Father of All Bombs - The Sakala
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ଉଭୟଙ୍କ ମଧ୍ୟରେ ସଂଘର୍ଷ ଆଜି ତୃତୀୟ ଦିନରେ ପହଞ୍ଚି। ଆକ୍ରମଣକାରୀ ରୁଷ ସମସ୍ତ ଶକ୍ତି ଖଟାଇ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ଦଖଲ କରିବା ସ୍ଥିତିରେ ପହଞ୍ଚି ଗଲାଣି। ସେପଟେ ରୁଷର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ୱେ ୟୁକ୍ରେନ୍‌ ରାଷ୍ଟ୍ରପତି ବିଚଳିତ ନୁହନ୍ତି । ଯୁଦ୍ଧରେ ଭୀଷଣ ଧ୍ୱଂସ-ବିଧ୍ୱଂଶ ସତ୍ତ୍ୱେ ଆକ୍ରମଣକାରୀ ଶତ୍ରୁ ରାଷ୍ଟ୍ରକୁ ଜବାବ ଦେବା ପାଇଁ ସାହାସ ଜୁଟାଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି । ତେବେ ବର୍ତ୍ତମାନ ମଧ୍ୟ ଆଶଙ୍କା ରହିଛି ଯେ ଯଦି ୟୁକ୍ରେନ ଯୁଦ୍ଧରେ ଅସ୍ତ୍ର ତ୍ୟାଗ ନକରେ ତେବେ ଋଷ ବିଶ୍ୱର ସବୁଠାରୁ ମାରାତ୍ମକ ଅଣ-ଆଣବିକ ଅସ୍ତ୍ର ଫାଦର ଅଫ୍ ଅଲ ବମ୍ (ସବୁ ବୋମାର ବାପା) ବ୍ୟବହାର କରିବ ବୋଲି ଆଶଂକା ପ୍ରକାଶ ପାଇଛି। ଏହା ଏକ ଅଣ ପରମାଣୁ ବୋମା ହୋଇଥିଲେ ବି ଏହାର ବିସ୍ଫୋରଣ କ୍ଷମତା ସର୍ବାଧିକ ବୋଲି କୁହାଯାଇଛି । ବ୍ରିଟିସ ଗଣମାଧ୍ୟମର ସୂଚନା ମୁତାବକ ୟୁକ୍ରେନ ଉପରେ ଏହି ବୋମା ପକାଇବାକୁ ପୁଟିନ ଋଷ ସେନାକୁ ଅନୁମତି ଦେଇସାରିଛନ୍ତି।
କେତେ ଶକ୍ତିଶାଳୀ ଏହି ଫାଦର ଅଫ୍ ଅଲ ବମ୍?
ଋଷ ପାଖରେ ଥିବା ଏହି ବୋମା ଏକ ଥର୍ମୋବୋରିକ ବୋମା ଅଟେ ।ଏହାକୁ ବର୍ଦ୍ଧିତ ଶକ୍ତିର ଆଭିଏସନ୍ ଥର୍ମୋବାରିକ୍ ବମ୍ କୁହାଯାଏ । ୨୦୦୭ରେ ଋଷ ଏହାକୁ ବିକଶିତ କରିଥିଲା ​​। ଏହାକୁ ବିଶ୍ୱର ସବୁଠାରୁ ମାରାତ୍ମକ ଅଣ-ପରମାଣୁ ଅସ୍ତ୍ର କୁହାଯାଏ । ଫାଦର ଅଫ୍ ଅଲ ବମର ଓଜନ ୭୧୦୦ କିଲୋଗ୍ରାମ ଏବଂ ଏହା ଗୋଟିଏ ଥରରେ ପ୍ରାୟ ୪୪ ଟନ୍ TNT ର ଶକ୍ତି ବିସ୍ଫୋରଣ କରିପାରେ । ଏହା ଅଣ ପରମାଣୁ ବୋମା ହୋଇଥିଲେ ବି ଏହା ୩୦୦ ମିଟର ପରିଧି ଅଞ୍ଚଳକୁ ପୋଡି ଦେଇାଦେବା ସହ ଅନେକ କ୍ଷତି କରିପାରେ। ଏହା ପରୀକ୍ଷଣ ପରେ ଜଣାପଡିଥିଲା କି ଆମେରିକାର ମଦର ଅଫ୍‌ ଅଲ ବମ୍‌ ଠାରୁ ଏହି ବୋମା ଅନେକ ଗୁଣରେ ଶକ୍ତିଶାଳୀ ।
ଏହା କିପରି କାମ କରେ?
