Nita Ambani - The Sakala
ନୂଆଦିଲ୍ଲୀ: ଆମେରିକାରେ ଚମକିବ ଭାରତର ଲୋକକଳା । ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସେଠାରେ ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବ। ଏହି ୩ ଦିନରେ ଭାରତର କଳା, କାରିଗର, ଆମର ବୁଣାକାର, ଗୀତ ଏବଂ ନୃତ୍ୟ, ଆମର ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ଏଠାରେ ରହିବ। ଏହା ଯୁକ୍ତରାଷ୍ଟ୍ରରେ ଭାରତର ସବୁଠାରୁ ବୃହତ ନାଟ୍ୟ ପ୍ରଦର୍ଶନ ହେବ।
ଦି ଗ୍ରେଟ୍ ଇଣ୍ଡିଆନ ମ୍ୟୁଜିକାଲରେ ଥିମ୍ ସିଭିଲାଇଜେସନ ଟୁ ନେସନ ରହିବ। ଏହା ମାଧ୍ୟମରେ ଖ୍ରୀଷ୍ଟପୂର୍ବ ୫୦୦୦ ରୁ ୧୯୪୭ ମସିହା ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ଚିତ୍ରକୁ ସ୍ଥାନିତ କରାଯିବା ଏହା ଭାରତ ପାଇଁ ଶ୍ରଦ୍ଧାଞ୍ଜଳି ହେବ। ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଉପସ୍ଥାପିତ ହେବ। ନିର୍ଦ୍ଦେଶନା ଭାର କିମ୍ବଦନ୍ତୀ ଫେରୋଜ ଅବ୍ବାସ ଖାନ ସମ୍ଭାଳିଛନ୍ତି। ଏହି ଶୋ’କୁ ହାତ ଛଡା କରିବା ନାହିଁ ବୋଲି ନୀତା କହିଛନ୍ତି। ଏଥିରେ ୫ଟି ଶୋ’ ପ୍ରଦର୍ଶନ କରାଯିବ। ଡେଭିଡ ଏଚ୍ .କୋଚ ଥିଏଟରରେ ଏହି ଶୋ’ ଅନୁଷ୍ଠିତ ହେବ। ୨୬ ଜୁନରୁ ଟେକେଟ ବୁକ କରିପାରିବେ ବୋଲି ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସେଠାରେ ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବ। ଏହି ୩ ଦିନରେ ଭାରତର କଳା, କାରିଗର, ଆମର ବୁଣାକାର, ଆମର ଗୀତ ଏବଂ ନୃତ୍ୟ, ଆମର ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ଏଠାରେ ରହିବ।
୨୦୨୩ ରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ରରେ ସ୍ଥାନିତ ହୋଇଥିଲା। ଏନଏମଏସିସି ୨୦୨୩ ମସିହାରେ ନୀତା ମୁକେଶ ଅମ୍ବାନୀଙ୍କ ଦ୍ୱାରା ବିଶ୍ୱର କଳାକୁ ଭାରତକୁ ଆଣିବା ଏବଂ ଭାରତର କଳାକୁ ବିଶ୍ୱସ୍ତରୀୟ ମଞ୍ଚକୁ ନେବା ଭଳି ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା। ଏହି ଅନୁଷ୍ଠାନକୁ ‘ଭାରତର ମେଟ୍ ଗାଲା’ ବୋଲି କୁହାଯାଇଥିଲା। ଯେଉଁଠି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଖ୍ୟାତନାମା ଅଭିନେତା ଓ ଅଭିନେତ୍ରୀମାନେ ରେଡ୍ କାର୍ପେଟ ଉପରେ ଅଭିନବ ଅନୁଭୂତି ନେଇଥିଲେ। ଏଥିରେ ଶାହାରୁଖ୍‌ ଖାନ, ଗିଗି ହାଦିଦ୍‌, ପ୍ରିୟଙ୍କା ଚୋପ୍ରା, ନିକ୍‌ ଜୋନାସ୍‌ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀମାନେ ଭାଗ ନେଇ ସମ୍ମାନ ଜଣାଇଥିଲେ।
ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ -ଟୁ-ନ୍ୟୁୟର୍କ ସିଟି ପ୍ରଥମଥର ହେବାକୁ ଯାଉଛି। ଏହାକୁ ନେଇ NMACC ର ସ୍ଥାପିକା ଓ ଅଧ୍ୟକ୍ଷା ନୀତା ଅମ୍ବାନୀ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି। ଏହା ଭାରତର ସାଂସ୍କୃତିକ, କଳା, ଶିଳ୍ପ, ସଙ୍ଗୀତ, ନୃତ୍ୟ, ଫ୍ୟାସନ୍ ଓ ଖାଦ୍ୟକୁ ନେଇ ଏକ ବିଶ୍ୱ ଉତ୍ସବ ଭାବରେ ଆୟୋଜିତ ହେଉଛି। NMACC ର ଦୃଷ୍ଟିକୋଣ ସବୁବେଳେ ଭାରତର କଳାକୁ ବିଶ୍ୱ ଦରବାରରେ ଦେଖେଇବାରେ ରହିଛି।
ସେପ୍ଟେମ୍ବର ୧୨ରେ ଉଦଘାଟନୀ ରାତିରେ ମନିଷ ମାଲହୋତ୍ରାଙ୍କ ଦ୍ୱାରା ସଂଗୃହିତ ସ୍ୱଦେଶ ଫ୍ୟାଶନ୍ ଶୋ’ ରହିବ। ଯାହା ଭାରତର ପ୍ରସିଦ୍ଧ ପାରମ୍ପରିକ ବୁଣାକାର ଏବଂ ଦକ୍ଷ କାରିଗରମାନଙ୍କୁ ଆଲୋକପାତ କରିବ। ସନ୍ଧ୍ୟାରେ ପ୍ରାଚୀନରୁ ଆଧୁନିକ ଭାରତ ପର୍ଯ୍ୟନ୍ତ ଖାଦ୍ୟ ଏବଂ ସ୍ୱାଦର ଏକ ବିଶେଷ ଉପସ୍ଥାପନା ରହିବ। ଯାହା ମିଚେଲିନ-ତାରକା ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉପସ୍ଥାପିତ ହେବ।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଉଦବୋଧନ ଦେବେ ନୀତା ଅମ୍ବାନୀ
ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ‘ବାର୍ଷିକ ଭାରତ ସମ୍ମିଳନୀ’ରେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରିତ ହୋଇଛନ୍ତି। ନୀତା ଅମ୍ବାନୀ ଭାରତର କଳା ଓ ସଂସ୍କୃତିର ବିଭିନ୍ନ ଦିଗ ଏବଂ ବିଶ୍ୱରେ ଭାରତର ଯୋଗଦାନ ସମ୍ପର୍କରେ ହାର୍ଭାର୍ଡ ବିଜନେସ୍ ସ୍କୁଲର ପୂର୍ବତନ ଡିନ୍ ନିତିନ ନୋହରିଆଙ୍କ ସହ ଆଲୋଚନା କରିବେ।
‘ଭାରତରୁ ବିଶ୍ୱ ପର୍ଯ୍ୟନ୍ତ’ ବିଷୟବସ୍ତୁ ଉପରେ ଆଧାରିତ ଏହି ସମ୍ମିଳନୀ ଫେବ୍ରୁଆରୀ ୧୫ ଓ ୧୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ଏଥିରେ ୧୦୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ ବୋଲି ଆଶା କରାଯାଉଛି। ବିଗତ କିଛି ବର୍ଷ ଧରି ବିଶ୍ୱ ମଞ୍ଚରେ ଭାରତର ସବୁଠାରୁ ପ୍ରଭାବଶାଳୀ ସ୍ୱର ଭାବରେ ଆଗକୁ ଆସିଛନ୍ତି ନୀତା ଅମ୍ବାନୀ। ହାର୍ଭାର୍ଡରେ ସେ ଭାରତର ସୂକ୍ଷ୍ମ ଶକ୍ତି (ସଫ୍ଟ ପାୱାର) ଏବଂ ପ୍ରାସଙ୍ଗିକତାକୁ ନୂତନ ଭାବରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ।
