Cloud Data Center - The Sakala

ହାଇଦ୍ରାବାଦରେ ମାଇକ୍ରୋସଫ୍ଟ ନିର୍ମାଣ କରିବ ନୂତନ କ୍ଲାଉଡ୍ ଡାଟା ସେଣ୍ଟର
ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ଭାରତରେ ଏହାର ନୂତନ କ୍ଲାଉଡ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବା ନେଇ  ଘୋଷଣା କରିଛି। ହାଇଦ୍ରାବାଦରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହା ମଧ୍ୟ ଭାରତରେ ସବୁଠାରୁ ବଡ ଡାଟା ସେଣ୍ଟର ହେବ। କ୍ଲାଉଡ୍ ସେବା, ଇଣ୍ଟରନେଟ୍ ଅଫ୍ ଥିଙ୍କ୍, ଖେଳ, ସୁରକ୍ଷା ଭଳି ଅନେକ ଜିନିଷ ଉପରେ ଏଠାରେ କାର୍ଯ୍ୟ କରାଯିବ। ମାଇକ୍ରୋସଫ୍ଟର ଏହି କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ। ମାଇକ୍ରୋସଫ୍ଟ ଏହାର ନୂତନ ଡାଟା କେନ୍ଦ୍ରକୁ ୨ ଲକ୍ଷ ୧୮ ହଜାର (୫୪ ଏକର) ବର୍ଗଫୁଟରେ ନିର୍ମାଣ କରିବ। ଏହାକୁ ପ୍ରସ୍ତୁତ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ କମ୍ପାନୀ ଏ ପର୍ଯ୍ୟନ୍ତ କିଛି ସୂଚନା ଦେଇନାହିଁ। କୋଭିଡ -୧୯ ମହାମାରୀ ପରେ ଏକ ଡାଟା କେନ୍ଦ୍ରର ଆବଶ୍ୟକତା ଅନୁଭବ କରାଯାଇଛି ବୋଲି କମ୍ପାନୀ କହିଛି।

ଏଭଳି ପରିସ୍ଥିତିରେ ଏହି କେନ୍ଦ୍ର ପାଇଁ କୌଣସି ବଜେଟ୍ ସ୍ଥିର କରାଯାଇନାର୍ହିଁ। ଏଥିରେ ନିରନ୍ତର ବିନିଯୋଗ ହେବ। ଏହା କେବଳ ହାଇଦ୍ରାବାଦ ଅଞ୍ଚଳରେ କରାଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ୨୦୨୫ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ। ଏହି କାର୍ଯ୍ୟକ୍ରମରେ ମାଇକ୍ରୋସଫ୍ଟ ଇଣ୍ଡିଆର ସଭାପତି ଅନନ୍ତ ମହେଶ୍ୱରୀ କହିଛନ୍ତି ଯେ, ମାଇକ୍ରୋସଫ୍ଟର ଏହି ଅଞ୍ଚଳରେ ୬୦ ରୁ ଅଧିକ ଡାଟା କେନ୍ଦ୍ର ରହିଛି। ଯେଉଁମାନେ ପ୍ରତିଦିନ ୨୪ ଟ୍ରିଲିୟନରୁ ଅଧିକ ସୁରକ୍ଷା ସିଗ୍‌ନାଲ୍‌ ଦେଖୀଥାନ୍ତି। କମ୍ପାନୀ ୨୦୧୫ରେ ଭାରତରେ ତିନୋଟି ଡାଟା କେନ୍ଦ୍ର ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଏହାର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଭାରତରେ ମାଇକ୍ରୋସଫ୍ଟର ଡାଟା ସେଣ୍ଟର୍ ବର୍ତ୍ତମାନ ଦିଲ୍ଲୀ ଏନ୍‌ସିଆର, ଅହମ୍ମଦାବାଦ, କୋଲକାତା, ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ, ଚେନ୍ନାଇରେ ଅବସ୍ଥିତ। ଏଥିସହିତ ହାଇଦ୍ରାବାଦରେ ଏସବୁର ସବୁଠାରୁ ବଡ ଡାଟା କେନ୍ଦ୍ର ଆରମ୍ଭ ହେବ।

ଦେଶରେ ସମ୍ପ୍ରତ୍ତି ୬୨୪ ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ରହିଛନ୍ତି। ଏଥିରେ ୪୪୮ ନିୟୁତ ସୋସିଆଲ ମିଡିଆ ବ୍ୟବହାରକାରୀ ଅଛନ୍ତି। ସେଠାରେ ୧୫୦ ନିୟୁତ ଅନଲାଇନ୍ ଗ୍ରାହକ ଅଛନ୍ତି। ଭାରତରେ ବିଶ୍ୱର ସର୍ବ ବୃହତ ଡିଜିଟାଲ ପେମେଣ୍ଟ ସିଷ୍ଟମ ଏବଂ ସର୍ବବୃହତ ଡିଜିଟାଲ ପରିଚୟ ଇକୋସିଷ୍ଟମ ରହିଛି। ଏହାଛଡା ଭାରତରେ ୧୯୪  ବିଲିୟନ ଡଲାର ମୂଲ୍ୟର ଆଇଟି ଶିଳ୍ପ ରହିଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଦେଶ।  2025 ସୁଦ୍ଧା ଡାଟା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ) ଦେଶର ଜିଡିପିରେ ୫୦୦ ବିଲିୟନ ଡ଼ଲାରର ଯୋଗଦାନ ଦେବ। ଏଠାରେ ୫.୨ ନିୟୁତ ପ୍ରୋ ଡେଭଲପର୍ ଅଛନ୍ତି। ମାଇକ୍ରୋସଫ୍ଟ କହିଛି ଯେ, ଏହାର ସାରା ଦେଶରେ ୩.୪୦ ଲକ୍ଷ ଗ୍ରାହକ ସଂଗଠନ ଅଛି। ଏଥିପାଇଁ ୧୪,୦୦୦ ପାର୍ଟନର କମ୍ପାନୀ ସହିତ କାମ କରିଥାନ୍ତି। ମାଇକ୍ରୋସଫ୍ଟର ଦେଶରେ ୧୮,୦୦୦ କର୍ମଚାରୀ ଅଛନ୍ତି। ଏଥିସହିତ ଦେଶରେ କ୍ଲାଉଡ୍ ସାର୍ଟିଫିକେଟ୍ କର୍ମଚାରୀଙ୍କ ସଂଖ୍ୟା ୪.୪୬ ଲକ୍ଷରୁ ଅଧିକ ରହିଛି।