Tax - The Sakala

ପ୍ରତି ଘଣ୍ଟାରେ ଜମା ହେଉଛି ୨୨୫ କୋଟି, ୭ ମାସ ୧୦ ଦିନରେ ୧୨ ଲକ୍ଷ କୋଟିର ଟିକସ ଆଦାୟ
ନୂଆଦିଲ୍ଲୀ : ଚଳିତବର୍ଷ ଦେଶର ଟିକସଦାତାମାନେ କର ପ୍ରଦାନରେ ଉତ୍ସାହ ପ୍ରଦର୍ଶନ କରିଛନ୍ତି। ଯାହାର ଫଳ ସ୍ବରୂପ ଟିକସ ସଂଗ୍ରହରେ ରେକର୍ଡ ପରେ ରେକର୍ଡ ସୃଷ୍ଟି ହେଉଛି। ଯଦି ଆମେ ଏହି ଆକଳନକୁ ଦେଖିବା, ଚଳିତ ଆର୍ଥିକବର୍ଷର ୨୨୪ ଦିନରେ ପ୍ରତି ଘଣ୍ଟାରେ ହାରାହାରି ୨୨୫ କୋଟି ଟଙ୍କାର ଟିକସ ଜମା କରାଯାଇଛି। ଏହାର ଅର୍ଥ ହେଉଛି ୧୨ ଲକ୍ଷ କୋଟିରୁ ଅଧିକ ଟିକସ ୭ ମାସ ୧୦ଦିନ ମଧ୍ୟରେ ଜମା କରାଯାଇଛି। ଯେଉଁଥିରେ ୫ ଲକ୍ଷ କୋଟିରୁ ଅଧିକ କର୍ପୋରେଟ୍ ଟ୍ୟାକ୍ସ ଏବଂ ୬.୫୦ ଲକ୍ଷ କୋଟିରୁ ଅଧିକ ଅଣ କର୍ପୋରେଟ୍ ଟ୍ୟାକ୍ସ ଅନ୍ତର୍ଭୁକ୍ତ।

ଚଳିତ ବର୍ଷ ଏପ୍ରିଲ ପହିଲାରୁ ନଭେମ୍ବର ୧୦ ମଧ୍ୟରେ ନିଟ୍ ପ୍ରତ୍ୟେକ୍ଷ ଟିକସ ସଂଗ୍ରହ ୧୫.୪୧ ପ୍ରତିଶତ ବୃଦ୍ଧି ହୋଇ ୧୨.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ତଥ୍ୟ ଅନୁଯାୟୀ, ଏଥିରେ ୫.୧୦ ଲକ୍ଷ କୋଟି ଟଙ୍କାର ନିଟ୍ କର୍ପୋରେଟ୍ ଟ୍ୟାକ୍ସ ଏବଂ ଅଣ-କର୍ପୋରେଟ୍ ଟ୍ୟାକ୍ସ (ବ୍ୟକ୍ତିବିଶେଷ, ଏଚ୍‌ୟୁଏଫ୍‌, କମ୍ପାନୀଗୁଡିକ ଦ୍ବାରା ପ୍ରଦାନ କରାଯାଇଥିବା ଟିକସ ଅନ୍ତର୍ଭୁକ୍ତ) ୬.୫୨ ଲକ୍ଷ କୋଟି ଟଙ୍କା ରହିଛି। ଅନ୍ୟ ଟିକସ ଅଧୀନରେ ୩୫,୯୨୩ କୋଟି ଟଙ୍କା ଆସିଥିଲା।

ତଥ୍ୟ ଅନୁଯାୟୀ, ଏପ୍ରିଲରୁ ନଭେମ୍ବର ୧୦ ମଧ୍ୟରେ ମୋଟ ପ୍ରତ୍ୟେକ୍ଷ ଟିକସ ସଂଗ୍ରହ ୨୧.୨୦ ପ୍ରତିଶତ ବୃଦ୍ଧି ହୋଇ ୧୫.୦୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ ଏହି ଅବଧିରେ ୨.୯୨ ଲକ୍ଷ କୋଟି ଟଙ୍କା ରିଫଣ୍ଡ ବା ଫେରସ୍ତ ଫେରସ୍ତ ଦିଆଯାଇଥିଲା, ଯାହାକି ବର୍ଷକ ପୂର୍ବ ତୁଳନାରେ ୫୩ ପ୍ରତିଶତ ଅଧିକ। କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକବର୍ଷ ପାଇଁ ମୋଟ ଟିକସ ରାଜସ୍ୱ ସଂଗ୍ରହ ୩୪.୪ ଲକ୍ଷ କୋଟି ଟଙ୍କାକୁ ସଂଶୋଧନ କରିଛନ୍ତି। ଯାହା ୨୦୨୪-୨୫ ଆର୍ଥିକବର୍ଷର ବଜେଟ୍ ଆକଳନଠାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଅଧିକ।

