Puri ShhreeMandir - The Sakala

ଆଜି ହେବନି ଶ୍ରୀଜିଉଙ୍କ ରାତ୍ର ପହୁଡ଼, ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି
ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ହେବନି। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଶ୍ରୀକ୍ଷେତ୍ରର ପ୍ରତ୍ୟେକ ସ୍ଥାନରେ ଏଲଇଡି ଟିଭି ମାଧ୍ୟମରେ ହେବ ପ୍ରସାରଣ
ପୁରୀ: ଭକ୍ତ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୨ ତାରିଖ ଶୁକ୍ରବାର ଦିନ ଅପରାହ୍ନ ୨ଟା ୪୫ରୁ ୪ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଆଚାର୍ଯ୍ୟ ବରଣ, ପରେ ସନ୍ଧ୍ୟା ୬ଟା ରେ ଅଙ୍କୁର ରୋପଣ,୧୩ ତାରିଖ ସନ୍ଧ୍ୟା ୬ଟାରେ ଅଙ୍କୁରପୂଜନ, ୧୪ ତାରିଖ ସନ୍ଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ ଓ ଅଙ୍କୁର ପୂଜନ,୧୫ରେ ଅଖଣ୍ଡ ଦୀପ ସ୍ଥାପନ ସହ ବିଭିନ୍ନ ପୂଜାର୍ଚ୍ଚନା, ୧୬ ତାରିଖରେ ସୂର୍ୟ୍ୟପୂଜା, ଧରିତ୍ରୀ ପୂଜା ଭଳି ବିଭିନ୍ନ ପୂଜାର୍ଚ୍ଚନା ଏବଂ ୧୭ ତାରିଖ ଦିବା ୧.୩୦ରୁ ୨ଟା୨୫ ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିବା ବେଳେ ଶ୍ରୀମନ୍ଦିର ଚାରିଦ୍ବାରରେ ବିଭିନ୍ନ ବେଦପାଠ ସହ ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ଗୀତ, ବାଲୁକା କଳା ମଧ୍ୟ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀ ମାନେ ଏହି ଲୋକାର୍ପଣ ଉତ୍ସବର ଯେଭଳି ଦେଖିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ଯୋଜନା ରଖିଛି ପ୍ରଶାସନ। ଏଥିସହ ଏହି ମହୋତ୍ସବରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ମଠର ସାଧୁସନ୍ଥ ଓ ବରେଣ୍ୟ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ଐସାନ୍ୟ କୋଣରେ ଯଜ୍ଞ ସହ ପୂଜାର୍ଚ୍ଚନା ଓ ଶ୍ରୀମନ୍ଦିରର ପ୍ରତ୍ୟେକ ଦ୍ୱାରରେ ଗୋଟିଏ ଲେଖାଏଁ ବେଦ ଯଥା ରୁକ, ସାମ, ଯଜୁର୍ବେଦ ଓ ଅଥର୍ବ ବେଦ ପାଠ ଚାଲିବ।

