Vladimir Putin - The Sakala

ମାଦୁରୋଙ୍କ ଭଳି ପୁଟିନଙ୍କୁ ଗିରଫ କରିବ କି ଆମେରିକା? ଟ୍ରମ୍ପ ଦେଲେ ବଡ଼ ବୟାନ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ଭେନେଜୁଏଲାର ପୂର୍ବତନ ଶାସକ ନିକୋଲାସ ମାଦୁରୋଙ୍କ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ କୌଣସି ନାଟକୀୟ ସାମରିକ ଅପରେସନ୍ କରାଯିବ ନାହିଁ। ୟୁକ୍ରେନ ଯୁଦ୍ଧକୁ ନେଇ ନିରାଶା ପ୍ରକାଶ କରିବା ସତ୍ତ୍ୱେ ଟ୍ରମ୍ପ ଏଭଳି ପଦକ୍ଷେପକୁ ଅନାବଶ୍ୟକ ବୋଲି ଦର୍ଶାଇଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଏକ ବୟାନ ଉପରେ ପ୍ରତିକ୍ରିୟା ରଖି ଟ୍ରମ୍ପ ଏହି କଥା କହିଛନ୍ତି। ଜେଲେନସ୍କି ପରୋକ୍ଷରେ ଇଙ୍ଗିତ କରିଥିଲେ ଯେ ମାଦୁରୋଙ୍କ ପରେ ପୁଟିନଙ୍କ ପାଳି ପଡିପାରେ। ଏହାର ଜବାବରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, "ମୁଁ ଭାବୁନି ଯେ ଏହାର ଆବଶ୍ୟକତା ପଡ଼ିବ। ମୋର ପୁଟିନଙ୍କ ସହିତ ସର୍ବଦା ଭଲ ସମ୍ପର୍କ ରହିଛି।"

ଆମେରିକାର ପ୍ରମୁଖ ତୈଳ ଏବଂ ଗ୍ୟାସ କମ୍ପାନୀ ଅଧିକାରୀଙ୍କ ସହ ଏକ ବୈଠକରେ ଟ୍ରମ୍ପ ୟୁକ୍ରେନ-ରୁଷିଆ ଯୁଦ୍ଧ ଶେଷ ହୋଇନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗତ ମାସରେ ଏହି ଯୁଦ୍ଧରେ ପ୍ରାୟ ୩୧,୦୦୦ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଅନେକ ରୁଷୀୟ ସୈନିକ ସାମିଲ ଅଛନ୍ତି। ସେ କହିଛନ୍ତି, "ମୁଁ ଆଠଟି ଯୁଦ୍ଧର ସମାଧାନ କରିଛି, କିନ୍ତୁ ଏହି ଯୁଦ୍ଧ ଶୀଘ୍ର ଶେଷ ହେବା ଉଚିତ୍ ଥିଲା।"

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଆମେରିକା ସେନା ଏକ ଅତର୍କିତ ଚଢ଼ାଉ କରି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା। ଆମେରିକାର ଡେଲ୍ଟା ଫୋର୍ସ କାରାକାସ୍‌ରେ ମାଦୁରୋଙ୍କ ବାସଭବନରେ ପଶି ତାଙ୍କୁ ଉଠାଇ ନେଇଥିଲେ ଏବଂ ଡ୍ରଗ୍ସ କାରବାର ଅଭିଯୋଗରେ ବିଚାର ପାଇଁ ଆମେରିକାକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣା ପରେ ବିଶ୍ୱସ୍ତରରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ଜେଲେନସ୍କି ପୁଟିନଙ୍କ ପ୍ରତି ସମାନ ପଦକ୍ଷେପ ନେବାକୁ ଆମେରିକାକୁ ପରୋକ୍ଷ ଆହ୍ୱାନ ଦେଇଥିଲେ, ଯାହାକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସରକାରୀ ବାସଭବନ ଉପରେ ୟୁକ୍ରେନର ଡ୍ରୋନ୍ ମାଡ଼
ମସ୍କୋ/କିଭ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୋଭଗାରୋଡସ୍ଥିତ ସରକାରୀ ବାସଭବନ ଉପରେ ୟୁକ୍ରେନ୍ ରବିବାର ବିଳମ୍ବିତ ରାତିରେ ୯୧ ଡ୍ରୋନ ଆକ୍ରମଣ କରିଛି। ଏହି ଡ୍ରୋନ ମାଡ଼ ସମୟରେ ରାଷ୍ଟ୍ରପତି ପୁତିନ ବାସଭବନରେ ଥିଲେ କି ନାହିଁ ତାହା ଜଣାପଡ଼ି ନାହିଁ। ତେବେ ରୁଷ ପ୍ରତିରକ୍ଷା ବ୍ୟବସ୍ଥା ଏହି ସବୁ ଡ୍ରୋନକୁ ଆକାଶ ମାର୍ଗରେ ଖସାଇ ଦେଇଛି। ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ  ଏହି ଆକ୍ରମଣ ସମ୍ପର୍କରେ ଦାବି କରିବା ସହ ଏହାର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି । ରୁଷ ବିଦେଶ ମନ୍ତ୍ରୀ ଏହି ଆକ୍ରମଣକୁ ଆତଙ୍କବାଦ ଘଟଣା ଦର୍ଶାଇ କହିଛନ୍ତି ଯେ ୟୁକ୍ରେନ ଉପରେ ପ୍ରତିଆକ୍ରମଣ ପାଇଁ ସମୟ ଏବଂ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ସାରିଛି। ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତିଙ୍କୁ ଫୋନ କରି ପୁତିନ ଏହି ସୂଚନା ଦେଇଛନ୍ତି। ଏହା ଶୁଣି ଟ୍ରମ୍ପ ସ୍ତବ୍ଧ ହୋଇ ଯାଇଥିଲେ ବୋଲି ରୁଷ ବିଦେଶ ନୀତି ପରାମର୍ଶଦାତା ୟୁରି ଉସାକୋଭ କହିଛନ୍ତି ।

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କି ଏହି ଅଭିଯୋଗକୁ ମିଥ୍ୟା ଏବଂ ମନଗଢ଼ା କହି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ବାହାନା ଖୋଜୁଛି। ଏଠାକାର ସରକାରୀ କୋଠାରେ ଆକ୍ରମଣ କରି ତାହାକୁ ଉଚିତ ଦର୍ଶାଇବା ପାଇଁ କାହାଣୀ ଗଢୁଛି। ଯୁଦ୍ଧ ବନ୍ଦ କରିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ରୁଷ୍ ମନା କରିଦେଇଛି। ମାତ୍ର ୟୁକ୍ରେନ ଏ ନେଇ କୂଟନୈତିକ ସ୍ତରରେ ପ୍ରୟାସ ଜାରି ରଖିଛି। ଆମେ ବିଶ୍ବକୁ ଚୁପ୍ ହୋଇ ରହିବାକୁ ଦେବୁ ନାହିଁ। ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରୟାସକୁ ରୋକିବାକୁ ରୁଷ୍‌କୁ ଦେବୁ ନାହିଁ। ପୂର୍ବରୁ ମଧ୍ୟ ରୁଷ ମିଛ କହି କିଭ୍ ଏବଂ ମନ୍ତ୍ରିପରିଷଦ କୋଠା ଉପରେ ଆକ୍ରମଣ କରିଥିଲା ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

