Lootera - The Sakala
ଭୁବନେଶ୍ବର: ବାଇକ ଚୋରକୁ ଧରାଇଲା ଫାଇନ୍। ବିନା ହେଲାମେଟରେ ଚୋର ଗାଡି ନେଇ ପଳାଉଥିବା ବେଳେ କ୍ୟାମେରାରେ କଏଦ ହେଲା ଦୃଶ୍ୟ। ମାଲିକଙ୍କ ପାଖକୁ ଆସିଲା ଫାଇନ ମେସେଜ। ଏହା ପରେ କଳେବଳେ କୌଶଳେ ଧରାପଡ଼ିଲା କରିତକର୍ମା ଚୋର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱରରେ। ଲିଙ୍ଗରାଜ ଥାନା ପୁଲିସ ଚୋରକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛ ।
ଖବର ଅନୁଯାୟୀ, ଘଟଣାଟି ଗତ ୧୫ ତାରିଖ ଦିନର। ଭୀମଟାଙ୍ଗି ଅଞ୍ଚଳର ଜଣେ ଯୁବକ ନିଜର ନାଲି ରଙ୍ଗର ସ୍କୁଟି ପାର୍କିଂ କରି ପୁରୁଣା ଭୁବନେଶ୍ୱରସ୍ଥିତ ମୂଳା ପଡ଼ିଆରେ କ୍ରିକେଟ ଖେଳୁଥିଲେ। ଖେଳ ସାରି ଆସିବା ବେଳକୁ ଗାଡିଟି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ଏ ନେଇ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ। ଏତଲା ଦେଇସାରି ଘରକୁ ଯାଇ ପହଞ୍ଚିବା ବେଳକୁ ହଠାତ ତାଙ୍କ ମୋବାଇଲକୁ ଏକ ଫାଇନ ମେସେଜ ଆସିଥିଲା। ଚୋର ବିନା ହେଲାମେଟରେ ଗାଡି ଚଳାଉଥିବା ବେଳେ NH ଉପରେ ଫାଇନ କଟିଥିଲା । ଏ ହେଉଛି ଚାଲାଣ କଟିବା ବେଳର ଫଟୋ। ଏଭଳି ମେସେଜ ପାଇବା ପରେ ତୁରନ୍ତ ପୁଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ ଏତଲାକାରୀ ଜଣଙ୍କ। ଯାହାକୁ ନେଇ ପୁଲିସ ଆରମ୍ଭ କରିଥିଲା ତନାଘନା। ଶେଷରେ ଚୋର ଚୋରି ଗାଡିଟିକୁ କଟକରେ ବିକ୍ରି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିଲା । ଗାଡିଟିକୁ ଉଦ୍ଧାର କରିବା ସହ ଚୋରକୁ ଅଟକ ରଖିଛି ପୁଲିସ।
ପୁଣି ରାଜଧାନୀରେ ମାତିଲେ ଲୁଟେରା, ଆପାର୍ଟମେଣ୍ଟରେ ପଶି ବୁଲାଇଲେ କଳାକନା
ଭୁବନେଶ୍ବର: ପୁଣି ପୁଲିସକୁ ଚକମା ଦେଲେ ଲୁଟେରା । ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ। ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିରେ। ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି। ଫ୍ଲାଟ ନମ୍ବର ୧୦୪ ଓ ୨୦୧ ରୁ ଲୁଟପାଟ କରିଛନ୍ତି ଲୁଟେରା । ଦୁଇଟି ଯାକ ଫ୍ଲାଟରେ କେହି ନଥିଲେ । ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ନିଜ ଝିଅ ପାଖକୁ ବାଙ୍ଗାଲୋର ଯାଇଥିଲେ । ଗୋଟିଏ ଫ୍ଲାଟର ଚାବି ସିକ୍ୟୁରିଟି ଗାର୍ଡ ପାଖରେ ଥିଲା । ତେବେ ତାଲା କାଟି ଏଭଳି ଲୁଟ ହୋଇଛି ।