ତେବେ ଶ୍ରୀକ୍ଷେତ୍ରର ପ୍ରତ୍ୟେକ ସ୍ଥାନରେ ଏଲଇଡି ଟିଭି ମାଧ୍ୟମରେ ଏହାର ପ୍ରସାରଣ କରାଯିବା ସହ ପୁରପଲ୍ଲୀରେ ଏହାର ଯେଭଳି ବ୍ୟବସ୍ଥା ହୋଇପାରିବ ସେନେଇ ରାଜ୍ୟସରକାରଙ୍କୁ ଅନୁମୋଦନ ମଗାଯିବ। ତେବେ ପୁରୀକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଯେଭଳି ଶ୍ରୀକ୍ଷେତ୍ରର କଳା ସଂସ୍କୃତି ମଧ୍ୟରେ ଜାଣି ପାରିବେ ସେନେଇ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ସ୍ଥାନ ମଧ୍ୟ ନିର୍ମାଣ କରାଯିବ । ଅନ୍ୟପଟେ ପଞ୍ଚୁକକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ସହ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା କରାଯିବା ପାଇଁ ଆସନ୍ତାକାଲି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଆଲୋଚନା ହେବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରେ ଥିବା ସମସ୍ତ କୋଠା ଗୁଡିକୁ ଫିକା ଗେରୁଆ ଓ ଆଇଭରି ରଙ୍ଗ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖିଛି ପ୍ରଶାସନ । ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ପରିଚାଳନା କମିଟି ସେବାୟତ ସଦସ୍ୟ, ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିର ଭିତରେ ରକ୍ତଛିଟା, ମହାପ୍ରଭୁଙ୍କ ନୀତିରେ ସାମାନ୍ୟ ବିଳମ୍ବ
ପୁରୀ: ଶ୍ରୀମନ୍ଦିର ଭିତରେ ରକ୍ତଛିଟା । ଶ୍ରୀମନ୍ଦିରରେ ରକ୍ତଛିଟା ପଡ଼ିଥିବାରୁ ନୀତିରେ ସାମାନ୍ୟ ବିଳମ୍ବ ହୋଇଛି। ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା । ଅବକାଶ ପୂଜା ପରେ ଭିତରକାଠ ନିକଟରେ ଦେଖିବାକୁ ମିଳିଲା ରକ୍ତଛିଟା । ରକ୍ତଛିଟା ଦେଖାଯିବା ପରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ମହାସ୍ନାନ ନୀତି। ମହାସ୍ନାନ ନୀତି ଯୋଗୁ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତି ବିଳମ୍ବ ହୋଇଛି । ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହେଉଛନ୍ତି ଭକ୍ତ ।

ସୂଚନାଯୋଗ୍ୟ, ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଗହଳି । ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭକ୍ତଙ୍କ ଲମ୍ବା ଲାଇନ । ଗତକାଲି ରବିବାର ଦର୍ଶନ ବନ୍ଦ ରହିଥିବାରୁ ଆଜି ପ୍ରତ୍ୟୁଷରୁ ଭିଡ଼ ଲାଗି ରହିଥିବା ବେଳେ ସ୍ୱତନ୍ତ୍ର ବ୍ୟାରିକେଡ଼ ମଧ୍ୟରେ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି । ସାଧାରଣତଃ ମରଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ରହିଥିବା ବେଳେ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି । ସେପଟେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଭିତର କାଠ ନିକଟରେ ଭକ୍ତଙ୍କ ରକ୍ତ ଛିଟା ପଡ଼ିଥିବା ପରିଲକ୍ଷିତ ହୋଇଥିବାରୁ ଧୁଆ ହୋଇ ଚୁନ ପାଣି ଛିଞ୍ଚା ଯାଇ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି ।

ସୂଚନାନୁସାରେ, ଶ୍ରୀମନ୍ଦିରରେ ସୋମବାର ବଡ଼ ମହାସ୍ନାନ ହୋଇଛି। ସକାଳେ ଅବକାଶ ପୂଜା ପରେ ଠାକୁରଙ୍କ ବେଶ କରାଯାଉଥିଲା। ବେଶ ସରିଆସୁଥିବା ବେଳେ ଭିତରକାଠ ନିକଟ ଚାଙ୍ଗଡ଼ା ଘର ଦ୍ବାର ସମ୍ମୁଖରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ସେହିଠାରେ ନୀତି ବନ୍ଦ କରାଯାଇ ମହାସ୍ନାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଚୁନ ପାଣି ପଡି ଧୁଆଯାଇ ମହାସ୍ନାନ ପୂଜା ବଢିଥିଲା। ଏଥିପାଇଁ ନୀତି ପ୍ରାୟ ଦେଢଘଣ୍ଟା ବିଳମ୍ବ ହୋଇଥିଲା। ସୋମବାର ଯୋଗୁଁ ପ୍ରବଳ ଭିଡ ମଧ୍ୟରେ ମହାସ୍ନାନ ଯୋଗୁଁ ଭକ୍ତ ନାହିଁ ନ ଥିବା ହଇରାଣ ହୋଇଥିଲେ।