Department of Higher Education - The Sakala

ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍, ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ
ଭୁବନେଶ୍ୱର: ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍ । ଆପ୍‌କୁ ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ । ସମସ୍ତ ବିଶ୍ଵବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି । କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପ୍‌ରେ ତଥ୍ୟ ଦେଇପାରିବେ ଛାତ୍ରୀ । ଉଚ୍ଚଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭାଗ ଯାଏଁ ଅଭିଯୋଗ ପହଞ୍ଚିପାରିବ । ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଆପ୍ କୁ ଲୋକାର୍ପିତ କରିଥିଲେ ।

କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସହାୟତା ସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଆରମ୍ଭ ହୋଇଥିବା ‘ଶକ୍ତିଶ୍ରୀ’ (Shaktishree) ମୋବାଇଲ୍ ଆପ୍ଲିକେସନ୍‌କୁ ଆପଣାଇବା ସହ ଏହାର ପ୍ରସାର କରିବାକୁ ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ତଥା ଅନୁଦାନପ୍ରାପ୍ତ କଲେଜଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ ଏହି ଡିଜିଟାଲ୍ ପ୍ଲାଟଫର୍ମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, କାଉନସେଲିଂ, ଅଭିଯୋଗର ତୁରନ୍ତ ଶୁଣାଣି ଏବଂ ସେମାନଙ୍କ ସାମଗ୍ରିକ କଲ୍ୟାଣକୁ ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ‘ଶକ୍ତିଶ୍ରୀ’ ଆପ୍‌କୁ ଏକ ଛାତ୍ର କୈନ୍ଦ୍ରିକ ଡିଜିଟାଲ୍ ପ୍ଲାଟଫର୍ମ ଭାବରେ ବିକଶିତ କରାଯାଇଛି। ଏଥିରେ ଏସ୍‌ଓଏସ୍ (SOS) ଜରୁରୀକାଳୀନ ସହାୟତା, ସେଫ୍ଟି ଚେକ୍-ଇନ୍ ବିକଳ୍ପ, ଶିକ୍ଷାନୁଷ୍ଠାନର ନୂଆ ବିଜ୍ଞପ୍ତି, କାଉନସେଲିଂ ସହାୟତା ସେବା ଏବଂ ରିଅଲ୍ ଟାଇମ୍‌ରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଫିଚର ଉପଲବ୍ଧ ରହିଛି।

ନିଜ ଅଧୀନରେ ଥିବା ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରି ପଞ୍ଜୀକରଣ କରିବାକୁ ଉତ୍ସାହିତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ପ୍ଲାଟଫର୍ମରେ ସର୍ବାଧିକ ନାମଲେଖା ଏବଂ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସକ୍ରିୟ ପଦକ୍ଷେପ ନେବାକୁ କୁହାଯାଇଛି।