ସିସିଟିଭିରେ ଲୁଟେରା ମୁଖା ପିନ୍ଧି କିଭଳି ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫ୍ଲାଟରୁ ଲୁଟ କରାଯାଇଛି। ସେପଟେ ପୁଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ସ୍ଥାନୀୟଲୋକେ। ସୋସାଇଟିରେ ସିକ୍ୟୁରିଟି ଓ ସିସିଟିଭି କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ପୁଲିସ ପାଇଁ ମଧ୍ୟ ଏହି ଲୁଟ ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ଗତକାଲି ପାହାଳ ଓ ପଟିଆ ଅଞ୍ଚଳରୁ ସିରିଜ ଲୁଟ ପରେ ଆଜିର ଏହି ଘଟଣା କମିଶନରେଟ ପୋଲିସର ନିଦ ହଜାଇ ଦେଇଛି।
ରାଜଧାନୀରେ ମାତିଛନ୍ତି ଭିଆଇପି ଲୁଟେରା: କାରରେ ଆସି ଛୋଟ ବେପାରୀଙ୍କୁ ଚୂନ ଲଗାଇ ଚମ୍ପଟ ମାରୁଛନ୍ତି ଦୁର୍ବୃତ୍ତ
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଭିଆଇପି ଲୁଟେରା। ଦାମୀ କାରରେ ଆସୁଛନ୍ତି। କାରରୁ ଓହ୍ଲାଇ ଛୋଟଛୋଟ ଦୋକାନୀ ଏବଂ ଫେରିବାଲାଙ୍କୁ ଚୂନ ଲଗାଇ ଚମ୍ପଟ ମାରୁଛନ୍ତି। ଏହିଭଳି ମଞ୍ଚେଶ୍ୱର ଥାନା ପାଲାମଣ୍ଡପ ନିକଟରେ ୩ଜଣ ଛୋଟ ବ୍ୟବସାୟୀଙ୍କ ଠାରୁ ୨୦ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଥାନାରେ ଠକେଇର ଶିକାର ହୋଇଥିବା ବିଷ୍ଣୁ ଚରଣ ମହାନ୍ତି, ମନୋଜ ବେହେରା ଏବଂ ରାହୁଲ ମହାନ୍ତି ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ,ବିଷ୍ଣୁଚରଣ ମହାନ୍ତି ରସୁଲଗଡ଼ ଅଞ୍ଚଳରେ ମୁଢି ବ୍ୟବସାୟ କରନ୍ତି। ଗତକାଲି ସକାଳେ ସେ ପାଲାମଣ୍ଡପ ନିକଟରେ ମୁଢି ବ୍ୟବସାୟ କରୁଥିବା ସମୟରେ ଜଣେ ବ୍ୟକ୍ତି କାରରେ ଆସିଥିଲେ। କାର ଦୂରରେ ରଖି ତାଙ୍କ ସହ କଥା ହୋଇଥିଲେ। ତାଙ୍କ ଠାରୁ ପ୍ରତି ମାସରେ ୧୫ ହଜାର ଟଙ୍କାର ମୁଢି ନେବା ପାଇଁ ଲୋକ ବୁଝିଦେବେ ବୋଲି କହିଥିଲେ। ଏହା କହିବା ପରେ ୧୨ଶହ ଟଙ୍କା ଦେଇ ମୁଢି ନେଇଥିଲେ। ଏହି ବାବଦକୁ ୪ହଜାର ଟଙ୍କା ମାଗି ନେଇଥିଲେ। ମୁଢି ନେବାକୁ ଥିବା ଦୋକାନୀଙ୍କ ଘର ଦେଖାଇବାକୁ ନେଇଥିଲେ। ବିଷ୍ଣୁଚରଣ ତାଙ୍କ ସାଇକଲ୍‌‌ ରଖି ଚାଲିକି ଯିବା ସମୟରେ ଅଭିଯୁକ୍ତ କାରରେ ବସି ଚମ୍ପଟ ମାରିଥିଲେ। ସେହିପରି ମନୋଜ ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ବିସ୍କୁଟ୍‌‌ ନେବାକୁ କହି ୭ହଜାର ଟଙ୍କା ଲୁଟି ନେଇଥିଲେ। ଏହିପରି ରାହୁଲ ନାମକ ଅନ୍ୟ ଜଣେ ବେପାରୀଙ୍କ ଠାରୁ ସାମଗ୍ରୀ ନେବାକୁ କହି ୯ହଜାର ଟଙ୍କା ନେଇଥିଲେ।
