The Youngest Mother In The World - The Sakala

ବୈଚିତ୍ରମୟ ବିଶ୍ବ ବ୍ରହ୍ମାଣ୍ଡ: ପାଞ୍ଚବର୍ଷର ଶିଶୁ କନ୍ୟାର ମାତୃତ୍ବଲାଭ
ବୈଚିତ୍ରମୟ ବିଶ୍ବ ବ୍ରହ୍ମାଣ୍ଡ। ତା’ଭିତରେ ଏମିତି କିଛି କିଛି ଘଟଣା ଘଟେ, ଯାହାକୁ କେହି ସହଜରେ ବିଶ୍ବାସକୁ ନିଅନ୍ତି ନାହିଁ। ସେମିତି ଏକ ଅବିଶ୍ବନୀୟ ଘଟଣା ଘଟିଥିଲା ପେରୁରେ। ତାହା ଥିଲା ଜଣେ ପାଞ୍ଚବର୍ଷର ଶିଶୁ କନ୍ୟାର ମାତୃତ୍ବଲାଭ।

ପେରୁ ନିବାସୀ ଲୀନା ମଦିନା ୧୯୩୯ରେ ମାତ୍ର ୫ ବର୍ଷ ବୟସରେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ଅବଶ୍ୟ ଏହି ଖବର ସେତେେବଳେ ଦୁନିଆ ଲାଗି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ଥିଲା ବିରଳ ଘଟଣା। ୧୯୩୩ ସେପ୍ଟେମ୍ବର ୨୭ରେ ସେ ପେରୁର ତ୍ରିକୋପାରେ ଜନ୍ମଗ୍ରହଣ କରିଥିଲେ। ପାଞ୍ଚ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପେଟର ଆକାର ଅହେତୁକ ବୃଦ୍ଧି ପାଇଥିଲା। ଏହାକୁ ଦେଖି ତାଙ୍କ ବାପାମାଆ ଭାବିଲେ ଟ୍ୟୁମର୍‌ ଯୋଗୁଁ ପେଟର ଆକାର ବଢ଼ୁଥାଇପାରେ। ସେଥିପାଇଁ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା।

ପରୀକ୍ଷାରୁ ଜଣାପଡ଼ିଲା, ତାହା ଚିକିତ୍ସଙ୍କୁ ବିସ୍ମୟ କରିଦେଇଥିଲା। ଶିଶୁକନ୍ୟାଟି ୮ ମାସର ଗର୍ଭବତୀ ଥିବା ଜଣାପଡ଼ିଲା। ତେବେ ଡାକ୍ତରଙ୍କ ଅନୁସାରେ ସେ ଥିଲେ ପ୍ରିକୋସିୟସ୍ ପ୍ୟୁବର୍ଟିରେ ପୀଡ଼ିତ। ଯେଉଁଥିପାଇଁ ମାତ୍ର ତିନିବର୍ଷ ବୟସରୁ ତାଙ୍କର ଋତୁସ୍ରାବ ଆରମ୍ଭ ହୋଇଥିଲା। ଅନ୍ୟପଟେ ଏତେ କମ୍ ବୟସରୁ ପ୍ରସବ କରିବା ମଧ୍ୟ ଲୀନାଙ୍କ ଜୀବନ ପ୍ରତି ବିପଦ ଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏକ ଡାକ୍ତରୀ ଦଳ ତାଙ୍କୁ ମାସେ କାଳ ହସ୍‌ପିଟାଲରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣରେ ରଖିଥିଲେ।

୧୯୩୯ ମେ ୧୪ରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ଲୀନାଙ୍କ ଅପରେସନ୍ କରିଥିବା ଡାକ୍ତରଙ୍କ ନାଁ ଅନୁସାରେ ତାର ନାଁ ରଖାଗଲା ‘ଗେରାଡୋ’। ଏହି ଖବର ସହ ଲୀନାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଲା। ସେତେବେଳେ ଗେରୋଡୋର ଲାଳନ ପାଳନ ଲୀନାର ଭାଇ ଭାବେ କରାଯାଉଥିଲା। ଯେତେବେଳେ ଗେରୋଡକୁ ୧୦ ବର୍ଷର ହେଲା ଲୀନା ତା’ ଭଉଣୀ ନୁହେଁ, ବରଂ ମା’ ବୋଲି ଜାଣିବାକୁ ପାଇଲା।

୧୯୭୦ରେ ଲୀନାଙ୍କ ବିବାହ ରାଓଲ ଜୁରାଦୋ ନାମକ ଜଣେ ବ୍ୟକ୍ତିଙ୍କ ସହ ହେଲା। ୧୯୭୨ରେ ଦ୍ବିତୀୟ ସନ୍ତାନର ମଧ୍ୟ ଜନନୀ ହେଲେ ଲୀନା। ୧୯୭୯ରେ ତାଙ୍କ ପ୍ରଥମ ସନ୍ତାନ ୪୦ ବର୍ଷ ବୟସରେ ଅସ୍ଥିମଜ୍ଜା ସମସ୍ୟାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ। ତେବେ ଲୀନାଙ୍କୁ ନେଇ ସବୁଠୁ ବଡ଼ ପ୍ରଶ୍ନ ଉଠିଲା ସେ ଏତେ କମ୍ ବୟସରେ ମା’ ହେଲେ କେମିତି?

ଏହି ଘଟଣାକୁ ନେଇ ଲୀନାଙ୍କ ବାପାଙ୍କୁ ସନ୍ଦେହ କରି ପୋଲିସ୍ ଗିରଫ କରିଥଲା। କିନ୍ତୁ ତାଙ୍କ ବିରୋଧରେ ଠୋସ୍ ପ୍ରମାଣ ଅଭାବରୁ ସେ ଏଥିରୁ ମୁକୁଳି ଯାଇଥିଲେ। ଏପରିକି ଲୀନା ମଧ୍ୟ ଏହି ଘଟଣାକୁ ନେଇ କିଛି ପ୍ରଘଟ କଲେ ନାହିଁ। ଯେଉଁଥିପାଇଁ ଏ ଘଟଣା ଆଜି ଯାଏଁ ରହସ୍ୟମୟ ହୋଇ ରହିଛି।