ଟେକ୍ନୋଲୋଜି, ଜଳବାୟୁ, ଆର୍ଥିକ ବିକାଶ, ଗଣତନ୍ତ୍ର, କୂଟନୀତି, ସାଂସ୍କୃତିକ ବିନିମୟ ଭଳି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋଚନା ହେବ। ଗତ ୨୨ ବର୍ଷ ଧରି ହାର୍ଭାର୍ଡ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହୋଇଆସୁଛି। ଏହି ସମ୍ମିଳନୀ ଏଭଳି ଏକ ଭାରତ ଉପରେ ଆଲୋକପାତ କରିବ ଯାହା ବିଶ୍ୱର କେବଳ ଏକ ଉଦୀୟମାନ ମହାଶକ୍ତି ନୁହେଁ ବରଂ ଆଧୁନିକତା ଓ ବିକାଶ ସହିତ ବସୁଧୈବ କୁଟୁମ୍ବକମର ସନ୍ଦେଶକୁ ଦୃଢ ଭାବେ ଯୋଡ଼ୁଥିବା ଏକ ଦେଶ।
WPL ଦେଶର ଯୁବତୀଙ୍କ ସ୍ୱପ୍ନକୁ ସାକାର କରିବା ଓ କ୍ରୀଡା କ୍ଷେତ୍ରରେ ଆଗକୁ ଆସିବାକୁ ପ୍ରେରଣା ଯୋଗାଇବ- ନୀତା ଅମ୍ବାନୀ
ମୁମ୍ବାଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱର ସବୁଠାରୁ ଧନାଢ଼୍ୟ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ଲିଗ୍‌‌ ଆଇପିଏଲ୍‌‌ ଢାଞ୍ଚାରେ ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଲ୍ୟୁପିଏଲ୍‌‌) ଆରମ୍ଭ  ହୋଇଯାଇଛି। ଭାରତୀୟ କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଆନୁକୂଲ୍ୟରେ  ଡବ୍ଲ୍ୟୁପିଏଲ୍‌‌ର ପ୍ରଥମ ସଂସ୍କରଣରେ ୫ ଗୋଟି ଦଳ ମଧ୍ୟରେ ମୋଟ୍‌‌ ୨୨ଟି ମ୍ୟାଚ୍‌‌ ଖେଳାଯିବ। ତେବେ ଏହାରି ଉଦଘାଟନୀ ମ୍ୟାଚରେ ବହୁସଂଖ୍ୟକ ଉଭୟ ମହିଳା ଓ ପୁରୁଷ ସମର୍ଥକ ଉପସ୍ଥିତଥିଲେ। ଏହାରି ମଧ୍ଯରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଓନର ନୀତା ଅମ୍ବାନୀ ମଧ୍ୟ ଉପସ୍ଥିତ ରହି ଖେଳାଳୀଙ୍କ ଉତ୍ସାହ ବଢାଇଥିଲେ। ସେ କହିଥିଲେ ଯେ, WPL ର ଉଦଘାଟନୀ ଦିନ ଏକ ସ୍ମରଣୀୟ ଦିବସ। WPL ର ଅଂଶ ହେବା ଅତ୍ୟନ୍ତ ରୋମାଞ୍ଚକର ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ ଆଶା କରିଥିଲେ ଯେ, ଡବ୍ଲୁପିଏଲ୍ ଅଧିକ ମହିଳାଙ୍କୁ କ୍ରୀଡା ନେବାରେ ଏବଂ କ୍ରୀଡ଼ାରେ କ୍ୟାରିୟର କରିବାରେ ସାହାଯ୍ୟ କରିବ। ଏହା ପରିବେଶକୁ ଏକ ଭଲ ବାର୍ତ୍ତା ଦେବ। ମୁଁ ଆଶା କରୁଛି ଏହା ଦେଶର ଯୁବତୀମାନଙ୍କୁ ପ୍ରେରଣା ଯୋଗାଇବ। ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ ସେମାନଙ୍କୁ ସାହସ ଯୋଗାଇବ। କ୍ରୀଡା କ୍ଷେତ୍ରରେ ଆଗକୁ ଆସିପାରିବେ ।
ମୁମ୍ବାଇ ଇଣ୍ଡିଆନ୍ସର ଉଭୟ ଅଭିଜ୍ଞ ତଥା ଯୁବ ଖେଳାଳିମାନେ ରହିଛନ୍ତି। ସେମାନଙ୍କର ପ୍ରଥମ ମ୍ୟାଚ୍ ଭଲ ରହିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଏକ ନିର୍ଦ୍ଦିଷ୍ଟ ପ୍ରକାରର କ୍ରିକେଟ୍ ଖେଳିବାକୁ ନେଇ ଜଣାଶୁଣା। ନିର୍ଭୟରେ ଏବଂ ରୋମାଞ୍ଚକର କ୍ରିକେଟ ଖେଳିଆଥାଏ। ଆମର ଝିଅମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ ଯେଉଁଭଳି ଭାବେ ଖେଳିଛନ୍ତି ସେଥିପାଇଁ ମୁଁ ଅତ୍ୟଧିକ ଗର୍ବିତ । ଏହା ଏକ ଭଲ ପ୍ରଦର୍ଶନ ଥିଲା। ଆମର ଅଧିନାୟକ ହରମନ ଏକ ସ୍ୱତନ୍ତ୍ର ଇନିଂସ ଖେଳିଥିଲେ। ଆମେଲିଆ କେର୍ ମଧ୍ଯ ଚମତ୍କାର ଖେଳ ପଦର୍ଶନ କରିଥିଲେ, ସେ ଉଭୟ ଭଲ ବ୍ୟାଟିଂ ଓ ବୋଲିଂ କରିଥିଲେ।