‘ଏବେ ଯୁଦ୍ଧ ଶେଷ କର, ନହେଲେ କୋଟି କୋଟି ଲୋକ ମରିବେ’: ଜେଲେନସ୍କିଙ୍କ ସହ ଆଲୋଚନା ପରେ ଟ୍ରମ୍ପଙ୍କ ଚେତାବନୀ
ନୂଆଦିଲ୍ଲୀ: ଖୁବଶୀଘ୍ର ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ 'ଶେଷ ପର୍ଯ୍ୟାୟ' ଶାନ୍ତି ଆଲୋଚନା ପରେ ଯୁଦ୍ଧ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜେଲେନସ୍କିଙ୍କ ମିଳିତ ପ୍ରେସମିଟରୁ ସୂଚନା ମିଳିଛି । ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଏହି ବୈଠକକୁ ‘ଚୂଡ଼ାନ୍ତ ପର୍ଯ୍ୟାୟ’ ବା ଶେଷ ପର୍ଯ୍ୟାୟର ଶାନ୍ତି ଆଲୋଚନା ବୋଲି ବର୍ଣ୍ଣନା କରାଯାଇଛି। ଉଭୟ ନେତାଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଯୁଦ୍ଧର ଭବିଷ୍ୟତ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୪ ବର୍ଷ ହେବ ଯୁବଦ୍ଧ ଚାଲିଥିବାରୁ ଏହାକୁ ବନ୍ଦ କରି ଦୁଇ ଦେଶରେ ଶାନ୍ତି ଫେରାଇ ଆଣିବାକୁ ଚାହୁଁଛନ୍ତି ଟ୍ରମ୍ପ । ଏଥିପାଇଁ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବିଶେଷ ଭାବେ ଆଲୋଚନା ହୋଇଛି ।

ବୈଠକ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ଏହି ଯୁଦ୍ଧର ଫଳାଫଳ ଦୁଇଟି ରାସ୍ତାରେ ଯାଇପାରେ - ହୁଏତ ସଂଘର୍ଷ ଏବେ ଶେଷ ହେବ, ନଚେତ୍ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ। ଯଦି ଯୁଦ୍ଧ ଜାରି ରୁହେ, ତେବେ ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଛି, ଯାହା କେହି ଚାହାନ୍ତି ନାହିଁ। ଟ୍ରମ୍ପ କହିଛନ୍ତି, "ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ଅଛୁ। ଏହାକୁ ଏବେ ଶେଷ କରିବାକୁ ପଡ଼ିବ, ନଚେତ୍ ଲକ୍ଷ ଲକ୍ଷ ଅତିରିକ୍ତ ଲୋକ ପ୍ରାଣ ହରାଇବେ।"

ଜେଲେନସ୍କିଙ୍କ ସହ ଭେଟିବା ପୂର୍ବରୁ, ଟ୍ରମ୍ପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ ଧରି ଫୋନରେ କଥା ହୋଇଥିଲେ। ଏହି ଆଲୋଚନାକୁ ସେ ‘ଅତ୍ୟନ୍ତ ଫଳପ୍ରଦ’ ବୋଲି ଅଭିହିତ କରିଛନ୍ତି। ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ପୁଟିନ ଏଥର ଶାନ୍ତି ଚୁକ୍ତି ପାଇଁ ଗମ୍ଭୀର ଅଛନ୍ତି। ସେ କହିଛନ୍ତି, "ମୁଁ ଭାବୁଛି ଉଭୟ ନେତା ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। ବହୁତ ଲୋକ ମୃତ୍ୟୁବରଣ କରିସାରିଲେଣି, ତେଣୁ ଏକ ସମାଧାନର ଆବଶ୍ୟକତା ରହିଛି।"

ସଙ୍କଟ ସମୟରେ ଜେଲେନସ୍କିଙ୍କ ନେତୃତ୍ୱ ଏବଂ ସାହସକୁ ଟ୍ରମ୍ପ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଜେଲେନସ୍କି ଜଣେ କଠିନ ପରିଶ୍ରମୀ ଏବଂ ସାହସୀ ବ୍ୟକ୍ତି। ତାଙ୍କ ଦେଶର ଲୋକମାନେ ଯେଉଁ କଷ୍ଟ ସହିଛନ୍ତି, ତାହା ବିରଳ। ମାର-ଏ-ଲାଗୋ ବୈଠକ ପରେ ଟ୍ରମ୍ପ ପୁଣିଥରେ ପୁଟିନଙ୍କୁ ଫୋନ୍ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଭାରତ-ରୁଷ ସମ୍ପର୍କର ନୂଆ ଅଧ୍ୟାୟ; ଭାରତକୁ ଶକ୍ତି ସୁରକ୍ଷା ଗ୍ୟାରେଣ୍ଟି, ପାକିସ୍ତାନକୁ ସିଧାସଳଖ ଚେତାବନୀ
ନୂଆଦିଲ୍ଲୀ: ପଶ୍ଚିମ ଦେଶର ଧମକ, ଆମେରିକାର ନାଲିଆଖି ଓ ଚତୁର ରଣନୀତିକୁ ଉପେକ୍ଷା କରି ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନ୍‌‌ଙ୍କ ଭାରତ ଗସ୍ତ ବିଶ୍ୱ ଭୂ-ରାଜନୀତି ଇତିହାସରେ ସୃଷ୍ଟି କରିଛି ନୂଆ ଅଧ୍ୟାୟ। ଅନୁରୂପ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବଶ୍ରେଷ୍ଠ ବନ୍ଧୁଙ୍କୁ ଉତ୍ସାହର ସହ ସ୍ୱାଗତ ମଧ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରିଛି। ପୁତିନ୍‌‌ଙ୍କ ଏହି ଗସ୍ତ ଓ ଭାରତର ଆନ୍ତରିକ ସ୍ୱାଗତ କେବଳ କୁଟନୈତିକସ୍ତରରେ ନୁହେଁ, ପଶ୍ଚିମ ଦେଶ ଓ ଆମେରିକାକୁ ଶକ୍ତ ଆଘାତ ଦେଇଛି। ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡ଼ିକ ଭାରତ-ରୁଷ ସମ୍ପର୍କକୁ ଏପରି ଏକ ଶକ୍ତ ରଜ୍ଜୁରେ ବାନ୍ଧିଛି, ଯାହା କୌଣସି ଭୂ-ରାଜନୈତିକ ଝଡ଼ରେ ବି ତୁଟିବାର ସମ୍ଭାବନା ନାହିଁ। ୨୦୦୦ ମସିହାରେ ରାଷ୍ଟ୍ରପତି ଭାବରେ ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ବେଳେ ବନ୍ଧୁତାର ଯେଉଁ ବୀଜବପନ ହୋଇଥିଲା ତାହା ୨୦୨୫ ମସିହାରେ ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ ଏକ ମିଳିତ ବିବୃତ୍ତିରେ ଏହି ସମ୍ପର୍କକୁ ବିଶ୍ୱାସ ଓ ପାରସ୍ପରିକ ସମ୍ମାନର ମୂଳଦୁଆ ଉପରେ ପର୍ଯ୍ୟବେଶିତ ବୋଲି ଉଲ୍ଲେଖ କରି ଏହାକୁ କେହି ଦୋହଲାଇ ପାରିବେ ନାହିଁ ବୋଲି କହିଛନ୍ତି।

