Indian students - The Sakala

ଋଷିଆରେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ! ହଷ୍ଟେଲରେ ପଶି ଛୁରାମାଡ଼
ଋଷର ଏକ ମେଡିକାଲ ୟୁନିଭରସିଟିରେ ଛୁରୀମାଡ଼ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଆହତଙ୍କ ମଧ୍ୟରେ ଚାରିଜଣ ଭାରତୀୟ ଛାତ୍ର ମଧ୍ୟ ସାମିଲ ଅଛନ୍ତି। ମସ୍କୋ ସ୍ଥିତ ଭାରତୀୟ ଦୂତାବାସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଜଣେ କିଶୋର ଛୁରୀ ଧରି ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରମାନଙ୍କ ହଷ୍ଟେଲରେ ପ୍ରବେଶ କରିଥିଲା ଏବଂ ସେଠାରେ ରହୁଥିବା ଛାତ୍ରମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଏହି ଘଟଣାରେ ମଧ୍ୟସ୍ଥତା କରିବାକୁ ଯାଇ ଦୁଇଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ହଷ୍ଟେଲରେ ପଶି ଆକ୍ରମଣ

ରିପୋର୍ଟ ମୁତାବକ, ଏହି ଆକ୍ରମଣ ବାସ୍କୋର୍ଟୋସ୍ତାନର ରାଜଧାନୀ ଉଫା (Ufa) ସ୍ଥିତ ଷ୍ଟେଟ୍ ମେଡିକାଲ୍ ୟୁନିଭରସିଟିର ହଷ୍ଟେଲରେ ଘଟିଛି। ଋଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇରିନା ଭୋଲ୍କ ସୂଚନା ଦେଇଛନ୍ତି ଯେ ଆକ୍ରମଣ ପରେ ହଷ୍ଟେଲ ପରିସରରେ ଆତଙ୍କ ଖେଳିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆକ୍ରମଣ ପରେ ଚାରିଆଡେ ରକ୍ତର ଛିଟା ଦେଖିବାକୁ ମିଳିଥିଲା।

ସ୍ଥିତି ଉପରେ ନଜର ରଖିଛି ଦୂତାବାସ

ଅଧିକାରୀମାନେ ଜଣାଇଛନ୍ତି ଯେ ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ହେପାଜତକୁ ନେଇଛି। ତେବେ ପୀଡିତ ଏବଂ ଆକ୍ରମଣକାରୀଙ୍କ ଆଘାତ କେତେ ଗୁରୁତର ସେ ନେଇ ତୁରନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତଦନ୍ତ କମିଟି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଅନ୍ୟପକ୍ଷରେ, ମସ୍କୋ ସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ସେମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଋଷୀୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। କାଜାନରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀମାନେ ଆହତ ଛାତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ଉଫା ଅଭିମୁଖେ ଯାତ୍ରା କରିଛନ୍ତି।

ଆମେରିକା ସଂସଦରେ ଆସିଲା ନୂଆ ବିଲ୍ : ଅନ୍ଧାରରେ ଲକ୍ଷେ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଦ୍ବିତୀୟ ଇନିଂସ ଆରମ୍ଭ ହେବାପରେ ଆମେରିକାରେ ଭାରତୀୟଙ୍କୁ ନିସ୍ତାର ନାହିଁ। ଶପଥ ଗ୍ରହଣ କରିବା ପରେ ସେଠାରେ ରହୁଥିବା ବେଆଇନ ଶରଣାର୍ଥୀଙ୍କୁ ଆମେରିକା ସ୍ବତନ୍ତ୍ର ବିମାନରେ ହାତକଡ଼ି ପକାଇ ଭାରତକୁ ପଠାଇଦେଲା। ଏବେ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଚଡ଼କ ପଡ଼ିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗୁରୁବାର ଆମେରିକା ସଂସଦରେ ଏମିତି ଏକ ନୂଆ ବିଲ୍ ଆଗତ ହୋଇଛି ଯାହା ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର କରିଦେବ ବୋଲି କୁହାଯାଉଛି। ଏବେ ଟ୍ରମ୍ପ ପ୍ରଶାସନ ଏଆଇ ଜରିଆରେ ବିଦେଶୀ ଶିକ୍ଷାର୍ଥୀଙ୍କ ଉପରେ ନଜର ରଖିଥିବା ବେଳେ ଅନେକ ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ଅଭିଯୋଗରେ ବିଦା କରି ଦିଆଯାଉଛି।

