municipal elections odisha - The Sakala

ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ଲାଗି ତାରିଖ ଘୋଷଣା
ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏହି ଏନ୍‌ଏସିର ବୁଥ୍‌ ନମ୍ବର ୩ (ୱାର୍ଡ ନମ୍ବର ୨), ବୁଥ୍‌ ନମ୍ବର ୮,୯ (ୱାର୍ଡ ନମ୍ବର ୫), ବୁଥ୍ ନମ୍ବର ୧୬ (ୱାର୍ଡ ନମ୍ବର ୯) ଓ ବୁଥ୍ ନମ୍ବର ୧୭, ୧୮ (ୱାର୍ଡ ନମ୍ବର ୧୦)ରେ ଭୋଟ୍ ଗ୍ରହଣ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ଯନ୍ତ ଭୋଟ୍ ଗ୍ରହଣ କରାଯିବ। ଏହା ପରେ ୬ ତାରିଖରେ ଭୋଟ୍ ଗଣତି ହେବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ।

ସୂଚନା ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ଏହି ସବୁ ବୁଥ୍‌ରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା କାରଣରୁ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ତେଣୁ ୨୫ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଧାମନଗର ଏନ୍‌ଏସିର ସମସ୍ତ ୱାର୍ଡର କାଉନ୍‌ସିଲର ଓ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗଣତିକୁ ବାତିଲ କରି ଦେଇଥିଲେ।

ପୌରରେ ବିଜେଡିର ସର୍ବକାଳୀନ ରେକର୍ଡ଼, ୧୦୮ରୁ ୯୫ ପୌରାଞ୍ଚଳରେ ବିଜେଡି ଏକକ ସଂଖ୍ୟାଗରିଷ୍ଠ
ଭୁବନେଶ୍ୱର : ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ପରେ ପୌରାଞ୍ଚଳ ନିର୍ବାଚନରେ ବି ବାଜିମାତ କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ସହରୀ ଭୋଟର ଆସ୍ଥା ସ୍ଥାପନ କରିଛନ୍ତି ଓ ବିଜେଡି ମଥାରେ ବିଜୟ ତିଳକ ଲଗାଇଛନ୍ତି। ୩ ମହାନଗର ନିଗମ, ୧୦୫ଟି ପୌରାଞ୍ଚଳରେ ଅନୁଷ୍ଠିତ ନିର୍ବାଚନରେ ବିଜେଡି ୯୦ ପ୍ରତିଶତରୁ ଅଧିକ ୱାର୍ଡରେ ବିଜୟ ଲାଭ କରିଛି। ମୋଟ ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ଏକାକୀ ୯୫ଟି ପୌରାଞ୍ଚଳରେ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ୩ ମେୟର ପଦ ଦଖଲ କରିଛି। ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ ବିଜେପି ମାତ୍ର ୫ଟି ଓ କଂଗ୍ରେସ ୪ଟି ସ୍ଥାନରେ ସଂଖ୍ୟା ଗରିଷ୍ଠତା ପାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ପୌରାଞ୍ଚଳରେ ନିଜର ପ୍ରାଧାନ୍ୟ ବଜାୟ ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଚଳିତ ପୌର ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ସଫଳତା ସହ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିଛି। ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞପିତ ଅଞ୍ଚଳ ପରିଷଦ ମଧ୍ୟରୁ ୮୮% ପୌରାଞ୍ଚଳ ବିଜେଡ଼ି ସପକ୍ଷରେ ଯାଇଛି। ବିଜେପି ମାତ୍ର ୫.୫%, କଂଗ୍ରେସ ୩.୫% ଏବଂ ସ୍ୱାଧିନ ପ୍ରାର୍ଥୀମାନେ ୩% ପରିଷଦରେ ସଂଖ୍ୟାଗରିଷ୍ଠତା ପାଇଛନ୍ତି। ଜିଲ୍ଲା ପରିଷଦ ନିର୍ବାଚନରେ ୯୦% ଆସନ ସହ ୮୮୩ ଆସନରୁ ୭୬୭ ପରିଷଦ ଦଖଲ କରିବା ବିଜେଡି ପୌର ନିର୍ବାଚନରେ ୮୮% ଆସନରେ ବିଜୟ ଲାଭ କରି ବିଜୟ ରାଜନୀତିରେ ନିଜକୁ ବାଜିଗର ବୋଲି ପ୍ରମାଣିତ କରିଛି।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଓ ତାଳଚେର, ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ଜଳେଶ୍ୱର, ନୀଳଗିରି ଏବଂ ରେମୁଣା ପୌର ସଂସ୍ଥାରେ ବିଜେଡି ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି। ସେହିପରି ବରଗଡ଼଼ ଜିଲ୍ଲା ବରପାଲି, ବରଗଡ଼଼ ଏବଂ ବିଜେପୁର, ଭଦ୍ରକଜିଲ୍ଲାର ବାସୁଦେବପୁର, ଭଦ୍ରକ ଏବଂ ଚାନ୍ଦବାଲି, ବଲାଙ୍ଗୀର ଜିଲ୍ଲାରେ ବଲାଙ୍ଗୀର, ପାଟଣାଗଡ଼଼, ଟିଟିଲାଗଡ଼଼ ଏବଂ ତୁଷୁରା, କଟକ ଜିଲ୍ଲାର କଟକ, ଚୌଦ୍ୱାର ଏବଂ ବାଙ୍କୀ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, କାମାକ୍ଷାନଗର ଏବଂ ଭୁବନ, ଗଜପତି ଜିଲ୍ଲାରେ କାଶୀନଗର ଏବଂ ପାରଳାଖେମୁଣ୍ଡି, ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି, ଆସ୍କା, ବେଲଗୁଣ୍ଠା,ଭଞ୍ଜନଗର,ବୁଗୁଡ଼ା, ଛତ୍ରପୁର, ଚିକିଟି, ଗଞ୍ଜାମ, ଗୋପାଳପୁର, ହିଞ୍ଜିଳିକାଟୁ, ଖଲିକୋଟ, ପୋଲସରା , ପୁରୁଷୋତ୍ତମପୁର ଏବଂ ସୋରଡା ପୌରସଂସ୍ଥା ଗୁଡ଼ିକରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର , ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼଼ ଏବଂ କେସିଙ୍ଗା, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଜି. ଉଦୟଗିରି ଏବଂ ଫୁଲବାଣୀ, କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ, ଯୋଡା, ବଡ଼ବିଲ ଏବଂ କେନ୍ଦୁଝରରେ, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ଜଟଣୀ, ବାଲୁଗାଁ ଏବଂ ବାଣପୁର, କୋରାପୁଟ ଜିଲ୍ଲାର କୋରାପୁଟ ଏବଂ ସୁନାବେଡା, ମାଲକାନଗିରି ଜିଲ୍ଲାର ମାଲକାନଗିରି ପୌରସଂସ୍ଥାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଅନ୍ୟପକ୍ଷରେ ବିଜେପି ଅନୁଗୋଳ, ସୋର, ଦେବଗଡ଼଼, କୋଦଳା, ରମ୍ଭା ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାବେଳେ ରେଢ଼ାଖୋଲ ପୌରାଞ୍ଚଳରେ ଉଭୟ ବିଜେଡି ଓ ବିଜେପି ସମାନ ୬ଟି ଲେଖାଏଁ କାଉନସିଲରେ ବିଜୟୀ ହୋଇ ସମାନ ସ୍ଥିତିରେ ଅଛନ୍ତି। ସେହିପରି କଂଗ୍ରେସ କଣ୍ଟାବାଞ୍ଝି, ଦିଗପହଣ୍ଡି, କୋଟପାଡ଼ ଓ ଖରିଆର ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଅପରପକ୍ଷରେ ସ୍ୱାଧୀନ ପ୍ରାର୍ଥୀମାନେ ଗୁଣୁପୁର, ଦଶପଲ୍ଲା ଓ ପାରାଦ୍ୱୀପ ପୌରାଞ୍ଚଳରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଏଠାରେ କୌଣସି ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ସମର୍ଥ ହୋଇ ନାହାନ୍ତି ଓ ଅର୍ଦ୍ଧାଧିକ ଆସନରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଛଅଟି ଜିଲ୍ଲାର ପୌରାଞ୍ଚଳରେ ଉଭୟ ବିଜେପି ଓ କଂଗ୍ରେସ ଗୋଟିଏ ବି ୱାର୍ଡ଼ରେ ବିଜୟୀ ହୋଇ ପାରିନାହାନ୍ତି।

ସଦ୍ୟ ପ୍ରକାଶିତ ପୌର ଫଳାଫଳ ଅନୁସାରେ ଆଜି ଗଣତି ହୋଇଥିବା ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳ ମଧ୍ୟରୁ ୨୧ଟି ପୌରାଞ୍ଚଳରେ ବିଜେପି ଖାତା ଖୋଲିବାକୁ ସମର୍ଥ ହୋଇନାହିଁ, ଅର୍ଥାତ୍‍ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡ଼ରେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇ ନାହାନ୍ତି। ସେହିପରି ଭୁବନେଶ୍ୱର ମହାନଗର ନିଗମ ସହ ମୋଟ ୬୫ ପୌରାଞ୍ଚଳରେ କଂଗ୍ରେସକୁ ଗୋଟିଏ ବି ୱାର୍ଡ଼ ମିଳିନାହିଁ। ଅନୁରୂପ ଭାବରେ ନୂଆପଡ଼ା ଜିଲ୍ଲାର ୩ଟି ପୌରାଞ୍ଚଳ ନୂଆପଡ଼ା, ଖରିଆର ରୋଡ଼୍‍ ବିଜ୍ଞପିତ ଅଞ୍ଚଳ ପରିଷଦରେ ବିଜେଡି ସଂଖ୍ୟା ଗରିଷ୍ଠତା ପାଇଥିଲେ ସୁଦ୍ଧା ପୌରାଧ୍ୟକ୍ଷ ପଦ ଦଖଲ କରିବାକୁ ସମର୍ଥ ହୋଇପାରି ନାହିଁ।

ତିନି ମହାନଗରରେ ବିଜେଡି ମେୟର : ବ୍ରହ୍ମପୁରରେ ସଂଘମିତ୍ରା, ଭୁବନେଶ୍ୱରରେ ସୁଲୋଚନା, କଟକରେ ସୁବାସ
ଭୁବନେଶ୍ବର : ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ୩ ମହାନଗର ନିଗମରେ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ।ଭୁବନେଶ୍ବର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ, ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।

ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇଛନ୍ତି । ପ୍ରଥମ ଥର ପାଇଁ ମହିଳା ମେୟର ପାଇଛନ୍ତି ରାଜଧାନୀବାସୀ ।ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୬୧୧୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁନୀତି ମୁଣ୍ଡଙ୍କୁ ପରାଜିତ କରିଛନ୍ତି। ସୁଲୋଚନା ୧ ଲକ୍ଷ ୭୪ ହଜାର ୫୬୨ଖଣ୍ଡ ଭୋଟ୍ ପାଇଥିବା ବେଳେ ସୁନୀତି ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀର ମଧୁସ୍ମିତା ଆଚାର୍ୟ୍ୟ ୧୧ ହଜାର ୬ ଖଣ୍ଡ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି କଟକରେ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂ । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ୪୫ ହଜାର ୨ଶହ ୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୁବାସ ସିଂଙ୍କୁ ମୋଟ୍‌ ଏକ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ୬୮୩୫୬ ଖଣ୍ଡ ଭୋଟ୍‌ ମିଳିଛି। ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୪୯୨୨୩ ଖଣ୍ଡ ଭୋଟ୍‌ ମିଳିଛି।

