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ  ଉଠାଇଛନ୍ତି।
ତେବେ ଏହାରି ମଧ୍ୟରେ ରାଜଧାନୀରେ ବଢିଚାଲିଥିବା ଲୁଟ୍‌ ଓ ଛିନ୍‌ତାଇ ରୋକିବା ପାଇଁ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏକ ସ୍ପେଶାଲ  ଟିମ୍‌ ଗଠନ କରିଛନ୍ତି। ଡିସିପିଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଟିମ୍‌ ନାଁ ‘ସ୍ପେଶାଲ ୨୬’ ରଖାଯାଇଛି। ଏହି ଟିମ୍‌ରେ  ସବୁ ଥାନାର ଜଣେ ଲେଖାଏଁ ବଛା ବଛା ଏସଆଇଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ଅଛନ୍ତି ସବୁ ଥାନାର ଜଣେ ଲେଖାଏଁ ଏସ ଆଇ । ଯେଉଁମାନେ ସେମାନଙ୍କ ଥାନାର ୪ଜଣ ଲେଖାଏଁ କନଷ୍ଟେବଳଙ୍କୁ ନେଇ ନଜର ରଖିବେ ଥାନା ଅଞ୍ଚଳର ଅପରାଧ ଉପରେ । ଏମାନଙ୍କ ଦାୟିତ୍ବ କେବଳ ଧରପଗଡ଼ ଓ କ୍ରାଇମ ଏବଂ ପ୍ରପର୍ଟି ଡିଟେକ୍ସନ । କାଗଜ ପତ୍ର କିମ୍ବା ଆଇନ ଶୃଙ୍ଖଳା ନୁହେଁ ସହରର ହେଉଥିବା ଷ୍ଟ୍ରିଟ କ୍ରାଇମକୁ ନିୟନ୍ତ୍ରଣ କରିଵ ଏହି ସ୍ପେଶାଲ ଟିମ । ଏପରିକି ଆବଶ୍ୟକ ପଡିଲେ ପେସାଦାର ଅପରାଧି ଜେଲରୁ ଫେରି କ୍ରାଇମରେ ସମ୍ପୃକ୍ତ ରହିଲେ ନଜରକୁ ଆସିଲେ ଏନକାଉଣ୍ଟର ହେବାର ସମ୍ଭାବନା ରହିଛି ।
କାରଣ ବିଗତ କିଛିଦିନ ଧରି ଯେଉଁଭଳି ଥରହର କରିଛନ୍ତି ତାକୁ ନିୟନ୍ତ୍ରଣ କରିବେ ସ୍ପେଶାଲ ୨୬ ଟିମ । ଏଥିପାଇଁ ସିଧାସଳଖ ଟିମ ନିଜେ ଲିଡ଼ କରିବେ ଡିସିପି । ଏଥିପାଇଁ ଡିସିପି ଅଫିସରେ ଏହାର ଏକ ମିଟିଂ ଡ଼କାଇ ବର୍ତମାନ ସକ୍ରିୟ ଥିବା କିଛି କ୍ରାଇମ ଟ୍ରେଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହା ଇନପୁଟ ରହିଛି ତାକୁ ସ୍ପେଶାଲ ସ୍କ୍ବାଡ଼ ଭୁବନେଶ୍ବର ଟିମ ତଦନ୍ତ କରି ସେ ଦିଗରେ ପଦକ୍ଷେପ ନିଆଯାଉଛି । କିଛି ପୋଲିସ ସ୍ପାଏକୁ ମଧ୍ୟ ଏନେଇ ଆକ୍ଟିଭ ହୋଇ ଇନପୁଟ ଦେବାକୁ କୁହାଯାଇଛି । ଘଟଣାର ଯେତେ ସମ୍ଭବ ଖବର କଣ୍ଟ୍ରୋଲ ରୁମକୁ ପହଞ୍ଚିବ ତୁରନ୍ତ ସେ ସ୍ଥାନର ୧ କିମି ରାଡିୟସ ଭିତରେ ସ୍ପେଶାଲ ୨୬ ଟିମ ଆରମ୍ଭ କରିବେ ଅପରେସନ ।