Electric Vehicle - The Sakala

ବାୟୁ ଓ ଶବ୍ଦ ପ୍ରଦୂଷଣକୁ ପ୍ରତିହତ କରିବା ଦିଗରେ ଇଲେକ୍ଟ୍ରି ଗାଡ଼ି(ଇଭି)ର ବଜାର ପ୍ରବେଶ ଆଣିଛି ଆଶ୍ବସ୍ତି
ଭୁବନେଶ୍ୱର(ଦେବାଶିଷ): ଆଜିର ଦିନରେ ‘ଜଳବାୟୁ ପରିବର୍ତ୍ତନ’ରେ ପରିଲକ୍ଷିତ ହେଉଥିବା ଅସଙ୍ଗତି ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ପରିବେଶରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରୁଥିବାବେଳେ ଏହାକୁ ପ୍ରତିହତ କରିବା ଦିଗରେ ଇଲେକ୍ଟ୍ରି ଗାଡ଼ି(ଇଭି)ର ବଜାର ପ୍ରବେଶ ଏକ ପ୍ରକାର ଆଶ୍ବସ୍ତି ଆଣିଦେଇଛି। ସାରା ବିଶ୍ବ ଇଭିକୁ ଆପଣାଉଥିବା ବେଳେ ଭାରତ ତଥା ଆମ ରାଜ୍ୟ ବି ପଛରେ ପଡ଼ିନି। ସାଧାରଣତଃ ରାସ୍ତାରେ ଗଲାବେଳେ ଏବେ ପ୍ରତି ୧୦ଟି ଯାନ ଭିତରେ ଗୋଟିଏ ଦୁଇଟି ଇଭି ନଜରକୁ ଆସୁଛି। ପ୍ରଥମେ ପ୍ରଥମେ କେବଳ ଦୁଇଚକିଆ ଦେଖିବାକୁ ମିଳୁଥିବାବେଳେ ଏବେ ତିନିଚକିଆ, ଚାରିଚକିଆ ସାଙ୍ଗକୁ ସାଧାରଣ ପରିବହନ ସେବା(ବସ୍‌)ରେ ମଧ୍ୟ ଇଭିକୁ ଦେଖିବାକୁ ମିଳୁଛି। ଯାହା ବିଶ୍ବରେ ଅଟୋ-ମୋବାଇଲ୍ସ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ଆଭାସ ମିଳୁଛି। ସାରା ବିଶ୍ବ ଏବେ ଅଧିକରୁ ଅଧିକ ଇଭିର ଉତ୍ପାଦନ ଓ ବ୍ୟବହାର ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଦେଶର ବଡ଼ ବଡ଼ ଅଟୋ-‌‌ମୋବାଇଲ୍ସ କମ୍ପାନିଗୁଡ଼ିକ ଇଭି ଗାଡ଼ି ଉତ୍ପାଦନ କ୍ଷେତ୍ର‌ରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଛନ୍ତି। ଭାରତବର୍ଷରେ ଏବେ ଇଭିର କ୍ରେଜ୍‌ ବଢ଼ୁଥିବାବେଳେ ଭୁବନେଶ୍ୱର ବି ପଛରେ ପଡ଼ିଯାଇନି। ଦୁଇଚକିଆ ସ୍କୁଟର୍‌ଠାରୁ ଆରମ୍ଭ କରି ୩ଚକିଆ ଇ-ରିକ୍ସା ଓ ସୌଖିନ କାର୍‌ ସାଙ୍ଗକୁ ସାଧାରଣ ପରିବହନରେ ବ୍ୟବହାର ହେଉଥିବା ଇଭି ବସ୍‌ ରାସ୍ତାକୁ ଆସିଲାଣି। ଏଥର ଇଭିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…

କବ୍‌ଜା କଲାଣି ସ୍କୁଟର୍‌ ବଜାର

ବର୍ତ୍ତମାନ ରାଜଧାନୀ ବଜାରରେ ଉପଲବ୍ଧ ହେଉଥିବା ଇଭି ଗାଡ଼ିଗୁଡ଼ିକର ମୂଲ୍ୟ ୫୨ହଜାରରୁ ଆରମ୍ଭ କରି ପାଖାପଖି ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଟିଭିଏସ୍‌ ଆଇକ୍ୟୁବ୍‌, ଓଲା, ଇ-ପ୍ଲୁଟୋ, ସୁପରଇକୋ, ବଜାଜ, ହିରୋ, ଓନ୍‌ଜୋ, ଡ୍ରିକ୍ସ, ଇଭି, ଏସ୍‌ଏଲ୍‌ଆର, ଡାଇନାମୋ, ୟୁନିନର୍‌, ମ୍ୟାକ୍ସ, ଡେଲ୍ଟି ଓ ଜେଲିଓ ଆଦି କମ୍ପାନିର ଦୁଇଚକିଆ ସ୍କୁଟର ସବୁ ରାଜଧାନୀ ବଜାରକୁ କବ୍‌ଜା କରି ରଖିଛନ୍ତି। ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଦୈନିକ ହାରାହାରି ଶହେଟି ପେଟ୍ରୋଲ୍‌ ସ୍କୁଟର ବିକ୍ରି ହେଉଥିଲେ, ୧୦ଟି ଇଭି ସ୍କୁଟର ବିକ୍ରି ହେବା ଆରମ୍ଭ ହେଲାଣି। ଅର୍ଥାତ୍‌ ଇଭିଗୁଡ଼ିକ ୧୦ପ୍ରତିଶତ ବଜାର ଚାହିଦା ଅକ୍ତିଆର କରିବାକୁ ସକ୍ଷମ ହେଲେଣି। ଏସବୁ ଗାଡ଼ିଗୁଡ଼ିକ ଭିତରେ ସବୁଠାରୁ ଓଲାର ବିଭିନ୍ନ ମଡେଲର ଗାଡ଼ି ଚାହିଦାରେ ଥିବାବେଳେ ଇ-ପ୍ଲୁଟୋ, ଆଥର୍‌, ସୁପର୍‌ ଇକୋ ଓ ବଜାଜ ଚେତକ ଗାଡ଼ିଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ଏସବୁ ଗାଡ଼ି ଗୁଡ଼ିକୁ ଥରେ ୭ରୁ ୮ଘଣ୍ଟା ଚାର୍ଜ କଲେ ପାଖାପାଖି ୨ଶହ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଉଥିବାରୁ ଲୋକମାନେ ସହର ଭିତରେ ଓ ବାହାରେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସହର ଭିତରେ ମାର୍କେଟିଂ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଇଭି ଗାଡ଼ି ବେଶ୍‌ ପ୍ରିୟ ହୋଇପାରିଛି। କାହିଁକି ନା ପେଟ୍ରୋଲ୍‌ ଚାଳିତ ଗାଡ଼ି ଭଳି ଖୁବ୍‌ ଦ୍ରୁତ ଗତିରେ ଏହା ଯାଇପାରୁଛି। ଗଳିକନ୍ଦି ସବୁ ଜାଗାରେ ପହଞ୍ଚିପାରୁଛି। ରାତିରେ ଥରେ ଚାର୍ଜରେ ବସାଇଦେଲେ ଦିନସାରା ଆଉ ଝିନଝଟ୍‌ ରହୁନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କ ପକେଟ୍‌କୁ ବେଶ ସୁହାଉଛି।

ଲାଇସେନ୍ସ, ହେଲ୍‌ମେଟ୍‌, ପଞ୍ଜୀକରଣର ଚିନ୍ତା ନାହିଁ

ବରିଷ୍ଠ ନାଗରିକ, ମହିଳା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତରେ ନୂଆ ମାଇଲଖୁଣ୍ଟ ଯୋଡ଼ିଛି ଇଭି। ୨୫୦ୱାଟ୍‌ର ବ୍ୟାଟେରୀରେ ଘଣ୍ଟା ପ୍ରତି ୩୦ କିମି ବେଗରେ ଦୌଡ଼ୁଥିବା ସ୍କୁଟରଗୁଡ଼ିକୁ ନେଇ ସେମାନେ ବଜାର, ଅଫିସ୍‌ ଓ ସ୍କୁଲ କଲେଜକୁ ସହଜରେ ଯାଇପାରୁଛନ୍ତି। ସବୁଠାରୁ ବଡ଼କଥା ହେଉଛି ଏଥିପାଇଁ ହେଲମେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜୀକରଣର ଆବଶ୍ୟକତା ପଡ଼ୁନି। ଫଳରେ ଥରେ ରାତିରେ ୬ରୁ ୮ଘଣ୍ଟା ଚାର୍ଜ କରିଦେଲେ, ଦିନରେ ଛୋଟ ବଡ଼ କାମ କରିବା ପାଇଁ ଏହା ବେଶ ସହାୟକ ହେଉଛି। ଓଲା ଓ ଏଥର୍‌କୁ ଛାଡ଼ିଦେଲେ ଓନଜ୍‌ ଓ ଲିଜିୟନ୍‌ ଭଳି ଅଧିକାଂଶ କମ୍ପାନୀର ଏହି ଛୋଟ ସେଗମେଣ୍ଟ୍‌ର ଗାଡ଼ି ବିକ୍ରି କରୁଛନ୍ତି। ଏହାର ବଜାର ମୂଲ୍ୟ ୫୯ହଜାରରୁ ୬୭ହଜାର ଟଙ୍କା ମଧ୍ୟରେ ରହିଥିବାବେଳେ କଟକ ରୋଡସ୍ଥିତ ଏକ ଇଭି ସୋ’ ରୁମ୍‌ର କର୍ମଚାରୀ ପ୍ରଭାସ ବେଉରିଆ କହିଛନ୍ତି, ଏବେ ତାଙ୍କ ସୋ’ରୁମ୍‌ରୁ ପ୍ରତି ମାସରେ ଏଭଳି ପ୍ରାୟ ୧୦୦ରୁ ୧୫୦ଟି ଗାଡ଼ି ବକ୍ରି ହେଉଛି।

