diesel price hikes - The Sakala

୨୫ ଟଙ୍କା ବଢିବ ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଖରାପ ଖବର। ସମ୍ପ୍ରତି ଉଚ୍ଚ ବଜାର ଦରକୁ ନେଇ ହନ୍ତସନ୍ତ ହେଉଥିବା ଖାଉଟିଙ୍କୁ ଆଗକୁ ନିସ୍ତାର ମିଳିବାର ସମ୍ଭାବନା କମ୍ | କାରଣ ଆଗାମୀ ଦିନଗୁଡିକରେ ବିଭିନ୍ନ କ୍ଷେତ୍ରରେ ମହଙ୍ଗା ମାଡ଼ ଆହୁରି ଜୋରଦାର ହେବ। ଆଉ ମାତ୍ର ଏକ ସପ୍ତାହକୁ ଅପେକ୍ଷା। ଏହି ଗୋଟିଏ ସପ୍ତାହ ପରେ ଘରୋଇ ବଜାରରେ ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦରରେ ଲାଗିବ ନିଆଁ। ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲିଟର ପିଛା ଏହାର ମୁଖ୍ୟ କାରଣ ହେଉଛି ଇତି ମଧ୍ୟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୦ ଡଲାର ଟପିଯାଇଛି।

ରୁଷ ଏବଂ ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ବିଶ୍ବ ବଜାରରେ ଅଶୋଧୂତ ତୈଳ ଦର ଉପରମୁହାଁ ହେବାରେ ଲାଗିଛି। ଏଥିଯୋଗୁ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି। ଏହି ସମୟରେ, ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ବିଶ୍ବରେ ବୃଦ୍ଧି ପାଉଥିବା ଶକ୍ତି ସଙ୍କଟ ବିଷୟରେ ଚେତାବନୀ ଦେଇଛି।

ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷରୁ ଅଶୋଧ ତୈଳ ଯୋଗାଣ ପ୍ରଭାବିତ ହୋଇଥିଲା। ଏହାର ପ୍ରଭାବରେ ୨୦୧୪ଠାରୁ ଅଶୋଧୃତ ତୈଳ ମୂଲ୍ୟ ସର୍ବାଧିକ ବିଗତ ୮ ବର୍ଷରେ ସର୍ବାଧିକ ହୋଇଛି। ଏହି କାରଣରୁ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଜାପାନ, ଆମେରିକା ସମେତ ଆଇଇଏର ସଦସ୍ୟମାନେ ସେମାନଙ୍କ ଭଣ୍ଡାରରୁ ୬୦ ନିୟୁତ ବ୍ୟାରେଲ ତୈଳ ଛାଡିବାକୁ ପ୍ରସ୍ତୁତ ହୋଇଛନ୍ତି, କିନ୍ତୁ ଏହା ଗୋଟିଏ ଦିନର ତେଲ ବ୍ୟବହାରଠାରୁ କମ୍। ଏଭଳି ପରିସ୍ଥିତିରେ ଅଶୋଧୃତ ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ସ।ଧରଣ ନିର୍ବାଚନ ପରେ ଲୋକ ମୁଦ୍ରାସ୍ଫୀତିକୁ ନେଇ ଏକ ବଡ଼ ଝଟ୍‌କା ପାଇପାରନ୍ତି । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବ, ଯାହା ପରେ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇପାରେ। କାରଣ ସାଧାରଣତଃ ଦେଖାଯାଏ ଯେ ନିର୍ବାଚନ ସମୟରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରନ୍ତି ନାହିଁ ।

ଏଭଳି ପରିସ୍ଥିତିରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଟିକସ କାଟ୍ କରିପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। କରୋନାର ପ୍ରଥମ ଲହରରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ଦୁଇଥର ଲିଟର ପିଛା ୧୫ ଟଙ୍କା ବୃଦ୍ଧି କରିଛନ୍ତି । ତେବେ ଏହା ପରେ ନଭେମ୍ବର ୩ରେ ପେଟ୍ରୋଲ ଉପରେ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା କଟାଯାଇଥିଲା |