Volodymyr Zelensky - The Sakala
ୟୁକ୍ରେନରେ ଋଷିଆର ଭୟଙ୍କର ମିସାଇଲ ମାଡ଼: ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ
ଗତ ରାତିରେ ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଇଥିବା ଭୟଙ୍କର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଦିନ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ଆକ୍ରମଣରେ ଅନ୍ୟ ଡଜନ ଡଜନ ଲୋକ ଆହତ ମଧ୍ୟ ହୋଇଛନ୍ତି।
କେଉଁ ଅଞ୍ଚଳରେ ହୋଇଛି ଆକ୍ରମଣ?
ଜେଲେନସ୍କିଙ୍କ ସୂଚନା ଅନୁଯାୟୀ, ଋଷିଆ ସେନା କିଭ୍ (Kyiv) ସମେତ ୟୁକ୍ରେନର ପ୍ରାୟ ୧୦ଟି ଅଞ୍ଚଳ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଜେଟ୍-ଚାଳିତ ଡ୍ରୋନ୍ ଜରିଆରେ ଆକ୍ରମଣ କରିଥିଲା। ଏହି ତାଲିକାରେ ଓଡେସା, ଖେରସନ, ଡୋନେସ୍କ, ଜାପୋରିଜିଆ, ଖାର୍କିଭ୍, ଚେର୍ନିହିଭ୍, ସୁମି ଏବଂ ଡ୍ନିପ୍ରୋପେଟ୍ରୋଭସ୍କ ଆଦି ସ୍ଥାନ ରହିଛି। ବିଶେଷ କରି କିଭ୍‌ର ଏକ ରେଳ ଡିପୋ ଉପରେ ହୋଇଥିବା ଷ୍ଟ୍ରାଇକ୍‌ରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବୋରିସ୍‌ପିଲ୍ (Boryspil) ସହରରେ ଏକ ୫ ମହଲା ଆବାସିକ କୋଠା ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୩ ଜଣ ଆହତ ହୋଇଛନ୍ତି। ସେଠାରୁ ପ୍ରାୟ ୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଭିତ୍ତିଭୂମିର ବ୍ୟାପକ କ୍ଷତି ଓ ଉଦ୍ଧାର କାର୍ଯ୍ୟ
ଏହି ବର୍ବରୋଚିତ ଆକ୍ରମଣ କାରଣରୁ ୟୁକ୍ରେନର ବ୍ୟାପକ ସାଧାରଣ ଓ ଆବାସିକ ଭିତ୍ତିଭୂମି ନଷ୍ଟ ହୋଇଛି। ଓଡେସା ଏବଂ ଆଖପାଖ ଅଞ୍ଚଳରେ ଡ୍ରୋନ୍ ଓ ବୋମା ମାଡ଼ ଯୋଗୁଁ ହଜାର ହଜାର ପରିବାର ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି ଏବଂ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ଏହାସହ ରୋମାନିଆ ସୀମା ନିକଟରେ ଥିବା ଏକ ଚେକପୋଷ୍ଟ୍ ଏବଂ ରପ୍ତାନି ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ୟୁକ୍ରେନର ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। କେବଳ କିଭ୍ ଅଞ୍ଚଳରେ ଆଖପାଖର ବିଭିନ୍ନ ସ୍ଥାନରେ ପ୍ରାୟ ୩୫୦ ଜଣ ଅଗ୍ନିଶମ ଓ ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି। ନିଜର ଶୋକବାର୍ତ୍ତାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ, ଜେଲେନସ୍କି ପାଶ୍ଚାତ୍ୟ ଦେଶଗୁଡ଼ିକୁ ସାମରିକ ସହାୟତା ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (Air defense systems) ଆହୁରି ମଜବୁତ କରିବା ପାଇଁ ନିବେଦନ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଋଷିଆ କେବଳ ଧନଜୀବନ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି, ତେଣୁ ୟୁକ୍ରେନକୁ ମିଳୁଥିବା ସହାୟତା ପ୍ୟାକେଜ୍ ଉପରେ ହିଁ ଏହି ଯୁଦ୍ଧର ଭବିଷ୍ୟତ ନିର୍ଭର କରୁଛି।
