Odisha Model - The Sakala

‘କୃଷକ ଓଡ଼ିଶା’ ଏବଂ ‘ଜାଗା ମିଶନ’ ଦେଶରେ ଆଦର୍ଶ, ଦେଶ ପାଇଁ ଉଦାହରଣୀୟ ଓଡ଼ିଶାର ସ୍କୁଲ ରୂପାନ୍ତରଣ
ଭୁବନେଶ୍ୱର: ସାରା ଦେଶ ପାଇଁ ଏବେ ମଡ଼େଲ ହୋଇଛି ‘ଓଡ଼ିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ଗ୍ରହଣ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସାରା ଦେଶ ପାଇଁ ଅନୁକରଣୀୟ ହୋଇଛି। ପୂର୍ବରୁ ଅନୌପଚାରିକ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ଅଧିକାରୀ, କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରୁଥିବାବେଳେ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ସମ୍ମିଳନୀରେ ଓଡ଼ିଶାର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ‘କୃଷକ ଓଡ଼ିଶା’ ଓ ‘ଜାଗା ମିଶନ’ ବେଶ୍ ପ୍ରଶଂସିତ ହୋଇଛି । ଏପରିକି ଏହି କାର୍ଯ୍ୟକ୍ରମଗୁଡ଼ିକୁ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅନେକ ରାଜ୍ୟର ଉଚ୍ଚ ଅଧିକାରୀ ଆଗ୍ରହ ପ୍ରକାଶ କରିଛନ୍ତି ।

କୃଷକ ବହୁଳ ରାଜ୍ୟ ଓଡ଼ିଶାରେ ପ୍ରଚଳିତ ‘କୃଷକ ଓଡ଼ିଶା’, ଗୋ-ସୁଗମ ୱେବ ପୋର୍ଟାଲ କାର୍ଯ୍ୟକାରିତା ଏବଂ ଆମ କୃଷି କାର୍ଯ୍ୟକ୍ରମ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାଗା ମିଶନ୍ର ପରିକଳ୍ପନା, କାର୍ଯ୍ୟକାରିତା ନେଇ ଓଡ଼ିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପ୍ରଭାବଶାଳୀ ଉପସ୍ଥାପନା ଦେଶର ଅନ୍ୟ ରାଜ୍ୟର ଅଧିକାରୀମାନଙ୍କୁ ପ୍ରଭାବିତ କରିଛି । ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏକାଧିକ କାର୍ଯ୍ୟକ୍ରମ ଦେଶର ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ଉଚ୍ଚ ଅଧିକାରୀ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜ୍ୟର ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

କୃଷି ବିଭାଗ ପକ୍ଷରୁ ଉପସ୍ଥାପିତ କୃଷକ ଓଡ଼ିଶା, ଗୋ-ସୁଗମ ୱେବ ପୋର୍ଟାଲ ଏବଂ ଆମ କୃଷି ସମ୍ପର୍କିତ ତଥ୍ୟ ବିଭିନ୍ନ ରାଜ୍ୟ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଏଥିରେ କୃଷକ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ସାମଗ୍ରିକ ତଥ୍ୟ, କୃଷି ସହ ସମ୍ପର୍କିତ ୧୩ଟି ପ୍ରମୁଖ ବିଷୟ ସଂଯୋଗ କରାଯିବା ଦେଶରେ ପ୍ରଥମ ବୋଲି କୁହାଯାଉଛି । ଜଳସେଚନ, ମୃତ୍ତିକା ସ୍ୱାସ୍ଥ୍ୟ, ଜମିଜମା ରେକର୍ଡ, ଚାରା ରିଆତି, ଫାର୍ମ ମେକାନିଜିମ୍ ସବ୍ସିଡି ଏବଂ ଅମଳ ସମ୍ପର୍କରେ କୌଣସି ପ୍ରସଙ୍ଗ ତଥ୍ୟ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଛି। ସମସ୍ତ କୃଷକ ଏବଂ କୃଷକ ସମ୍ପର୍କିତ କାର୍ଯ୍ୟକୁ ଗୋଟିଏ ଛତା ତଳେ କୃଷକ ଓଡ଼ିଶା ଦ୍ୱାରା ଏକାଠି