kulfi ice cream - The Sakala

କଥା ପଛର କାହାଣୀ: ୫୦୦ ବର୍ଷ ପୂର୍ବରୁ ‘କୁଲ୍‌ଫି’ର ଆରମ୍ଭ
ଖରାଦିନେ କୁଲ୍‌ଫି ଖାଇବାକୁ କିଏ ବା ଭଲ ନ ପାଏ। ଭାରତ ସମେତ ମିୟାଁମାର, ପାକିସ୍ତାନ, ବାଂଲାଦେଶର ଲୋକେ କୁଲ୍‌ଫି ଖାଇବାକୁ ପସନ୍ଦ କରନ୍ତି। ଆଇସ୍‌କ୍ରିମ୍ ଭଳି ଦେଖାଯାଉଥିଲେ ମଧ୍ୟ କୁଲ୍‌ଫିର ସ୍ବାଦ ଭିନ୍ନ। ଏହା ଅତ୍ୟନ୍ତ ସ୍ବାଦିଷ୍ଟ। ଏହା ପୁଣି ବିଭିନ୍ନ ଫ୍ଲେଭର୍‌ରେ ମିଳିଥାଏ। ବିଶେଷକରି ବାଦାମ, ଭାନିଲା, କେଶର ଆଦି ଫ୍ଲେଭର୍‌ର କୁଲ୍‌ଫିର ଚାହିଦା ଅଧିକ। ଅନ୍ୟପଟେ ଏହା ଉତ୍ତର ଆମେରିକାର କଷ୍ଟାର୍ଡ ମିଠା ସହ ସମାନ। ଏହାକୁ ବିଭିନ୍ନ ତରିକାରେ ପ୍ରସ୍ତୁତ କରାଯାଉ ଥିବା ବେଳେ ଭିନ୍ନ ଶୈଳୀରେ ମଧ୍ୟ ପରଷା ଯାଏ। ଆଇସ୍‌କ୍ରିମ୍‌ ଭଳି କାଠିରେ କୁଲଫ୍‌ ମିଳୁଥିବାେବଳେ କପ୍‌ ଏବଂ ପତ୍ରରେ ମଧ୍ୟ ଏହାକୁ ବିକ୍ରି କରାଯାଏ।

ଭାରତରେ ମିଠା ଖାଦ୍ୟ ଭାବେ ଏହା ବହୁ ପୂର୍ବରୁ ରହିଆସିଛି। ଅବଶ୍ୟ ପ୍ରଥମେ ଏହା ଲିକ୍ବିଡ୍ (ତରଳ)ଭଳି ମିଳୁଥିଲା। ଏହାର ପ୍ରାରମ୍ଭ ଷୋଡ଼ଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟ ସମୟରେ ଉତ୍ତର ଭାରତରେ ହୋଇଥିଲା। ମୋଗଲମାନେ ଗାଢ଼ ବା ବହଳିଆ କ୍ଷୀରରେ ପିସ୍ତା ଓ କେଶର ମିଶାଇ ପରେ ଏହାକୁ ଏକ ଧାତୁ ପାତ୍ରରେ ରଖୁଥିଲେ। ଯଦିଓ ସେତେବେଳେ ଫ୍ରିଜ୍‌ ନ ଥିଲା। ତଥାପି ଏହାକୁ ଥଣ୍ଡା କରିବାର ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ଥଣ୍ଡାରେ କୁଲ୍‌ଫି ଜମିବା ପାଇଁ ବରଫ ତଥା ଲୁଣ ପାଣି ମିଶ୍ରଣରେ ଏହାକୁ ଥଣ୍ଡା କରାଗଲା। ଆଉ ଏହି ପ୍ରକାରରେ ପ୍ରସ୍ତୁତ ହେଲା ଥଣ୍ଡା ଥଣ୍ଡା କୁଲ୍‌ଫି।

ଧୀରେ ଧୀରେ ଏହା ଉତ୍ତର ଭାରତ ସମେତ ଦକ୍ଷିଣ ଭାରତ ତଥା ପୂରା ଦକ୍ଷିଣ ଏସିଆରେ ପ୍ରଚଳନ ହେଲା। ଫରାସୀ ଶବ୍ଦରୁ ଆସିଛି କୁଲ୍‌ଫି। ଯାହାର ଅର୍ଥ ହେଉଛି ‘କଭର୍ କପ୍‌’। ଆଜିକାଲି ଘରେ ଲୋେକ କୁଲ୍‌ଫି ତିଆରି କରୁଥିବା ବେଳେ ପୂର୍ବରୁ ମାଟିହାଣ୍ଡିରେ ଏହାକୁ ପ୍ରସ୍ତୁତ କରାଯାଉଥିଲା। ଯେଉଁଥିପାଇଁ ଏହାର ସ୍ବାଦ ଅଲଗା ତଥା ସ୍ବାଦିଷ୍ଟ ଲାଗିଥାଏ।