ବହୁଧୃବୀୟ ବିଶ୍ୱର ଶ୍ରେଷ୍ଠ ସ୍ଥପତି
ଡିସେମ୍ବର ୫ ତାରିଖରେ ଜାରି ହୋଇଥିବା ମିଳିତ ବିବୃତ୍ତିର ପ୍ରତ୍ୟେକ ଶବ୍ଦ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ବିବୃତି ଭାରତ ଓ ରୁଷକୁ ଏକ ‘ବହୁଧୃବୀୟ ବିଶ୍ୱ’ର ଶ୍ରେଷ୍ଠ ସ୍ଥପତି ଭାବରେ ପରିଚିତି ଦେଇଛି। ଦୁଇଟି ପ୍ରମୁଖ ଶକ୍ତି ଭାବରେ ସେମାନଙ୍କର ସହଭାଗୀତା ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ କାର୍ଯ୍ୟ କରିବ ବୋଲି ଦୁଇ ଦେଶ ପ୍ରତିବଦ୍ଧତା ଘୋଷଣା କରିଛନ୍ତି ଏବଂ ନିଜ ଇଚ୍ଛା ଅନୁସାରେ ବିଶ୍ୱକୁ ନିୟନ୍ତ୍ରଣ ନିମନ୍ତେ ଆମେରିକାର ଏକଛତ୍ର ଆଧିପତ୍ୟକୁ ଏହା ସିଧାସଳଖ ଆହ୍ୱାନ ଦେବାକୁ ସକ୍ଷମ ହୋଇଛନ୍ତି। ଭବିଷ୍ୟତ ପାଇଁ ପ୍ରସ୍ତୁତ ରୋଡ଼ମ୍ୟାପରେ ଭାରତକୁ ଏକ ସାମରିକ ଓ ଆର୍ଥିକ ମହାଶକ୍ତିରେ ପରିଣତ କରିବାକୁ ବ୍ୟବସ୍ଥା କରାଯାଇଛି ଏବଂ ପ୍ରତିରକ୍ଷା, ମହାକାଶ, ପରମାଣୁଶକ୍ତି, ବାଣିଜ୍ୟ ଆଦି କ୍ଷେତ୍ରରେ ଭାରତକୁ ରୁଷ ସହଯୋଗ ଦେବାକୁ ସମ୍ମତ ହୋଇଛି।

‘ମେକ୍‌‌ ଇନ୍‌‌ ଇଣ୍ଡିଆ’କୁ ପ୍ରୋତ୍ସାହନ
ପ୍ରତିରକ୍ଷା କ୍ଷେତ୍ର ସର୍ବଦା ଭାରତ-ରୁଷିଆ ସମ୍ପର୍କରେ ମେରୁଦଣ୍ଡ ରୂପେ ପରିଚିତ ହୋଇଛି। ମାତ୍ର ଏବେ ଭାରତ କେବଳ କ୍ରେତା ନୁହେଁ, ବିକ୍ରେତା ହେବାକୁ ସାମର୍ଥ୍ୟ ଅର୍ଜନ କରିବାକୁ ଯାଉଛି। ରୁଷ ରାଷ୍ଟ୍ରପତି ପୁଟିନ ‘ଆତ୍ମନିର୍ଭରଶୀଳ ଭାରତ’ ଅଭିଯାନକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ମିଳିତ ବିବୃତ୍ତିରେ ଏହା ପ୍ରତିଫଳିତ ହୋଇଛି ଏବଂ ଭାରତ-ରୁଷ ସମ୍ପର୍କ ‘କ୍ରୟବିକ୍ରୟ’ର ଊର୍ଦ୍ଧ୍ବକୁ ଯାଇ ‘ସହ-ବିକାଶ ଏବଂ ସହ-ଉତ୍ପାଦନ’ ପର୍ଯ୍ୟନ୍ତ ପ୍ରଲମ୍ବିତ ହେବ ବୋଲି ଘୋଷଣା କରାଯାଇଛି। ରୁଷିଆ ଭାରତରେ ଏହାର ଅସ୍ତ୍ରଶସ୍ତ୍ର ପାଇଁ ଯନ୍ତ୍ରାଂଶ ଓ ସାମଗ୍ରୀ ସମଷ୍ଟି ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦେଇଛି। ଏହାର ଅର୍ଥ ହେଉଛି ଯୁଦ୍ଧ ସମୟରେ, ଭାରତକୁ ଆବଶ୍ୟକୀୟ ଯନ୍ତ୍ରାଂଶ ପାଇଁ ମସ୍କୋ ଯିବାକୁ ପଡ଼ିବ ନାହିଁ। ଏହା ସବୁ ଭାରତରେ ନିର୍ମାଣ ହେବ। ସେହିପରି ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ ମାଧ୍ୟମରେ ଭାରତର ସାମରିକ ବାହିନୀକୁ ରୁଷ ଏପରି ଶକ୍ତି ଦେବାକୁ ଯାଉଛି ଯାହା ଭାରତର ଶତ୍ରୁମାନଙ୍କୁ ଥରାଇ ଦେବ। ଏହା ବ୍ୟତୀତ, ଭାରତରେ ନିର୍ମିତ ଏହି ରୁଷୀ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ‘ବନ୍ଧୁ ଦେଶ‘କୁ ମଧ୍ୟ ରପ୍ତାନି କରାଯାଇ ପାରିବ। ଯେଉଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ଅସ୍ତ୍ରଶସ୍ତ୍ର ବିକ୍ରି ନିମନ୍ତେ ବିଭିନ୍ନ ସର୍ତ୍ତ ରଖୁଥିଲେ, ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଏକ ବଡ଼ ଆଘାତ।