ସେହିପରି ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦୩୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସବିତା ସୁଆରଙ୍କୁ ପରାଜିତ କରିଛନ୍ତି। ସଂଘମିତ୍ରା ମୋଟ ୬୬ ହଜାର ୬୮ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସବିତା ସୁଆର ୪୫ ହଜାର ୭୮୨ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଆପ୍ ପ୍ରାର୍ଥୀ ସି. ସ୍ରିୟଙ୍କା । ତାଙ୍କୁ ୭ ହଜାର ୪୫୩ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ ୬ ହଜାର ୭୬୮ ଭୋଟ ମିଳିଛି।

ପୁଣି ବିଜେଡ଼ି ଦଖଲରେ ବିନିକା ପୌର ପରିଷଦ, ୧୨ ୱାର୍ଡ ରୁ ୧୧ଟିରେ ବିଜେଡ଼ି ଓ ଗୋଟିଏରେ ବିଜେପି
ବିନିକା:  ଦୀର୍ଘ ୧୫ବର୍ଷ ଧରି ବିଜୁ ଜନତା ଦଳ କବଜାରେ ଥିବା ବିନିକା ପୌର ପରିଷଦ ପୁଣି ଥରେ ୫ବର୍ଷ ପାଇଁ ବିଜେଡ଼ି ଦଖଲ କରିବାରେ ସଫଳ ହୋଇଛି ।୧୨ଗୋଟି ୱାର୍ଡ ବିଶିଷ୍ଟ ବିନିକା ଏନଏସିର ୧ନଂ ରେ ବିଜେଡ଼ି ପ୍ରାର୍ଥୀନୀ କଳ୍ପନା ଦୀପ,୩ନଂ ରେ କୁନି ଚିରଗୁଣ,୧୦ନଂ ରେ ଆଶାରାଣୀ ପଣ୍ଡା ପ୍ରମୁଖ ନିର୍ବାଚନ ପୂର୍ବରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବାକି ୯ଟି ୱାର୍ଡରେ କାଉନସିଲର ପାଇଁ ଏବଂ ୧୨ଟି ଯାକ ୱାର୍ଡରେ ନଗରପାଳ ଆସନ ସକାଶେ ହୋଇଥିବା ନିର୍ବାଚନ ଗଣତି ପରେ ୮ଟିରେ ବିଜେଡ଼ି ପ୍ରାର୍ଥୀ ପ୍ରାର୍ଥୀନୀ ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟ ହୋଇଛନ୍ତି ।ଏଥର ଅଧ୍ୟକ୍ଷ ପଦ ସିଧାସଳଖ ଲଢେ଼ଇ ହୋଇଥିବାରୁ ବିଜେଡ଼ିର ସୁବାସ ଚନ୍ଦ୍ର ଭୋଇ ସମସ୍ତ ୱାର୍ଡରୁ ୫୬୧୫ଖଣ୍ଡ ଭୋଟ ପାଇ ବିଜୟୀ ମୁକୁଟ ପିନ୍ଧି ଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ବିଶ୍ଵାମିତ୍ର ଭୋଇ ୨୮୦୩ ଖଣ୍ଡ,କଂଗ୍ରେସର ଅନିଲ କୁମାର ନାଏକ ୧୦୨୨ ଖଣ୍ଡ ଭୋଟ ପାଇଥିଲେ ।

ସେହିପରି ୨ନଂ ୱାର୍ଡରେ ବିଜେଡ଼ିର କାଉନସିଲର ପ୍ରାର୍ଥୀ ବୈରାଗୀ ପ୍ରଧାନ ୪୭୮ ଖଣ୍ଡ,ବିଜେପିର ରାଜ କୁମାର ସେବକ ୨୫୨ଖଣ୍ଡ ଭୋଟ ପାଇଥିଲେ । ୪ନଂ ୱାର୍ଡରେ ବିଜେଡ଼ିର ଜିତେନ୍ଦ୍ର ମଲ୍ଲିକ ୩୭୭ଖଣ୍ଡ,କଂଗ୍ରେସର ଗୋବିନ୍ଦା ଝାଙ୍କର ୨୨୮,ବିଜେପିର ଟିକୁନ ମହାଳିଙ୍ଗ ୫୨,ସ୍ଵାଧୀନ ଦଳର ଗୋପାଳ ମହାନ୍ତି ୬୨ଖଣ୍ଡ ଭୋଟ ପାଇଥିଲେ ।୫ନଂ ୱାର୍ଡରେ ବିଜେପିର ଗୋପାଳ କୃଷ୍ଣ ମହାଲୀଙ୍ଗ ୧୪୯,ବିଜେଡ଼ିର ପ୍ରତିମା ଦୀପ ୧୨୯,କଂଗ୍ରେସର ବିରବଲ ବେହେରା ୧୧୪,ସ୍ଵାଧୀନ ଦଳର ଗୁରୁବାରି ସେଠ ୫୫ଖଣ୍ଡ ଭୋଟ ପାଇଥିଲେ ।୬ନଂ ୱାର୍ଡରେ ବିଜେଡ଼ିର ବିଜୟ ବରାଇ ୩୯୧,କଂଗ୍ରେସର ଉମାକାନ୍ତ ଦୀପ ୨୭୯,ବିଜେପିର ସନ୍ତୋଷ ଅଗ୍ରୱାଲ ୧୪୦ଖଣ୍ଡ,ଭୋଟ ପାଇଥିଲେ। ୭ନଂ ୱାର୍ଡରେ ବିଜେଡ଼ିର ରେଣୁକା ବରାଇ ୩୯୧,ବିଜେପିର ସୁରପ୍ରୀୟା ନେପାକ ୨୩୭ ଭୋଟ ପାଇଥିଲେ । ୮ନଂ ୱାର୍ଡରେ ବିଜେଡ଼ିର ପ୍ରଦୀପ ବାଘ ୪୫୨,ବିଜେପିର ନାରାୟଣ ନାଏକ ୩୧୨ଖଣ୍ଡ ଭୋଟ ପାଇଥିଲେ ।

୯ନଂ ୱାର୍ଡରେ ବିଜେଡ଼ିର ବୈଜୟନ୍ତୀ କଟୁଆଲ ୪୬୫,ବିଜେପିର ପିଙ୍କି ସେଠ ୩୮୫ ଖଣ୍ଡ ଭୋଟ ପାଇଥିଲେ ।୧୧ନଂ ୱାର୍ଡରେ ବିଜେଡ଼ିର ବିକାଶ କର୍ଣ୍ଣ ୫୬୧,ବିଜେପିର ପ୍ରଫୁଲ୍ଲ ବଘାର ୪୭୨,ସ୍ଵାଧୀନ ଦଳର ଦେବେନ୍ଦ୍ର ଜଗଦଲା ୧୦୩ଖଣ୍ଡ ଭୋଟ ପାଇଥିଲେ ।୧୨ନଂ ୱାର୍ଡରେ ବିଜେଡ଼ିର ପୂର୍ବତନ ଉପାଧକ୍ଷା ତପସ୍ଵିନୀ ମେହେର ୭୨୮,ବିଜେପିର ଚନ୍ଦ୍ରମା ଅଗ୍ରୱାଲ ୩୪୦ଖଣ୍ଡ ଭୋଟ ପାଇଥିବା ବେଳେ ସର୍ବମୋଟ ୧୨୭ଖଣ୍ଡ ଭୋଟ ନୋଟା ସପକ୍ଷରେ ଯାଇଥିଲା ।ତେବେ ବିଜେଡ଼ିର ନିର୍ବାଚିତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇଙ୍କ ସମେତ ସମସ୍ତ ବିଜୟୀ କାଉନସିଲର ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ୱାର୍ଡ ନଂ ୨,୧୦,୧୧,୧୨ ରେ ଶୋଭାଯାତ୍ରା କରିଥିଲେ ।ଏଥିରେ ତାଙ୍କ ସମର୍ଥକଙ୍କ ସହ ଶତାଧିକ ଭୋଟର ସାମିଲ ହୋଇଥିଲେ ।

କଟକ ମେୟର ବାଜି ଜିତିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ, ୪୫ ହଜାରରୁ ଉର୍ଦ୍ଧ୍ବ ଭୋଟରେ ସୁବାସ ବିଜୟୀ
କଟକ : କଟକ ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।  ସୁବାସ ସିଂ ୪୫୨୦୬ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇଛନ୍ତି । ସୁବାସ ସିଂ ୧, ୧୩, ୫୬୨ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮, ୩୫୬ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ବିଜେପିର ଶ୍ରିତମ ଦାସଙ୍କୁ ମିଳିଛି ୪୯,୨୨୩ ଖଣ୍ଡ ଭୋଟ।

କଟକ ମେୟର ଲଢ଼େଇରେ ବିଜୟ ବାନା ଉଡ଼ାଇଛି ବିଜେଡି । ଗଣତିରେ ବିଭିନ୍ନ ରାଉଣ୍ଡରେ ଆଗରେ ରହିଥିଲେ ସୁବାସ ସିଂ । ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଶ୍ରୀତମ ଦାସ । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମର ବିଭିନ୍ନ ଓ୍ଵାର୍ଡରେ ବିଜେଡି କର୍ପୋରେଟର ପ୍ରାର୍ଥୀ ବି ବିଜୟୀ ହୋଇଛନ୍ତି ।

ସୁଲୋଚନାଙ୍କ ମୁଣ୍ଡରେ ବିଜୟ ମୁକୁଟ, ୬୧ ହଜାର ୧୪୩ ଖଣ୍ଡ ଭୋଟରେ ହାସଲ କଲେ ବୃହତ ବିଜୟ
ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁନୀତି ମୁଣ୍ଡଙ୍କୁ ହରାଇଛନ୍ତି । ସୁଲୋଚନା ଦାସ ୧, ୭୪, ୫୬୨ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ୧, ୧୩, ୪୧୯ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଲା ୧୧,୦୦୬ ଖଣ୍ଡ ଭୋଟ।

ଭୁବନେଶ୍ବର ମହାନଗର ନିଗମ ମେୟର ପଦବୀରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି। ସେହିପରି ଅଧିକାଂଶ ୱାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୬୭ଟି ୱାର୍ଡରୁ ୪ଟିକୁ ଛାଡ଼ି ଦେଲେ ବାକି ସବୁର ଫଳାଫଳ ଆସିଯାଇଛି। ଆଉ ସେଥିରୁ ୪୫ଟିରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର ୧୦ଟି ଆସନ ମିଳିଛି। ସେହିପରି ୮ଟିରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଥିବା ବେଳେ କଂଗ୍ରେସ ଖାତା ଖୋଲିପାରିନି।

ୱାର୍ଡ ୧- ବିଜେଡି ମିହିର ରାଉତ

ୱାର୍ଡ ୨- ବିଜେଡି ମୋନାଲିସା ବେହେରା

ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା।

ୱାର୍ଡ ୪- ବିଜେପି ସୁକୁମାର ସାହୁ

ୱାର୍ଡ ୫- ବିଜେଡି ମିନୁଶ୍ରୀ ଖୁଣ୍ଟିଆ

ୱାର୍ଡ ୬- ବିଜେଡି ପ୍ରୀତିନନ୍ଦା ରାଉତରାୟ

ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ

ୱାର୍ଡ ୮- ବିଜେଡି ଲାଲ ମୋହନ ଟୁଡୁ

ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ।

ୱାର୍ଡ ୧୦- ବିଜେଡି ସେକ ନୁର ହାସନ।

ୱାର୍ଡ ୧୧- ବିଜେଡି ପ୍ରଭାସିନୀ ମହାନ୍ତି।

ୱାର୍ଡ ୧୨- ବିଜେଡି ଜୟନ୍ତୀ ସାହୁ

ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ

ୱାର୍ଡ ୧୪- ବିଜେଡି ମନୋଳିସା ସାହୁ।

ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ

ୱାର୍ଡ ୧୬- ବିଜେଡି ଅଚ୍ୟୁତାନନ୍ଦ ସ୍ୱାଇଁ।

ୱାର୍ଡ ୧୭ – ବିଜେଡି ପୂଜା ମହାରଣା।

ୱାର୍ଡ ୧୮-

ୱାର୍ଡ ୧୯-

ୱାର୍ଡ ୨୦- ବିଜେଡି ପ୍ରେମାନନ୍ଦ ଜେନା

ୱାର୍ଡ ୨୧-

ୱାର୍ଡ ୨୨-

ୱାର୍ଡ ୨୩- ବିଜେଡି କିରଣ ଵାଲା ମାଝି

ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର

ୱାର୍ଡ ୨୫- ବିଜେଡି ମାନସୀ ରାଣୀ ସୁନ୍ଦରାୟ।

ୱାର୍ଡ ୨୬ ବିଜେଡି ଭାରତୀ ସିଂ

ୱାର୍ଡ ୨୭- ବିଜେଡି ଶୁଭ୍ରଅସୁ ପଟ୍ଟନାୟକ

ୱାର୍ଡ ୨୮- ବିଜେଡି ଝରଣା ରାଣୀ ପତି।

ୱାର୍ଡ ୨୯- ବିଜେପି ଅପରୁପ ନାରାୟଣ ରାଉତ

ୱାର୍ଡ ୩୦ – ବିଜେଡି ରାଜକିଶୋର ଦାସ।

ୱାର୍ଡ ୩୧- ବିଜେଡି ରାଜା ମହାପାତ୍ର।

ୱାର୍ଡ ୩୨- ବିଜେଡି ଶ୍ରୀଧର ଜେନା।

ୱାର୍ଡ ୩୩- ବିଜେପି ଧରିତ୍ରୀ ଜେନା

ୱାର୍ଡ ୩୪- ବିଜେଡି ପୁଷ୍ପାଞ୍ଜଳି ସେଠୀ।

ୱାର୍ଡ ୩୫- ବିଜେଡି ରଞ୍ଜୁଲତା ରାୟ

ୱାର୍ଡ ୩୬- ବିଜେଡି ଅଲ୍ଲିଆଳି ମାଲିକ

ୱାର୍ଡ ୩୭ ସ୍ୱାଧୀନ ବନ୍ଦିତା ପାଲ

ୱାର୍ଡ ୩୮- ବିଜେଡି ପଦ୍ମଜା ପ୍ରିୟଦର୍ଶୀ ଜେନା

ୱାର୍ଡ ୩୯- ବିଜେପି ଗୀତାଞ୍ଜଳି ସାହୁ।

ୱାର୍ଡ ୪୦- ବିଜେଡି ଆସିୟା ବେଗମ

ୱାର୍ଡ ୪୧- ବିଜେଡି କବିତା ସ୍ୱାଇଁ

ୱାର୍ଡ ୪୨- ବିଜେଡି ଆଶିଷ କୁମାର ପଟ୍ଟନାୟକ।

ୱାର୍ଡ ୪୩- ବିଜେଡି ଭରତ କୁମାର ଲେଙ୍କା।

ୱାର୍ଡ ୪୪- ବିଜେଡି ଅଜିତ ବେହେରା

ୱାର୍ଡ ୪୫- ବିଜେଡି ଅମରେଶ ଜେନା

ୱାର୍ଡ ୪୬- ସ୍ୱାଧୀନ ପୁଷ୍ପିତା ରାଉତ।

ୱାର୍ଡ ୪୭- ବିଜେଡି ସମିତା ମହାନ୍ତି

ୱାର୍ଡ ୪୮- ବିଜେପି ସୁଚିତ୍ରା ପାତ୍ର

ୱାର୍ଡ ୪୯- ବିଜେଡି ପୁଷ୍ପିତା ପଟ୍ଟନାୟକ।

ୱାର୍ଡ ୫୦- ବିଜେଡି ରାମଚନ୍ଦ୍ର ରଣସିଂହ

ୱାର୍ଡ ୫୧- ବିଜେଡି ବିନୟନି ଜେନା

ୱାର୍ଡ ୫୨- ବିଜେଡି ଶ୍ରୀଧର ବେହେରା।

ୱାର୍ଡ ୫୩- ବିଜେଡି ମହାମାୟା ସ୍ୱାଇଁ

ୱାର୍ଡ ୫୪- ବିଜେଡି ଶିବ ପ୍ରସାଦ ବେହେରା

ୱାର୍ଡ ୫୫ ବିଜେଡି ନୃପେସ ନାୟକ।

ୱାର୍ଡ ୫୬ ବିଜେଡି କେ ଶାନ୍ତି।

ୱାର୍ଡ ୫୭- ବିଜେଡି ସନ୍ତୋଷ କୁମାର ସିଂ

ୱାର୍ଡ ୫୮- ସ୍ୱାଧୀନ ନମିତା ମହାପାତ୍ର

ୱାର୍ଡ ୫୯ ବିଜେଡି ବିରଞ୍ଜିନରାୟଣ ମହାସୁପକାର

ୱାର୍ଡ ୬୦- ସ୍ୱାଧୀନ ଚନ୍ଦ୍ର ଶେଖର ମାଲ୍ୟା।

ୱାର୍ଡ ୬୧- ବିଜେଡି ଶିବପ୍ରସାଦ ରାୟ

ୱାର୍ଡ ୬୨- ବିଜେଡି ଚାରୂଲତା ସାମନ୍ତରାୟ

ୱାର୍ଡ ୬୩- ବିଜେପି ସୁଜାତା ଛୋଟରାୟ।

ୱାର୍ଡ ୬୪- ବିଜେଡି ସକିବା ମୂଷାରପ

ୱାର୍ଡ ୬୫ ସ୍ୱାଧୀନ ରଶ୍ମିରେଖା ପାଟ ସାନି

ୱାର୍ଡ ୬୬- ବିଜେଡି ଛବି ଦାସ।

ୱାର୍ଡ ୬୭- ବିଜେପି ମଧୁସ୍ମିତା ପ୍ରଧାନ

ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି : ନବୀନ ପଟ୍ଟନାୟକ
ଭୁବନେଶ୍ବର : ସାଧାରଣଜନତାଙ୍କ ସହ ଯୋଡ଼ିହୋଇ ରହିବା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ପ୍ରୟାସର ପ୍ରତିଫଳନ ଭାବେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଜି ପୌର ନିର୍ବାଚନ ଫଳାଫଳରେ ମଧ୍ୟ ବିଜେଡି ସେହି ସଫଳତାକୁ ଦୋହରାଇଛି। ଦଳର ଏହି ବିପୁଳ ବିଜୟର ଶ୍ରେୟ ବାସ୍ତବରେ ସାଢ଼େ ଚାରିକୋଟି ଓଡ଼ିଆଙ୍କର। ଏହାମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିଶ୍ୱାସ ଏବଂ ବିକାଶମୂଳକ କାର୍ଯ୍ୟର ସ୍ୱୀକୃତି।  ବିଜେଡିର ଏହି ଐତିହାସିକ ସଫଳତା ଦଳୀୟ ନେତା, କର୍ମୀ, କର୍ମକର୍ତ୍ତାଙ୍କୁ ଯେତିକି ବିହ୍ୱଳିତ କରିଛି; ଅନୁରୂପ ଭାବରେ ବିରୋଧୀଙ୍କୁ ସେତିକି ହତୋତ୍ସାହିତ କରିଛି। ପଞ୍ଚାୟତ ନିର୍ବାଚନରେ ଗାଁ ଭୋଟରଙ୍କ ମନ ଜିଣିଥିବା ବିଜେଡି ପୌର ନିର୍ବାଚନରେ ମଧ୍ୟ ସହରୀ ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହୋଇଛି। ଶିକ୍ଷିତ ଯୁବଗୋଷ୍ଠୀ ଓ ମହିଳାଙ୍କୁ ଅଧିକରୁ ଅଧିକ ପ୍ରତିନିଧିତ୍ୱର ସୁଯୋଗ ଦେଇ ରାଜ୍ୟରେ ଏକ ସମାବେଶୀ ବିକାଶ ନିମନ୍ତେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି, ତାହା କେବଳ ଶାସନରେ ସନ୍ତୁଳନ ରକ୍ଷା କରିବ ନାହିଁ, ପକ୍ଷାନ୍ତରେ ବିକାଶ ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବ।

ରାଜ୍ୟର ୧୦୫ଟି ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି। ବିଜେପି ୧୬ ଓ କଂଗ୍ରେସର ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦ ପାଇଁ ବିଜୟୀ ହୋଇଛନ୍ତି। ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ହେବେ। ପୌର ନିର୍ବାଚନ ବ୍ୟତୀତ ୩ଟି ମହାନଗର ନିଗମରେ ‌ମେୟର ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ ବିଜେଡିକୁ ବଡ଼ ସଫଳତା ମିଳିଛି।ଅନ୍ୟପକ୍ଷରେ ଗଣତି ସରିଯାଇଥିବ‌ା ବେଳେ ବିଜୁ ଜନତା ଦଳ ୭୫ଟି ପୗରାଞ୍ଚଳରେ ଅଧ୍ୟକ୍ଷ ପଦ ବଜାୟ ରଖିବାରେ ସଫଳ ହୋଇଛି।

ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି। ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ @bjd_odisha ର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା। pic.twitter.com/PRzyalhHZ3

— Naveen Patnaik (@Naveen_Odisha) March 26, 2022

ଅନ୍ୟପଟେ ରାଜ୍ୟବାସୀ ବିଜେଡି ଉପରେ ଦେଖାଇଥିବା ଭରସା ଏବଂ ବିଶ୍ବାସ ପାର୍ଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ‘ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ୱାର୍ଡସ୍ତରରୁ ଲୋକଙ୍କ ଭଲପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। ତେଣୁ ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢିବା।‘

ପ୍ରତି ନିର୍ବାଚନରେ ବୃଦ୍ଧି ପାଉଛି ବିଜେଡିର ଭୋଟ ହାର, ନବୀନଙ୍କ ନେତୃତ୍ବକୁ ଅକୁଣ୍ଠ ସମର୍ଥନ ଦେଉଛନ୍ତି ଓଡ଼ିଶାବାସୀ
ଭୁବନେଶ୍ୱର : ସାରା ରାଜ୍ୟର ୧୦୬ଟି ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ଭୋଟ ଗଣତି ଚାଲିଛି। ପ୍ରାୟ ସମସ୍ତ ପୌରସଂସ୍ଥାର ଗଣନା ସରିଥିବା ବେଳେ ଆଉ ମାତ୍ର କିଛି ପୌରସଂସ୍ଥା ଏବଂ ଦୁଇ ମହାନଗର ନିଗମରେ ରେଜଲ୍ଟ ଆସିବାରେ ବାକିଅଛି। ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ପୌର ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସମର୍ଥନ ଦେଇଛନ୍ତି ରାଜ୍ୟବାସୀ । ପୌର ନିର୍ବାଚନରେ ବିଜେଡିକୁ ମିଳିଛି ୯୦ ପ୍ରତିଶତରୁ ଅଧିକ ଭୋଟ୍ ।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବେଚନରେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ମାଟି କାମୁଡିଛନ୍ତି । ଗୋଟିଏ ପଟେ ବିଜେଡିକୁ ୯୦ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୩.୫ ପ୍ରତିଶତ ଭୋଟ । ଅନ୍ୟପକ୍ଷରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ମିଳିଛି ମାତ୍ର ୪.୫ ପ୍ରତିଶତ ଭୋଟ । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜେଡି ବିଜୟ ପତାକା ଉଡାଇ ଚାଲିଥିବା ବେଳେ ବିରୋଧୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଗାଁ ଭୋଟରଙ୍କ ପରି ସହରୀ ଭୋଟର ମଧ୍ୟ ବିଜେଡି ଉପରେ ଭରସା ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା, ସ୍ବଚ୍ଛ ଓ ନିର୍ମଳ ଶାସନ ରାଜ୍ୟବାସୀଙ୍କ ହୃଦୟ ଜିଣିଛି । ଯାହାର ପ୍ରତିଫଳନ ପୌର ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେଡିର ବିକାଶ ଧାରା ଉପରେ ସହରବାସୀ ପୁଣି ଥରେ ବିଶ୍ବାସ ଦେଖାଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ତୃଣମୂଳସ୍ତରୀୟ ନିର୍ବାଚନ। ଏହି ଦୃଷ୍ଟିରୁ ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳ ଆଗାମୀ ଦିନର ରାଜନୈତିକ ସ୍ଥିତି ନେଇ ଦେଇଛି ଭିନ୍ନ ସଙ୍କେତ। ୩୦ ଜିଲ୍ଲାରେ ପରିଷଦ ଗଠନ ସହ ଏକତରଫା ବିଜୟ ହାସଲ କରିଥିବା ବିଜେଡି ପୌର ନିର୍ବାଚନରେ ବିପୁଳ ସଫଳତା ପାଇବା ସହ ନିଜକୁ କେବଳ ଅବଦମିିତ ବୋଲି ପ୍ରମାଣିତ କରିଛି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଓ ବିଜେପିର କ୍ରମାଗତ ପରାଜୟ ଏବଂ ବିଜେଡିକୁ ମୁକାବିଲା କରିବାରେ ଅକ୍ଷମତା ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି। ଅନୁରୂପ ଭାବରେ ଦଳର ଭୋଟ ପ୍ରତିଶତ ହ୍ରାସ ରାଜ୍ୟରେ ଦୁଇ ବିରୋଧୀଙ୍କ ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅତୀତରେ ପୌରାଞ୍ଚଳର ନିର୍ବାଚନକୁ ତର୍ଜମା କଲେ ଚଳିତ ପୌର ନିର୍ବାଚନରେ ଭୋଟ ହାର ପାଖାପାଖି ୫% ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଅତୀତରେ ଯେତେବେଳେ ଭୋଟ ହାର ବଢ଼଼ିଛି ତାହା ପ୍ରାୟତଃ ବିଜେଡି ସପକ୍ଷରେ ଯାଇଛି। ଚଳିତ ପୌର ନିର୍ବାଚନରେ ସାରା ରାଜ୍ୟରେ ୬୫% ମତଦାନ ହୋଇଛି। ବ୍ରହ୍ମପୁର ଓ ଭୁବନେଶ୍ୱର ମହାନଗର ନିଗମକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ଭୋଟଦାନ ହାର ମନ୍ଦ ହୋଇନାହିଁ। ବ୍ରହ୍ମପୁରରେ ୩ଟି ୱାର୍ଡ଼ରେ କର୍ପୋରେଟର ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଓ ସାମଗ୍ରିକ ଭୋଟ ହାର ୪୭% ରହିଛି। ରାଜଧାନୀ ଭୁବନେଶ୍ୱରରେ ଭୋଟଦାନ ହାର ୪୩% ଥିବା ସୂଚନା ମିଳିଛି। ଏହା ସତ୍ତ୍ବେ ଦୁଇ ମହାନଗର ନିଗମରେ ବିଜେଡି ସପକ୍ଷରେ ପ୍ରଚଣ୍ଡ ସମର୍ଥନ ମିଳିବା ସମ୍ଭାବନା ରହିଛି।

୧୯୯୭ ମସିହାରେ ପ୍ରଥମାର୍ଦ୍ଧରେ ପୌର ନିର୍ବାଚନ ହୋଇଥିଲା। ସେ ସମୟରେ ଜନତା ଦଳ ମାତ୍ର ୧୮.୭୬% ଭୋଟ ପାଇଥିଲା। ବିଜେପି ୧୮.୫୭% ଏବଂ କଂଗ୍ରେସ ୩୬.୫୪ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୨୩.୬୧% ଭୋଟ ପାଇଥିଲା। ୯୯୭ ମସିହା ଶେଷ ଆଡକୁ ବିଜେଡି ଗଠନ ହୋଇଥିଲା। ବିଜେପି ସହ ମେଣ୍ଟ ହେବା ସହ ୧୯୯୮,୧୯୯୯ ଲୋକସଭା ଏବଂ ୨୦୦୦ ବିଧାନସଭା ଓ ୨୦୦୨ ପଞ୍ଚାୟତ ନିର୍ବାଚନରେ ଭଲ ଫଳ ପ୍ରଦର୍ଶନ କରିଥିଲା। ୨୦୦୩ରେ ମେଣ୍ଟରେ ଥାଇ ବିଜେଡି ୨୬.୬୦% ଏବଂ ବିଜେପି ୨୧.୧୨ % ଭୋଟ ପାଇଥିଲେ। ସେ ସମୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୨୯.୦୨ % ଭୋଟ ପାଇଥିଲା। ଏହା ପରେ ରାଜ୍ୟ ରାଜନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା। ବିଜେଡିର ସାଂଗଠନିକ ଶକ୍ତି ବୃଦ୍ଧି ପାଇବାରେ ଲାଗିଥିଲା। ୨୦୦୮ରେ ପ୍ରଥମ ଥର ବିଜେଡି ନିଜ ସହଯୋଗୀ ବିଜେପି ଠାରୁ ଅଲଗା ହୋଇ ନିର୍ବାଚନ ଲଢିଥିଲା। ଯାହାର ଫଳ ସ୍ୱରୂପ ସହରାଞ୍ଚଳରେ ବିଜେଡି ନିଜର ପ୍ରକୃତ ଶକ୍ତି ଜାଣିପାରିଥିଲା। ୨୦୦୮ରେ ବିଜେଡି ୩୩.୨୧%, କଂଗ୍ରେସ ୨୭.୧୩%, ବିଜେପି ୧୮.୫୯ ଏବଂ ସ୍ୱାଧିନ ପ୍ରାର୍ଥୀମାନେ ୧୫.୦୯% ଭୋଟ ହାତେଇଥିଲେ। ଏହାର ଗୋଟିଏ ବର୍ଷ ପରେ ସାଧାରଣ ନିର୍ବାଚନ ହୋଇଥିଲା। ବିଜେଡି ଏକାକୀ ଲଢିବା ସହ କିଛି ଛୋଟ ଦଳଙ୍କ ସହ ଆସନ ବୁଝାମଣା କରି ଶତାଧିକ ବିଧାନସଭା ଆସନ ହାସଲ କରିପାରିଥିଲା। ସେହିପରି ୨୦୧୩ ପୌର ଭୋଟରେ ବିଜେଡି ୪୪.୮୬% ଭଳି ରେକର୍ଡ ଭୋଟ ପାଇଥିଲା। କଂଗ୍ରେସର ଭୋଟ ହ୍ରାସ ପାଇ ୨୬.୬୬% ଏବଂ ବିଜେପିର ଭୋଟ ପ୍ରତିଶତ ୧୨.୦୪% ଖସି ଆସିଥିଲା।

୨୦୦୩, ୨୦୦୮ ଏବଂ ୨୦୧୩ ନିର୍ବାଚନକୁ ହିସାବ କଲେ ବିଜେଡି ଯଥାକ୍ରମେ ୫୩୦,୬୯୮ ଏବଂ ୧୦୨୪ଟି ୱାର୍ଡ ଦଖଲ କରିପାରିଥିଲା। ପ୍ରତିଥର ବିଜେଡି ନିଜ ଆସନ ସଂଖ୍ୟା ବୃଦ୍ଧି କରିପାରିଛି। ହେଲେ ସମାନ ପରିସ୍ଥିତିରେ ବିଜେପି ଏବଂ କଂଗ୍ରେସ ଆସନ ସଂଖ୍ୟା ହ୍ରାସ ପାଇଛି। ବିଜେପି ୩୩୪ ପରେ ୩୧୧ ଏବଂ ଗତ ୨୦୧୩ରେ ମାତ୍ର ୯୪ଟି ୱାର୍ଡରେ ବିଜୟୀ ହୋଇଥିଲା। ସେହିପରି କଂଗ୍ରେସ ୫୦୨ରୁ ୪୬୬, ପରବର୍ତ୍ତୀ ସମୟରେ ୪୨୨ଟି ୱାର୍ଡରେ ପହଞ୍ଚିଥିଲା। ମେୟର/ଅଧ୍ୟକ୍ଷ ପଦ ହାତେଇବାରେ ମଧ୍ୟ ବିଜେଡି ପ୍ରତିଥର ପୂର୍ବ ରେକର୍ଡକୁ ଭାଙ୍ଗି ଚାଲିଛି। ୨୦୦୩ରେ ବିଜେଡି ୪୦ଟି ୨୦୦୮ରେ ୫୦ ଏବଂ ୨୦୧୩ରେ ୭୦ଟି ପଦ ହାସଲ କରିପାରିଥିଲା। ଅପରପକ୍ଷରେ ବିଜେପି ସମାନ ବର୍ଷରେ ପ୍ରଥମେ ୨୨, ପରେ ୨୦ ଏବଂ ୨୦୧୩ରେ ମାତ୍ର ୩ଟି ଅଧ୍ୟକ୍ଷ ପଦ ହାସଲ କରିଥିଲା। ସେହିପରି କଂଗ୍ରେସ ୨୦୦୩ରେ ୨୮, ୨୦୦୮ରେ ୧୬ ଏବଂ ୨୦୧୩ରେ ୧୫ଟି ଅଧ୍ୟକ୍ଷ ପଦ ହାସଲ କରିପାରିଥିଲା। ସାମଗ୍ରିକ ଭାବରେ ଦେଖିଲେ, ଗତ ୨୦୧୩ ପୌର ନିର୍ବାଚନ ଅପେକ୍ଷା ମଧ୍ୟ ଭୋଟ ପ୍ରତିଶତ ୫% ବୃଦ୍ଧି ପାଇଛି।

କେନ୍ଦୁଝର ଜିଲ୍ଲାର ୩ ପୌରପାଳିକା ଏବଂ ଚମ୍ପୁଆ ଏନଏସି ବିଜେଡି ଖାତାରେ,କେନ୍ଦୁଝରଗଡ ପୌରପାଳିକାକୁ ହାତେଇଲା ବିଜେପି
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୌର ଫଳାଫଳ ଆସିଛି। ଶନିବାର ସକାଳ ୮ଟାରୁ ବିଭିନ୍ନ ସ୍ଥାନରେ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ମଧ୍ୟାହ୍ନ ବେଳକୁ ସ୍ଥିତି ଷ୍ପଷ୍ଟ ହୋଇସାରିଥିଲା। ଗଣତିରେ ଆନନ୍ଦପୁର,ଯୋଡା,ବଡବିଲ ପୌରାଧ୍ୟକ୍ଷ ପଦବୀ ସମେତ ଚମ୍ପୁଆ ଏନଏସିର ପୌରାଧ୍ୟକ୍ଷ ପଦବୀରେ ବିଜୁ ଜନତାଦଳର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କେନ୍ଦୁଝରଗଡ ପୌରପାଳିକାରେ ଭାଜପା ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି। ଆନନ୍ଦପୁର ପୌରପାଳିକାରେ ବିଜୁ ଜନତାଦଳର ଅଧ୍ୟକ୍ଷ ପ୍ରାର୍ଥୀନୀ ରଜନୀରାଣି ଖଟୁଆ ୧୧୫୦୪ ଖଣ୍ଡ ଭୋଟ ପାଇଥିବାବେଳେ ତାକଂ ନୀକଟତମ ପ୍ରତିଦ୍ୱନ୍ଦି ଭାଜପାର ଜ୍ୟୋତିର୍ମୟୀ ଖଟୁଆ ୯୯୩୫ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ବିଜେଡିର ରଜନୀରାଣୀ ୧୫୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବଡବିଲ ପୌରପାଳିକାରେ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ଥିଲେ। କିନ୍ତୁ ଏଠାରେ ବିଜୁ ଜନତା ଦଳର ଲକ୍ଷ୍ମଣ ମହାନ୍ତ ୧୭୦୦୭ ଖଣ୍ଡ ଭୋଟପାଇ ନୀକଟତମ ପ୍ରତିଦ୍ୱନ୍ଦି ଭାଜପାର ଦିଲ୍ଲିପ କୁମାର ମିଶ୍ରାକୁ ୮୬୦୫ର ଦୀର୍ଘ ବ୍ୟବଧାନରେ ପରାଜିତ କରିଛନ୍ତି।

ଚମ୍ପୁଆ ଏନଏସିରେ ବିଜୁ ଜନତା ଦଳର ପ୍ରାର୍ଥୀ ଗିରିଜା ଶକଂର ସାହୁ ୬୦୩୯ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରର୍ଥୀ ବିଦ୍ୟାଧର ମହାନ୍ତ ୨୬୮୦ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ବିଜେଡି ପ୍ରାର୍ଥି ଗିରିଜା ଶକଂର ୩୩୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଚମ୍ପୁଆ ଏନଏସିରେ ବିଜେପି ତୃତୀୟ ସ୍ଥାନରେ ଥାଇ ଦଳୀୟ ପ୍ରାର୍ଥୀ ମାତ୍ର ୪୨ଓ୧ ଖଣ୍ଡ ଭୋଟ ପାଇଛନ୍ତି। ଯୋଡା ପୌରପାଳିକାରେ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଜଗଦୀଶ ପ୍ରସାଦ ସାହୁ ୮୪୧୬ ଖଣ୍ଡ ଭୋଟ ପାଇଛନ୍ତି। ତାକଂର ନିକଟତମ ପ୍ରତିଦ୍ୱନ୍ଦି ସ୍ୱାଧିନ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସ ୭୯୫୪ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେଡି ପ୍ରାର୍ଥୀ ୪୬୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।ଏଠାରେ ମଧ୍ୟ ଭାଜପା ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିବାବେଳେ ମାତ୍ର ୧୯୮୭ ଖଣ୍ଡ ଭୋଟ ପାଇଛନ୍ତି। ଅନେକଦିନ ବ୍ୟବଧାନରେ କେନ୍ଦୁଝରଗଡ ପୌରପାଳିକା ବିଜେପି ଖାତାକୁ ଯାଇଛି। ଏଠାରେ ଭାଜପାର ଅଧ୍ୟକ୍ଷା ପ୍ରାର୍ଥିନୀ ନିକୁ ସାହୁ ୧୬୬୩୦ ଖଣ୍ଡ ଭୋଟ ପାଇଥିବାବେଳେ ବିଜୁ ଜନତା ଦଳର ଅର୍ଚ୍ଚନା ରାଉତ ୧୨୬୦୯ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେପି ପ୍ରାର୍ଥୀନୀ ନିକୁ ସାହୁ ୪୦୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।ଏଠାକାର ଅନ୍ୟ ତିନିଜଣ ପ୍ରାର୍ଥନୀ ଏକ ପ୍ରକାର ଅମାନତ ହରାଇଛନ୍ତି।

ବିଜେଡି ହାତରେ ଜଳେଶ୍ୱର ପୌର ପରିଷଦ, ପ୍ରତୀପ କୁମାର ପ୍ରଧାନ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ
ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦର ପୌର ନିର୍ବାଚନ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ସୁଦ୍ଧା ଫଳା ଫଳ ପ୍ରକାଶ ପାଇଥିଲା। ୧୭ଟି ୱାର୍ଡର ୪ଜଣ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଏବଂ ୧୭ଟି ୱାର୍ଡ ପାଇଁ ୫୫ଜଣ  କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ଏଥିରେ ୨୦ହଜାର ୫୯ଜଣ ଭୋଟରଙ୍କ ମଧ୍ୟରୁ ୭ ହଜାର ୯୮୮ ଜଣ ପୁରୁଷ ଏବଂ ୮ ହଜାର ୧୩୫ ଜଣ ମହିଳା ଭୋଟର ମୋଟ ୧୬ହଜାର ୧୨୩ ଜଣ ମତ ଦାନ କରିଥିଲେ।ଆଜି ତାର ଫଳା ଫଳ ପ୍ରକାଶ ପାଇଥିଲା।

ଜଳେଶ୍ଵର ମ୍ୟୁନିସିପାଲଟି ନିର୍ବାଚନ ଫଳାଫଳରେ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତୀପ କୁମାର ପ୍ରଧାନ (ବିଜେଡି)-୭୮୯୯ଖଣ୍ଡ ଭୋଟ,ପ୍ରବୀର କୁମାର ପ୍ରଧାନ (ବିଜେପି)୫୭୭୦ ଖଣ୍ଡ ଭୋଟ,ଅବଦୁଲ ରିଆଜ ଖାଁ(କଙ୍ଗ୍ରେସ)-୨୧୩୬ ଖଣ୍ଡ ଭୋଟ ଓ ଜିତାଂଶୁ ଶେଖର ନନ୍ଦୀ(ସିପିଆଇଏମ)-୨୨୮ ଖଣ୍ଡ ଭୋଟ ପାଇ ଥିଲେ।  ବିଜେଡିର ପ୍ରତୀପ କୁମାର ପ୍ରଧାନ ୨୧୨୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି କାଉନସିଲର ପଦ ପାଇଁ ୧ ନମ୍ବର ଓ୍ବାର୍ଡ-ସେକ ସୈଫୁଦ୍ଦିନ(ବିଜେଡି),୨ ନମ୍ବର ଓ୍ବାର୍ଡ-ସୁରଜ କୁମାର ଚୌରାସିଆ(ବିଜେଡି),୩ ନମ୍ବର ଓ୍ବାର୍ଡ-ସ୍ଵାଗତିକା ପାଳ (ବିଜେଡି),୪ ନମ୍ବର ଓ୍ବାର୍ଡ-ପୁଷ୍ପପ୍ରିୟା କାମିଳା(ବିଜେଡି),୫ ନମ୍ବର ଓ୍ବାର୍ଡ-କବିତା ସାହୁ(ବିଜେଡି),୬ ନମ୍ବର ଓ୍ବାର୍ଡ-ଚନ୍ଦନ କୁମାର ଦାସ(ବିଜେପି),୭ ନମ୍ବର ଓ୍ବାର୍ଡ-ମୀର ଆବାସ ଅଲ୍ଲୀ(ବିଜେଡି),୮ ନମ୍ବର ଓ୍ବାର୍ଡ-ଚିତ୍ତରଞ୍ଜନ ମହାନ୍ତି(ବିଜେଡି),୯ ନମ୍ବର ଓ୍ବାର୍ଡ-ଗୋବିନ୍ଦ ଚନ୍ଦ୍ର ସାହୁ(ବିଜେଡି),୧୦ ନମ୍ବର ଓ୍ବାର୍ଡ-କବିତା ଧଳ(ବିଜେଡି),୧୧ ନମ୍ବର ଓ୍ବାର୍ଡ-ସୁଷମା କର(ବିଜେଡି),୧୨ ନମ୍ବର ଓ୍ବାର୍ଡ-ଶିବ ନାରାୟଣ ମହାପାତ୍ର(ବିଜେପି),୧୩ ନମ୍ବର ଓ୍ବାର୍ଡ-ସସ୍ମିତା ପାତ୍ର(ବିଜେପି),୧୪ ନମ୍ବର ଓ୍ବାର୍ଡ-ସତ୍ୟବତୀ ଗିରି(ବିଜେଡି),୧୫ ନମ୍ବର ଓ୍ବାର୍ଡ-ଉମା ହେମ୍ରମ(ବିଜେପି),୧୬ ନମ୍ବର ଓ୍ବାର୍ଡ-ଲକ୍ଷ୍ମଣ ସୋରେନ(ବିଜେଡି) ଓ ୧୭ ନମ୍ବର ଓ୍ବାର୍ଡ-ରଶ୍ମୀ ନନ୍ଦୀ(କଂଗ୍ରେସ) ବିଜୟ ଲାଭ କରିଛନ୍ତି।

ମୋଟ କାଉନସିଲର ପଦବୀରେ ବିଜେଡି ୧୨ ଟି ଓ୍ବାର୍ଡରେ,ବିଜେପି ୪ ଟି ଓ୍ବାର୍ଡରେ ଓ କଂଗ୍ରେସ ଗୋଟିଏ ଓ୍ବାର୍ଡରେ ବିଜୟ ଲାଭ କରିଛି। ତେବେ ଜଳେଶ୍ୱର ପୌର ପରିଷଦ ନିର୍ବାଚନରେ ପୌରାଧକ୍ଷ ପଦ ବିଜେଡି କେବେ ହାତେଇ ପାରି ନ ଥିଲା।ଏହି ନିର୍ବାଚନରେ ବିଜୁ ଜନତା ଦଳରୁ ପ୍ରତିପ କୁମାର ପ୍ରଧାନ ୨୧୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇ ଥିବାରୁ ବିଜୁ ଜନତା ଦଳ ପକ୍ଷରୁ ଚାରିଆଡେ ଖୁସିର ଲହରୀ ଖେଳିଯାଇଛି।

ନିର୍ବାଚନରେ ପ୍ରଭାବହୀନ ବରିଷ୍ଠ ନେତା, ପତିଆରା ହରାଉଛନ୍ତି ନରସିଂହ, କନକ,ସଙ୍ଗିତା, ସୁରେନ୍ଦ୍ର
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତ ଓ ପୈାର ନିର୍ବାଚନ ଅନେକ ନେତାଙ୍କ ଭବିଷ୍ୟତକୁ ସନ୍ଦେହ ଘେରକୁ ଠେଲିଦେଇଛି। ବର୍ଷ ବର୍ଷ ଧରି ଯେଉଁ ଅଞ୍ଚଳରେ ନିଜର ପତିଆରା ଜାହିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ। ତାହା ଏବେ ଧ୍ୱଂସାଭିମୁଖୀ । ସେ କଂଗ୍ରେସର ନରସିଂହ ମିଶ୍ର ହୁଅନ୍ତୁ କୁ ବିଜେପି କନକ ବର୍ଦ୍ଧନ ସିଂହଦେଓ, କଂଗ୍ରେସର ସନ୍ତୋଷ ସିଂ ସାଲୁଜା,ବିଜେଡିର ଆୟୁବ ଖାନ ହୁଅନ୍ତୁ । ପଞ୍ଚାୟତ ଓ ପୈାର ନିର୍ବାଚନରେ ନେତା ମାନଙ୍କ ସପକ୍ଷରେ ମତଦାତା ମାନେ ଭୋଟ ଦେଇନଥିବା ବେଳେ ସେମାନଙ୍କ ମ୍ୟାଜିକ କାମ କରିନଥିଲା । ଯାହାର ପରିଣାମ ଏବେ ସମସ୍ତଙ୍କ ସାମ୍ନାରେ । ଜିଲ୍ଲାପରିଷଦ ନିର୍ବାଚନରେ ବିଜେଡିର ବାଜିମାତ, ଅଧାରୁ ଅଧିକ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆଉ ଏବେ ପୈାରପରିଷଦ ଓ ଏନଏସି।

୨୦୧୪ ମସିହାରେ ପରିବର୍ତ୍ତନର ନାରା ଦେଇ ବଲାଙ୍ଗିର ବିଧାୟକ ଭାବେ ନରସିଂହ ମିଶ୍ର ବିଜୟୀ ହୋଇଥିଲେ। ସେ ଦଶନ୍ଧି ଧରି ବଲାଙ୍ଗିର ବିଧାୟକ ରହିଥିବା ଅନଙ୍ଗଙ୍କୁ ହରାଇଥିଲେ। ୨୦୧୪ ଓ ୨୦୧୯ରେ ଲଗାତାର ଦୁଇ ଥର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ରହିଛନ୍ତି ସତ କିନ୍ତୁ ଏହି ଭିତରେ ହୋଇଥିବା ଅନ୍ୟ ନିର୍ବାଚନରେ କିନ୍ତୁ ନରସିଂହ ନିଜ ଦଳ କିମ୍ବା ନିଜ ସମର୍ଥିତଙ୍କୁ ପଦ ପଦବୀରେ ବସାଇବାରେ ବିଫଳ ହୋଇଛନ୍ତି। ଯାହା ଫଳରେ ଏବେ ଦଳ ଭିତରେ ହିଁ ଅସନ୍ତୋଷ କୁହୁଲିବା ଆରମ୍ଭ କରିଛି। ୨୦୧୪ ପୈାର ନିର୍ବାଚନରେ ବିଜେଡି ପୈାରପରିଷଦ୍ ଦଖଳ କରିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ବିଜେଡି ବାଜିମାତ କରିଛି। ପଞ୍ଚାୟତ ନିର୍ବାଚନରେ ନରସିଂହ ଙ୍କ ଚାରୋଟି ନିର୍ବାଚନମଣ୍ଡଳୀରୁ ଚାରୋଟି ରେ ବିଜେଡି ବିଜୟୀ ହୋଇଥିଲା। ସଦର ବ୍ଲକରେ ବିଜେଡି ଅଧ୍ୟକ୍ଷ ବସିଥିବା ବେଳେ ଦେଓଗାଁରେ ବିଜେଡି ନେତା ଅଧ୍ୟକ୍ଷ ଆସନରେ ବସିଛନ୍ତି।ଯଦିଓ ଏହି ବ୍ଲକରେ ମିଶ୍ରିତ ସମୀକରଣ କରିଛୀ ତଥାପି ନରସିଂହଙ୍କ ପତିଆରାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସେହିପରି ଆଉ ଜଣେ ହେଭିୱେଟ ନେତା ହେଉଛନ୍ତି ବିଜେପିର କନକ ବର୍ଦ୍ଧନ ସିଂହଦେଓ। ପାଟଣାଗଡରୁ ଦୁଇ ଦଶନ୍ଧିରୁ ଅଧିକ ସମୟ ପ୍ରତିନିଧିତ୍ୱ କରିଥିବା ଶ୍ରୀ ସିଂହଦେଓ ଗତ ନିର୍ବାଚନରେ ପରାଜିତ ହୋଇଥିଲେ। ସେହି ଦିନ ଠାରୁ କ୍ଷମତା ଯେମିତି ତାଙ୍କ ପାଖ ମାଡୁନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ନିର୍ବାଚନମଣ୍ଡଳିର ତିନି ବ୍ଲକ ପାଟଣାଗଡ, ବେଲପଡା ଓ ଖପ୍ରାଖୋଳରୁ ମାତ୍ର ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। କିନ୍ତୁ ତିନି ରୁ ତିନି ବ୍ଲକ ବିଜେଡି ଦଖଳ କରିଥିଲା। ବର୍ତ୍ତମାନ ପୈାର ନିର୍ବାଚନରେ ମଧ୍ୟ ସମାନ ଅବସ୍ଥା ଲାଗିରହିଛି। ୧୫ ୱାର୍ଡରୁ ଗୋଟିଏ ବି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇନଥିବା ବେଳେ ଅଧ୍ୟକ୍ଷ ଆସନରେ ମଧ୍ୟ ବିଜେପି ପରାଜିତ ହୋଇଛି। ଅବଶ୍ୟ ତାଙ୍କ ସ୍ତ୍ରୀ ବିଜେପିରୁ ସାଂସଦ ରହିଛନ୍ତି ତଥାପି ତାଙ୍କର ମ୍ୟାଜିକ ମଧ୍ୟ କିଛି କାମ କରିନାହିଁ। ଫଳରେ ଜିଲ୍ଲାରେ ବିଜେପି ସଙ୍ଗଠନ ଧିରେ ଧିରେ ଅସ୍ଥୀତ୍ୱ ହରାଇବା ଦିଗରେ ଅଗ୍ରସର ହେଉଥିବା ଆଲୋଚନା ହେଉଛି।

ସେହିପରି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଟାଣୁଆ ବିଜେଡି ନେତା ହେଉଛନ୍ତି ଆୟୁବ ଖାନ। ଗତ ନିର୍ବାଚନରେ ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରିନଥିବା ବେଳେ ନିଜ ଅଞ୍ଚଳରେ ପତିଆରା ବଜାୟ ରଖିଥିଲେ ଆୟୁବ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରେ ଭଳ ପ୍ରଦର୍ଶନ କରିଥିଲା। ନିର୍ବାଚନ ପରିଚାଳନା ଦାୟିତ୍ୱରେ ଦୁଇ ବିଜେଡି ନେତା ରହିବା ସତ୍ୱେ ପଞ୍ଚାୟତ ଫଳାଫଳ ନିରାଶ କରିଥିଲା। ତିନି ବ୍ଲକରୁ ଦୁଇ ବ୍ଲକରେ କଂଗ୍ରେସ ଅଧ୍ୟକ୍ଷ ବସାଇଥିବା ବେଳେ ବିଜେଡି ବହୁ ଗଣିତ କରିବା ପରେ ଗୋଟିଏ ବ୍ଲକରେ ସୀମିତ ରହିଥିଲା। ବର୍ତ୍ତମାନ ଏନଏସି ନିର୍ବାଚନରେ ଏହି ଦୁଇ ବିଜେଡି ନେତା ଧରାଶାୟୀ ହୋଇଛନ୍ତି । ୧୬ ୱାର୍ଡରୁ ମାତ୍ର ପାଞ୍ଚ ଆସନରେ ବିଜେଡି କାଉନସିଲର ବିଜୟୀ ହୋଇଥିବା ଆୟୁବ ଖାନ ଓ ଅଜୟ ଦାସଙ୍କ ପତିଆରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକଦା ଟିଟିଲାଗଡରୁ ପ୍ରତିନିଧିତ୍ୱ କରି ମନ୍ତ୍ରୀ ପଦ ହାସଲ କରିଥିବା ସୁରେନ୍ଦ୍ର ସିଂ ଭୋଇଙ୍କ ପତିଆରା ଏବେ ବିପଦରେ ପଡିଛି। ସଇଁନ୍ତଲା ବ୍ଲକକୁ ଛାଡିଦେଲେ ସେ ଆଉ ଅନ୍ୟ ବ୍ଲକରେ ଦେଖିବାକୁ ମିଲୁନାହାନ୍ତି ।

ପରିଣାମ ସ୍ୱରୂପ ଟିଟିଲାଗଡ ବ୍ଲକ ଓ ପୈାରାଞ୍ଚଳରେ କଂଗ୍ରେସ ନିଜ ଅସ୍ଥୀତ୍ୱ ହରାଇଛି। ତାଙ୍କ ନିର୍ବାଚନମଣ୍ଡଳିରେ ଥିବା ତୁଷୁରାରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତି ନିରାଶ କରିଥିବା ବେଳେ ଆଗକୁ ତାଙ୍କ ଭବିଷ୍ୟତକୁ ନେଇ ସମୀକ୍ଷକ ମାନେ ପ୍ରଶ୍ନ ଉଠାଇଛନ୍ତି । ଏହି ନେତା ମାନଙ୍କ ପତିଆରା କିଛି ବର୍ଷ ପୂର୍ବରୁ କାହିଁରେ କେତେ ଥିଲା। କିନ୍ତୁ ଗତ କିଛି ନିର୍ବାଚନରେ ଏହି ନେତା ମାନଙ୍କ ପତିଆରା କ୍ଷୁର୍ଣ୍ଣ ହେବାରେ ଲାଗିଥିବା ବେଳେ ଏମାନଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି। ଗତ ପଞ୍ଚାୟତ ଓ ଚଳିତ ପୈାର ନିର୍ବାଚନ ଏହି ନେତା ମାନଙ୍କ ଧ୍ୱଂସାଭିମୁଖୀ ଅଭେଦ୍ୟ ଗଡର କାହାଣୀ କହୁଛି।

ବଲାଙ୍ଗିରରେ ବିଜେଡିର ଦମଦାର ପ୍ରଦର୍ଶନ : ବଲାଙ୍ଗିର, ପାଟଣାଗଡ, ତୁଷୁରାରେ ଶଙ୍ଖ, କଣ୍ଟାବାଞ୍ଜିରେ ହାତ, ଟିଟିଲାଗଡରେ ଫୁଟିଲା ପଦ୍ମ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ବିଜେଡି ଦମଦାର ପ୍ରଦର୍ଶନ । ଜିଲ୍ଲାରେ ଥିବା ଦୁଇ ପୈାରାଞ୍ଚଳରୁ ଗୋଟିଏ, ତିନି ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଦୁଇଟି ପରିଷଦର ଅଧ୍ୟକ୍ଷ ପଦବୀ ହାତେଇବାରେ ସଫଳ ହୋଇଛି ବିଜେଡି। ଅଧ୍ୟକ୍ଷ ପଦବୀ ଭଳି ଅଧିକ ସଂଖ୍ୟକ ବିଜେଡି କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସଦର ପୈାରାଞ୍ଚଳରେ ବିଜେଡି ପ୍ରାର୍ଥିନୀ ଲିକାସାହୁ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ତୁଷୁରା ଏନଏସିରେ ବିଜେଡି ପ୍ରାର୍ଥୀ ଅଜୟ ଜୟସ୍ୱାଲ, ପାଟଣାଗଡରେ ମାନସୀ ବିଶ୍ୱାଲ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଟିଟିଲାଗଡ ପୈାରାଞ୍ଚଳ ଅଧ୍ୟକ୍ଷା ଭାବେ ମମତା ଜୈନ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜିରେ ମରିୟମ ସିଂ ସାଲୁଜା ବିଜୟୀ ହୋଇଥିବା ଜଣାପଡିଛି ।

ବଲାଙ୍ଗିର ପୈାରପରିଷଦ ; କାମ କଲାନି ନରସିଂହଙ୍କ ବିକାଶ ବାର୍ତ୍ତା

ପଞ୍ଚାୟତରେ ପରେ ପୈାର ନିର୍ବାଚନରେ ବି ନରସିଂହ ମିଶ୍ରଙ୍କ ହାତ ଖାଲି । ପୈାରାଧ୍ୟକ୍ଷା ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ଦିନ ରାତି ଏକ କରିଦେଇଥିବା ବେଳେ ତାହାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଲିନାହିଁ। କଂଗ୍ରେସ ଦଳର ଅଧ୍ୟକ୍ଷା ପ୍ରାର୍ଥୀ ମିଲୋନୀ ସାହୁଙ୍କୁ ବହୁ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥିନୀ ଲିକା ସାହୁ ପରାଜିତ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପ୍ରାର୍ଥିନୀ ବହୁ ପଛରେ ପଡିଯାଇଥିଲେ। ସୂଚନା ଅନୁସାରେ ୨୧ ଟି ୱାର୍ଡ ବିଶିଷ୍ଟ ବଲାଙ୍ଗିର ପୈାରାଞ୍ଚଳ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ପୈାରାଞ୍ଚଳ । ଲଗାତାର ତିନି ଥର ବିଜେଡି ବଲାଙ୍ଗିର ପୈାରାଞ୍ଚଳ ଦଖଳ କରିଥିଲା। ଆଜିର ବିପୁଳ ବିଜୟ ପରେ ଚତୁର୍ଥ ଥର ପାଇଁ ବିଜେଡି ପୈାରା-୍ଚଳ ଦଖଳ କରିଛି । ସୂଚନା ଅନୁସାରେ ବଲାଙ୍ଗିର ପୈାରାଞ୍ଚଳ ପାଇଁ ବିଜେଡି ଲିକା ସାହୁଙ୍କୁ ପ୍ରାର୍ଥୀ କରିଥିଲା।

ଅନ୍ୟପକ୍ଷରେ କଂଗ୍ରେସ ଜିଲ୍ଲା ମହିଳା ସଭାପତି ମିଲୋନୀ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସବିତା ବାର୍ଲାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଅଧ୍ୟକ୍ଷା ଆସନ ପାଇଁ ତିନି ଦଳ ମଧ୍ୟରେ ମୁକାବିଳା ହୋଇଥିବା ବେଳେ ବହୁ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥିନୀ ଲିକା ସାହୁ ନିର୍ବାଚିତ ହୋଇଛନ୍ତି। ୨୧ ୱାର୍ଡରେ ଲିକା ସାହୁ ୨୬୦୯୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ମିଲୋନୀ ସାହୁ ୧୧୬୫୯ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପିର ସବିତା ବାର୍ଲା ୭୧୧୬ ଖଣ୍ଡ ଭୋଟ ପାଇଥିବା ବେଳେ ବହୁଜନ ସମାଜ ପାର୍ଟିର ବବି କୁମ୍ଭାର ୬୭୮, ସାମସନ ନିଶା ୧୭୪, ସୈାଦାମିନୀ କୁଶଳିଆ ୫୦୭ ଖଣ୍ଡ ଭୋଟ ପାଇଥିଲେ। ସେହିପରି କାଉନସିଲର ଭୋଟରେ ୨୧ଟି ୱାର୍ଡରୁ ବିଜେଡି ୧୬ଟି ୱାର୍ଡରେ ବାଜିମାତ କରିଥିବା ବେଳେ କଂଗ୍ରେସ ଚାରୋଟି ଓ ବିଜେପି ଗୋଟିଏ ୱାର୍ଡ ଦଖଳ କରିବାରେ ସଫଳ ହୋଇଛି।

ପାଟଣାଗଡ ଏନଏସି ; ଧରାଶାୟୀ କନକ, ବିଜେଡିର ସୁପର ସୋ

ବଲାଙ୍ଗିର ପୈାରାଞ୍ଚଳ ଭଳି ପାଟଣାଗଡରେ ମଧ୍ୟ ବିଜେଡିର ସୁପର ସୋ। ପାଟଣାଗଡ ଏନଏସି ପୂର୍ବରୁ ବିଜେପି ଦଖଳରେ ରହିଥିବା ବେଳେ ଏବେ ଏହା ବିଜେଡି ହାତକୁ ଆସିଛି । ନୂତନ ଏନଏସି ଅଧ୍ୟକ୍ଷ ଭାବେ ମାନସୀ ବିଶ୍ୱାଲ ନିର୍ବାଚିତ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ ଭଳି ପୈାର ନିର୍ବାଚନରେ ମଧ୍ୟ ସହରୀ ଭୋଟର ବିଜେଡି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିଜେପି ଦଳର ପ୍ରାର୍ଥୀ ମାନଙ୍କ ପାଇଁ ନିଜେ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗିତା କୁମାରୀ ସିଂହଦେଓ, ଝିଅ ନିବୃତ୍ତି କୁମାରୀ ସିଂହଦେଓ ପ୍ରଚାର ମଙ୍ଗ ଧରିଥିବା ବେଳେ ଗୋଟିଏ ମଧ୍ୟ ୱାର୍ଡରେ ବିଜେପି ପ୍ରାର୍ଥୀ ନଜିତିବା ଅଞ୍ଚଳରେ ବିଜେପି ସଙ୍ଗଠନର ଅସଲ ସତ୍ୟକୁ ପଦାରେ ପକାଇଛି। ୧୫ ୱାର୍ଡ ବିଶିଷ୍ଟ ଏହି ଏନଏସିର ଅଧ୍ୟକ୍ଷ ଆସନ ପାଇଁ ବିଜେଡି ଦଳରୁ ମାନସୀ ବିଶ୍ୱାଲ, କଂଗ୍ରେସ ଦଳରୁ ନିଳମଣୀ ଭୋଇ, ବିଜେପି ପକ୍ଷରୁ ବୁଡୁ ଶବର ପ୍ରାର୍ଥୀ ହୋଇଥିଲେ। ଅଧ୍ୟକ୍ଷ ଆସନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଲିଥିଲା।

ତେବେ ବିଭାଗୀୟ ସୂଚନା ଅନୁସାରେ ବିଜେଡି ପ୍ରାର୍ଥିନୀ ମାନସୀ ବିଶ୍ୱାଲ ୬୬୩୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ବୁଡୁ ଶବର ୩୫୭୧ ଖଣ୍ଡ ଭୋଟ ପାଇଥିଲେ। ବହୁ ଭୋଟ ବ୍ୟବଧାନରେ ମାନସୀ ବିଶ୍ୱାଲ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଏନଏସିର ୧୫ ଟି ୱାର୍ଡରୁ୧୪ ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ ସ୍ୱାଧିନ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି। ପାଟଣାଗଡକୁ ବିଜେପିର ଗଡ କୁହାଯାଉଥିବା ବେଳେ ପଞ୍ଚାୟତ ଓ ପୈାର ଫଳାଫଳ ପଦ୍ମଗଡ କୁ ଧ୍ୱଂସ କରିଦେଇଥିବା ସ୍ପଷ୍ଟ ହୋଇଛି।

ତୁଷୁରା ଏନଏସି ; ଉଡିଲା ବିଜେଡି ବାନା

ବଲାଙ୍ଗିର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟ ବାନା ଉଡାଇଛି ବିଜେଡି। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଜୟ ଜୟସୱାଲ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଏନଏସିରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଆଶଙ୍କା କରାଯାଇଥିଲା। ସୂଚନା ଅନୁସାରେ ଅଧ୍ୟକ୍ଷ ଆସନ ପାଇଁ ବିଜେଡି ଅଜୟ ଜୟସ୍ୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ରୁନୁଗୋପାଲ ସାହୁ ପ୍ରାର୍ଥୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଏହି ଏନଏସିରେ ବାଜିମାତ କରିବାର ଆଶା କରାଯାଉଥିବା ବେଳେ ଫଳାଫଳ କିନ୍ତୁ ସମସ୍ତଙ୍କୁ ଚକିତ କରିଥିଲା। ବିଜେଡି ପ୍ରାର୍ଥୀ ୩୬୫୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ସାହୁ ୨୮୨୫ ଖଣ୍ଡ ଭୋଟ ପାଇଥିଲେ।ଅନ୍ୟପକ୍ଷରେ କଂଗ୍ରେସ ମାତ୍ର ୧୫୭ ଖଣ୍ଡ ଭୋଟ ପାଇ ଅସ୍ଥୀତ୍ୱ ହରାଇଛି। ୧୧ ୱାର୍ଡ ବିଶିଷ୍ଟ ଏହି ଏନଏସିରେ ବିଜେଡି ର ୭ କାଉନସିଲର ବିଜୟୀ ହୋଇଥିବା ବେଳେ ବିଜେପିର ଚାରି କାଉନସିଲର ବିଜୟୀ ହୋଇଛନ୍ତି।