କିଭ୍‌ରେ ଋଷର ଭୟଙ୍କର ଡ୍ରୋନ୍ ଆକ୍ରମଣ: ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ଯୋଗୁଁ ୨୭ ମୃତ, ୪୨ ଆହତ
ୟୁକ୍ରେନର ରାଜଧାନୀ କିଭ୍‌ ଅଞ୍ଚଳ ଉପରେ ଋଷର ଏକ ଭୟଙ୍କର ବିମାନ ଆକ୍ରମଣ ହୋଇଛି। ଗୋଟିଏ ରାତିରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣରେ ଅତିକମ୍‌ରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି।
ଆକ୍ରମଣର କେନ୍ଦ୍ରସ୍ଥଳ ଓ କ୍ଷୟକ୍ଷତି
କିଭ୍‌ର ଆଞ୍ଚଳିକ ଗଭର୍ଣ୍ଣର ତିମୁର ଟକାଚେଙ୍କୋ ସୂଚନା ଦେଇଛନ୍ତି ଯେ, ଶନିବାର ରାତିରେ ବୁଚା ଜିଲ୍ଲା ଅନ୍ତର୍ଗତ ମାଇଲା ଗ୍ରାମର ଏକ ଗୋଦାମ ଉପରେ ଏହି ଡ୍ରୋନ୍ ମାଡ଼ ହୋଇଥିଲା। ଏହି ଗୋଦାମରେ ବିପୁଳ ପରିମାଣର ଗୋଳାବାରୁଦ ମହଜୁଦ ଥିବାରୁ ଆକ୍ରମଣ ପରେ ସେଠାରେ ଭୟଙ୍କର ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ପ୍ରାୟ ୫୦ଟି ଆବାସିକ କୋଠା ଏବଂ ଏକ ବୃଦ୍ଧାଶ୍ରମ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଦିମିତ୍ରିଭକା ସମ୍ପ୍ରଦାୟର ମୁଖ୍ୟ ତାରାସ ଦିଦିଚ୍ ମଧ୍ୟ ରହିଛନ୍ତି, ଯିଏକି ପ୍ରଥମେ ଉଦ୍ଧାର କାର୍ଯ୍ୟ ପାଇଁ ସେଠାରେ ପହଞ୍ଚିଥିଲେ।
ଉଦ୍ଧାର କାର୍ଯ୍ୟ ଓ ସ୍ଥାନାନ୍ତରଣ
ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ପ୍ରଶାସନ ତୁରନ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଥିଲା। ସରକାରୀ ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ୫୯ ଜଣ ଶିଶୁଙ୍କ ସମେତ ୩୮୧ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆହତ ହୋଇଥିବା ୪୨ ଜଣଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ତଦନ୍ତ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଜେଲେନ୍‌ସ୍କି
ଜନବସତି ନିକଟରେ ଗୋଳାବାରୁଦ ଗୋଦାମ ଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନିୟମ ଅନୁଯାୟୀ ଆବାସିକ ଅଞ୍ଚଳ କିମ୍ବା ଘର ପାଖରେ ଗୋଳାବାରୁଦ ଗଚ୍ଛିତ ରଖିବା ସମ୍ପୂର୍ଣ୍ଣ ବେଆଇନ ଅଟେ। ଏହି ଦାୟିତ୍ୱହୀନତା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧିକ ମାମଲା ରୁଜୁ କରି ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଋଷ ଉପରେ କଟକଣା ବିଲ୍ ପାଇଁ ଆମେରିକା ସିନେଟରଙ୍କୁ ଧନ୍ୟବାଦ ଜଣାଇଲେ ଜେଲେନସ୍କି, ଭାରତ ଉପରେ ୧୦୦% ଟାରିଫ୍ ଲାଗିବା ଆଶଙ୍କା
