Finland - The Sakala
ବିଚିତ୍ର ସଉକ: ମ୍ୟାନେଜର ଚାକିରି ଛାଡ଼ି ମାଗଣାରେ ସଫା କରୁଛନ୍ତି ଅନ୍ୟର ଘର
ଆଜିକାଲି ଲୋକଙ୍କୁ ନିଜ ଘରଦ୍ବାର ସଫାସୁତୁରା ରଖିବା କଷ୍ଟକର ହୋଇ ପଡ଼ୁଥିବାବେଳେ ଜଣେ ମହିଳା କିନ୍ତୁ ବାହାର ଲୋକଙ୍କ ଘର ସଫା କରିବାକୁ ଆଗେଇ ଆସିଛନ୍ତି। ଫିନ୍‌ଲାଣ୍ଡର ଓରି କାଟରିନାଙ୍କର ସଉକ ହେଉଛି ଘର ସଫା କରିବା। ତାଙ୍କର ଏହି ସଉକ ଯୋଗୁଁ ଏବେ ସେ ଅନ୍ୟମାନଙ୍କ ଘରକୁ ପରିଷ୍କାର କରୁଛନ୍ତି। ବିଶେଷକଥା ହେଲା, ସେ ଏ କାମ ପାଇଁ କୌଣସି ପାରିଶ୍ରମିକ ନେଉ ନାହାନ୍ତି। ସେ ତାଙ୍କର ଏହି ବିଚିତ୍ର ସଉକ ଲାଗି ଚାକିରି ମଧ୍ୟ ଛାଡ଼ି ଦେଇଛନ୍ତି। ୨୯ ବର୍ଷୀୟା ଓରି ୨୦୨୧ ପର୍ଯ୍ୟନ୍ତ ଗୋଟିଏ କମ୍ପାନିରେ ସର୍ଭିସ୍‌ ମ୍ୟାନେଜର ଭାବେ କାମ କରୁଥିଲେ। ମାତ୍ର ଅନ୍ୟମାନଙ୍କ ଘରକୁ ସଫା କରିବା ପାଇଁ ସେ ଚାକିରି ଛାଡ଼ିବା ନିଷ୍ପତ୍ତି ନେଇଥିବା କଥା କୁହନ୍ତି। ଚାକିରି ଛାଡ଼ିବା ପରେ ସେ ବର୍ଷେ ହେଲାଣି ଦେଶ ଦେଶ ବୁଲି ଘର ସଫା କରୁଛନ୍ତି। ଏପରିକି ଏହି କାମ ପାଇଁ ସେ ଆମେରିକା ଓ ବ୍ରିଟେନ ଯାତ୍ରା ମଧ୍ୟ କରିସାରିଲେଣି। ଘର ଯେତେ ବି ଅପରିଷ୍କାର ହୋଇଥିଲେ, ସେ ସଫା କରିବାକୁ କୁଣ୍ଠା ପ୍ରକାଶ କରି ନ ଥାନ୍ତି। ଓରି କେବେ ଓ କାହା ଘର ସଫା କରିବେ ତାହା ସେ ସାମାଜିକ ଗଣମାଧ୍ୟମ ଜରିଆରେ ନିର୍ଦ୍ଧାରିତ କରନ୍ତି। ସେହିପରି ସେ ଟିକ୍‌ଟକ୍ ଭିଡିଓରେ ନିଜର ଘର ସଫା ଭିଡିଓ ସେୟାର୍ କରି ଏ ଦିଗରେ ଦୃଷ୍ଟି ଆକର୍ଷଣ କରିଥାନ୍ତି।
ୟୁକ୍ରେନ ପରେ ଫିନ୍‌ଲାଣ୍ଡ ଉପରେ ଆକ୍ରମଣ କରିବାକୁ ରୁଷିଆର ପ୍ରସ୍ତୁତି : ପୁଟିନ୍‌ଙ୍କ ଚେତାବନୀ ମହଙ୍ଗା ପଡ଼ିବ ନାଟୋରେ ସାମିଲ ନିଷ୍ପତ୍ତି
ନୂଆଦିଲ୍ଲୀ : ନାଟୋ ମେଣ୍ଟରେ ଫିନଲାଣ୍ଡ ସାମିଲ ହେବାକୁ ନେଇ ଏବେ ରୁଷିଆ ରାଷ୍ଟ୍ରପତି ପୁତିନ କ୍ଷୁବ୍ଧ ହୋଇଛନ୍ତି। ସବୁ ବେଳେ ନିରପେକ୍ଷତା ଅବଲମ୍ବନ କରିଆସିଥିବା ଫିନଲାଣ୍ଡ ଭଳି ରାଷ୍ଟ୍ର ନାଟୋରେ ସାମିଲ ହେବା ଏକ ମସ୍ତ ବଡ଼ ଭୁଲ ହେବ ବୋଲି ପୁତିନ କହିଛନ୍ତି। ଫିନଲାଣ୍ଡ ବିରୋଧରେ ରୁଷିଆ ପଦକ୍ଷେପ ନେବା ସ୍ବରୂପ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି। ଏହାବ୍ୟତୀତ ଆଣବିକ ଅସ୍ତ୍ର ପ୍ରଯୋଗ କରିବାକୁ ମଧ୍ୟ ପୁତିନ ଧମକ ଦେଇଛନ୍ତି। ଏହାସତ୍ତ୍ବେ ଫିନଲାଣ୍ଡ ନିଜ ନିଷ୍ପତ୍ତିରୁ ଓହରି ନାହିଁ। ବର୍ତ୍ତମାନ ନାଟୋରେ ସାମିଲ ହେବାକୁ ଆମର ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି ବୋଲି ଫିନଲାଣ୍ଡ ରାଷ୍ଟ୍ରପତି ରବିବାର ଘୋଷଣା କରିଛନ୍ତି। ରୁଷିଆକୁ ଲାଗି ଫିନଲାଣ୍ଡର ୧୩୦୦ କିମି ପରିମିତ ସୀମା ରହିଛି। ଏହାକୁ ନେଇ ରୁଷିଆ ଘୋର ଚିନ୍ତା ବ୍ୟକ୍ତ କରିଥିବା ବେଳେ କୌଣସି ମୁହୂର୍ତ୍ତରେ ଫିନଲାଣ୍ଡ ବିରୋଧରେ ଆକ୍ରମଣ କରିପାରେ ବୋଲି ଏହାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସଙ୍କେତ ଦିଆଯାଇଛି।
କେବଳ ଫିନଲାଣ୍ଡ ନୁହେଁ, ରୁଷିଆର ନିକଟବର୍ତ୍ତୀ ରାଷ୍ଟ୍ର ସ୍ବିଡେନ ମଧ୍ୟ ଏହି ଦୌଡ଼ରେ ସାମିଲ ହେବାକୁ ଘୋଷଣା କରିଛି। ରୁଷିଆର ଉତ୍ତର ପଶ୍ଚିମ ଭାଗକୁ ଲାଗି ରହିଥିବା ଏହି ଦୁଇ ନର୍ଡିକ ରାଷ୍ଟ୍ର ପୂର୍ବରୁ ସବୁବେଳେ ନିରପେକ୍ଷତା ଅବଲମ୍ବନ କରିଆସିଛନ୍ତି। କିନ୍ତୁ ୟୁକ୍ରେନ ଯୁଦ୍ଧ ସ୍ଥିତିରେ ପଶ୍ଚିମ ମେଣ୍ଟ ସହ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବାରୁ ରୁଷିଆର ଚିନ୍ତା ଦ୍ବିଗୁଣିତ ହୋଇଛି। ଏହି କାରଣକୁ ନେଇ ରୁଷିଆ ୟୁକ୍ରେନ ବିରୋଧରେ ଆରମ୍ଭ କରିଥିବା ଯୁଦ୍ଧ ଏବେ ତିନି ମାସରେ ପହଞ୍ଚିବାକୁ ଯାଉଛି। କିନ୍ତୁ ରୁଷିଆ ନିଜର ଲକ୍ଷ୍ୟ ହାସଲ ଦିଗରେ ଏବେ ସୁଦ୍ଧା ସଫଳ ହୋଇପାରି ନାହିଁ। ବରଂ ନିଜର ଶହ ଶହ ସୈନିକଙ୍କୁ ହାରାଇବା ସହିତ ବହୁ ଯୁଦ୍ଧାସ୍ତ୍ର ମଧ୍ୟ ହାରାଇଛି।
ସେପଟେ ଆମେରିକା ସମେତ ପଶ୍ଚିମ ରାଷ୍ଟ୍ରଙ୍କ ଆର୍ଥିକ କଟକଣାର ଶିକାର ହୋଇ ଦୀର୍ଘକାଳୀନ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେବାର ବିପଦ ବଢାଇଛି। ଏହା ମଧ୍ୟରେ ରାଷ୍ଟ୍ରପତି ପୁତିନଙ୍କ ସ୍ବାସ୍ଥାବସ୍ଥା ଅତି ଗୁରୁତର ହେବାରେ ଲାଗିଛି ବୋଲି ଖବର ଆସିଛି। ପୁତିନ ରକ୍ତ କର୍କଟରେ ପୀଡ଼ିତ ହୋଇ କିଛି ଦିନ ତଳେ ଅସ୍ତ୍ରୋପଚାର କରିଥିବା ବେଳେ ଏବେ ଅସୁସ୍ଥ ରହିଛନ୍ତି ବୋଲି ରୁଷିଆର ଏକ ପ୍ରତିଷ୍ଠିତ ବ୍ୟାବସାୟିକ ଗୋଷ୍ଠୀ ପ୍ରକାଶ କରିଛି। ଗତ ସପ୍ତାହରେ ରୁଷିଆର ବିଜୟ ଦିବସ ପାଳନ ବେଳେ ପୁତିନ ଜନସଭାକୁ ସମ୍ବୋଧିତ କରିଥିଲେ ହେଁ ତା ’ ପରେ ଆଉ ବାହାରକୁ ଆସିନାହାନ୍ତି ବୋଲି କୁହାଯାଇଛି। ପୁତିନଙ୍କ ସ୍ବାସ୍ଥାବସ୍ଥା ସହ ତାଙ୍କର ମାନସିକ ଅବସ୍ଥା ମଧ୍ୟ ଆହୁରି ଦୁର୍ବଳ ହେବାରେ ଲାଗିଛି ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।
ଏଭଳି ସ୍ଥିତିରେ ପୁତିନଙ୍କ ବିରୋଧରେ ରୁଷିଆରେ ବିଦ୍ରୋହ ଆରମ୍ଭ ହୋଇସାରିଛି ବୋଲି ୟୁକ୍ରେନର ଜଣେ ଜେନେରାଲ କହିଛନ୍ତି। ପୁତିନଙ୍କୁ ଗାଦିଚ୍ୟୁତ କରିବା ଲାଗି ବିଦ୍ରୋହ ଆରମ୍ଭ ହୋଇଯାଇଛି ଏବଂ ତାହାକୁ ଅଟକାଇବା ଅସମ୍ଭବ ବୋଲି ଗଣମାଧ୍ୟମକୁ ସାକ୍ଷାତକାର ‌ଦେଇ ମେଜର ଜେନେରାଲ କିରିଲୋ ବୁଦାନୋଭ୍‌ କହିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମଧ୍ୟଭାଗ ବେଳକୁ ଯୁଦ୍ଧ ଭିନ୍ନ ମୋଡ଼ ନେବ ଏବଂ ଏହି ବର୍ଷ ଶେଷ ଆଡକୁ ଯୁଦ୍ଧର ଅବସାନ ଘଟିବ। ଯଦି ଯୁଦ୍ଧରେ ରୁଷ ପରାସ୍ତ ହୁଏ ତେବେ ପୁତିନଙ୍କୁ ବହିଷ୍କାର କରାଯିବା ସହିତ ରୁଷୀୟ ସଂଘ ନେତୃତ୍ବର ପରିବର୍ତ୍ତନ ଘଟିବ ବୋଲି ସେ କହିଛନ୍ତି। ଏ ପ୍ରକ୍ରିୟା ଆରମ୍ଭ ହୋଇ ସେ ଦିଗରେ ଗତି କରୁଛି।
ମସ୍କୋ: ୟୁକ୍ରେନ ପରେ ଏବେ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ଧମକ ଦେଇଚି ଋଷ। ନାଟୋରେ ସାମିଲ ହେବାକୁ ନେଇ ଏହି ଧମକ ଦିଆଯାଇଛି। ଏହା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଖୋଲା ନୀତିକୁ ଜୋର ଦେବାପାଇଁ ନାଟୋ ନିକଟରେ ଦାବି କରିଛନ୍ତି। ଫିନଲ୍ୟାଣ୍ଡ ଏବଂ ସ୍ବିଡେନଙ୍କୁ ଧମକ ଦେଇ ଋଷ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି ଯେ ଅନ୍ୟ ରାଷ୍ଟ୍ରଗୁଡିକୁ ବିପଦରେ ପକାଇ ନିଜ ସୁରକ୍ଷା କରିବା ଅନୁଚତି। ନାଟୋରେ ସାମିଲ ହେଲେ ଏହି ଦୁଇ ରାଷ୍ଟ୍ରର ତାହାର ପରିଣତି ଭୋଗିବେ। ଏହା ବ୍ୟତୀତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କୂଟନୈତିକସ୍ତରରେ କଟକଣାକୁ ସାମ୍‌ନା କରିବାକୁ ପଡିପାରେ।