ଶିକ୍ଷାଦାନ ପାଇଁ ନାହାନ୍ତି ଅଧ୍ୟାପକ; କିରାଣି ସଜାଇଛି ଉଚ୍ଚଶିକ୍ଷା ବିଭାଗ...
ଭୁବନେଶ୍ୱର: ପାଠ ପଢ଼ାଇବାକୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି। ବିଶ୍ୱବିଦ୍ୟାଳୟରେ ପ୍ରାୟ ୬୨%ରୁ ଅଧିକ ଏବଂ ସରକାରୀ ମହାବିଦ୍ୟାଳୟ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ୫୦%ରୁ ଅଧିକ ପଦ ଖାଲି ପଡ଼ିଛି। ଅପରପକ୍ଷେ, ଅନେକ ଅଧ୍ୟାପକ ଡେପୁଟେସନ୍‌ରେ ଉଚ୍ଚଶିକ୍ଷା ବିଭାଗରେ ନିୟୋଜିତ ହୋଇଛନ୍ତି। ଥରେ ବିଭାଗକୁ ବଦଳି ହୋଇଗଲେ ଫେରିବାକୁ କୁଣ୍ଠାବୋଧ କରୁଛନ୍ତି। ଯେନତେନ ପ୍ରକାରେ ଗାଦି ମାଡ଼ି ବସିବାକୁ ରାଜନୈତିକ ଚାପ ପ୍ରୟୋଗ କରୁଛନ୍ତି। ଫଳରେ ଶିକ୍ଷାନୁଷ୍ଠାନକୁ ପ୍ରତ୍ୟାବର୍ତ୍ତନ ପାଇଁ ନିର୍ଦ୍ଦେଶନାମାକୁ ମଧ୍ୟ ଖାତିର୍‌ କରୁନାହାନ୍ତି। ନିର୍ଦ୍ଦେଶନାମାକୁ ମାସାଧିକ କାଳ ବିତିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନରେ ଯୋଗ ଦେଉନଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ରାଜଧାନୀର ପ୍ରତିଷ୍ଠିତ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଶୁଭ୍ରାଂଶୁ କୁମାର ବେହେରା ଦୀର୍ଘ ଦିନରୁ ଉଚ୍ଚଶିକ୍ଷା ବିଭାଗକୁ ଡେପୁଟେସନ୍‌ରେ ଯାଇଛନ୍ତି। ଗତ ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ବିଜେବି କଲେଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ମାସାଧିକ କାଳ ବିତିଥିଲେ ମଧ୍ୟ ସମ୍ପୃକ୍ତ ଅଧ୍ୟାପକ ଶିକ୍ଷାନୁଷ୍ଠାନରେ ଯୋଗ ଦେଇନାହାନ୍ତି। ଅନୁରୂପ ଭାବେ ବିଜେବି କଲେଜରେ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ହେବା ପରେ ତତ୍କାଳୀନ କମ୍ପ୍ୟୁଟର୍‌ ସାଇନ୍ସ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ ଡ. ପାଣ୍ଡବ ପ୍ରଧାନଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ଡେପୁଟେସନ୍‌ରେ ପଠାଯାଇଥିଲା। ଗତ ସେପ୍ଟେମ୍ବର ୨୩ ତାରିଖରେ ତାଙ୍କୁ ନୂଆପଡ଼ାସ୍ଥିତ ମଡେଲ୍‌ ଡିଗ୍ରୀ କଲେଜକୁ ବଦଳି କରାଯାଇଛି। ଏହି ନିର୍ଦ୍ଦେଶନାମାକୁ ମଧ୍ୟ ପ୍ରାୟ ୨୦ଦିନ ବିତିଥିଲେ ମଧ୍ୟ ନୂତନ ଶିକ୍ଷାନୁଷ୍ଠାନରେ ଯୋଗ ଦେଇନାହାନ୍ତି। ଏପରିକି, ଉଭୟଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରିଲିଭ୍‌ ମଧ୍ୟ କରାଯାଉନାହିଁ। ରାଜନୈତିକ ଚାପ ପ୍ରୟୋଗ କରି ଯେନତେନ ଉପାୟରେ ବିଭାଗରେ ହିଁ ରହିବାକୁ ଉଭୟେ କସରତ କରୁଥିବା ଅଭିଯୋଗ ହୋଇଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମାକୁ ମଧ୍ୟ ଏମାନେ ଖାତିର୍‌ କରୁନାହାନ୍ତି।

ସେହିପରି ବିଜେବି କଲେଜରେ ମାନବଶାସ୍ତ୍ର (ଆନ୍ଥ୍ରୋ‌‌ପୋଲୋଜି) ବିଭାଗର ସହକାରୀ ପ୍ରାଧ୍ୟାପିକା ସମ୍ପ୍ରୀତି ପଣ୍ଡା ଉଚ୍ଚଶିକ୍ଷା ବିଭାଗରେ ଓ ଅର୍ଥନୀତି ବିଭାଗର ସହକାରୀ ପ୍ରାଧ୍ୟାପିକା ଲିପ୍‌ସା ମିଶ୍ର ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ମଧ୍ୟ ଡେପୁଟେସନ୍‌ରେ ଅଛନ୍ତି। ଅନୁରୂପ ଭାବେ ରାଜଧାନୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ହୃଷୀକେଶ ନାୟକ, କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଗଣିତ ବିଭାଗର ସହକାରୀ ଅଧ୍ୟାପିକା ପ୍ରଭାତୀ ମଞ୍ଜରୀ ମହାନ୍ତି, ପୁରୀ ମହିଳା ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ସହକାରୀ ପ୍ରଧ୍ୟାପକ ଶରତ ମାଝୀ, ବାରିପଦା ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରାଧ୍ୟାପିକା ରୂପଶ୍ରୀ ମହାପାତ୍ର ପ୍ରମୁଖ ଡେପୁଟେସନ୍‌ରେ ଯାଇ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ସହ ବିଭିନ୍ନ ବିଏଡ୍‌ ଶିକ୍ଷାନୁଷ୍ଠାନରୁ ପ୍ରାୟ ୨୫ଜଣ ଅଧ୍ୟାପକ ବିଭାଗରେ କାର୍ଯ୍ୟରତ ଅଛନ୍ତି।