ଆମେରିକା ସିନେଟରେ ଋଷ ବିରୋଧୀ କଟକଣା ବିଲ୍ ପ୍ରାଥମିକ ପର୍ଯ୍ୟାୟରେ ଆଗକୁ ବଢ଼ିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelensky) ଆମେରିକା ସିନେଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଲ୍ ସମ୍ପୂର୍ଣ୍ଣ ରୂପେ ପାସ୍ ହେଲେ ଭାରତ ସମେତ ଅନ୍ୟ ୪ଟି ଦେଶ ଉପରେ ଶତପ୍ରତିଶତ (୧୦୦%) ଟାରିଫ୍ ବା ଶୁଳ୍କ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି । ଜେଲେନସ୍କି ଏହି ପଦକ୍ଷେପକୁ ଋଷ ସହ ଲଢ଼ି ଥକି ପଡ଼ିଥିବା ଏକ ଦେଶ ପାଇଁ ବଡ଼ "ନୈତିକ ସଙ୍କେତ" (Moral signal) ବୋଲି ବର୍ଣ୍ଣନା କରିଛନ୍ତି ।
୧୦୦% ଟାରିଫ୍ ଆଶଙ୍କା ଏବଂ ଭାରତ ଉପରେ ପ୍ରଭାବ
ପ୍ରସ୍ତାବିତ କଟକଣା ବିଲ୍ ଆମେରିକାର ବାଣିଜ୍ୟ ପ୍ରତିନିଧିମାନଙ୍କୁ ଋଷଠାରୁ ତୈଳ କିଣୁଥିବା ପ୍ରମୁଖ ଆମଦାନୀକାରୀ ଦେଶମାନଙ୍କ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାର କ୍ଷମତା ପ୍ରଦାନ କରୁଛି । ଭାରତ ଋଷରୁ ବିପୁଳ ପରିମାଣରେ ତୈଳ ଆମଦାନୀ କରୁଥିବାରୁ ଏହା ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷର ତୈଳ ରାଜସ୍ୱ କମାଇବା ଏବଂ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ମସ୍କୋ ଉପରେ ଅର୍ଥନୈତିକ ଚାପ ପକାଇବା ଏହି ବିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଅର୍ଥନୈତିକ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏଭଳି ବ୍ୟାପକ ଟାରିଫ୍ ଯୋଗୁଁ ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ଦେଖାଦେଇପାରେ ।
ସ୍ୱର୍ଗତ ସିନେଟର ଲିଣ୍ଡସେ ଗ୍ରାହାମଙ୍କୁ ଶ୍ରଦ୍ଧାଞ୍ଜଳି
ଆମେରିକାର ସ୍ୱର୍ଗତ ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ (Lindsey Graham) ଏହି ବିଲ୍‌ର ନେତୃତ୍ୱ ନେଇଥିଲେ ଏବଂ ସେ ୟୁକ୍ରେନର ଜଣେ ଶକ୍ତିଶାଳୀ ସମର୍ଥକ ଥିଲେ । ତାଙ୍କର ଶେଷକୃତ୍ୟରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ୱାଶିଂଟନ୍‌ରେ ପହଞ୍ଚିଥିଲେ ଏବଂ ଆମେରିକା କ୍ୟାପିଟୋଲ୍‌ର ସିନେଟ୍ ଗ୍ୟାଲେରୀରେ ବସି ଏହି ଭୋଟିଂ ପ୍ରକ୍ରିୟା ଦେଖିଥିଲେ । ଏହି ବିଲ୍ ସପକ୍ଷରେ ୮୬-୧୨ ଭୋଟ୍ ପଡ଼ିଥିଲା । ଏକ୍ସ (X) ରେ ଏକ ପୋଷ୍ଟ କରି ଜେଲେନସ୍କି କହିଛନ୍ତି ଯେ, "ଯେଉଁ ଦିନ ଆମେ ସିନେଟର ଲିଣ୍ଡସେ ଗ୍ରାହାମଙ୍କୁ ବିଦାୟ ଦେଉଛୁ, ସେହି ଦିନ ହିଁ ତାଙ୍କ ଦ୍ୱାରା ପ୍ରସ୍ତୁତ ଏହି ବିଲ୍ ଉପରେ ମତଦାନ ହେବା ଏକ ପ୍ରତୀକାତ୍ମକ ଘଟଣା ।" ଏହି କଟକଣା ବିଲ୍ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଜେଲେନସ୍କି ଦର୍ଶାଇଛନ୍ତି ।