କରାଯାଇପାରିଛି। ଚାଷୀମାନଙ୍କୁ ଡିଜିଟାଲ ମାଧ୍ୟମରେ ସୂଚନା ଦେବା, ଅଭିଯୋଗ ଗ୍ରହଣ କରିବା ସହ ଏସଏମଏସ୍ ଦ୍ୱାରା ବାର୍ତ୍ତା ପ୍ରଦାନ କରାଯାଉଛି। ବିଭାଗ ପକ୍ଷରୁ ଆଇଭିଆର କଲ୍ ମଧ୍ୟ କରାଯାଉଛି। ଉଲ୍ଲେଖନୀୟ ବିଷୟ ହେଉଛି ଏହି କାର୍ଯ୍ୟକ୍ରମ ଜଳବାୟୁ ପରିବର୍ତ୍ତନ ଏବଂ ନିୟମିତ ପାଣିପାଗ ସମ୍ପର୍କରେ ଚାଷୀଙ୍କୁ ସୂଚନା ପ୍ରଦାନ କରୁଛି। କୃଷି ପରେ କୃଷିଜାତ ଦ୍ରବ୍ୟର ବିପଣନ, ପ୍ରାଣୀ ସମ୍ପଦର ଯତ୍ମ ସମ୍ପର୍କରେ ସଚେତନ କରିପାରୁଛି। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ସେହିପରି ଗୋ-ସୁଗମ ୱେବ ପୋର୍ଟାଲ ଦ୍ୱାରା କୃଷି ସମ୍ପର୍କିତ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ଅନାୟସରେ ହିତାଧିକାରୀ ପାଇପାରୁଛି। ଏହି ଯୋଜନା ଅନ୍ୟ ରାଜ୍ୟ ପାଇଁ ଉପାଦେୟ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ୍ଙ୍କ ଦ୍ୱାରା ଉପସ୍ଥାପିତ ଜାଗା ମିଶନ୍ ସାରା ଦେଶରେ ଏକ ଅନନ୍ୟ ଯୋଜନା ଭାବରେ ପରିଗଣିତ ହୋଇଛି । ରାଜ୍ୟରେ ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ରହୁଥିବା ବେଳେ ‘ଜାଗା ମିଶନ’ରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି। ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି। ୫୮୯ଟି ବସ୍ତିରେ ଶତ ପ୍ରତିଶତ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ଦିଆଯାଇଛି। ଏହି ଯୋଜନାକୁ ପଞ୍ଜାବ ସରକାର ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି। ଜାଗା ମିଶନ୍ ପରିକଳ୍ପନା ଓ ଧାର୍ଯ୍ୟ ହାସଲକୁ ମଧ୍ୟ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛି। ଅପରପକ୍ଷରେ ସ୍କୁଲ ଓ ଗଣଶିକ୍ଷା ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଚଳନ ଖସଡ଼ା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଛି। ଓଡ଼ିଶାର ‘ମୋ ସ୍କୁଲ’ ଓ ରୂପାନ୍ତରଣ କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଆଣିଥିବା ପରିବର୍ତ୍ତନ ସାରା ଦେଶରେ ପ୍ରଶଂସିତ ହୋଇଛି । ଓଡ଼ିଶାରେ ସ୍କୁଲ ରୂପାନ୍ତରଣ ଅନୁରୂପ କେନ୍ଦ୍ର ସରକାର ସାରା ଦେଶରେ ଦେଶର ପ୍ରାୟ ୧୫ ହଜାର ସରକାରୀ ସ୍କୁଲର ନବ କଳେବର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପିଏମ୍ ଶ୍ରୀ ନାମରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ବିଦ୍ୟାଳୟ ସହ ରାଜ୍ୟ ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ପାଇଁ ଉଦାହରଣ ପାଲଟିଛି ନବୀନ ମଡେଲ : ଓଡ଼ିଶା ସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ସରକାର ଆରମ୍ଭ କରିବେ ‘ପିଏମ୍‍ ଶ୍ରୀ ସ୍କୁଲ’