କଣ୍ଟାବାଞ୍ଜି ଏନଏସି ; ସମ୍ମାନ ରଖିଲେ ସାଲୁଜା

ବଲାଙ୍ଗିର ଜିଲ୍ଲାରେ ପ୍ରାୟ ସମସ୍ତ ପୈାରପରିଷଦ, ଏନଏସିରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବା ବେଳେ ପଞ୍ଚାୟତ ଭଳି ପୈାର ନିର୍ବାଚନରେ ମଧ୍ୟ ସମ୍ମାନ ବଞ୍ଚାଇବାରେ ସଫଳ ହୋଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ ବାଜିମାତ ଭିତରେ ଏକାକୀ ସାଲୁଜାଙ୍କ ନିର୍ବାଚନମଣ୍ଡଳୀରେ ତିନି ଜଣ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲା। ଏହି ଫଳାଫଳକୁ କଂଗ୍ରେସ କଣ୍ଟାବାଞ୍ଜିରେ ପୁଣି ଥରେ ଦୋହରାଇଛି। ଅଧ୍ୟକ୍ଷ ଆସନରେ ସନ୍ତୋଷ ସିଂ ସାଲୁଜାଙ୍କ ଭାଇ ବରିୟମ ସିଂ ସାଲୁଜା ବିଜୟୀ ହୋଇଛନ୍ତି। ଭାଇ ପାଇଁ ନିଜେ ବିଧାୟକ ନିର୍ବାଚନୀ ମଙ୍ଗ ଧରିଥିବା ବେଳେ ବିଜେଡି ନେତା ମାନେ ନିଜ ନିଜ ମଧ୍ୟରେ ଶୀତଳ ଯୁଦ୍ଧରେ ନିମଗ୍ନ ଥିଲେ।ଏହାର ଫାଇଦା ନେଇ ଅଧ୍ୟକ୍ଷ ଆସନ ହାତେଇବାରେ କଂଗ୍ରେସ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।

କଂଗ୍ରେସ ପ୍ରାର୍ଥୀ ବରିୟମ ସିଂ ସାଲୁଜା, ବିଜେଡିର ବିନୟ କୁମାର ବିଭାରଙ୍କୁ ପରାଜିତ କରିଛନ୍ତି । କେବଳ ଏତିନି ନୁହଁ ୧୬ ୱାର୍ଡ ବିଶିଷ୍ଟ ଏନଏସିରେ ଏକାକୀ କଂଗ୍ରେସର ୧୦ ଜଣ ପ୍ରାର୍ଥୀ କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ପାଞ୍ଚ ଓ ବିଜେପି ର ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଜିଲ୍ଲାରେ କଂଗ୍ରେସ ଦଳର ନିରାଶା ଭିତରେ ଏକାକୀ ସାଲୁଜା ଦଳର ସମ୍ମାନ ରଖିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି।

ଟିଟିଲାଗଡ ପୈାରପରିଷଦ ; ମନ୍ତ୍ରୀଙ୍କ ଗଡରେ ଫୁଟିଲା ପଦ୍ମ

ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପୈାରପରିଷଦ ହେଉଛି ଟିଟିଲାଗଡ ପୈାରପରିଷଦ । ଏହି ପୈାରପରିଷଦ ନିର୍ବାଚନୀ ମଙ୍ଗ ନିଜେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ଟୁକୁନୀ ସାହୁ ଧରିଥିଲେ। କିନ୍ତୁ ଅଧ୍ୟକ୍ଷ ଆସନ ହାତେବାରେ ବିଫଳ ହୋଇଛି ବିଜେଡି। ପୈାରଧ୍ୟକ୍ଷା ଆସନରେ ବିଜେପି ପ୍ରାର୍ଥିନୀ ମମତା ଜୈନ ବିଜେଡିର ପ୍ରାର୍ଥିଙ୍କୁ ହରାଇବାରେ ସଫଳ ହୋଇଛନ୍ତି। ସୂଚନା ଅନୁସାରେ ଅଧ୍ୟକ୍ଷା ଆସନ ପାଇଁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ମମତା ଜୈନ ୯୩୮୯ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୫୬୪୬ ଭୋଟ ପାଇଥିଲେ।

ସେହିଭଳି କଂଗ୍ରେସ ମାତ୍ର ୬୫୮ ଭୋଟ ପାଇଥିବା ବେଳେ ଚାରି ଅଙ୍କ ଛୁଇଁପାରିନଥିଲା। ଫଳରେ ବିଜେପିର ମମତା ଜୈନ ୩୭୪୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଏହି ପରାଜୟ ମନ୍ତ୍ରୀଙ୍କ ପତିଆରାରେ ଏକ ଶକ୍ତ ଧକ୍କା ହୋଇଥିବା ବେଳେ ସତର୍କ ଘଣ୍ଟି ମଧ୍ୟ ସାଜିଛି । ପଞ୍ଚାୟତ ନିର୍ବାଚନରେ ଯଦିଓ ଟିଟିଲାଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ଅଧିକ ଜିଲ୍ଲାପରିଷଦ ସିଟ ବିଜେଡି ହାସଲ କରିଥିଲା କିନ୍ତୁ ଅଧ୍ୟକ୍ଷ ନିର୍ବାଚନରେ ଦଳ ପଛରେ ପଡିଥିଲା। ତିନୋଟି ବ୍ଲକରୁ ମାତ୍ର ଗୋଟିଏ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।ପଞ୍ଚାୟତ ପରେ ଏବେ ପୈାର ନିର୍ବାଚନରେ ଅଧ୍ୟକ୍ଷ ପଦବୀ ହରାଇବା ଦଳ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଯେଉଁଠି ଦଳ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ବାଜିମାତ କରିବାରେ ସଫଳ ହୋଇଛି କିନ୍ତୁ ଟିଟିଲାଗଡରେ ପରାଜୟ ବରଣ କରିବାକୁ ପଡିଛି।

ବଲାଙ୍ଗିର ପୈାରପରିଷଦ : ୨୧ ରୁ ୧୬ ୱାର୍ଡରେ ବିଜେଡିର ବାଜିମାତ

ବଲାଙ୍ଗିର ପୈାରାଞ୍ଚଳରେ ବିଜେଡି ପଞ୍ଚାୟତ ନିର୍ବାଚନ ଭଳି ଏକ ବଡ ବ୍ୟବଧାନରେ ବାଜିମାତ କରିଛି। ଗୋଟିଏ ପଟେ କଂଗ୍ରେସ ବିଧାୟକଙ୍କ ବିକାଶ ମୂଳକ କାମକୁନ ଅସ୍ତ୍ର କରିଥିବା ବେଳେ ଅନ୍ୟପଟେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ସରକାରୀ ଯୋଜନାକୁ ଅସ୍ତ୍ର କରିଥିଲା। ଏହି ଲଢେଇ ଭିତରେ ମତଦାତା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ମୋହର ମାରିଛନ୍ତି। ପୈାରଧ୍ୟକ୍ଷା ଭଳି କାଉନସିଲର ଭୋଟରେ ବିଜେଡି ବାଜିମାତ କରିଛି।

ସୂଚନା ଅନୁସାରେ ୨୧ ଟି ୱାର୍ଡକୁ ଗଠିତ ହୋଇଥିବା ବଲାଙ୍ଗିର ପୈାରାଞ୍ଚଳରେ ୧୬ ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି । କଂଗ୍ରେସ କେବଳ ଚାରୋଟି ୱାର୍ଡରେ ସୀମିର ରହିଥିବା ବେଳେ ବିଜେପି ମାତ୍ର ଗୋଟିଏ ୱାର୍ଡ ଦଖଳ କରିଛି। ୱାର୍ଡ ନଂ ୧ରେ ସସ୍ମିତା ନନ୍ଦ (ବିଜେଡି), ୱାର୍ଡ ନଂ ୨ରେ ସରିତା ଦାସ (ବିଜେଡି), ୱାର୍ଡ ନଂ ୩ରେ ରଜନୀ ବନଛୋର(କଂଗ୍ରେସ), ୱାର୍ଡ ନଂ ୪ରେ ଅରବିନ୍ଦ ପରୁଆ(କଂଗ୍ରେସ), ୱାର୍ଡ ନଂ ୫ରେ ଲଲାଟେନ୍ଦୁ ପଟ୍ଟନାୟକ (ବିଜେଡି), ୱାର୍ଡ ନଂ ୬ରେ ପିଙ୍କି କବାଟ (ବିଜେଡି), ୱାର୍ଡ ନଂ ୭ରେ ଶମ୍ଭୁ ନାଗ (ବିଜେଡି), ୱାର୍ଡ ନଂ ୮ରେ ନନ୍ଦିନୀ ପୋଢ (ବିଜେଡି), ୱାର୍ଡ ନଂ ୯ରେ ପ୍ରେମଳତା ନାଏକ (ବିଜେଡି), ୱାର୍ଡ ନଂ ୧୦ରେ କିଶୋର କୁମ୍ଭାର (ବିଜେଡି), ୱାର୍ଡ ନଂ ୧୧ରେ ପ୍ରଦୀପ ମିଶ୍ର(କଂଗ୍ରେସ), ୱାର୍ଡ ନଂ ୧୨ରେ ଅଞ୍ଜଳି ସାହୁ(କଂଗ୍ରେସ), ୱାର୍ଡ ନଂ ୧୩ରେ ଇସମାତ ଆରା ଖାନ (ବିଜେଡି), ୱାର୍ଡ ନଂ ୧୪ରେ ସଞ୍ଜୁଳତା ଦନ୍ତା (ବିଜେଡି), ୱାର୍ଡ ନଂ ୧୫ରେ ମହେନ୍ଦ୍ର ବାଗ (ବିଜେଡି), ୱାର୍ଡ ନଂ ୧୬ରେ ସନ୍ତୋଷିନୀ କୁଅଁର (ବିଜେଡି), ୱାର୍ଡ ନଂ ୧୭ରେ ପ୍ରତିମା ଛତ୍ରିଆ (ବିଜେଡି), ୱାର୍ଡ ନଂ ୧୮ରେ ଗଙ୍ଗାଧର ଚାନ୍ଦ (ବିଜେଡି), ୱାର୍ଡ ନଂ ୧୯ରେ ହରିଶଙ୍କର ଛତ୍ରିଆ (ବିଜେଡି), ୱାର୍ଡ ନଂ ୨୦ରେ ଗାୟିତ୍ରୀ ଭୋଇ (ବିଜେଡି) ଓ ୱାର୍ଡ ନଂ ୨୧ରେ ଶତ୍ରୁଘ୍ନ ବାଗ (ବିଜେଡି)ବିଜୟୀ ହୋଇଛନ୍ତି ।