Ram Nath Kovind - The Sakala

ଏକ ଦେଶ-ଏକ ନିର୍ବାଚନ ଦିଗରେ ଆଉ ପାଦେ ଆଗେଇଲେ କେନ୍ଦ୍ରସରକାର, ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ
ନୂଆଦିଲ୍ଲୀ: ଏକ ଦେଶ-ଏକ ନିର୍ବାଚନ ଦିଗରେ କେନ୍ଦ୍ରସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ସରକାର ଏ ଦିଗରେ ବିଚାର କରିବା ପାଇଁ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ସଭାପତି କରାଯାଇଛି। କମିଟିର ସଦସ୍ୟଙ୍କ ଉପରେ ଖୁବ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ। ତେବେ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି। କଂଗ୍ରେସ ପ୍ରଶ୍ନ କରିଛି ବର୍ତ୍ତମାନ ଏହାର ଆବଶ୍ୟକତା କ’ଣ ? ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଭଳି ପ୍ରଥମ ପ୍ରସଙ୍ଗଗୁଡିକ ସମାଧାନ କରାଯିବା ଉଚିତ୍ ବୋଲି ବିରୋଧୀ କହିଛନ୍ତି।

ସରକାର କାହିଁକି ଏକ ଦେଶ-ଏକ ନିର୍ବାଚନ କରିବାକୁ ଚାହୁଁଛନ୍ତି?

ନିର୍ବାଚନ ପରିଚାଳନା ପାଇଁ ଆର୍ଥିକ ଖର୍ଚ୍ଚ, ବାରମ୍ବାର ପ୍ରଶାସନିକ ଅସ୍ଥିରତା, ସୁରକ୍ଷା ବାହିନୀ ନିୟୋଜନରେ ଅସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଏକ ଦେଶ-ଏକ ନିର୍ବାଚନ ଯୋଜନା ଉପରେ ବିଚାର କରୁଛନ୍ତି। ଏହା ଅଧୀନରେ ସରକାର ଏକକାଳୀନ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଚାହୁଁଛନ୍ତି। ୧୯୫୧-୫୨ମସିହାରେ ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ପାଇଁ ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ୧୯୫୭, ୧୯୬୨ ଏବଂ ୧୯୬୭ ରେ ଲୋକସଭା ଏବଂ ସମସ୍ତ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପରେ ୧୯୬୮, ୧୯୬୯ ମସିହାରେ କିଛି ବିଧାନାସଭ ସମୟ ପୂର୍ବରୁ ଭଙ୍ଗ ହେବା ଏବଂ ୧୯୭୦ ରେ ଲୋକସଭାକୁ ପୂର୍ବରୁ ଭଙ୍ଗ କରାଯିବା ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବାରେ ବାଧାପ୍ରାପ୍ତ ହୋଇଥିଲା। ଏହି କାରଣରୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପ୍ରତିବର୍ଷ କୌଣସି ସ୍ଥାନରେ କିମ୍ବା ଅନ୍ୟତ୍ର ନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ଲୋକସଭା ଏବଂ ସମସ୍ତ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ସରକାର ପୁନର୍ବାର ବିଚାର କରୁଛନ୍ତି। ବର୍ତ୍ତମାନ କମିଟି ଗଠନ କରି ଏହି ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ରସରକାର।