ଇଭି ବାଇକ୍‌ ମୁହାଁ ଗ୍ରାହକ

ଅଧିକାଂଶ ଦୁଇଚକିଆ ଯାନ ବ୍ୟବହାରକାରୀ ବଜାରରେ ଇଭିର ମଟର୍‌ ସାଇକଲ ନ ଥିବାରୁ ମନ ଊଣା କରୁଥିଲେ। ଇଭି ପ୍ରତି ଇଚ୍ଛା ଥିଲେ ହେଁ ସ୍କୁଟର ପ୍ରତି ଅନାଗ୍ରହ ପ୍ରକାଶ କରୁଥିଲେ। ହେଲେ ହିରୋ ଇଲେକ୍ଟ୍ରି ଆଟ୍ରିଆ, ମୋଟୋଭୋଲ୍ଟ ଅର୍ବାନ ଇ-ବାଇକ, ଆମ୍ପେରିଆ ମାଗନସ୍‌ ଭଳି ବାଇକ୍‌ ମଧ୍ୟ ପ୍ରାୟ ସ୍କୁଟର ଭଳି ସମାନ ଦାମରେ ବଜାରରେ ଉପଲବ୍ଧ ହେଉଛି। ସମ୍ପୂର୍ଣ୍ଣ ବାଇକର ଗଢ଼ଣ ଥିବା ଏହି ଗାଡ଼ିଗୁଡ଼ିକରେ କିନ୍ତୁ ଗିୟର୍‌ ଓ କ୍ଲଜ୍‌ର ବ୍ୟବସ୍ଥା ନାହିଁ। ଏହାକୁ ସ୍କୁଟର ଚଲାଇବା ଭଳି କେବଳ ଏକ୍ସିଲେଟର୍‌ ମାଧ୍ୟମରେ ଚଲାଇବାକୁ ପଡ଼ୁଛି। ଖୁବ୍‌ଶୀଘ୍ର ଗିୟର୍‌ଥିବା ବାଇକ୍‌ ବଜାରକୁ ଆସିବାକୁ ଥିବା କହିଛନ୍ତି ହିରୋ ଇଲେକ୍ଟ୍ରିର କର୍ମଚାରୀ ନିଗମ ଜେନା। ତାଙ୍କ କହିବାନୁସାରେ, ଉଚ୍ଚା ଗାଡ଼ି ଚଳାଇବାରେ ଅଭ୍ୟସ୍ତ ଥିବା ବ୍ୟକ୍ତିମାନେ ବାଇକ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଗିୟର୍‌ ନଥିବାରୁ ଅଧିକାଂଶ ଗ୍ରାହକ ମୁହଁ ଫେରାଇ ନେଉଛନ୍ତି। ହେଲେ ଅଧିକାଂଶ ଗ୍ରାହକ ଏହି ବାଇକ୍‌କୁ ବି ନେଉଛନ୍ତି। ଏହାର ଏକ୍ସ‌ ସୋ’ ରୁମ୍‌ ଦାମ୍‌ ୮୦ହଜାରରୁ ଏକ ଲକ୍ଷ ଟଙ୍କା ଭିତରେ ରହୁଛି।

ବଢ଼ୁଛି ଇ-ରିକ୍ସାର ଚାହିଦା

ମହିନ୍ଦ୍ରା ଟ୍ରିଓ ଓ ବଜାଜ୍‌, ଓମେଗା ସିଟି ମୋବିଲିଟି ବାଣିଜ୍ୟିକ ପରିବହନକାରୀ କମ୍ପାନୀମାନେ ଇ-ରିକ୍ସା ଓ ଡାଲା ଅଟୋ ବଜାରକୁ ଛାଡ଼ିଛନ୍ତି। ଇ-ରିକ୍ସା ଗୁଡ଼ିକରେ ପାଖାପାଖି ୫ଜଣ ଲୋକ ଏକା ସାଙ୍ଗରେ ଯିବା ପାଇଁ ସୁବିଧା ଥିବାବେଳେ ଡାଲା ଗାଡ଼ି ଗୁଡ଼ିକରେ ମଧ୍ୟ ମାଲ୍‌ ପରିବହନ ସମ୍ଭବ ହୋଇପାରୁଛି। ପ୍ରଥମକରି ‘କ୍ରୁଟ୍‌’ ପକ୍ଷରୁ ଇ-ରିକ୍ସାଗୁଡ଼ିକରେ ମୋ ରାଇଡ୍‌ ସୁବିଧା ଉପଲବ୍ଧ କରାଯାଉଥିବାବେଳେ ଏବେ ସାଧାରଣ ପରିବହନ ସେବାରେ ମଧ୍ୟ ଏହି ରିକ୍ସା ସାମିଲ ହୋଇପାରିଛି। ସେହଭଳି କମ୍ପାନୀ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅଥବା ଭୁବନେଶ୍ବର ଭିତରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କୌଣସି ଜିନିଷ ସ୍ଥାନାନ୍ତର କରିବା ପାଇଁ ଏହି ଡାଲା ଅଟୋକୁ ବ୍ୟବହାର କରାଯାଉଛି। ପାଖାପାଖି ୩ଲକ୍ଷରୁ ସାଢ଼େ ୩ଲକ୍ଷ ଟଙ୍କା ଭିତରେ ଏହି ଗାଡ଼ିଗୁଡ଼ିକ ଆସୁଥିବାବେଳେ ଏଥିରେ ୩୫୦ରୁ ୪ଶହ କିଲୋର ଜିନିଷ ରପ୍ତାନି କରି ହେଉଛି। ତେଣୁ ଲୋକମାନଙ୍କ ଭିତରେ ଏହା ବିଶେଷ ଗ୍ରହଣୀୟତା ହାସଲ କରିପାରିନାହିଁ। ଇ-ରିକ୍ସା ଗୋଟେ ପ୍ରକାର ସଫଳ ହୋଇଥିବାବେଳେ ଡାଲା ଗାଡ଼ିର ବଜାର ଚାହିଦା ବଢ଼ିବାକୁ ଆଉ କିଛି ସମୟ ଲାଗିବ ବୋଲି ଜଣାପଡ଼ିଛି।