ଖୋର୍ଦ୍ଧା-ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟେରା ରାଜ୍‌; ୨୦ ଦିନରେ ୫ ଲୁଟ୍‌
ଯାଁଳା: ଜାତୀୟ ରାଜପଥରେ ଖୋର୍ଦ୍ଧା-ଭୁବନେଶ୍ୱର ମଧ୍ୟରେ ଦିନକୁ ଦିନ ଲୁଟ୍‌ ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ଯେତେ ସଜାଗ ହେଲେ ମଧ୍ୟ ଲୁଟେରାମାନେ ପୁଲିସ ଆଖିରେ ଧୂଳି ଦେଇ ଖୋଲା ଚାଲେଞ୍ଜ କରି ଖସି ଯାଉଛନ୍ତି। ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋହିରା ଠାରୁ ପିତାପଲ୍ଲୀ ମଧ୍ୟରେ ଗତ ୨୦ ଦିନ ମଧ୍ୟରେ ୫ଟି ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସେଥିରୁ ୩ଟି ଗହଣା ଲୁଟ୍‌ ହୋଇଥିବା ବେଳେ ଦୁଇଟି ମୋବାଇଲ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ରାଜପଥ ପ୍ରଶସ୍ତୀକରଣ ଓ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଅନେକ ସ୍ଥାନରେ ରାସ୍ତାର ଦିଗ ପରିବର୍ତ୍ତନ ହୋଇଛି। ଯାହାକି ଲୁଟ୍‌ ପାଇଁ ଦୁର୍ବୃତ୍ତଙ୍କୁ ସୁହାଉଛି। ବିଶେଷକରି ସନ୍ଧ୍ୟାରେ ରାଜପଥରେ ପିତାପଲ୍ଲୀ, ଗଙ୍ଗପଡା ରାସ୍ତା ପୂରା ଅନ୍ଧାର ଓ ନିଛାଟିଆ ହୋଇଯାଉଛି। ଲୁଟେରାମାନେ ଏହି ରାସ୍ତାରେ ଲୋକଙ୍କଠାରୁ ସୁନାଗହଣାଠାରୁ ଆରମ୍ଭ କରି ଟଙ୍କା ଲୁଟି ନେଉଛନ୍ତି।
ଗତ ମେ ମାସ ୨୩ ତାରିଖ ଦିନ ପିତାପଲ୍ଲୀ ଓଡ଼ିଶା ହୋଟେଲ ନିକଟରେ ନୟାଗଡ଼ ଅଞ୍ଚଳର ବରିଷ୍ଠ ନାଗରିକ ଭ୍ରମରବର ସାହୁଙ୍କ ଠାରୁ ଲୁଟେରାମାନେ ଲୁଟ୍‌ କରିଥିଲେ। ଭ୍ରମରବର ଓ ତାଙ୍କ ସ୍ତ୍ରୀ ଏକ ମଟର ସାଇକଲ ଯୋଗେ ଭୁବନେଶ୍ୱରରୁ ନିଜ ଗାଁ ନୟାଗଡ଼ ମାଛିପଡ଼ା ଯାଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ମଟର ସାଇକଲ ଯୋଗେ ଆସି ଭମରବରଙ୍କ ସ୍ତ୍ରୀ ଠାରୁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିଲେ। ଭ୍ୟାନିଟି ଭିତରେ ୪୦ ଗ୍ରାମ ଓଜନର ଏକ ହାର, ଦୁଇଟି ମୋବାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଥିବା ସେମାନେ ଅଭିଯୋଗରେ ଦର୍ଶାଇଥିଲେ। ସେହିଭଳି ଗତ ୩୦ ତାରିଖ ଦିନ ସେହି ପିତାପଲ୍ଲୀ ଫ୍ଲାଏ ଓଭର ନିକଟରୁ ପୁଣି ଜଣେ ମହିଳାଙ୍କଠାରୁ ଭ୍ୟାନିଟି ଝାମ୍ପି ନେଇଥିଲେ ଦୁର୍ବୃତ୍ତ। ଲୁଟ୍‌ର ଶିକାର ହୋଇଥିଲେ ଫତେଗଡ ଥାନା କରବର ଗ୍ରାମର କୃଷ୍ଣପ୍ରିୟା ମହାନ୍ତି। କୃଷ୍ଣପ୍ରିୟା ତାଙ୍କ ସ୍ବାମୀଙ୍କ ସହ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ରାତି ୮ଟା ବେଳେ ଫେରୁଥିବା ସମୟରେ ଦୁଇ ଜଣ ଲୁଟେରା ଏକ ପଲ୍‌ସର ମଟର ସାଇକଲ ଯୋଗେ ପିଛା କରି କୃଷ୍ଣପ୍ରିୟାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିଲେ। ଭ୍ୟାନିଟି ଭିତରେ ୧୨ ଗ୍ରାମ ଓଜନର ହଳେ ସୁନାଚୁଡ଼ି ଓ ଏକ ଆଇଫୋନ୍ ଓ ୩୫ ହଜାର ଟଙ୍କା ଥିବା ଅଭିଯୋଗରେ ଦର୍ଶାଇଥିଲେ।
ସେହିଭଳି ଗତ ଜୁନ ୭ ତାରିଖ ସକାଳ ୮ଟା ସମୟରେ ଯାଁଳା କେ.କେ ପେଟ୍ରୋଲ ପମ୍ପ ନିକଟରୁ ଖୋର୍ଦ୍ଧା ବାଶେଳି ସାହିର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ବେକରୁ ଏକ ସୁନା ଚେନ ଝାମ୍ପି ନେଇଥିଲେ ଲୁଟେରା। ସେ କୌଣସି କାମରେ ଖୋର୍ଦ୍ଧାରୁ ଭୁବନେଶ୍ୱର ନିଜ ସ୍କୁଟି ଯୋଗେ ଯାଉଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଏକ ମଟର ସାଇକଲ ଯୋଗେ ଆସି ତାଙ୍କ ବେକରୁ ୧୪ ଗ୍ରାମର ଏକ ଚେନ ଝାମ୍ପି ନେଇ ଯାଇଥିଲେ। ଏନେଇ ପିୟଙ୍କା ଯାଁଳା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେହିଭଳି ଗତ ୩୧ ତାରିଖ ଦିନ ସନ୍ଧ୍ୟାରେ ଯାଁଳା ଓଗାଳପଡ଼ା ଛକ ଓ ଡାକ୍ତରଖାନା ଛକ ନିକଟରୁ ଦୁଇ ଜଣଙ୍କ ଠାରୁ ପୃଥକ ପୃଥକ ଭାବେ ଦୁଇଟି ମୋବାଇଲ ଛଡ଼ାଇ ଲୁଟେରାମାନେ ଫେରାର ହୋଇଯାଇଥିଲେ। ଗତ ୨୦ ଦିନ ମଧ୍ୟରେ ପାଞ୍ଚୋଟି ଲୁଟ ହୋଇଥିବା ବେଳେ ଇମ୍ଫୋଭ୍ୟାଲି ଥାନା ପୁଲିସ କୌଣସି ଗୋଟିଏ ଲୁଟ ମାମଲାର ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇପାରି ନାହିଁ। ରାଜପଥରେ ଲୁଟ୍ ବଢୁଥିବାରୁ ସନ୍ଧ୍ୟା ପରେ ରାଜପଥ ଉପରେ ପୁଲିସ ପଇଁତରାକୁ ସୁଦୃଢ଼ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
କଟକ ବିଡାନାସିରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ: ୪ ଗିରଫ
