Cooking Oil - The Sakala

ମହଙ୍ଗା ତେଲ ଦରରେ ଖାଉଟି ଛଟପଟ: ସରକାରୀ ତେଲ କମ୍ପାନୀ ମୁନାଫା କମାଇବାରେ ବ୍ୟସ୍ତ
ନୂଆଦିଲ୍ଲୀ: ତେଲ ତାତିରେ ଖାଉଟି ଛଟପଟ। ବଜାରରେ ମହଙ୍ଗା ମାଡ଼ ୨୪ ବର୍ଷର ରେକର୍ଡ ଭାଙ୍ଗିଛି। ସମ୍ପ୍ରତି ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଏହାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଅତ୍ୟଧିକ ତେଲ ଦର ଯୋଗୁଁ ଦେଶର ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଙ୍କୁ ଘୋର ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବା କେନ୍ଦ୍ର ସରକାର ଡିଣ୍ଡିମ ପିଟୁଛନ୍ତି। ଏଥଯୋଗୁ କମ୍ପାନୀଗୁଡିକୁ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲରେ ୯ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କ୍ଷତି ହେଉଥିବା ସରକାର କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ବିପରୀତ। ମହଙ୍ଗା ତେଲ ଦରରେ ବିଚରା ଖାଉଟି ଛଟପଟ ହେଉଥିବାବେଳେ ସରକାରୀ ତେଲ କମ୍ପାନୀ ମୁନାଫା କମାଇବାରେ ବ୍ୟସ୍ତ। ଆଶ୍ଚର୍ଯ୍ୟର କଥା ହେଉଛି, ଉଚ୍ଚ ତେଲ ଦର ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି, ଯାହା ଖାଉଟିଙ୍କ ପାଇଁ ଦୁର୍ଦ୍ଦିନ ଆଣିଦେଇଛି। ସେହି ସମୟରେ ତେଲ କମ୍ପାନୀ କିନ୍ତୁ ମାଲେମାଲ। ଦେଶର ବୃହତ୍‌ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ ରେକର୍ଡ ୨୪,୦୦୦ କୋଟି ଟଙ୍କାର ଲାଭ କରିବା ଏହାର ଏକ ଜ୍ବଳନ୍ତ ଊଦାହରଣ। ବର୍ଷକ ମଧ୍ୟରେ ତେଲ ଦର ୬୬ ପ୍ରତିଶତ ମହଙ୍ଗା ହୋଇଥିବାବେଳେ ଇଣ୍ଡିଆନ୍‌ ଅଏଲ ଏହି ସମୟରେ ୧୧ ପ୍ରତିଶତ ଲାଭ ଅର୍ଜନ କରିଥିବା କମ୍ପାନୀର ତ୍ରୈମାସିକ ଫଳାଫଳ ରିପୋର୍ଟରୁ ଜଣାଯାଇଛି।

ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହେବା କାରଣରୁ ଖୁଚୁରା ବଜାରରେ ଆଳୁଠାରୁ ଆରମ୍ଭ କରି ପନିପରିବା, ତେଜରାତି ସାମଗ୍ରୀ ଏବଂ ଦୁଗ୍‌ଧ ଜାତ ଦ୍ରବ୍ୟ ସବୁକିଛି ମହଙ୍ଗା ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ, କେବଳ ପନିପରିବା ଦରରେ ୨୩.୨୪ ପ୍ରତିଶତ ବୃଦ୍ଧି ଘଟିଛି। ଏହି ଉଚ୍ଚ ବଜାର ଦରକୁ ନେଇ ଖାଉଟି ଅତିଷ୍ଠ। ମଙ୍ଗଳବାର ପ୍ରକାଶ ପାଇଛି ଇଣ୍ଡିଆନ୍ ଅଏଲର ଜାନୁଆରୀ-ମାର୍ଚ୍ଚ ତ୍ରୈମାସ ଆର୍ଥିକ ଫଳାଫଳ ରିପୋର୍ଟ। ଏଥିରେ କମ୍ପାନୀ ଲାଭ କ୍ଷେତ୍ରରେ ତା’ର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଥବା ଦର୍ଶାଯାଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ତୈଳ କମ୍ପାନୀଗୁଡିକ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲରେ ୯ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଥିବା କୁହାଯାଉଥିବାବେଳେ ବାସ୍ତବରେ କମ୍ପାନୀ ଉକ୍ତ ତ୍ରୈମାସରେ ୬,୦୨୧.୮୮ କୋଟି ଟଙ୍କା ଲାଭ କରିଛି।