ଡ଼ଲାର ବଦଳରେ ‘ରୁପି’- ‘ରୁବେଲ୍‌‌’
ଆର୍ଥିକ କ୍ଷେତ୍ରରେ ମୋଦି ଏବଂ ପୁଟିନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଡଲାରର ଆଧିପତ୍ୟ ପ୍ରତି ଏକ ସିଧାସଳଖ ଆହ୍ୱାନ। ଉଭୟ ନେତା ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବାଣିଜ୍ୟ ଡଲାର ବଦଳରେ ଦୁଇ ଦେଶର ଜାତୀୟ ମୁଦ୍ରା (ଟଙ୍କା ଏବଂ ରୁବେଲ୍‌‌)ରେ କାରବାର ହେବ। ଉଭୟ ଦେଶ ସେମାନଙ୍କର ଜାତୀୟ ଦେୟ ବ୍ୟବସ୍ଥାକୁ ଏକୀକୃତ କରିବା ପାଇଁ କାମ କରିବେ। ଏହା ପାଶ୍ଚାତ୍ୟ ପ୍ରତିବନ୍ଧକକୁ ପ୍ରତିଘାତ କରିବ ଏବଂ ନିରବଚ୍ଛିନ୍ନ ବାଣିଜ୍ୟକୁ ସୁନିଶ୍ଚିତ କରିବ। ଏହା ବ୍ୟତୀତ ଭାରତ ଏବଂ ୟୁରେସିଆନ୍‌‌ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାଉପରେ ଆଲୋଚନାକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଭାରତ ପାଇଁ ଏକ ବିଶାଳ ବଜାର ଖୋଲିବ। ୟେକାଟେରିନବର୍ଗ ଏବଂ କାଜାନରେ ଦୁଇଟି ନୂତନ ଭାରତୀୟ କନସୁଲେଟ୍‌‌ ଖୋଲାଯିବ, ଯାହା ଭାରତୀୟ ବ୍ୟବସାୟକୁ ଅଧିକ ଗତି ଦେବ।

ଭାରତକୁ ଶକ୍ତି ସୁରକ୍ଷା ଗ୍ୟାରେଣ୍ଟି
ରୁଷ ଭାରତର ସର୍ବବୃହତ ଶକ୍ତି ସୁରକ୍ଷା ଅଂଶୀଦାର ଭାବରେ ଉଭା ହୋଇଛି। ମିଳିତ ବିବୃତ୍ତିରେ କୁଡାନକୁଲମ ପରମାଣୁ ଶକ୍ତି କେନ୍ଦ୍ରର କାର୍ଯ୍ୟ ତ୍ୱରାନ୍ୱିତ କରିବ। ଏହା ସହ ରୁଷ ଭାରତକୁ ୧୦୦ ଗିଗାୱାଟ ପରମାଣୁ ଶକ୍ତିର ଲକ୍ଷ୍ୟ ହାସଲ କରିବାରେ ସହାୟତା ଯୋଗାଇବ। ପୁନଶ୍ଚ ଭାରତକୁ ତେଲ, ଗ୍ୟାସ ଏବଂ ସାରର ଦୀର୍ଘକାଳୀନ ଯୋଗାଣର ଗ୍ୟାରେଣ୍ଟି ଦେଇଛି ରୁଷ। ବିଶ୍ୱ ଯେତେବେଳେ ଶକ୍ତି ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି, ସେତେବେଳେ ଭାରତରେ ପ୍ରଗତିର ପରିବହନ ଚକ କେବେ ବି ବନ୍ଦ ହେବ ନାହିଁ ବୋଲି ରାଷ୍ଟ୍ରପତି ପୁତିନ୍‌‌ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କୋଇଲା ଗ୍ୟାସିଫିକେସନ୍‌‌ ପ୍ରଯୁକ୍ତିବିଦ୍ୟା ହେଉ କିମ୍ବା ପେଟ୍ରୋକେମିକାଲ୍ସ, ପ୍ରତ୍ୟେକ ପଦକ୍ଷେପରେ ରୁଷ ଭାରତ ସହିତ ଠିଆ ହେବ ଏବଂ ଭାରତକୁ ତୈଳ, ଗ୍ୟାସ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରେ ସମୃଦ୍ଧ ଆର୍କଟିକ୍‌‌ର ସମ୍ପଦରେ ଅଂଶୀଦାର କରିବାକୁ ପୁତିନ୍‌‌ ସମ୍ମତ ହୋଇଛନ୍ତି। ଅନୁରୂପ ଭାବରେ ଚେନ୍ନାଇ-ଭ୍ଲାଡିଭୋଷ୍ଟକ୍‌‌ ସାମୁଦ୍ରିକ କରିଡର ଏବଂ ଉତ୍ତର ସମୁଦ୍ର ପଥରେ ସହଯୋଗ ବୃଦ୍ଧି କରି ଚୀନର ବେଲ୍ଟ ଆଣ୍ଡ୍‌‌ ରୋଡ୍‌‌ ଇନିସିଏଟିଭ୍‌‌କୁ ଭାରତ ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ହୋଇଛି। ଏହି ନିଷ୍ପତ୍ତି ଫଳରେ ଆର୍କଟିକ ପଥ ଦେଇ ସିଧାସଳଖ ୟୁରୋପ ଓ ରୁଷ ସହିତ ସଂଯୋଗ କରିପାରିବ।

ପାକିସ୍ତାନକୁ ସିଧାସଳଖ ଚେତାବନୀ
ଭାରତ-ରୁଷ ଶିଖର ସମ୍ମିଳନୀର ସଂଯୁକ୍ତ ବିବୃତ୍ତିର ଅନୁଚ୍ଛେଦ ୬୦ ପାକିସ୍ତାନ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍‌‌ ନୁହେଁ। ୨୨ ଏପ୍ରିଲ୍‌‌ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ୨୨ ମାର୍ଚ୍ଚ ୨୦୨୪ରେ ମସ୍କୋର କ୍ରୋକସ୍‌‌ ସିଟି ହଲ୍‌‌ ଆକ୍ରମଣକୁ ଏଥିରେ କଠୋର ନିନ୍ଦା କରାଯାଇଛି। ଦୁଇ ଦେଶର ନେତା ଆତଙ୍କବାଦ ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା‘ ନୀତି ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଦେଶ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳଗୁଡ଼ିକୁ ମୂଳପୋଛ କରିବାକୁ ପ୍ରତିଜ୍ଞା କରିଛନ୍ତି। ଆଫଗାନିସ୍ତାନ ବା ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଭାରତ ଏବଂ ରୁଷ ମିଳିତ ଭାବରେ ନିପାତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଜାତିସଂଘରେ ଭାରତକୁ ଭିଟୋ କ୍ଷମତା
ରୁଷ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଓ ଭାରତର ସ୍ଥାୟୀ ସଦସ୍ୟତା ସମର୍ଥନକୁ ପୁନର୍ବାର ଦୋହରାଇଛି ରୁଷ। ସଂଯୁକ୍ତ ବିବୃତିର ଅନୁଚ୍ଛେଦ ୪୨ରେ ଏହା ସ୍ପଷ୍ଟ କରାଯାଇଛି। ରୁଷ ଏକ ସଂସ୍କାରିତ ଓ ବିସ୍ତାରିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ‘ଦୃଢ଼ ଭାବରେ ସମର୍ଥନ କରେ’ ବୋଲି ଉଲ୍ଲେଖ କରିଛି। ଜାତିସଂଘରେ ଭାରତର ପଥକୁ ଅବରୋଧ କରିବାକୁ ଚେଷ୍ଟା କରୁଥିବା ଦେଶମାନଙ୍କ ପାଇଁ ରୁଷ ସ୍ପଷ୍ଟ ବାର୍ତ୍ତା ଦେଇଛି। ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ହକଦାର ଏବଂ ଭିଟୋ କ୍ଷମତା ଓ କୂଟନୈତିକ ଲାଭ ବ୍ୟବହାର ଏହାର ଅଧିକାର ବୋଲି ରୁଷ କହିଛି। ଏହା ସହିତ ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ପ୍ରବେଶକୁ ରୁଷ ଦୃଢ଼ ସମର୍ଥନ ଜଣାଇଛି।