ଷ୍ଟାଡିୟମରେ ଏତେ ସଂଖ୍ୟକ ଲୋକ ମହିଳା ଦଳକୁ ସମର୍ଥନ କରିବାକୁ ଆସିଥିଲେ। ଏହା ଆଶ୍ଚର୍ଯ୍ୟଜନକ ଥିଲା।  ଏହି ଉଦଘାଟନୀ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ସମସ୍ତ ଦଳକୁ ଶୁଭେଚ୍ଛା ଜଣାଉଛି ବୋଲି ନୀତା ଅମ୍ବାନୀ କହିଛନ୍ତି।
ଓଡ଼ିଶା ଭାରତର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି- ନିତା ଅମ୍ବାନୀ
ମୁମ୍ବାଇ: ଆଜି ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ବାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି) ର ଶୁଭାରମ୍ଭ ଅବସରରେ  ନିତା ଅମ୍ବାନି ଏହାର ପ୍ରଶଂସା କରିଛନ୍ତି। ଓଭିଇପି ରେ ଶିକ୍ଷା ଓ କ୍ରୀଡ଼ାର ସମନ୍ବୟ ରହିଛି ଯାହା ଅଲମ୍ପିକ୍ସର ମୂଲ୍ୟବୋଧକୁ ଦର୍ଶାଇଥାଏ। ଓଭିଇପି ହେଉଛି ଏକ ସମ୍ବଳର ଏକ ପ୍ରାକ୍ଟିକାଲ୍ ସେଟ୍ ଯାହାକୁ ଆଇଓସି ଦ୍ବାରା ଡିଜାଇନ୍ କରାଯାଇଛି ଯଦ୍ବାରା ନବ ପ୍ରତିଭା ମାନେ ଅଲମ୍ପିକର ମୂଲ୍ୟବୋଧ ବିଷୟରେ ଅବଗତ ହୋଇପାରିବେ, ସମ୍ମାନ ଓ ବନ୍ଧୁତାକୁ ବୃଦ୍ଧି କରିପାରିବେ। ଏହି ପ୍ରୋଗ୍ରାମ ମାଧ୍ୟମରେ ମୂଲ୍ୟଭିତ୍ତିକ ପାଠ୍ୟକ୍ରମକୁ ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଯଦ୍ବାରା ପିଲାମାନେ ସକ୍ରିୟ, ସୁସ୍ଥ ଓ ଦାୟୀତ୍ବସମ୍ପର୍ଣ୍ଣ ନାଗରିକ ହୋଇପାରିବେ। ଭାରତର ଅଲମ୍ପିକ ଆନ୍ଦୋଳନରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ବରୂପ ଓଭିଇପିର ଶୁଭାରମ୍ଭ ସହିତ ସମ୍ମାନଜନକ ଆଇଓସି ୨୦୨୩ ସେସନର ପ୍ରସ୍ତୁତ କରାଯାଇଛି।
ଚଳିତ ବର୍ଷର ପ୍ରାରମ୍ଭରେ, ଶ୍ରୀମତୀ ଅମ୍ବାନି ୨୦୨୩ ରେ ଆଇଓସି ସେସନର ଆୟୋଜନ କରିବା ପାଇଁ ଭାରତୀୟ ପ୍ରତିନିଧିମାନଙ୍କର ନେତୃତ୍ବ ନେଇଥିଲେ ଯେଉଁଠାରେ ଭାରତକୁ ପ୍ରାୟତଃ ସର୍ବସମ୍ମତିକ୍ରମେ ଏହି ଅଧିକାରକୁ ୪୦ ବର୍ଷର ବ୍ୟବଧାନ ପରେ ପ୍ରଦାନ କରାଯାଇଛି। ଭାରତରେ ଆଇଓସି ସେସନ୍ ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଛି ଯାହାକି ଭାରତର ଅଲ୍ଟିମେଟ୍ ଅଲମ୍ପିକ ଅଭିଳାଷକୁ ଅନୁପ୍ରେରିତ କରୁଛି । ଦେଶରେ ଉପଯୁକ୍ତ କ୍ରୀଡ଼ା ଇକୋସିଷ୍ଟମ ସହିତ ଏହା ଦେଶର ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବ ଓ ଏହା ସହିତ ସେମାନଙ୍କର ଦକ୍ଷତାର ବିକାଶ ହୋଇପାରିବ। ଶ୍ରୀମତୀ ଅମ୍ବାନି ବହୁମୁଖୀ ଅଲମ୍ପିକ୍ ମୁଭମେଣ୍ଟ କମିଶନ ଓ ଓଭିଇପି ର ଏକ ଅଂଶ ଯାହା ଅଲମ୍ପିକ ଶିକ୍ଷା ଅନ୍ତର୍ଗତ ଆସିଥାଏ ଯାହାକି ତାଙ୍କର ଅତ୍ୟନ୍ତ ପ୍ରିୟ ଓ ଏହା ପିଲାମାନଙ୍କ ମଧ୍ୟରେ ଅଲମ୍ପିକ ମୂଲ୍ୟବୋଧକୁ ସାମିଲ୍ କରିଥାଏ।