ଆର୍ଥିକ ଫଳାଫଳ ଅନୁଯାୟୀ, ୨୦୨୦-୨୧ ରେ କମ୍ପାନୀର ମୋଟ ଆୟ ୭.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସମାନ ଆର୍ଥିକ ବର୍ଷରେ ଏହା କୌଣସି ବି କମ୍ପାନୀର ଆୟଠାରୁ ଅଧିକ ବୋଲି ଇଣ୍ଡିଆନ୍‌ ଅଏଲର ନିର୍ଦ୍ଦେଶକ (ଅର୍ଥ) ସନ୍ଦୀପ ଗୁପ୍ତା କହିଛନ୍ତି। ଏହି ସମୟ ମଧ୍ୟରେ କମ୍ପାନୀ ୨୪,୧୮୪.୧୦ କୋଟି ଟଙ୍କା ନିଟ୍ ଲାଭ କରିଛି, ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ। ଗତ ଆର୍ଥିକବର୍ଷରେ ଇଣ୍ଡିଆନ୍ ଅଏଲ୍ ରପ୍ତାନି ସହିତ ମୋଟ ୮୬୪.୦୭ ଲକ୍ଷ ଟନ୍ ଉତ୍ପାଦ ବିକ୍ରି କରିଥିଲା। ଜାନୁଆରୀ ୧ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସ୍ଥିର ରହିଥିଲା। ମାର୍ଚ୍ଚ ମାସର ଶେଷ ୧୦ ଦିନ ମଧ୍ୟରୁ ନଅ ଦିନ ଧରି ମୂଲ୍ୟରେ ବୃଦ୍ଧି ଘଟିଥିଲା। ତେଣୁ ତେଲ ଦର ବଢ଼ିବା ଯୋଗୁ ମୁଦ୍ରାସ୍ଫୀତି ସହ ତାଳ ଦେଇ ବଜାର ଦର ଉର୍ଦ୍ଦ୍ବଗାମୀ ହେଉଛି। ଏଥିରେ ଲୋକଙ୍କ ପକେଟ୍‌ ଖାଲି ହେଉଥÒବାବେଳେ ତେଲ କମ୍ପାନୀ ମାଲେମାଲ ହେଉଛନ୍ତି। ଏଭଳି ସ୍ଥିତି ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତିକୁ ପ୍ରତିପାଦିତ କରୁଛି।