ଅଧ୍ୟାପକ ଅଭାବରୁ ଉଚ୍ଚ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି। ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି। ଅପରପକ୍ଷେ, ୟୁଜିସି ସ୍କେଲ୍‌ରେ ଦରମା ପାଉଥିବା ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକାମାନେ ବିଭାଗକୁ ଯାଇ କିରାଣି କାମ କରୁଛନ୍ତି। ଅନେକଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମିଳି ନଥିବାରୁ କେବଳ ହାଜିରା ଦେଇ ଫେରୁଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର୍‌ ଷ୍ଟେଜ୍‌-୧, ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ରାଙ୍କର ଅଧ୍ୟାପକମାନେ ଯଦି କିରାଣି କାମ କରିବେ, ତାହେଲେ ଶିକ୍ଷାଦାନ କିଏ କରିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

ସରକାରଙ୍କ ଦାୟିତ୍ୱହୀନ ଓ ଦୂରଦୃଷ୍ଟିବିହୀନ କାର୍ଯ୍ୟ ପାଇଁ ଶୈକ୍ଷିକ ମାନ କ୍ରମାଗତ ହ୍ରାସ ପାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଉଚ୍ଚଶିକ୍ଷା ବିଭାଗ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି। ଡେପୁଟେସନ୍‌ରେ ନେବା ବା ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ବ୍ୟକ୍ତି ଚାପ ପକାଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ବିଭାଗକୁ ଡେପୁଟେସନ୍‌ରେ ଆଣିବାକୁ ଏକପ୍ରକାର ପ୍ରତିଯୋଗିତା ଲାଗି ରହିଛି। ଫଳରେ ବିଭାଗରେ ମଧ୍ୟ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି।

ନିଯୁକ୍ତି ପାଇଲେ ୨୯୧ ଲ୍ୟାବ ଆସିଷ୍ଟାଣ୍ଟ
ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଲେ ୨୯୧ ଆଶାୟୀ । ଲ୍ୟାବ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର ପାଇଁ ୨୯୪ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ରେ ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଏଥପାଇଁ ମୁଖ୍ୟ ଲିଖିତ ପରୀକ୍ଷା ସହ ଇଣ୍ଟରଭ୍ୟୁ ନେଇଥିଲା। ଏନେଇ ରାଜ୍ୟର ଅନେକ ଆଶାୟୀ ଆବେଦନ କରିଥିଲେ ।  ପରବର୍ତ୍ତୀ ସମୟରେ ସାର୍ଟିଫିକେଟ ଭେରିଫିକେସନ୍ ପରେ ସେମାନଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ଷ୍ଟାଫ ସିଲେକସନ୍ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଲଗାତାର ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ୨୯୧ ଶିକ୍ଷକଙ୍କୁ ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଷୋଟର କିପର ଭାବରେ ନିଯୁକ୍ତି ଦିଆଯାଇଛି  ।

ଦିଗହରା ବିଶ୍ୱବିଦ୍ୟାଳୟ କ୍ୟାରିୟର କାଉନସେଲିଂ ସେଲ୍‌, ଉଚ୍ଚଶିକ୍ଷିତ ହୋଇ ବି ପିଲାଙ୍କୁ ମିଳୁନି ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ଉତ୍କଟ ହେଉଛି ବେକାରୀ ସମସ୍ୟା। ବଢ଼଼ୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରୁ ସ୍ୱାତକ ଏବଂ ସ୍ନାତକୋତ୍ତର ଡିଗ୍ରି ହାସଲ କରି ମଧ୍ୟ ଚାକିରି ଟିଏ ପାଇବାରେ ଛାତ୍ରଛାତ୍ରୀ ସକ୍ଷମ ହେଉ ନାହାନ୍ତି। ଯାହାର ପ୍ରମୁଖ କାରଣ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ନିଷ୍କ୍ରିୟତା। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଥିବାବେଳେ ସରକାରୀ ଡିଗ୍ରି କଲେଜରେ ଏହାକୁ ବିଗତ ବର୍ଷ ଫେବୃଆରୀ ମାସରୁ ବନ୍ଦ କରାଯାଇଛି। ଯାହାକୁ ନେଇ ସିଏଜି ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