ଗଗନଯାନରୁ ଗ୍ରହ ଅନୁସନ୍ଧାନ
ଦୁଇ ଦେଶ ମହାକାଶ କ୍ଷେତ୍ର, ମାନବ ମହାକାଶ ଉଡ଼ାଣ, ରକେଟ୍‌‌ ଇଞ୍ଜିନ୍‌‌ ବିକାଶ ଏବଂ ଗ୍ରହ ଅନୁସନ୍ଧାନରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଭାରତର ଗଗନଯାନ ମିଶନ ହେଉ କିମ୍ବା ଭବିଷ୍ୟତର ମହାକାଶ ଷ୍ଟେସନର ସ୍ୱପ୍ନ, ରୁଷ ପ୍ରଯୁକ୍ତିବିଦ୍ୟା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡରକୁ ସୁଦୃଢ଼ କରିବାରେ ରୁଷ ଭାରତକୁ ସହଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମାର୍ଗ ଇରାନ ଓ ମଧ୍ୟ ଏସିଆ ଦେଇ ଭାରତକୁ ରୁଷ ଏବଂ ୟୁରୋପ ସହିତ ସଂଯୋଗ କରିବ। ଏହା ସ୍ୱରେଜ୍‌‌ କେନାଲର ଏକ ବିକଳ୍ପ ହୋଇପାରିବ ଓ ବାଣିଜ୍ୟିକ ପରିବହନ ଖର୍ଚ୍ଚକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିପାରିବ। ରୁଷ ଓ ଭାରତୀୟ ରେଳବାଇ ମଧ୍ୟରେ ସହଯୋଗ ପ୍ରଯୁକ୍ତିବିଦ୍ୟା ବିନିମୟକୁ ସହଜ କରିବ।
ଭବିଷ୍ୟତ ସମୟ ପାଇଁ ପ୍ରସ୍ତୁତି

ଆଜି ସମୟରେ ଯାହା ନିକଟରେ ମୂଲ୍ୟବାନ ଖଣିଜ ପଦାର୍ଥ ଓ ସେମିକଣ୍ଡକ୍ଟର ଚିପ୍ପସ ଅଛି, ବିଶ୍ୱରେ ସେ ସବୁଠୁ ଶକ୍ତିଶାଳୀ। ମିଳିତ ବିବୃତ୍ତିର ଅନୁଚ୍ଛେଦ ୩୩ରେ ଉଚ୍ଚ ପ୍ରଯୁକ୍ତି ଶିଳ୍ପ ଏବଂ ବୈଦ୍ୟୁତିକ ଯାନବାହନ ପାଇଁ ଅତ୍ୟାବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ବିରଳ ପୃଥିବୀର ଅନୁସନ୍ଧାନ ଏବଂ ପ୍ରକ୍ରିୟାକରଣରେ ସହଯୋଗ ବିଷୟରେ ଆଲୋଚନା ହେଇଛି। ଦୁଇ ଦେଶ କ୍ୱାଣ୍ଟମ୍‌‌ କମ୍ପ୍ୟୁଟିଂ, ଇଓ ଏବଂ ଡିଜିଟାଲ୍‌‌ ସୁରକ୍ଷାରେ ମଧ୍ୟ ଏକାଠି କାମ କରିବେ ବୋଲି ନିଷ୍ପତ୍ତି ହୋଇଛି।

ଭାରତରେ ରୁଷ ରାଷ୍ଟ୍ରପତି ପୁତିନ: ଆଜି ଦିଲ୍ଲୀ ଶିଖର ବୈଠକ; ସାମରିକ, ବାଣିଜ୍ୟ, ଶକ୍ତି ସହଯୋଗ ଉପରେ ହେବ ଆଲୋଚନା
ନୂଆଦିଲ୍ଲୀ:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ଗତକାଲି ସନ୍ଧ୍ୟାର ତାଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ । ୟୁକ୍ରେନ ଯୁଦ୍ଧ ପରେ ଏହା ହେଉଛି ପୁତିନଙ୍କ ପ୍ରଥମ ଭାରତ ଗସ୍ତ । ପୁଣି ଏହି ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର କଟକଣା ଲଗାଇଥିବାରୁ ତାଙ୍କର ଭାରତ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି ।

୪ ବର୍ଷ ପରେ ପୁତିନ ଭାରତ ଆସିଛନ୍ତି ଏବଂ ସେ ୨୩ତମ ଭାରତ-ରୁଷ ବାର୍ଷିକ ଶୀର୍ଷ ସମ୍ମିଳନୀରେ ଭାଗ ନେବେ । ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ୫ ଥର ଫୋନରେ କଥାବାର୍ତ୍ତା ହୋଇଥିବା ବେଳେ ଗତ ସେପଟେମ୍ବର ପହିଲାରେ ଚୀନରେ ହୋଇଥିବା ଏସ୍‌ସିଓ ଶୀର୍ଷ ସମ୍ମିଳନୀରେ ସାକ୍ଷାତ ଆଲୋଚନା ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ ଜଣାଇବେ ।  ସେଠାରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପୁତିନ । ଏହାପରେ ହାଇଦ୍ରାବାଦ ହାଉସରେ ଦୁଇ ଦେଶ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ସାମରିକ, ବାଣିଜ୍ୟ ଓ ଶକ୍ତି ସହଯୋଗ ନେଇ ଆଲୋଚନା ହେବ ।

୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଆଗାମୀ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଶହେ ବିଲିଅନ୍‌ ଡଲାର୍‌ର ବାଣିଜ୍ୟିକ କାରବାରର ପାଇଁ ଆଲୋଚନାରେ ଖସଡ଼ା ପ୍ରସ୍ତୁତ ହେବ। ଏହାଛଡ଼ା ଭାରତକୁ ଏସୟୁ-୫୭ ଯୁଦ୍ଧ ବିମାନ ଓ ଏସ୍‌ ୪୦୦/୫୦୦ ଏୟାର୍‌ ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ଓ ଆଣବିକ ଶକ୍ତି ସମ୍ପର୍କିତ ଆଲୋଚନା ଓ ଚୁକ୍ତି ସ୍ବାକ୍ଷରିତ ହୋଇପାରେ ବୋଲି ସୂଚନା ମିଳିଛି । ଆଜି ରାତି ୯ଟାରେ ପୁତିନ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ।

ୟୁକ୍ରେନରେ ଯୁଦ୍ଧର ଅବସାନ ପାଇଁ ଆମେରିକାର ନୂତନ ପ୍ରୟାସ ମଧ୍ୟରେ ରୁଷୀୟ ନେତା ଭାରତ ଗସ୍ତରେ ଆସୁଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ଶିଖର ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମ୍ମିଳନୀରେ ଭାରତ ରୁଷୀୟ ଅଶୋଧିତ ତୈଳର ବ୍ୟାପକ କ୍ରୟ ଯୋଗୁ ବୃଦ୍ଧି ପାଉଥିବା ବାଣିଜ୍ୟ ନିଅଣ୍ଟ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି । ରୁଷରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଆମେରିକାର କଟକଣା କିଭଳି ପ୍ରଭାବ ପକାଇବ ସେ ନେଇ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଦୁଇ ଦେଶ ମଧ୍ୟରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ମସ୍କୋ: ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦୁଇ ଦନିଆ ଭାରତ ଗସ୍ତରେ ଆଜି ଦିଲ୍ଲୀରେ ପହଞ୍ଚିବେ ପୁଟିନ । ପୁଟିନଙ୍କ ଗସ୍ତ ପାଇଁ ଦିଲ୍ଲୀରେ ଅତ୍ୟାଧୁନିକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ଭାରତୀୟ ଓ ରୁଷ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।  ରୁଷ୍‌ରୁ ପ୍ରାୟ ୫୦ରୁ ଅଧିକ  ସୁରକ୍ଷା ଅଧିକାରୀ ପୂର୍ବରୁ ଦିଲ୍ଲୀ ପହଞ୍ଚି ବିଭିନ୍ନ ମାର୍ଗ, ସ୍ଥାନ ଓ ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି ।  ପୁଟିନଙ୍କ ଚାରିପଟେ ପାଞ୍ଚଟି ସ୍ତରର ଅଭେଦ୍ୟ ସୁରକ୍ଷା ବଳୟ ରହିବ  । ବାହ୍ୟ ସ୍ତରଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ଓ ଦିଲ୍ଲୀ ପୁଲିସ ନିୟନ୍ତ୍ରଣ କରିବେ ।

ଏହି ଅବସରରେ ଭାରତ ଓ ରୁଷ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି । ଏଥିମଧ୍ୟରେ ରହିଛି ପାରସ୍ପରିକ ସାମରିକ ଘାଟି ବ୍ୟବହାର ପାଇଁ ଅନୁମତି । ଏହି ଚୁକ୍ତି କର୍ଯ୍ୟକାରୀ ହେଲେ ଉଭୟ ଭାରତ ଏବଂ ରୁଷିଆ ପରସ୍ପରର ସାମରିକ ଘାଟି ଲଜିଷ୍ଟିକ ସେବା ପାଇଁ ବ୍ୟବହାର କରିପାରିବେ । ଦୁଇ ଦେଶ ପରସ୍ପରର ସାମରିକ ଘାଟି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ, ସମ୍ବଳକୁ ମଧ୍ୟ ବ୍ୟବହାର କରିପାରିବେ । ଏଥିେର ବନ୍ଦର ଏବଂ ଅନ୍ୟ ସାମରିକ ଭିତ୍ତିଭୂମି ରହିଛି । ଏସଂକ୍ରାନ୍ତ ପ୍ରସ୍ତାବକୁ ରୁଷ ସଂସଦ ‘ଡୁମା’ ମଞ୍ଜୁରୀ ପ୍ରଦାନ କରିଛି ।

ଚଳିତ ବର୍ଷ ଫେବୃଆରୀ ୧୮ରେ ଏହି ଚୁକ୍ତି ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ୍‌‌ ମିସୁଷ୍ଟିନ୍‌‌ ମଞ୍ଜୁରୀ ପାଇଁ ଏହାକୁ ସଂସଦକୁ ପଠାଇଥିଲେ । ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଓ ସାମରିକ ଚୁକ୍ତି ଆହୁରି ଦୃଢ଼ ହେବ ବୋଲି ରୁଷିଆ ସଂସଦ ବାଚସ୍ପତି ଭ୍ୟାଚେସ୍‌‌ଲାଭ ଭୋଲୋଡିନ କହିଛନ୍ତି । ସାମରିକ ଦୃଷ୍ଟିକୋଣରୁ ଏହି ଚୁକ୍ତି ବିଶେଷ ମହତ୍ତ୍ୱ ରଖୁଛି । ଏସଂପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଐତିହାସିକ ହେବ ।  ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ଇନ୍ଧନ, ସାମଗ୍ରୀ ଯୋଗାଣ, ରକ୍ଷଣାବେକ୍ଷଣ ଏବଂ ବର୍ଥିଂ ପାଇଁ ବ୍ୟବହାର କରିପାରିବେ । କେବଳ ସାମରିକ କାର୍ଯ୍ୟକଳାପ ନୁହେଁ, ସମରାଭ୍ୟାସ ଏବଂ ବିପର୍ଯ୍ୟୟ ସମୟରେ ରିଲିଫ୍ ଯୋଗାଣ ପାଇଁ ସାମରିକ ପ୍ରତିଷ୍ଠାନର ବ୍ୟବହାର କରାଯାଇ ପାରିବ । ଆମେରିକା ସହିତ ମଧ୍ୟ ଭାରତର ଏଭଳି ଚୁକ୍ତି ରହିଛି । ଉଭୟ  ଆମେରିକା ଏବଂ ରୁଷିଆ ସହିତ ଏଭଳି ଚୁକ୍ତି କରିବାରେ ଭାରତ ହେଉଛି ବିଶ୍ବର ଏକାମାତ୍ର ଦେଶ ବୋଲି ସେ କହିଛନ୍ତି । ଏହାସହିତ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ସହଯୋଗ ପାଇଁ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି ମସ୍କୋ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ସହିତ ରୁଷ ସଂପର୍କ ତିକ୍ତ ରହିଥିବା ବେଳେ ପୁତିନ ଭାରତ ଗସ୍ତରେ ଆସୁଛନ୍ତି । ରୁଷ ସହିତ ବାଣିଜ୍ୟ କାରବାର ଉପରେ ଆମେରିକା କଟକଣା ଜାରି କରିିଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ବାଧ୍ୟ କରୁଛି । କିନ୍ତୁ ଭାରତ କଟକଣା ମାନୁ ନଥିବାରୁ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛି । ତେବେ ପୁଟିନଙ୍କ ଏହି ଗସ୍ତ ଅବସରରେ ସାମରିକ ଚୁକ୍ତି ସମେତ ତେଲ ଓ ଅନ୍ୟାନ୍ୟ ବାଣିଜ୍ୟ କାରବାର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଡିସେମ୍ବର ୪ରେ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ନୂଆଦିଲ୍ଲୀ: ଡିସେମ୍ବର ୪ରେ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୨ ଦିନିଆ ଭାରତ ଗସ୍ତରେ ଆସିବେ ଭ୍ଲାଦିମିର ପୁଟିନ୍ । ପୁଟିନ୍ ଡିସେମ୍ବର ୪ ଏବଂ ୫ ତାରିଖରେ ଭାରତ ଗସ୍ତରେ ଆସିବେ । ୨୩ତମ ରୁଷିଆ-ଭାରତ ସମ୍ମିଳନୀ ପାଇଁ ଭାରତ ଆସିବେ ପୁଟିନ୍ । ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କ ଏହା ହେବ ପ୍ରଥମ ଭାରତ ଗସ୍ତ । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୩ତମ ଭାରତ-ରୁଷ ବୈଠକରେ ରୁଷିଆ ରାଷ୍ଟ୍ରପତି ଯୋଗଦେବେ । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ପୁଟିନଙ୍କ ୨ ଦିନିଆ ଭାରତ ଗସ୍ତରେ ସେ ୨୩ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ସାମିଲ ହେବେ । ଗସ୍ତରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ସମୀକ୍ଷା କରାଯିବ । ପରବର୍ତ୍ତୀ ସହଯୋଗ ପାଇଁ ମାର୍ଗ ନିର୍ଦ୍ଧାରଣ କରାଯିବ । ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଦୁଇ ଦେଶ ମଧ୍ୟରେ ଦୀର୍ଘକାଳାଳୀନ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଏହା ପୂର୍ବରୁ ୨୦୨୧ରେ ପୁଟିନ୍‌ ନୂଆଦିଲ୍ଲୀ ଗସ୍ତ କରିଥିଲେ ।

ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଡିସେମ୍ବର ୫ ପାଖାପାଖି ଭାରତକୁ ଗସ୍ତ କରିପାରନ୍ତି । ଏହି ଆଲୋଚନା ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି କିନ୍ତୁ ରୁଷ ରାଷ୍ଟ୍ରପତି ଗୋଟିଏ ଦିନ ପାଇଁ ଭାରତ ଗସ୍ତ କରିବେ କି ଦୁଇ ଦିନ ରହିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୁଟିନଙ୍କ ଗସ୍ତ ପୂର୍ବରୁ, ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ ରାଷ୍ଟ୍ରପତିଙ୍କ ଗସ୍ତର ବିବରଣୀ ଚୂଡ଼ାନ୍ତ କରିବା ପାଇଁ ଆସନ୍ତା ମାସରେ ଭାରତ ଗସ୍ତ କରିବେ । ରୁଷ ରାଷ୍ଟ୍ରପତି ଶେଷ ଥର ପାଇଁ ୨୦୨୧ ମସିହାରେ ନୂଆଦିଲ୍ଲୀ ଗସ୍ତ କରିଥିଲେ ।

ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ଦୁଇ ଦେଶ ମଧ୍ୟରେ ‘ବିଶେଷ ଏବଂ ବିଶେଷାଧିକାରପ୍ରାପ୍ତ ରଣନୈତିକ ସହଭାଗୀତା’କୁ ଆହୁରି ବିସ୍ତାର କରିବା ଉପରେ ଆଲୋଚନା କରିବାର ଆଶା କରାଯାଉଛି ।  ଆଲୋଚନାରେ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ଶକ୍ତି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇପାରେ ।

ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ପ୍ରାଇଭେଟ୍ ଆର୍ମି ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନଙ୍କ ବିଦ୍ରୋହ, କହିଲେ ରୁଷ ପାଇବ ନୂଆ ରାଷ୍ଟ୍ରପତି
ମସ୍କୋ: ସଙ୍କଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ! ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନଙ୍କ ଅନ୍ୟତମ ପାଖଲୋକ କୁହାଯାଉଥିବା ୟେଭେଗେନି ପ୍ରିଗୋଜିନ୍ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ପ୍ରିଗୋଜିନ୍ ହେଉଛନ୍ତି ରୁଷର ଏକ‌ ଘରୋଇ ତଥା ପ୍ରାଇଭେଟ୍ ଆର୍ମି ‘ୱାଗନର୍ ଗ୍ରୁପ୍’ ମୁଖ୍ୟ । ଏହି ପ୍ରାଇଭେଟ୍ ଆର୍ମି ୟୁକ୍ରେନ ସହ ଯୁଦ୍ଧରେ ରୁଷୀୟ ସେନାକୁ ସହଯୋଗ କରୁଥିଲା । ପୁଟିନଙ୍କୁ ବିଦ୍ରୋହ କରିବା ଯୋଗୁଁ ଯେକୌଣସି ମୁହୁର୍ତରେ ରୁଷରେ ଗୃହଯୁଦ୍ଧ ଆରମ୍ଭ ହେବା ଆଶଙ୍କା ଦେଖାଦେଇଛି ।

ୱାଗନର୍ ଗ୍ରୁପ୍‌ର ମୁଖ୍ୟ କହିଛନ୍ତି ଯେ ରୁଷର ରାଷ୍ଟ୍ରପତି ଯେଉଁ ଭୁଲ କରିଛନ୍ତି, ତାହା ତାଙ୍କୁ କ୍ଷମତାଚ୍ୟୁତ କରିବ। ଏଥିସହ ସେ ପୂର୍ବରୁ ଘୋଷଣା କରିଥିଲେ ଯେ ତାଙ୍କ ଅଧିନରେ ଥିବା ୨୫,୦୦୦ ସୈନିକ ପ୍ରାଣପାତ କରିବାକୁ ସଂକଳ୍ପ ନେଇଛନ୍ତି। ସେମାନେ ପଛକୁ ହଟିବାର ସମ୍ଭାବନା ନାହିଁ।

ସେ ଆହୁରି କହିଛନ୍ତି ଯେ, ଦେଶ ଖୁବ୍ ଶୀଘ୍ର ଏକ ନୂତନ ରାଷ୍ଟ୍ରପତି ପାଇବ। ତେବେ ପ୍ରିଗୋଝିନଙ୍କ ନେତୃତ୍ୱରେ ତାଙ୍କ ସୈନ୍ୟମାନେ ରୁଷର ଦୁଇଟି ସହରକୁ ନିୟନ୍ତ୍ରଣ କରିଥିବା ‘ୱାଗ୍‌ନର୍‌’ ଦାବି କରିବା ସହ ତିନିଟି ସାମରିକ ହେଲିକପ୍ଟରକୁ ତଳକୁ ଖସାଇଥିବା କହିଛି। ତେବେ ବିଦ୍ରୋହୀ ଗୋଷ୍ଠୀଙ୍କ ଏଭଳି କାମ ପରେ ପୁଟିନ ରାଗରେ ‘ୱାଗ୍‌ନର୍‌’ ଗ୍ରୁପକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ୱାଗନର୍ ଗ୍ରୁପ୍‌ର ବିଦ୍ରୋହ ପରେ ଦେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୱାଗନର୍ କଠିଣ ସମୟରେ ରୁଷ ପ୍ରତି ବିଶ୍ୱାସଘାତକତା କରି ସେନାକୁ ଚ୍ୟାଲେଞ୍ଜ କରିଛି । ସେନା ବିରୁଦ୍ଧରେ ଅସ୍ତ୍ର ଉଠାଇଥିବା ସମସ୍ତେ ଦେଶଦ୍ରୋହୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରିଗୋଜିନ୍‌ଙ୍କ ଏହି ପଦକ୍ଷେପ ରୁଷର ଲୋକଙ୍କ ପିଠିରେ ଛୁରି ଭୁସିବା ଭଳି ହୋଇଛି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରିଗୋଜିନ ଏପରି କରିଛନ୍ତି। ସେ କହିଛନ୍ତି ଯେ ରୁଷ ନିଜ ଭବିଷ୍ୟତ ପାଇଁ ପୂର୍ଣ୍ଣ ସାମର୍ଥ୍ୟ ସହ ଲଢ଼ୁଛି। ଆମର ଜବାବ ଆହୁରି କଠୋର ହେବ ବୋଲି ରାଷ୍ଟ୍ରପତି ପୁଟିନ ‘ଓ୍ବାଗନର ଗ୍ରୁପ’କୁ ଚେତାବନୀ ଦେଇଛନ୍ତି । ସାମ୍ପ୍ରତିକ ସ୍ଥିତିକୁ ନେଇ ପୁଟିନ ସେନା କମାଣ୍ଡରଙ୍କ ସହ ଏକ ବୈଠକ ମଧ୍ୟ କରିଛନ୍ତି ଏବଂ ବିଦ୍ରୋହୀମାନଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ଜଣାପଡ଼ିଛି ।