ଋଷ-ୟୁକ୍ରେନ୍‌ ଯୁଦ୍ଧ ପ୍ରଭାବ: ଖାଇବା ତେଲ ଦର ଅଣାୟତ୍ତ
ଭୁବନେଶ୍ବର: ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ବ ଉପରେ ପଡିଛି। ଏଥିଯୋଗୁ ହୁ ହୁ ହୋଇ ବଢିବା​‌ରେ ଲାଗିଛି ଖାଇବା ତେଲ ଦର। କ୍ରୁଡ୍‌ ଅଏଲ ଦାମ ଅହେତୁକ ଭାବେ ବୃଦ୍ଧି ଫଳରେ ଏହାର ପ୍ରଭାବ ସିଧାସଳଖ ଭାବେ ଖାଉଟିଙ୍କ ଉପ​‌ରେ ଲାଗିଛି। ଏହାମଧ୍ୟରେ ଭାରତରେ ଖାଇବା ତେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇପାରେ ଲାଗିଛି। ଘରୋଇ ବଜାରରେ ପାମୋଲିନ୍‌ ଅଏଲ, ସୂର୍ଯ୍ୟମୂଖୀ, ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି ପାଇଛି। ମାତ୍ର ୧୫ ଦିନ ମଧ୍ୟରେ ଖାଇଲା ତେଲ ଦର ପାଖାପାଖି ୫୦ ଟଙ୍କା ବଢ଼ିଗଲାଣି। ଘରୋଇ ବଜାରରେ ହୋଇଥିବା ଏହି ଦର ବୃଦ୍ଧି ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ବଡ଼ ଅକଳରେ ପକାଇଛି। ଦର ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି କେନ୍ଦ୍ର ସରକର। ଯଦିବା ଏ ନେଇ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଇତିମଧ୍ୟରେ ଦୁଇ ଦୁଇ ଥର ବୈଠକ କରିଛି ସସବୁର ଫଳ ଶୂନ୍‌। ତେଣୁ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର ଖାଇବା ଦର ବୃଦ୍ଧି ନେଇ ସମୀକ୍ଷା କରିବାର ସମ୍ଭାବନା ରହିଛି।

ତେବେ ବିଗତ ୧୫ ଦିନର ଦରଦାମ ରିପୋର୍ଟ ଦେଖିବାକୁ ଗଲେ, ଫେବୃଆରୀ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ଯାଏଁ ତେଲ କମ୍ପାନୀ ଗୁଡିକ ଦର ପ୍ରାୟ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟାଇଛନ୍ତି। ଏଥିରେ ଏହି ୧୫ ଦିନ ମଧ୍ୟରେ ପାମୋଲିନ୍‌ ତେଲ ଦର ୪୦-୪୫ ଟଙ୍କା ବୃଦ୍ଧି ହୋଇଛି। ଭୁବନେଶ୍ବରରେ ୧୫ ଦିନ ତଳେ ୧୨୦-୧୨୫ ଟଙ୍କାରେ ବିକ୍ରି ହେଉଥିବା ପାମୋଲିନ୍‌ ତେଲ ଦର ଏବେ ୧୫୫-୧୬୦ ଟଙ୍କା ହୋଇଯାଇଛି। ସେହିଭଳି ସୂର୍ଯ୍ୟମୁଖୀ ତେଲ ଦର ଲିଟର ପିଛା ୫୦ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ପୂର୍ବରୁ ଏହା ଲିଟର ପିଛା ୧୩୫-୧୪୦ ଟଙ୍କା ରହିଥିବାବେଳେ ଏବେ ଏହା ୧୮୫ ଟଙ୍କାରେ ବିକ୍ରି କରାଯାଉଛି। ବତ୍ତର୍ମାନ ସ୍ଥିତିରେ ଅନେକ ଛୋଟ ବ୍ୟବସାୟ ଖାଇବା ତେଲର ଷ୍ଟକ୍‌ ରଖୁ ନ ଥିବା ମଧ୍ୟ ଜଣାଯାଇଛି। ଏହି ସମୟରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଷ୍ଟକ୍‌ ଏବଂ ବିଲ୍‌ ଯାଞ୍ଚ କରିବା କାର୍ଯ୍ୟ ଜାରି ରହିଛି। ପ୍ରସଙ୍ଗ ଉପରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ପରିସ୍ଥିତି ଏଭଳି ହେବା ନେଇ ପୂର୍ବରୁ ଆମେ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଥିଲୁ। ଏଥିପାଇଁ ମାସକ ତଳୁ ରାଜ୍ୟ ସରକାର ସଂଘ ସହ ଆଲୋଚନା କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲୁ। ଏବେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ପଣ୍ଡା ପୁଣିଥରେ ନିବେଦନ କରିଛନ୍ତି। ଏବେ ବି ସମୟ ଅଛି ନଚେତ୍‌ ଆଗକୁ ପରିସ୍ଥିତି ଆହୁରି ବିଗିଡିଯିବ ସେ ଚେତାଇ ଦେଇଛନ୍ତି।