ଜିଏସ୍‌ଟି ମନ୍ତ୍ରିଗୋଷ୍ଠୀ ବୈଠକରେ ସହମତି: ଟର୍ମ ଲାଇଫ, ସ୍ବାସ୍ଥ୍ୟବୀମାରୁ ହଟିବ ଟିକସ; ବୟସ୍କଙ୍କୁ ମିଳିବ ଫାଇଦା
ନୂଆଦିଲ୍ଲୀ: ଟର୍ମ ଲାଇଫ ଏବଂ ଜୀବନ ବୀମା ପ୍ରିମିୟମ ଉପରୁ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସ୍‌ଟି ନେଉଛନ୍ତି। ବିଭିନ୍ନ ମହଲରେ ସରକାରଙ୍କ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରାଯାଉଛି। ଖୋଦ୍‌ କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ ବୀମା ଉପରେ ଜିଏସ୍‌ଟିକୁ ବିରୋଧ କରିଥିଲେ। ସେ ଏହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣକୁ ଚିଠି ଲେଖିଥିଲେ। ଏହା ମୃତ୍ୟୁ ଉପରେ ବୀମା ନେବା ସହ ସମାନ ବୋଲି କହିଥିଲେ। ଚାରିଆଡୁ ସମାଲୋଚନା ପରେ କେନ୍ଦ୍ର ସରକାର ଟର୍ମ ଲାଇଫ ଏବଂ ଜୀବନ ବୀମା ଉପରେ ଜିଏସ୍‌ଟିକୁ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମନ୍ତ୍ରିଗୋଷ୍ଠୀ (ଜିଓଏମ)ବୈଠକରେ ଟର୍ମ ଲାଇଫ ଏବଂ ଜୀବନ ବୀମା ପ୍ରିମିୟମ ଉପରୁ ଜିଏସ୍‌ଟି ହଟାଇବା ପାଇଁ ସହମତି ପ୍ରକାଶ ପାଇଛି। ତେବେ ଜିଏସ୍‌ଟି ହ୍ରାସର ଲାଭ ସମସ୍ତଙ୍କୁ ପ୍ରଦାନ କରାଯିବ ନାହିଁ। କେବଳ ବରିଷ୍ଠ ନାଗରିକଙ୍କୁ ପ୍ରିମିୟମରେ ଆଶ୍ବସ୍ତି ଦେବାକୁ ମନ୍ତ୍ରୀଗୋଷ୍ଠୀ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କ ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାର ପ୍ରିମିୟମ ଉପରେ ଜିଏସ୍‌ଟି ହଟାଇବାକୁ ସହମତି ପ୍ରକାଶ ପାଇଛି। ମାତ୍ର ୫ ଲକ୍ଷ ଟଙ୍କାରୁ ଅଧିକ ବୀମାର ପ୍ରିମିୟମ ଉପରେ କୌଣସି ଆଶ୍ବସ୍ତି ପ୍ରଦାନ କରାଯିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି।