କଟକ: କଟକ ବିଡାନାସି ଚହଁଟାରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ  ହୋଇଛି। ଏନେଇ କଟକ ଡିସିପି ସମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ଘଟଣାରେ ବିଡାନାସି ପୁଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୧୫ ହଜାର ଟଙ୍କାର ଏକ ବୋଲେରୋ ଜବତ କରାଯାଇଛି।  ଏହି ଲୁଟେରା ମାନଙ୍କ ନାଁରେ ସହରର ଏକାଧିକ ଥାନାରେ ମାମଲା ରହିଛି। ଲୁଟେରାଙ୍କ ସମ୍ପର୍କରେ ଖବର ଦେବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବା ସହ ତାଙ୍କୁ ପୁରସ୍କୃତ କରାଯିବ ବୋଲି କଟକ ଡିସିପି ପୂର୍ବରୁ ଘୋଷଣା କରିଥିଲେ। ତେବେ ଏକ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୪ ଲୁଟେରାଙ୍କୁ କାବୁ କରିଥିବା ଜଣାପଡିଛି ।
ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା: ଡେମୋ ଦେଖାଇଲା ଲୁଟେରା
ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୁଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୁଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୁଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ, ହାମର, ସ୍କ୍ରୁ ଡାଇଭର ମିଳିଛି । ଏହି ମାମଲାରେ ୨ ଲୁଟେରାଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ ୭ ଦିନ ରିମାଣ୍ଡ ଆବେଦନ କରିବ ପୁଲିସ ।
ସୂଚନା ଅନୁଯାୟୀ, ଗତକାଲି ୨ ଅନ୍ତର୍ଜାତୀୟ ଲୁଟେରାଙ୍କୁ ଗିରଫ କରିଥିଲା ପୁଲିସ । ଟଙ୍କା ଲୁଟ କରି କୋରିୟରରେ ବାଂଲାଦେଶ ପଠାଉଥିଲେ ଏହି ଲୁଟେରା । ଏଟିଏମ ଲୁଟ କରି ଭୁବନେଶ୍ବରରୁ ବସ୍‌ ଯୋଗେ ବିଶାଖାପାଟନମ୍ ଦେଇ ବାଙ୍ଗାଲୋର ଖସି ପଳାଇଥିଲେ ଏହି ଲୁଟେରାମାନେ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ବେଳେ ଲୁଟ୍ ପଛରେ ଅଣ ଓଡିଆ ଲୁଟେରା ଥିବା ସନ୍ଦେହ କରିଥିଲା ପୋଲିସ । ଏହି ଗ୍ୟାଙ୍ଗ ବାଙ୍ଗାଲୋରର ଏକ ଏଟିଏମକୁ ଟାର୍ଗେଟ କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । କମିଶନରେଟ୍ ପୁଲିସର ମିଶନ ଅମ୍ପସିବଲ ହୋଇଛି ପସିବୁଲ । ଘଟଣାରେ ସମ୍ପୃକ୍ତ ଆଉ ୪ ଜଣଙ୍କୁ ଖୁବଶୀଘ୍ର ଧରିବ ବୋଲି ପୁଲିସ କହିଛି ।
ହାତ ଗୋଡ ବାନ୍ଧି ଲୁଟିଲେ ଦୁର୍ବୃତ୍ତ: ୨୫ ଭରି ସୁନା, ୨ କେଜି ରୂପା, ୩୦ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟ୍
ରାୟଗଡ଼ା: ରାୟଗଡ଼ାରେ ବଡ଼ ଧରଣର ଲୁଟ୍ । ସାଇପ୍ରିୟା ନଗରର ଏମ.ଭେଙ୍କେଟ ରାବନାଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟିଲେ ଦୁର୍ବୃତ୍ତ ।