ଏହି କାର୍ଯ୍ଯକ୍ରମର ଶୁଭାରମ୍ଭ ଅବସରରେ ଆନନ୍ଦ ପ୍ରକାଶ କରି, ଆଇଓସି ସଦସ୍ୟ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି ଯେ ‘‘ଆମର ସ୍କୁଲରେ ୨୫୦ ନିୟୁତ ପିଲାମାନେ ରହିଛନ୍ତି ଯାହାଙ୍କ ନିକଟରେ ଅତୁଳନୀୟ ପ୍ରତିଭା ଓ ସମ୍ଭାବନା ରହିଛି। ସେମାନେ ହେଉଛନ୍ତି ଆସନ୍ତା କାଲିର ଚାମ୍ପିୟନ, ଆମର ଦେଶର ଭବିଷ୍ୟତ। ବିଶ୍ବର ମାତ୍ର ଅଳ୍ପ କିଛି ପିଲାମାନେ ଅଲମ୍ପିକରେ ସାମିଲ୍ ହୋଇଥାନ୍ତି କିନ୍ତୁ ଏହି ଅଲମ୍ପିକ ଆନ୍ଦୋଳନରେ ସମସ୍ତ ପିଲାମାନେ ସାମିଲ୍ ହେବା ସହିତ ଅଂଶଗ୍ରହଣ କରିବା ଉଚିତ୍। ଏହା ହେଉଛି ଓଭିଇପିର ଲକ୍ଷ୍ୟ। ଏବଂ ଏହି କାରଣରୁ ଏହା ଭାରତରେ ଏକ ବିଶାଳ ସମ୍ଭାବନାର ମଧ୍ୟ ସୃଷ୍ଟି ହୋଇପାରିବ। ଆଗାମୀ ବର୍ଷ ଆମେ ମୁମ୍ବାଇ ଠାରେ ଆଇଓସି ସେସନ୍ ୨୦୨୩ ର ଆୟୋଜନ କରିବାକୁ ଯାଉଛୁ। ଏହା ଫଳରେ ପୁନଶ୍ଚ ଦେଶରେ ଅଲମ୍ପିକ ଆନ୍ଦୋଳନ ଆହୁରି ମଜବୁତ୍ ହୋଇପାରିବ।’’
ଓଭିଇପି କୁ ଆଧିକାରୀକ ଭାବରେ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଆଇଓସି ସଦସ୍ୟ ଶ୍ରୀମତୀ ନିତା ଅମ୍ବାନୀ, ଆଇଓସି ଏଜ୍ଯୁକେସନ କମିଶନ ଚେୟାର ମାଇକେଇଲା କୋଜୁଆଙ୍ଗକୋ ଜାଓରିସ୍କି, ଅଲମ୍ପିୟାନ ଓ ଆଇଓସି ଆଥଲେଟ୍ କମିଶନଙ୍କ ସଦସ୍ୟ ଅଭିନବ ବିନ୍ଦ୍ରା ଓ ଇଣ୍ଡିଆନ୍ ଅଲମ୍ପିକ୍ ଆସୋସିଏସନର (ଆଇଓଏ) ର ସଭାପତି ନରିନ୍ଦ୍ର ବାତ୍ରା ଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା। ଓଭିଇପିକୁ ଓଡ଼ିଶା ସ୍କୁଲ ଶିକ୍ଷା ପ୍ରଣାଳୀରେ ସମନ୍ବିତ କରାଯିବ। ଏହି କାର୍ଯ୍ଯକ୍ରମକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟର ସହଭାଗୀତାରେ ବିକଶିତ କରାଯାଇଛି।
ଭାରତର ଅଲମ୍ପିକ୍ ସ୍ବପ୍ନ ପାଇଁ କ୍ରମାଗତ ସହଯୋଗ ଓ ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବାରୁ ଶ୍ରୀମତୀ ଅମ୍ବାନୀ ପୁନଶ୍ଚ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ‘‘ଶ୍ରୀ ପଟ୍ଟନାୟକ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ, ଅଧିକ ନିବେଶ ଓ ସମର୍ପିତ ପ୍ରଚେଷ୍ଟା ହେତୁ ଓଡ଼ିଶା ଭାରତର କ୍ରୀଡ଼ା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। ରାଜ୍ୟ କ୍ରୀଡ଼ା ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରୁଛି ଯାହାକି ଆମର ଯୁବ ପ୍ରତିଭାମାନଙ୍କୁ ଉଚ୍ଚ ମାନର ତାଲିମ୍ ଓ ଭିତ୍ତିଭୂମି ସୁବିଧା ପ୍ରଦାନ କରୁଛି।’’