ସାଧାରଣ ପରିବହନରେ ଇ-ବସ୍‌

ରାଜଧାନୀ ରାଜରାସ୍ତାରେ ଚାଲୁଥିବା ମୋ’ ବସ୍‌ଗୁଡ଼ିକ ଭିତରେ ‘ଇଭି’ର ଶୀତତାପ ନିୟନ୍ତ୍ରିତ ବସ୍‌ଗୁଡ଼ିକୁ ଦେଖିବାକୁ ମିଳୁଛି। ଜୀବାଶ୍ମ ଇନ୍ଧନ ଚାଳିତ ବସ୍‌ ଭଳି ଏହା ମଧ୍ୟ ଲୋକମାନଙ୍କୁ ପରିବହନ ସେବା ଯୋଗାଇ ଦେଉଛି। ବର୍ତ୍ତମାନ୍‌ ‘କ୍ରୁଟ୍‌’ ପକ୍ଷରୁ ରାଜଧାନୀରେ ୫୦ଟି ଇ-ବସ୍‌ ଚାଲିଛି। ଏଥିରେ ୩୫ଜଣ ଲୋକ ସିଟ୍‌ରେ ବସି ଯିବାର କ୍ଷମତା ରଖୁଥିବାବେଳେ ୧୨ଜଣ ଛିଡ଼ା ହୋଇ ଯାଇ ପାରୁଛନ୍ତି। ବସ୍‌ ଗୁଡ଼ିକରେ ସବୁ ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ରହିଛି। ଚନ୍ଦ୍ରଶେଖରପୁରରେ ଥିବା ବସ୍‌ ଡିପୋରେ ଏହି ସବୁ ବସ୍‌ ଚାର୍ଜ ହେଉଥିବାବେଳେ ମାତ୍ର ଅଧ ଘଣ୍ଟାଏରେ ଗୋଟେ ବସ୍‌ ଫୁଲ ଚାର୍ଜ ହୋଇଯାଉଥିବା ଜଣାପଡ଼ିଛି। ସେହିଭଳି ଡିଜେଲ ଚାଳିତ ବସ୍‌ ଭଳି ମଧ୍ୟ ଏହି ବସ୍‌ ସମାନ ବେଗରେ ରାସ୍ତାରେ ଦୌଡ଼ିପାରୁଥିବା ବସ୍‌ ଡ୍ରାଇଭର୍‌ ନୀଳକଣ୍ଠ ସାହୁ କହିଛନ୍ତି।

କାର୍‌ ବଜାରରେ ଟିଆଗୋ, ଏମ୍‌ଜି କମେଟ୍‌

ଓଡ଼ିଶା କାର୍‌ ବଜାରରେ ଇଭି ପ୍ରବେଶ କରିସାରିଛି। ବିଶେଷକରି ଟାଟା କମ୍ପାନୀର ନେକ୍ସନ୍‌, ଟିଗର୍‌ ଓ ଟିଆଗୋ ଭଳି କାର୍‌ ବଜାରରେ ଦେଖିବାକୁ ମିଳୁଛି। ଏହି ଗାଡ଼ି ଗୁଡ଼ିକର ବଜାର ମୂଲ୍ୟ ୧୦ଲକ୍ଷରୁ ଆରମ୍ଭ ହୋଇ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ୨୫୦ କିମିରୁ ୩୮୭କିମି ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖୁଛି। ଏବେ ସାଧାରଣତ ଟାଟା ଟିଆଗୋ ଗାଡ଼ିକୁ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଚାକିରି କରିଥିବା ଲୋକମାନେ କିଣୁଛନ୍ତି। କାରଣ ଥରେ ଚାର୍ଜ କରିଦେଲେ ସେମାନଙ୍କର ଦୁଇରୁ ତିନି ଦିନ ଯିବା ଆସିବା ହୋଇଯାଇଥିବା ଟାଟା କମ୍ପାନୀର କର୍ମଚାରୀ କହିଛନ୍ତି। ଏହାସହ ଏମ୍‌ଜି କମେଟ୍‌ ଓ ହେକ୍ଟର ଭଳି ଇଲେକ୍ଟ୍ରି ଗାଡ଼ି ମଧ୍ୟ ବଜାରରେ ଦେଖିବାକୁ ମିଳୁଛି। ଏହାର ଅନ୍‌ ରୋଡ ପ୍ରାଇସ୍‌ ୮ଲକ୍ଷ ୪୦ହଜାରରୁ ଆରମ୍ଭ କରି ୨୦ଲକ୍ଷ ପର୍ଯ୍ୟନ୍ତ ରହିଛି। ଥରେ ଚାର୍ଜ କଲେ ୨୩୦ କିମିରୁ ୩୫୦ କିମି ଭିତରେ ଯାତ୍ରା କରିପାରୁଛି। ଚାରିଜଣ ବସିବାର କ୍ଷମତା ରଖୁଥିବା ଏହି ଗାଡ଼ିଗୁଡ଼ିକର ବ୍ୟାଟେରୀ କ୍ଷମତା ୧୭.୩ କିଲୋ ୱାଟ୍‌ରୁ ଆରମ୍ଭ ହୋଇ ୨୫କିଲୋ ୱାଟ୍‌ ପର୍ଯ୍ୟନ୍ତ ରହୁଛି।

ଦୁଇଚକିଆରେ ସରକାରୀ ରିଆତି ୨୦ହଜାର

ଇଭି ଗାଡ଼ିଗୁଡ଼ିକ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ପଞ୍ଜୀକରଣ ଓ ଟ୍ୟାକ୍ସ ମୁକ୍ତ। ଦୁଇଚକିଆ ଗାଡ଼ି ପାଇଁ କିଲୋ ୱାଟ୍‌ ପିଛା ୫ହଜାର ଟଙ୍କାର ରିଆତି ମିଳୁଥିବାବେଳେ ସର୍ବାଧିକ ଗୋଟିଏ ଗାଡ଼ିରେ ସର୍ବାଧିକ ୨୦ହଜାର ଟଙ୍କାର ସରକାରୀ ସହାୟତା ମିଳିପାରୁଛି। ସେହିଭଳି ତିନିଚକିଆ ଯାନ ପାଇଁ ୩୦ହଜାର ଟଙ୍କାର ରିଆତି ମିଳୁଥିବାବେଳେ ଚାରିଚକିଆ ଗାଡ଼ି ପାଇଁ କିଲୋ ୱାଟ୍‌ ପିଛା ୧୦ହଜାର ମିଳୁଛି। ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ରିଆତି ମିଳିପାରୁଛି। ଗାଡ଼ି କିଣିଲାବେଳେ ସୋ’ ରୁମ୍‌ରେ ସମସ୍ତ ଟଙ୍କା ପୈଠ କରି ଗ୍ରାହକ ଗାଡ଼ି କିଣିବେ। ତା’ ପରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ଏହି ଟଙ୍କାକୁ ୭ଦିନ ଭିତରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇପାରିବେ।

ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ଇଭି

ପେଟ୍ରୋଲ୍‌, ଡିଜେଲ ଭଳି ଜୀବାଶ୍ମ ଜାଳେଣିର ବ୍ୟବହାର ହେବା ଦ୍ବାରା ବାୟୁମଣ୍ଡଳକୁ ମାତ୍ରାଧିକ ଅଙ୍ଗାରକାମ୍ଲ ନିର୍ଗମନ ହେଉଛି। ଏହା ହିଁ ପରିବେଶ ଓ ପ୍ରାଣୀ ଜଗତ ପାଇଁ ନାନା ବିପଦକୁ ଡାକି ଆଣୁଛି। ଏଭଳି କ୍ଷେତ୍ରରେ ବିଦ୍ୟୁତ୍‌ ଚାଳିତ ଯାନର ବ୍ୟବହାର ବେଶ୍‌ ଉପାଦେୟ ସାବ୍ୟସ୍ତ ହୋଇପାରିବ। ସରକାର ଏହାକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଆବଶ୍ୟକ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ଯେଉଁ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ତା’ର ଉତ୍ସ ସୌରଶକ୍ତି କିମ୍ବା ଜଳବିଦ୍ୟୁତ୍‌ ଶକ୍ତି ହେଲେ ଭଲ। ନଚେତ୍‌ ତାପଜ ଶକ୍ତି (କୋଇଲା)ର ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରାଗଲେ, ଏହାର କିଛି ମୂଲ୍ୟ ରହିବ ନାହିଁ। ତେଣୁ ସରକାର ବ୍ୟାଟେରୀ ଚାଳିତ ଗାଡ଼ି ସହ ପ୍ରାକୃତିକ ଉତ୍ସର ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେବା ଉଚିତ।

– ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌

ଥରେ ଚାର୍ଜ କଲେ ଦୁଇଦିନ

ଇଭି ସ୍କୁଟରକୁ ଥରେ ଚାର୍ଜ କଲେ, ସାଧାରଣ ବୁଲାବୁଲି କରିବା ଓ ଅଫିସ୍‌ ଯିବା ଆସିବା କରିବା ପାଖାପାଖି ଦୁଇ ଦିନ ହୋଇଯାଉଛି। ଯେକୌଣସି ସ୍ଥାନରେ ବି ବେଶ ସହଜରେ ଚାର୍ଜ କରି ହେଉଛି। ତେଣୁ ପେଟ୍ରୋଲ୍‌ ତୁଳନାରେ ଏହା ପକେଟ୍‌କୁ ବେଶ ଭଲ ସୁହାଉଛି। ମୋର ଦୈନିକ ୪୦କିମି ଯାତାୟାତ ପାଇଁ ଏହି ଗାଡ଼ି ବେଶ ସହାୟ ହେଉଥିବାବେଳେ ପକେଟ୍‌କୁ ଆଦୌ ବାଧୁନି।

– ପ୍ରକାଶ ବିଶ୍ବାଳ, ଇଭି ବ୍ୟବହାରକାରୀ

ବ୍ୟବହାରକୁ ନେଇ ଯତ୍ନବାନ ହେବା ଜରୁରୀ

ଇଭି ଗାଡ଼ି ଜଳିଯିବା ନେଇ ଯେଉଁ ଗୁଜବ ସୃଷ୍ଟି ହେଉଛି, ତା’ ସମ୍ପୂର୍ଣ୍ଣ ଅମୂଳକ। ଆମେ ଯଦି ଗାଡ଼ିକୁ ନିୟମିତ ଚାର୍ଜ କରିବାରୁ ନିବୃତ୍ତ ରଖିବା, ଖରାରେ କମ୍‌ ସମୟ ବ୍ୟବହାର କରିବା ଓ ଚାର୍ଜ ସମ୍ପୂର୍ଣ୍ଣ ଶେଷ ହେବା ପରେ ପୁନଃ ଚାର୍ଜ କରିବା, ତେବେ ଗାଡ଼ି ଆଦୌ ଜଳିବନି। ପୂର୍ବରୁ କିଛି ବ୍ୟାଟେରୀ ଦୁର୍ବଳମାନର ଆସୁଥିଲା। ଯାହା ନିର୍ଦ୍ଧାରିତ ତାପମାତ୍ରାରୁ ଅଧିକ ହେଲେ ହିଟ୍ ହୋଇ ଜଳି ଯାଉଥିଲା। ଏବେ ତା’ ଉପରେ କମ୍ପାନୀ ଅନେକ ପରୀକ୍ଷା ନିରୀକ୍ଷା କରି ଭାରତୀୟ ଜଳବାୟକୁ ସୁହାଇଲା ଭଳି ବ୍ୟାଟେରୀ ପ୍ରସ୍ତୁତି କରୁଛି। ହେଲେ ଗ୍ରାହକମାନେ ମଧ୍ୟ ବ୍ୟବହାର କରିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ।

– ମାନସ ମଲ୍ଲିକ, ଡମଣାସ୍ଥିତ ଏକ ଇଭି ସୋ’ରୁମ୍‌ର ମେକାନିକ୍‌

ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ; ବିନା ସୁଧରେ ଅଗ୍ରୀମ ଋଣ ପ୍ରଦାନ କରିବେ ସରକାର
ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ । ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି।