ୱାସିଂଟ: ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି ଶୁକ୍ରବାର ହ୍ବାଇଟ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ପ୍ରଥମେ ପ୍ରଶଂସା କରି ଜେଲେଁସ୍କିଙ୍କୁ ରାଷ୍ଟ୍ରପତି ଭବନକୁ ଟ୍ରମ୍ପ ପାଛୋଟି ନେଇଥିଲେ। ପରେ ୟୁକ୍ରେନ ଯୁଦ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ଜେଲେଁସ୍କିଙ୍କ କଥା ଶୁଣି ଟ୍ରମ୍ପ ଉଗ୍ର ହୋଇ ଉଠିଥିଲେ। କେହି କାହାକୁ ଛାଡ଼ି ନ ଥିଲେ। ଟ୍ରମ୍ପଙ୍କ ପ୍ରତିଟି କଥାକୁ କାଉଣ୍ଟର କରି ରୁଷ୍‌କୁ ଦୋଷ ଦେବାକୁ ଲାଗିଥିଲେ। ଜବାବରେ ଜେଲେଁସ୍କିଙ୍କୁ ଗାଳି ଦେଇ ଟ୍ରମ୍ପ କହିଥିଲେ ଯେ ୟୁକ୍ରେନ ଏବଂ ରୁଷ୍‌ ମୋ ପାଇଁ ସମାନ। ତୁମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଉଛ। ତୃତୀୟ ବିଶ୍ବଯୁଦ୍ଧ ସହ ଖେଳୁଛ। ଏଭଳି କରି ଦେଶକୁ ଅପମାନିତ କରୁଛ। ଅସ୍ତ୍ରବିରତି ହେଉ ବୋଲି ତୁମେ ଚାହୁଁନାହଁ। ବୁଲେଟ ସହ ଖେଳ ନାହିଁ। ତୁରନ୍ତ ଯୁଦ୍ଧ ବନ୍ଦ କର। ଏହି ଯୁଦ୍ଧ ଭୁଲ୍‌ ମାର୍ଗରେ ଯାଉଛି। ଏହାର ଉତ୍ତରରେ ଜେଲେଁସ୍କି କହିଥିଲେ ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୁଦ୍ଧ ଆରମ୍ଭ କରିଥିଲେ। ସେ ରୁଷଠୁ ଯୁଦ୍ଧ କ୍ଷତିପୂରଣ ଆଦାୟ କରିବାକୁ ଦାବି କରିଥିଲେ। ଏହି ସମୟରେ ରୁଷ୍‌ ଅସ୍ତ୍ରବିରତି ଭାଙ୍ଗିଲେ ସ୍ଥିତି କ’ଣ ହେବ ବୋଲି ଜଣେ ସାମ୍ବାଦିକ ପଚାରିବାରୁ ଉତ୍ତରରେ ତୁମ ମୁଣ୍ଡରେ ବୋମା ପକାଇ ଦେଲେ କଣ ହେବ ବୋଲି ଟ୍ରମ୍ପ ରାଗି କି କହିଥିଲେ। ଏହା ପରେ ସ୍ଥିତି ବିଗିଡି ଯାଇଥିଲା । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେ ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହ୍ବାଇଟହାଉସରୁ ବାହାର କରିବାକୁ ପଡ଼ିଥିଲା।
ଗଣମାଧ୍ୟମ ପ୍ରତିନିଧି ବାହାରକୁ ଯିବା ପରେ ଜେଲେଁସ୍କିଙ୍କୁ ଆମରିକା ରାଷ୍ଟ୍ରପତି ଖୋଲାଖୋଲି ଭାବେ ଧମକ ଦେଇଥିଲେ। ଆଜିଠାରୁ ତୁମର ଖରାପ ଦିନ ଆରମ୍ଭ ହେଲା। ଡିଲ୍‌ କର ନଚେତ ବାହାରି ଯାଅ । ନଚେତ ଆମେରିକା ଚୁକ୍ତିରୁ ଓହରିଯିବ ବୋଲି ଟ୍ରମ୍ପ କହିଥିଲେ। ଏହି ସାକ୍ଷାତରେ ଯୁଦ୍ଧବନ୍ଦ ପାଇଁ କୌଣସି ଆଲୋଚନା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଇ ନେତା ମୁହାଁମୁହିଁ ହେବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଶେଷରେ ଅସ୍ତ୍ରବିରତି କରିବାକୁ ଜେଲେଁସ୍କି ମନା କରି ଦେଇଥିଲେ। ଓଭାଲ ଅଫିସରୁ ଜେଲେଁସ୍କି ବାହାରିବା ପରେ ଟ୍ରମ୍ପ କହିଥିଲେ ଯେ ଶାନ୍ତି ପାଇଁ ପ୍ରସ୍ତୁତ ଥିଲେ ପୁଣିଥରେ ଆସିବ।