ସୂଚନା ଅନୁଯାୟୀ, ପ୍ରାୟ ୧୦ରୁ ଅଧିକ ଡ଼କାୟତ ଘରର ଝରକା ଭାଙ୍ଗି ୨୫ ଭରି ସୁନା ଅଳଙ୍କାର, ୨ କେଜି ରୂପା, ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟି ନେଇଛନ୍ତି । ୮ ଜଣ ଡକାୟତ ଘରେ ପଶି ଥିବାବେଳେ ୨ ଜଣ ଘର ବାହାରେ ଜଗିଥିଲେ । ଡକାୟତମାନେ ଘରର ଝରକା ଭାଙ୍ଗି ଘରେ ପଶି ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଲୁଟ୍ କରିଥିଲେ । ପାଟି କରିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଘରେ ଥିବା ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିଲେ ଡକାୟତ । ଏହି ଘଟଣା ପରେ ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାଜଧାନୀରେ ପୁଣି ମାତିଲେ ଲୁଟେରା; ଏଟିଏମ୍‍ କାର୍ଡ ବଦଳାଇ ନେଇଗଲେ ୪୦ ହଜାର
ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ କାରନାମା ଥମୁନି। ନୂଆପଲ୍ଲୀ ଥାନା ଆଇଆର୍‍ସି ଭିଲେଜରୁ ଜଣେ ବରିଷ୍ଠ ନାଗରିକଙ୍କ ଏଟିଏମ୍‍ କାର୍ଡ ବଦଳାଇ ୪୦ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଲୁଟ୍‍ର ଶିକାର ବ୍ୟକ୍ତି ମହମ୍ମଦ ଫିରୋଜ। ଅଭିଯୋଗ ଅନୁଯାୟୀ ଫିରୋଜ ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ନୂଆପଲ୍ଲୀର ଏକ ଏଟିଏମ୍‍କୁ ଆଜି ଟଙ୍କା ଉଠାଇବା ଲାଗି ଯାଇଥିଲେ। ଲୁଟେରା ଫିରୋଜଙ୍କୁ ବ୍ୟସ୍ତ କରାଇବା ସହ ତାଙ୍କ ପିନ୍‍କୁ ଦେଖି କୌଶଳକ୍ରମେ ଏଟିଏମ୍‍ କାର୍ଡକୁ ବଦଳାଇ ଦେଇଥିଲା। ତେବେ ଏଟିଏମ୍‍ କାମ ନ କରିବାରୁ ଘରକୁ ଫେରି ଆସିଥିଲେ ଫିରୋଜ। ଘରେ ଦେଖିବା ବେଳକୁ ଏଟିଏମ୍‍ କାର୍ଡ ବଦଳିଯାଇଛି। ଏହାର କେଇ ମିନିଟ୍‍ ପରେ ପର୍ଯ୍ୟାୟକ୍ରମେ ଫିରୋଜଙ୍କ ଏଟିଏମ୍‍ରୁ ୪୦ହଜାର ଟଙ୍କା କଟିଯାଇଛି।
ଏହାପରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ବ୍ୟାଙ୍କକୁ ଯାଇ ଏଟିଏମ୍‍ କାର୍ଡ ବନ୍ଦ କରିଦେଇଥିଲେ। ସେହିପରି କାର୍ଡ ବ୍ଲକ କରିବା ପରେ ଲୁଟେରା ଟଙ୍କା ଉଠାଇବାକୁ ପ୍ରୟାସ କରୁଥିବାର ମେସେଜ୍‍ ଆସୁଛି। ସେପଟେ ଏଟିଏମ୍‍ କାଉଣ୍ଟର୍‍ରେ ସୁରକ୍ଷାକର୍ମୀ ଓ ସିସିଟିଭି ଥିବାବେଳେ ବାରମ୍ବାର ଲୁଟ୍‍ ହେଉଥିବା ଅଭିଯୋଗ ଆସୁଛି। ପୂର୍ବରୁ କ୍ୟାପିଟାଲ ଓ ଏୟାରପୋର୍ଟ ଥାନାରେ ସମାନଧରଣର ସହାୟତା ଆଳରେ ଠକେଇ କରି ନେଇଛନ୍ତି ଲୁଟେରା।