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୧, ୨୦୨୫ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ଇଭି କ୍ରୟ ପାଇଁ ସୁଧ ବିହୀନ ଅଗ୍ରୀମ ପ୍ରଦାନ କରାଯିବ । ସରକାରୀ ବିଭାଗରେ କାର୍ଯ୍ୟରତ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି ବର୍ଗର ଅଧିକାରୀଙ୍କୁ ଇଭି କାର କ୍ରୟ ପାଇଁ ଗାଡ଼ି ମୂଲ୍ୟର ସର୍ବାଧିକ ୭୫% ଅବା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ବିହୀନ ଅଗ୍ରୀମ ପ୍ରଦାନ କରାଯାଇ ପାରିବ । ସେହିପରି ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି ବର୍ଗର କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବା ପାଇଁ ଅଗ୍ରୀମ ମିଳିବ । ଗାଡ଼ି ମୂଲ୍ୟର ୭୫% ଅବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ବିହୀନ ଅଗ୍ରୀମ ମିଳିବ । ସର୍ବାଧିକ କ୍ରମାଗତ ୧୦୦ଟି କିସ୍ତିରେ ଅଗ୍ରୀମ ଅର୍ଥ ଆଦାୟ କରାଯିବ । ସେହିପରି ଅବସରଗ୍ରହଣ କରିବାର ବର୍ଷକ ପୂର୍ବରୁ ସମସ୍ତ ଅର୍ଥ ଆଦାୟ କରାଯିବ । ଯଦି ଅବସର ପୂର୍ବରୁ ଚାକିରୀ ଛାଡ଼ି ଥିବେ ତା ହେଲେ ତାଙ୍କର ଅବସରକାଳୀନ ପ୍ରାପ୍ୟରୁ ଆଦାୟ କରାଯିବ । କର୍ମଚାରୀମାନେ ଚାହିଁଲେ ଏକ ସଙ୍ଗରେ ଅବା ଆଗୁଆ ଅର୍ଥ ଫେରସ୍ତ କରିପାରିବେ । ଅଗ୍ରୀମ ନେଇଥିବା କର୍ମଚାରୀ ତିନି ମାସ ଭିତରେ ଗାଡ଼ିର ପଞ୍ଜିକରଣ, ବୀମା ଓ ଡିଲର୍‌ ରସିଦ ଦାଖଲ କରିବା ଜରୁରୀ ହେବ ।

ସୂଚନାଯୋଗ୍ୟ ଯେ ଗତବର୍ଷ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଇଭି କ୍ରୟ ପାଇଁ ସୁଧ ବିହୀନ ଅଗ୍ରୀମ ଅବା ଋଣ ପ୍ରଦାନ ଆରମ୍ଭ କରିଥିଲେ । ତେବେ ଅନେକ ଅଧିକାରୀ ତଥା କର୍ମଚାରୀ ଇଭି କିଣିବା ପାଇଁ ଅର୍ଥ ନେଇ ଇନ୍ଧନ ଚାଳିତ ଗାଡ଼ି କିଣିଥିବା ଅଭିଯୋଗ ହୋଇଥିଲା । ସେହିପରି ଗାଡ଼ିର କାଗଜପତ୍ର ଦାଖଲ କରିବାରେ ମଧ୍ୟ ଅବହେଳା କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି ।

ଅନେକ ବିଭାଗ ନିଜ କର୍ମଚାରୀଙ୍କୁ ଇଭି କିଣିବା ପାଇଁ ଋଣ ପ୍ରଦାନ କରିବା ସମୟରେ ଉଦ୍ଦିଷ୍ଟ ନିୟମର ପାଳନ କରୁ ନାହାନ୍ତି । ରାଜ୍ୟ ଅର୍ଥ ବିଭାଗ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ନୂଆ ମାର୍ଗଦର୍ଶୀକା ଜାରି କରିଛି । ଆଜି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଯେଉଁମାନେ ଇଭି କିଣିବା ପାଇଁ ବିଭାଗରୁ ଅଗ୍ରୀମ ନେବେ ତାହାର ତିନି ମାସ ଭିତରେ ଗାଡ଼ିର କାଗଜପତ୍ର ବିଭାଗ ନିକଟରେ ଦାଖଲ କରିବେ । ସେହିପରି ଯେଉଁମାନେ ପୂର୍ବରୁ ଇଭି କିଣିବା ପାଇଁ ଅଗ୍ରୀମ ନେଇ ସାରିଛନ୍ତି ସେମାନେ ତୁରନ୍ତ କାଗଜପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କର୍ମଚାରୀ ଅଗ୍ରୀମ ନେଇ ଇଭି କିଣି ନାହାନ୍ତି ଏବଂ କାଗଜପତ୍ର ଦାଖଲ କରିବା ନାହାନ୍ତି ସେମାନଙ୍କ ବିରୋଧରେ ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସୁଧ ସହିତ ଅଗ୍ରୀମ ଅର୍ଥ ଆଦାୟ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବ୍ୟାଟେରୀରେ ବ୍ୟବହୃତ ଯନ୍ତ୍ରାଂଶର ମୂଲ୍ୟ ବୃଦ୍ଧି, ଆସନ୍ତାବର୍ଷରୁ ମହଙ୍ଗା ହେବ ଇଲେକ୍‌ଟ୍ରିକ୍‌ ଯାନ
ନୂଆଦିଲ୍ଲୀ: ପରିବେଶ ଅନୁକୂଳ ଯାନବାହାନ ଚଳାଚଳକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଦେଶରେ ବୈଦ୍ୟୁତିକ ବା ଇଲେକ୍‌ଟ୍ରିକ୍‌ ଯାନ(ଇଭି) ବ୍ୟବହାରକୁ ପ୍ରତ୍ସାହିତ କରୁଛନ୍ତି। ସମ୍ପ୍ରତି ଦେଶରେ ବିକ୍ରି ହେଉଥିବା ମୋଟ ଗାଡିର ୧.୭% ହେଉଛି ଇଲେକ୍‌ଟ୍ରିକ୍‌ ଯାନ। ୨୦୩୦ ସୁଦ୍ଧା ଦେଶର ଅଟୋ ଶିଳ୍ପରେ ଇଲେକ୍‌ଟ୍ରିକ୍‌ ଯାନର ଅଂଶ ୩୦%ରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଭଳି ସମୟରେ ଆଉ ଏକ ଖରାପ ଖବର ଆସିଛି ଯାହା ଅାଗାମୀ ଦିନରେ ଇଲେକ୍‌ଟ୍ରିକ୍‌ ଯାନ କିଣିବାକୁ ଚାହୁଁଥିବା ଲୋକଙ୍କ ହୋସ୍‌ ଉଡାଇଦେବ। ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ଇଲେକ୍‌ଟ୍ରିକ୍‌ ଯାନ ମୂଲ୍ୟ। ଇଲେକ୍‌ଟ୍ରିକ୍‌ ଗାଡ଼ିରେ ବ୍ୟବହାର କରାଯାଉଥିବା ବ୍ୟାଟେରୀ ମୂଲ୍ୟରେ ବୃଦ୍ଧି ଏହାର ମୁଖ୍ୟ କାରଣ। ସାରା ବିଶ୍ବରେ ବର୍ତ୍ତମାନ ଲିଥିୟମ୍‌ ଆୟନ୍‌ ବ୍ୟାଟେରୀ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବାରୁ ଦେଶରେ ଦେଶରେ ଇଲେକ୍‌ଟ୍ରିକ୍‌ ଯାନ ନିର୍ମାଣ ମହଙ୍ଗା ହେବାକୁ ଯାଉଛି। ଏପରିକି ଦେଶରେ ଏହି ଲିଥିୟମ୍‌ ଆୟନ୍‌ ବ୍ୟାଟେରୀ ମୂଲ୍ୟରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃହତ୍‌ ବୃଦ୍ଧି ଘଟିଛି। ଏହାର ପ୍ରଭାବରେ ଆଗାମୀ ଦିନରେ ଦେଶରେ ଇଲେକ୍‌ଟ୍ରିକ୍‌ ଯାନ ମହଙ୍ଗା ହେବ। ଦର ବୃଦ୍ଧି ପରେ ପୂର୍ବରୁ ୧୨,୯୦୦ ଟଙ୍କାର ବ୍ୟାଟେରୀର ମୂଲ୍ୟ ୧୮,୯୦୦ ଟଙ୍କା ହୋଇଯିବ।