ହ୍ବାଇଟ ହାଉସରେ ଜେଲେଁସ୍କି ପହଞ୍ଚିବା ପରେ ନିଜ ପକ୍ଷ ରଖି ରୁଷ୍‌କୁ ଘେରିବାକୁ ଆରମ୍ଭ କରିଥିଲେ। ଖଣିଜ ପଦାର୍ଥ ଚୁକ୍ତି ଉପରେ କଥା ଆସିବାରୁ ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ। ଏହା ଉପରେ ଟ୍ରମ୍ପ କହିଥିଲେ ଯେ ଆମେ ନିଜ ହିସାବରେ ଖଣିଜର ବ୍ୟବହାର କରିବୁ। କିନ୍ତୁ ପୁତିନଙ୍କ ବିଷୟରେ ପଚାରିବାରୁ ଟ୍ରମ୍ପ ଚୁପ୍‌ ରହିଥିଲେ। ଜେଲେଁସ୍କି ଏବଂ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମଧ୍ୟରେ ମଧ୍ୟ ବାକ୍‌ ବିତଣ୍ଡା ହୋଇଥିଲା। ସେ କୂଟନୀତିର ଆବଶ୍ୟକତା ଥିବା କହିଥିବାବେଳେ ଜେଲେଁସ୍କି ତାଙ୍କୁ ଚିତ୍କାର ନକରିବାକୁ କହିଥିଲେ। ଏହାକୁ ନେଇ ଟ୍ରମ୍ପ ବର୍ଷି ଥିଲେ। ଆମେରିକା ୩୫୦ ବିଲିୟନ ଡଲାର ସହିତ ସାମରିକ ସହାୟତା ଦେଇଛି। ଯଦି ଏ ସବୁ ମିଳି ନ ଥାନ୍ତା ତେବେ ଯୁଦ୍ଧ ଦୁଇ ସପ୍ତାହରେ ଶେଷ ହୋଇଯାଇଥାନ୍ତା ବୋଲି କହିଥିଲେ। ଏହାକୁ ନେଇ ଜେଲେଁସ୍କି ଟ୍ରମ୍ପଙ୍କ ଉପରେ ପ୍ରତି ଆକ୍ରମଣ କରି ପୁତିନଙ୍କ ଭାଷା କହୁଥିବା ଅଭିଯୋଗ କରିଥିଲେ। ପରେ ଟ୍ରମ୍ପ ରାଗିଯାଇ ତାଙ୍କ ହ୍ବାଇଟ୍ ହାଉସ ଛାଡ଼ିବାକୁ କହିଥିଲେ।
ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦୁଇଦିନିଆ ପୋଲାଣ୍ଡ ଗସ୍ତ ସାରି ଆଜି ସକାଳେ ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ତେବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ନିମନ୍ତ୍ରଣ କ୍ରମେ ଦିନିକିଆ ୟୁକ୍ରେନ ଗସ୍ତରେ ଯାଇଛନ୍ତି ମୋଦୀ । ଏହି ଅବସରରେ ଋଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା । ଯୁଦ୍ଧଗ୍ରସ୍ତ ୟୁକ୍ରେନର ସ୍ବାଧୀନତା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନ ମାଟିରେ ପାଦ ରଖିଛନ୍ତି ମୋଦୀ । ତାହାପୁଣି ଏକ ଘଡିସନ୍ଧି ମୁହୂର୍ତ୍ତରେ । ଯାହାକୁ ନେଇ ଅନେକ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଜି ସକାଳ ପ୍ରାୟ ୭.୩୦ ରେ ମୋଦୀ କିଭରେ ପହଞ୍ଚିବା ପରେ ସେଠୁ ଏକ ହୋଟେଲକୁ ଯାଇଥିଲେ । ଯେଉଁଠି ତାଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ଦ୍ବାରା ଏକ ଭବ୍ୟ ସ୍ବାଗତ ମିଳିଥିଲା । ମୋଦୀ ମୋଦୀ ଓ ‘ଭାରତ ମାତା କି ଜୟ’ ଧ୍ବନିରେ ପ୍ରକମ୍ପିତ ହୋଇଥିଲା କିଭ୍ ମାଟି । ଯାହାର କିଛି ମୁହୂର୍ତ୍ତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।