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ହେଉ ଅବା ‘ମମତା’ କିମ୍ବା ବିପର୍ଯ୍ୟୟ ପରିଚାଳନାର କୌଶଳ। ବିଭିନ୍ନ ସମୟରେ ଓଡ଼ିଶାର ମଡେଲ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ପାଇଁ ଉଦାହରଣୀୟ ହୋଇଛି। ଖଣି କ୍ଷେତ୍ରରେ ଥ୍ରୀ ଏମ୍‍ଏସ୍‍ ସାରା ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଖୋଦ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଏହାକୁ ପ୍ରଶଂସା କରି ଅନ୍ୟ ରାଜ୍ୟଗୁଡ଼ିକ ଏହାର ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହିକ୍ରମରେ ରାଜ୍ୟର ‘ସ୍କୁଲ ରୂପାନ୍ତରଣ’ କାର୍ଯ୍ୟକ୍ରମ ଅନୁରୂପ ଏକ ଜାତୀୟ ଯୋଜନା ପ୍ରଣୟନ ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ବାସ୍ତବ ରୂପରେଖ ଚୂଡ଼ାନ୍ତ ହୋଇ ନ ଥିଲେ ହେଁ ‘ପିଏମ ଶ୍ରୀ ସ୍କୁଲ’ ନାମରେ ଏହାକୁ କାର୍ଯ୍ୟକାରୀ କରାଯିବ। ଓଡ଼ିଶା ଯେଉଁଥିରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ନବକଳେବର କରାଯିବ। ନିକଟରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି।

ଓଡ଼ିଶାର ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆଧାରରେ ଦେଶର ସରକାରୀ ସ୍କୁଲଗୁଡ଼ିକ ରୂପାନ୍ତରଣ କରାଯିବ। ଦେଶର ୧୫ ହଜାର ସରକାରୀ ସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତି ବ୍ଲକରୁ ପ୍ରାୟ ୨ଟି ଲେଖାଏଁ ସ୍କୁଲଗୁଡ଼ିକୁ ଏଥିଲାଗି ବଛାଯିବ ଏବଂ ଏଥିରେ ଓଡ଼ିଶାର ପ୍ରାୟ ୫ଶହ ସ୍କୁଲ୍‍ ସାମିଲ ହେବ ବୋଲି ସୂଚନା ମିଳିଛି। ଗତ ୧୧ ତାରିଖରେ ଭୁବନେଶ୍ୱର ଆଇଆଇଟି ପରିସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଅବସରରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପ୍ରାୟ ୧୫ ହଜାର ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଦେଶର ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ବ୍ଲକରୁ ସ୍କୁଲଗୁଡ଼ିକୁ ଏଥିଲାଗି ଚୟନ କରାଯିବ।  ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ। କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ବିଦ୍ୟାଳୟ ସହ ରାଜ୍ୟ ସରକାରଙ୍କ ପରିଚାଳିତ ସରକାରୀ ସ୍କୁଲଗୁଡ଼ିକୁ ଏଥିରେ ସାମିଲ କରାଯିବ।

ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ‘୫-ଟି’ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଶଂସିତ ହୋଇଛି। ଖୋଦ୍‍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶକ ରିତୁ ସେନ୍‍ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଉଚ୍ଚ ପ୍ରଶଂସା କରିବା ସହିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ କରିବା ଲାଗି ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ପ୍ରତିନିଧି ଦଳ ଗତ ମେ’ ମାସରେ ଓଡ଼ିଶା ଗସ୍ତରେ ଆସି ହାଇସ୍କୁଲ ରୂପାନ୍ତରଣ ଯୋଜନାକୁ ଭୁରିଭୁରି ପ୍ରଶଂସା କରିବା ସହ ଏହାକୁ ମଧ୍ୟପ୍ରଦେଶରେ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଢ଼ାଞ୍ଚାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ପିଏମ ଶ୍ରୀ ସ୍କୁଲ’ ଯୋଜନା କାର୍ଯ୍ୟକାରୀ ହୋଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଇତିମଧ୍ୟରେ ‘ମୋ ସ୍କୁଲ’ ଓ ‘୫-ଟି’ ହାଇ ସ୍କୁଲ ରୂପାନ୍ତର ଯୋଜନା ରାଜ୍ୟରେ ଅଭୂତପୂର୍ବ ସଫଳତା ଆଣିଛି। ଯୋଜନା କାର୍ଯ୍ୟକାରୀ ପରେ ସରକାରୀ ଶିକ୍ଷାନୁଷ୍ଠାନର ରୂପରେଖ ବଦଳିଛି। ଶୈକ୍ଷିକ ଭିତ୍ତିଭୂମି ସୁଦୃଢ଼ ହୋଇଛି। ଉତ୍ତମ ପରିବେଶ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଟ କରୁଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ଏହାର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ରାଜ୍ୟ ସରକାରଙ୍କ ପ୍ରାୟାସ ଏବେ ଜାତୀୟସ୍ତରରେ ବେଶ୍‍ ପ୍ରସଂଶା ସାଉଁଟିଛି। ଗାଁ ଓ ସହରର ସ୍କୁଲ ମଧ୍ୟରେ ଦୂରତା କମିଥିବାବେଳେ ଘରୋଇ ସ୍କୁଲ ସହ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସମକକ୍ଷ ହୋଇଛି। ଗ୍ରାମାଞ୍ଚଳର ପିଲାଙ୍କୁ ସ୍କୁଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ମିଳୁଛି। କଳା ପଟା ଓ ଚକ୍‍ ଖଡ଼ି ବଦଳରେ ଛାତ୍ରଛାତ୍ରୀ ପ୍ରଜେକ୍ଟର ଓ ଇ-କଣ୍ଟେଣ୍ଟ ଦ୍ୱାରା ପାଠ ପଢ଼଼ୁଛନ୍ତି। ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ଲାଇବ୍ରେରୀ, ସ୍କୁଲ ବଗିଚା, ଖେଳପଡ଼ିଆ ଆଦି ସବୁ କିଛି ନୂଆ ରୂପ ନେଉଛି। ଏକ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ‘୫-ଟି’ ସରକାରୀ ହାଇ ସ୍କୁଲ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟଗୁଡ଼ିକର କାୟାକଳ୍ପ ବଦଳାଉଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ଦ୍ୱିତୀୟ ପର୍ଯ୍ୟାୟରେ ୨,୯୦୮ ସରକାରୀ ହାଇ ସ୍କୁଲର ରୂପାନ୍ତରଣ ପ୍ରକ୍ରିୟା ସରିଛି। ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲ ରୂପାନ୍ତରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପିଏମ ଶ୍ରୀ ସ୍କୁଲ ସମ୍ପର୍କରେ କେବଳ ଘୋଷଣା ହୋଇଛି। ଏହାର ବାସ୍ତବ ଚିତ୍ର ସମ୍ପର୍କିତ କୌଣସି ମାର୍ଗଦର୍ଶିକା ସାମ୍ନାକୁ ଆସିନି। କେଉଁ ସ୍କୁଲ ଚିହ୍ନଟ ହେବ? କଣ କଣ ଯୋଜନା ରହିବ? ଏନେଇ ସବିଶେଷ ସୂଚନା ଆସିବା ପରେ ରାଜ୍ୟ ସରକାର ଏଦିଗରେ ଚିନ୍ତା କରିବେ ବୋଲି ସେ କହିଛନ୍ତି। ତେବେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରଣରେ ସାମିଲ୍‍ କରାଯାଉଥିବା ସେ କହିଛନ୍ତି। ସେହିପରି ଅବସରପ୍ରାପ୍ତ ଅଧ୍ୟାପକ ଚିନ୍ତାମଣି ଜେନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ରୂପାନ୍ତରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ଏଥିରୁ ପ୍ରମାଣିତ ହୋଇଛି। ରାଜ୍ୟର ଢ଼ାଞ୍ଚା କେନ୍ଦ୍ର ଅନୁସରଣ କରିବା ଭଲ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି।

