Madhusmita Acharya - The Sakala

ଭୁବନେଶ୍ୱର ମହାନଗର ନିଗମ ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର: ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ଉପରେ ସମସ୍ତଙ୍କ ନଜର । ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇସାରିଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ତେବେ ଏହାରି ଭିତରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ଯ ହେଲେ କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ । ଏନେଇ ପ୍ରେସ୍ ମିଟରେ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ।

ସୂଚନା ଅନୁଯାୟୀ, ମଧୁସ୍ମିତା କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ।

ଆସନ୍ତା ମାର୍ଚ୍ଚ ୨୪ରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ବ୍ରହ୍ମପୁର ଏବଂ ଭୁବନେଶ୍ବର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଯାହାକୁ ନେଇ ମହିଳା ଆଶାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭୁବନେଶ୍ୱରର ୬୭ଟି ଓ୍ୱାର୍ଡ ଏବଂ ମେୟର ପଦବୀ ପାଇଁ ନିର୍ବାଚନ ଥିବାବେଳେ ଦୁଇଦିନରେ ୩୭୧ ଆଶାୟୀ କର୍ପୋରେଟର ପଦବୀ ପାଇଁ ଏବଂ ୮ ଜଣ ମେୟର ପଦବୀ ପାଇଁ ଫର୍ମ ନେଇଥିବା ଜଣାପଡ଼ିଛି । ତେବେ ଆଜି କଂଗ୍ରେସ ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ ବିଜେଡି ସେମାନଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ମଧ୍ୟ ରହିଛି ।