ହଣ୍ଟ-ଟୁ-କିଲ୍‌ ଅଭିଯାନ ଆରମ୍ଭ : ଜେଲେଁସ୍କିଙ୍କ ମୃତ୍ୟୁ ପରୱାନାରେ ପୁତିନଙ୍କ ସ୍ବାକ୍ଷର
ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧ ମଙ୍ଗଳବାର ୯୬ ଦିନରେ ପହଞ୍ଚିଛି। ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସେନାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜେଲେଁସ୍କିଙ୍କ ଡେଥ୍‌ ୱାରେଣ୍ଟ (ମୃତ୍ୟୁ ପରୱାନା)ରେ ପୁତିନ ସ୍ବାକ୍ଷର କରିଛନ୍ତି। ଏହା ସହିତ ନିଜ ସେନାକୁ ହଣ୍ଟ-ଟୁ-କିଲ୍‌ ଅଭିଯାନ ପାଇଁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ଏହି ଅଭିଯାନରେ ୟୁକ୍ରେନର ବଡ଼ ଅଧିକାରୀ, ମନ୍ତ୍ରୀ ଏବଂ ନେତାଙ୍କ ନାମ ସାମିଲ ରହିଛି। ସେମାନଙ୍କୁ ହତ୍ୟା କରିବାକୁ ଏହି ଯୋଜନା କରାଯାଇଛି। ହଣ୍ଟ ଟୁ କିଲ୍‌ ଅଭିଯାନରେ ରୁଷ୍‌ ସେନାର ଏଲିଟ କମାଣ୍ଡୋ ସାମିଲ ରହିଛନ୍ତି।
ଏହି କମାଣ୍ଡୋ ସହରୀ ଯୁଦ୍ଧ, ଆମ୍ବୁସ ଆକ୍ରମଣ, ରସାୟନିକ ଏବଂ ଜୈବିକ ଯୁଦ୍ଧ କରିବାରେ ପାରଙ୍ଗମ। ୟୁକ୍ରେନ ଗୁଇନ୍ଦା ବିଭାଗକୁ ଏହି ସୂଚନା ମିଳିବା ପରେ ରାଷ୍ଟ୍ରପତି ଜେଲେଁସ୍କି ଏବଂ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ପରିବାର ପୋଲାଣ୍ଡର ଆମେରିକା ଦୂତାବାସରେ ସୁରକ୍ଷିତ ଥିବା କୁହାଯାଉଛି। ତେବେ ଜେଲେଁସ୍କି ଏବେ କିଭ୍‌ରେ ଅଛନ୍ତି। ଏଥିପାଇଁ କିଭ୍‌ ଏବଂ ଏହାର ଆଖପାଖ ପ୍ରମୁଖ ସହରର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ସହରକୁ ଯା’ଆସ କରୁଥିବା ଲୋକଙ୍କ ଯାଞ୍ଚ କରାଯାଉଛି। ରାଷ୍ଟ୍ରପତି ବାରମ୍ବାର ନିଜର ସରୁକ୍ଷାକର୍ମୀଙ୍କୁ ମଧ୍ୟ ବଦଳାଉଛନ୍ତି। ସେ କାହା ଉପରେ ସହଜରେ ଭରସା କରିପାରୁନାହାନ୍ତି। ହଣ୍ଟ ଟୁ କିଲ୍‌ ଅଭିଯାନ ସମ୍ବନ୍ଧରେ ସୂଚନା ମିଳିବା ପରେ ୟୁକ୍ରେନ ସେନାରେ ଭୟର ବାତାବରଣ ଖେଳି ଯାଇଛି। କାରଣ ୟୁକ୍ରେନ ସେନାରେ ନିଜ ଦେଶ ସହିତ ଅନ୍ୟ ଦେଶର ସୈନିକ ମଧ୍ୟ ସାମିଲ ଅଛନ୍ତି।
ୟୁକ୍ରେନର ଏକ ପୂର୍ବ ସହରରେ ରବିବାର ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ରୁଷ୍‌ ସେନା ଘନ ଘନ ବୋମାମାଡ଼ କରି ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ କବ୍‌ଜା କରିବାକୁ ପ୍ରୟାସ କରିଥିଲା। ରୁଷ୍‌ ସେନା ସିଭିରୋଡୋନେସ୍କ ସହର ଉପରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷ ଯୋଗୁ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ସିଭିରୋଡୋନେସ୍କ ଏକ ଔଦ୍ୟୋଗିକ ଉତ୍ପାଦନ କେନ୍ଦ୍ର। ରୁଷ୍‌ ଲିସିଚାଂସ୍କ ସହରକୁ କବ୍‌ଜା କରିବାକୁ ମଧ୍ୟ  ଉଦ୍ୟମ ଆରମ୍ଭ କରିଛି। ଏହି