ବିଶେଷ କରି, ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି) ପାଇଁ ଓଡ଼ିଶା ସରକାରଙ୍କ ସହିତ ମିଳିତ ଭାବରେ କାମ କରୁଛି। ଏଚପିସିର ଦୁଇଜଣ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍ ଜ୍ୟୋତି ୟାରାଜି ଓ ଅମ୍ଳାନ ବୋରଗୋହେଁ ଜାତୀୟ ରେକର୍ଡ଼କୁ ଭାଙ୍ଗିଛନ୍ତି ଓ ଆନ୍ତର୍ଜାତିକ ଆଥଲେଟିକ୍ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ଜ୍ୟୋତିଙ୍କ ଉଲ୍ଲେଖନୀୟ କୃତି ବଳରେ ୧୯ ବର୍ଷର ପୁରୁଣା ରେକର୍ଡ଼କୁ ଭାଙ୍ଗିଛନ୍ତି ଓ ପରବର୍ତ୍ତୀ ଇଭେଣ୍ଟରେ ତାଙ୍କର ନିଜର ରେକର୍ଡ଼ରେ ଉନ୍ନତି ଆଣିଛନ୍ତି। ଏହି ସଫଳତା ସହିତ, ଜ୍ୟୋଥି କମନୱେଲଥ ଗେମ୍ ପାଇଁ ଏଏଫଆଇ ଯୋଗ୍ୟତାକୁ ହାସଲ କରିଛନ୍ତି। ଭାରତର କ୍ରୀଡ଼ା ଭବିଷ୍ୟତ ଏବେ ନିରାପଦ ହାତରେ ରହିଛି।
ଓଭିଇପି ଓଡ଼ିଶା ପ୍ରୋଗ୍ରାମ ସମ୍ବନ୍ଧରେ : ଓଭିଇପି ଭିତ୍ତିକ ପ୍ରୋଜେକ୍ଟ ଓ କାର୍ୟ୍ୟକ୍ରମ ଆରାମଦାୟକ ଜୀବନଶୈଳୀ, ଏକାଗ୍ରତାର ଅଭାବ, କିଶୋର ମାନେ ବିଦ୍ୟାଳୟ ଛାଡ଼ିବା ପରି ବିଶ୍ବର ଆହ୍ବାନକୁ ଦୂର କରିବାରେ ସହାୟତା କରୁଛି। ରିସୋର୍ସ ଓ ଟୁଲକିଟ ଯୁବକ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯଦ୍ବାରା ସେମାନେ ଶାରିରୀକ କାର୍ୟ୍ୟରୁ ଶିକ୍ଷା ଗ୍ରହଣ କରିପାରିବେ ଓ ଜୀବନବ୍ୟାପୀ ସାମାଜିକ, କଗନିଟିଭ୍ ଓ ଶାରିରୀକ ଦକ୍ଷତା ହାସଲ କରିପାରିବେ। ଏହାର ପ୍ରଥମ ବର୍ଷରେ ଭୁବନେଶ୍ବର ଓ ରାଉରକେଲାର ୯୦ ଟି ସ୍କୁଲର ୩୨,୦୦୦ ପିଲାମାନେ ଉପକୃତ ହୋଇପାରିବେ। ସମ୍ପୂର୍ଣ୍ଣ ଭାବରେ କାର୍ଯ୍ଯକ୍ଷମ ହେବା ପରେ ଏହା ୭ ନିୟୁତ ପିଲାଙ୍କ ନିକଟରେ ପହଞ୍ଚି ପାରିବ। ଓଡ଼ିଶା ରାଜ୍ୟ ଓଭିଇପି କୁ ସମସ୍ତ ସ୍କୁଲ୍ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ପର୍ଯ୍ଯାୟ କ୍ରମେ ନେବା ପାଇଁ ଲକ୍ଷ୍ୟ ରଖିଛି ଯଦ୍ବାରା ଏହାର ଯୁବ ପ୍ରତିଭାମାନେ ଅଲମ୍ପିକ ମୂଲ୍ୟବୋଧକୁ ଉପଯୁକ୍ତ ଭାବରେ ବୁଝିପାରିବେ।