ଜାତୀୟ ରାଜପଥ ଉନ୍ନତିକରଣ: ଓଡ଼ିଶା ମଡେଲକୁ କେନ୍ଦ୍ରର ଭୂୟସୀ ପ୍ରଶଂସା
ଭୁବନେଶ୍ୱର: ଜାତୀୟ ରାଜପଥ ଉନ୍ନତିକରଣରେ ଓଡ଼ିଶା ମଡେଲକୁ ଭୂୟସୀ ପ୍ରଶଂସା କରିଛି କେନ୍ଦ୍ର। ଜାତୀୟ ରାଜପଥ ଉନ୍ନତିକରଣରେ ଓଡ଼ିଶା ମଡେଲ ବେଶ୍‍ ଉତ୍ତମ। ମୁଖ୍ୟ ଶାସନ ସଟିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଡିଏଫ୍‍ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ସହ ତୃଣମୂଳସ୍ତରର ସମସ୍ୟାର ନିରାକରଣ ଦିଗରେ ବେଶ୍‍ ଅଭିଜ୍ଞ। ସେମାନଙ୍କର ଅଭିଜ୍ଞତା ଏବଂ କାର୍ଯ୍ୟଶୈଳୀ ପ୍ରକଳ୍ପର କାର୍ଯ୍ୟନ୍ୱୟନକୁ ତ୍ୱରିତ କରିବାରେ ସହାୟକ ହୋଇପାରିଛି ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟର ସଚିବ ଗିରିଧର ଆରମାନେ କହିଛନ୍ତି। ଓଡ଼ିଶା ରାଜ୍ୟ ମୁଖ୍ୟ ସାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଯୁଗ୍ମ ସମୀକ୍ଷା ବୈଠକରେ ସେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ଆରମାନେ ଏନଏଚଏଆଇ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଏବଂ ଉପଖଣ୍ଡସ୍ତରୀୟ ବନ ଅଧିକାରୀମାନଙ୍କ ସହ ନିୟମିତ ଯୋଗସୂତ୍ର ରକ୍ଷା କରି ପ୍ରକଳ୍ପ କାର୍ଯ୍ୟନ୍ୱୟନ ସମୟରେ ଦେଖାଦେଉଥିବା ସମସ୍ୟାର ତ୍ୱରିତ୍‍ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ରାଜ୍ୟରେ ଜାରି ରହିଥିବା ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଶୀଘ୍ର କାର୍ଯ୍ୟନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରଳ୍ପର ପର୍ଯ୍ୟାୟକ୍ରମେ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଏବଂ ଡିଏଫ୍‍ଓମାନେ ପ୍ରକଳ୍ପ କାର୍ଯ୍ୟନ୍ୱୟନରେ ଦେଖାଦେଉଥିବା ସମସ୍ୟାକୁ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଏବଂ ପ୍ରକଳ୍ପ ଶେଷ ପାଇଁ ଆବଶ୍ୟକାୟ ସହାୟତା ଯୋଗାଇଦେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶ୍ରୀ ମହାପାତ୍ର ପାରାଦ୍ୱୀପଠାରୁ ଭଦ୍ରାସାହି-ବଡ଼ବିଲ ଅର୍ଥନୈତିକ କରିଡରର ଉନ୍ନତିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ରାସ୍ତା ନିର୍ମାଣ ବେଳେ ସମାନ୍ତରାଳ ଭାବେ ୧୦୦ ମିଟରର ରୋ(ଆରଓଡବ୍ଲ୍ୟୁ) ପାଇଁ ଜମି ଅଧିଗ୍ରହଣ କରିବାକୁ ସେ ଏନଏଚଏଆଇକୁ ଅନୁରୋଧ କରିଛନ୍ତି। ରୋ’ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ କରିବ ବୋଲି ଶ୍ରୀ ମହାପାତ୍ର ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଥିବା ବେଳେ ଉଭୟ ଏନଏଚଏଆଇ ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ରୋ’ର ବିକାଶ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ ରାଜ୍ୟରେ ଜାତୀୟ ରାଜପଥର ବିବରଣୀ ପ୍ରଦାନ କରି ଏନଏଚଆଇର ଅତିରିକ୍ତ ନିର୍ଦ୍ଦେଶକ କହିଲେ ଯେ ରାଜ୍ୟରେ ୩୦ଟି ଜିଲ୍ଲାର ୩୮ଟି ଜାତୀୟ ରାଜପଥ ରହିଥିବା ବେଳେ ଏଥି ମଧ୍ୟରେ ୫୭୩୩ କିଲୋମିଟର ସଡ଼କ ଅନ୍ତର୍ଭୁକ୍ତ ରହିଛି। ତନ୍ମଧ୍ୟରୁ ୧୯ଟି ସଡ଼କର ୨୯୨୦ କିଲୋମିଟର ରାସ୍ତା ଏନଏଚଏଆଇ ଦ୍ୱାରା ପରିଚାଳିତ ହେଉଥିବା ବେଳେ ବଳକା ୨୮୩୩ କିଲୋମିଟର ରାଜ୍ୟ ପୂର୍ତ୍ତ ବିଭାଗ ଦାୟିତ୍ୱରେ ରହିଛି। ମୋଟ ୫୭୫୩ କିଲୋମିଟର ଜାତୀୟ ରାଜପଥ ମଧ୍ୟରୁ ୨୪୩ କିଲୋମିଟର ସଡ଼କକୁ ୬ ଲେନ୍‍ରେ ପରିବର୍ତ୍ତିତ କରାଯାଇଥିବା ବେଳେ ୧୪୮୬ କିଲୋମିଟର ସଡ଼କ ୪ ଲେନ୍‍ ବିଶିଷ୍ଟ। ସେହିପରି ୧୨୫୭ କିଲୋମିଟର ସଡ଼କକୁ ୨ ଲେନ୍‍ ବିଶିଷ୍ଟ କରାଯାଇଥିବା ବେଳେ ୮୩୪ କିଲୋମିଟର ରାସ୍ତାକୁ ୧ ଲେନ୍‍ ବିଶିଷ୍ଟ କରାଯାଇ ସାରିଛି। ଅନ୍ୟପକ୍ଷରେ ଆଉ ୨୦ଟି ପ୍ରକଳ୍ପ ଅଧିନରେ ୯୦୧ କିଲୋମିଟର ସଡ଼କର ଉନ୍ନତିକରଣ ପାଇଁ ଏନଏଚଏଆଇ ମୋଟ ୧୫ ହଜାର ୧୫ କୋଟି ଟଙ୍କା ଖର୍ଚ୍ଚ କରୁଛି। ସେହିପରି ରାଜ୍ୟ ପୂର୍ତ୍ତ ବିଭାଗ ମଧ୍ୟ ୩୧ଟି ପ୍ରକଳ୍ପ ଅଧିନରେ ମୋଟ ୧୧୪୬କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ୩୦୮୮ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବୈଠକରେ ରାଜ୍ୟ ପୂର୍ତ୍ତ ସଚିବ କ୍ରିଷନ କୁମାର ରାଜ୍ୟରେ ଜାତୀୟ ରାଜପଥ ଉନ୍ନତିକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିବରଣୀ ରଖିଥିଲେ। ଏନଏଚ-୫୨୦ ଅନ୍ତର୍ଗତ ରିମୂଳି-କୋଇଡା ସେକ୍ସନର ଉନ୍ନତିକରଣ ଜାରି ରହିଥିବା ବେଳେ ଚଳିତ ମାର୍ଚ୍ଚ ମାସ ସୁଦ୍ଧା ଏହାକୁ ବାଣିଜ୍ୟିକ ଭାବେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଏନଏଚ-୪୯ ଅନ୍ତର୍ଗତ ସିଂଘାରା-ବିଞ୍ଜବାହାଲ ସେକ୍ସନରେ ଆଖିଦୃଶିଆ ଅଗ୍ରଗତି ଘଟିଥିବା ବେଳେ ଗତ ଜାନୁଆରୀ ୧୯ ତାରିଖରୁ ପ୍ରାଥମିକ ଭାବେ କମର୍ସିଆଲ ଅପରେସନ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଥିଲେ। ସେ ମଧ୍ୟ ଶିଳ୍ପ ଏବଂ ଅର୍ଥନୈତିକ କ୍ଷେତ୍ରରେ ପ୍ରସ୍ତାବିତ ପାରାଦ୍ୱୀପ-ବଡବିଲ ଅର୍ଥନୈତିକ କରିଡରର ବ୍ୟାପକ ସମ୍ଭାବନା ଥିବା ପ୍ରକାଶ କରିବା ସହ ଏହାର ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ କମିଶନର ଅରୁଣ ବୋଥ୍ରା, ଏନଏଚଏଆଇର ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡାଙ୍କ ସହ ଏନଏଚଏଆଇର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।