ଦୁଇ ସହର ରୁଷ୍‌ ସମର୍ଥିତ ବିଛିନ୍ନତାବାଦୀଙ୍କ ନିୟନ୍ତ୍ରଣରେ ନଥିଲା। ପୁତିନଙ୍କ ସେନା ପୂର୍ବ ୟୁକ୍ରେନକୁ କବ୍‌ଜା କରିନେଇଛି। ଯେଉଁ ୨-୪ ପ୍ରତିଶତ ଅଞ୍ଚଳ ବାକି ରହିଛି ତାହାକୁ କବ୍‌ଜା ଲାଗି ମଧ୍ୟ ଉଦ୍ୟମ ହେଉଛି। ନାଟୋ ଦେଶର ମିଡିଆ ଏହି ସୂଚନା ଦେଇଛି। ଏହି ଖବର ଆସିବା ପରେ ଜେଲେଁସ୍କି ନିଜ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।
ସେ ନିଜ ସୁରକ୍ଷାକର୍ମୀଙ୍କୁ ମଧ୍ୟ ହଠାତ୍‌ ବଦଳି କରୁଛନ୍ତି। ଜେଲେଁସ୍କିଙ୍କ ଗୋଷ୍ଠୀରେ ଅବିଶ୍ବାସର ସ୍ତର ବୃଦ୍ଧି ପାଇଛି। ଯବାନ ମଧ୍ୟ ପରସ୍ପର ଉପରେ ଭରସା କରିପାରୁନାହାନ୍ତି। ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ) ରୁଷ୍‌ର ତୈଳ ଆମଦାନୀକୁ ଦୁଇ ତୃତୀୟାଂଶ ହ୍ରାସ କରିବାକୁ ରାଜି ହୋଇଛି। ଇୟୁ ମୁଖ୍ୟ ଚାର୍ଲ୍ସ ମିସେଲ ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ଯୁଦ୍ଧ ଶେଷ କରିବା ପାଇଁ ଚାପ ପକାଯିବ। ଏହା ସହିତ ୟୁକ୍ରେନକୁ ୯ ବିଲିୟନ ୟୁରୋ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରୁଷ୍‌ ନେଦରଲ୍ୟାଣ୍ଡର ଗ୍ୟାସ ଯୋଗାଣ ରୋକିବାକୁ ନିଷ୍ପତ୍ତି ନେଇଛି। ନେଦରଲ୍ୟାଣ୍ଡ କମ୍ପାନୀ ରୁବଲରେ ଅର୍ଥ ପୈଠ ଲାଗି ମନା କରିବାରୁ ରୁଷ୍‌ ଏହି ପଦକ୍ଷେପ ନେଇଛି। ନେଦରଲ୍ୟାଣ୍ଡ ଆବଶ୍ୟକତାର ୧୫ ପ୍ରତିଶତ ଗ୍ୟାସ ରୁଷଠାରୁ ଆମଦାନୀ କରିଥାଏ।
ଋଷ ସୈନ୍ୟଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ନିବେଦନ: ପୁଅଙ୍କୁ ମରଣମୁହଁକୁ ଠେଲନି
କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଦୀର୍ଘ ୧୭ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି। ଏହି ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍‌ ମଧ୍ୟ ନିଜ ସେନା ଓ ସାଧାରଣ ନାଗରିକଙ୍କ ସହ ମିଶି ରୁଷ ସେନାକୁ ସାମ୍ନା କରୁଛି। ଦେଶକୁ ରକ୍ଷା କରିବା ପାଇଁ ୟୁକ୍ରେନ୍‌ ସାଧାରଣ ନାଗରିକମାନେ ମଧ୍ୟ ବନ୍ଧୁକ ଉଠାଇଛନ୍ତି। ଏହାରି ମଧ୍ୟରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏକ ଅନୁରୋଧ କରିଛନ୍ତି । ୟୁକ୍ରେନ ଯୁଦ୍ଧକୁ ନିଜର ସନ୍ତାନମାନଙ୍କୁ ନଛାଡିବା ଲାଗି ନିବେଦନ କରିଛନ୍ତି ଜେଲେନସ୍କି ।