ସୂଚନା ଅନୁଯାୟୀ ଏହି ବୈଠକରେ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟିର ଅଧିକାଂଶ ସଦସ୍ୟ ସାଧାରଣ ଜନତାଙ୍କୁ ଲାଭ ଦେବା ଲାଗି ଟିକସ ହ୍ରାସକୁ ସମର୍ଥନ କରିଥିଲେ। ମାତ୍ର ବରିଷ୍ଠ ନାଗରିକଙ୍କୁ ସମସ୍ତେ ପ୍ରାଧାନ୍ୟ ଦେଇଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ରିପୋର୍ଟ ଜିଏସ୍‌ଟି ପରିଷଦକୁ ପ୍ରଦାନ କରାଯିବ ବୋଲି ବିହାର ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି। ତେବେ ଜିଏସ୍‌ଟି ପରିଷଦ ଏହା ଉପରେ ଅନ୍ତିମ ନିଷ୍ପତ୍ତି ନେବ। ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଦାନ କରାଯାଇଥିବା ବୀମା ପ୍ରିମିୟମ ଯେତେ ଅଧିକ ହେଲେ ବି ଜିଏସ୍‌ଟି ଲାଗିବ ନାହିଁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଜିଏସ୍‌ଟି ପରିଷଦର ଗତ ବୈଠକରେ ଏହି ପ୍ରିମିୟମ ବିଷୟରେ ନିଷ୍ପତ୍ତି ନେବା ପାଇଁ ୧୩ ସଦସ୍ୟ ବିଶିଷ୍ଟ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଥିଲା। ସମ୍ରାଟ ଚୌଧୁରୀ ଏହାର ସଂଯୋଜକ ଥିବାବେଳେ ଉତ୍ତର ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜରାଟ, ମେଘାଳୟ, ପଞ୍ଜାବ, ତାମିଲନାଡୁ ଏବଂ ତେଲଙ୍ଗାନା ମନ୍ତ୍ରୀ ସାମିଲ ଅଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଏହି କମିଟିକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପକ୍ଷରେ ଆଜିର ମନ୍ତ୍ରୀଗୋଷ୍ଠୀ ବୈଠକରେ ବିଭିନ୍ନ ଦ୍ରବ୍ୟ ଉପରେ ଜିଏସ୍‌ଟି ହାର ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହୋଇଥିଲା। ଜିଏସ୍‌ଟି ହାର ବୃଦ୍ଧି ଦ୍ବାରା ଅତିରିକ୍ତ ୨୨ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ ବୋଲି ଚର୍ଚ୍ଚା କରାଯାଇଥିଲା। ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଓଏମରେ ୨୦ ଲିଟିରିଆ ପ୍ୟାକେଜ୍‌ଡ ପାଣି ବୋତଲ ଉପରେ ଜିଏସ୍‌ଟିକୁ ୨୦ରୁ ୫ ପ୍ରତିଶତ, ୧୦ ହଜାରରୁ କମ୍‌ ଦାମର ବାଇସାଇକେଲ ଏବଂ ନୋଟ୍‌ବୁକ (ଅଭ୍ୟାସ)ରୁ ୧୨ରୁ ୫ ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଅଧିକ ଦାମର ଜୋତା(୧୫ ହଜାରରୁ ଊର୍ଦ୍ଧ୍ବ) ଏବଂ ୨୫ ହଜାରରୁ ଅଧିକ ମୂଲ୍ୟର ହାତଘଣ୍ଟା ଉପରେ ଜିଏସ୍‌ଟି ବଢ଼ାଇ ୧୮ରୁ ୨୮ ପ୍ରତିଶତ କରିବାକୁ ସମ୍ରାଟ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ, ହେୟାର ଡ୍ରାଏର, ହେୟାର କଲର ଉପରେ ଜିଏସ୍‌ଟି ବଢ଼ାଇବାକୁ ଆଲୋଚନା ହୋଇଥିଲା। ସାଧାରଣ ନାଗରିକଙ୍କୁ ଆଶ୍ବସ୍ତି ଦେବା ଲାଗି ୧୦୦ରୁ ଅଧିକ ସାମଗ୍ରୀର ଜିଏସ୍‌ଟିକୁ ହ୍ରାସ କରି ୧୨ରୁ ୫ ପ୍ରତିଶତ କରିବାକୁ ମନ୍ତ୍ରିସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା। ଏହି ୬ ସଦସ୍ୟ ବିଶିଷ୍ଟ ଜିଓଏମ୍‌ରେ ବିଭିନ୍ନ ରାଜ୍ୟର ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାମିଲ ଅଛନ୍ତି।

ଜିଏସ୍‌ଟି ସ୍ଲାବ୍‌ରେ ହେବ ବଡ଼ ପରିବର୍ତ୍ତନ; ହଟିବ ୫% ଟିକସ ସ୍ଲାବ୍‌
ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ ହେଉଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖରାପ ଖବର। ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସରକାର ଏହାର ଟିକସ ସ୍ଲାବ୍‌ରେ ଖୁବ୍‌ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଘଟାଇବାକୁ ଯାଉଛନ୍ତି। ଏହି ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା ସବୁଠୁ କମ୍‌ ୫ ପ୍ରତିଶତ ସ୍ଲାବ୍‌ ଆଉ ରହିବନାହିଁ। ଏହି ବର୍ଗର ଟିକସ ସ୍ଲାବ୍‌କୁ କେନ୍ଦ୍ର ସରକାର ହଟାଇଦେବାକୁ ଯୋଜନା କରୁଛନ୍ତି। ୫ ପ୍ରତିଶତରେ ରହିଥିବା ଟିକସ ସ୍ଲାବ୍‌ ହଟାଇ ସରକାର ତାହାକୁ ୮ ପ୍ରତିଶତରେ ରଖିପାରନ୍ତି। ସୂଚନାନୁଯାୟୀ, ଜିଏସ୍‌ଟି ପରିଷଦ ଏହାର ପରବର୍ତ୍ତୀ ବୈଠକରେ ସବୁଠୁ କମ୍‌ ଟିକସ ସ୍ଲାବ୍‌କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିପାରେ।