ସଂସ୍କୃତି ଓ ଐତିହ୍ୟ ପାଇଁ ଅଲମ୍ପିକ ଫାଉଣ୍ଡେସନ , ଯାହା ସହାୟତାରେ ଆଇଓସି ପାଇଁ ଓଭିଇପି କାର୍ୟ୍ୟକ୍ରମ କରାଯାଉଛି। ଏହା ଓଡ଼ିଶା ରାଜ୍ୟ ଦ୍ବାରା ମନୋନୀତ ହୋଇଥିବା ‘‘ମାଷ୍ଟର ଟ୍ରେନର’’ ଙ୍କ ପାଇଁ ତାଲିମ୍ ଅଧିବେଶନର ପରିଚାଳନା କରିବ। ଏଥିରେ ମଧ୍ୟ ଏବିଏଫଟିର ତାଲିମଦାତାଙ୍କୁ ସାମିଲ୍ କରାଯିବ ଯେଉଁମାନେ ରାଜ୍ୟର ଆଠରୁ ଦଶଟି ସ୍କୁଲ ଉପରେ ଧ୍ୟାନ ପ୍ରଦାନ କରି କା କ୍ରମର ଆରମ୍ଭ କରିବେ। ସ୍କୁଲ୍ ପ୍ରିନ୍ସିପାଲ, ଶିକ୍ଷା ଓ କ୍ରୀଡ଼ା ଅଧିକାରୀ ଓ ଅନ୍ୟାନ୍ୟ କୋର ଗ୍ରୁପ୍ ସଦସ୍ୟମାନଙ୍କ ପାଇଁ ଓରିଏଣ୍ଟେସନ ସେସନର ପରିଚାଳନା କରାଯିବ ଯେଉଁମାନେ ଏହି ପ୍ରକଳ୍ପରେ ସଂପୃକ୍ତ ରହିଛନ୍ତି।
ଅଲମ୍ପିକ୍ ଭାଲ୍ୟୁଜ୍ ଏଡୁକେସନ ପ୍ରୋଗ୍ରାମ ଅଲମ୍ପିକ୍ ଭାଲ୍ୟୁଜ ଏଡୁକେସନ ପ୍ରୋଗ୍ରାମ ହେଉଛି ମାଗଣା ଓ ଉପଲବ୍ଧ ଶିକ୍ଷା ସମ୍ବଳର ଏକ ସିରିଜ୍ ଯାହାକୁ ଆଇଓସି ଦ୍ବାରା ପ୍ରସ୍ତୁତ କରାଯାଇଛି। ଏଥିରେ ଶିକ୍ଷା ପାଠ୍ୟକ୍ରମ ସହିତ ଅଲମ୍ପିକ ସ୍କୋର୍ଟସକୁ ଓ ଅଲମ୍ପିଜିମର ମୂଳ ନୀତିକୁ ସାମିଲ୍ କରାଯାଇଛି। ଅଂଶଗ୍ରହଣକାରୀମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି ଓ ଜଣେ ଉତ୍ତମ ନାଗରିକ ଭାବରେ ଦାୟୀତ୍ବ ଗ୍ରହଣ କରିବାକୁ ଅନୁପ୍ରେରିତ କରାଯାଉଛି। ଅଲମ୍ପିଜିମକୁ ହୃଦୟଙ୍ଗମ କରି ଓଭିଇପି କ୍ରୀଡ଼ା ଓ ଶାରିରୀକ କାର୍ୟ୍ୟ ଦୀର୍ଘକାଳୀନ ଲାଭ ସମ୍ପର୍କରେ ସୂଚୀତ କରେ ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟ, ଉପଭୋଗ ଓ ସାମାଜିକ କ୍ରିୟା ଉପରେ ଏହାର ପ୍ରଭାବକୁ ଦର୍ଶାଇଥାଏ।
ନୀତା ଅମ୍ବାନିଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ “ହର-ସର୍କଲ୍‌’ର ହିନ୍ଦୀରେ ଶୁଭାରମ୍ଭ
ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ (ଅଧ୍ୟକ୍ଷା) ନୀତା ଅମ୍ବାନି “ହର-ସର୍କଲ୍‌’ର ହିନ୍ଦୀ ଆପ୍‌କୁ ଉନ୍ମୋଚନ କରିଛନ୍ତି । ହର-ସର୍କଲ୍ ହେଉଛି ମହିଳାମାନଙ୍କ ଲାଗି ଏକ ବିଶିଷ୍ଟ ପ୍ଲାଟଫର୍ମ ଯାହା ମହିଳାମାନଙ୍କ ସଶକ୍ତୀକରଣ ଲାଗି କାର୍ଯ୍ୟ କରୁଛି । ବର୍ଷକ ପୂର୍ବରୁ ଉନ୍ମୋଚନ କରାଯାଇଥିବା ଏହି ପ୍ଲାଟଫର୍ମ ଏହାର ପ୍ରଥମ ବର୍ଷରେ ୪ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିପାରିଛି । ଏହା ହେଉଛି ଭାରତରେ ମହିଳାମାନଙ୍କ ମଧ୍ୟରେ ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ପ୍ଲାଟଫର୍ମ ।
“ହର-ସର୍କଲ’ ହିନ୍ଦୀ ଆପ୍‌ର ଉନ୍ମୋଚନ ଅବସରରେ ନୀତା ଅମ୍ବାନି, ଅଧ୍ୟକ୍ଷା, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି ଯେ, “ଯେକୌଣସି କ୍ଷେତ୍ର ଓ ଭାଷାର ମହିଳାମାନଙ୍କ ଲାଗି ହର-ସର୍କଲ୍ ହେଉଛି ଏକ ଉଦୀୟମାନ ପ୍ଲାଟଫର୍ମ । ମୁଁ ଚାହୁଛି ଆମର ଉପସ୍ଥିତି ଓ ସମର୍ଥନ ବିନା କୌଣସି ପ୍ରତିବନ୍ଧକରେ ଆଗକୁ ବଢ଼ିବା ଜାରି ରହୁ । ଅଧିକରୁ ଅଧିକ ମହିଳାମାନଙ୍କ ନିକଟରେ ସେମାନଙ୍କ ଭାଷାକୁ ପହଂଚାଇବା ଲାଗି ଆମେ ହର-ସର୍କଲ୍‌କୁ ହିନ୍ଦୀ ଭାଷାରେ ଉନ୍ମୋଚନ କରିଛୁ । ମୁଁ ଆଶା କରୁଛି ଯେ ବର୍ତମାନ ସୁଦ୍ଧା ଇଂରାଜୀ ପ୍ଲାଟଫର୍ମରେ ଯେତିକି ଭଲ ପାଇବା ଏହାକୁ ମିଳିଛି ହିନ୍ଦୀ ପ୍ଲାଟଫର୍ମରେ ମଧ୍ୟ ତାହା ମିଳିବ ।’’