ଏକ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି- ସେ ପୁଣି ଥରେ ଋଷ ସୈନ୍ୟମାନଙ୍କ ମା’ ମାନଙ୍କ ନିକଟରେ ଅନୁରୋଧ ଜଣାଉଛନ୍ତି ଯେ- ବିଦେଶୀ ରାଷ୍ଟ୍ରରେ ଲଢେଇ ଲାଗି ସେମାନେ ନିଜ ନିଜ ସନ୍ତାନଙ୍କୁ ପଠାନ୍ତୁ ନାହିଁ । ସନ୍ତାନମାନେ ବର୍ତ୍ତମାନ କେଉଁଠି ଅଛନ୍ତି ତାହା ମା’ ମାନେ ଜାଣିବା ଉଚିତ । ଯଦି ପୁଅମାନଙ୍କୁ ଯୁଦ୍ଧକୁ ପଠାଇବା ନେଇ ମା’ ମାନେ ସୂଚନା ପାଆନ୍ତି ତେବେ ସେମାନଙ୍କୁ ଏଥିରୁ ବିରତ ରହିବା ଲାଗି ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ଜେଲେନସ୍କ । ଯୁଦ୍ଧରେ ସେମାନେ ପ୍ରାଣ ହରାଇପାରନ୍ତି କିମ୍ବା ସେମାନଙ୍କୁ ବନ୍ଦୀ କରାଯିବାର ସମ୍ଭାବନା ରହିଛି । ତେଣୁ ପୁଅମାନଙ୍କୁ ଯୁଦ୍ଧକୁ ନପଠାଇବା ଲାଗି ମା’ ମାନେ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି ଜେଲେନସ୍କି । ଗତ ସପ୍ତାହରେ କିଭରେ ଅନେକ ଋଷ ସୈନ୍ୟଙ୍କୁ ୟୁକ୍ରେନ ବାହିନୀ ଧରିଥିଲେ ଏବଂ ସେଠାକୁ ଆସି ପୁଅମାନଙ୍କୁ ନେଇଯିବା ଲାଗି ତାଙ୍କ ମା’ ମାନଙ୍କୁ ଅନୁରୋଧ କରିଥିଲେ । ୟୁକ୍ରେନ କବଳରେ ବର୍ତ୍ତମାନ ଅନେକ ଋଷ ସୈନ୍ୟ ବନ୍ଦୀ ଥିବା ସୂଚନା ମିଳିଛି ।
ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ‌ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ ।ଦୀର୍ଘ ୧୨ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହେବେ । ଫେବୃଆରୀ ୨୪ରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଫେବୃଆରୀ ୨୬ରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ କଥା ହୋଇଥିଲେ। ମିଳିତ ଜାତିସଂଘରେ ରୁଷ୍ ବିରୋଧରେ ହୋଇଥିବା ଭୋଟରୁ ଭାରତ ଦୂରେଇ ରହିବା ପରେ ଜେଲେନସ୍କି ଏବଂ ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ୟୁକ୍ରେନକୁ ଭାରତ ସମର୍ଥନ କରୁ ବୋଲି ଜେଲେନସ୍କି ଦାବି କରିଥିଲେ।
ଯୁଦ୍ଧ ଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପାଇଁ ଏକ ସୁରକ୍ଷିତ କରିଡର ନିଶ୍ଚିତ କରିବାକୁ ୟୁକ୍ରେନକୁ ପୂର୍ବରୁ ଭାରତ ତରଫରୁ ଅନୁରୋଧ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ କହିଛି।
ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ। ୟୁକ୍ରେନ ନାଗରିକଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ବ୍ୟକ୍ତ କରିଛି ଏବଂ ୟୁକ୍ରେନକୁ ମାନବିକ ସହାୟତା ପଠାଇଛି । କିନ୍ତୁ ମିଳିତ ଜାତିସଂଘରେ ରୁଷ ବିରୋଧରେ ହୋଇଥିବା ଭୋଟରୁ ଭାରତ ଏପର୍ଯ୍ୟନ୍ତ ଦୂରେଇ ରହିଛି। ଭାରତରୁ ରାଜନୈତିକ ସମର୍ଥନ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦାବି ଉପରେ ଭାରତ ଶାନ୍ତିପୂର୍ଣ୍ଣ ପ୍ରୟାସ ଦିଗରେ ଭାରତ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଏବଂ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଥିଲେ।