Electric Vehicle Charging Stations - The Sakala

ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଭୁବନେଶ୍ୱରରେ ସ୍ଥାପନ ହେଲା ୭ଟି ଇ-ଚାର୍ଜିଂ ପଏଣ୍ଟ
ଭୁବନେଶ୍ୱର: ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ଥାପନ ହେଲା ୭ଟି ଇ-ଚାର୍ଜିଂ ପଏଣ୍ଟ । ଆଗକୁ ଏହି ସଂଖ୍ୟା ୧୮କୁ ବୃଦ୍ଧି ପାଇବ । ଭୁବନେଶ୍ୱରକୁ ସବୁଜ ସହର ବା ପ୍ରଦୂଷଣ ମୁକ୍ତ ସହର ଭାବେ ଗଢି ତୋଳିବା ଲକ୍ଷ୍ୟରେ ସ୍ମାର୍ଟସିଟି ପକ୍ଷରୁ ନିଆଯାଉଛି ପଦକ୍ଷେପ । ସବୁଜ ସହର ଲକ୍ଷ୍ୟରେ ରହିଛି ସ୍ମାର୍ଟସିଟି ଭୁବନେଶ୍ୱର। ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇ-ଯାନକୁ ସରକାର ପ୍ରୋତ୍ସାହନ ଦେବା ସହ ଭିତ୍ତିଭୂମିର ବିକାଶକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରିଛନ୍ତି । ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବାକୁ ବିଦ୍ୟୁତ୍ ଓ ବ୍ୟାଟେରୀ ଚାଳିତ ଯାନବାହାନକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ।

ସ୍ମାର୍ଟସିଟି ଭୁବନେଶ୍ବରକୁ ସବୁଜ ସହରରେ ପରିଗଣିତ କରିବାକୁ ଯାଇ ଇ-ଯାନ ପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି। ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ ପାଇଁ ଅନୁମତି ମିଳିଛି । ପ୍ରଥମ ପର୍ଯ୍ଯାୟରେ ଟାଟା ପାଓ୍ବାର ଜରିଆରେ ୭ଟି ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯାଇଛି । ସହିଦନଗର ବହୁତଳ ପାର୍କିଂ ସ୍ଥଳ, ବିଏମ୍ସି ମଲ, ଡି.ଏନ୍ ରେଗାଲିଆ, ଏକ୍ସପ୍ଲାନେଡ, ସମ ଓ କିମ୍ସ ଆଦି ସ୍ଥାନରେ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯାଇଛି । ଉଭୟ ହେଭି ଓ ଲାଇଟ୍ ଯାନ ପାଇଁ ଏଠାରେ ୨୮ଟି ଚାର୍ଜିଂ ପଏଣ୍ଟ ରହିଥିବା ଜଣାପଡିଛି।

ଦେଶର ପ୍ରଥମ ତଥା ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ବ୍ୟାଟେରୀ ଯାନ କ୍ରୟ ଉପରେ ୫ହଜାରରୁ ୫୦ହଜାର ପର୍ଯ୍ଯନ୍ତ ରିହାତି ସୁବିଧା ରହିଛି । ବର୍ତ୍ତମାନ ଇ-ଯାନ ପାଇଁ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ତେବେ ଭିତ୍ତିଭୂମିର ବିକାଶ ସହିତ ଅଧିକ ସଂଖ୍ୟକ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଜରୁରୀ । ସେପଟେ ଅଧିକ ୧୧ଟି ଇ-ଚାର୍ଜିଂ ପଏଣ୍ଟ ପାଇଁ ଅନୁମତି ମିଳିଥିବା ବେଳେ ଆଗକୁ ସୋଲାର ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି। ଏନେଇ ବିଭିନ୍ନ କମ୍ପାନୀ ସହିତ ଆଲୋଚନା ସରିଥିବା କହିଛନ୍ତି ସ୍ମାର୍ଟସିଟି ମହାପ୍ରବନ୍ଧକ । ସେପଟେ ବିଭିନ୍ନ କାରଣରୁ ଇ-ଯାନ ପ୍ରତି ଲୋକଙ୍କର ଆଗ୍ରହ ବଢିଥିଲେ ହେଁ ଚାର୍ଜିଂ ସମସ୍ୟାକୁ ନେଇ ଚିନ୍ତାରେ ଥିଲେ। ବର୍ତ୍ତମାନ ଚାର୍ଜିଂ ପଏଣ୍ଟ ସ୍ଥାପନ ପରେ ଏହି ସମସ୍ୟାର ସମାଧାନ ହୋଇପାରିଛି ।