ବ୍ଲମ୍‌ବର୍ଗ ରିପୋର୍ଟ ଅନୁଯାୟୀ, ବିଶ୍ବରେ ବର୍ତ୍ତମାନ ଲିଥିୟମ୍‌ ଆୟନ୍‌ ବ୍ୟାଟେରୀର ଚାହିଦା ୭% ବଢ଼ିଛି। ଚଳିତମାସ ପରେ ବ୍ୟାଟେରୀ ପରୀକ୍ଷା ପାଇଁ ଏଆଇଏସ୍‌ ୧୫୬ ଷ୍ଟାଣ୍ଡାର୍ଡ ବା ମାନକ ଲାଗୁ କରାଯିବ। ଏହାବ୍ୟତୀତ ବ୍ୟାଟେରୀରେ ବ୍ୟବହୃତ ବିଏମ୍ଏସ୍ ଏବଂ ଆଇସି ଭଳି କେତେକ ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଂଶ ଓ ସେଥିରେ ଲାଗୁଥିବା କିଛି ଖଣିଜ ପଦାର୍ଥର ମୂଲ୍ୟରେ ବର୍ତ୍ତମାନ ବୃଦ୍ଧି ଘଟିଛି। ଏହି କାରଣରୁ ଗତବର୍ଷ ଘରୋଇ ବଜାରରେ କିଲୋୱାଟ ପ୍ରତି ୧୧,୭୦୦ରୁ ୧୨,୯୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଟେରୀ ମୂଲ୍ୟ ଆସନ୍ତାବର୍ଷରୁ ୧୪,୮୦୦ ରୁ ୧୮,୯୦୦ ଟଙ୍କାକୁ ବୃଦ୍ଧି ଘଟିବ। ବ୍ୟାଟେରୀ ମୂଲ୍ୟ ବୃଦ୍ଧି ହେତୁ ଦେଶରେ ବୈଦ୍ୟୁତିକ ଯାନ ମୂଲ୍ୟ ୭.୧୦% ଯାଏ ବୃଦ୍ଧି ହୋଇପାରେ।

ଅଟୋମୋବାଇଲ୍ କ୍ଷେତ୍ରର ବିଶେଷଜ୍ଞ ସଞ୍ଜୀବ ଗର୍ଗ କହିଛନ୍ତି ଯେ ବ୍ୟୟବହୁଳ ବ୍ୟାଟେରୀ କାରଣରୁ ବୈଦ୍ୟୁତିକ ଯାନ ନିର୍ମାତା ବିଶେଷକରି ଦୁଇଚକିଆ କମ୍ପାନୀଗୁଡିକର ଉତ୍ପାଦନ ଖର୍ଚ୍ଚ ୧୫% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏଠାରେ ସୂଚନାଯୋଗ୍ୟ ଯେ, ଗୋଟିଏ ଇଭିରେ ବ୍ୟାଟେରୀ ମୂଲ୍ୟ ଏହାର ଗାଡ଼ି ମୂଲ୍ୟର 45-50 ପ୍ରତିଶତ। ଅବଶ୍ୟ, ଚାହିଦାରେ ହ୍ରାସ ହେତୁ ଇଭି ନିର୍ମାତା ଗ୍ରାହକଙ୍କ ଉପରେ ନିର୍ମାଣର ସମ୍ପୂର୍ଣ୍ଣ ଭାର ଛାଡିଦେବାକୁ ଚାହୁଁନାହାନ୍ତି। ତେବେ ଏହା ସତ୍ତ୍ବେ ବି ଇଭି ମୂଲ୍ୟରେ ୭ ରୁ ୧୦ ପ୍ରତିଶତ ବୃଦ୍ଧି କରିବାକୁ ଏବେ ନିର୍ମାତା ବାଧ୍ୟ। ଏହି କାରଣରୁ ଆସନ୍ତାବର୍ଷ ବଜାରରେ ଇଭି ମହଙ୍ଗା ହୋଇପାରେ।