୨୦୧୮ ମସିହା ଜୁନ୍‍ ମାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୫୨ଟି ସରକାରୀ ଡିଗ୍ରି କଲେଜ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେଲ୍‌ ଗଠନ କରିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରରେ ପିଲାଙ୍କ ମାର୍ଗଦର୍ଶନ କରିବା, ପାଠପଢ଼଼ା ପରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ପ୍ରତି କଲେଜକୁ ଏଥି ପାଇଁ ତିନି ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା। ଶିକ୍ଷାନୁଷ୍ଠାନର ଜଣେ ଯୁବ ଅଧ୍ୟାପକଙ୍କୁ ଏହି ସେଲର ସଂଯୋଜନଭାବେ ନିଯୁକ୍ତ କରାଯାଇଥିଲା। ଏହି ସେଲ୍‌ ପିଲାଙ୍କ ଉତ୍ତମ କ୍ୟାରିୟର ପାଇଁ କାଉନସେଲିଂ କରିବା ସହିତ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଥିଲେ। ହେଲେ ୨ ବର୍ଷ ପରେ ବିଭାଗ ୫୨ଟି ଡିଗ୍ରି କଲେଜରେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି। ୨୦୨୧ ମସିହା ଫେବୃଆରୀ ୪ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଏହାକୁ ବନ୍ଦ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ଯୋଜନା ଲକ୍ଷ୍ୟ ହାସଲ କରି ନଥିବାରୁ ଏହାକୁ ବନ୍ଦ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଥିଲା। ଅପରପକ୍ଷେ ଭାରତୀୟ ମହାଲେଖାଗାର(ସିଏଜି) ତାଙ୍କ ରିପୋର୍ଟରେ ଉଚ୍ଚଶିକ୍ଷା ବିଭାଗର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌କୁ ନେଇ ଆସନ୍ତୋଷ ପ୍ରକାଶ କରିଥିଲେ। ସିଏଜି ଦର୍ଶାଇଥିଲେ ଯେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ନିଯୁକ୍ତି ପାଇଁ ଉଭୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନର ଅଗ୍ରଗତି ଦୃଢ଼ ହେବା ଆବଶ୍ୟକ ବୋଲି କହିଥିଲେ। ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ହାରାହାରି ୨୫ ପ୍ରତିଶତ ଛାତ୍ର ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ମାତ୍ର ୩.୭୯% ଛାତ୍ରଛାତ୍ରୀମାନେ ପ୍ଲେସମେଣ୍ଟ ସେଲ୍‌/ ଚାକିରୀ ମେଳା ମାଧ୍ୟମରେ ସ୍ଥାନ ପାଇଛନ୍ତି। ସେହିପରି ରାଜ୍ୟରେ ଅନେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ କ୍ୟାରିୟର କାଉନସେଲିଂ ସେଲ୍‌ଗୁଡିକ ଠିକ୍‍ ଭାବରେ କାର୍ଯ୍ୟକ୍ଷମ ନ ଥିଲା। ଅନେକ କ୍ଷେତ୍ରରେ କ୍ୟାରିୟର କାଉନସେଲିଂ ଓ ନିୟୋଜନ ମେଳାର ସମ୍ପୂର୍ଣ୍ଣ ଅଭାବ ରହିଛି ବୋଲି ସେ ଦର୍ଶାଇଥିଲେ। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଖୋଲିଛି। ସେଲ୍‌ ଦ୍ୱାରା ପିଲାଙ୍କୁ ନିଯୁକ୍ତି ପାଇଁ କୌଣସି ସୁଯୋଗ ପ୍ରଦାନ କରାଯାଉ ନଥିବା ଏବଂ କ୍ୟାରିୟର କାଉନସେଲିଂ କ୍ଷେତ୍ରରେ ସେଭଳି ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରୁ ନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

ତେବେ କ୍ୟାରିୟର କାଉନସେଲିଂ ସେଲ୍‌ ବାବଦରେ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି ଛାତ୍ର ସତ୍ୟଜିତ ବେହେରା କହନ୍ତି, କ୍ୟାରିୟର ଓ ନିଯୁକ୍ତି ସମ୍ପର୍କିତ କୌଣସି କାଉନସେଲିଂ ବିଶ୍ୱବିଦ୍ୟାଳୟରେ ହେଉ ନାହିଁ। ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟ ଏ ବାବଦରେ ଆଦୌ ଜାଣନ୍ତି ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିପ୍ରତି ଧ୍ୟାନ ଦେଲେ ଛାତ୍ରଛାତ୍ରୀ ନିଯୁକ୍ତି ପାଇବାର ସୁଯୋଗ ପାଇ ପାରନ୍ତେ। ସେହିପରି ଶିକ୍ଷାବିତ ଡ. ଚିତ୍ତ ରଞ୍ଜନ ପଣ୍ଡା କହନ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଥମେ ଗୁଣାତ୍ମକ ଶିକ୍ଷା ପ୍ରତି ଧ୍ୟାନ ଦେବା ଦରକାର। ଏଥି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଆବଶ୍ୟକ। ହେଲେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ଅଧାରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଶିକ୍ଷକ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ଧ୍ୟାନ ଦେବା ଜରୁରୀ। ଅନଲାଇନ୍‍ରେ ପିଲାଙ୍କ କ୍ୟାରିୟର କାଉନସେଲିଂ ପାଇଁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିନ୍ତି। ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ଫୋନର ଉତ୍ତର ଦେଇ ନଥିଲେ।