ଫାଦର ଅଫ୍ ଅଲ ବମ୍ ଥର୍ମୋବାରିକ୍ ଅସ୍ତ୍ର । ଏହାକୁ ଭାକ୍ୟୁମ୍ ବୋମା ମଧ୍ୟ କୁହାଯାଏ । ଏହାର ସବୁଠୁ ବଡ ବୌଶିଷ୍ଟ୍ୟ ହେଉଛି ଏହା ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରେ ଏବଂ ନିଜକୁ ଅଧିକ ଶକ୍ତିଶାଳୀ କରେ ଏବଂ ଭୂମି ଉପରେ ବିସ୍ଫୋରଣ କରେ । ଏହି ବିସ୍ଫୋରଣ ସାଧାରଣ (ନିମ୍ନ ଶକ୍ତି) ପରମାଣୁ ବୋମା ପରି ଉତ୍ତାପ ସୃଷ୍ଟି କରେ । ଏହା ସହିତ, ବିସ୍ଫୋରଣ ଏକ ଅଲଟ୍ରାସୋନିକ ୱେଭ୍‌ ମଧ୍ୟ ନିର୍ଗତ କରେ ଯାହା ଅଧିକ ବିନାଶ ଆଣିଥାଏ । ଏହି ଅସ୍ତ୍ରଟି ଅନ୍ୟ ପାରମ୍ପାରିକ ଅସ୍ତ୍ର ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ |
ଆମେରିକା ନିକଟରେ  ମଦର ଅଫ୍ ଅଲ୍ ବମ୍ ଅଛି
ଆମେରିକାର ମଦର ଅଫ୍ ଅଲ୍ ବମ୍ ବିରୁଦ୍ଧରେ ଋଷ ଫାଦର ଅଫ୍ ଅଲ ବମ ପରୀକ୍ଷଣ କରିଥିଲା। ମଦର ଅଫ୍ ଅଲ୍ ବମ୍ ର ଅଫିସିଆଲ୍ ନାମ ହେଉଛି GBU-43/B। ଶକ୍ତି ଦୃଷ୍ଟିରୁ ଏହି ବୋମା ଋଷର ବୋମାଠାରୁ ବହୁ ପଛରେ ଅଛି। ଏହାର ଓଜନ ପ୍ରାୟ ୧୦,୦୦୦ କିଲୋଗ୍ରାମ ଏବଂ ଏହା ଗୋଟିଏ ଥରରେ ପ୍ରାୟ ୧୧ ଟନ୍‌ TNT ପାଖାପାଖି ଶକ୍ତି ସହିତ ବିସ୍ଫୋରଣ କରିପାରେ । ଏହାର ବିସ୍ଫୋରଣରେ ୧୫୦ ରୁ ୩୦୦ ମିଟର ଅଞ୍ଚଳରେ ବିନାଶ ଆଣିବାର ଶକ୍ତି ଅଛି । ୨୦୦୩ରେ ଫ୍ଲୋରିଡା ଠାରେ ଆମେରିକା ଏହି ବୋମା ପରୀକ୍ଷା କରିଥିଲା ​​।
ଏହା କେବେ ବ୍ୟବହୃତ ହେଲା?
୨୦୧୭ ମସିହାରେ, ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଆମେରିକା ସେନା ଆଫଗାନିସ୍ତାନରେ ମଦର ଅଫ୍ ଅଲ ବମ୍ ବ୍ୟବହାର କରିଥିଲା । ଅନ୍ୟପଟେ ଅନେକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ୨୦୧୭ ମସିହାରେ ନିଜେ ଋଷ ମଧ୍ୟ ସିରିଆରେ ଥର୍ମୋବାରିକ୍ ଅସ୍ତ୍ର ଫାଦର ଅଫ୍ ଅଲ ବମ୍ ବ୍ୟବହାର କରିଥିଲା।
ରୁଷ ଶୀଘ୍ର ୟୁକ୍ରେନରେ ବ୍ୟବହାର କରିପାରେ
ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଏବଂ ବୈଦେଶିକ ପ୍ରତିରକ୍ଷା ଏଜେନ୍ସି  ପକ୍ଷରୁ ଏହା କୁହାଯାଉଛି ଯେ ଋଷ ଯେକୌଣସି ସମୟରେ ୟୁକ୍ରେନରେ ଫାଦର ଅଫ୍ ଅଲ ବମର ବ୍ୟବହାର କରିପାବେ। ରିପୋର୍ଟ ଅନୁଯାୟୀ ଋଷର ରାଷ୍ଟ୍ରପତି ପୁଟିନ ମଧ୍ୟ ଏଥିପାଇଁ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।