ରାଜନୈତିକ ଏବଂ ସାମିରକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନିଜ ସଦସ୍ୟ ରାଷ୍ଟ୍ରଙ୍କୁ ସୁରକ୍ଷା ଯୋଗାଇଦେବା ନାଟୋର ଉଦ୍ଦେଶ୍ୟ। ଯଦି ଜାତୀୟ ସୁରକ୍ଷା ପ୍ରତି ବିପଦ ଦେଖାଦିଏ ତେବେ ଫିନଲ୍ୟାଣ୍ଡ ନାଟୋର ସଦସ୍ୟତା ଗ୍ରହଣ କରିବ ବୋଲି ସଂସଦରେ ପ୍ରଧାନମନ୍ତ୍ରୀ ସାନା ମାରିନ କହିଥିଲେ। ସାନାଙ୍କ ଏହି ମନ୍ତବ୍ୟପରେ ଋଷ ଫିନଲ୍ୟାଣ୍ଡକୁ ଧମକ ଦେଇଛି। ସୂଚନାଯୋଗ୍ୟ ଯେ ରୁଷର ବ୍ୟବସାୟିକ ରାଜଧାନୀ ଏବଂ ଅରବପତିଙ୍କ ସହର ସେଣ୍ଟ ପିଟର୍ସବର୍ଗକୁ ଫିନଲ୍ୟାଣ୍ଡ ସୀମା ଲାଗିରହିଛି। ଫିନଲ୍ୟାଣ୍ଡ ନାଟୋର ସଦସ୍ୟ ହେଲେ ଋଷର ଉତ୍ତର ମୋର୍ଚ୍ଚାରେ ନାଟୋ ପହଞ୍ଚିଯିବ। ଏହାକୁ ନେଇ ଭବିଷ୍ୟତରେ ଉତ୍ତେଜନା ବୃଦ୍ଧି ପାଇପାରେ। ଏହାକୁ ନେଇ ଋଷ କେବଳ ଫିନଲ୍ୟାଣ୍ଡକୁ ନେଇ ସ୍ବିଡେନଙ୍କୁ ମଧ୍ୟ ସେନା କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି।
ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଋଷ ଏ ପର୍ଯ୍ୟନ୍ତ ଦେଶ ବିରୋଧରେ କୌଣସି ପ୍ରକାରର କୂଟନୈତିକ ଏବଂ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। କିନ୍ତୁ ୟୁକ୍ରେନ ଆକ୍ରମଣ ପରେ ନାଟୋର ସଦସ୍ୟତା ଲାଗି ଫିନଲ୍ୟାଣ୍ଡ ବିଚାର କରିପାରେ। ସେହିପରି ସ୍ବିଡେନ ପ୍ରଧାନମନ୍ତ୍ରୀ ମ୍ୟାଗଡେଲେନା ଆଣ୍ଡରସନ କହିଛନ୍ତି ଯେ ଋଷ କାର୍ଯ୍ୟକଳାପ ୟୁରୋପର ସୁରକ୍ଷା ବ୍ୟବସ୍ଥା ଉପରେ ଆକ୍ରମଣ ସଦୃଶ। ୟୁକ୍ରେନ ସ୍ଥିତି ପାଇଁ ରୁଷ ଦାୟୀ। ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନରେ ଋଷର ଅନୁପ୍ରବେଶକୁ ଫିନଲ୍ୟାଣ୍ଡ ଏବଂ ସ୍ବେଡନ ତୀବ୍ର ବିରୋଧ କରିଛନ୍ତି। ଏହା ସହିତ ସେନା, ଟେକ୍ନୋଲୋଜି ଏବଂ ମାନବୀୟ ସହାୟତା ପ୍ରଦାନ କରିବାକୁ କହିଛନ୍ତି। ଋଷ ଧମକ ପରେ ଆମେରିକା ରାଷ୍ଟ୍ରପତି ନାଟୋର ମୁକ୍ତନୀତିକୁ ଜୋର ଦେଇଛନ୍ତି। ଋଷ ରାଷ୍ଟ୍ରପତି ନିଜ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ସେ କହିଛନ୍ତି। ନାଟୋ ସବୁବେଳେ ସଂଗଠିତ ଏବଂ ଦୃଢ ରହିଛି। ନାଟୋରେ ସାମିଲ ହେବାକୁ ଚାହୁଁଥିବା ଏବଂ ସମାନ ମୂଲ୍ୟବୋଧ ରଖିଥିବା ୟୁରୋପୀୟ ଦେଶଗୁଡିକ ପାଇଁ ନାଟୋର ଦ୍ବାର ସବୁବେଳେ ଖୋଲା ରହିଛି।