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଅନୁଷ୍ଠିତ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମ ’ଏକ୍ସ’ (ପୂର୍ବର ଟ୍ବିଟର)ରେ ସୂଚନା ଦେଇଛନ୍ତି।  ସଂସଦର ସ୍ବତନ୍ତ୍ର ଅଧିବେଶନ କାହିଁକି ଆହ୍ବାନ କରାଯାଇଛି ତାହା ଏଯାଏ କେନ୍ଦ୍ର ସରକାର ସ୍ପଷ୍ଟ କରିନାହାନ୍ତି। ତେବେ ଏହି ଅଧିବେଶନରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ଯେ ଏହି ୫ ଦିନିଆ ଅଧିବେଶନରେ ’ଏକ ଦେଶ-ଏକ ନିର୍ବାଚନ’ ବିଲ୍ ଆସିପାରେ। ୨୦୧୪ରେ କେନ୍ଦ୍ରରେ ଏନ୍ଡ଼ିଏ ସରକାର ଆସିବା ପରେ ବିଜେପି ଏକ ଦେଶ-ଏକ ନିର୍ବାଚନ ଉପରେ ଗୁରୁତ୍ବ ଦେଇ ଆସୁଛି । ବିଭିନ୍ନ ସମୟରେ ନିର୍ବାଚନ ହେବା ଯୋଗୁଁ ପ୍ରଶାସନ ଉପରେ ଅଧିକ ଚାପ ପଡ଼ୁଛି ଓ ଦେଶ ଉପରେ ଆର୍ଥିକ ଚାପ ପଡ଼ୁଛି। ତେଣୁ ବିଭିନ୍ନ ସମୟରେ ବିଜେପି ଓ ଏହାର ସହଯୋଗୀ ଦଳଗୁଡ଼ିକ ଏକ ଦେଶ-ଏକ ନିର୍ବାଚନ ଉପରେ ଗୁରୁତ୍ବ ଦେଉଛନ୍ତି। ସମ୍ଭବତଃ ଆଗାମୀ ଅଧି ବେଶନରେ ଏ ସଂକ୍ରାନ୍ତରେ ବିଲ୍ ଆସିପାରେ ଏବଂ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବାକୁ ମନସ୍ଥ କରିଥାଇ ପାରନ୍ତି ବୋଲି କୁହାଯାଉଛି।

ଚଳିତ ବର୍ଷ ଶେଷ ଆଡ଼କୁ ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଆସନ୍ତା ବର୍ଷ ଅର୍ଥାତ ୨୦୧୪ ଏପ୍ରିଲ ମାସରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ୍ ସହ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ୫ ରାଜ୍ୟ ଓ ଆଗାମୀ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହେବାକୁଥିବା ୪ ରାଜ୍ୟର ନିର୍ବାଚନକୁ ଏକ ସମୟରେ ଲୋକସଭା ନିର୍ବାଚନ ସହ ଜାନୁଆରୀ ମାସରେ କରାଯିବା ପାଇଁ ହୁଏତ କେନ୍ଦ୍ର ସରକାର ଯୋଜନା କରୁଥାଇ ପାରନ୍ତି ବୋଲି ମନେ କରାଯାଉଛି। ଗତ କିଛିଦିନହେଲା ବିଜେପିର ପ୍ରସ୍ତୁତିକୁ ଦେଖିଲେ ଏହି ସମ୍ଭାବନା ଅମୂଳକ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ ।

ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାର ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁ ହେଉଥିବା ଆଶଙ୍କା କରିଥିଲେ। ଏପରିକି ବିଜେପି ନେତାମାନେ ନିର୍ବାଚନ ପାଇଁ ସବୁ ହେଲିକପ୍ଟର ଆଗୁଆ ବୁକିଂ କରି ନେଇଥିବା ଉଲ୍ଲେଖ କରି ଡ଼ିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ।

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭଗବାନ ଜଗନ୍ନାଥ ଯାତ୍ରା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ରଥଯାତ୍ରାର ବିଶେଷ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆମେ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ କରୁ ଏବଂ ପ୍ରାର୍ଥନା କରୁ ଯେ ତାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆଣନ୍ତୁ |

Greetings to everyone on the special occasion of the Rath Yatra. We bow to Lord Jagannath and pray that his blessings bring good health and prosperity in everyone’s lives. Jai Jagannath!