ରାଜ୍ୟର ଅର୍ଥ ମନ୍ତ୍ରୀମାନଙ୍କର ଏକ କମିଟି ଚଳିତ ମାସ ଶେଷ ସୁଦ୍ଧା ଉପରୋକ୍ତ ପ୍ରସ୍ତାବ ସମ୍ପର୍କରେ ରିପୋର୍ଟ ଜିଏସଟି ପରିଷଦକୁ ଦେଇପାରନ୍ତି। ଏଥିରେ ସବୁଠୁ କମ ସ୍ଲାବକୁ ବଢାଇବା ଏବଂ ସ୍ଲାବକୁ ତର୍କ ସଙ୍ଗତ କରିବା ସହିତ ରାଜସ୍ଵ କେମିତି ବଢିବ ସେହି ଦିଗରେ କେଉଁ କେଉଁ ପଦକ୍ଷେପ ନେବା ଦରକାର ତା ଉପରେ ରିପୋର୍ଟରେ ପ୍ରସ୍ତାବ ଦିଆଯିବ। ଏଠାରେ ସୂଚନାଯୋଗ୍ୟ, ବର୍ତ୍ତମାନ ଜିଏସଟିର ଚାରୋଟି ସ୍ଲାବ ରହିଛି। ସେଗୁଡିକ ହେଉଛି, ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ। ସମ୍ପ୍ରତି, ପ୍ୟାକେଜ୍ ହୋଇ ନ ଥିବା ଏବଂ ବ୍ରାଣ୍ଡେଡ୍ ଖାଦ୍ୟ ଏବଂ ଦୁଗ୍ଧ ଜିନିଷଗୁଡିକ ଜିଏସ୍‌ଟିରୁ ମୁକ୍ତ କରାଯାଇଛି।

ଏକ ସୂତ୍ରରୁ ପ୍ରକାଶ ଯେ, ଜିଏସ୍‌ଟି ପରିଷଦ ବୈଠକ ଚଳିତ ମାସ ଶେଷରେ କିମ୍ବା ଆସନ୍ତା ମାସ ଆରମ୍ଭରେ ବସିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଟିକସ ସ୍ଲାବ୍‌କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରାଯିବ। ଏହା ଜରିଆରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ବାର୍ଷିକ ରାଜସ୍ଵ ପ୍ରାପ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପରିସଂଖ୍ୟାନ ଅନୁଯାୟୀ,ଟିକସ ସ୍ଲାବ୍‌ରେ ଗୋଟିଏ ପ୍ରତିଶତ ବୃଦ୍ଧି ଘଟିଲେ କେନ୍ଦ୍ର ସରକାରଙ୍କୁ ବାର୍ଷିକ ୫୦ ହଜାର କୋଟି ଟଙ୍କାର ରାଜସ୍ଵ ମିଳିଥାଏ। ଏଥିରେ ମୁଖ୍ୟତଃ ପ୍ୟାକେଜ୍ ଖାଦ୍ୟ ପଦାର୍ଥ ସାମିଲ୍। ଏହା ବ୍ୟତୀତ ଜିଏସ୍‌ଟି ପରିଷଦ ତିନି ସ୍ତରୀୟ ସ୍ଲାବ କରିବାକୁ ଚାହୁଁଛନ୍ତି। ଏମିତି ହେଲେ ଦେଶରେ ତିନୋଟି ୮ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ ରହିବ। ଯଦି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଏ ତେବେ ବସ୍ତୁ ଏବଂ ସେବା ଉପରେ ବର୍ତ୍ତମାନ ଲାଗୁଥିବା ୧୨ ପ୍ରତିଶତ ଟିକସ, ୧୮ ପ୍ରତିଶତ ଟିକସରେ ସାମିଲ୍ ହୋଇଯିବ। ଏହାବ୍ୟତୀତ ମନ୍ତ୍ରୀ ଗୋଷ୍ଠୀ ବିଭିନ୍ନ ଟିକସ ସ୍ଲାବ ଆଧାରରେ ଅନ୍ୟ ବସ୍ତୁକୁ ସାମିଲ୍ କରିପାରନ୍ତି। ଏହା ବ୍ୟତୀତ ମନ୍ତ୍ରୀ ପରିଷଦ ଜିଏସ୍‌ଟିରୁ ରିହାତି ମିଳୁଥିବା ଦ୍ରବ୍ୟଗୁଡିକ ସଂଖ୍ୟା କମ୍‌ କରିବାକୁ ମଧ୍ୟ ପ୍ରସ୍ତାବ ଦେଇପାରନ୍ତି। ଜୁଲାଇ ପହିଲା ୨୦୧୭ରେ ଜିଏସ୍‌ଟି ଲାଗୁ କରାଯିବା ସମୟରେ, କେନ୍ଦ୍ର ସରକାର ୨୦୨୨ ମସିହା ଜୁନ୍ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ୫ ବର୍ଷ କ୍ଷତିପୂରଣ ଦେବାକୁ ଏବଂ ସେମାନଙ୍କ ସୁରକ୍ଷା ପାଇଁ ରାଜି ହୋଇଥିଲା।