ୟୁକ୍ରେନରେ ପହଞ୍ଚି ମାରିଓପଲ ବାସିନ୍ଦାଙ୍କୁ ଭେଟିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
କିଭ୍: ରୁଷ ଏବଂ ୟୁକ୍ରେନ ଭିତରେ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନ ଗସ୍ତ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ କବଜା କରିସାରିଥିବା ୟୁକ୍ରେନର ମାରିଓପଲରେ ପୁଟିନ ପହଞ୍ଚିଥିବା ଜଣାପଡିଛି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ହେଲିକପ୍ଟରେ ୟୁକ୍ରେନର କ୍ରିମୟାରେ ପହଞ୍ଚିବାପରେ ସେଠାରୁ ନିଜେ କାର ଚଳାଇ ମାରିଓପଲରେ ପୁଟିନ ପହଞ୍ଚିଛନ୍ତି । ମାରିଓପଲ ସମୁଦ୍ର ପରିଦର୍ଶନ ମଧ୍ୟ ପୁଟିନ କରିଥିବା ରୁଷ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏଠାକାର ବାସିନ୍ଦାଙ୍କୁ ଭେଟି ସେମାନଙ୍କ ହାଲଚାଲ ପଚାରିବୁଝିଛନ୍ତି । ମାରିଓପଲରେ ମୃତୟନ ରୁଷ ସେନାର ଶୀର୍ଷ ସେନାଧିକାରଙ୍କୁ ଭେଟିଛନ୍ତି । ଚିଫ ଅଫ ଜେନରାଲ ଷ୍ଟାପ ବାଲେରୀ ଗେରାସିମୋବଙ୍କୁ ଭେଟି ଯୁଦ୍ଧ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ପୁଟିନ । ୨୦୨୨ ମସିହାରେ ମେ ମାସରୁ ମାରିୟୁପୋଲକୁ କବଜା କରିଥିିଲା ରୁଷ ସେନା ।

ଖବର ଅନୁଯାୟୀ,  ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରି ସାରିଛି।  ଠିକ ବର୍ଷେ ପୂରଣ ହେବାକୁ ଥିବା ଦିନକୁ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେ ୟୁକ୍ରେନ ଗସ୍ତରେ ପହଞ୍ଚିଥିଲେ।

ଜଙ୍ଗଲରେ ବାନ୍ଧବୀ ସହ ରହୁଛନ୍ତି ପୁତିନ
ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (୭୦) ନିଜର ଗୋପନୀୟ ବାନ୍ଧବୀ ଏଲିନା କବେଭା (୩୯) ଙ୍କ ସହ ଜଙ୍ଗଲରେ ନିର୍ମାଣ ହୋଇଥିବା ଏକ ବିଳାସପୂର୍ଣ୍ଣ କୋଠାରେ ରହୁଛନ୍ତି। ଏହି କୋଠା ସୁନାରେ ତିଆରେ କରାଯାଇଛି। ମସ୍କୋଠାରୁ ୨୫୦ ମାଇଲ ଦୂର ଭଲଦଇ ହ୍ରଦର ଜଙ୍ଗଲରେ ଏହି କୋଠା ରହିଛି।

ରିପୋର୍ଟ ଅନୁଯାୟୀ, ୧୩ ହଜାର ସ୍କୋୟାର ଫୁଟ ଜାଗାରେ ୯୯୦ କୋଟି ଟଙ୍କା ବିନିଯୋଗ କରି ପୁତିନ ବାନ୍ଧବୀଙ୍କ ଲାଗି ଏହି କୋଠା ତିଆରି କରିଛନ୍ତି। ଏହା ପୁତିନଙ୍କ ସ୍ବତନ୍ତ୍ର ମହଲଠାରୁ ମାତ୍ର ୮୦୦ ମିଟର ଦୂରରେ ରହିଛି। ଏହି ଘର କଳାଧନରେ ତିଆରି କରାଯାଇଛିଥିବା ପୁତିନିଙ୍କ ବ୍ୟାଙ୍କର ବନ୍ଧୁ ତଥା ବ୍ୟବସାୟୀ ୟୁରି କୋଭାଲଚୋକ ଦାବି କରିଛନ୍ତି।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଲେ ଅଜିତ ଡୋଭାଲ; ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା
ମସ୍କୋ: ଭାରତର ଜେମ୍‌ସ ବଣ୍ଡ ଭାବେ ପରିଚିତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ସେ ପୁତିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଛନ୍ତି। ରୁଷ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଡୋଭାଲ ଲସ୍କର-ଇ-ତୋଏବା (ଏଲଇଟି), ଜୈଶ-ଇ-ମହମ୍ମଦ (ଜେଇଏମ) ଏବଂ ଦାଏସ ଭଳି ଆତଙ୍କବାଦୀ ସଂଗଠନର ମୁକାବିଲା ପାଇଁ ଗୁଇନ୍ଦା ଏବଂ ସୁରକ୍ଷା ସହଯୋଗ ଉପରେ ଜୋର୍‌ ଦେଇଥିଲେ। ରଣନୈତିକ ସହଯୋଗକୁ କାର୍ଯ୍ୟକାରୀ କରିବା ପାଇଁ କାମ କରାବାକୁ ଉଭୟେ ସହମତି ପ୍ରକାଶ କରିଛନ୍ତି।

ଡୋଭାଲ ଆଫଗାନିସ୍ତାନ ଉପରେ ସୁରକ୍ଷା ପରିଷଦ ସଚିବଙ୍କ ପଞ୍ଚମ ବୈଠକ ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି।ଏହା ପୂର୍ବରୁ ସେ ଭାରତୀୟ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀମଣ୍ଡଳ ସହ ଆମେରିକା ଯାଇଥିଲେ। ଏହି ଗସ୍ତରେ ଆଧୁନିକ ଜ୍ଞାନକୌଶଳ ପାଇଁ ମିଳିତ କାମ କରିବାକୁ ସହମତି ପ୍ରକାଶ କରିଥିଲେ।