— Narendra Modi (@narendramodi) July 12, 2021

भगवान जगन्नाथ की रथ यात्रा के शुभ अवसर पर सभी देशवासियों, विशेष रूप से ओडिशा में सभी श्रद्धालुओं को मेरी हार्दिक बधाई एवं शुभकामनाएं। मैं कामना करता हूँ कि प्रभु जगन्नाथ के आशीर्वाद से सभी देशवासियों का जीवन सुख, समृद्धि और स्वास्थ्य से परिपूर्ण बना रहे।

— President of India (@rashtrapatibhvn) July 12, 2021

ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ନେଲା ୨ ଜୀବନ
କାନପୁର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପୈତୃକ ଗ୍ରାମ ଗସ୍ତରେ କାନପୁର ଯାଇଛନ୍ତି। ଏଥିପାଇଁ ଲାଗିଥିବା ପ୍ରୋଟୋକଲ ଯୋଗୁଁ ୨ ଜୀବନ ଚାଲିଯାଇଛି । ଭିଭିଆଇପ

ପରିଚାଳନା ଯୋଗୁଁ ଜଣେ ୫୦ ବର୍ଷୀୟ ମହିଳା ବ୍ୟବସାୟୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଟ୍ରେନ ପାଇଁ ରେଲୱେ କ୍ରସିଂରେ ଗୋବିନ୍ଦନଗର ଟ୍ରାଫିକକୁ ଅଟକା ଯାଇଥିଲା। ଏହି ସମୟରେ କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ଘରୋଇ କାରରେ ହସ୍ପିଟାଲ ଯାଉଥବା ବନ୍ଦନା ମିଶ୍ର ଜାମରେ ଫସି ଯାଇଥିଲେ। ଟ୍ରାଫିକକୁ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅଟକା ଯାଇଥିଲା। ଏଥିଯୋଗୁଁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସବୁକିଛି ସରି ଯାଇଥିଲା । ଘରୋଇ ହସ୍ପିଟାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବିଷୟରେ ଜାଣିବା ପରେ ରାଷ୍ଟ୍ରପତ ଏବଂ ତାଙ୍କ ପଦ ଦୁଃଖପ୍ରକାଶ କରିଛନ୍ତି । ଏଥିଯୋଗୁଁ ଜଣେ ଇନ୍ସପେକ୍ଟର ଏବଂ ୩ କନଷ୍ଟେବଳଙ୍କୁ କମିଶନର ନିଲମ୍ବନ କରିଛନ୍ତି ।

ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବାସ୍ଥ୍ଯାବସ୍ଥା ସ୍ଥିର
ନୂଆଦିଲ୍ଲୀ: ଶୁକ୍ରବାର ଦିନ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ଏହାସହିତ ତାଙ୍କର ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଜି ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ, ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିବା ଜଣାପଡିଛି । ତାଙ୍କର ରୁଟିନ୍ ଚେକଅଫ୍ ହେବା ପରେ ତାଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ରଖାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ଏବେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଅସୁସ୍ଥ ହେବା ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସିଥିଲେ। ରାଉରକେଲାର ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଶୁଭ ଉଦଘାଟନ କରିବା ସହ ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ
ରାଉରକେଲା: ରାଉରକେଲାର ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଉରକେଲାରେ ଗସ୍ତରେ ଯାଇଥିବା ବେଳେ ସେ ଆଇଜିଏଚ୍‌ ପରିସରରେ ନିର୍ମିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି । ଲୋକାର୍ପଣ ହେବା ପରେ ହସ୍ପିଟାଲ ପରିସର ବୁଲି ଦେଖିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ନ୍ୟୁରୋଲୋଜୀ, ନ୍ୟୁରୋ ସର୍ଜରୀ, କାର୍ଡିଓଲୋଜୀ, କାର୍ଡିଓ ଥୋରାସିକ, ଭାସ୍କୁଲାର ସର୍ଜରୀ ଓ ନେଫ୍ରୋଲୋଜୀ ବିଭାଗ କାର୍ଯ୍ଯ କରିବ ।

ଏଗି ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସେଲ ଅଧକ୍ଷ୍ୟା ସୋମା ମଣ୍ଡଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ରାଉରକେଲା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ୬ ଜଣଙ୍କୁ ସ୍ୱର୍ଣ୍ଣ, ୭୦ ଜଣଙ୍କୁ ରୌପ୍ୟ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ୫୪୪ ଜଣଙ୍କୁ ବିଟେକ୍‌ ଡିଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।

ଦେଶର ଲକ୍ଷ୍ଯ ପୂରଣ କରିବେ NIT ଛାତ୍ରଛାତ୍ରୀ, ଏମିତି କାମ କର ଯେପରି ପରିବାର ତୁମ ପାଇଁ ଗର୍ବିତ ହେବ- ରାଷ୍ଟ୍ରପତି
ରାଉରକେଲା: ରାଉରକେଲା ଏନଆଇଟିର ୧୮ତମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, କଳାର ରାଜ୍ୟ ହେଉଛି ଓଡ଼ିଶା। ଓଡ଼ିଶାର ପରିଚୟ କୋଣାର୍କ ମନ୍ଦିର ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବ ହେଉଛି ଏନଆଇଟି ରାଉରକେଲା। ଦେଶ ସ୍ୱାଧୀନତାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ରାଷ୍ଟ୍ରପତି। ବିନା କୌଣସି ଚାପରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି  ରାଷ୍ଟ୍ରପତି ଦୀକ୍ଷାନ୍ତ ସମାରୋହରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଏହାସହ ଏନଆଇଟି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି କହିଛନ୍ତି।

ସାରା ଦେଶରେ ଓଡ଼ିଶାର ନାମ ଗର୍ବିତ କରିଛନ୍ତି ଏନଆଇଟିର ଛାତ୍ରଛାତ୍ରୀ। ଆଜିର ଦୁନିଆରେ ସମସ୍ତେ ଜଣେ ଜଣେ ଭଲ ନାଗରିକ ହେବେ ପାଇଁ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଜର ସଫଳତାକୁ କେବଳ ବସ୍ତୁ ଓ ଅର୍ଥରେ ମାପନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଯାହା ସନ୍ତୋଷ ଦିଏ ସେହି କାମ କରିବାକୁ ଦେଲେ ପରାପର୍ଶ। ସେହିକାମ କର ଯାହାକୁ ନେଇ ପରିବାର ଗର୍ବ କରିବେ।

ସେ ବାଳିକା ମାନଙ୍କୁ ନେଇ ମଧ୍ୟ ପ୍ରସଂଶା କରିଛନ୍ତି। ମୁଁ ୧୫୦କେନ୍ଦ୍ରୀୟ ଅନୁଷ୍ଠାନ ଗସ୍ତ କରିଛି। ଶିକ୍ଷାକ୍ଷେତ୍ରରେ ବାଳକଙ୍କ ତୁଳନାରେ ବାଳିକମାନେ ଅଧିକରୁ ଅଧିକ ପଦକ ପାଉଛନ୍ତି। ଅଧିକାଂସ କ୍ଷେତ୍ରରେ ବାଳକଙ୍କୁ ଟପି ଯାଉଛନ୍ତି ବାଳିକା ବୋଲି ସେ କହିଛନ୍ତି। ସେହିପରି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କମ୍ ରହିଛି। ଟେକ୍ନିକାଲ ଏଜୁକେଶନକୁ ଅଧିକରୁ ଅଧିକ ବାଳିକା ଆସନ୍ତୁ ବୋଲି କହି ବାଳିକା ମାନଙ୍କୁ ଆହ୍ୱାନ କରିଛନ୍ତି। ଯାହାଫଳରେ ଏହା ଜାତୀୟ ବିକାଶରେ ସହାୟକ ହେବ। ଉନ୍ନତ ଭାରତ ଅଭିଯାନରେ ସାମିଲ ପାଇଁ ମହିଳାଙ୍କୁ ଦେଲେ ଆହ୍ୱାନ। ସେପଟେ କେବିକେ ପାଇଁ କାମ କରିଥିବାରୁ ଘଓଞକୁ ପ୍ରଶଂସା କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାପରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ରାଷ୍ଟ୍ରପତି ତାଙ୍କ ଭାଷଣକୁ ସମାପ୍ତ କରିଛନ୍ତି ।

ଏନଆଇଟିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଏମପି ଜୁଏଲ ଓରାମ, ଏନଆଇଟି ନିର୍ଦେଶକ ଅନିମେଶ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହାସହ ଏନଆଇଟି ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି। ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଲମ ବିର୍ଲାଙ୍କୁ ସମ୍ମାନସୂଚକ ଡିଗ୍ରୀ ପ୍ରଦାନ ମଧ୍ୟ କରାଯାଇଛି। ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଛି। ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଥିବା ନେଇ ସୂଚନା ମିଳିଛି।

ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ।

ଭୁବନେଶ୍ଵର ବିମାନବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ରାଉରକେଲା ଅଭିମୁଖେ ବାହାରିଥିଲେ।

ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି। ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସାରିବା ପରେ ସେ ଭୁବନେଶ୍ଵର ଫେରି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି।

ସୋମବାର ସକାଳେ ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଏହାପରେ ପୂର୍ବାହ୍ନ ୧୦ଟା ୪୫ମିନିଟରୁ ୧୧ଟା ୧୫ମିନିଟ ପର୍ଯ୍ଯନ୍ତ  କୋଣାର୍କ ସୂର୍ଯ୍ଯମନ୍ଦିର ବୁଲି ଦେଖିବେ। ଅପରାହ୍ନ ୪ଟା ୪୫ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ଯକ୍ରମ ରହିଛି।

ଓଡ଼ିଶା ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ବିମାନ ବନ୍ଦରରେ ପହଞ୍ଚିବାପରେ ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି। ଆଜି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରୁ ରାଜଭବନ ପର୍ଯ୍ଯନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍, ରୁଟ୍ ଲାଇନ୍, ବିମାନବନ୍ଦର, ରାଜଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନା ଅନୁଯାୟୀ, ୨୧ ତାରିଖରେ ଏନଆଇଟି ରାଉରକେଲାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେଠାରୁ ଆସି ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି।

୨୨ ତାରିଖ ସକାଳ ୮ଟା ୪୫ମିନିଟରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ସକାଳ୯ଟା ୫ରୁ ୯ଟା ୪୫ମିନିଟ ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ଏହାପରେ ପୂର୍ବାହ୍ନ ୧୦ଟା ୪୫ମିନିଟରୁ ୧୧ଟା ୧୫ମିନିଟ ପର୍ଯ୍ଯନ୍ତ ଅଧଘଣ୍ଟା କୋଣାର୍କ ସୂର୍ଯ୍ଯମନ୍ଦିର ବୁଲି ଦେଖିବେ ରାଷ୍ଟ୍ରପତି।

ସେହିପରି ପୂର୍ବାହ୍ନ ୧୧ଟା ୨ମିନିଟରେ କୋଣାର୍କ ଇଣ୍ଟରପ୍ରିଟେସନ ସେଣ୍ଟର ବୁଲି ଦେଖିବେ ରାଷ୍ଟ୍ରପତି। ଅପରାହ୍ନ ୪ଟା ୪୫ମିନିଟରେ ଭୁବନେଶ୍ବର ଏୟରପୋର୍ଟରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି। ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଆସିବେ ରାଷ୍ଟ୍ରପତି ।

ଖବର ଅନୁଯାୟୀ, ଆସନ୍ତା ୨୧ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଗସ୍ତ ସମୟରେ ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି। ତେବେ ଏହି ଗସ୍ତରେ ରାଉରକେଲା ନିଟ୍ ସମାବର୍ତ୍ତନ ଉତ୍ସବ ଯୋଗଦେବ ଏବଂ  କୋଣାର୍କ ସୂର୍ଯ୍ଯମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି ।

୨୨ ତାରିଖରେ ରାଷ୍ଟ୍ରପତିଙ୍କ କୋଣାର୍କ ଗସ୍ତ କାର୍ଯ୍ଯକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ କୋଣାର୍କ ମନ୍ଦିର ପରିଦର୍ଶନ କରିବେ ରାମନାଥ କୋବିନ୍ଦ।