ଇଭି ବାଦ୍‌ ଆସନ୍ତାବର୍ଷଠାରୁ ଦେଶରେ ପେଟ୍ରୋଲ-ଡିଜେଲ କାରର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏହାପୂର୍ବରୁ ମାରୁତି-ସୁଜୁକି, ଟାଟା ମୋଟର୍ସ, ଏମଜି ମୋଟର୍ସ, ରେନୋ, ମର୍ସିଡିଜ୍-ବେଞ୍ଜ୍ ଏବଂ ଅଡି ଭଳି କମ୍ପାନୀ ଜାନୁଆରୀରୁ ସେମାନଙ୍କର ସମସ୍ତ ମଡେଲର କାର ମୂଲ୍ୟ ୫-୧୫% ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଭୁବନେଶ୍ୱରରେ ସ୍ଥାପନ ହେଲା ୭ଟି ଇ-ଚାର୍ଜିଂ ପଏଣ୍ଟ
ଭୁବନେଶ୍ୱର: ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ସ୍ମାର୍ଟସିଟି ଭୁବନେଶ୍ୱରରେ ସ୍ଥାପନ ହେଲା ୭ଟି ଇ-ଚାର୍ଜିଂ ପଏଣ୍ଟ । ଆଗକୁ ଏହି ସଂଖ୍ୟା ୧୮କୁ ବୃଦ୍ଧି ପାଇବ । ଭୁବନେଶ୍ୱରକୁ ସବୁଜ ସହର ବା ପ୍ରଦୂଷଣ ମୁକ୍ତ ସହର ଭାବେ ଗଢି ତୋଳିବା ଲକ୍ଷ୍ୟରେ ସ୍ମାର୍ଟସିଟି ପକ୍ଷରୁ ନିଆଯାଉଛି ପଦକ୍ଷେପ । ସବୁଜ ସହର ଲକ୍ଷ୍ୟରେ ରହିଛି ସ୍ମାର୍ଟସିଟି ଭୁବନେଶ୍ୱର। ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇ-ଯାନକୁ ସରକାର ପ୍ରୋତ୍ସାହନ ଦେବା ସହ ଭିତ୍ତିଭୂମିର ବିକାଶକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରିଛନ୍ତି । ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବାକୁ ବିଦ୍ୟୁତ୍ ଓ ବ୍ୟାଟେରୀ ଚାଳିତ ଯାନବାହାନକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର ।

ସ୍ମାର୍ଟସିଟି ଭୁବନେଶ୍ବରକୁ ସବୁଜ ସହରରେ ପରିଗଣିତ କରିବାକୁ ଯାଇ ଇ-ଯାନ ପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି। ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ ପାଇଁ ଅନୁମତି ମିଳିଛି । ପ୍ରଥମ ପର୍ଯ୍ଯାୟରେ ଟାଟା ପାଓ୍ବାର ଜରିଆରେ ୭ଟି ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯାଇଛି । ସହିଦନଗର ବହୁତଳ ପାର୍କିଂ ସ୍ଥଳ, ବିଏମ୍ସି ମଲ, ଡି.ଏନ୍ ରେଗାଲିଆ, ଏକ୍ସପ୍ଲାନେଡ, ସମ ଓ କିମ୍ସ ଆଦି ସ୍ଥାନରେ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯାଇଛି । ଉଭୟ ହେଭି ଓ ଲାଇଟ୍ ଯାନ ପାଇଁ ଏଠାରେ ୨୮ଟି ଚାର୍ଜିଂ ପଏଣ୍ଟ ରହିଥିବା ଜଣାପଡିଛି।

ଦେଶର ପ୍ରଥମ ତଥା ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ବ୍ୟାଟେରୀ ଯାନ କ୍ରୟ ଉପରେ ୫ହଜାରରୁ ୫୦ହଜାର ପର୍ଯ୍ଯନ୍ତ ରିହାତି ସୁବିଧା ରହିଛି । ବର୍ତ୍ତମାନ ଇ-ଯାନ ପାଇଁ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ତେବେ ଭିତ୍ତିଭୂମିର ବିକାଶ ସହିତ ଅଧିକ ସଂଖ୍ୟକ ଇ-ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବା ଜରୁରୀ । ସେପଟେ ଅଧିକ ୧୧ଟି ଇ-ଚାର୍ଜିଂ ପଏଣ୍ଟ ପାଇଁ ଅନୁମତି ମିଳିଥିବା ବେଳେ ଆଗକୁ ସୋଲାର ବ୍ୟବସ୍ଥା ପାଇଁ ମଧ୍ୟ ଯୋଜନା ରହିଛି। ଏନେଇ ବିଭିନ୍ନ କମ୍ପାନୀ ସହିତ ଆଲୋଚନା ସରିଥିବା କହିଛନ୍ତି ସ୍ମାର୍ଟସିଟି ମହାପ୍ରବନ୍ଧକ । ସେପଟେ ବିଭିନ୍ନ କାରଣରୁ ଇ-ଯାନ ପ୍ରତି ଲୋକଙ୍କର ଆଗ୍ରହ ବଢିଥିଲେ ହେଁ ଚାର୍ଜିଂ ସମସ୍ୟାକୁ ନେଇ ଚିନ୍ତାରେ ଥିଲେ। ବର୍ତ୍ତମାନ ଚାର୍ଜିଂ ପଏଣ୍ଟ ସ୍ଥାପନ ପରେ ଏହି ସମସ୍ୟାର ସମାଧାନ ହୋଇପାରିଛି ।