ଆମେରିକାରେ ବିଜ୍ଞାନ, ଟେକ୍‌ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅପସନାଲ ପ୍ରାଟିକାଲ ଟ୍ରେନିଂ ପ୍ରେଗ୍ରାମ୍ ବା ଓପିଟି ଶେଷ କରିବାକୁ ସ୍ଥିର କରିଛି ଟ୍ରମ୍ପ ପ୍ରଶାସନ। ଗୁରୁବାର ଆମେରିକା ସଂସଦ ବା କଂଗ୍ରେସରେ ଏସଂପର୍କରେ ଏକ ବିଲ୍ ଆଗତ କରାଯାଇଛି। ଓପିଟି ଅନୁଯାୟୀ ଆମେରିକାରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସରିବା ପରେ ଏଫ-୧ ଭିସା ମିଳେ। ଏହି ଭିସା ମିଳିଲେ ସଂପୃକ୍ତ ଶିକ୍ଷାର୍ଥୀ ଆମେରିକାରେ ଅସ୍ଥାୟୀ ରୂପେ ରହି ଅଭିଜ୍ଞତା ପାଇଁ ଚାକିରି କରିପାରିବେ। ଡିଗ୍ରୀ ପାଠ୍ୟକ୍ରମ ଶେଷ ହେବାପରେ ଆମେରିକାରେ ତିନି ବର୍ଷ ରହି ଚାକିରି କରିବାର ସୁବିଧା ରହିଛି। ଗତକାଲି ସଂସଦରେ ଆଗତ ହୋଇଥିବା ବିଲ୍ ଗୃହୀତ ହେଲେ ବିଦେଶୀ ଛାତ୍ରଛାତ୍ରୀଙ୍କ ଠାରୁ ଏହି ସୁବିଧା କାଢ଼ି ନିଆଯିବ। ଏହାଦ୍ବାରା ଲକ୍ଷ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ। ଏଥିରେ ଲକ୍ଷାଧିକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି।

ଏକ ତଥ୍ୟ ଅନୁଯାୟୀ ଆମେରିକାରେ ଓପିଟି ଅନ୍ତର୍ଗତ ୩ ଲକ୍ଷରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ହେଉଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ତେବେ ଚାକିରି ପାଇଁ ଉଦ୍ଦିଷ୍ଟ ଏଚ୍-୧ବି ଭିସା ମିଳିଲେ ସେମାନେ ଆମେରିକାରେ ରହିପାରିବେ। କିନ୍ତୁ ଏହି ଭିସା ପାଇବା ଲାଗି ଏମିତି କଠୋର ସର୍ତ୍ତ ରଖାଯାଇଛି ଯେ ଏହା ମିଳିବା ଆଉ ସହଜ ନୁହେଁ। ପୁଣି ଏଭଳି ଛାତ୍ରଛାତ୍ରୀଙ୍କ ବିରୋଧରେ ସାମାନ୍ୟ ଅଭିଯୋଗ ଆସିଲେ ସେମାନଙ୍କୁ ବିଦା କରି ଦିଆଯାଉଛି। ତେଣୁ ସେମାନଙ୍କ ଭବିଷ୍ୟତରେ ଏକପ୍ରକାର ଅନ୍ଧାର ହୋଇପଡ଼ିଛି। ଷ୍ଟାନଫୋର୍ଡ, କଲମ୍ବିୟା, ଡ୍ୟୁକ୍‌ ଏବଂ କଲାଫର୍ଣ୍ଣି ଭଳି ଆମେରିକାର ସୁପ୍ରସିଦ୍ଧ ବିଶ୍ବବିଦ୍ୟାଳୟ ଏହି ପାଠ୍ୟକ୍ରମ ଜରିଆରେ ହଜାର ହଜାର ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥାଆନ୍ତି। ନୂଆ ଭିସା କଟକଣା ନେଇ ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।

ୟୁକ୍ରେନରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରତା
ନୂଆଦିଲ୍ଲୀ :  ୟୁକ୍ରେନର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏପରି ସଙ୍କଟ ସମୟରେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ୟୁକ୍ରେନ ପୁଲିସର ବର୍ବରତାର ମାମଲା ସାମ୍‌ନାକୁ ଆସିଛି। ରୋମାନିଆ ଏବଂ ପୋଲାଣ୍ଡ ସୀମାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିର୍ଧୁମ ମାଡ଼ ମରାଯାଇଛି। ବିରୋଧ କରିବାରୁ ଲାଠିରେ ପିଟାଯାଇଛି। ୟୁକ୍ରେନରେ ଫସିଥିବା ପଞ୍ଜାବର ଜଣେ ଛାତ୍ର ରୋମାନିଆ ସୀମାରେ ୟୁକ୍ରେନ ପୁଲିସର ବର୍ବରତାର ଭିଡିଓ ଏବଂ ଅଡିଓ ସେୟାର କରିଛନ୍ତି। ଏଥିରେ ପୁଲିସର ଆକ୍ରମଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ବ୍ୟାଗ ନେଇ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେମାନେ ଗୋଇଠାବିଧା ମାରୁଥିବା ଦେଖାଯାଉଛି। ପଞ୍ଜାବ କପୁରଥାଲାର ବାସିନ୍ଦା ଛାତ୍ରଜଣକ ସୁମି ଷ୍ଟେଟ ୟୁନିଭର୍ସିଟିରେ ପଢୁଥିଲେ। ୟୁକ୍ରେନ-ପୋଲାଣ୍ଡ ସୀମା ନିକଟରେ ଥିବା ସେହଆନି ସହରରେ ୟୁକ୍ରେନ ପୁଲିସ ଏବଂ ସେନା ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହା ସହିତ ସେମାନେ ଫାଙ୍କା ଗୁଳିଚାଳନା ମଧ୍ୟ କରିଛନ୍ତି। ପୁଲିସ ଛାତ୍ରଙ୍କ ବ୍ୟାଗ ତଲାସୀ ନେବା ସହିତ ଲୁହାଛଡ ଏବଂ ବନ୍ଧୁକରେ ସେମାନଙ୍କୁ ବାଡେଇ ଥିଲେ।