ହର-ସର୍କଲ୍ ଡିଜିଟାଲ୍ ନେଟ୍‌ୱର୍କକୁ ବ୍ୟବହାର କରି ହଜାର ହଜାର ମହିଳାମାନଙ୍କ ଲାଗି ସଠିକ୍ କ୍ୟାରିୟର ଓ ସୁଯୋଗ ସୁଯୋଗ ସୃଷ୍ଟି କରିଛି । ପେସାଦାର ମେକଅପ୍ ଆର୍ଟିଷ୍ଟ, ଫୁଡ ଷ୍ଟାଇଲିଷ୍ଟ, ଫିଟନେସ୍ ଟ୍ରେନର, ଡଗ୍‌୍ ଟ୍ରେନର, ରେଡିଓ ଜକି ଭଳି କ୍ୟାରିୟର ବିଷୟରେ ଏଥିରେ ବହୁତ ବଢ଼ିଆ ବିବରଣୀ ଉପଲବ୍ଧ ରହିଛି । ହର-ସର୍କଲ୍ ନେଟୱର୍କକୁ ୩୦,୦୦୦ ପଂଜୀକୃତ ଉଦ୍ୟୋଗୀଙ୍କ ସମର୍ଥନ ମଧ୍ୟ ମିଳିଛି ।
ମହିଳାମାନଙ୍କ ସମ୍ପର୍କିତ ସାମଗ୍ରୀ ପ୍ରଦାନ କରିବା ଲାଗି ହର-ସର୍କଲ୍‌କୁ ଏକ ୱାନ୍‌-ଷ୍ଟପ୍ ଡେଷ୍ଟିନେସନ୍ ଭାବେ ପ୍ରସ୍ତୁତ କରାଯାଇଛି । ନେଟୱର୍କରେ ଯୋଡ଼ି ହୋଇଥିବା ମହିଳାମାନେ ସାର ଏଚ୍‌ଏନ୍ ରିଲାଏନ୍ସ ହସ୍ପିଟାଲ୍‌ର ଚିକିତ୍ସା ଓ ବିଶେଷଜ୍ଞ ନେଟ୍‌ୱର୍କ ଠାରୁ ମାନସିକ ସ୍ୱାସ୍ଥ୍ୟ, ଶାରିରୀକ ଫିଟନେସ୍ ଓ ଚର୍ମର ଦେଖାଶୁଣା ଓ ସ୍ତ୍ରୀ ରୋଗ ସମ୍ପର୍କିତ ପରାମର୍ଶ ନେଇପାରିବେ । ଏହି ସେବା ଦ୍ୱାରା ହଜାର ହଜାର ମହିଳା ଉପକୃତ ହୋଇଛନ୍ତି । ଫିଟନେସ୍ ଓ ପୁଷ୍ଟି, ପ୍ରଜନନ କ୍ଷମତା, ଗର୍ଭାବସ୍ଥାର ସହିତ ବିତିୟ ଆବଶ୍ୟକତା ପାଇଁ ପର୍ସନଲାଇଜଡ୍ ଆପ୍‌କୁ ୧.୫ ଲକ୍ଷ ଲୋକ ବ୍ୟବହାର କରିଛନ୍ତି ।
ଯଦିଓ ଭିଡିଓ ଓ ଲେଖା ବିଷୟବସ୍ତୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି କିନ୍ତୁ ପ୍ଲାଟଫର୍ମର ନେଟୱର୍କର ଅଂଶ କେବଳ ମହିଳାମାନଙ୍କ ପାଇଁ ରହିଛି । ତେଣୁ ବିନା କୌଣସି ସଙ୍କୋଚରେ ସେମାନେ ବାନ୍ଧବୀ ଓ ବିଶେଷଜ୍ଞଙ୍କୁ ପ୍ରଶ୍ନ କରିପାରୁଛନ୍ତି । ହର-ସର୍କଲ୍‌ରେ ମହିଳାମାନଙ୍କ ପାଇଁ ଏକ ଗୋପନୀୟ ଚାଟ୍ ରୁମ୍ ରହିଛି ଯେଉଁଥିରେ ସେମାନେ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରଶ୍ନ କରିପାରିବେ ଓ ଉତର ପାଇପାରିବେ । ଏହି ପ୍ଲାଟଫର୍ମରେ ରିଲାଏନ୍ସର ସ୍ୱାସ୍ଥ୍ୟ, ୱେଲ୍‌ନେସ୍‌, ଶିକ୍ଷା, ଉଦ୍ୟମିତା, ଫାଇନାନ୍ସ ଓ ନେତୃତ୍ୱ ବିଶେଷଜ୍ଞମାନେ ଉତର ଦେଉଛନ୍ତି । ଅପ୍‌ସ୍କିଲିଂ ଓ ନିଯୁକ୍ତି ସେକ୍ସନ ମହିଳାମାନଙ୍କ ଲାଗି ପେସାଦାର ଦକ୍ଷତା ଖୋଜିବାରେ ସହାୟକ ହେଉଛି । ଏହି ପ୍ଲାଟଫର୍ମରେ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମକୁ ମଧ୍ୟ ହାସଲ କରାଯାଇପାରୁଛି ।